ନିଃସନ୍ଦେହରେ କୁହାଯାଇ ପାରେ ଯେ, ପଶ୍ଚିମ ଓଡିଶାର ନଷ୍ଟ ପ୍ରାୟ ଲୋକ ସଂସ୍କୃତି ଉପରେ, ଗବେଷଣାତ୍ମକ ଶୈଳୀରେ ଦଶନ୍ଧି ଧରି କାମ କରି ଆସୁଛି ‘ସମଧ୍ୱନି’ ଏକକ ପତ୍ରିକା ଭାବେ । ମୁଁ ଭାବେ ଯେ, ନୀରବ ବୁଦ୍ଧିଜୀବୀ ତଥା ସାଂପ୍ରତିକ ଯୁବଗୋଷ୍ଠୀକୁ ଏ ଆଡକୁ ଟାଣିବା ପାଇଁ ‘ସମଧ୍ୱନି’ ର ପ୍ରଚାର ପ୍ରସାରର ପରିସରକୁ ବୁଦ୍ଧି କରାଇବା ଜରୁରୀ, ଯେହେତୁ ଏମାନେ ଏହାର ପାରମ୍ପାରିକ ଓ ସାଂସ୍କୃତିକ ମୂଲ୍ୟବୋଧ ପ୍ରତି ସଚେତନ ନୁହନ୍ତି । ଦ୍ୱିତୀୟତଃ ଉଭୟ ଲୋକ କଳାକାର ଓ ମଞ୍ଚ କଳାକାର (ଶିକ୍ଷିତ ତଥା ସହରି ଗୋଷ୍ଠୀ) ମାନଙ୍କୁ ଗୋଟିଏ ମଞ୍ଚରେ ଛିଡା କରାଇ ଭାବର ଆଦାନ ପ୍ରଦାନ କରାଇଥିଲେ, ଉଭୟପଟର ମାନହିକତା ତଥା ଦୃଷ୍ଟି କୋଣ ଭିତରେ ସେତୁ ସ୍ଥାପନ କରାଯାଇ ତାହା ପୁନରୁଦ୍ଧାର ଓ ସଂରକ୍ଷଣ ମୁଖୀ ହୋଇ ପାରିବ । ସେ ଯାହାବି ହେଉ ରାଜ୍ୟରେ ପାରମ୍ପରିକ କଳା ପ୍ରତି ‘ସମଧ୍ୱନି’ ସବୁବେଳେ ଦରଦୀ । ଏହା ଏକ
ସର୍ବକାଳୀନ ସ୍ୱୀକୃତ ପ୍ରସଙ୍ଗ । ପରିଶେଷରେ ‘ସମଧ୍ୱନି’ର ଝଙ୍କାର ଆହୁରି ତୀବ୍ର ହେଉ, ଏତିକି ଶୁଭ କାମନା ।
ଅଶୋକ ବହିଦାର
ତା- ୨୧/୦୨/୨୦୨୫
‘ସମଧ୍ୱନି’ ସଂପର୍କରେ ନିଜସ୍ୱ ମତାମତ

ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ, କଳାକାର, ଲୋକ କାଳର ଗବେଷକ