ବଜାର ବଜାର୍‌

ରାଏପୁରେଁ ଇ ବରସ ୩୦ ହଜାରନୁ ୭୨ ହଜାର ଜାଇଛନ ବଜାପାଟି

କେଶରଞ୍ଜନ ପ୍ରଧାନ 410 Views
9 Min Read

ଛତିସଗଡ଼ର ରାଜଧାନି ରାଏପୁରର ଐତିହାସିକ ‘ବିବେକାନନ୍ଦ ସରୋବର’ ତାର ନୁଆଁ ରୋପ ଲାଗିଁଏଭେଁ ବନେ ଚରଚାକେ ଆଉଛେ । ବିରାଟ ଜଲ ଭଁଡ଼ାର, ସୁନ୍ଦର ପାର୍କ, ନଉକା ବିହାର ଲାଗିଁ ବେବସ୍ତା, ମନ ଲୁଭାନିଆଁ ପାନିର ଫୁଆରା ଆର ସେନ ସ୍ୱାମି ବିବେକାନନ୍ଦକଁର ୩୭ ଫୁଟ ଉଚ୍ଚା ମୁରତି । ହେଲେଁ ଆମେ ଇ ଠାନେ କେନ ପୁର୍ବାପାତି କାଲୁଁ ବସି ଆସୁଥିବାର ବଜାରଟାକର ଚରଚା କରମା । ଲୋକକର ନଜେର ଉହାଡ଼େ ରହିଥିବାର ଇ ବଛରକିଆ ବଜାର ଆମର ବଜାଗଜାର ସାଂସ୍କୃତିକ ଆର ସାମାଜିକ ଦିଗମାନକେ ଉବାଗର କରବା ବୋଲି ଆସା ।

ରାଏପୁରର ପୁରାନା ବସ୍ତିର ଇ ସରୋବରକେ ଲୋକ ‘ବୁଢ଼ାତାଲାବ’ ନାଆଁଥିଁ ଜାନସନ । ଇନ କେତେକାଲୁଁ ବସି ଅଉଛେ ବଜା’ର ବଜାର । ଗଣାବଜାର ବଜାର । ଫି ବଛର ଦିଆଲି ଦିନେଁ ଓଡ଼ିସାର ସହ ସହ ବଜନିଆ ଦଲ ତାକର ବଜାଗଜା ସହେତେଁ ଇନକେ ଆଏସନ । ଛତିସଗଡ଼ର ରାଉତମାନେ ଇନ ତାକର ମୁଲଚାଲ କରସନ ଆର ନିଜର ନିଜର ଗାଁ କେ ଇ ଦଲମାନକୁଁ ନେଇ ଜାଏସନ ।

ଓଡ଼ିସାର ପସ୍‌ଚିମ ଅଂଚଲ ଆର ଛତିସଗଡ଼ର ପୁର୍ବାଂଚଲ; ଇ ବିରାଟ ଇଲାକାର ଲୋକମାନେ ଭିନ ଭିନ ସମିଆଥିଁ ଗୁଟେ ରାଜନୈତିକ ସାସନ ବେବେସ୍ତାର ଅଧିନେ ରହିଛନ । ସମଲପୁର ୧୯୦୫ ସାଲେଁ, ଆର କଲାହାଂଡି ସ୍ୱାଧିନତା ବେଲେଁ ଏଭର ଓଡ଼ିସାଥିଁ ମେସିଛେ । ଛତିସଗଡ଼ ଅଲଗା ହେଇଛେ ମଧ୍ୟପ୍ରଦେସନୁ ୨୦୦୦ ସାଲେଁ । ଇ ଦୁହି ଇଲାକା ଭିତରେଁ ବିହା ବରପନ, ଲେତାଗୁତା ତ ଅଛେ । ୧୯୩୧ ସାଲେଁ ଟିଟିଲାଗଡ଼ ନୁ ରାଏପୁରକେ ରେଲରାସ୍ତା ବନଲା ଉତାରୁଁ ଇ ସଂପର୍କ ଆହୁରି ବରକସ ହଇଛେ । ମହାନଦିର ପାଏନ ଧାର ଛତିସଗଡ଼ନୁ ଓଡ଼ିସାକେ ଆଉଛେ ସିନେ, ଇ ରେଲପଥଥିଁ ଓଡ଼ିସାନୁ ସ୍ରମିକ ରାଜ୍ୟ ବାହାରକେ ଜାଉଛେ । ବଜନିଆ ମାନେ ଇ ସମିଆଥିଁ ଜେନ ଛତିସଗଡ଼କେ ରୋଜଗାର ଲାଗିଁ ଜଉଛନ, ଇଟାକେ ଗୁଟେ ସାମୟିକ ସ୍ରମିକ ପ୍ରବାସନ ଭାବେଁ ଦେଖିପାରମା ବଲିଁ ବିଚାର କରସନ ହାଇଦ୍ରାବାଦନୁ ଇ ବଜାରକେ ଅନୁଧ୍ୟାନ ଲାଗିଁ ଆସିଥିବାର ଅର୍ଥନିତିଜ୍ଞ ଡ. ସୁଜିତ ମିସ୍ର ।

ଇ ବଜାର ଉପରେଁ ବିସେସ ଚରଚା ନହେ ହେବାର ତାଏଲ । ଜର୍ମାନର ଲିଡିଆ ଗୁଜି ତାକର ବହି ‘ଗବକ୍ସଶସଦ୍ଭବକ୍ଷସଗ୍ଦରୟ ଗଙ୍କଗ୍ଦସମ’ଥିଁ ଇ ସାଂସ୍କୃତିକ ହାଟର ଭିନ ଭିନ ଦିଗ ଉପରେଁ ଆଲୋଚନା କରିଛନ । ହେଲେଁ ଇ ବଜାର ୨୦୦୬ନୁ ଜନାସୁନା ବଲିଁ ସେ ସୁଚେଇଛନ । ପ୍ରକୃତରେ ବଜା ବଜାର କେଭୁଁ ମୁଲ ହଇଥିବା ଜାନବାରଟା ସହଜ ନୁହେ । ଜେନ ବଜନିଆମାନେ ଇହାଦେ ଇ ବଜାରକେ ଆଉଛନ ତାକର ହିସାବେଁ ପିଢ଼ି ପିଢ଼ି ଧରି ସେମାନେ ଆଉଛନ । ହେ ହିସାବେଁ ଇ ବଜାର କମସେ କମ ସହେ ବଛର ପୁରୁଣା ତ ଆଏ । ପହେଲା ରାଏପୁରର ଗୋଲବଜାର ନ ଇ ବଜାର ବସୁଥିଲା । ଜହ ଭିଡ଼ ହେଲା ବଲିଁ ପଛେଁ ଇ ସମାଗମ ବୁଢ଼଼ା ତାଲାବକେ ସ୍ଥାନାନ୍ତରିତ ହଇଛେ । ଫେର ବି କେନ୍ତା କରି କେଭେଁ ଏନ୍ତା ଗୁଟେ ବଜାରର କଲପନା ହେଲା ଗବେସଣାର ବିସୟ ଆଏ ।

ଇ ବଜାରର ଚରଚା ଲାଗିଁ ଗଣା ଆର ରାଉତମାନକର ବିସେଥିଁ ଜାନବାର ଜରୁରି ଆଏ

ଗଣା ଜାତିର ଲୋକକୁଁ ଓଡିସାଥିଁ ଠାନଠାନ ଡମ ଆଉ ପାଣ ବି ବଲସନ । ଇମାନେ କଲାକାର ଜାତି । ଆମର ଅଂଚଲର ସଂଗିତ ଆର ନୃତ୍ୟର ବିକାସଥିଁ ଗଣାବଜାର ବନେ ଅବଦାନ ଅଛେ । କହେବାକେ ଗଲେଁ ଗଣାବଜା ଆମର ବାହିର ସାଂସ୍କୃତିକ ପରିଚୟ ଆଏ । ଆର ଇ ବଜାକେ ବଜନିଆଁମାନେ ହିଁ ଏତେ ଦିନ ତକ ବଁଚେଇ ରଖିଛନ । ଖାଲି ବଜା ନହେ ଇଥିଁ ଜୁରି ହଇଥିବାର ଭିନ ଭିନ ପାରର ହିପାଜତ କରି ଆଇଛନ । ବୁଝବାକେ ହେବା ଜେ ଇ ସଂସ୍କୃତି କେନସି ଲିପି କି ଲେଖାଥିଁ ନହେ ବଜନିଆର ଦିହି, ମନ ଆର ଆତ୍ମାଥିଁ ବଁଚିଛେ । ତ ବଜନିଆର ଜିବନ ଧାରା ସହେତେ ଇ ବଜାର ଗତି ଆର ବିକାସ ମେସି କରି ରହିଛେ । ଇ ବଜା ଏଭେଁ ବି ସବୁ ସୁଭ କାମେ, ପୁଜାଧଜା, ସଭା ସୋଭାଜାତରା, ନାଚ ଗିତଥିଁ ଠାନ ବନେଇଛେ । ହେଲେଁ ସରଗକେ ଖେପି ପାରୁଥିବାର ଆର ଦେ ଦେବତାକୁଁ ପରଘେଇ ଆନୁଥିବାର ଇ ବଜାର ବଜନିଆ ସଥର ଜିବନେଁ ସାଂବିଧାନିକ ସୁରକ୍ଷା ବେବସ୍ଥା ଥିଲେଁ ବି ସାମାଜିକ ଜିବନଥିଁ ଠାନ ନୁରୁଛେ ।

ରାଉତମାନେ ଛତିସଗଡ଼ର ରାଏପୁରର

ନିଜକେ କୃଷ୍ନକର ବଂଶଧର ବଲୁଥିବାର ରାଉତମାନେ ଛତିସଗଡ଼ର ରାଏପୁର, ଦୁର୍ଗ, ବସ୍ତର ବାହିଥିଁ ରହୁଛନ । ଗାଏଚରାବାରଟା ତାକର ମୁଲ ବୁରତି । ରାଏପୁରର ସାଂସ୍କୃତିକ ଜିବନଥିଁ ରାଉତ ନାଚର ମୁଖ୍ୟ ଠାନଟେ ରହିଛେ । ଇ ନାଚଥିଁ ରାଉତମାନେ ପାରଂପରିକ ବେସଥିଁ ସଜେଇ ହେସନ । ହାତେଁ ବାଡ଼ି ଧରସନ । ଦୋହା ଗାଏସନ । କବିର ଆର ତୁଲସି ଦାସକଁର ଦୋହା ତ ଗାଏସନ । କେନସି ବି ଲୋକ କି ବିସୟ ଉପରେଁ ସେମାନେ ଦୋହା ଜୁରିପାରସନ । ଦୋହା ଉତାରୁଁ ବଜା ବାଜବା ଆର ତାର ତାଲେଁ ଧୁମ ନାଚସନ ସେମାନେ ।
ଓଡ଼ିସାର ଗଣାବଜା ଆର ଛତିସଗଡ଼ର ରାଉତ ନାଚ ଉପରେଁ ରୋଚକ ଚରଚା ହଇ ପାରବା । ହେଲେଁ ଆମର ଆଲୋଚନା ଥିଁ ରାଉତ ନାଚ ସହେତେ ଗଣା ବଜାର ଜୁଗଲବନ୍ଦି ହିଁ ପ୍ରାସଂଗିକ ।

ରାଏପୁର ବାହିନ ଦିଆଲି ଉତାରୁଁ ନାଚସନ ଇ ନାଚ । ବିଲାସପୁର ଆଡ଼େଁ ଦିଆଲି ବାଦ ଏକାଦସି ଦିନୁ ଇ ନାଚ । ବସ୍ତର ବାହିନ ମଗସିର ମାସର ଲଖମି ପୁଜା ବେଲକେ ଏନ୍ତା ବଜାର । ତ ଗୁଟେ ଗୁଟେ ବଜା ଦଲ ସବୁ ବଜାରକେ ଜାଇ ପାରବାରଟା ବି ସମ୍ଭବ ଆଏ । ବିଲାସପୁରର ସନିଚର ବଜାରନ ଇ ବଜାର ବସସି । ରାଏପୁରନ ରାଉତମାନେ ବଜାଦଲକେ ଦିନା ତିନେନୁ ମୁଲକରି ହପ୍‌ତେ ଲାଗିଁ ଗାଁକେ ନେସନ । ବିଲାସପୁରନ ଇ ଅବଧି ହପ୍‌ତେନୁ ପନ୍ଦର ଦିନ । ହେ ହିସାବେ ମୁଲଚାଲ ହେସି । ଗୁଟେ ଗୁଟେ ବଜନିଆଁ ଦଲେଁ ୭/୮ ଝନ ଥିସନ । ସେ ଭିତରୁଁ ଝନେ ଦୁଇଝନ ନଚନିଆ । ଟୁକେଲ ଭେସଥିଁ ପିଲାମାନେ ନଚନିଆ ହେସନ । ଏଭେଁ କିନ୍ନରମାନେ ବି ଇ ଦଲମାନକେଁ ମେସି ଜଉଛନ ।

କେତେ ଟଂକାଥିଁ ପଟାରଟା ହଉଥିବା ଜାନବାକେ ଆଗ୍ରହ ହେବାରଟା ସ୍ୱାଭାବିକ ଆଏ । ରାଏପୁରେଁ ଇ ବରସ ୩୦ ହଜାରନୁ ୭୨ ହଜାର ଜାଇଛନ ବଜାପାଟି । ବିଲାସପୁରେଁ ଲାଖେ ପାଖାପାଖି । ହେଲେଁ ଏତେ ଏତେ ଦିନ ବାହାରେଁ ରହୁଛନ ଇ କଲାକାରମାନେ ଜେ ଇ ପଏସା ଫେର ବି କମ ଆଏ । ଏତେ ପଏସା ରାଉତମାନେ ଦେଇକରି ବଜା ଦଲ ନଉଛନ । ସେମାନେ ଗାଁ ନ ଗୋବର୍ଦ୍ଧନ ପୁଜାର ତିହାରଥିଁ ନାଚ ଗିତ ତ କରୁଛନ, ହେଲେଁ ଜେନ କିସାନ ମାନକର ଗାଏ ଚରାସନ ତାକର ଘର ଆଗାଡ଼େ ନାଚଲା ବେଲକେ ତାକର ଖଏର୍ଚାନୁ ଅଏତକା ପଏସା ବି ପାଏସନ । ଇତାକେ ବଜନିଆମାନକର ହିସାବେଁ ଆମର ଫାଲର ଛେରଛେରା ସହେତେ ଜୁଲେଇ ପାରମା ।

ବାସ୍ତବ ଚିତ୍ର ସାମନାକେ ଆଏବା ବଜନିଆ ଅନୁଭୁତି ଡାଏରି ଆକାରେଁ ଲିଖବେ

ଆମେ ରାଏପୁର ଆର ବିଲାସପୁର ଦୁହି ବଜାରକେ ଦିନେ ଦିନେ ଲାଗିଁ ଅମରିଥିଲୁଁ । ଏତେ ବ୍ୟାପକ ଗୁରୁତ୍ୱ ରଖୁଥିବାର ଇ ବଜାର ବିସେଥଁô କମ ସମିଆଥିଁ ଆଲୋଚନା ଅଧୁରା ରହେବାଟା ସ୍ୱାଭାବିକ ଆଏ । ବାସ୍ତବ ଚିତ୍ର ସାମନାକେ ଆଏବା ଜେତେବେଲେଁ କେନସି ବଜନିଆ ଅନ୍ତତଃ ଇ କେତେଦିନର ଅନୁଭୁତି ଡାଏରି ଆକାରେଁ ଲିଖବେ । ବଜନିଆ ଆର ରାଉତମାନକର ସହେତେଁ ଆମର କଥାବାରତାନୁ ଜେନ କେତେଟା କଥା ଜନା ପଡ଼ଲା ସେ ବିସୟଥିଁ ଦୁଇ ପଦ ।

୧. ଇ ବଜାର ଆସିଥିବାର ପ୍ରାୟ ସବୁ ବଜନିଆ ଖୁସ । ଜାହା ମିଲଲା ଜେନ୍ତା ବି ମିଲଲା ସବୁ ଠିକ ବଲିଁ ଜନାବାକେ ତାକର କୁଂଠା ନାଇଁ । ସେମାନେ ବଜାରକେ ଜାଇକରି ଜେନ ଅବସ୍ଥାଥିଁ ରହୁଛନ, ରାନ୍ଧି ଖଉଛନ, ବଜାର ପାସେଁ ସୁଉଛନ; ଟିକେ ଟିକେ ବ୍ୟବସ୍ଥିତ ହଇପାରଲେଁ ସେମାନକୁଁ ଅସୁବିଧା ନାଇଁ ହେତା । ହେଲେଁ ଇ ଅବସ୍ଥା ଲାଗିଁ ତାକର ଅଭିଜୋଗ ନାଇଁ । ସେମାନେ ଛତିସଗଡ଼ର ଗାଁ ମାନକେ ଜାଇକରି ବି ବନେ ମାଏନ ପାଉଛନ ବଲିଁ କହୁଛନ । ବଡ଼ କଥା ହେଲା ସେନ ଛୁଆଛୁତ ନାଇଁ ବାଆରନ ସେମାନେ ।

୨. ରାଉତମାନେ ନାଚୁଛନ ହେଲେଁ ଇ ବଜା ତାକର ଗାଁ ନ ନିଜେ ନାଇଁ ବଜାବାର । ସେମାନେ ନିର୍ଭର କରୁଛନ ବଜନିଆଁ ଦଲ ଉପରେଁ । ଇନୁ ଜାଇକରି ସେନ ବସବାସ କରି ରହିଥିବାର ବଜନିଆମାନେ କେତେଟା ଗାଁ ନ ଦଲ ଗଢ଼଼ୁଛନ । ଠାନ ଠାନ ବେଂଡ ପାଟି ବି ବଜଉଛନ । ହେଲେଁ ରାଏତମାନକର ପସନ୍ଦ ଓଡ଼ିସାର ବଜାପାଟି ।

୩. ରାଏପୁରେଁ ନଭେମ୍ବର ୧ ତାରିଖକେ ଛତିସଗଡ଼ ଗଠନ ଦିବସ ମନାହେସି । ଦିଆଲି ପାଖାପାଖି ଇ ସମିଆ । ଇ ଉଧେଁ ବଛର ତିନେ ହେଲା ଆଦିବାସି ମହୋତ୍ସବ ପାଲନ ହଉଛେ । ବିଦେସନୁ ବି କଲାକାର ଆଉଛନ । ତ ରାଏପୁରେଁ ତିହାରି ପରିବେସ ବନି ଜାଏସି ଇ ସମିଆକେ । ଏସୁର ରାଏପୁରେଁ ମୁଖ୍ୟମନ୍ତ୍ରିକଁର ଆବାସକେ ଦିଆଲି ବେଲକେ ଗାଁର ରୋପ ଦିଆହଇଥିଲା । ରାଉତ ନାଚଥିଁ ନିଜେ ମୁଖ୍ୟମନ୍ତ୍ରି ନାଚବାର ଭିଡିଓ ବି ଖବରକାଗଜମାନକେ ଆଇଛେ । ହେଲେଁ ଇ ବଜାଦଲ ମାନକର ବିସେଥିଁ ସେନ ଆଲୋଚନା କମ । ବିଲାସପୁରେଁ ରାଉତନାଚ ମହୋଚ୍ଛବ ପାଲନ ହଇ ଆଉଛେ ୧୯୭୮ ସାଲୁଁ । ବିଲାସପୁରେଁ ନାଚର ପ୍ରତିଜୋଗିତା ହେସି । ବହୁତ ଜୋସ ସେନ ଇ ଉଚ୍ଛବ ଲାଗିଁ । ଇ ବଛରେଁ ପହେଲା ପୁରସ୍କାର ପନ୍ଦର ହଜାର ଟଂକା । ବଜା ପାଟି ଲାଗିଁ ମାତରକ ହଜାରେ ।

୪. ଜେନ୍ତା କି ସୁଚନା ଦିଆହଇଛେ ପିଢ଼ି ପିଢ଼ି ଧରି ବଜନିଆମାନେ ଇ ବଜାର ଆଉଛନ । ଜେନ ବଏସର କଲାକାର ଆଉଛନ ସେଥିଁ ୩୦ ବରସନୁ କମ ପିଲା ପ୍ରାୟ ନାଇଁ । ତ ଆଏବା ସମିଆଥିଁ ଇ ବଜାର ଭବିସ୍ୟତ କାଣା ହେବା କହି ନାଇଁ ହଏ ।

୫. ଏତେ ବଜାଗଜା, ହଜାର ହଜାର କଲାକର ଆର ଖରିଦଦାର । ହୋ ହଲ୍ଲା ଭିତରେଁ ଦରଦାମ ପଟାରଟା । ଫେର ବି ରାଏପୁରେଁ କି ବିଲାସପୁରେଁ ଆଇନ ସୃଂଖଲା ଦେଖବାର ଲାଗିଁ ପୁଲିସ ନାଇଁ ଦେଖି ଆମେ । ସୁଭ ସୁଚନା ଆଏ । ଆଖର ପାଖର ଦୁକାନିମାନକରନୁ ଜାନଲୁଁ ଇ ବଜାରେଁ କେଭେଁ ବି ଗାଲି ଝଗର ମାର ମରଦନ ନାଇଁ ହଏ ।

ଓଡ଼ିସା ଆର ଛତିସଗଡ଼ର ସରକାର ନଜେର ଦେଲେଁ । ଇ ବଜାରର ସାଂସ୍କୃତିକ ଦିଗ ଉବାଗର ହେତା । ଦୁଖର କଥା ଜେ ଆମର ରାଜ୍ୟର ସଂସ୍କୃତି ବିଭାଗ ନଜରେଁ ଗଣାବଜା ଲୋକବାଦ୍ୟ ଆର ଗଣା ବଜନିଆ ଲୋକ କଲାକାର ନହେ । ଏତେ ଠାନେ, ପୁଜାଧଜାନେ, ବିହା ବରପନେ, ଜାତରା, ସୋଭାଜାତ୍ରାମାନକେ ବଜଉଥିବାର, ଗାଉଥିବାର, ନାଚୁଥିବାର କଲାକାର ପାସେଁ ସାଟିଫିକେଟ ନାଇଁ ଥାଏ ବଲିଁ ସେ ସରକାରି ସୁବିଧା ନାଇଁ ପାଏ । ପ୍ରାଚିନ ଗଣାବଜା କେନସି କାରଣନୁ ଏଭର ଦୁଲଦୁଲି ନାଆଁଥିଁ ସରକାରି କାଗଜ ପତରେଁ ଜନା । ଦୁଲଦୁଲି ନାଆଁ ବି ଚମତ୍କାର ଆଏ, ହେଲେଁ ଛତିସଗଡ଼ର ରାଉତ ନାଚ ଜେନ୍ତା ଗୁଟେ ଜାତିର ନାଚ ବଲିଁ ମାଏନ ପାଉଛେ, ଦୁଲଦୁଲି ସହେତେଁ ହଉ କି ବଦଲା ହଉ ଗଣା ବଜା ବଏଲେ ଜେକ ଇ ଲୋକବାଦ୍ୟର ଏଥନିକ ମୁଲ୍ୟ ଲୋକ ବୁଝିପାରତେ ।

କେଶରଂଜନ ପ୍ରଧାନ
ଌ (ଲୁ) ନାଟକ ଆସ୍ରମ, ପଦମପୁର

Share This Article
ନାଟ୍ୟକାର, ନାଟ୍ୟ ନିଦ୍ଦେଶକ
Exit mobile version