ସମଧ୍ୱନି ଓଡ଼ିଶାର ଏକ ପ୍ରମୁଖ ସାଂସ୍କୃତିକ ସଂଗଠନ , ଯାହା ସଂସ୍କୁତି, ସାହିତ୍ୟ , ସଂଗୀତ , କଳାର ପ୍ରସାର ପ୍ରଚାର ଓ ଅନୁସନ୍ଧାନ ଏବଂ ଚର୍ଚ୍ଚାରେ ସଂଲଗ୍ନ I ଏହି ସଂଗଠନ ସାଂସ୍କୃତିକ ସମ୍ମେଳନ , କର୍ମଶାଳା ଏବଂ ଗବେଷଣା କୁ ଉନ୍ନତ କରି ଓଡ଼ିଶାର ସମୃଦ୍ଧଶାଳୀ କଳା ଏବଂ ସାଂସ୍କୃତିକ ଐତିହକୁ ସଂଗ୍ରହ କରିବା ବିଗତ ଅନେକ ବର୍ଷ ଧରି କର୍ମରତ I ତାଙ୍କର ଏହି ପ୍ରୟାସ ଦେଶ ଏବଂ ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଶାର ସାଂସ୍କୃତିକ ପରିଚୟକୁ ମଜବୁତ କରିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି I
ଆଗାମୀ ବର୍ଷ ଗୁଡାକୁ ନେଇ ବହୁତ ଆଶା ଏବଂ ଯୋଜନା ସମଧ୍ୱନିର ରହିଛି ଯାହା ଏହି ସଂଗଠନ ଏବଂ ଓଡ଼ିଶାର ସଂକୃତିର ଉତ୍ଥାନ ରେ ସହଯୋଗୀ ହବ। ଆଗାମୀ ଭବିଷ୍ୟତରେ ଏହି ସଂଗଠନକୁ ଏକ ଅଗ୍ରଗାମୀ ethnomusicology କେନ୍ଦ୍ର ଭାବରେ ପରିକଳ୍ପନା କରିହବ , ଯାହା ସ୍ଥାନୀୟ ଏବଂ ଆଦିବାସୀ କଳା, ସଂଗୀତ ଏବଂ ପରମ୍ପରାକୁ ଗବେଷଣାକୁ ପ୍ରାଧାନ୍ୟ ଦେବ I ଓଡ଼ିଶାର ସାଂସ୍କୃତିକ ଧାରାମାନଙ୍କୁ ବିଶ୍ୱ ମଞ୍ଚରେ ପହଂଚାଇ ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ଥରରେ ଏକ ଶ୍ରେଷ୍ଟ ଅନୁଷ୍ଠାନ ଭାବେ ନିଜକୁ କଳ୍ପନା କରିପାରିବ I ଏଥିପାଇଁ ବିଭିନ୍ନ ସମ୍ମେଳନ , କର୍ମଶାଳାର, ଗବେଷଣା ପ୍ରକଳ୍ପ ଏବଂ ପ୍ରକାଶନ କିଛି ଅନିର୍ବାଯ୍ୟ ପଦକ୍ଷେପ ଯାହା ସଂଗଠନ ନେଇପାରିବ I ସମଧ୍ୱନି ଅଗାମୀ ୧୦ ବର୍ଷରେ ଏକ ଅନ୍ତର୍ଜାତିକ ସାଂସ୍କୃତିକ କେନ୍ଦ୍ର ଭାବରେ ଉଭୟ ଆଧୁନିକ ଏବଂ ପାରମ୍ପରିକ କଳାର ଉନ୍ନତ୍ତିକରି, ଓଡିଶାକୁ ବିଶ୍ୱ ମଞ୍ଚରେ ନେଇଯିବ। ଏହି ସଂଗଠନ ସଂସ୍କୃତି, କଳା ଏବଂ ଗବେଷଣା କ୍ଷେତ୍ରରେ ଏକ ଅଗ୍ରଗାମୀ ଶକ୍ତି ଭାବରେ ପରିଣତ ହେବ।