ମୁଇଁ ତ ଗୁଟେ ଚାସି

Swayamprava Parhi (Chief Editor)
1 Min Read

ଇ ମାଏଟ୍ ମୁଠାକ୍ ମୋର୍ ତିଲକ୍ ଚନ୍ଦନ୍‌
ଇ ମାଏଟ୍ ମୁଠେ ଥିଁ ମୋର୍ ଖୁସି
ଦିହର୍ ଝାଲ୍ ଦିହେଁ ମାରିଁ ଭାଇ
ଇ ଦେସ୍‌କେ ଆସୁଛେଁ ପୁସିଁ ।
ମୁଇଁତ ଗୁଟେ ଚାସି କେନ୍ ଦୁସେଁ ହେଲିଁ ଦୁସି
ଆର୍ ଗୁଲଗୁଲା ନାଇଁ କର ମତେ
ଦିଅ ଦେଇନିଅ ସିଧା ସଲକ୍ ଫାସି ।

ଇ ଘରେଁ, ସେ ଘରେଁ ଧାନ୍ ଭରିଛେରେ
ଅଁଟେ ନାଇଁନ୍ ମୋର୍ ଟଁକା
ଝି ବିହାର୍ ଲାଗିଁ କାଏଁ କର୍‌ସିଁ ।
ଲାଗୁଛେ ତ ବଢ଼େ ସଁକା ।
ଲାଗ୍ ଭନ୍‌ଭନ୍ ମାଛି ସନ୍ ସନ୍‌
ଇଜତ୍ ମହତ୍ ଗଲା
ଉସୋକସା ଟିକେ ନାଇଁ ପାଇ କରିଁ
ପରୁଆଁ ପୋ ମୋର୍ ମଲା
ଗେରେନ୍‌ଗୁଲା ଦେଲା ଲାଲ୍ ନୋଟିସ୍‌
ଧନ୍‌ଡ଼ି ଗାଡ୍‌ବେ ଆସିଁ ହୋ ଭାଇ….
ଆର୍ ଗୁଲଗୁଲା ନାଇଁ କର ମତେ
ଦିଅ ଦେଇନିଅ ସିଧାସଲକ୍ ଫାସି ।

ଚାଉଲ୍‌କେ ପରସୁ ଥିଲିଲିଁ ମୁଇଁ
ପର୍‌ସାସନ୍‌ର ହାତେଁ
ଖଲି ହଗ୍‌ରିଏ ସବୁ ଭୁଲିଁଗଲେ
ଦୁଇ ପଏସାର୍ ଘତେଁ
ସେ ପେଟପୁସା ପଏରେନ୍ ପଡ଼ିଛେ
ମିଲ୍‌ବାଲାକର୍ ଠାନେ
ଦର୍ ଭୁଲେ ନାଇଁ ଇ ପର୍‌ସାସନ୍‌
କଲ୍‌ମେ ପେଟ୍‌କେ ଦେଉଛେ ଭୁସି
ହୋ ଭାଇ….. ଆର୍ ଗୁଲ୍‌ଗୁଲା ନାଇଁ କର ମତେ
ଦିଅ ଦେଇନିଅ ସିଧାସଲକ୍ ଫାସି ।

ହୋ ପର୍‌ସାସନ୍ ଘଟିଆ ସାସନ୍‌
ନଉକର୍ ଚାକର୍‌ମାନେ
ଇ ଚାସିର୍ ନିସାସ୍ ଝାଏ କର୍‌ବାରେ
ପସ୍ତେଇ ହେବ ଦିନେ
ତମେ ବଏଲ କିସାନ୍ କାଡ଼୍‌
ଆର୍‌ଆଇ ବଏଲା କର୍‌
ଆମେ କେନ୍ ଘାଟର୍ ପାଏନ୍ ପିଇମୁ
ଛିଇଲେଁ ଆନୁଛେ ଜର୍‌
ତମର୍ କର୍‌ମେ ସିକାର୍ ଭାତ୍‌
ଆମକୁଁ ନାଇଁ ମିଲେ ବାସି ହୋ ଭାଇ
ଆର୍ ଗୁଲ୍‌ଗୁଲା ନାଇଁ କର ମତେ
ଦିଅ ଦେଇନିଅ ସିଧାସଲକ୍ ଫାସି ।

Samadhwani Support us

ସରତ୍ ଚନ୍ଦ୍ର ପାଢ଼ି – ଗାଁ, ଭଟ୍‌ଲି, ବରଗଡ଼

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.