ପ୍ରକୃତି ଭୂତାଣୁ କରୋନା ନିଶ୍ଚେ ଦୁର୍ବଳ ହେବ, କ୍ରମେ ଅନ୍ତର୍ହିତ ହେବ ଗବେଷକ ମତ। ସଂସ୍କୃତି ଭୁତାଣୁ ବିଦ୍ୱେଷ କେବେ ଏ ସମାଜରୁ ଯିବ କିଏ ପ୍ରତିଶ୍ରୁତି ଦେବ? ଘର ଭିତରେ ରୁହ କରୋନା ଆତଙ୍କ ପାଇଁ ପ୍ରବେଶ ନିଷେଧ ହେବ, ଭଲ କଥା। ବିଦ୍ୱେଷ ଆତଙ୍କ ତ ଘରକୁ ଘେରିଦିଏ ଛାରଖାର କରେ ଘରୁ ପଳାଇଥିବା ମଣିଷ ହିଁ ବଞ୍ଚିଯାଏ ହେଉପଛେ ଶରଣାର୍ଥୀ ଶିବିରରେ। କରୋନା ଏକ ଆହ୍ଵାନ ଶରୀରର ପ୍ରତିରୋଧ ଶକ୍ତିକୁ । ବିଦ୍ୱେଷ ଏକ ଆହ୍ୱାନ ସଂସ୍କୃତିର ପ୍ରତିରୋଧ ଶକ୍ତିକୁ । ପ୍ରତିରୋଧ ଶକ୍ତିର ବୃଦ୍ଧିପାଇଁ ଜୀବନକୁ ବିପନ୍ନ କରି ଲଢ଼ୁଥିବା ସେ ଚିକିତ୍ସକ ହେଉ ବା ସମାଜ ସୁଧାରକ, ତାପାଇଁ ତାଳି ବାଡେଇବା, ତାକୁ ଉତ୍ସାହିତ କରିବା ଏହା ଠିକ । କିନ୍ତୁ, କରୋନା ବିରୋଧରେ ଲଢେଇ ଆଗକୁ ଯିବା ବିଦ୍ୱେଷ ଆତଙ୍କକୁ ମଧ୍ୟ ସମାପ୍ତ କରିବା । (23.03.2020)