ଡାଲଖାଇ ଦେବୀ ହେଉଛନ୍ତି ପଶ୍ଚିମ ଓଡ଼ିଶାର ଅନ୍ୟତମ ପ୍ରାଚୀନ ଲୋକଦେବୀ । ସେ ସମସ୍ତ ସୃଷ୍ଟିଶୀଳ ବିଷୟର ଜନନୀ । ମୁଖ୍ୟତଃ ସେ ଅଙ୍କୁରଣ ଓ ପଲ୍ଲବନର ହୁଦିନୀ ଶକ୍ତି । ତାଙ୍କର ଆଜ୍ଞାନୁସାରେ ବୀଜ ପଲ୍ଲବୀତ ହୁଏ । ବୃକ୍ଷଲତା ଫୁଲ ଫଳରେ ଭରି ଉଠେ । ସେହିପରି ତାଙ୍କର ଆଶୀର୍ବାଦରେ ବଂଶବୃକ୍ଷ ମଧ୍ୟ ବିସ୍ତାରିତ ହେଉଥିବାର ବିଶ୍ୱାସ ରହିଛି । ମାତାପିତାଙ୍କ ପରେ ଭାଇ ହିଁ ମୁରବୀ ଓ ପରବର୍ତ୍ତୀ ପୀଢିର ପାଳକ ତଥା ସଂରକ୍ଷକ । ତେଣୁ ତାର ଶୁଭକାମନା କରି ଆଦିମ କାଳରୁ ଏହି ଦେବୀଙ୍କୁ ବିଭିନ୍ନ ଜନଜାତି ଓ ଉପଜାତିର ଝିଅମାନେ ମଙ୍ଗଳକାରିଣୀ ଭାବରେ ଉପାସନା କରୁଥିବା ଜଣାପଡେ । ଶାବରୀ ତନ୍ତ୍ରାଚାରରେ ଏହି ଦେବୀ ପର୍ଣ୍ଣଶବରୀ ଓ ପତରଶଉରେନ୍ ରୂପରେ ଉପାସିତା ହୋଇଥାନ୍ତି ।
ଡାଲଖାଇ ଦେବୀଙ୍କ ପ୍ରାୟ ସମରୂପା ପର୍ଣ୍ଣଦେବୀ ନାମକ ଦେବୀଙ୍କ ବିଷୟରେ ବୈଦିକ ବାଙ୍ମୟରୁ ସୂଚନା ମିଳେ । ଏହି ଦେବୀ ସମସ୍ତ ବନସ୍ପତି ଓ ଉଦ୍ଭିଦ ଜଗତର ଜନନୀ । ତାଙ୍କୁ ପରବର୍ତ୍ତୀ ଭାରତୀୟ ସାହିତ୍ୟରେ ଶାକମ୍ୱରୀ ବା ଅନ୍ନପୂର୍ଣ୍ଣା ଭାବରେ ବର୍ଣ୍ଣନା କରାଯାଇଛି । ଏହି ଦେବୀ ଦକ୍ଷିଣମାର୍ଗୀ ଶାକ୍ତ ପରମ୍ପରାରେ ମହାଲକ୍ଷ୍ମୀ ରୂପରେ ପୂଜିତା । ସେ ଅନ୍ନ ବ୍ରହ୍ମର ଅଧିଷ୍ଠାତ୍ରୀ ଦେବୀ । ଯେହେତୁ ଅନ୍ନର ପ୍ରାଣବର୍ଦ୍ଧିନୀ ଶକ୍ତି ଏହି ଜଗତକୁ ଜୀବନ୍ତ ଓ ଗତିଶୀଳ ରଖିଛି, ତାର ଅବର୍ତ୍ତମାନରେ ସମଗ୍ର ଅଖିଳ ବ୍ରହ୍ମାଣ୍ଡ ଅଚିରେ ଧ୍ୱଂସାଭିମୁଖୀ ହେବ ବୋଲି ଲୋକ ବିଶ୍ୱାସ ରହିଛି ।
ଡାଲଖାଇ ଦେବୀଙ୍କ ଜନ୍ମ ପ୍ରସଙ୍ଗ
ଏକ କନ୍ଧଲୋକମିଥ୍ ଅନୁସାରେ, “ ମହାତାନ୍ତ୍ରିକ ଅସୁର ରାଜା ରାବଣ ଷୋହଳ ବୁଢୀ ବା ମାଉଲିଙ୍କୁ ସାଧନା କରୁଥିଲା । ଏହି ଷୋହଳ ମାଉଲିଙ୍କ ଭିତରୁ ମୁଖ୍ୟ ମାଉଲିଙ୍କୁ ସେ ଲଙ୍କାର ଅଧିଷ୍ଟାତ୍ରୀ ବା ଲଙ୍କାଦେବୀ ଭାବରେ ପୂଜା କରୁଥିଲା । ଏମାନଙ୍କ ଭିତରୁ ଛଅଜଣ ମାଉଲି ଛଅ ଭୂବନର ତଥା ଦଶଜଣ ମାଉଲି ଦଶଦ୍ୱାର ଓ ଦଶଦିଗର ଅଧିଷ୍ଟାତ୍ରୀ ଦେବୀ ଥିଲେ । ଉପରୋକ୍ତ ଛଅ ମାଉଲିଙ୍କଠାରୁ ସେ ‘ ଅଷ୍ଟସିଦ୍ଧି-ନଅନିଧି ’ ଲାଭ କରିଥିଲା। ଅବଶିଷ୍ଟ ‘ ଦଶମୁଖୀ ମାଉଲି ’ ଙ୍କ ଠାରୁ ସର୍ବଗମନ ଶକ୍ତି ଓ ଦଶମୁଣ୍ଡର ଅଧିକାରୀ ହେବାକୁ ବର ପାଇଥିଲା । ଏହି ଷୋହଳ ମାଉଲି ଲଙ୍କାଗଡ଼ର ସୁରକ୍ଷା ଓ ଶ୍ରୀବର୍ଦ୍ଧନ କରୁଥିଲେ । ରାବଣ ପୂଜିତ ଏହି ଷୋହଳ ମାଉଲି ଲଙ୍କାଗଡ଼ରେ ଷୋହଳଟି ‘ କଠି ’ରେ ପୂଜା ପାଉଥିଲେ । ସୀତା ଠାବ କରିବାକୁ ଯାଉଥିବା ହନୁମାନଙ୍କ ଦ୍ୱାରା ଅପମାନିତ ହୋଇ ଶ୍ରୀଲଙ୍କାର ଅଧିଷ୍ଟାତ୍ରୀ ଦେବୀ ବା ରାଜଲକ୍ଷ୍ମୀ ଲଙ୍କାଦେବୀ ଜନସ୍ଥାନ ବା ଦଣ୍ଡକାରଣ୍ୟ କୁ ଚାଲିଆସିଲେ । ସେଠାରେ ମଧ୍ୟ ଉପଯୁକ୍ତ ସେବାପୂଜା ନ ପାଇବାରୁ କୋଶଳ ଦେଶକୁ ଗମନ କଲେ । ଲଙ୍କାଗଡ଼ରୁ ପଳାୟନ କଲାବେଳେ ଏହି ଦେବୀ ନିଜ ସାଙ୍ଗରେ ସାତଜଣ ମାଉଲିଙ୍କୁ ଆଣିଥିଲେ । ଲଙ୍କାପତି ରାବଣ ଉଭୟ ଆସୁରୀ ଓ ବ୍ରହ୍ମବିଦ୍ୟାର ଅଧିକାରୀ ଥିଲା । ସେ ପୁଣି ଶାବରୀ ବିଦ୍ୟାକୁ ଲାଭ କରିବା ପାଇଁ ଶାବରୀ ବିଦ୍ୟାରେ କେନ୍ଦ୍ର ଜନସ୍ଥାନ ବା ଦଣ୍ଡାକରଣ୍ୟରେ ରାଜ୍ୟ ବା ଉପନିବେଶ ସ୍ଥାପନ କରିଥଇଲା । କୋଶଳ ଥିଲା ଜନସ୍ଥାନ ସଂଲଗ୍ନ ଦେଶ । ସୂର୍ଯ୍ୟବଂଶୀ ଆର୍ଯ୍ୟ ସମ୍ରାଟ ଦଶରଥଙ୍କ ପାଟରାଣୀ କୌଶଲ୍ୟା ଏହି ଦେଶର ବିଞ୍ଜାଲ ରାଜାର ଝିଅ ଥିଲେ । ତେଣୁ କୋଶଳ ଥିଲା ଶ୍ରୀରାମଚନ୍ଦ୍ରଙ୍କ ମାତୁଳାଳୟ । ଲଙ୍କାପତି ରାବଣ ଦଶରଥଙ୍କ ବିବାହ ଯାତ୍ରା ସମୟରେ ଆକ୍ରମଣ କରିବା ସମ୍ୱାଦ ପାଇ ଦଶରଥ ଓ କୌଶଲ୍ୟା ଚତୁରଙ୍ଗସେନା ପରିତ୍ୟାଗ ପୂର୍ବକ କନ୍ଧ-କନ୍ଧଣୀ ବେଶରେ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନ କରିଥିଲେ । ତେଣୁ କିଛଇ ବର୍ଗର କନ୍ଧ ନିଜକୁ ସୂର୍ଯ୍ୟବଂଶୀ ବୋଲି ଦାବୀ କରିଥାନ୍ତି ତଥା କୌଶଲ୍ୟାଙ୍କୁ ବଧୂ ରୂପରେ ଗ୍ରହଣ କରିଥିବାରୁ କୌଣସି କନ୍ଧ ଯୁବକ ଯଦି ବିଞ୍ଜାଲଯୁବତୀର ପାଣି ଗ୍ରହଣ କରେ, ତାକୁ କନ୍ଧ ସମାଜ ବାରଣ କରେ ନାହିଁ । ପ୍ରସଙ୍ଗକ୍ରମେ ଉଲ୍ଲେଖ ଯୋଗ୍ୟ ଯେ, ଏହି ଦଣ୍ଡକାରଣ୍ୟ ଅନ୍ତର୍ଗତ ଏବର କୋରାପୁଟ ହଉଛି ଧାନ୍ୟଶସ୍ୟ, ଶ୍ରୀ ବା ଲକ୍ଷ୍ମୀଙ୍କର ଆଦି ଜନ୍ମସ୍ଥାନ । ଏଠାରେ ପ୍ରଥମେ ଆଦିବାସୀ ମାନଙ୍କ ଦ୍ୱାରା ଧାନଚାଷ ହୋଇ ପୃଥିବୀର ଅନ୍ୟ ଆଡକୁ ବ୍ୟାପିଥିବା କଥା ବୈଜ୍ଞାନିକମାନେ ନିର୍ବିବାଦରେ ସ୍ୱୀକାର କରିଛନ୍ତି । ସେହି କାରଣରୁ ରାବଣକୁ ପରିତ୍ୟାଗ କଲାପରେ ଲଙ୍କାଦେବୀ ପ୍ରଥମେ ଜନସ୍ଥାନ ଓ ତାପରେ କୋଶଳ ଦେଶକୁ ଆପଣାର ବିଚରଣ କ୍ଷେତ୍ରରୂପେ ଗ୍ରହଣ କରିଥିଲେ । ଏହା ସହିତ ନିଜ ସାଙ୍ଗରେ ଆଣିଥିବା ସାତଜଣ ମାଉଲି ଓ ସ୍ଥାନୀୟ ଆଠଜଣ ଲୋକ ଦେବତାଙ୍କୁ ଷୋହଳ କୋଠିରେ ସ୍ଥାନ ଦେଇ ଏକାଠି ସେବାପୂଜା ଗ୍ରହଣ କରିବାକୁ ଅଧିକାର ପ୍ରଦାନ କରିଥିଲେ। ଏହିପରି ଭାବରେ ଷୋହଳ କୋଠିରେ ଆଠଜଣ ମାଉଲି ବା ବୁଢୀ ଓ ଆଠଜଣ ବୁଢା ପୂଜା ପାଇଲେ ।
ଏହି ଲଙ୍କାଦେବୀ କପାଳରେ ତ୍ରିଶୁଳ ଓ କନ୍ଧରେ ଖର୍ପର ଧାରଣ ପୂର୍ବକ ବିଚରଣ କରୁଥିଲେ । ସେ ଥିଲେ ପଲ୍ଲବ-ପୁଷ୍ପ ଓ ଫଳାହାରିଣୀ । ତେଣୁ ତାଙ୍କୁ ‘ ଡାଲ୍ଖାଇ ’ କୁହାଗଲା । ରାଜକୀୟ ବୈଭବ ପରିତ୍ୟାଗ କରି କଣ୍ଟକାକୀର୍ଣ୍ଣ ଅରଣ୍ୟ ପଥରେ ବିଚରଣ କରୁଥିବାରୁ ତାଙ୍କର ପାଦ ରକ୍ତାକ୍ତ ହୋଇପଡିଥିଲା ଏବଂ ସେ ଛୋଟେଇ ଛୋଟେଇ ଚାଲୁଥିଲେ । ତେଣୁ ତାଙ୍କୁ ‘ ଛୁଟି ମାଉଲି ’ କୁହାଗଲା । ତାଙ୍କୁ ‘ ବାଇଶ କୋଟି ଋଷି ଓ ଛପନାକୋଟି ଦେବତା ’ ମାନୁଥିଲେ । ସେତେବେଳେ ଏହି ଅଞ୍ଚଳରେ ‘ ଚେରେର ଯେ କାଏଁ ନି, ସୂର୍ଯ୍ୟର ଯେ ଛାଏଁ ନି ’ ! ଅଗ୍ନାଅଗ୍ନି ବନ । ବତରି ପୋକପରି ସାଲୁବାଲୁ ଜୀବଜନ୍ତୁ । ସେହି ପ୍ରତିକୂଳ ସମୟରେ ଏହି ଅଂଚଳରେ ବାସକରୁଥିବା ବଁଡା, କନ୍ଧ, ଗଁଡ, ବିଞ୍ଜାଲ, ପହରିଆ, ଭୁଂଜିଆ, ଗଉଡ ଓ ଗଁଡା ଇତ୍ୟାଦି ମୂଳନିବାସୀମାନେ ପଶୁପକ୍ଷୀଙ୍କ ପରି ପତରଆଡେଇ, ଗୁଛାଖୁଟାମାରି, ରେଙ୍ଗାଲ୍ ଢାଳି ଗାଁ ଘର ଗାଡି ରହୁଥିଲେ । ହିଂସ୍ର ଶ୍ୱାପଦ, ପ୍ରାକୃତିକ ଦୁର୍ବିପାକ ଓ ମହାମାରୀ ର ଆଶଙ୍କା ରହୁଥିଲା । ଜୀବନ ବଞ୍ଚିବା ପାଇଁ ଅହରହ ଏକ ଅଲଗା ପ୍ରକାର ସଂଘର୍ଷ କରିବାକୁ ପଡୁଥିଲା । ସେତେବେଳେ ଛୁଟିବୁଢୀ ସମସ୍ତଙ୍କୁ ଅଭୟ ପ୍ରଦାନ କଲେ । ଝାଁଟି-ଝିଟ୍କା, ଚାଏର-ଚଉଁରା, ଲଲୋ-ବାଲୋ, ପିଲୋ-ପାଞ୍ଜୋ, ଗଁଠିଆ-ପଁଡ୍କା ସମସ୍ତଙ୍କୁ ସୁରକ୍ଷା ଦେଲେ । ଗୀତର ଖେନ୍ଦା, ଫୁଲର ପାଖୁଡା ଓ ଗଛର ଡାଳ ପରି ବଢିବାକୁ ମଣିଷକୁ ଆଶୀର୍ବାଦ ଦେଲେ । ବରମାସରେ ବାରବର୍ଣ୍ଣ ଧାରଣ କରୁଥିବା ମହାବଳ ବାଘକୁ ବାହନ ରୂପରେ ଗ୍ରହଣ କଲେ । ବାରଜାତିର ବୋଡା ସାପକୁ ବାରମାସି ଅଲଗା ଅଲଗା ‘ ବାହାନି ’ ଭାବରେ ଧାରଣ କଲେ । ଏହି ଲଙ୍କାଦେବୀ କାଳକ୍ରମେ କୋଶଳର ପଶ୍ଚିମ ଦିଗରେ ଛୁଟିବୁଢୀ ବା ଡାଲଖାଇ ଦେବୀ, ଦକ୍ଷିଣ ଦିଗରେ ଦ୍ୱାରସେନୀ, ପୂର୍ବଦିଗରେ ଲଙ୍କେଶ୍ୱରୀ ଓ ଉତ୍ତର ଦିଗରେ ସମଲେଇ ରୂପରେ ପୂଜା ପାଇଲେ । ” ( ୧ )
ସ୍ୱର୍ଗତ ଭାଗୀରଥି ନେପାକଙ୍କ ସଂଗୃହୀତ ଡାଲଖାଇ ମିଥ୍ ଅନୁସାରେ, “ କୋଶଳ ଦେଶରେ ନଳିତ ନାମକ ରାଜା ଥିଲେ । ତାଙ୍କ ରାଣୀଙ୍କ ନାମ ନୀଳାବତୀ । ସେମାନଙ୍କ ଦେବହରି ଓ ରାମହରି ନାମରେ ଦୁଇଟି ପୁତ୍ର ଥିଲେ । ରାଜକୁମାର ଦେବହରିଙ୍କ ପତ୍ନୀଙ୍କ ନାମ ତୁଳସୀ ଓ ରାଜକୁମାର ରାମହରିଙ୍କ ପତ୍ନୀଙ୍କ ନାମ ଥିଲା ଦହନା । ସେମାନେ ସୁଖରେ କାଳାତିପାତ କରୁଥିଲେ । ଏହି ସମୟରେ ରାଣୀ ନିଳାବତୀ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଲେ । ତାର ନାମ ‘ ରହେଲା ’ ରଖାଗଲା । ରାଜକୁମାରୀ ରହେଲା ସାତବର୍ଷ ବୟସରେ ହେଲା ସମୟରେ ‘ ଡାଲଖାଇ ଓଷା ’ କରିବା ପାଇଁ ତାର ପିତାମାତାଙ୍କ ଠାରେ ଅଳିଅର୍ଦ୍ଦନି କଲା । ମାତ୍ର ତାର ପିତାମାତା ତାକୁ ଏହି ଓଷା କରିବା ପାଇଁ ମନା କଲେ । ରାଜକୁମାରୀ ରହେଲା ଏଥିରେ ଦୁଃଖିତା ହୋଇ ମହରା ବିଷ ଖାଇ ପୋଖରୀକୁ ଡେଇଁ ଆତ୍ମହତ୍ୟା କଲା । ବହୁତ ଖୋଜାଖୋଜି କରିବା ପରେ ସେ ଆତ୍ମହତ୍ୟା କରିଥିବା କଥା ଜଣା ପଡିଲା । ସାତ ବହନୀ ବା ସାତଜଣ ଜଳଦେବୀଙ୍କ ସାଙ୍ଗରେ ପୋଖରୀରେ ସେ ଜଳକ୍ରୀଡା କରୁଥିବା ଲୋକେ ଦେଖିବାକୁ ପାଇଲେ । ସେହି ସାତ ଭଉଣୀ ରାଜା ଓ ରାଣୀଙ୍କୁ ଡାଲଖାଇ ଓଷା କଲେ ରାଜକୁମାରୀ ରହେଲା କୁ ଫେରି ପାଇବାର ପ୍ରତିଶୃତି ଦେବାରୁ ସେମାନେ ଡାଲଖାଇ ଓଷା କଲେ ଓ ନିଜ କନ୍ୟାକୁ ଫେରି ପାଇଲେ । ” ଏହିପରି ଭାବରେ ଡାଲଖାଇ ଓଷା ଜନ୍ମଲାଭ କଲା । ( ୨ )
“ ଦୁର୍ଗତି ହରଣେ କଳିରେ ଦୁର୍ଗା ବୋଲାଉ ମାତ,
ଅଭୟ ଦାନରେ ଅଭୟା ସର୍ବ ଯୁଗରେ ଖ୍ୟାତ ।
ଜଗତ ମଙ୍ଗଳ କାରଣେ ସର୍ବମଙ୍ଗଳା ହେଉ,
ଗ୍ରାମେ ଗ୍ରାମେ ଗ୍ରାମ ଦେବତୀ ନାମେ ତୁ ପୂଜା ପାଉ ।
କାଳିକା, ବାଉତି, ମାଉଲି, ପିତାବଳୀ ଆବର,
ସ୍ଥାନେ ସ୍ଥାନେ ନାମ ପ୍ରକାଶ ଏକୁ ଆରେକ ତୋର ।
ସମ୍ୱଲପୁରରେ ରହିଣ ନାମ ସମଲେଶ୍ୱରୀ,
ସ୍ୱର୍ଣ୍ଣପୁରେ ନାମ ପ୍ରକାଶ ଅଭୟା ସୁରେଶ୍ୱରୀ ।
ପାଟଣେଶ୍ୱରୀ ତୁ ବୋଲାଉ ପାଟଣାରେ ନିବାସ,
ଯେ ତୋତେ ଯେ ଭାବେ ଭଜଇ ତାରେ ହେଉ ତୁ ବଶ । ”
ସାତ୍ତ୍ୱିକ, ଶାକ୍ତିକ ଓ ପଞ୍ଚମକାର ପଦ୍ଧତିରେ ପୂଜା ପାଉଥିବା ଏହି ଦେବୀ କିନ୍ତୁ ବଳି ଗ୍ରହଣ କରୁଥିବାରୁ ଦୁଃଖ ପ୍ରକାଶ କରି କବି କହନ୍ତି –
“ ଅହିଂସା ପରମ ଧରମେ କେତେ ଲଗାଉ କାଳି,
ମାଁ ଗୋ ତୋ ଆଗେ ଛେଦିଲେ କେତେ ନୀରିହ ଛେଳି ।
ମାଁ ଛାତି ତେଣୁ ମାଉସୀ ସେବା କଲେ ଯୁକତେ,
ଏ ମାର୍ଗେ ସେବିଲେ କେସନେ ମାତା ଲଭିବେ ତୋତେ ? ”
ତେଣୁ ଭିନ୍ନ ଭାବରେ ସେ ଓଷାଇତି ମାନଙ୍କ ନିକଟରେ ମହାଷ୍ଟମୀର ଚରିତ ବର୍ଣ୍ଣନା କରିଛନ୍ତି । ଭାଇଜୀଉଁତିଆ ଓଷାର ଉତ୍ପତ୍ତି ସମ୍ପର୍କୀତ ଦୁଇଗୋଟି ଉପାଖ୍ୟାନକୁ ସେ ତାଙ୍କ ପୁସ୍ତିକାରେ ଲିପିବଦ୍ଧ କରିଛନ୍ତି । ତନ୍ମଧ୍ୟରୁ ପ୍ରଥମଟି ଏକ ବହୁପ୍ରସିଦ୍ଧ ରାମାୟଣ କାହାଣୀର ଛାୟାରେ ସୃଷ୍ଟି ହୋଇଥିବା ବେଳେ ଅନ୍ୟଟି ଏକ କାଳ୍ପନିକ କାହାଣୀ ବୋଲି ଜଣାପଡେ ।
ଗୋବିନ୍ଦଚନ୍ଦ୍ର ପ୍ରଦତ୍ତ ପ୍ରଥମ ଭାଇଜୀଉଁତିଆ କଥା ଅନୁସାରେ – “ ଶ୍ରୀରାମଚନ୍ଦ୍ର କର୍ତ୍ତୃକ ରାବଣର ବାରମ୍ୱାର ଶିରଚ୍ଛେଦନ ପରେ ମଧ୍ୟ ତାର ମୃତ୍ୟୁ ନ ହେବାରୁ ଶ୍ରୀରାମ ଦୁର୍ଗାପୂଜା ନିମିତ୍ତ ଦେବୀ ହ୍ରଦରେ ଥିବା ଲକ୍ଷେ ପଦ୍ମ ଆଣିବାକୁ ହନୁମାନଙ୍କୁ ନିର୍ଦ୍ଦେଶ ଦେଲେ । ପୂଜା ସମୟରେ ଏହି ପଦ୍ମରୁ ଗୋଟିଏ ଉଣା ହେବାରୁ କମଳଲୋଚନ ରାମଚନ୍ଦ୍ର ତାଙ୍କର ଆଖି ତାଡି ଅର୍ପଣ କରିବା ସମୟରେ ଦେବୀ ପ୍ରସନ୍ନ ହୋଇ ତାଙ୍କ ହାତ ଧରି ପକାଇଲେ ଓ ଲଙ୍କାପୁରୀ ପରିତ୍ୟାଗ କରିବାକୁ ସମ୍ମତି ପ୍ରଦାନ ପୂର୍ବକ ବ୍ରହ୍ମଶରରେ ରାବଣକୁ ବଧ କରିବା ପାଇଁ ପରାମର୍ଶ ଦେଲେ । ମହାଷ୍ଟମୀ ନାମରେ ପ୍ରସିଦ୍ଧ ଉକ୍ତ ଆଶ୍ୱିନ ଶୁକ୍ଳ ଅଷ୍ଟମୀ ତିଥିରେ ଅପୁତ୍ରିକ ମାନେ ଏହି ପୂଜା କଲେ ପୁତ୍ରଲାଭ ଏବଂ ଭଉଣୀମାନେ ପୂଜା କଲେ ଭାଇମାନଙ୍କ ଅରିଷ୍ଟ ଖଣ୍ଡନ ହେବା ସହ ସେମାନେ ଏକଶତଆଠ ବର୍ଷ ଆୟୁଷ ଲାଭ କରିବେ ବୋଲି ବରପ୍ରଦାନ କଲେ । ”
ଭାଇଜୀଉଁନ୍ତିଆ ଓଷାକଥାର ଦ୍ୱିତୀୟ ଉପାଖ୍ୟାନ ଅନୁସାରେ – “ ଚମ୍ପାବତୀ ରାଜ୍ୟର ରାଜା ବିକ୍ରମ ସେନଙ୍କ ମଦନାବତୀ ନାମକ ପାଟମହାଦେଇ ଓ ଅରୁଣା ନାମକ କନ୍ୟା ଥିଲେ । ସେହି ରାଜ୍ୟର ମନ୍ତ୍ରୀ ବୀରସେନ ମଧ୍ୟ ତାଙ୍କର ପତ୍ନୀ କମଳା ଓ ପୁତ୍ର ମଦନସୁନ୍ଦର ତଥା କନ୍ୟା ମାଳତୀ ସହିତ ଦୁର୍ଗାଙ୍କ କୃପାରୁ ସୁଖରେ ବସବାସ କରୁଥିଲେ । ରାଜକୁମାରୀ ଅରୁଣା ଓ ମନ୍ତ୍ରୀପୁତ୍ର ମଦନସୁନ୍ଦରର ପ୍ରେମ ଯୋଗୁଁ କ୍ଷୁବ୍ଧ ରାଜା ମଦନ ସୁନ୍ଦରକୁ ମାରିବା ପାଇଁ ଛଳନା ପୂର୍ବକ ତାକୁ ଘାତକ ସହିତ ପାରିଧି କୁ ପ୍ରେରଣ କଲେ । ମାତ୍ର ସଖି ପରାମର୍ଶରେ ନିଜ ପ୍ରେମିକର ସୁରକ୍ଷା ପାଇଁ ରାଜକୁମାରୀ ଅରୁଣା ଓ ମନ୍ତ୍ରୀ ପତ୍ନୀ କମଳାଙ୍କ ନିର୍ଦ୍ଦେଶରେ ତାଙ୍କ କନ୍ୟା ମାଳତି ମହାଷ୍ଟମୀ ବ୍ରତ କରି ଦୁର୍ଗା ପୂଜା ସମ୍ପାଦନ କରିବାରୁ ମଦନ ସୁନ୍ଦର ରକ୍ଷା ପାଇଲା । ତାକୁ ମାରିବା ପାଇଁ ସୁଯୋଗ ଖୋଜୁଥିବା ଘାତକକୁ ବ୍ୟାଘ୍ର ଭକ୍ଷଣ କଲା ।
ଦେବୀ କୃପାରୁ ମଦନସୁନ୍ଦର ରକ୍ଷା ପାଇଯିବାରୁ ରାଜା ବିକ୍ରମସେନ ପୁଣି ଛଳନା ପୂର୍ବକ ତାର ଖାଦ୍ୟରେ ବିଷ ପ୍ରୟୋଗ କଲେ ଓ ମୁର୍ଚ୍ଛିତ ହୋଇପଡିଲାପରେ ଦରିଆରେ ତାକୁ ନିକ୍ଷେପ କଲେ । ମାତ୍ର ମହାଷ୍ଟମୀ ପୂଜାରେ ମନ୍ତୁଷ୍ଟା ଦେବୀ ରାଜାଙ୍କୁ ସମୟରେ ଦେଖାଦେଇ ‘ ଏଣୁ ଏଣିକି ଭଲଗତି ଚାହୁଁଥିଲେ ’ ଜେମାମଣି ଅରୁଣା ସହିତ ମନ୍ତ୍ରୀପୁତ୍ର ମଦନକୁମରକୁ ବିବାହ ଦେବାପାଇଁ ନିର୍ଦ୍ଦେଶ ଦେଲେ । ଏହା ସହିତ ତାଙ୍କ ମାୟାବଳରେ ରାଜା ମାୟାକୁମରକୁ ଦରିଆରେ ଭସାଇଛନ୍ତି, ସତ ମଦନକୁମର ଏବେ ମଧ୍ୟ ଉଆସରେ ଶୋଇଛି ଏବଂ ତାକୁ ତାର ଭଉଣୀ ମହାଷ୍ଟମୀ ପୂଜାରେ ଲଗାଇଥିବା ‘ ଶହେଆଠ ପୂଜିତଦୁବ ’ ଛୁଆଁଇଦେଲେ ଜୀବନ ଲାଭ କରିବ ବୋଲି କହିଲେ । ଦେବୀଙ୍କ ଆଜ୍ଞାନୁସାରେ ଉପରୋକ୍ତ ବିଧି ସଂପାଦନ କରିବାରୁ ମଦନସୁନ୍ଦର ବଞ୍ଚି ଉଠିଲା । ରାଜା ମଦନସୁନ୍ଦର କୁ କ୍ଷମା ମାଗି ନିଜ କନ୍ୟାକୁ ତାକୁ ପ୍ରଦାନ କଲେ । ” ଏହା ପରେ ଭାଇଜୀଉଁନ୍ତିଆ ଓଷା ପ୍ରସିଦ୍ଧ ହେଲା ବୋଲି କୁହାଯାଇଛି ।
ପ୍ରକୃତରେ, ନିକଟ ଅତୀତରେ ଭାଇଜୀଉଁନ୍ତିଆ ଓଷା ବୋଲି କିଛି ନଥିଲା । ବ୍ରାହ୍ମଣ୍ୟ ସଂକ୍ରମଣ ପ୍ରଭାବରେ ‘ ଡାଲଖାଇ ଯାତ୍ରା ’ କ୍ରମଶଃ ‘ ଓଷା ’ରେ ରୂପାନ୍ତରିତ ହୋଇଛି । ଏପରିକି ପଶ୍ଚିମ ଓଡ଼ିଶାରେ ଦୂର୍ଗାଦେବୀଙ୍କର ଉପାସନା ଖ୍ରୀଷ୍ଟିୟ ଷଷ୍ଠ ଶତାବ୍ଦୀରୁ ହେଉଥିଲେ ମଧ୍ୟ ମାତ୍ର ଶହେ ବର୍ଷ ଭିତରେ ବଙ୍ଗାଳି, କଟକିଆ, ମାରୱାଡି ଓ ବ୍ରାହ୍ମଣମାନଙ୍କ ଦ୍ୱାରା ଏ ଅଞ୍ଚଳରେ ସାର୍ବଜନୀନ ଦୁର୍ଗାପୂଜା ଆରମ୍ଭ ହୋଇଥିବା କଥା ଜଣାପଡେ ।
ଷୋହଳ ସଂଖ୍ୟାର ଗୁରୁତ୍ୱ
ଷୋହଳ ସଂଖ୍ୟାଟି ଭାରତୀୟ ସଂସ୍କୃତିରେ ଏକ ଗୁରୁତ୍ୱପୂର୍ଣ୍ଣ ସଂଖ୍ୟା । ଏହା ପୂର୍ଣ୍ଣତାର ପ୍ରତୀକ । ସେହି ପରିପ୍ରେକ୍ଷୀରେ ଷୋଡଶଦଳ ପଦ୍ମ, ଷୋହଳ କଳା, ଷୋହଳସହସ୍ର ଗୋପନାରୀ, ଷୋଡଶୀ କନ୍ୟା, ଷୋହଳ ଅଣା ଓ ଷୋଡଶୋପଚାର ପୂଜାପଦ୍ଧତି କଥା ବିଚାର କରାଯାଇପାରେ । ସେହିପରି କୋଶଳ ଅଂଚଳର ଲୋକସଂସ୍କୃତିରେ ଷୋହଳ ମାଏଟ୍, ଷୋହଳ ମାଉଲି, ଷୋହଳ କୋଠି, ଷୋହଳ ଭରନି ଓ ଷୋହଳ ପୂଜା ଇତ୍ୟାଦି ବିଷୟରେ କୁହାଯାଇଥାଏ ।
ଗଁଡ ଲୋକବିଶ୍ୱାସ ଅନୁସାରେ ଧରିତ୍ରୀମାତାର ଶରୀର ଷୋହଳ ପ୍ରକାର ମାଟିରେ ତିଆରି । ସେହି ମାଟି କିସମ ଗୁଡିକ ହେଲା – ୧. ବୀର ମାଏଟ୍ । ୨. ଶିର ମାଏଟ୍ । ୩. ଧୀର ମାଏଟ୍ ।
୪. କାଲି ମାଏଟ୍ । ୫. ଗୁରି ମାଏଟ୍ । ୬. ନିଲି ମାଏଟ୍ ।
୭. ଧୁବଲି ମାଏଟ୍ । ୮. ଲାଲୁ ମାଏଟ୍ । ୯. ଘାଲୁ ମାଏଟ୍ ।
୧୦. ଲୁହୁରି ମାଏଟ୍ । ୧୧. ପୁହୁରି ମାଏଟ୍ । ୧୨. ମଅଁଲି ମାଏଟ୍ ।
୧୩. ସିଂହାସିଂଗ ମାଏଟ୍ । ୧୪. ନରସିଂହ ମାଏଟ୍ ।
୧୫. ପଦ୍ମିନୀ ମାଏଟ୍ । ଓ ୧୬. ଚଖି ମାଏଟ୍ ।
ଶାବରୀ ତନ୍ତ୍ରାନୁସାରେ ଏହି ୧୬ ପ୍ରକାର ମାଟିର ୧୬ ଜଣ ଅଧିଷ୍ଠାତ୍ରୀ ଦେବା ଅଛନ୍ତି । ତାଙ୍କୁ ଷୋହଳ ମାଉଲି କୁହାଯାଏ । ସେମାନେ ହେଲେ –
୧. ଛୁଟି ମାଉଲି । ୨. ଲୁଲି ମାରଲି । ୩. ଘୁଙ୍ଗି ମାଉଲି ।
୪. ବନ ମାଉଲି । ୫. ଧନ ମାଉଲି । ୬. ରଜତ ମାଉଲି ।
୭. ଫୁଲ ମାଉଲି । ୮. ମୁନି ମାଉଲି । ୯. ସନ୍ଧି ମାଉଲି ।
୧୦. ଦୁଲା ମାଉଲି । ୧୧. ଉଡା ମାଉଲି । ୧୨. ହାଟ ମାଉଲି ।
୧୩. ବାଟ ମାଉଲି । ୧୪. ବଞ୍ଜରୀ ମାଉଲି । ୧୫. ଜଲମତି ମାଉଲି ।
ଓ ୧୬. ମ୍ରିକୁଛ ବା ମିର୍ଚୁକି ମାଉଲି ।
ଏହି ଦେବୀମାନେ ଏ ମାଟିର ସିର୍ଜିନା ଦେବୀ । ଏମାନଙ୍କୁ ମାନିଲେ ମାଁ ରୂପରେ ସମସ୍ତ ବିପଦରୁ ଉଦ୍ଧାର କରିଥାନ୍ତି । ମାତ୍ର ଅବଜ୍ଞା କଲେ ‘ ମାଏଟ୍ ଉଲି ଦେଇଥାନ୍ତି । ’ ଅର୍ଥାତ୍, ସଂପୂର୍ଣ୍ଣ ଭାବରେ ବିନଷ୍ଟ କରିଥାନ୍ତି । ଏମାନେ ଜନଗଣର ଦେବୀ । ଅଳ୍ପରେ ସନ୍ତୁଷ୍ଟା । କିଏ ପାଣି ଗଡୁଟିଏରେ ତ କିଏ ଡାଳଖଣ୍ଡେ, କିଏ ପଥର ଟିଏ, କିଏ ନଡିଆ କିମ୍ୱା ସିନ୍ଦୁରଟିକିଏରେ ଖୁସି । ଏହାଛଡା ଏମାନଙ୍କ ଲୌକିକ ପୂଜାପଦ୍ଧତି ଅତି ସରଳ । ପ୍ରାୟତଃ ମନ୍ତ୍ରହୀନ । ମାତ୍ର ଏହି ଦେବୀମାନଙ୍କ ସନ୍ତୁଷ୍ଟି ପାଇଁ ଶାବରୀ ତନ୍ତ୍ରାଚାର କାଳରେ ବ୍ୟବହୃତ ବିବିଧ ଯନ୍ତ୍ର ଓ ‘ ଆଜ୍ଞା ’ ବା ଆଦେଶ ଥିବା ବିଭିନ୍ନ ମନ୍ତ୍ର ଏବେ ମଧ୍ୟ ଅନେକତ୍ର ଉପଲବ୍ଧ । ଏମାନେ ସମସ୍ତେ ଉଭୟ ଶୁକ୍ଳପୂଜା ଓ ବଳିଭୋଜା ଗ୍ରହଣ କରିଥାନ୍ତି । ଏମାନଙ୍କ ନିକଟରେ ତଥାକଥିତ ସାତ୍ତ୍ୱିକ ବା ତାମସିକତାର ପ୍ରଭେଦ ନ ଥାଏ । ( ୪ )
ଷୋହଳ କୋଠି ଓ ଷୋହଳ ଭର୍ନି
ପ୍ରଥମେ ଉପରୋକ୍ତ ଷୋହଳ ମାଉଲି ଏକତ୍ର ପୂଜା ପାଉଥିବା ବର୍ଗାକାର ବା ଆୟତ୍ତାକାର କ୍ଷେତ୍ରରେ ରେଖା ସମନ୍ୱିତ ଏକ କାନ୍ଥଚିତ୍ର କୁ ଷୋହଳ କୋଠି କୁହାଯାଉଥିଲା । ପରବର୍ତ୍ତୀକାଳରେ ଏହି ଷୋହଳ କୋଠିରେ ପୁରୁଷ ଦେବତାଙ୍କ ପ୍ରବେଶ ଘଟିଲା । ଏହା ସହିତ ସ୍ଥଳ ବିଶେଷରେ ଆଦିବାସୀ ଦେବତାମାନଙ୍କ ସହିତ ମୁଖ୍ୟ ଧାରାର ହିନ୍ଦୁ ଦେବଦେବୀ ମଧ୍ୟ କାଳକ୍ରମେ ଏହି ଷୋହଳ କୋଠିରେ ପୂଜା ପାଇଲେ ଏବଂ ମୂଳ ଦେବଦେବୀମାନେ କ୍ରମଶଃ ବିବର୍ତ୍ତିତ ବା ଅପସାରିତ ହେଲେ ।
ଏହିପରି ଏକ ପରିବର୍ତ୍ତିତ ଷୋହଳ କୋଠିର ଷୋହଳଜଣ ଦେବଦେବୀଙ୍କ ‘ ଭରନି ’ ଆମ୍ଭର ହସ୍ତଗତ ହୋଇଛି । ସେହି ଷୋହଳ ଜଣ ଦେବଦେବୀ ହେଲେ – ବୁଢାରଜା, ଦୁର୍ଗା, ମଙ୍ଗଳା, କାଳିକା, ମାହେଶ୍ୱରୀ, ସମଲେଇ, ପାଟଣେଶ୍ୱରୀ, ଦ୍ୱାରସେନୀ, ବାଉତି, କୁନ୍ଦାଦେଓ, ଦକ୍ଷିଣକାଳୀ, ବିନ୍ଧ୍ୟାବାସିନୀ, ଭୈରବୀ, ସାରଳା, ଚଣ୍ଡୀ ଓ ଆଦିଶକ୍ତି ବା ବସୁମାତା ।
ଲୋକ ବିଶ୍ୱାସ ଅନୁସାରେ ଭରନି ହେଉଛି ‘ ଯାତ୍ରା ’ କରୁଥିବା ବା ବୁଲି ବାହାରୁଥିବା ଦେବୀମାନଙ୍କୁ ନିଦରୁ ଉଠାଇବା ବା ଆବାହନ କରିବା ପାଇଁ ଏକ ନିମନ୍ତ୍ରଣ ବାଦ୍ୟ । ନିମ୍ନରେ ସଂଗୃହୀତ ଷୋହଳ ଦେବଦେବୀଙ୍କ ‘ ଷୋହଳଭରନି ’ ବାଦ୍ୟର ‘ ମୁଖ୍ଡା ’ ଦିଆଯାଉଛି । ତାହା ହେଲା –
୦୧. ବୁଢାରଜା- ଉଡୃଗିନ୍ଧା ଜି ଝାଏଁ । ଉତୃଗିନ୍ଧା ଜି ଝାଏଁ, ତିତାକ୍ ତା ।
୦୨. ଦୁର୍ଗା-ଜିନ୍ ଚାହେଁଚାହେଁ ଦିନ୍ଧା । ଦିହିଁତା ତିଟି ଝାଏଁ ଦିନ୍ଧା ।
ଗିନ୍ରି ଗିନ୍ରି ।
୦୩. ମଙ୍ଗଳା – ତାକ୍ତାକ୍ତାକ୍ । ଜି ଚାହେଁ ତିକ୍ ତାକ୍ତାକ୍ । ଗିନ୍ଧିରି ତାରଖିଟି ତାକ୍ତାକ୍ ।
୦୪. କାଳିକା – ଘିଟ୍ଘିଟା ଘିଟ୍ଘିଟା ଘିଟା । ଘିଟ୍ଘିଟା ଘିଟ୍ଘିଟା ଗିନ୍ଧା ।
୦୫. ମାହେଶ୍ୱରୀ – ଗିନ୍ଧିରି ଗିନ୍ଧାଗିନ୍ଧା ଗିନ୍ଦିରି ଗିନ୍ଧା, ଖିତରି ଖିଟା ଖିଟା ଖିତରି ଖିଟା ।
୦୬. ସମଲେଇ – ଗେନ୍ଜେଣେ ଗେନ୍ଧା, ଗେନ୍ଜେଣେ ଗେନ୍ଧା, ଗିନ୍ ଗିନ୍ଧାଗିନ୍ଧା, ଗିନ୍ ଖିଟା ।
୦୭. ପାଟଣେଶ୍ୱରୀ – ଗୁଲା ଗୁଲା ତିତାକ୍ ତାଖିଟି, ତାର ଗୁଲାଗୁଲା ତିତାକ୍ ତାଖ୍ଟି ।
୦୮. ଦ୍ୱାରସେନୀ – ଗିଡିଗିଡି ତାକ୍ତାକ୍, ଗିଡିଗିଡି ତାକ୍ତାକ୍, ଗିଡିଗିଡି ତାକ୍ତାକ୍ ।
୦୯. ବାଉତି – ଘିତର୍ଗଡ଼ ତାଖିଟି ତାଟ୍ ଖିନ୍ଦା, ତାଖିଟି ତାଟ୍ ଖିନ୍ଦା ।
୧୦. କୁନ୍ଦାଦେଓ – ଗିଡିନାକି ଝାଏଁ, ତରଗଡ଼ ଗିଡିନାକି ତା ।
୧୧. ଦକ୍ଷିଣକାଳୀ – ତିଡିତାତା, ତିଡିତାତା, ତିଡିତାତା ତିତା । ତାର ଗିନ୍ଧାଗିନ୍ଧା ତାରଗନ୍ଧା ଗିଡାମ୍ । ( ୨ ଥର )
୧୨. ବିନ୍ଧ୍ୟବାସିନୀ – ଯାଏଁ ଚିନି ଚାହେଁ ଚିନ୍ଧାକ୍ ଜି ଯାଏଁ ଚିନି ତାକ୍ ତାନ୍ଧାକ୍ ।
୧୩. ଭୈରବୀ – ଧାକିଟି କିତା ତାକ୍ଟି କିତା । ଧାକିଟି କିତା ତାକ୍ କିତା ।
୧୪. ସାରଳା – ତିକି ତିକି ତାକ୍ ଯାନ୍ଜିନ୍, ତିକି ତିକି ତରଗଡ଼ ଯାନ୍ଜିନ୍ ।
୧୫. ଚଣ୍ଡି – ଡେହେନ୍ ଡେହେନ୍ ତାକ୍, ଡେହେନ୍ ଡେହେନ୍ ତାକ୍ ତାକ୍ ଡେଢେହେନ୍ ଢେଡେନ୍ ତାକ୍ ।
୧୬. ଆଦିଶକ୍ତି ବା ବସୁମାତା – ଜାନାଗିନାଗିନୀ ଜାନାଗିନିତାକ୍ । ଗିନିଜାନାଗିନା ଗିନିଜାନା ଗିନିତାକ୍ । (୫)
ଷୋହଳ କୋଠିର ଅଧିଷ୍ଠାତ୍ରୀ ଦେବୀମାନଙ୍କୁ ଷୋହଳ ପୂଜା ଦିଆଯାଇଥାଏ । ଆଶ୍ୱୀନ ମାସରେ ଦିଆଯାଉଥିବା ଏହି ପୂଜାରେ ପ୍ରଥମ ଆଠଦିନକୁ ଶୁକ୍ଳପୂଜା ଓ ପରବର୍ତ୍ତୀ ଆଠଦିନକୁ ବଳିଭୋଜା ର ଦିବସ ରୂପେ ଗ୍ରହଣ କରାଯାଏ । ମାତ୍ର ଷୋଡଶୋପଚାର ପୂଜାପଦ୍ଧତି କହିଲେ – ଆବାହନ, ଆସନ, ପାଦ୍ୟ, ଅର୍ଘ୍ୟ, ଆଚମନ, ସ୍ନାନ, ବସ୍ତ୍ରପରିଧାନ, ଉପବୀତ ଧାରଣ, ଗନ୍ଧଦାନ, ମାଲ୍ୟାଦିପୁଷ୍କ ପ୍ରଦାନ, ଧୂପଦାନ, ଦୀପଦାନ, ନୈବେଦ୍ୟ ଅର୍ପଣ, ଦକ୍ଷିଣା ସହିତ ତାମ୍ୱୁଳ ଅର୍ପଣ, ପ୍ରଦକ୍ଷିଣ ତଥା ମନ୍ତ୍ର ପୁଷ୍ପ ସହିତ ପ୍ରଣାମ କରିବାକୁ ବୁଝାଉଛି । ଏହି ଷୋଡଶୋପଚାର ପୂଜାପଦ୍ଧତି ବ୍ରାହ୍ମଣ୍ୟ କର୍ମକାଣ୍ଡ ଦ୍ୱାରା ପ୍ରଭାବିତ ହୋଇଥିବା ସ୍ପଷ୍ଟ ଅନୁମେୟ ।
ଡାଲଖାଇଦେବୀଙ୍କ ସରୂପ ଓ ଜନ୍ମସ୍ଥାନ ବିବାଦ
ଡାଲଖାଇ ଦେବୀଙ୍କ ସରୂପ ଓ ଜନ୍ମସ୍ଥାନକୁ ନେଇ କିଛି ଗବେଷକ ଭିନ୍ନ ଭିନ୍ନ ମତପୋଷଣ କରିଛନ୍ତି । ସର୍ଗତ ଭାଗୀରଥି ନେପାକ ପୁରାତନ ସୋନପୁର ଗଡ଼ଜାତକୁ ‘ଡାଲଖାଇ’ ର ଜନ୍ମସ୍ଥାନ ଭାବରେ ଗ୍ରହଣ କରି କହନ୍ତି –
“Dalkhai Dance originally belongs to Ex-State of Sonepur, now Subarnapur District of Orissa. Now it is performed all over Western Orissa. It is a dance of the young unmarried Adivasi girls only. Although it originated in Ex-State of Sonepur, now it has gained popularity throughout the Western part of Orissa especially in Balangir, Sambalpur, Sundargarh, Boudh-Phulbani and Athamallik. ” (୬)
ସେ ତାଙ୍କ ଗ୍ରନ୍ଥରେ ଡାଲଖାଇଓଷା ଓ ଭାଇଜୀଉଁନ୍ତିଆ ଓଷାକୁ ସମାନ ଭାବରେ ଗ୍ରହଣ କରି କହିଛନ୍ତି –
“ All most all the West Orissan Adivasi girls observe “ Dalkhai Osa” and perform ‘Dalkhai Dance’. In order to please the goddesses like Durha, Mangala, Garamadevaties and wish good luck to their brothers, families and realations the devotees dance and sing ‘Dalkhai’. (୭)
ସେ ପୁଣି ଏହି ଗ୍ରନ୍ଥର ଅନ୍ୟତ୍ର କହନ୍ତି –
“The Dalkhai dance is dedicated to the Goddess Dalkhai (Mangala) who resides in nearby forest. She is goddess of the forest and village as well. The Jhankar/Dehuri (The Adivasi prest) goes to forest in a procession and worships the goddess who resides in a branch of a particular tree xxx (୮)
ସେହିପରି ଡଃ. ଚିତ୍ରସେନ ପଶ୍ଚାୟତ ତାଙ୍କର “Tribal Non-tribal Divide myth and reality ” ଗ୍ରନ୍ଥରେ କହନ୍ତି –
“Dalkhai is dedicated to Dalkhai devi, the divine mother who is worshipped allover India as Durga. The goddess Durga is also known as Parbati the consort of Siva or Kali symbolizing Sakti. It is this form of Durga as Sakti or Power which is worshipped during Dalkhai xxx Bhaijitia is s major festival of West Orissa Sisters of Sambalpur area especially the young girls belonging to the tribes namely Binjhal Saura Kuda and Mirdha fast and pray for the well-being for their brothers this day xxx Dalkhai Devi. In some tribal area is addressed as Vana Durga In villages. Dalkhai is worshipped in Dalkhai Kuthi Kuthi means chamber. It is rectangular or square shapped area. There are sixteen squares and on each square is placed a figure of a deity. In the centre resides Dalkhai Devi. Other tribal and non-tribal deities like Saraswati, Ganesha, Parbati, Brahma, Laxmi, Iswara, the Holy Tortoise, Ravana, Hanumana, Kartika, Aela, the Holy Fish, Kubera, Raela and Baruna are placed.” (୯)
ଡଃ. ପଶ୍ଚାୟତ କଇଁଛ ଓ ମାଛକୁ ବିଷୁଙ୍କ ଦଶାବତାରର ଦୁଇଟି ରୂପ ଭାବରେ ଗ୍ରହଣ କରିଛନ୍ତି । ରାବଣକୁ ପ୍ରାଜ୍ଞ ପୁରୁଷ ଏବଂ ଆଏଲା ଓ ରଏଲା କୁ ଦୁଇବାନ୍ଧବୀ ବା ଦୁଇଭଉଣୀ ଭାବରେ ବର୍ଣ୍ଣନାକରିଛନ୍ତି । ଏମାନଙ୍କ ଭିନ୍ନ ତାଙ୍କ ଆବିଷ୍କୃତ କୋଠିରେ ଥିବା ଅନ୍ୟ ବହୁ ପରିଚିତ ହିନ୍ଦୁ ଦେବଦେବୀଙ୍କ ସୂଚନା ଦେବାକୁ ସେ ଅନାବଶ୍ୟକ ମନେ କରିଛନ୍ତି ।
ଗଭୀର ଲୋକତାତ୍ତ୍ୱିକ ଅନୁଧ୍ୟାନକଲେ ଜଣାପଡେ ଯେ, ଉପରୋକ୍ତ ଗବଷକ ଦ୍ୱୟ ଯଥାଯଥ ଗବେଷଣା ନକରି ନିଜନିଜ ଅଞ୍ଚଳକୁ ଡାଲଖାଇ ଦେବୀଙ୍କ ଜନ୍ମସ୍ଥାନ ଭାବରେ ଗ୍ରହଣ କରିଛନ୍ତି । ଏହା ସହିତ ଅବିଚାରିତ ଭାବେ ଡାଲଖାଇ ଦେବୀଙ୍କୁ ବନଦୁର୍ଗା, ଦୁର୍ଗା ବା ମଙ୍ଗଳା ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି ।
ଲାଠୋର ଅଞ୍ଚଳରେ ପ୍ରଚଳିତ ଏକ ମିଥ୍ ଅନୁସାରେ, “ ଦୁର୍ଗାଦେବୀ ମହିଷାସୁରକୁ ମାରିବାପରେ କ୍ଲାନ୍ତ ହୋଇପଡିବାରୁ ଦେବତାମାନେ ତାଙ୍କୁ ସ୍ୱର୍ଗପୁରରେ ଅବସ୍ଥାନ କରିବା ପାଇଁ ନିବେଦନ କଲେ । ମାତ୍ର, ଦୁର୍ଗାଦେବୀ ବିନ୍ଧ୍ୟପର୍ବତରେ ବିଚରଣ କଲାବେଳେ ଶାନ୍ତିଲାଭ କରିବାରୁ ସେହିଠାରେ ‘ ବିନ୍ଧ୍ୟବାସିନି ’ ରୂପେ ନିବାସ କଲେ । ସେ ଦିନରୁ ଦୁର୍ଗାଦେବୀ ବନସ୍ପତି ବା ବନପତି ବନଦୁର୍ଗା ନାମରେ ମଧ୍ୟ ପରିଚିତା ହେଲେ । ପରେ ଏହି ବନଦୁର୍ଗା କୋଶଳ ଦେଶର ପଶ୍ଚିମରେ ଅଧିଷ୍ଠିତା ଛୁଟିବୁଢୀ ବା ଡାଲଖାଇଦେବୀଙ୍କୁ ‘ ଅଙ୍ଗ ’ ମାଗି ତାଙ୍କ ପାର୍ଶ୍ୱରେ ପୂଜା ପାଇଲେ । ” ( ୧୦ )
ଉପରୋକ୍ତ ମିଥ୍, ଅନେକ ପୌରାଣିକ ଉପାଖ୍ୟାନ ଓ ଐତିହାସିକ ତଥ୍ୟକୁ ବିଶ୍ଳେଷଣ କଲେ ଜଣାପଡେ ଯେ, ପ୍ରାୟ ଖ୍ରୀଷ୍ଟିୟ ଷଷ୍ଠଶତାବ୍ଦୀ ବେଳକୁ ବିନ୍ଧ୍ୟାଟବୀର ଦୁର୍ଗମ ଅରଣ୍ୟପଥ ଦେଇ ଜନସ୍ଥାନ ଓ କୋଶଳ ଦେଶ ଭିତରକୁ ବ୍ରାହ୍ମଣ୍ୟ ଧର୍ମ ଓ ଦକ୍ଷିଣମାର୍ଗୀ ଶାକ୍ତ ପରମ୍ପରା ସହିତ ଦୁର୍ଗାଦେବୀଙ୍କ ପ୍ରବେଶ ଘଟି ସାରିଥିଲା । ଗୁପ୍ତ ପରବର୍ତ୍ତୀ କାଳରେ ଓଡ଼ିଶାରେ ଉଭୟ ଆରଣ୍ୟକ ଓ ଉତ୍କଳୀୟ ବ୍ରାହ୍ମଣ ଗୋଷ୍ଠୀ ଆଦିବାସୀମାନଙ୍କ ଧର୍ମଧାରା ରୁ ବହୁତତ୍ତ୍ୱ ଓ ତଥ୍ୟ ପରିଗ୍ରହଣ କରି ବିଭିନ୍ନ ପୌରାଣିକ ଓ କାଳ୍ପନିକ ଓଷା ବା ବ୍ରତକଥା ଇତ୍ୟାଦିର ପ୍ରଚାର ପ୍ରସାର ପୂର୍ବକ ହିନ୍ଦୁଧର୍ମକୁ ଭିନ୍ନ ଭାବରେ ପୁଷ୍ଟ କରିଥିଲେ । ଡାଲଖାଇ ଯାତ୍ରାରୁ ଡାଲଖାଇ ଓଷା ଓ ଭାଇଜୀଉଁତିଆ ଓଷାର କ୍ରମବିବର୍ତ୍ତନ ତଥା ଡାଲଖାଇ ଦେବୀଙ୍କ ସ୍ଥାନରେ ଦୁର୍ଗାଦେବୀଙ୍କ ଉପାସନା ଉକ୍ତ ଆର୍ଯ୍ୟ ସଂକ୍ରମଣର ଏକ ବଳିଷ୍ଠ ନିଦର୍ଶନ । ସ୍ଥାନ ଓ କାଳ ଭେଦରେ ଡାଲଖାଇ କୋଠିରେ ୧୬ ମାଉଲିଙ୍କ ସ୍ଥାନରେ ୧୬ ଜଣ ଭିନ୍ନ ଲୋକ ଦେବଦେବୀ ସ୍ଥାନ ପାଇବା ବିଚିତ୍ର ନୁହେଁ । ମାତ୍ର ୧୬ କୋଠିର ମୁଖ୍ୟଦେବୀ ଡାଲଖାଇ ହୋଇଥିବା ସତ୍ତ୍ୱେ ବ୍ରହ୍ମା, ସରସ୍ୱତୀ, ଗଣେଷ, ପାର୍ବତୀ, ବରୁଣ ଓ ହନୁମାନାଦି ହିନ୍ଦୁ ଦେବଦେବୀ କିଭଳି ଡାଲଖାଇ କୋଠି ମଧ୍ୟକୁ ପ୍ରବେଶ କଲେ ତାହା ଆଶ୍ଚର୍ଯ୍ୟର ବିଷୟ ! ଏହା ସ୍ଥାନୀୟ ଲୋକ ସଂସ୍କୃତିକୁ ବହିରାଗତ ବିଦଗ୍ଧ ସଂସ୍କୃତି କିପରି ଗ୍ରାସ ବା ବିକୃତ କରିପାରେ, ତାର ଏକ ଚରମ ଉଦାହରଣ ।
ବହୁକୋଟି ବର୍ଷ ଆଗକୁ ସୃଷ୍ଟ ଏହି ପୃଥିବୀ ସମସ୍ତ ଜୀବ ଓ ଉଦ୍ଭିଦଜଗତର ଉତ୍ପତ୍ତିସ୍ଥଳ ଓ ଲୀଳାଭୂମି । ମାତୃକୈନ୍ଦ୍ରିକ ସମାଜ ବ୍ୟବସ୍ଥାରେ ଏହି ଧରିତ୍ରୀ ଓ ତାର ସମରୂପା ଶକ୍ତିକୁ ପୂଜା କରାଯାଇଛି । ପୌରାଣିକ ସ୍ୱର୍ଣ୍ଣଲଂକା, ଜନସ୍ଥାନ, କୋଶଳ, ତାନ୍ତ୍ରୀକ ଲଙ୍କା ତଥା ପ୍ରାଚୀନ ସମ୍ୱଳକରେ ପୂଜିତା ଏହି ଦ୍ରାବିଡ ବା ଆଦିବାସୀ ମାତୃଦେବୀ ଏ ଅଞ୍ଚଳରେ ଆର୍ଯ୍ୟସଂକ୍ରମଣ ଦ୍ୱାରା ରୂପାନ୍ତରିତା ହୋଇଛନ୍ତି । ଡାଲଖାଇ ଯାତ୍ରାକୁ ଯୋଜନାବଦ୍ଧ ଭାବେ ଭାଇଜୀଉଁନ୍ତିଆ ଓଷା ଭାବରେ ପ୍ରଚାର କରାଯାଇଛି ଏବଂ ଡାଲଖାଇ ଦେବୀଙ୍କୁ ଦୁର୍ଗା ବା ମଙ୍ଗଳା ରୂପରେ ଅବସ୍ଥାପିତା କରାଯାଇଛି ।
ପ୍ରସଙ୍ଗକ୍ରମେ ଉଲ୍ଲେଖ୍ୟଯୋଗ୍ୟ ଯେ, ତୈତ୍ତରୀୟ ଆରଣ୍ୟକରେ ପ୍ରଥମେ ଦୁର୍ଗାଦେବୀଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ତନ୍ତ୍ରୋକ୍ତ ଦୁର୍ଗାପୂଜାରେ ବନଦୂର୍ଗା ମନ୍ତ୍ରରେ ଉପାସନା କରାଯାଇଥାଏ । ଆଗରୁ କୁହାଯାଇଛି ବିନ୍ଧ୍ୟାଚଳ ଦେଇ ଆସିଥିବା ଏହି ପ୍ରାଚୀନ ହିନ୍ଦୁଦେବୀ ବନସ୍ପତି ବା ବନପତି ବନଦୂର୍ଗା ନାମରେ ଲୋକମୁଖରେ ପରିଚିତା । ସେହିପରି କିମ୍ୱଦନ୍ତୀ ଅନୁସାରେ, “ ମାଆ ମଙ୍ଗଳା ମଧ୍ୟ ଲଙ୍କେଶ୍ୱର ରାବଣଙ୍କ ଇଷ୍ଟଦେବୀ । ମାତ୍ର, ଜଣେ ଓଡିଆ ସାଧବ ପୁଅ ଏହାଙ୍କ ବିଗ୍ରହକୁ ବୋଇତରେ ସିଂହଳ ଦ୍ୱୀପରୁ ଆଣୁଥିବା ବେଳେ ପ୍ରାଚୀ ନଦୀରେ ବୋଇତ ସହ ମାଆ ବୁଡି ଯାଇଥିଲେ । ସ୍ୱପ୍ନାଦେଶ ହେବାରୁ ତାଙ୍କ ବିଗ୍ରହକୁ ପ୍ରାଚୀ ନଦୀରୁ ଉଦ୍ଧାର କରାଯାଇ କାକଟପୁର ନିକଟସ୍ଥ ମଙ୍ଗଳପୁରରେ ଅଧିଷ୍ଠିତା କରାଯାଇଥିଲା । ” ଏହି କାହାଣୀରୁ ମଙ୍ଗଳାଙ୍କ ଓଡ଼ିଶା ଆଗମନର ଅର୍ବାଚୀନତା ଓ ଡାଲଖାଇ ଦେବୀଙ୍କ ସହ ତାଙ୍କର ପରିଚିତି ନଥିବା କଥା ସ୍ପଷ୍ଟ ଜଣାପଡିଥାଏ ।
ଅଧୁନା ଅବିଭକ୍ତ ବଲାଙ୍ଗୀର, ସମ୍ୱଲପୁର, ବଉଦ-ଫୁଲବାଣୀ, ସୁନ୍ଦରଗଡ଼, ନୂଆଁପଡା, ଆଠମଲ୍ଲିକ, ପଡୋଶୀ ଛତିଶଗଡ଼ ତଥା ଝାଡଖଣ୍ଡ ଇତ୍ୟାଦି ଅଞ୍ଚଳରେ ଡାଲଖାଇ ନାଚଗୀତ ବିଭିନ୍ନ ଲୋକ ଦେବଦେବୀଙ୍କ ଯାତ୍ରାରେ ଓ ମନୋରଞ୍ଜନ ନିମିତ୍ତ ହେଉଥିଲେ ମଧ୍ୟ, ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ଓ ନୂଆଁପଡା ଜିଲ୍ଲାର କିଛି ଅଞ୍ଚଳରେ ଡାଲଖାଇ ଯାତ୍ରା କିଛିଟା ପୂର୍ବରୂପରେ ଏବେ ମଧ୍ୟ ରହିଛି । ଏ ଅଞ୍ଚଳରେ ବସବାସ କରୁଥିବା ବ୍ରାହ୍ମଣ, କ୍ଷତ୍ରୀୟ ଓ ମାରୱାଡି ଇତ୍ୟାଦି ତଥାକଥିତ ସବର୍ଣ୍ଣ ବର୍ଗର ଲୋକଙ୍କୁ ଛାଡିଦେଲେ ପ୍ରାୟ ସମସ୍ତ ଜନଜାତି, ଉପଜାତି ଓ ପଛୁଆ ବର୍ଗର ଭଉଣୀମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ମାତ୍ର, ଏବେ ଆଉ ପ୍ରାୟ କୌଣସିଠାରେ ୧୬ କୋଠି କଟାଯାଇ ପୂଜା କରାଯାଉ ନାହିଁ । କେବଳ ପ୍ରଚଳିତ ଭାଉଜୀଉଁନ୍ତିଆ ପୂଜା ବେଳେ କଦଳୀ ପତ୍ରରେ ଦିଆଯାଉଥିବା ୧୬ ଫୁଜି ଚାଉଳ ଓ ଡେବିରି ପୂଜା ବେଳେ ଦିଆଯାଉଥିବା ସାତପୁଞ୍ଜି ଚାଉଳ ପୁରାତନ ଶାବରୀ ତନ୍ତ୍ରଚାର କଥା ମନେ ପକାଇଦିଏ । ଏହି ସମୟରେ ପୂଜା ସାମଗ୍ରୀ ରୂପେ ବ୍ୟବହୃତ ଶହେ ଆଠ ସଂଖ୍ୟକ ଅରୁଆଚାଉଳ, ଦୁବଘାସ ଓ ବେଲପତ୍ର ବ୍ରାହ୍ମଣ୍ୟ କର୍ମକାଣ୍ଡର ଉପାଦାନ ହୋଇଥିବାବେଳେ କଷି କଖାରୁ କୁ ଚାରୋଟି ଗୋଡ ଓ ଲାଞ୍ଜ ବିଶିଷ୍ଟ ଏକ ପ୍ରତୀକ ଜୀବରେ ପରିଣତ କରି ବଳିଦେବା ପମ୍ପରାକୁ ଦକ୍ଷିଣମାର୍ଗୀ ହିନ୍ଦୁ ତନ୍ତ୍ରାଚାରର ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ ।
ସେହିପରି ଡାଲଖାଇ ଯାତ୍ରା ଓ ଭାଇଜୀଉଁନ୍ତିଆ ପୂଜାରେ ବ୍ୟବହୃତ ଢୋଲ-ନିସାର-ତାସା-ମୁହୁରୀ ଓ ଟିମକିଡି ସମନ୍ୱିତ ‘ ଗଁଡାବଜା ’ ପ୍ରାଚୀନ ଲୋକକଳାର ଏକ ବଳିଷ୍ଠ ବିଭବ । ତଫସିଲଭୁକ୍ତ ଜାତି ବା ଦଳିତ ରୂପେ ପରିଚିତ ଗଁଡା ମାନଙ୍କର ଏହା ଏକ ପୁରୁଷାନୁକ୍ରମିକ କଳା । ଏବେ ବହୁସ୍ଥାନରେ ହିନ୍ଦୁ ସବର୍ଣ୍ଣ ବର୍ଗର ନାମରେ ମଧ୍ୟ ପରିଚିତା ହେଲେ । ପରେ ଏହି ବନଦୁର୍ଗା କୋଶଳ ଦେଶର ପଶ୍ଚିମରେ ଅଧିଷ୍ଠିତା ଛୁଟିବୁଢୀ ବା ଡାଲଖାଇଦେବୀଙ୍କୁ ‘ଅଙ୍ଗ’ମାଗି ତାଙ୍କ ପାର୍ଶ୍ବରେ ପୂଜା ପାଇଲେ।” (୧୦)
ଉପରୋକ୍ତ ମିଥ୍, ଅନେକ ପୌରାଣିକ ଉପାଖ୍ୟାନ ଓ ଐତିହାସିକ ତଥ୍ୟକୁ ବିଶ୍ଳେଷଣ କଲେ ଜଣାପଡେ ଯେ, ପ୍ରାୟ ଖ୍ରୀଷ୍ଟିୟ ଷଷ୍ଠଶତାବ୍ଦୀ ବେଳକୁ ବିବ୍ୟାଟବୀର ଦୁର୍ଗମ ଅରଣ୍ୟପଥ ଦେଇ ଜନସ୍ଥାନ ଓ କୋଶଳ ଦେଶ ଭିତରକୁ ବ୍ରାହ୍ମଣ୍ୟ ଧର୍ମ ଓ ଦକ୍ଷିଣମାର୍ଗୀ ଶାସ୍ତ୍ର ପରମ୍ପରା ସହିତ ଦୁର୍ଗାଦେବୀଙ୍କ ପ୍ରବେଶ ଘଟି ସାରିଥିଲା ଗୁପ୍ତ ପରବର୍ତ୍ତୀ କାଳରେ ଓଡ଼ିଶାରେ ଉଭୟ ଆରଣ୍ୟକ ଓ ଉତ୍କଳୀୟ ବ୍ରାହ୍ମଣ ଗୋଷ୍ଠୀ ଆଦିବାସୀମାନଙ୍କ ଧର୍ମଧାରା ରୁ ବହୁତତ୍ତ୍ୱ ଓ ତଥ୍ୟ ପରିଗ୍ରହଣ କରି ବିଭିନ୍ନ ପୌରାଣିକ ଓ କାଳ୍ପନିକ ଓଷା ବା ବ୍ରତକଥା ଇତ୍ୟାଦିର ପ୍ରଚାର ପ୍ରସାର ପୂର୍ବକ ହିନ୍ଦୁଧର୍ମକୁ ଭିନ୍ନ ଭାବରେ ପୁଷ୍ପ କରିଥିଲେ । ଡାଲଖାଇ ଯାତ୍ରାରୁ ଡାଲଖାଇ ଓଷା ଓ ଭାଇଜୀଉଁତିଆ ଓଷାର କ୍ରମବିବର୍ତ୍ତନ ତଥା ଡାଲଖାଇ ଦେବୀଙ୍କ ସ୍ଥାନରେ ଦୁର୍ଗାଦେବୀଙ୍କ ଉପାସନା ଉକ୍ତ ଆର୍ଯ୍ୟ ସଂକ୍ରମଣର ଏକ ବଳିଷ୍ଠ ନିଦର୍ଶନ । ସ୍ଥାନ ଓ କାଳ ଭେଦରେ ଡାଲଖାଇ କୋଠିରେ ୧୬ ମାଉଲିଙ୍କ ସ୍ଥାନରେ ୧୬ ଜଣ ଭିନ୍ନ ଲୋକ ଦେବଦେବୀ ସ୍ଥାନ ପାଇବା ବିଚିତ୍ର ନୁହେଁ । ମାତ୍ର ୧୬ କୋଠିର ମୁଖ୍ୟଦେବୀ ଡାଲଖାଇ ହୋଇଥିବା ସତ୍ତ୍ୱେ ବ୍ରହ୍ମା, ସରସତି, ଗଣେଷ, ପାର୍ବତୀ, ବରୁଣ ଓ ହନୁମାନାଦି ହିନ୍ଦୁ ଦେବଦେବୀ କିଭଳି ଡାଲଖାଇ କୋଠି ମଧ୍ୟକୁ ପ୍ରବେଶ କଲେ ତାହା ଆଶ୍ଚର୍ଯ୍ୟର ବିଷୟ ! ଏହା ସ୍ଥାନୀୟ ଲୋକ ସଂସ୍କୃତିକୁ ବହିରାଗତ ବିଦଗ୍ଧ ସଂସ୍କୃତି କିପରି ଗ୍ରାସ ବା ବିକୃତ କରିପାରେ, ତାର ଏକ ଚରମ ଉଦାହରଣ। ବହୁକୋଟି ବର୍ଷ ଆଗରୁ ସୃଷ୍ଟ ଏହି ପୃଥିବୀ ସମସ୍ତ ଜୀବ ଓ ଉଭିଦଜଗତର ଉତ୍ପତ୍ତିସ୍ଥଳ ଓ ଲୀଳାଭୂମି । ମାତୃକୈନ୍ଦ୍ରିକ ସମାଜ ବ୍ୟବସ୍ଥାରେ ଏହି ଧରିତ୍ରୀ ଓ ତାର ସମରୂପା ଶକ୍ତିକୁ ପୂଜା କରାଯାଇଛି । ପୌରାଣିକ ସର୍ବଲଂକା, ଜନସ୍ଥାନ, କୋଶଳ, ତାନ୍ତ୍ରୀକ ଇଂକା ତଥା ପ୍ରାଚୀନ ସମ୍ବଳକରେ ପୂଜିତା ଏହି ଦ୍ରାବିଡ ବା ଆଦିବାସୀ ମାତୃଦେବୀ ଏ ଅଞ୍ଚଳରେ ଆର୍ଯ୍ୟସଂକ୍ରମଣ ଦ୍ବାରା ରୂପାନ୍ତରିତା ହୋଇଛନ୍ତି । ଡାଲଖାଇ ଯାତ୍ରାକୁ ଯୋଜନାବଦ୍ଧ ଭାବେ ଭାଇଜୀଉଁତିଆ ଓଷା ଭାବରେ ପ୍ରଚାର କରାଯାଇଛି ଏବଂ ଡାଲଖାଇ ଦେବୀଙ୍କୁ ଦୁର୍ଗା ବା ମଙ୍ଗଳା ରୂପରେ ଅବସ୍ଥାପିତା କରାଯାଇଛି ।
ପ୍ରସଙ୍ଗକ୍ରମେ ଉଲ୍ଲେଖ୍ୟଯୋଗ୍ୟ ଯେ, ତୈତ୍ତରୀୟ ଆରଣ୍ୟକରେ ପ୍ରଥମେ ଦୁର୍ଗାଦେବୀଙ୍କ ବିଷୟରେ ଉଲ୍ଲେଖ କରାଯାଇଛି ଏବଂ ତନ୍ତୋକ୍ତ ଦୁର୍ଗାପୂଜାରେ ବନଦୁର୍ଗା ମନ୍ତ୍ରରେ ଉପାସନା କରାଯାଇଥାଏ । ଆଗରୁ କୁହାଯାଇଛି ବିନ୍ଧ୍ୟାଚଳ ଦେଇ ଆସିଥିବା ଏହି ପ୍ରାଚୀନ ହିନ୍ଦୁଦେବୀ ବନସ୍ପତି ବା ବନପତି ବନଦୁର୍ଗା ନମରେ ଲୋକମୁଖରେ ପରିଚିତା। ସେହିପରି କିମ୍ବଦନ୍ତୀ ଅନୁସାରେ, “ମାଆ ମଙ୍ଗଳା ମଧ୍ୟ ଲଙ୍କେଶ୍ୱର ରାବଣଙ୍କ ଇଷ୍ଟଦେବୀ । ମାତ୍ର, ଜଣେ ଓଡିଆ ସାଧବ ପୁଅ ଏହାଙ୍କ ବିଗ୍ରହକୁ ବୋଇତରେ ସିଂହଳ ଦ୍ବୀପରୁ ଆଣୁଥିବା ବେଳେ ପ୍ରାଚୀ ନଦୀରେ ବୋଇତ ସହ ମାଆ ବୁଡି ଯାଇଥିଲେ । ସପ୍ନାଦେଶ ହେବାରୁ ତାଙ୍କ ବିଗ୍ରହକୁ ପ୍ରାଚୀ ନଦୀରୁ ଉଦ୍ଧାର କଗଯାଇ କାକଟପୁର ନିକଟସ୍ଥ ମଙ୍ଗଳପୁରରେ ଅଧିଷ୍ଠିତା କରାଯାଇଥିଲା ।” ଏହି କାହାଣୀରୁ ମଙ୍ଗଳାଙ୍କ ଓଡ଼ିଶା ଆଗମନର ଅର୍ବାଚୀନତା ଓ ଡାଲଖାଇ ଦେବୀଙ୍କ ସହ ତାଙ୍କର ପରିଚିତି ନଥିବା କଥା ସ୍ପଷ୍ଟ ଜଣାପଡିଥାଏ।
ଅଧୁନା ଅବିଭକ୍ତ ବଲାଙ୍ଗୀର, ସମ୍ବଲପୁର, ବଉଦ- ଫୁଲବାଣୀ, ସୁନ୍ଦରଗଡ଼, ନୂଆଁପଡା, ଆଠମଲ୍ଲିକ, ପଡୋଶୀ ଛତିଶଗତ ତଥା ଝାଡଖଣ୍ଡ ଇତ୍ୟାଦି ଅଞ୍ଚଳରେ ଡାଲଖାଇ ନାଚଗୀତ ବିଭିନ୍ନ ଲୋକଦେବଦେବୀଙ୍କ ଯାତ୍ରାରେ ଓ ମନୋରଙ୍ଗନ ନିମିତ୍ତ ହେଉଥଲେ ମଧ୍ୟ, ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡ, ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଉପଖଣ୍ଡ ଓ ନୂଆଁପଡା ଜିଲ୍ଲାର କିଛି ଅଞ୍ଚଳରେ ଡାଲଖାଇ ଯାତ୍ରା କିଛିଟା ପୂର୍ବରୂପରେ ଏବେ ମଧ୍ୟ ରହିଛି । ଏ ଅଞ୍ଚଳରେ ବସବାସ କରୁଥିବା ବ୍ରାହ୍ମଣ, କ୍ଷତ୍ରୀୟ ଓ ମାରଓ୍ବାଡି ଇତ୍ୟାଦି ତଥାକଥୁତ ସବର୍ଣ୍ଣ ବର୍ଗର ଲୋକଙ୍କୁ ଛାଡିଦେଲେ ପ୍ରାୟ ସମସ୍ତ ଜନଜାତି, ଉପଜାତି ଓ ପଛୁଆ ବର୍ଗର ଭଉଣୀମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରିଥାନ୍ତି । ମାତ୍ର, ଏବେ ଆଉ ପ୍ରାୟ କୌଣସିଠାରେ ୧୬ କୋଠି କଟାଯାଇ ପୂଜା କରାଯାଉନାହିଁ। କେବଳ ପ୍ରଚଳିତ ଭାଉଜୀଉଁତିଆ ପୂଜା ବେଳେ କଦଳିପତ୍ରରେ ଦିଆଯାଉଥବା ୧୬ ଫୁଜି ଚାଉଳ ଓ ଡେବିରି ପୂଜା ବେଳେ ଦିଆଯାଉଥବା ସାତଫୁଜି ଚାଉଳ ପୁରାତନ ଶାବରୀ ତନ୍ତ୍ରଚାର କଥା ମନେ ପକାଇଦିଏ । ଏହି ସମୟରେ ପୂଜା ସାମଗ୍ରୀ ରୂପେ ବ୍ୟବହୃତ ଶହେ ଆଠ ସଂଖ୍ୟକ ଅରୁଆଚାଉଳ, ଦୁବଘାସ ଓ ବେଲପତ୍ର ବ୍ରାହ୍ମଣ୍ୟ କର୍ମକାଣ୍ଡର ଉପାଦାନ ହୋଇଥିବାବେଳେ କଷି କଖାରୁ କୁ ଚାରୋଟି ଗୋଡ ଓ ଲାଞ୍ଜ ବିଶିଷ୍ଟ ଏକ ପ୍ରତୀକ ଜୀବରେ ପରିଣତ କରି ବଳିଦେବା ପରଂପରାକୁ ଦକ୍ଷିଣମାର୍ଗୀ ହିନ୍ଦୁ ତନ୍ତ୍ରାଚାରର ଉଦାହରଣ ଭାବରେ ଗ୍ରହଣ କରାଯାଇପାରେ ।
ସେହିପରି ଡାଲଖାଇ ଯାତ୍ରା ଓ ଭାଇଜୀଉଁତିଆ ପୂଜାରେ ବ୍ୟବହୃତ ଢୋଲ-ନିସାନ-ତାସା-ମୁହୂରୀ ଓ ଟିମକିଡି ସମନ୍ଵିତ ‘ଗଡାବଜା’ ପ୍ରାଚୀନ ଲୋକକଳାର ଏକ ବଳିଷ୍ଠ ବିଭବ। ତଫସିଲଭୁକ୍ତ ଜାତି ବା ଦଳିତ ରୂପେ ପରିଚିତ ଗଁଡା ମାନଙ୍କର ଏହା ଏକ ପୁରୁଷାନୁକ୍ରମିକ କଳା । ଏବେ ବହୁସ୍ଥାନରେ ହିନ୍ଦୁ ସବର୍ଣ ବର୍ଗର ଲୋକମାନଙ୍କ ଦ୍ବାରା ଆହରଣ କରାଯାଇ ଏହାକୁ ଦୁଲଦୁଲି ବା ପଞ୍ଚବାଦ୍ୟ କୁହାଯାଉଛି । ଫଳସ୍ଵରୂପ, ‘ବଜନିଆଁ’ ରୂପେ ପରିଚିତ ଗଁଡାମାନେ କୌଳିକବୃତ୍ତି ହରାଇବାର ଆଶଂକା ସୃଷ୍ଟି ହୋଇଛି। ପୁଣି ଏହାଦ୍ଵାରା ଏହି ସମୃଦ୍ଧ ଲୋକବାଦ୍ୟ ପରଂପରା ବିକୃତ ହୋଇ ଡାଲଖାଇ ଗୀତ ଓ ନୃତ୍ୟକୁ ମଧ୍ୟ ବହୁଭାବରେ ଅବକ୍ଷୟମୁଖୀ କରିପକାଇଛି।
ସହାୟକ ଗ୍ରନ୍ଥ ସୂଚୀ ଓ ବ୍ୟକ୍ତି ବିଶେଷ
ପରିଶେଷରେ ଏତିକି କୁହାଯାଇପାରେ ଯେ, ଲୋକ ସାଂସ୍କୃତିକ ସଂରକ୍ଷଣ ଓ ସଂବର୍ଦ୍ଧନ ଯେ କୌଣସି ଜାତି ବା ଦେଶ ପାଇଁ ସର୍ବଦା ଶୁଙ୍ଘା ଓ କରଣୀୟ ହୋଇଥିବା ସ୍ଥଳେ ବାହ୍ୟ ସାଂସ୍କୃତିକ ସଂକ୍ରମଣରୁ ଏହାକୁ ସୁରକ୍ଷା ଦେବା ମଧ୍ୟ ଏକାନ୍ତ ଆବଶ୍ୟକ । ଡାଲଖାଇଦେବୀ, ଡାଲଖାଇଯାତ୍ରା, ଡାଲଖାଇ ନାଚ-ଗୀତ ଓ ସର୍ବୋପରି ଭାଇଜୀଉଁରିଆ ପୂଜାକଥା ଚିନ୍ତାକଲାବେଳେ ଏହି ବିଷୟକୁ ଆମକୁ ମନେ ରଖୁବାକୁ ହେବ ।
ବିହିବଂ ଧ, ମହୀମୁଣ୍ଡା ବଲାଙ୍ଗିର-୭୬୭୦୦୨
ମୋ. ୯୪୩୮୩୧ ୧୫୩୫
୦୧.v ଗୁରମାଝୀ, ଭରତବାହାଲ, ବଲାଙ୍ଗୀର ଓ ଗଙ୍ଗାରାମ ଜଗତ, ଗଂଳାଡାବର, ବରଗଡ଼ । ୦୨.Nepak, B. (1999) Dalkhai : Flok Dance of Orissa, Page -19-20.
୦୩.ଗଙ୍ଗାରାମ ଜଗତ, ଗଂଜାଡାବର, ବରଗଡ଼ ।
୦୪.ଏ ଜୁଗେସନ ଦେହେରିଆ, ପାଟଦେହେରିଆ-ଶୁଲିଆ, ଖଇରଗୁଡା, ବଲାଙ୍ଗୀର । ୦୫.ବାଞ୍ଛାବଟ ନାଏକ, ସାନଟିକା, ବଲାଙ୍ଗିର ।
୦୬.Nepak, B. (1999) Dalkhai : Flok Dance of Orissa, Page -20-21.
୦୭.ତତ୍ରୈବ, ପୃଷ୍ଠା – ୭
୦୮.ତବ, ପୃଷ୍ଠା – ୪୪
୦୯ .Pasayat, C(2007), Tribal, Non-Tribal Divide, Myth and Reality, Page-134-135
୧୦.ବିଷ୍ଣୁ ବାଗ, ମାଲପଡା, ହରିଶଙ୍କରରୋଡ, ବଲାଙ୍ଗିର ।

