ଭାରତବର୍ଷ

1 Min Read

ଭାରତବର୍ଷ!

ଭଗ୍ନାବଶେଷ

ଗାନ୍ଧୀର କଙ୍କାଳ

ମୁକୁଟ ବୁଦ୍ଧର

ଅଯୋଧ୍ୟାର

ସ୍ୱର୍ଣ୍ଣ ମନ୍ଦିରର ।

 ଭାରତବର୍ଷ!

ଆର୍ତ୍ତନାଦ ଅଗଣିତ ମଣିଷର

ଦଉଡ ଠେକୁଆର

ଛାଇ ଅନ୍ତରୀକ୍ଷରେ ଭାସୁଥିବା

କେଉଁ ଏକ ଅସତ୍ୟ ଦ୍ୱୀପର ।

ଭାରତବର୍ଷ!

ମୋର ନୁହେଁ, ତୁମର ବି ନୁହେଁ

ସେମାନଙ୍କର ।

ଭୋଟ ବଢି ପରି ।

ତାଙ୍କ ପାଇଁ ଆମେ ପଟୁମାଟି

ଅତ୍ୟନ୍ତ ଉର୍ବର ।

ତାଙ୍କର ସୈାଧ ଓ ମୀନାର

ଲାଗି ଆମେ ଦରକାର ।

ଭାରତବର୍ଷ!

ବହି ପୃଷ୍ଠାରେ ଗୋଟିଏ ଶୀର୍ଷକ

କିଛି ଲୋଚା କୋଚା ଗାରଙ୍କର

ଏକ ସ୍ଥୁଳ ସମାହାର ।

ପ୍ରତିଶୃତିର ସୈାଦାଗର

ଧାଡି ବାନ୍ଧି ଠିଆ ହୋଇଥିବା

ପ୍ରଶ୍ନବାଚୀଙ୍କ ଆଗରେ ।

ଭାରତବର୍ଷ

ମୋ ପାଇଁ ସ୍ୱପ୍ନଟିଏ

ଯାହା ବିକଳାଂଗ ହୋଇ ଆଜି

ମୋ ଆଗରେ ବାସ୍ତବ

ରୂପ ନିଏ ।

(ରଚନା ୧୯୮୪)

Photo credit- https://bit.ly/3tUKlY3

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ