ସନ୍ଥ କବି ଭୀମଭୋଇଙ୍କର ପ୍ରାସଙ୍ଗିକତା

Chief Editor
Chief Editor 118 Views
5 Min Read

ପ୍ରାଣୀଙ୍କ

ରତ ଦୁଃଖ ଅପ୍ରମିତ ,

ଦେଖୁ ଦେଖୁ କେବା ସହୁ

ମୋ ଜୀବନ ପଛେ ନର୍କେ ପଡିଥାଉ

ଜଗତ ଉଦ୍ଧାର ହେଉ

ଯୁଗେଯୁଗେ ମାନବ ସଭ୍ୟତାର ବିକାଶରେ ସାହିତ୍ୟ ଏବଂ କବିତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ସମାଜ ବ୍ୟବସ୍ଥାର ନିଚ୍ଛକ ଛବି କେବଳ ସେହି ସମୟର ସାହିତ୍ୟ, କବିତାକୁ ଅବଲୋକନ କଲେ ଅନୁମାନ କରିହୁଏ । ତେବେ ସାରା ଭାରତବର୍ଷ ଏବଂ ଓଡ଼ିଶାରେ ସାହିତ୍ୟିକ ଏବଂ କବିଙ୍କର କୌଣସି ଯୁଗରେ ଅଭାବ ନାହିଁ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ହେଲା ଉନ୍ନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଜନ୍ମଗ୍ରହଣ କରିଥିବା ସନ୍ଥ କବି ଭୀମଭୋଇ ଜଣେ ବୈପ୍ଳବିକ ଚିନ୍ତାଧାରାର କବି ଏବଂ ସମାଜ ପ୍ରବର୍ତ୍ତକ ଥିଲେ , କିନ୍ତୁ ତାଙ୍କର ଜନ୍ମକୁ ଦୁଇଶହ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାବାସୀ, ଓଡ଼ିଶାର ସାହିତ୍ୟ ସମାଜ ତାଙ୍କର ଅମୂଲ୍ୟ କୃତିକୁ ମୂଲ୍ୟାୟନ କରିବାରେ ବିଫଳ ହୋଇଛି ।

ବୁଦ୍ଧଙ୍କ ପରେ ଜ୍ଞାନର ପୂଜାରୀ ଭାବେ ଭୀମଭୋଇ ଉଦ୍ଭାସିତ ହୋଇଥିଲେ ମଧ୍ୟ ତାଙ୍କର ଚିନ୍ତା ଚେତନା ସମାଜର ତଥାକଥିତ ଜ୍ଞାନୀ, ସାହିତ୍ୟ ସମାଜ ସ୍ୱୀକୃତି ଦେଇନାହିଁ । ଆଦିବାସୀ ପରିବାରରେ ଜନ୍ମନେଇ ଓଡ଼ିଆ ସାହିତ୍ୟ, କବିତା କ୍ଷେତ୍ରରେ ଏକ ବୈପ୍ଳବିକ ଧାରାର ପ୍ରବର୍ତ୍ତକ ଥିଲେ ସେ । ସମସାମୟିକ ବ୍ୟବସ୍ଥାରେ ରାଜା, ମହାରାଜା, ଜମିଦାର ମାନଙ୍କର ପ୍ରଜା ଉତ୍ପୀଡ଼ନ ତାଙ୍କ କାବ୍ୟ କବିତାର ମୁଖ୍ୟପ୍ରସଙ୍ଗ ହୋଇଥିଲା । ତାଙ୍କର ବୈପ୍ଳବିକ ଚିନ୍ତାଧାରା ସମାଜର ଉତ୍ପୀଡ଼ନ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିଲା । କେବଳ ସେତିକି ନୁହେଁ ମହିଳାମାନଙ୍କ ଉପରେ ହେଉଥିବା ଅକଥନୀୟ ସାମାଜିକ, ଶାରୀରିକ ଅତ୍ୟାଚାରକୁ ସେ ଘୋର ବିରୋଧ କରିଥିଲେ ଏବଂ ଯେଉଁଦିନ ନାରୀମାନେ ପୁରୁଷଙ୍କୁ ଜ୍ଞାନଶିକ୍ଷା ଦେବେ ସତ୍ୟଯୁଗ ଫେରିଆସିବ ବୋଲି ଘୋଷଣା କରିଥିଲେ ।

Support Samadhwani
Contents
ପ୍ରାଣୀଙ୍କଆରତ ଦୁଃଖ ଅପ୍ରମିତ , ଦେଖୁ ଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡିଥାଉ ଜଗତ ଉଦ୍ଧାର ହେଉ ଯୁଗେଯୁଗେ ମାନବ ସଭ୍ୟତାର ବିକାଶରେ ସାହିତ୍ୟ ଏବଂ କବିତା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସିଛି । ସମାଜ ବ୍ୟବସ୍ଥାର ନିଚ୍ଛକ ଛବି କେବଳ ସେହି ସମୟର ସାହିତ୍ୟ, କବିତାକୁ ଅବଲୋକନ କଲେ ଅନୁମାନ କରିହୁଏ । ତେବେ ସାରା ଭାରତବର୍ଷ ଏବଂ ଓଡ଼ିଶାରେ ସାହିତ୍ୟିକ ଏବଂ କବିଙ୍କର କୌଣସି ଯୁଗରେ ଅଭାବ ନାହିଁ । କିନ୍ତୁ ଦୁଃଖ ଏବଂ ପରିତାପର ବିଷୟ ହେଲା ଉନ୍ନବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଓଡ଼ିଶାର ପଶ୍ଚିମାଞ୍ଚଳରେ ଜନ୍ମଗ୍ରହଣ କରିଥିବା ସନ୍ଥ କବି ଭୀମଭୋଇ ଜଣେ ବୈପ୍ଳବିକ ଚିନ୍ତାଧାରାର କବି ଏବଂ ସମାଜ ପ୍ରବର୍ତ୍ତକ ଥିଲେ , କିନ୍ତୁ ତାଙ୍କର ଜନ୍ମକୁ ଦୁଇଶହ ବର୍ଷ ବିତିଯାଇଥିଲେ ମଧ୍ୟ ଓଡ଼ିଶାବାସୀ, ଓଡ଼ିଶାର ସାହିତ୍ୟ ସମାଜ ତାଙ୍କର ଅମୂଲ୍ୟ କୃତିକୁ ମୂଲ୍ୟାୟନ କରିବାରେ ବିଫଳ ହୋଇଛି ।

ଏହିଭଳି ଜଣେ ବୈପ୍ଳବିକ ଚିନ୍ତାଧାରାର କବି ଓଡ଼ିଶାର ସୋନପୁର ଅଞ୍ଚଳରେ କେବଳ ସୀମାବଦ୍ଧ ନଥିଲେ ସେତେବେଳେ ତାଙ୍କ କବିତା ଆନ୍ଧ୍ରପ୍ରଦେଶଠାରୁ ଆସାମ ଯାଏଁ ବିଭିନ୍ନ ସ୍ଥାନରେ ଟୁଙ୍ଗି ମାନଙ୍କରେ ଏବଂ ଗାଁର ଖଞ୍ଜଣି ଗୀତରେ ପ୍ରତିଭାତ ହେଉଥିଲା । ସେ ଯେଉଁ ଗୀତ ଲେଖୁଥିଲେ ତାର ଭାଷା ସାକ୍ଷରଠାରୁ ନିରକ୍ଷର, ଅତ୍ୟନ୍ତ ନିମ୍ନବର୍ଗର ଲୋକମାନେ ମଧ୍ୟ ହୃଦୟଙ୍ଗମ କରିପାରୁଥିଲେ । ଏହାଥିଲା ତାଙ୍କ ସାହିତ୍ୟ, କବିତାର ମାହାତ୍ମ୍ୟ । ତାଙ୍କ କବିତାରେ ସାଧାରଣ ମଣିଷର ଦୁଃଖ, ବେଦନା ପ୍ରସ୍ଫୁଟିତ ହେଉଥିଲା । ତେଣୁ ଆନ୍ଧ୍ରଠାରୁ ଆସାମ ଯାଏଁ ଲୋକମାନେ ତାଙ୍କ ଗୀତ ଖଞ୍ଜଣୀ ବଜାଇ ଗାନକରି ଆନନ୍ଦ ଲାଭ କରୁଥିଲେ ।

ଏତେ ବଡ଼ ପ୍ରତିଭାର ଅଧିକାରୀ, ଓଡ଼ିଆ ସାହିତ୍ୟରେ ବୈପ୍ଳବିକ ଚିନ୍ତାଧାରାର ପ୍ରବର୍ତ୍ତକ ହୋଇ ମଧ୍ୟ ସେତେବେଳର କବି, ସାହିତ୍ୟିକମାନେ କୌଣସି ସମୟରେ ତାଙ୍କୁ ସ୍ୱୀକୃତି ଦେଇନଥିଲେ । ଏପରିକି ସୋନପୁରର ରାଜା ମଧ୍ୟ ତାଙ୍କୁ ଚିହ୍ନିବା ପାଇଁ ଚେଷ୍ଟା କରିନଥିଲେ । ଏହାର କାରଣ ମଧ୍ୟ ସ୍ପଷ୍ଟ । ସେତେବେଳେ ପଶ୍ଚିମ ଓଡ଼ିଶା ସୋନପୁର ଅଞ୍ଚଳର ଗଙ୍ଗାଧର ମେହେରଙ୍କଠାରୁ ଉପକୂଳବର୍ତ୍ତୀ ସମସ୍ତ କବି ତାଙ୍କର କବିତାରେ କେବଳ ପ୍ରକୃତି ବର୍ଣ୍ଣନା ଏବଂ ରାଧାକୃଷ୍ଣ ପ୍ରେମକୁ କବିତା ଆକାରରେ ପ୍ରକାଶ କରୁଥିଲେ । ଭୀମଭୋଇ କିନ୍ତୁ ଏ ସମସ୍ତଙ୍କଠାରୁ ଥିଲେ ନିଆରା  ।

କନ୍ଧକୂଳରେ ଜନ୍ମ ନେଇ ମଧ୍ୟ ସାମାଜିକ ଉତ୍ପୀଡ଼ନ ତାଙ୍କୁ ଉଦ୍ବେଳିତ କରିଥିଲା । ତା’ ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାକୁ ଯାଇ ସେ କବିତା ରଚନା କରିଥିଲେ । ତାଙ୍କ କବିତା ଅହଂକାରୀ ସାହିତ୍ୟିକ ଗୋଷ୍ଠୀର ସୀମା ସ୍ପର୍ଶ କରିନଥିଲେ ମଧ୍ୟ, ଗାଁ ଗାଁରେ ଜନସ୍ୱୀକୃତି ପାଉଥିଲା । ଯେଉଁଥିପାଇଁ ସମସାମୟିକ କବିମାନେ ତାଙ୍କୁ ଭୟ କରୁଥିଲେ । ଭୀମଭୋଇଙ୍କ ହୃଦୟସ୍ପର୍ଶୀ ଏବଂ ବାସ୍ତବତାର ଚିତ୍ରପଟ ତୋଳି ରଖିଥିବା କବିତା/ଗୀତଗୁଡ଼ିକୁ ହୃଦୟର ସହିତ ଗାଇବା ପାଇଁ ସାଧାରଣ ଲୋକେ କାହାର ପ୍ରମାଣପତ୍ର ବା ସ୍ୱୀକୃତି ପତ୍ରକୁ ଅପେକ୍ଷା କରୁନଥିଲେ । ସେମାନେ ନିଜ ହୃଦୟରେ ଭୀମଭୋଇଙ୍କୁ ଯେଉଁ ସ୍ଥାନ ଦେଇଥିଲେ ତାହା ଯେକୌଣସି କବି ପାଇଁ ଏକ ଇର୍ଷାର କାରଣ ଥିଲା ।

Support Samadhwani

ଭୀମଭୋଇଙ୍କୁ ଜାଣିବାରେ ଓଡ଼ିଶାର ସାହିତ୍ୟ ସାଧନା ଓ ଗବେଷଣାର କ୍ଷେତ୍ର ଯଥେଷ୍ଟ ଅବହେଳା କରିଛି । ପରବର୍ତ୍ତୀ ସମୟରେ ଯେତେବେଳେ ବିଦ୍ୱାନମାନେ ଭୀମଭୋଇଙ୍କ ସମ୍ପର୍କରେ ଆଲୋଚନା ଆରମ୍ଭ କରିଛନ୍ତି ତାହା କେବଳ ଭୀମଭୋଇ ଅନ୍ଧ ଥିଲେ କି ନାହିଁ, କନ୍ଧ ଥିଲେ କି ନାହିଁ ଏହିଭଳି ପ୍ରଶ୍ନ ମଧ୍ୟରେ ସଙ୍କୁଚିତ ହୋଇଯାଇଛି । ସନ୍ଥକବି ଭୀମଭୋଇ ଥିଲେ ସତ୍ୟର ପୂଜାରୀ । ସତ୍ୟ, କରୁଣା, ପ୍ରତିବଦ୍ଧତା ଥିଲା ତାଙ୍କ ରଚନାର ମହାତ୍ମ୍ୟ ।

‘ସତ୍ୟରେ ମରିବି, ସତ୍ୟରେ ତରିବି

ଏହି ଆଜ୍ଞା ମୋତେ ହେଉ’…

କହେ ଭୀମଭୋଇ ଏ ମର୍ତ୍ତ୍ୟମଣ୍ଡଳେ

ଯଶ ଅପଯଶ ଥାଉ….

ଗାନ୍ଧିଜୀଙ୍କର ବହୁ ପୂର୍ବରୁ ସେ ସତ୍ୟ ଏବଂ ଅହିଂସାର ବାର୍ତ୍ତା ପ୍ରଚାର କରିଯାଇଥିଲେ । କେବଳ ସେତିକି ନୁହେଁ ଭୀମଭୋଇ ସମାଜର ଉତ୍ପୀଡ଼ନ ସମ୍ପର୍କରେ ଅତି ନିମ୍ନବର୍ଗର ମଣିଷମାନଙ୍କ ପାଇଁ ଲେଖା ଆରମ୍ଭ କରିଥିଲେ ।

ଗୋଟିଏ ଦୃଷ୍ଟିରୁ ଦେଖିବାକୁ ଗଲେ ଭୀମଭୋଇ ସାମ୍ୟବାଦୀ ଥିଲେ । ସେ ଥିଲେ ଜଣେ ମାନବବାଦୀ, ବିପ୍ଳବୀ କବି । ସେ ସହରୀ ମଣିଷ ନଥିଲେ, ଉଚ୍ଚଶିକ୍ଷା ପାଇନଥିଲେ, ସାକ୍ଷର ବି ନଥିଲେ । ହେଲେ ଏତେସବୁ ପ୍ରତିବନ୍ଧକ ତାଙ୍କର ସୃଜନଶୀଳତାକୁ କସ୍ମିନ୍କାଳେ ଅବରୁଦ୍ଧ କରିପାରି ନଥିଲା । ବର୍ତ୍ତମାନ ସମୟରେ ଭୀମଭୋଇ ଓ ତାଙ୍କରି କବିତାର ପ୍ରାସଙ୍ଗିକତା ଅଧିକରୁ ଅଧିକ ଅନୁଭୂତ ହେଉଛି। ତାଙ୍କର ଥିଲା ଏକ ବିଶ୍ୱ ଦୃଷ୍ଟିଭଙ୍ଗୀ ।

ବିଶ୍ୱର ସମସ୍ତ ମାନବ, ଜୀବଜନ୍ତୁ, ପ୍ରକୃତିକୁ ସେ ପ୍ରେମ କରୁଥିଲେ, ଆଦର କରୁଥିଲେ, ସମସ୍ତଙ୍କର ମଙ୍ଗଳ କାମନା କରୁଥିଲେ । ତାଙ୍କର ଗୀତି-କବିତା ଅନେକ ମଣିଷର ଜୀବନପଥ ବଦଳାଇବାରେ ସହାୟକ ହୋଇଛି । ଭବିଷ୍ୟତରେ ଏହାର ସଠିକ୍ ପ୍ରଚାର ଏବଂ ପ୍ରସାର ହୋଇପାରିଲେ ଏହା ସମାଜ ଗଠନରେ ଏକ ସହାୟକ ଭୂମିକା ଗ୍ରହଣ କରିପାରିବ ।

 

PHOTO CREDIT- https://www.google.com/search?biw=1366&bih=577&tbm=isch&sa=1&ei=fKIfXNOVGM7KwALF1qjwBg&q=bhima+bhoi+image&oq=bhima+bhoi&gs_l=img.3.1.0l10.1435973.1441449..1444684…1.0..0.444.4702.4-11……0….1..gws-wiz-img…….0i10.WWGUfhTuLKk#imgrc=g-sRCuK9WTQoaM:

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.