Editorial Note: This village history of Vikram Nagar was written by Pratima Bariha, a Class VIII student at Padampur Girls High School, while she was staying in a hostel away from home. Despite limited access to her village and community, she gathered what she could with sincerity and genuine curiosity. Her writing documents the village’s name, population, festivals, farming, trees, birds, and her own hopes for its future, all in her own honest voice, which we have chosen to preserve. What stands out most is her warmth toward her village and her heartfelt wish that every student should know their own village well. That spirit makes this a worthy document. – Sayamprava Parhi
ମୋ ପରିଚୟ
ମୁଁ ପ୍ରତିମା ବରିହା – ବରଗଡ଼ ଜିଲ୍ଲା, ପାଇକମାଳ ବ୍ଲକ, ମିଠାପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବିକ୍ରମ ନଗର ଗାଁର ଝିଅ । ମୋ ବାପାଙ୍କ ନାମ ସାଧୁ ବରିହା ଓ ମାଆଙ୍କ ନାମ ଶୁଭ ବରିହା । ମୁଁ ଏବେ ପଦମପୁର ଉଚ୍ଚ ବାଳିକା ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀରେ ପଢୁଛି । ହଷ୍ଟେଲରେ ରହି ପଢୁଥିବାରୁ ଗାଁ ଠାରୁ ଦୂରରେ ଅଛି । ଗାଁ ଛାଡ଼ି ଆସିଛି ସତ, କିନ୍ତୁ ଗାଁ ମୋ ମନ ଛାଡ଼ି ନାହିଁ । ଯେତେବେଳେ ଗାଁ ବିଷୟରେ ଲେଖିବାର ସୁଯୋଗ ମିଳିଲା, ମୋ ମନ ଭିତରେ ବଡ଼ ଆନନ୍ଦ ହେଲା । ହଷ୍ଟେଲରୁ ଗାଁ ଖୁବ ଦୂର, ଅଧିକ ତଥ୍ୟ ସଂଗ୍ରହ କରିବା ସମ୍ଭବ ହୋଇ ନ ଥିଲା । ତଥାପି ଯାହା ଜାଣିଥିଲି, ଯାହା ମନେ ଥିଲା, ଯାହା ବଡ଼ ବଡ଼ ଲୋକଙ୍କ ପାଖରୁ ଶୁଣିଥିଲି — ସେ ସବୁ ମିଶାଇ ଆମ ଗାଁ ବିଷୟରେ ଲେଖିବାକୁ ଚେଷ୍ଟା କରିଛି । ଏହା ମୋ ଗାଁ ପ୍ରତି ମୋର ଭଲ ପାଇବାର ଛୋଟ ଉପହାର ।
ଆମ ଗାଁର ନାମ ବିକ୍ରମ ନଗର । ଆମ ଗାଁର ନାମକରଣ ଏପରି କାହିଁକି ହୋଇଛି ପଛର କାହାଣୀ ଜାଣିବାପାଇଁ ମୁଁ ଆମ ଗାଁର ବୟସ୍କ ଲୋକମାନଙ୍କୁ ଭେଟିଥିଲି । ସେମାନଙ୍କ ସହିତ ଆଲୋଚନା କରି ମୁଁ ଜାଣିବାପାଇଁ ପାଇଲି ଯେ, ବହୁତ ପୂର୍ବରୁ ଆମ ଗାଁରେ ବିକ୍ରମାଦିତ୍ୟ ସିଂ ବରିହା ବୋଲି ଜଣେ ରାଜା ଥିଲେ । ତାଙ୍କ ନାମରୁ ବିକ୍ରମ ନଗର ଦିଆ ହୋଇଛି । ଆମ ଗାଁ ୧୯୫୭ ମସିହା ପ୍ରତିଷ୍ଠା ହୋଇଥିଲା ଓ ପ୍ରଥମ ବାସିନ୍ଦା ବିକ୍ରମାଦିତ୍ୟ ସିଂ ବରିହା ଥିଲେ । ପୂର୍ବରୁ ଆମ ଗାଁର ପରିବେଶ ଓ ଜଳବାୟୁ ବହୁତ ଭଲ ଥିଲା । ଆମ ଗାଁର ବୟସ୍କ ଲୋକମାନଙ୍କୁ ଗାଁ ଭଲ ଲାଗୁଛି । ଗାଁର ବହୁତ ଜିନିଷ ପରିବର୍ତ୍ତନ ହୋଇଛି ବୋଲି ସେମାନେ କହିଛନ୍ତି ।
ଆମ ଗାଁର ସବୁଠାରୁ ପୁରୁଣା ବୟସ୍କ ଲୋକ ‘ବିଭିଷଣ ଧରୁଆ’ ତାଙ୍କ ପିଲା ବେଳେ ଗାଁ କେମିତି ଥିଲା ସେ ବିଷୟରେ ମୋତେ କହିଛନ୍ତି । ସେ କହିଛନ୍ତି ଯେ, “ଆମେ ସମସ୍ତେ ଭଲରେ ମିଳିମିଶି ଚଳୁଥିଲୁ । ଆମ ଗାଁରେ ପୂର୍ବ କାଳରେ ନୂଆଖାଇଁ, ରଜ ସକ୍ରାନ୍ତି, ହୋଲି, ମହିମା ଆଲୋଚ୍ୟ, ଛାଡ଼ଖାଇ, ପୁଷ ପୁନି, ସମଲେଇ ଆଦି ପର୍ବ ପାଳନ କରାଯାଉଥିଲା । ଆମ ଗାଁରେ ଏବେ ନୂଆଖାଇଁ, ରଜ ସକ୍ରାନ୍ତା, ହୋଲି, ମହିମା ଅଲୋଚ୍ୟ, ଛାଡ଼ଖାଇ, ଫଗୁପୁନି, ଦଶହରା, ଗଣେଷ ପୂଜା, ରଥଯାତ୍ରା, ସାବିତ୍ରୀ ବ୍ରତ, କାର୍ତ୍ତିକ ପୂର୍ଣ୍ଣିମା ଆଦି ପର୍ବପର୍ବାଣୀ ପାଳନ କରନ୍ତି । ଗାଁ ଏବେ ତାଙ୍କୁ ବହୁତ ଭଲ ଲାଗୁଛି । ପୂର୍ବକାଳର ତାଙ୍କର ପିଲାଦିନ କଥା ଏବେ ବି ମନେପଡୁଛି ।
ଆମ ଗାଁର ଲୋକ ସଂଖ୍ୟା ହାରିହାରି ୩୯୩ । ଆମ ଗାଁରେ ଏବେ ୭୩ ଟି ଘର ଅଛି । ସବୁଠାରୁ ସୁନ୍ଦର ଘର ରହିଛି କାକାଙ୍କ ଘର । ସେ କମ୍ପାନୀ କାମ କରନ୍ତି । ଆମ ଗାଁର ସବୁଠାରୁ ଛୋଟ ଘର ସାବିତ୍ରୀ ଦିଦିଙ୍କ ଘର । ସେ ମଜୁରୀ କାମ କରନ୍ତି । ବହୁତ କଷ୍ଟରେ ଚଳନ୍ତି । ଆମ ଗାଁରେ ବିଂଝାଲ, ମିର୍ଦ୍ଧା, ବିଶ୍ୱାଲ, ବରିହା, ପଟେଲ, ଧରୁଆ, ଦିଶି, ଭୋଇ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଗାଁର ଲୋକମାନଙ୍କ ଭିତରେ ଭଲ ସମ୍ପର୍କ ଅଛି । ଗାଁ ଲୋକ ସବୁ ପର୍ବ ମିଳିମିଶି ପାଳନ କରନ୍ତି । ଆମ ଗାଁ କଲୋନି ନାମରେ ଚାରିଆଡେ ପରିଚିତ । ଗାଁରେ କାଠ କାମ ଓ ଲୁହା କାମ କରାଯାଏ ଓ ଅନ୍ୟାନ୍ୟ ଲୋକ ସେଥି ମଧ୍ୟରୁ କିଛି କରନ୍ତି ନାହିଁ । ଗାଁରେ ଗୋଟିଏ ସ୍କୁଲ, କଲେଜ ନାହିଁ ଅଙ୍ଗନୱାଡି କେନ୍ଦ୍ର ଗୋଟିଏ ରହିଛି । ସ୍କୁଲରେ ପିଲା ପାଠ ପଢୁଛନ୍ତି । ଗାଁରେ ପାଠ ପଢୁନଥିବା ପିଲାମାନେ କାମ କରନ୍ତି । ଆମ ଗାଁରେ ଅତୀତରେ ପାଣିର ଉତ୍ସ ଭଲଥିଲା । ଏବେ ବି ଗାଁର ପାଣିର ଉତ୍ସ ଭଲ ଅଛି ( ନଦୀ, ପୋଖରୀ, ଝରଣା, ନଳକୂପ, କୂଅ ଅଛି ) । ଗାଁ ପାଖରେ ଜଙ୍ଗଲ ନାହିଁ ଗାଁର ଲୋକମାନେ ଜଙ୍ଗଲରୁ କାଠ ଓ ଫଳ ଇତ୍ୟାଦି କେତେ ପ୍ରକାର ଜିନିଷ ସଂଗ୍ରହ କରନ୍ତି । ଗାଁରେ ପିଲାମାନେ କ୍ରିକେଟ୍, ଫୁଟ୍ବଲ୍ ଇତ୍ୟାଦି କେତେ ପ୍ରକାର ଖେଳ ଖେଳନ୍ତି । ଗାଁରେ ଖେଳ ପଡିଆ ଅଛି । ଗାଁର ଝିଅମାନେ ଖେଳ ପଡ଼ିଆରେ ରବିବାର ଦିନ ଖେଳନ୍ତି ।
ପୂର୍ବ କାଳରେ ଆମ ଗାଁରେ କେତେ ପ୍ରକାର ଖାଦ୍ୟ ଶସ୍ୟ ଚାଷ କରାଯାଉଥିଲା । ଏବେ ସେ ସବୁ ଖାଦ୍ୟ ଶସ୍ୟ ଆମ ଗାଁ’ରେ ଭଲ ଭାବେ ମିଳୁଛି । ବାଇଗଣ, ପାତାଲି, ଆଳୁ, ଭେଣ୍ଡି, ମିର୍ଚା ଇତ୍ୟାଦି । ଆମ ଗାଁରେ ଲୋକମାନେ ପୁଷ୍ଟିଶଷ୍ୟ ଚାଷ କରନ୍ତି । ଆମ ଗାଁରେ ପୂର୍ବରୁ ଧାନ, ମୁଗ, ବିରି, ମାଣ୍ଡିଆ, ଜହ୍ନି ବେଶି ଧାନ ଖାଦ୍ୟ ଶସ୍ୟ ଚାଷ କରାଯାଉଥିଲା । ଏବେ ଆମ ଗାଁରେ ଚାଷ କରାଯାଉଛି । ଆମ ଜେଜେ ବାପା ଓ ଜେଜେ ମା ତାଙ୍କ ପିଲାଦିନେ ଶାଗ, ଭାତ, ମଡିଆ ଓ ଡାଲି ଖାଉଥିଲେ । ଏବେ ବି ସେ ସବୁ ଖାଦ୍ୟ ଗାଁ ଲୋକେ ଖାଉଛନ୍ତି । ଗାଁର ପିଲାମାନେ ସେହି ସବୁ ଖାଇବାକୁ ଏବେ ପସନ୍ଦ କରନ୍ତି ନାହିଁ । ଗାଁରେ ପର୍ବପର୍ବାଣୀରେ ତରକାରୀ, ପୁରୀ, ଖୀରି, ମାଂସ, ଅଣ୍ଡା, ଭାତ ହୁଏ । ବିଶେଷକରି ନୂଆଁଖାଇ ପର୍ବରେ ତରକାରୀ, ମାଂସ, ଭାତ, ଡାଲି ରନ୍ଧା ହୁଏ । ପାରମ୍ପରିକ ଖାଦ୍ୟର ପ୍ରସ୍ତୁତି ପ୍ରଣାଳି ବିଷୟରେ ଆମ ମା ମାନେ ଏବେ କହି ପାରିବେ ।
ଚାଷବାସ କରିବା ପାଇଁ ପାଣିର ସମସ୍ୟା ଅଛି । ଗୋରୁ ଗାଇ ଚରିବା ପାଇଁ ଚାରଣ ଭୂମି ସମସ୍ୟା ଅଛି । ଲୋକମାନଙ୍କ ଅସୁବିଧା ହେଲେ ଆଶା ଦିଦିଙ୍କ ପାଖକୁ ଯାଆନ୍ତି । ଗାଁ ଲୋକମାନେ ଆମ ଗାଁ ଅନ୍ୟ ଗାଁ ଅନ୍ୟାନ୍ୟ କୌଣସି ବି ଜାଗାରେ କାମ କରନ୍ତି । ଯୁବକ ଯୁବତୀମାନେ କାମ ପାଇଁ ବାହାରକୁ ଯାଆନ୍ତି । ଚେନ୍ନାଇ, ତାମିଲନାଡୁ, ବରଗଡ, ଗୁଜୁରାଟ ଇତ୍ୟାଦି କେତେ ଜାଗାକୁ ଯାଆନ୍ତି । ଆମ ଗାଁରେ ମୂଳତଃ ଖାସି, ଥଣ୍ଡା, ଜ୍ୱର ରୋଗ ଦେଖାଯାଏ । ଗାଁର ଲୋକମାନଙ୍କ ଦେହ ଖରାପ ହେଲେ ଡାକ୍ତର ଖାନାକୁ ଯାଆନ୍ତି । ଆମ ଗାଁରୁ ଡାକ୍ତରଖାନା ପାଖରେ ଅଛି । ଆମ ଗାଁରେ ପୂର୍ବ କାଳରେ ମହୁଲ ଗଛ, ତାଳ ଗଛ, ନଡିଆ ଗଛ, ବାଉଁଶ ଗଛ, ପିପଲ ଗଛ, ଡୁମେର ଗଛ, ବରଗଛ, ମାୟା ଗଛ, ଆମ୍ୱ ଗଛ ଇତ୍ୟାଦି କେତେ ପ୍ରକାର ଗଛ ଥିଲା । ଏବେ ମଧ୍ୟ ମହୁଲ ଗଛ, ଆମ୍ୱ ଗଛ, ବରଗଛ, ମାୟା ଗଛ, ବାଉଁଶ ଇତ୍ୟାଦି କେତେ ପ୍ରକାର ଗଛ ଦେଖା ଯାଉଛି । ଗାଁରେ ଭାଲୁ, ହାତୀ, ନେଉଳ, କୁକୁର, ଗାଈ, ଛେଳି, ମେଣ୍ଢା, ବିଲେଇ, ମୂଷା, ବଗ, ଶୁଆ, କାଉ, କୋଇଲି, ଶାରୀ, ଚଟିଆ, ହଳଦିଆ ବସନ୍ତ ଇତ୍ୟାଦି କେତେ ପ୍ରକାର ପଶୁ ପକ୍ଷୀ ଦେଖା ଯାଆନ୍ତି ଓ ଭାଲୁ, ହାତୀ, ନେଉଳ ହଜି ହଜି ଗଲେଣି ।
ମୋତେ ଗାଁ ଭଲ ଲାଗେ । ଆମ ଗାଁର ସବୁକଥା ମତେ ଭଲ ଲାଗେ । ମତେ କିଛି କଷ୍ଟ ଲାଗେ ନାହିଁ । ଗାଁକୁ ନେଇ ମନରେ ସବୁବେଳେ ମିଳିମିଶି ରହିବାର ଭାବନା ଅଛି । କେତେବେଳେ ବି ଝଗଡା ଲାଗିବା ନାହିଁ ଏହି ସବୁ ପ୍ରଶ୍ନ ଆସୁଅଛି । ଗାଁର ଯାହା ବି କିଛି କାମ ଅଛି ସବୁ ପୁରାକରିବା ଜରୁରୀ ବୋଲି ମୋର ମନେ ହେଉଛି ।
ଗାଁ ସମ୍ପର୍କରେ ଏତେସବୁ କଥା ଜାଣିବା ପରେ ଓ ଗାଁ ବିଷୟରେ ଗବେଷଣା କରିବା ପରେ ମୁଁ ଏବେ ଗାଁ କୁ ନେଇ ଗାଁର ଉନ୍ନତି ପାଇଁ ଚିନ୍ତା କରୁଛି । ସବୁ ଛାତ୍ରଛାତ୍ରୀ ଗାଁ ବିଷୟ ଭଲ ଭାବେ ଜାଣିବା ଉଚିତ୍ । ଭବିଷ୍ୟତରେ ମୁଁ ଗାଁର ଉନ୍ନତି ପାଇଁ ଆଗକୁ ବଢିବା ପାଇଁ ଚାହୁଛି । ଏବେ ଠାରୁ ମୁଁ ପାଠପଢା, ଘରକାମ ଓ ଇତ୍ୟାଦି ସବୁ କାମ ଆରମ୍ଭ କରିବାକୁ ବୋଲି ଭାବୁଛି । ମୁଁ ଯେମିତି ଗାଁ ସମ୍ପର୍କରେ ଜାଣିବା ପାଇଁ ସୁଯୋଗ ପାଇଛି ଅନ୍ୟ ସ୍କୁଲ ଓ ଅନ୍ୟ ଗାଁର ଛାତ୍ରଛାତ୍ରୀମାନେ ବି ଏମିତି ସୁଯୋଗ ପାଇବା ଉଚିତ୍ । କାହିଁକି ନା ଗାଁ ସମ୍ପର୍କରେ ସମସ୍ତେ ଜାଣିବା ଉଚିତ୍ ।
FAQ:
ବିକ୍ରମ ନଗର: ମୋ ଗାଁର କଥା
Q1. When was Vikram Nagar village established, and who founded it?
Vikram Nagar was established in 1957. Its founder was Vikramaditya Singh Bariha, after whom the village is named.
Q2. Where is Vikram Nagar located?
Vikram Nagar is located in Mithapali Gram Panchayat, Paikamala Block, Bargarh District, Odisha.
Q3. How many people live in Vikram Nagar?
The village has a population of approximately 393, living in 73 households across several communities, including Bariha, Patel, Dharua, Bhoi, and others.
Q4. What festivals are celebrated in Vikram Nagar?
The village celebrates Nuakhai, Raja Sankranti, Holi, Mahima Alekhya, Chadakhai, Push Puni, Samlei, Dussehra, Ganesh Puja, and Kartik Purnima.
Q5. Who wrote this village history and why?
This village history was written by Pratima Bariha, a Class VIII student of Padampur Girls High School. Living in a hostel away from home, she documented her village’s story during her summer vacation, out of love for her village and a wish that every student should know their own village well.
