ଆମେ ତ ଚାଷୀ ଘରର୍ ଛୁଆ

ଆୟୁଷ ନାୟକ
9 Views
1 Min Read

ଆମେ ତ ଚାଷୀ ଘରର୍ ଛୁଆ

ମାଆ ଯାଏସି ହାଣ୍ଡସାଲ୍ କେ କ୍ଷେତ୍ କେ ଯାଏସି ବୁଆ

ଆମେ ତ ଚାଷୀ ଘରର୍ ଛୁଆ

 

Samadhwani Support us

ପହପହ ନୁ ଉଠିକରି ହାତେ ଧରି ବାସୀ

ଯେତେ ଦୁଃଖ୍ ସୁଖ୍ ଥିଲେ ଭି ମୁହେଁ ଥିସି ହସି

ନାଇଁ ହୁଏ ଆମକୁ ଜରତପ୍ ନାଇଁ ହୁଏ ସର୍ଦି ଖାସି

ଯେତେ ଯେନ୍ତା ଲାଗଲେ ଭି କ୍ଷେତ୍ କେ ସିଓର୍ ଯାଏସି

ଦିନ୍ ସାରା ଖେତେ ଖଟସୁ ଆମେ ନେ ହେଇ ଅଳସୁଆ

ଆମେ ତ ଚାଷୀ ଘରର୍ ଛୁଆ

ମାଆ ଯାଏସି ହାଣ୍ଡସାଲ୍ କେ କ୍ଷେତ୍ କେ ଯାଏସି ବୁଆ

ଆମେ ତ ଚାଷୀ ଘରର୍ ଛୁଆ

 

ଶାଗ୍ ଖଡ୍ଡା ପାତଳଘଟା ଲାଗସି କେଡ଼େ ମିଠା

ବାସି ଏକା ରୁଛସୀ ଆମ୍ କୁ ବାକି ସବୁ ଯାକ ସିଠା

ଅଏଡ଼ସା, ଶୁଆଳି, ମୁଗ୍ ବରା ସାଙ୍ଗେ ଖାଇସୁ ମଡ଼ା ପିଠା

ସମଲ ମାଟି ଜନମ ଆମର ସମଲପୁରୀ ଏ କଥା

ଭୁଦୋ ମାସେ ନୂଆଖାଇ ଆମର଼ ମଗସିରେ ଧାନ୍ ଦୁଆ

ଆମେ ତ ଚାଷୀ ଘରର୍ ଛୁଆ

ମାଆ ଯାଏସି ହାଣ୍ଡସାଲ୍ କେ କ୍ଷେତ କେ ଯାଏସି ବୁଆ

ଆମେ ତ ଚାଷୀ ଘରର୍ ଛୁଆ

 

କୁଏଡ଼ ଗାଏତି ନଙ୍ଗଲ ସାଙ୍ଗେ ଦା ଆମର ଚିନ୍ହା

ସମ୍ୱଲପୁରୀ କପଡା ଆର ଧୁତି ଲୁହୁଙ୍ଗି ପିନ୍ହା

ମନ ଆମର ସଫା ଥିସି ନାଇ ବାହାରେ କନ୍ହା

ଭାବ ପୀରତି ସମକର ସାଙ୍ଗେ ହେଇଛେ ଆମର ବନ୍ହା

ସମକୁ ଭଲ ପେଇ କରି ଭି ଚାଷୀ ହେସି ଅଚାବୁହା

ଆମେ ତ ଚାଷୀ ଘରର୍ ଛୁଆ

ମାଆ ଯାଏସି ହାଣ୍ଡସାଲ୍ କେ କ୍ଷେତ କେ ଯାଏସି ବୁଆ

ଆମେ ତ ଚାଷୀ ଘରର୍ ଛୁଆ

ଆୟୁଷ ନାୟକ

Share This Article