ମୁଇଁ ତ ଗୁଟେ ଚାସି

Chief Editor
Chief Editor 93 Views
1 Min Read

ଇ ମାଏଟ୍ ମୁଠାକ୍ ମୋର୍ ତିଲକ୍ ଚନ୍ଦନ୍‌
ଇ ମାଏଟ୍ ମୁଠେ ଥିଁ ମୋର୍ ଖୁସି
ଦିହର୍ ଝାଲ୍ ଦିହେଁ ମାରିଁ ଭାଇ
ଇ ଦେସ୍‌କେ ଆସୁଛେଁ ପୁସିଁ ।
ମୁଇଁତ ଗୁଟେ ଚାସି କେନ୍ ଦୁସେଁ ହେଲିଁ ଦୁସି
ଆର୍ ଗୁଲଗୁଲା ନାଇଁ କର ମତେ
ଦିଅ ଦେଇନିଅ ସିଧା ସଲକ୍ ଫାସି ।

Support Samadhwani

ଇ ଘରେଁ, ସେ ଘରେଁ ଧାନ୍ ଭରିଛେରେ
ଅଁଟେ ନାଇଁନ୍ ମୋର୍ ଟଁକା
ଝି ବିହାର୍ ଲାଗିଁ କାଏଁ କର୍‌ସିଁ ।
ଲାଗୁଛେ ତ ବଢ଼େ ସଁକା ।
ଲାଗ୍ ଭନ୍‌ଭନ୍ ମାଛି ସନ୍ ସନ୍‌
ଇଜତ୍ ମହତ୍ ଗଲା
ଉସୋକସା ଟିକେ ନାଇଁ ପାଇ କରିଁ
ପରୁଆଁ ପୋ ମୋର୍ ମଲା
ଗେରେନ୍‌ଗୁଲା ଦେଲା ଲାଲ୍ ନୋଟିସ୍‌
ଧନ୍‌ଡ଼ି ଗାଡ୍‌ବେ ଆସିଁ ହୋ ଭାଇ….
ଆର୍ ଗୁଲଗୁଲା ନାଇଁ କର ମତେ
ଦିଅ ଦେଇନିଅ ସିଧାସଲକ୍ ଫାସି ।

ଚାଉଲ୍‌କେ ପରସୁ ଥିଲିଲିଁ ମୁଇଁ
ପର୍‌ସାସନ୍‌ର ହାତେଁ
ଖଲି ହଗ୍‌ରିଏ ସବୁ ଭୁଲିଁଗଲେ
ଦୁଇ ପଏସାର୍ ଘତେଁ
ସେ ପେଟପୁସା ପଏରେନ୍ ପଡ଼ିଛେ
ମିଲ୍‌ବାଲାକର୍ ଠାନେ
ଦର୍ ଭୁଲେ ନାଇଁ ଇ ପର୍‌ସାସନ୍‌
କଲ୍‌ମେ ପେଟ୍‌କେ ଦେଉଛେ ଭୁସି
ହୋ ଭାଇ….. ଆର୍ ଗୁଲ୍‌ଗୁଲା ନାଇଁ କର ମତେ
ଦିଅ ଦେଇନିଅ ସିଧାସଲକ୍ ଫାସି ।

ହୋ ପର୍‌ସାସନ୍ ଘଟିଆ ସାସନ୍‌
ନଉକର୍ ଚାକର୍‌ମାନେ
ଇ ଚାସିର୍ ନିସାସ୍ ଝାଏ କର୍‌ବାରେ
ପସ୍ତେଇ ହେବ ଦିନେ
ତମେ ବଏଲ କିସାନ୍ କାଡ଼୍‌
ଆର୍‌ଆଇ ବଏଲା କର୍‌
ଆମେ କେନ୍ ଘାଟର୍ ପାଏନ୍ ପିଇମୁ
ଛିଇଲେଁ ଆନୁଛେ ଜର୍‌
ତମର୍ କର୍‌ମେ ସିକାର୍ ଭାତ୍‌
ଆମକୁଁ ନାଇଁ ମିଲେ ବାସି ହୋ ଭାଇ
ଆର୍ ଗୁଲ୍‌ଗୁଲା ନାଇଁ କର ମତେ
ଦିଅ ଦେଇନିଅ ସିଧାସଲକ୍ ଫାସି ।

Support Samadhwani

ସରତ୍ ଚନ୍ଦ୍ର ପାଢ଼ି – ଗାଁ, ଭଟ୍‌ଲି, ବରଗଡ଼

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.