ହମ୍ ଦେଖେଙ୍ଗେ (ସଂଗୀତରେ ଦେଶ ପ୍ରୀତି )

Swayamprava Parhi (Chief Editor)
Swayamprava Parhi (Chief Editor) 393 Views
20 Min Read

ହମ୍ ଦେଖେଙ୍ଗେ

Support Samadhwani

ରବିନ୍ଦ୍ରନାଥ ଠାକୁରଙ୍କର କାଳଜୟୀ ଗୀତ କୁହାଯାଏ ‘ଚିତ୍ତ ଯେଉଁଠି ଭୟଶୁନ୍ୟ ଉନ୍ନତ ଯହିଁ ଶିର’

Where the mind is without fear

And head is held high,

Support Samadhwani

Where knowledge is free,

Where the world has not been broken up into fragments by narrow domestic walls,

Where words come out from the depth of truth,

Where tireless striving stretches its arms towards perfection,

Where the clear stream of reason has not lost its way

Into the dreary desert sand of dead habit,

Where the mind is laid forward by thee

Into ever widening thought and action,

Into that haven of freedom, my father.

LET MY COUNTRY AWAKE!

ରବିନ୍ଦ୍ରନାଥ ଠାକୁରଙ୍କର ଏହି ଗୀତଟି ପ୍ରକାଶିତ ହୋଇଥିଲା ୧୯୧୦ ମସିହାରେ ଯେତେବେଳେ ଭାରତବର୍ଷ ଇଂରେଜମାନଙ୍କର ଗୁଲାମ ଥିଲା । ସମଗ୍ର ଦେଶରେ ନିରାଶା, ହତାଶାର ଛାୟା ଥିଲା । ଦେଶବାସୀ ଭୟରେ କାଳାତିପାତ କରୁଥିଲେ । ସେହିଭଳି ଏକ ଅନ୍ଧକାରମୟ ସମୟରେ କବିଗୁରୁ ଭବିଷ୍ୟତ ଭାରତବର୍ଷର ଏକ ପରିକଳ୍ପନା କରିଥିଲେ ଏହି ଗୀତଟି ଭିତରେ । ପରାଧୀନତାର ଶୃଙ୍ଖଳ ଭାଙ୍ଗି ଯେତେବେଳେ ଭାରତବର୍ଷ ସ୍ୱାଧୀନତାର ଆଲୋକ ଦେଖିବ ସେତେବେଳେ ଦେଶବାସୀ ମୁଣ୍ଡ ଉଠେଇ ନିର୍ଭୟରେ ଚାଲିପାରିବେ । ଦେଶରୁ ହତାଶା ନିରାଶାର ଅନ୍ତ ହେବ ଏବଂ ଲୋକଙ୍କ ମନରେ ଭୟନଥିବ । ସମସ୍ତେ ଶିକ୍ଷା ପାଇବେ ଏବଂ ଜାତି, ଧର୍ମ ଭୂଲି ଏକ ଐକ୍ୟପୂର୍ଣ୍ଣ ସମାଜ ଗଢ଼ିତୋଳିବେ । ଯେଉଁଠି ସତ୍ୟ, ନ୍ୟାୟ, ନିଷ୍ଠା ଆଦି ମୂଲ୍ୟବୋଧ ଉପରେ ଭାରତବର୍ଷ ଦଣ୍ଡାୟମାନ ହେବ । ଯେଉଁଠି ଲୋକେ ନିଜର ସ୍ୱତନ୍ତ୍ରତାକୁ ନିର୍ଭୟରେ ଉପଭୋଗ କରିପାରୁଥିବେ । ଏହି ଗୀତର ଶେଷ ପଦରେ ସେ କାମନା କରିଛନ୍ତି ଯେ, ଯେମିତି ସମଗ୍ର ଦେଶବାସୀ ଜାଗ୍ରତ ହେବେ ।

ଏମିତି କିଛି ଗୀତ ଅଛି ଯେଉଁ ଗୀତ ଗୁଡ଼ିକ ନିଜ ନିଜର ସମୟକୁ ଅତିକ୍ରମ କରି ବହୁତ ଆଗକୁ ଚାଲିଯାଆନ୍ତି । ରବିନ୍ଦ୍ରନାଥ ଠାକୁରଙ୍କର ଏହି ଗୀତଟି ସେମିତି ଏକ କାଳଜୟୀ ଗୀତ । ଏହିସବୁ ଗୀତ ଇତିହାସ ଓ ଭୂଗୋଳର ସୀମାରେଖାକୁ ପାରିକରି ସମଗ୍ର ଦୁନିଆରେ ପରିବ୍ୟାପ୍ତ ହୁଅନ୍ତି । ସମୟର ସୀମା ମଧ୍ୟ ସେମାନଙ୍କୁ ବାନ୍ଧିପାରେ ନାହିଁ । ସେହିସବୁ ଗୀତ ଓ କବିତା ଲୋକଙ୍କର ଗୀତ ହୋଇଯାଆନ୍ତି । ଏହିଭଳି କିଛି ଗୀତ ସମ୍ପର୍କରେ ଚର୍ଚ୍ଚା କରିବାପାଇଁ ପ୍ରୟାସ କଲାବେଳେ ଫୈଜ୍ ଏହେମଦ୍ ଫୈଜଙ୍କର “ହମ ଦେଖେଙ୍ଗେ” ଗୀତଟି ଆପେ ଆପେ ମନରେ ଆନ୍ଦୋଳନ ସୃଷ୍ଟିକରେ ।

ହମ୍ ଦେଖେଙ୍ଗେ

ଲାଜିମ ହେ କେ ହମ ଭି ଦେଖେଙ୍ଗେ

ହମ୍ ଦେଖେଙ୍ଗେ

ୱ ଦିନକୋ ଜିସକା ୱାଦା ହେ

ଜୋ ଲୋହେ ଅଜଲ ମେ ଲିଖା ହେ

ହମ୍ ଭି ଦେଖେଙ୍ଗେ

ଜବ ଜୁଲମୋ ସିତମ କେ କୋହେ ଗରାଁ

ଋଈକି ତରହା ଉଡ଼ ଜାଏଁଙ୍ଗେ

ହମ୍ ଦେଖେଙ୍ଗେ

ହମ ମେହେକୁମୋଁ ମେ ପାଓଁ ତଲେ

ଯବ ଧରତି ଧଡ଼ ଧଡ଼ ଧଡ଼କେଗି

ଔର ଏହେଲେ ହୁକମକେ ସର ଉପର

ଯବ ବିଜିଲି କଡ଼ କଡ଼ କଡ଼କେଗି

ଜବ୍ ଅରଜେ ଖୁଦା କେ କାବୋଁ ସେ

ସବୁତ ଉଠବାଏ ଜାଏଙ୍ଗେଁ

ହମ ଏହେଲେ ସଫା ମର୍ଦ୍ଦୁଦେ ହରମ

ମସନତପେ ବିଠାଏ ଜାଏଙ୍ଗେ

ଜବ ତାଜ ଉଚ୍ଛାଲେ ଜାଏଙ୍ଗେ

ଜବ ତତ୍କତ ଗିରାଏ ଜାଏଙ୍ଗେ

ବସ ନାମ ରହେଗା ଆଲ୍ଲାହ କା

ଜୋ ଗାୟବ ଭି ହେ, ହାଜିର ଭି

ଜୋ ମନଜର ଭି ହେ, ନାଜିର ଭି

ଉଠେଗା ଅନଲ ହକ କା ନାରା

ଜୋ ମେଁ ଭି ହୁଁ, ଔର ତୁମ ଭି ହୋ

ଔର ରାଜ କରେଗି ଖଲଫେ ଖୁଦା

ଯୋ ମେଁ ଭି ହୁଁ ଔର ତୁମ ଭି ହୋ

ହମ୍ ଦେଖେଙ୍ଗେ…

ଫୈଜ୍ ଏହେମଦ୍ ଫୈଜ ଗୀତଟିକୁ ଲେଖିଥିଲେ ୧୯୭୯ ମସିହାରେ । ସେ ଥିଲେ ଜଣେ ଉର୍ଦ୍ଦୁ କବି ଯାହାଙ୍କ ନାମ ନୋବେଲ ପୁରସ୍କାର ପାଇଁ ମନୋନୀତ ହୋଇଥିଲା । ତାଙ୍କର କ୍ରାନ୍ତିକାରୀ କବିତାପାଇଁ ପାକିସ୍ଥାନ ସରକାର ତାଙ୍କୁ ଅନେକ ବର୍ଷ ଜେଲରେ ମଧ୍ୟ ରଖିଥିଲେ । ଏହି ଗୀତଟିକୁ ସେ ନ୍ୟୁୟର୍କରେ ଥିବାବେଳେ ଲେଖିଥିଲେ ଯେତେବେଳର ପାକିସ୍ଥାନର ଏକଛତ୍ରବାଦୀ ଶାସକ ଜିଆଉଲ ହକ ମାର୍ଶାଲ ଆଇନ ଆଣି ଦେଶରେ ଧର୍ମୀୟ ଉତ୍ପୀଡ଼ନ ଚଳାଇଥିଲେ । ଜିଆଉଲ ହକଙ୍କର ଅନୈତିକ ଧର୍ମୀୟ ଉତ୍ପୀଡ଼ନକୁ ପ୍ରତିବାଦ କରି ସେ ଗୀତଟିକୁ ଲେଖିଥିଲେ । ଜଣେ କବିଙ୍କର ବିଦ୍ରୋହର ଏହି ଗୀତଟି ଥିଲା ଏକ ପ୍ରତୀକ । ୧୯୮୪ରେ ଫୈଜ ଏହେମଦ୍ ଫୈଜ ମୃତ୍ୟୁବରଣ କରିବାର ଦୁଇବର୍ଷ ପରେ ପାକିସ୍ଥାନୀ ଗାୟିକା ‘ଇକବାଲ ବାନୁ’ ୫୦,୦୦୦ଲୋକ ଉପସ୍ଥିତ ଥିବା ସାମରୀକ ଆଇନ ବିରୋଧୀ ଏକ ସଭାରେ “ହମ ଦେଖେଙ୍ଗେ” ଗୀତଟିକୁ ଗାଇଥିଲେ । ସେହିଦିନରୁ “ହମ ଦେଖେଙ୍ଗେ” ଗୀତଟି ‘ଇନକିଲାବ’ର ବା ‘ପ୍ରତିବାଦ’ର  ସ୍ୱର ଭାବରେ ଗ୍ରହଣୀୟ ହୋଇଯାଇଛି । ବିଭିନ୍ନ ସମୟରେ ଏସିଆ ମହାଦେଶର ବିଭିନ୍ନ ଦେଶରେ ସରକାରମାନଙ୍କ ବିରୋଧରେ ସ୍ୱରଉତ୍ତ୍ୱଳନ ବେଳେ ଏହି ଗୀତକୁ ପ୍ରତିବାଦୀମାନେ ନିଜ ସ୍ୱରରେ ଗାଇଚାଲିଛନ୍ତି । ଯେତେବେଳେ କୌଣସି ସ୍ଥାନରେ ପ୍ରତିବାଦ, ଆନ୍ଦୋଳନ ହୁଏ ଆପେ ଆପେ ପ୍ରତିବାଦୀମାନଙ୍କର ସ୍ୱରରୁ ଗୀତଟି ଭାସିଆସେ । ସେହି ପ୍ରତିବାଦୀମାନଙ୍କ ଭିତରୁ ଏହି ଗୀତର ଗାୟକମାନେ ବାହାରିପଡ଼ନ୍ତି । ଆଜିର ଦିନରେ ଯେତେବେଳେ ଭାରତବର୍ଷରେ ସି.ଏ.ଏ, ଏନପିଆର, ଏନଆରସି ବିରୋଧୀ ଆନ୍ଦୋଳନ ଅଭୂତପୂର୍ବ ଭାବରେ ମାଡ଼ିଚାଲିଛି, ଲକ୍ଷ ଲକ୍ଷ ଲୋକ ପ୍ରତିବାଦରେ ସାମିଲ ହେଉଛନ୍ତି, ସେହି ପ୍ରତିବାଦୀମାନଙ୍କ ପ୍ରତିବାଦର ସ୍ୱର ହୋଇ ଏହି ଗୀତ ଭାରତବର୍ଷର ଛାତ୍ରଛାତ୍ରୀ, ଯୁବକ, କଳାକାର, ଗାୟକ, ସାଧାରଣ ମଣିଷ ସମସ୍ତଙ୍କ କଣ୍ଠରେ ଆଜି ଗୁଞ୍ଜରଣ ସୃଷ୍ଟି କରିଚାଲିଛି ।

ସେଦିନ କାନପୁର ଆଇ.ଆଇ.ଟିର ଛାତ୍ରଛାତ୍ରୀମାନେ ଏହି ଗୀତଟି ଗାଇ ଜାମିଆ ମିଲିଆ ବିଶ୍ୱବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କ ଉପରେ ହୋଇଥିବା ସରକାରୀ ପ୍ରାୟୋଜିତ ହିଂସାର ପ୍ରତିବାଦ କରୁଥିଲେ ଓ ଜାମିଆ ମିଲିଆର ଛାତ୍ରଛାତ୍ରୀମାନଙ୍କୁ ସମବେଦନା ଜଣାଉଥିଲେ । ଏହି ଗୀତଟି ସେମାନେ ୧୭ ଡ଼ିସେମ୍ବରରେ ସେମାନଙ୍କ କ୍ୟାମ୍ପସରେ ଆୟୋଜିତ ଏକ ନାଗରିକତା ସଂଶୋଧନ ଆଇନ ପ୍ରତିବାଦ ସଭାରେ ଗାଉଥିଲେ । କିଛି ଛାତ୍ର ଓ ଅଧ୍ୟାପକ ସେମାନଙ୍କ ବିରୋଧରେ ଲିଖିତ ଅଭିଯୋଗ ଅଧ୍ୟକ୍ଷଙ୍କ ନିକଟରେ ଦାଖଲ କରିଥିଲେ ଯେ, ହମ ଦେଖେଙ୍ଗେ ଗୀତର କିଛି ଶବ୍ଦ ହିନ୍ଦୁମାନଙ୍କର ଭାବନାକୁ ଆଘାତ କରୁଛି । କାନପୁର ଆଇ.ଆଇ.ଟି ପ୍ରଶାସକ ଏଥିପାଇଁ ଏକ କମିଟି ଗଠନକରି ଫୈଜ ଏହେମଦ୍ ପୈଜଙ୍କର ଏହି ଅତିପ୍ରିୟ ଗୀତ ଉପରେ ତଦନ୍ତ କରିବାପାଇଁ ନିଷ୍ପତ୍ତି ନେଇଥିଲେ । ଆଇ.ଆଇ.ଟି କତ୍ତୃପକ୍ଷଙ୍କର ତଦନ୍ତର ବିଷୟ ଥିଲା ଯେ, ହମ ଦେଖେଙ୍ଗେ ଗୀତଟି ପ୍ରକୃତରେ ହିନ୍ଦୁ ବିରୋଧୀ ଗୀତ କି ? ଏହା ହିନ୍ଦୁ ମାନସିକତାକୁ ଆଘାତ ପହଞ୍ଚାଉଛି କି? ଉତ୍ତରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଦିନେଶ ଶର୍ମା କାନପୁର ଆଇ.ଆଇ.ଟିର ଏହି ଗୀତଟିକୁ ଗାଇବା ବନ୍ଦ କରାଯିବା ନିଷ୍ପତ୍ତିକୁ ସ୍ୱାଗତ ମଧ୍ୟ କରିଥିଲେ ।

ତେବେ ମନରେ ପ୍ରଶ୍ନଆସେ କାହିଁକି ଏହି ଗୀତକୁ ଏତେ ପ୍ରତିବାଦ? ଏହି କବିତା ଲେଖାଯାଇଥିଲା ପାକିସ୍ଥାନର ଧର୍ମୀୟ ଉତ୍ପୀଡ଼କ ଜଣେ ଏକଛତ୍ରବାଦୀ ଶାସକଙ୍କୁ ପ୍ରତିବାଦ କରି । ୧୯୮୪ରେ ଫୈଜ ମୃତ୍ୟୁବରଣ କରିବାର ଦୁଇବର୍ଷ ପରେ ଏହିଗୀତକୁ ଗାଇଥିଲେ ଇକବାଲ ବାନୁ । ୨୦୦୯ରେ ଇକବାଲ ବାନୁ  ମୃତ୍ୟୁବରଣ କଲେ । ହେଲେ ୨୦୧୯ରେ ସେହି ଗୀତର ଶବ୍ଦ ଜୀବନ ପାଇଲା କାନପୁର ଆଇ.ଆଇ.ଟି ଛାତ୍ରଛାତ୍ରୀମାନଙ୍କ କଣ୍ଠରେ । ଏହାହିଁ ହେଉଛି ଗୀତରେ ଥିବା ଶବ୍ଦ ଗୁଡ଼ିକର ଶକ୍ତି । ପ୍ରକୃତରେ ଶାସକ ଡ଼ରନ୍ତି ଶବ୍ଦ ଓ କଲମର ଶକ୍ତିକୁ । ଭାରତର ଶାସକବର୍ଗଙ୍କୁ ଏହି ଗୀତ ଆଜି ଡ଼ରାଉଛି ଯେଉଁ ଗୀତ ବର୍ଷ ବର୍ଷ ତଳେ ଜିଆଉଲ ହକଙ୍କୁ ପାକିସ୍ଥାନରେ ଡ଼ରେଇଥିଲା । ସବୁଠାରୁ କୌତୁହଳର ବିଷୟ ହେଲା ଏହି ଗୀତର ରେକଡ଼ିଂ ଗୁଡ଼ିକୁ ନଷ୍ଟ କରିଦେବାପାଇଁ ବହୁବାର ଚେଷ୍ଟା କରାଯାଇଛି ଯାହା ସଫଳ ହୋଇପାରି ନାହିଁ । ଆଜିର ଦିନରେ ପ୍ରତିବାଦୀମାନଙ୍କ ପାଇଁ ଏହି ଗୀତ ମନ୍ତ୍ର ଭଳି ହୋଇଯାଇଛି । ଯେତେବେଳେ ବି ଶାସକଶ୍ରେଣୀ ପ୍ରତିବାଦୀ କବିତା ବା ଗୀତର ଶବ୍ଦ ବିରୁଦ୍ଧରେ ଯାଇଛନ୍ତି ସେମାନେ ହାରମାନିଛନ୍ତି ।

ଏମିତି ଏକ ଘଡ଼ିସନ୍ଧି ସମୟରେ ବିପ୍ଳବୀ କବି ମନମୋହନ ମିଶ୍ରଙ୍କର ଏକ ଗୀତ ମନରେ ଆସେ ଯେଉଁ ଗୀତଟିକୁ ସେ ଲେଖିଥିଲେ ଭାରତ ସ୍ୱାଧୀନତା ପାଇବାର ପୂର୍ବ ରାତ୍ରରେ । ଆଜିବି ଏହି ଗୀତର ଶବ୍ଦ ଗୁଡ଼ିକ ପ୍ରାସଙ୍ଗିକ ମନେହୁଏ ।

ବିଜୟୀ…

ବିଜୟୀ, ବିଜୟ ତୋ ହୋଇନି ପୁରା

ଘନ ଘଟା ଯାଏ ଡ଼ାକି ଆହୁରି ରହିଛି ବାକି

ଭାଇ ବୁକେ ଭାଇ ହାଣେ ଭଗାରି ଛୁରା

ବିଜୟତୋ ହୋଇନି ପୁରା…

ବିଜୟତୋ ହୋଇନି ପୁରା…

ସେତୁ ବନ୍ଧ ବାନ୍ଧିଛୁତୁ ରାବଣ ପୁରେ

ଯହିଁ ରାଜୁଡ଼ା ରାଜୁତି

ଭୋକି ଆହାର ଜୁରେ

ଯହିଁ ମାତାଲ ହସୁଛି ପିଇ ଶୋଷଣ ସୁରା

ବିଜୟତୋ ହୋଇନି ପୁରା…

ଏକ ଦିଗେ ଏକ ହୁଏ କୋଟି ପରାଣି

ଡ଼ାକଘର କର୍ମଚାରୀ ଛୋଟ କିରାଣୀ

ଜାଗେ ରେଲବାଇ, ଜାଗେ ପାଣି ସେନାନୀ

ହିନ୍ଦୁ ବା ମୁସ୍ଲିମ ବନ୍ଧ ବାଧା ନମାନି

କ୍ରାନ୍ତି ପଟୁଆରେ ହୁଏ ସେ ଆଗତୁରା

ମୁକ୍ତି ପଟୁଆରେ ହୁଏ ସେ ଆଗତୁରା

ବିଜୟତୋ ହୋଇନି ପୁରା…

ଅନ୍ୟଦିଗେ ଦିଲ୍ଲି ବହୁ ଦୂରେ

ଅନ୍ୟଦିଗେ ଦିଲ୍ଲି ବହୁଦୂରେ

କଂଙ୍କାଳ ଭୋକରେ ପୁରେ

କାଶ୍ମୀର ବୁଡ଼େ ଲହୁରେ

ରକତ ମାଖିଛି ଧୋବ ହିମାଦ୍ରି ଚୁଡ଼ା

ବିଜୟତୋ ହୋଇନି ପୁରା…

ବିଜୟତୋ ହୋଇନି ପୁରା…

ଆସ ଭାଇ ହିନ୍ଦୁ ଆସ ମୁସଲମାନ

ଆସ ହେ କଂଗ୍ରେସ ଆସ ଲିଗ ଜୁଆନ

ମୁକତି ମିଳିଛି କାହିଁ ବିନା କୁର୍ବାନେ

ବିନା ରକତେ କି ବାନ୍ଧେ ଦୌପଦୀ ଜୁଡ଼ା

ବିଜୟ ତୋ ହୋଇନି ପୁରା…

ଶୋଷକର ସଙ୍ଗୀତରେ ଆଖି ନବୁଜ

ବିପ୍ଳବୀ ଦେଶର ଯେତେ ବୀର ଫଉଜ

ଗୋରା ପଲଟଣମାରୀ ଅଛି ମଉଜ

ତା ରକତେ ରଙ୍ଗା ତୋର ନିଶାଣ ଉଡ଼ା

ବିଜୟତୋ ହୋଇନି ପୁରା..

ବିଜୟୀ… ବିଜୟତୋ ହୋଇନି ପୁରା..

 ବିପ୍ଳବୀ କବି ମନମୋହନ ମିଶ୍ରଙ୍କ ଭାଷାରେ, “ଏ ଗୀତରେ କ’ଣ ଭୁଲ ହେଲା ମୁଁ କହିପାରିବି ନାହିଁ, ମୋର କୋଟିକଣ୍ଠେ ବୋଲି ବହି ବାହାରିଥିଲା ସେଥିରେ ଏ ଗୀତଟି ଲେଖା ହୋଇଥିଲା, ବୋଧହୁଏ ଏ ଗୀତଟି ପାଇଁ ବହିଟି ବାଜ୍ୟାପ୍ତ ହୋଇଗଲା ଏବଂ ଭାରତ ବର୍ଷର ସ୍ୱାଧୀନ ସରକାରଙ୍କ ଦ୍ୱାରା ।” ଆଜିର ସାମ୍ପ୍ରତ୍ତିକ ବାତାବରଣରେ ଯେତେବେଳେକି ଅସହିଷ୍ଣୁତା, ବିଦ୍ୱେଷର ନିଆଁ ସମଗ୍ର ଦେଶରେ ବିଭେଦ ସୃଷ୍ଟି କରିଚାଲିଛି ସେତେବେଳେ ସାମ୍ପ୍ରଦାୟିକ ସଦଭାବ ପ୍ରତିଷ୍ଠାପାଇଁ ଏକଜୁଟ ଭାବରେ ସମସ୍ତ ବିଭେଦ ଭୂଲି ଆଗେଇ ଯିବାପାଇଁ ଏହି ଗୀତଟି ପ୍ରେରଣା ଦିଏ ।

ସେହିଭଳି ପ୍ରଫେସର ଭଗବତ ପ୍ରସାଦଙ୍କର ଏକ କବିତା ଏଠାରେ ଉପସ୍ଥାପନ କରିବା ଜରୁରୀ ମନେହୁଏ ଯେଉଁ କବିତାରେ ସେ ସମ୍ପ୍ରଦାୟିକତାକୁ ଭୂଲି ମୈତ୍ରୀପୂର୍ଣ୍ଣ ସମାଜ ଗଠନ କରିବାପାଇଁ ଆହ୍ୱାନ ଦେଇଥିଲେ;

“ଇତିହାସର ପୃଷ୍ଠାସବୁ ଫାଡ଼ିଦିଅ

ସେଥିରେ ରହିଛି ବୀରମାନଙ୍କ ସୃଷ୍ଟ ରକ୍ତ ଓ ଯନ୍ତ୍ରଣା…

ଦେବତାମାନଙ୍କୁ ଆର୍ତ୍ତନାଦ ଭରା ଜଳୁଥିବା ସହରରେ

ସେମାନଙ୍କ ଭକ୍ତମାନେ ଅଟ୍ଟହାସ୍ୟ କରୁଛନ୍ତି

ଦେଶପ୍ରେମୀମାନେ ମାତିଗଲେଣି

କୌଣସି ନାରୀର ଇଜ୍ଜତ ରକ୍ଷା ହେବନି

କୌଣସି ଶିଶୁ ମାତୃ ପିତୃ ହରା ନହୋଇ ରହିବନି

ଏ ପୃଥିବୀ ଜୀବ ଶୂନ୍ୟ ହୋଇଯିବ

ବଂଚିବାକୁ ଚାହଁ?

ସବୁ ମଣିଷଙ୍କୁ ଶିଖାଅ ଅହିଂସା ଅପରିଗ୍ରହର ଗୀତ ।

ଭଗବତ ପ୍ରସାଦ ଥିଲେ ସର୍ବୋଦୟର କର୍ମୀ । ଗାନ୍ଧି ବିଚାର ଓ ଦର୍ଶନକୁ ନିଜେ ନିଜ ଜୀବନରେ ପ୍ରୟୋଗ କରିଥିଲେ । ଅହିଂସା ଓ ଅପରିଗ୍ରହର ମନ୍ତ୍ର ବ୍ୟବହାର କରି ସାମ୍ପ୍ରଦାୟିକତାକୁ ପ୍ରତିହତ କରାଯାଇପାରେ ବୋଲି ତାଙ୍କର ଥିଲା ଦୃଢ଼ ବିଶ୍ୱାସ ।

ସିଏଏ, ଏନଆରସି ଓ ଏନପିଆର ବିରୋଧରେ ଭାରତବର୍ଷରେ ଚାଲିଥିବା ପ୍ରତିବାଦ ଭିତରୁ ଜନ୍ମନେଇଛି ଭିନ୍ନ ଭିନ୍ନ ଗୀତ ଓ କବିତା । ଗାୟକ ଓ କବିମାନେ ସାହିନବାଗକୁ ଆସୁଥିଲେ ନିଜର ପ୍ରତିବାଦ ଜଣାଇବା ପାଇଁ ଓ ଧାରଣାରେ ବସିଥିବା ମହିଳା ମାନଙ୍କର ମନୋବଳ ବଢ଼ାଇବାପାଇଁ । ସମଗ୍ର ଭାରତବର୍ଷରେ ଚାଲିଥିବା ଜନଗଣଙ୍କର ସମ୍ବିଧାନ ସୁରକ୍ଷା ଆନ୍ଦୋଳନ ତଥା ସିଏଏ, ଏନଆରସି ବିରୋଧୀ ଆନ୍ଦୋଳନରେ ସାମିଲ ହୋଇଥିବା ଜଣେ ବିଶିଷ୍ଟ ଯୁବକବି ତଥା ଷ୍ଟାଣ୍ଡଅପ୍ କମେଡ଼ି କ୍ଷେତ୍ରରେ ବିଶେଷଭାବରେ ସଫଳତା ଅର୍ଜନ କରିଥିବା ଜଣେ ଆଇଆଇଟିରୁ ଶିକ୍ଷାଗ୍ରହଣ କରିଥିବା ଇଞ୍ଜିନିଅର ବରୁଣ ଗ୍ରୋଭରଙ୍କ କବିତା ‘କାଗଜ ନେହିଁ ଦିଖାଏଙ୍ଗେ’ ବହୁଳଭାବରେ ପ୍ରଚାରିତ ହୋଇଥିବାର ଦେଖାଯାଏ । ଏହି କବିତାର ସାରମର୍ମ ହେଲା ଏମ ପି ଆର, ସିଏଏ ଓ ଏନ ଆର ସି ପାଇଁ ଯେତେବେଳେ ସରକାରୀ ଲୋକମାନେ ଆମ ଘରକୁ ଆସି ଆମକୁ ଆମେ ଭାରତବର୍ଷର ନାଗରୀକ ବୋଲି ପ୍ରମାଣପତ୍ର ମାଗିବେ ଓ କାଗଜ ଦେଖାଇବାପାଇଁ କହିବେ ଆମେ କେହି କିଛି ବି ପ୍ରମାଣ ଓ କାଗଜ ଦେଖାଇବୁ ନାହିଁ । ଏ ଦେଶର ନାଗରୀକ ବୋଲି ସମ୍ବିଧାନ ଆମକୁ ଯେଉଁ ଅଧିକାର ଦେଇଛି ତା’କୁ ଆମେ ଅକ୍ଷ୍ୟୁର୍ଣ୍ଣ ରଖିବାପାଇଁ ଶପଥ ନେଇଛୁ । ସିଏଏ, ଏନପିଆର ଓ ଏନଆରସି ବିରୋଧି ଆନ୍ଦୋଳନର ଏହାହିଁ ଆଭିମୁଖ୍ୟ । ସରକାର ସମ୍ବିଧାନ ବିରୋଧୀ ଆଇନକୁ ପ୍ରତ୍ୟାହାର କରନ୍ତୁ ନତୁବା ଆମେ ସରକାରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବୁ ।

ହମ କାଗଜ ନେହିଁ ଦିଖାଏଙ୍ଗେ

ତାନାଶା ଆକେ ଜାଏଙ୍ଗେ

ହମ କାଗଜ ନେହିଁ ଦିଖାଏଙ୍ଗେ…

ତୁମ ଆଶୁଗେସ ଉଚ୍ଛାଲୋଗେ

ତୁମ ଜେହେର କି ଚାଏ ଉବାଲୋଗେ

ହମ ପ୍ୟାରକି ସକର ଘୁଲକେ

ହମ ଘଟ ଘଟ ଘଟ ପିଇ ଯାଏଙ୍ଗେ

ଏ ଦେଶ୍ ଭି ଆପନା ହାସିଲ ହେ

ଯାହାଁ ରାମପ୍ରସାଦ ଭି ବିଶମିଲ ହେ

ମିଟିକୋ କେସେ ବାଣ୍ଟୋଗେ

ସବକା ହି ଖୁନ ତୋ ସାମିଲ ହେ

ତୁମ ପୁଲିଶସେ ଲାଠ ପଡ଼ାଦୋଗେ

ତୁମ ମେଟ୍ରୋ ବନ୍ଦ କରାଦୋଗେ

ହମ ପେଦଲ ପେଦଲ ଆଏଙ୍ଗେ

ହମ କାଗଜ ନେହିଁ ଦିଖାଏଙ୍ଗେ

ହମ ମଞ୍ଜି ଏହି ବିଛାଏଙ୍ଗେ

ହମ କାଗଜ ନେହିଁ ଦିଖାଏଙ୍ଗେ

ହମ ସମ୍ବିଧାନ କୋ ବଞ୍ଚାଏଙ୍ଗେ

ହମ କାଗଜ ନେହିଁ ଦିଖାଏଙ୍ଗେ

ହମ ଜନଗଣମନ ଭି ଗାଏଙ୍ଗେ

ହମ କାଗଜ ନେହିଁ ଦିଖାଏଙ୍ଗେ

ତୁମ ଜାତପାତ ସେ ବାଣ୍ଟୋଗେ

ହମ ଭାତ ମାଙ୍ଗତେ ଜାଏଙ୍ଗେ

ହମ କାଗଜ ନେହିଁ ଦିଖାଏଙ୍ଗେ

ହମ କାଗଜ ନେହିଁ ଦିଖାଏଙ୍ଗେ…

ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିକୁ ବରୁଣ ଗ୍ରୋଭର ନିଜର ଷ୍ଟାଣ୍ଡଅପ କମେଡ଼ି ସୋ ଗୁଡ଼ିକରେ ନୂତନ ଦୃଷ୍ଟିଭଙ୍ଗୀରେ ବ୍ୟଙ୍ଗକରି ପ୍ରସ୍ତୁତ କରିବା ସହିତ କମେଡ଼ି ମାଧ୍ୟମରେ ଯୁବପିଢ଼ୀ ଭିତରେ ଜାଗରଣ ସୃଷ୍ଟିକରିବାର ପ୍ରୟାସ କରିଆସିଛନ୍ତି । ସେ ଜଣେ ଖୁବ ଉଚ୍ଚକୋଟିର କବି, ଚଳଚିତ୍ରର କାହାଣୀ ଓ ସଂଳାପ ଲେଖକ । ଅନେକ ବଲିଉଡ଼ ଚଳଚିତ୍ର ପାଇଁ ଏବେ ଲେଖାଲେଖି ଜାରୀ ରଖିଛନ୍ତି । କାଗଜ ନେହିଁ ଦିଖାଏଙ୍ଗେ ଗୀତଟି ତାଙ୍କ ଲେଖନୀରୁ ପ୍ରକାଶିତ ହେବାମାତ୍ରେ ସମଗ୍ର ଦେଶରେ ବିଭିନ୍ନ ସ୍ୱରରେ ଆବୃତ୍ତି ହେବାର ଦେଖାଯାଇଥିଲା ।

ସିଏଏ, ଏନଆରସିକୁ ସମଗ୍ର ଦେଶର ଜନଗଣ ପ୍ରତିବାଦ କରି ରାଜରାସ୍ତାରେ ପ୍ରତିବାଦ କରୁଥିବା ବେଳେ ଗଣମାଧ୍ୟମ ଏକ ଜନବିରୋଧୀ ଭୂମିକା ଗ୍ରହଣ କରିଥିଲା । ସରକାରୀ ନୀତି ନୀୟମକୁ ସମର୍ଥନ କରି ଦେଶର ସମସ୍ତ ମୁଖ୍ୟଧାରା ଗଣମାଧ୍ୟମମାନେ ଯେଉଁ ଭୂମିକା ନେଇଥିଲେ ସେଥିରେ ସମଗ୍ର ଦେଶବାସୀ କ୍ଷୁବ୍ଧ ହୋଇଥିଲେ । ସବୁଠି ଗଣମାଧ୍ୟମର ଭୂମିକାକୁ ନେଇ ଚର୍ଚ୍ଚା ଚାଲିଥିବା ସମୟରେ ଏହି ଗୋଦି ମିଡ଼ିଆକୁ ସମାଲୋଚନା କରି କିଛି ଛାତ୍ରୀ ଦିଲ୍ଲୀ ରାଜରାସ୍ତାରେ ବସି କିଛି ଗୀତ ଏହି ଗଣମାଧ୍ୟମ ମାନଙ୍କ ଉଦ୍ଦେଶ୍ୟରେ ଗାଇଥିଲେ ଯାହାକୁ ୟୂଟ୍ୟୁବ ମାଧ୍ୟମରେ ଦେଖିବାକୁ ମିଳୁଛି ଯେମିତିକି;  ‘ତେରା ଟିଭି ବିମାର ହେ କାକା ଫୈଲାତା ଭରମ ହେ’;

ତେରା ଟିଭି ବିମାର ହେ କାକା… ଫୈଲାତା ଭରମ ହେ

ଓ ତୋ ତେରା ହି ପୈସା ହେ ଖାତା…ଫୌଲାତା ଭରମ ହେ

ତୁଝକୋ ଉଲଝାଏ ତୋ ନାଗ ଅର ନାଗିନ ମେଁ

ତୁଝକୋ ଲୁଭାଏ ତେରେ ହି ରାଶିଫଲ ମେଁ

ତୁଝକୋ ସୋର୍ଗକି ଶିଢ଼ି ଦିଖାତା…ଫୈଲାତା ଭରମ ହେ…

ତେରେ ମୁଦୋଁକୋ ଦେଖ କେସେ ଭଟକାଏ

ଭୁକ ବେରୋଜଗାରୀ ନା ଦିଖଲାଏ

ଓ କାକାରେ… ଓ କାକାରେ…

କିଶାନ ମଜଦୁର ରୋଜ ସୁଇସାଇଡ଼ି କରତା

ଆମ ଆଦମି ରୋଜ ତିନକା ତିନକା ମରତା

ଏତୋ କୋରିଆନ କାହାନି ଶୁନାତା…ଫୈଲାତା ଭରମ ହେ…

ହୋ କାକାରେ…ଆରେ କାକା…

ତେରା ଟିଭି ବିମାର ହେ କାକା… ଫୈଲାତା ଭରମ ହେ

ପ୍ରତିବାଦ ପାଇଁ ଯେଉଁସବୁ ସଙ୍ଗୀତ ସୃଷ୍ଟି ହୋଇଥିଲା ସେହି ଭିତରେ ଆଗଧାଡ଼ିରେ ରହିଆସିଛି ‘ହାଲ୍ଲାବୋଲ’ ।

ହାଲ୍ଲା ବୋଲ ଭାଇ ହାଲ୍ଲା ବୋଲ ଭାଇ

ହାଲ୍ଲା ବୋଲ ଭାଇ ହାଲ୍ଲା ବୋଲ…

ବୋଲ ମଜଦୁରେ ହାଲ୍ଲା ବୋଲ… ବୋଲ ମଜଦୁରେ ହାଲ୍ଲା ବୋଲ

ଏହି ଗୀତଟି ବିଷୟରେ ଲେଖିବାବେଳେ ମନେପଡ଼େ ଯୁବନାଟ୍ୟକାର ସଫଦର ହାସମୀଙ୍କ କଥା । ସଫଦର ହାସମୀ ଦିନେ ଶାସକମାନଙ୍କ ବିରୁଦ୍ଧରେ ହାଲ୍ଲାବୋଲ ଡ଼ାକରା ଦେଇ ସହିଦ ହୋଇଥିଲେ । ସଫଦର ହାସମୀଙ୍କର ହାଲ୍ଲାବୋଲ ଯୁବପିଢ଼ୀକୁ ଏକାଠି କରିବାପାଇଁ ଆଜିବି ସାହାସ ଯୋଗାଉଛି । ସିଏଏ ଓ ଏନଆରସି ବିରୋଧୀ ପ୍ରତିବାଦରେ ସଫଦର ହାସମୀଙ୍କର କେତୋଟି ଶବ୍ଦକୁ ଯୁବପିଢ଼ୀ ଦଢ଼ଭାବରେ କହୁଥିଲେ ଯେ;

 କ୍ୟା ହୁଆ ହାମ ବେସୁରେଁ ହେଁ

ପର ଆୱାଜ ତୋ ବୁଲନ୍ଦ ହେ ।…

କେହି କେହି କହିଥିଲେ ଯେ, ସଫଦର ହାସମୀ ଏମିତି ଜଣେ ପ୍ରତିବାଦୀ ବ୍ୟକ୍ତିତ୍ୱ ଥିଲେ ଯିଏକି ପ୍ରାୟ ସମସ୍ତଙ୍କୁ ପ୍ରବର୍ତ୍ତାଉଥିଲେ ନିର୍ଭୟ ଭାବରେ ସମସ୍ତଙ୍କ ସାମ୍ନାରେ ନିଜର ମତବ୍ୟକ୍ତ କରିବାପାଇଁ । ସଫଦର ହାସମୀ ସବୁବେଳେ ସାହସର ଶିକ୍ଷା ଦେଇଥିଲେ ଏବଂ ଆଜିର ଯୁବପିଢ଼ୀ ତାଙ୍କର ସେହି ଶିକ୍ଷାକୁ ଆଗକୁ ନେଇଛନ୍ତି ସିଏଏ, ଏନଆରସି ଓ ଏନପିଆର ବିରୁଦ୍ଧରେ ପ୍ରତିବାଦର ଆଗଧାଡ଼ିରେ ନିଜର ସ୍ୱର ଉତ୍ତ୍ୱଳନ କରି ।

ସିଏଏ ଓ ଏନଆରସି ପ୍ରତିବାଦରେ ପରଭେଜ ଅକତରଙ୍କର ଏହି ଗୀତଟି ମଧ୍ୟ ପ୍ରାସଙ୍ଗୀକ ମନେହୁଏ ଯାହାକୁ ଗାଇଛନ୍ତି ସହିଦ ସାହାବ । ଗୀତଟି ହେଲା;

ଦର୍ଜ କୁର୍ବାନିୟାଁ ହେ ଯୋ ଇତିହାସ ମେଁ

ନାମ ଉସମେଁ ହେ ତେରା ତୋ ମେରା ଭି ହେ

ହମନେ ସିଞ୍ଚାହେ ଆପନେ ଲହୁସେ ଇସେ

ଏ ଚମନ ହେ ଯୋ ତେରା ତୋ ମେରା ଭି ହେ

…ଇନକା କ୍ୟା ହେ ଓ କେହେକର ଚଲେଯାଏଙ୍ଗେଁ

ଇନକି ବାତୋଁମେ ଆକେ ଯୋ ଲଢ଼ ଯାଏଙ୍ଗେ

ଆଗ ମେଁ ନଫରତୋଁ କେ ଏ ଜଲ ଯାଏଗା

ଇସମେଁ ଘର ହେ ଯୋ ମେରା ତୋ ତେରା ଭି ହେ…

ଜଣେ କଳାକାର ଶାହୀନ ବାଗରେ ତାଙ୍କର ଅନୁଭୂତିକୁ ପ୍ରକାଶ କରି କହିଥିଲେ ଆମେ ସେଦିନ ଧର୍ମନିରପେକ୍ଷ ଭାରତ ବୋଲି ଚକ୍‌ରେ ଲେଖିବାକୁ ଚେଷ୍ଟା କରୁଥିଲୁ ସେମାନେ ସେହି ଲେଖାକୁ ବାରମ୍ବାର ଲିଭାଇବାକୁ ଚେଷ୍ଟା କଲେ । ଭାରତବାସୀଙ୍କର ଭାରତୀୟତା ଉପରେ ବିପଦ ଆସିଛି ଏବଂ ଯାହାର ସୁରକ୍ଷା କରିବାପାଇଁ ଆମେ ପ୍ରତିବାଦ କରୁଛୁ ବୋଲି ସେ କହିଥିଲେ ।

ସିଏଏ, ଏନଆରସି ଓ ଏନପିଆରକୁ ପ୍ରତିବାଦ କରିଥିଲେ ଭାରତର ଚଳଚିତ୍ର ଜଗତର ଅନେକ ବିଶିଷ୍ଟ ଚିତ୍ରତାରକା, ସେ ଅନୁରାଗ କସ୍ୟପ, କମଲ ହାସନ, ପ୍ରକାଶ ରାଜ, ହୁଅନ୍ତୁ କି ଦିପିକା, ସୋରା ଭାସ୍କର କିମ୍ବା ବିଶିଷ୍ଟ ଗାୟିକା ଶୋଭା ମୁଦଗଲ ହୁଅନ୍ତୁ । ପ୍ରତିବାଦ ଓ ଆନ୍ଦୋଳନ ପ୍ରତି ନିଜର ସମର୍ଥନ ଜଣାଇବାପାଇଁ ସେମାନେ ପହଞ୍ଚିଥିଲେ ସାହିନବାଗର ମହିଳାମାନଙ୍କ ଦ୍ୱାରା ଚାଲିଥିବା ଅହୋରାତ୍ର ପ୍ରତିବାଦ ସ୍ଥଳରେ । ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତର ଗାୟିକା ଶୋଭା ମୁଦଗଲ ସାହିନବାଗରେ ଗାଇଥିଲେ ମସୁର କବି ହବିବ ଜାଲିବଙ୍କର ଏକ ଅତି ପ୍ରସିଦ୍ଧ ଗୀତ; ‘ମେଁ ନେହିଁ ମାନତା ମେଁ ନେହିଁ ଜାନତା’…

ଦୀପ ଜିସକା ମହଲ୍ଲା ତିହି ମେଁ ଜଲେ

ଚନ୍ଦ ଲୋଗୋଁ କି ଖୁସି ୟୋଁ କୋ ଲେକର ଚଲେ

ଓ ଯୋ ସାଏ ମେଁ ହର ମସଲାହତ କେ ପଲେ

ଏସେ ଦସ୍ତୁର କୋ ଶୁବହ ଇ ନୁର କୋ

ମେଁ ନେହିଁ ମାନତା ମେଁ ନେହିଁ ଜାନତା

ମେଁ ଭି ଖାଇଫ୍ ନେହିଁ ତସ୍ତା ଏ ଦାର ସେ

ମେଁ ଭି ମଁସୁର ହୁଁ କେହେଦୋ ଅଗୟାର ସେ

କ୍ୟୁଁ ଡ଼ରାତେ ହୋ ଜିନ୍ଦା କି ଦିୱାର ସେ

ଜୁଲମ କି ବାତ କୋ ଜହଲ କି ରାତ କୋ

ମେଁ ନେହିଁ ମାନତା ମେଁ ନେହିଁ ଜାନତା

ଫୁଲ ସାଖୋଁ ପେ ଖିଲନେ ଲଗେ ତୁମ କହୋ

ଜାମ ରିନ୍ଦୋଁକୋ ମିଲନେ ଲଗେ ତୁମ କହୋ

ଚାକ ସିନୋଁ କେ ସିଲନେ ଲଗେ ତୁମ କହୋ

ଇସ ଖୁଲେ ଝୁଟକୋ ଜେହେନ କି ଲୁଟ କୋ

ମେଁ ନେହିଁ ମାନତା ମେଁ ନେହିଁ ଜାନତା

ତୁମନେ ଲୁଟା ହେ ସଦିଓଁ ହାମାରା ସୁକୁଁନ

ଅବ ନ ହମ ପର ଚଲେଗା ତୁହ୍ମାରା ଫୁସୁଁନ

ଚାରାଗର ଦର୍ଦ୍ଦମନ୍ଦୋଁ କେ ବନତେ ହୋ କ୍ୟୁଁ

ତୁମନେହିଁ ଚାରାଗର କୋଇ ମାନେ ମଗର

ମେଁ ନେହିଁ ମାନତା ମେଁ ନେହିଁ ଜାନତା…

ବିଶ୍ୱ ଇତିହାସରେ ନାରୀମାନେ ଅନେକ ସ୍ଥାନରେ ଆନ୍ଦୋଳନର ଆଗରେ ରହିଆସିଛନ୍ତି । ଭାରତବର୍ଷର ଇତିହାସରେ ଶାହୀନ ବାଗ ଏକ ନୂଆ ଅଧ୍ୟାୟ ଯୋଡ଼ିଦେଇଛି । ଶାହୀନ ବାଗରେ ବୁର୍ଖା ପିନ୍ଧୁଥିବା ରକ୍ଷଣଶୀଳ ମୁସଲମାନ ସମ୍ପ୍ରଦାୟର ନାରୀମାନଙ୍କୁ ଦେଖିବାକୁ ମିଳିଥିଲା ଆନ୍ଦୋଳନର ଆଗଧାଡ଼ିରେ । ଯେଉଁ ମହିଳାମାନେ ସେମାନଙ୍କ ଜୀବନରେ କେବେ ପ୍ରତିବାଦ କରିବାର ଚିନ୍ତାବି କରିନଥିଲେ ସେମାନେ ଅହୋରାତ୍ର ନିଜର କୁନି କୁନି ପିଲାମାନଙ୍କୁ ଧରି ଦିଲ୍ଲୀ ରାଜରାସ୍ତାରେ ବସିଥିଲେ । ୯୦ବର୍ଷର ବୃଦ୍ଧାଠାରୁ ଆରମ୍ଭ କରି ଯୁବତୀ, ସ୍କୁଲ ଯାଉଥିବା ପିଲାମାନେ ମଧ୍ୟ ମା ମାନଙ୍କ ସହ ମାସ ମାସ ଧରି ପ୍ରତିବାଦରେ ସାମିଲ ହୋଇଥିଲେ । ସମଗ୍ର ସମାଜକୁ ଶାହୀନ ବାଗ ନାରୀମାନଙ୍କର ପ୍ରତିବାଦ ଏକ ନୂଆ ରାସ୍ତା ଦେଖାଇଥିଲା ଓ ଏହା ଏକ ଚର୍ଚ୍ଚାର ବିଷୟ ହୋଇଥିଲା । ସାହିନବାଗରୁ ପ୍ରେରଣା ନେଇ ସମଗ୍ର ଦେଶରେ ଏମିତି ଅନେକ ନାରୀମାନଙ୍କର ମିଳିତ ପ୍ରତିବାଦ ଆରମ୍ଭ ହୋଇଥିଲା ଯାହା ଶାସକ ଶ୍ରେଣୀପାଇଁ ମୁଣ୍ଡବ୍ୟଥାର କାରଣ ହୋଇପଡ଼ିଥିଲା ।

ଶାହୀନ ବାଗରେ ମହିଳାମାନଙ୍କର ପ୍ରତିବାଦକୁ ଆଧାରକରି ଏକ କବିତା ଲେଖିଲେ ପ୍ରଫେସର ବୀରେନ୍ଦ୍ର ନାୟକ ଯାହାର ଶୀର୍ଷକ ଥିଲା “ଶାହୀନ ବାଗ”

।। ୧ ।।

ସବୁ ଅନ୍ଧାର ଧାରେ

ଉଜ୍ୱଳତା ଦିଶେ

ଶାହୀନ ବାଗ ଦିଶେ ।

ନିରାଶାର ଘନ ଘଟାରେ

ଆଶାର ଆଲୋକ ଦିଶେ

ଶାହୀନ ବାଗ ଦିଶେ ।

ବନ୍ଧନର ଶିକୁଳିରୁ

ମୁକ୍ତିର ସମ୍ଭାବନା ଦିଶେ

ଶାହୀନ ବାଗ ଦିଶେ ।

ବର୍ଷ ବର୍ଷ ଧରି

ସ୍ୱର ମୁଖର ହେଉଥିବା ଦିଶେ

ଶାହୀନ ବାଗ ଦିଶେ ।

ଭବିଷ୍ୟତ ଧାତ୍ରୀ

ସଡ଼କର କର୍ତ୍ତ୍ରୀ ହେବା ଦିଶେ

ଶାହୀନ ବାଗ ଦିଶେ ।

ଅପରାଜୟ ମଣୁଥିବା କ୍ଷମତାର

ଦ୍ୱାର ଦେଶେ

ପରାଜୟ ଦସ୍ତକ ଦେବାର ଦିଶେ

ଶାହୀନ ବାଗ ଦିଶେ ।

।। ୨ ।।

ଆସ ତାଙ୍କ ପାଖରେ ଠିଆ ହେବା

ତାଙ୍କୁ ହିମ୍ମତ ଦେବା

ସେମାନେ ଯେ ପଥ ଓଗାଳିଛନ୍ତି

ବିଦ୍ୱେଷର, ବିଭାଜନର

ହିଂସାର, ଅସିଷ୍ଣୁତାର

ଅସୁରକ୍ଷିତ ଭବିଷ୍ୟତର

ଆସ ଆମେ ସେଥିରେ ସାମିଲ ହେବା ।

ବୁଝ, ସେ ପଥ

ପଥରଗୋଡ଼ିର ରାସ୍ତା ନୁହେଁ

ଦୁଇ ସହରକୁ ଯୋଡ଼ୁଥିବା ରାସ୍ତା ନୁହେଁ

ସେ ଦୁଇ ହୃଦୟକୁ ଭାଙ୍ଗୁଥିବା ପଥ

ସେମାନେ ତାକୁ ଓଗାଳିଛନ୍ତି

ଆସ ଆମ ତାଙ୍କ ସହିତ ଠିଆ ହେବା

ମଣିଷକୁ ମଣିଷ ସହ ଯୋଡ଼ୁଥିବା ପଥ ଫିଟାଇବା

ଏହି କଂକ୍ରିଟ ରାସ୍ତାରେ ବସିଥିବା

ମା ପାଖରେ ଠିଆ ହୋଇଥିବା ।

।। ୩ ।।

ଦେଶପ୍ରେମର ପରାକାଷ୍ଠା ଚାହଁ ଦେଖିବାକୁ?

ଯାଅ ଶାହୀନ ବାଗ

ନାରୀ ହୃଦୟର ବିଶାଳତା ଚାହଁ ମାପିବାକୁ?

ଯାଅ ଶାହୀନ ବାଗ ।

ମାନବତାର ପର୍ବ ଚାହଁ ପାଳିବାକୁ?

ଯାଅ ଶାହୀନ ବାଗ

ଘୃଣା କିପରି ଫେରେ ବିଜୁଳି ବେଗରେ

ସ୍ରଷ୍ଟା ପାଖକୁ, କ୍ଷତ ବିକ୍ଷତ କରେ ତାକୁ, ଚାହଁ ଦେଖିବାକୁ?

ଯାଅ ଶାହୀନ ବାଗ

।। ୪ ।।

ଗାନ୍ଧୀଙ୍କୁ ଦେଖିବ ଯଦି

ଚାଲ ଶାହିନ ବାଗ

ସୁଭାଷଙ୍କୁ ଦେଖିବାକୁ ହେଲେ

ଚାଲ ଶାହୀନ ବାଗ

ଲକ୍ଷ୍ମୀବାଇ, ରେଜିଆ

ପ୍ରୀତିଲତା ଅବା ସରୋଜିନୀ

ମାଳତୀ, ସରଳା ଅବା କୁନ୍ତଳା କୁମାରୀ

ଦେଖିବାକୁ ହେଲେ

ଚାଲ ଶାହୀନ ବାଗ ।

ସିଏଏ, ଏନଆରସିକୁ ବିରୋଧ ଜୋରଦାର ଜାରୀ ରହିଥିବାବେଳେ ରାଷ୍ଟ୍ରଶକ୍ତି ନିଜର ସମସ୍ତ ବଳ, କଳ, କୌଶଳ ପ୍ରୟୋଗକରି ହିଂସା ଓ ବିଦ୍ୱେଷର ବାତାବରଣ ସୃଷ୍ଟି କରିଥିଲେ ସମଗ୍ର ଦେଶରେ । ଏହାର ପ୍ରଥମ ଶିକାର ହୋଇଥିଲେ ରାଜଧାନୀ ଦିଲ୍ଲୀବାସୀ । ହିନ୍ଦୁ ମୌଳବାଦୀମାନଙ୍କ ଦ୍ୱାରା ସୃଷ୍ଟି ହୋଇଛି ଦଙ୍ଗା ଯେଉଁଥିରେ ଜଳି ପୋଡ଼ି ଛାରକାର ହୋଇଯାଇଛନ୍ତି ଅନେକ ନିରୀହ ଜୀବନ । ସାମ୍ପ୍ରତ୍ତିକ ପରିସ୍ଥିତିରେ ଗଭୀର କ୍ଷୋଭର ସହ ‘ଅମିର ଅଜିଜ୍‌’ ଦିଲ୍ଲୀର ଜଣେ କବି ଲେଖିଲେ ଯେ ବନ୍ଧୁଗଣ, ଯାହାସବୁ ତମେ ଆମ ସହ କଲ ସବୁ ଆମେ ମନେ ରଖିବୁ । ଆମ ଉପରେ ବସିଥିବା ଲାଠି ଗୁଳି ସବୁ ବିଷୟରେ ତୁମେ ଯେଉଁ ମିଥ୍ୟା ଇତିହାସ ଲେଖିବ ଆମେ ତାର ଜବାବରେ ନିଜ ରକ୍ତରେ ସତ୍ୟକୁ ଲେଖିବୁ ଓ ସବୁକୁ ମନେରଖିବୁ ।

ସବ୍ ୟାଦ ରଖାଯାଏଗା…ସବକୁଛ ୟାଦ ରଖା ଯାଏଗା ।

ତୁହ୍ମାରେ ଲାଠିଓଁ ଔର ଗୋଲିଓଁ ସେ ଯୋ କତଲ ହୁଏ ହେଁ

ମେରେ ୟାର ସବ୍‌…

ଉନକି ୟାଦମେଁ ଦିଲୋକୋଁ ବରବାଦ ରଖାଯାଏଗା…

ଅର ତୁମ ସିହାଇଓଁ ସେ ଝୁଟ ଲିଖୋଗେ

ହମକୋ ମାଲୁମ ହେ

ଓ ହମାରେ ଖୁନସେ ହି ଓ ସଇ

ସଚ୍ ଜରୁର ଲିଖା ଯାଏଗା

ସବ୍ ୟାଦ ରଖାଯାଏଗା ।

Photo credit- wiki pedia and BBC

REFERENCE:

PHOTO CREDIT- INTERNET

Share This Article
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is an Artist, cultural journalist and folk cultural researcher. She is the Chief Editor of Samadhwani. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She is extensively documenting issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker and a Pod-caster. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha.