ବର୍ଷିୟାନ ଅଭିନେତା – ‘ହର ପଟ୍ଟନାୟକ’

ସ୍ଵୟଂପ୍ରଭା 320 Views
1 Min Read

 

ଓଡ଼ିଶାବାସୀଙ୍କର ଅତି ପ୍ରିୟ କଳାକାର ‘ହର ପଟ୍ଟନାୟକ’୧୩ତାରିଖ ୨୦୧୫ରେ ଶେଷନିଶ୍ୱାସ ତ୍ୟାଗ କରିଥିଲେ। ଉକ୍ରଳ ସଙ୍ଗୀତ ମହାବିଦ୍ୟାଳୟର ସେ ଥିଲେ ଜଣେ ସଫଳ ଛାତ୍ର । ନାଟକ ଏବଂ ଅଭିନୟକୁ ନିଜ ଜୀବନର ଏକମାତ୍ର ଲକ୍ଷ୍ୟ ଭାବରେ ଗ୍ରହଣ କରି ଓଡ଼ିଆ ସିନେମାକୁ ଏକ ସଫଳ ନେତୃତ୍ୱ ଦେଇଆସିଥିଲେ ସେ । ୧୯୫୮ ମସିହା ଅକ୍ଟୋବର ୧୨ତାରିଖରେ ସେ ଜନ୍ମଲାଭ କରି ଜାନୁଆରୀ ୧୩ତାରିଖ ୨୦୧୫ରେ ଭୁବନେଶ୍ୱରରେ ଚିକିତ୍ସାଧିନ ଥିବାବେଳେ ତାଙ୍କର ତିରୋଧାନ ହୋଇଥିଲା। ୨୦୦୮ମସିହାରୁ ସେ କର୍କଟ ରୋଗରେ ପିଡ଼ିତ ଥିଲେ ତଥାପି ଭାଙ୍ଗି ନପଡ଼ି ୨୦୧୨ମସିହାରେ ଏକ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇଥିଲେ । ବଂଚିଥିବାଯାଏଁ ରୂପେଲି ପରଦାରେ ତାଙ୍କର ଯାଦୁ ଦର୍ଶକଙ୍କୁ ଅଭିଭୂତ କରିରଖିଥିଲା । ନିଜକୁ ଜଣେ ସଫଳ ଖଳନାୟକ ଭାବରେ ଅବସ୍ଥାପିତ କରିବା ସହିତ ନିର୍ଦ୍ଦେଶନାରେ ମଧ୍ୟ ସେ ସଫଳତା ହାସଲ କରିଥିଲେ । ତାଙ୍କର ଅକାଳ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ନିଶ୍ଚିତଭାବରେ ଏକ ଅପୂରଣୀୟ କ୍ଷତି ଥିଲା। ସେଦିନ ତାଙ୍କ ବିଦାୟ ଶୋଭାଯାତ୍ରାରେ ହଜାର ହଜାର ଜନଗଣଙ୍କର ଭିଡ଼ ତାଙ୍କ ପ୍ରତି ଥିବା ଶ୍ରଦ୍ଧାକୁ ବେଶ୍ ପ୍ରମାଣିତ କରିଥିଲା। – ସମ୍ପାଦକ

Photo- internet

Share This Article
Ms Swayamprava Parhi is a vocal artist and a cultural journalist. She is the Chief Editor of Samadhwani Cultural Magazine (www.samadhwani.com), and director of Samadrusti Mukta Vidyalaya and Samadhwani Sanskrutika Gabeshana Kendra. Swayamprava has been involved in the Village Biography Writing Initiatives with school students since 2005.She also happens to be a Documentary Filmmaker and a Pod caster.
Exit mobile version