କଳା ସଙ୍ଗୀତ

ସଙ୍ଗୀତର ବିଜ୍ଞାନ ( ସାକ୍ଷାତକାର: ଡକ୍ଟର ମୁରଲୀଧର ସୂତାର)

Science of Music (Interview : Dr Muralidhar Sutar)

ପ୍ରଶ୍ନ : ଆପଣ ନିଜ ସମ୍ପର୍କରେ କିଛି କହିବେ କି?

ଉତ୍ତର :    ମୁଁ ପେଶାରେ ଜଣେ ଚିକିତ୍ସକ କିନ୍ତୁ ସଙ୍ଗୀତ ପ୍ରତି ରୁଚି ରହିଛି ।

ପ୍ରଶ୍ନ : ସଙ୍ଗୀତର ବିଜ୍ଞାନ ବିଷୟରେ ଆପଣ ଅନେକ ତଥ୍ୟ ଉପସ୍ଥାପନ କରନ୍ତି । ପ୍ରକୃତରେ ସଙ୍ଗୀତର ବିଜ୍ଞାନ କ’ଣ?

ଉତ୍ତର : ପ୍ରତ୍ୟେକ ମଣିଷର ବିଭିନ୍ନ ପ୍ରକାର ମାନସିକ ସ୍ତର (କୋଷ) ରହିଛି, ଯେପରି (୧) କାମମୟ କୋଷ (Conscious mind) (୨) ମନମୟ କୋଷ (subconscious mind) ଓ (୩) ଅତିମାନସ (Supramental) (୪) ବିଜ୍ଞାନମୟ କୋଷ (Sublibmal) ହିରଣ୍ମୟ କୋଷ (Causal subtal) । ସେଗୁଡ଼ିକର ମଧ୍ୟ ବିଭିନ୍ନ ପ୍ରକାର ତରଙ୍ଗ ବା wave ଥାଏ । ଯେପରି

β (ବିଟା wave) : 12-15 wave/sec.

≤ (ଆଲଫା ୮-୧୨ wave): 8-12 wave/sec

€ (ଥିଟା wave) : 4-8 wave/sec

∞ (ଡେଲଟା wave) : 1-4 wave/sec

¥ (ଗାମା wave) : 0-1 wave/sec

ଜଣକର ମାନସିକ ତରଙ୍ଗ ଅତିମାନସ ବା ୪-୮ wave/sec ରେ ପହଞ୍ଚିଗଲେ ତାର ଦିବ୍ୟଚକ୍ଷୁ ବା ତୃତୀୟ ନୟନ ଖୋଲିଯାଏ। ପ୍ରତ୍ୟେକ ଗୀତରେ ମଧ୍ୟ ତାର ନିଜସ୍ୱ ତରଙ୍ଗ ବା Frequency ଥାଏ । ଅଧିକ ତରଙ୍ଗଯୁକ୍ତ ଗୀତ ଶୁଣିଲେ ମନ ଅସ୍ଥିର ହୋଇଥାଏ । କିନ୍ତୁ କମ୍ ତରଙ୍ଗ ଯୁକ୍ତ ଗୀତ ଶୁଣିଲେ ମନ ସ୍ଥିର ହୋଇ ଶାନ୍ତି ପ୍ରଦାନ କରିବା ସଙ୍ଗେ ସଙ୍ଗେ ଦିବ୍ୟଚକ୍ଷୁ ଖୋଲିଯାଇଥାଏ । ଏହା କେବଳ ରାଗ ସଙ୍ଗୀତରେ ସମ୍ଭବ ହୋଇଥାଏ । ସଙ୍ଗୀତ ବଳରେ ପିଟ୍ୟୁଟାରୀ ଗ୍ରନ୍ଥିରୁ ‘ଏଣ୍ଡୋରଫିନ୍‌’ ନାମକ ‘ନ୍ୟୁରୋଟ୍ରାନ୍ସମିଟର’ ଝରି ମାନସିକ ଶକ୍ତି ପ୍ରଦାନ ସାଙ୍ଗକୁ ଶରୀରରୁ ଯନ୍ତ୍ରଣା ମଧ୍ୟ କମାଇ ଦେଇଥାଏ । ପନିଆଲ୍ ଗ୍ରନ୍ଥିରୁ ମେଲାଟୋନିନ୍ ହରମୋନ ଝରାଇ ଦିବ୍ୟଚୁକ୍ଷ ପ୍ରଦାନ କରିଥାଏ ।

ପ୍ରଶ୍ନ : ‘ସଙ୍ଗୀତ’ ଶିକ୍ଷାର୍ଥୀଙ୍କ ଉପରେ କେଉଁଭଳି ମାନସିକ ପ୍ରଭାବ ପକାଇଥାଏ?

ଉତ୍ତର : ସଙ୍ଗୀତ ମଣିଷ ମନ ଉପରେ ଗଭୀରଭାବେ ପ୍ରଭାବ ପକାଇଥାଏ । ଯେଉଁ ତରଙ୍ଗଯୁକ୍ତ ଗୀତ ଶୁଣିବେ ସେଇ ତରଙ୍ଗକୁ ମନ ଚାଲିଯାଇଥାଏ । ବିଶେଷ କରି ରାଗ ସଙ୍ଗୀତରେ Frequency (wave/sec) ଅତି କମ୍ ଥାଏ । ଏବଂ ଆଧୁନିକ ସଙ୍ଗୀତରେ ଅଧିକ ଥାଏ । ତେଣୁ ରାଗ ସଙ୍ଗୀତ ବଳରେ ମଣିଷର ମନ ଅଧିକ ବିକଶିତ ହୋଇଥାଏ । ବିଜ୍ଞାନମୟ କୋଷରେ ପହଞ୍ଚିଗଲେ ବିଜ୍ଞାନର ମଧ୍ୟ ଉଦ୍ଭାବନ ହୋଇଥାଏ । ସେଥିପାଇଁ ଆଇନଷ୍ଟାଇନ୍ ମନକୁ ସୂକ୍ଷ୍ମ କରିବା ପାଇଁ ବେହେଲା ବାଦନ କରୁଥିଲେ ।

ପ୍ରଶ୍ନ : ମଣିଷ ପାଇଁ ସଙ୍ଗୀତର କ’ଣ ସବୁ ଉପଯୋଗୀତା ରହିଛି?

ଉତ୍ତର : ସଙ୍ଗୀତ ମଣିଷକୁ ମନୋରଞ୍ଜନ କରିବା ସଙ୍ଗେ ସଙ୍ଗେ ଶାରୀରିକ ମାନସିକ, ଆଧ୍ୟାତ୍ମିକ ବିକାଶ କରିବାରେ ସାହାଯ୍ୟ କରିଥାଏ । ସମାଜ ସଂସ୍କାର ଦିଗରେ ଏହାର ଭୂମିକା ଯଥେଷ୍ଟ ରହିଛି । ଆଧ୍ୟାତ୍ମିକ ଶାସ୍ତ୍ରରେ ଏହାକୁ ‘ନନ୍ଦନ ବିଜ୍ଞାନ’ କୁହାଯାଏ । ଏହା ବଳରେ ମଣିଷ ସବିକଳ୍ପ ସମାଧି ଲାଭ କରିପାରେ ।

ପ୍ରଶ୍ନ : ରୋଗର ଉପଶମ ପାଇଁ ସଙ୍ଗୀତକୁ ବ୍ୟବହାର କରାଯାଇ ପାରେ କି?

ଉତ୍ତର : ସାଧାରଣତଃ ୭୦% ରୋଗ psycho-somatic ଅର୍ଥାତ୍ ମନରୁ ଆରମ୍ଭ ହୋଇ ଶରୀରକୁ ଆକ୍ରାନ୍ତ କରିଥାଏ । ମନରେ ଶାନ୍ତି ଆସିଗଲେ ଶରୀର ଆପେ ଆପେ ନୀରବ ହୋଇଯାଏ । ସଙ୍ଗୀତ ବଳରେ ଏଣ୍ଡୋରଫିନ୍ ନାମକ ନ୍ୟୁରଟ୍ରାନ୍ସମିଟର କ୍ଷରିତ ହୋଇ ମନରେ ଶାନ୍ତି ପ୍ରଦାନ ସାଙ୍ଗକୁ ଶରୀର ଯନ୍ତ୍ରଣା ଲାଘବ କରିଥାଏ ।

କେତେ ରାଗ ସଙ୍ଗୀତ ବଳରେ ବିଭିନ୍ନ ପ୍ରକାର ରୋଗ ଚିକିତ୍ସା କରାଯାଇପାରେ ଯେପରି :-

ରାଗ ବାଗେଶ୍ରୀ – ବହୁମୂତ୍ର, ରକ୍ତଚାପ

ରାଗ ପୁରିୟା ଧନାଶ୍ରୀ – ଅମ୍ଳରୋଗ

ରାଗ ଦରବାରୀ – ମାନସିକ ଚାପ

ରାଗ ତୋଡ଼ି – ଉଚ୍ଚ ରକ୍ତଚାପ, ଥଣ୍ଡା ଓ ମୁଣ୍ଡବିନ୍ଦା

ରାଗ ଅର୍ହିଭୈରବ – ଉଚ୍ଚରକ୍ତ ଚାପ

ରାଗ ଭୈରବୀ – ଯକ୍ଷ୍ମା, କର୍କଟ, ସାଇନୋସାଇଟିସ୍‌, ଦାନ୍ତବିନ୍ଧା

ରାଗ ମହ୍ଲାର – ଶ୍ୱାସ

ପ୍ରଶ୍ନ : ସଙ୍ଗୀତର ଅନ୍ୟକ’ଣ ଉପଯୋଗୀତା ରହିଛି?

ଉତ୍ତର : ମ୍ୟୁଜିକ ଥେରାପି ଦ୍ୱାରା ଶିକ୍ଷାକ୍ଷେତ୍ରରେ ଅତି ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଅଣାଯାଇପାରିବ । ବିସ୍ମୟ ଛାତ୍ରଛାତ୍ରୀ ସୃଷ୍ଟିକରାଯାଇ ପାରିବ । ଯେପରି ଏକ ବର୍ଷର ପାଠ୍ୟକ୍ରମକୁ ଏକ ମାସରେ ଅତିକ୍ରମ କରିପାରିବେ ।

ପ୍ରଶ୍ନ : ସଙ୍ଗୀତ ସମ୍ପର୍କରେ ଏତେ ଗବେଷଣା ଆପଣ କେବେ କଲେ ଓ କାହିଁକି ଏ ବିଷୟରେ ଏତେ ଆଗ୍ରହ ଦେଖାଇଲେ?

ଉତ୍ତର : ମୋର ଏକ ଅନୁଷ୍ଠାନ ଅଛି ଯାହାର ନାମ Mind-Master Mid Brain Activation Centre, ଯେଉଁଠି ୬ ବର୍ଷରୁ ୧୪ବର୍ଷ ପିଲାମାନଙ୍କୁ ୩ ମାସ ଧରି ଏକ ଟ୍ରେନିଂ ଦିଆଯାଏ । ସେଠିକାର ପିଲାମାନେ ଆଖିବନ୍ଦ କରି ସମସ୍ତ ପ୍ରକାର ବହି ପଢ଼ିପାରନ୍ତି । ଏହା କେବଳ ସଙ୍ଗୀତ ଦ୍ୱାରା ସମ୍ଭବ ହୋଇଥାଏ । ଏହିପରି ଆଶ୍ଚର୍ଯ୍ୟଜନକ ଅନୁଭୂତି ପାଇବାପରେ ମୋର ସଙ୍ଗୀତ ବିଜ୍ଞାନ ବିଷୟରେ ଜାଣିବାପାଇଁ ଅଧିକ ଆଗ୍ରହ ହେଲା ।

Photo credit- https://bit.ly/3u9B8f9

Please support atleast Rs 20/- , Rs 50/- , Rs 100/- for a story.

Editor

ସମଧ୍ୱନିର ସମ୍ପାଦକ ସ୍ଵୟଂପ୍ରଭା ପାଢ଼ୀ ଜଣେ ଗାୟିକା, ସାଂସ୍କୃତିକ ଗବେଷକ ଓ ମୁକ୍ତ ବୃତ୍ତିର ସାମ୍ବାଦିକ ଅଟନ୍ତି । Swayamprava Parhi is a singer (Hindustani vocalist trained by late Guru Shri Dhaneswar Das). She with the help of some other musicians and culture-loving friends formed “Samadhwani Cultural Organization” and “Samadhwani Centre for Cultural Research” which works on different issues of cultural importance in the state of Odisha. She is the editor of both Samadhwani Cultural Quarterly Odia magazine and www.samadhwani.com which is considered to be a rare work in the cultural field of Odisha

Related Articles

Leave a Reply

Your email address will not be published.

Back to top button