Home / ସାହିତ୍ୟ ସଂସ୍କୃତି / ସମୀକ୍ଷା / ‘ଜୟ’ ଥିଲା ହିଂସା-ବିରୋଧୀ (ଭାଗବତ ପ୍ରସାଦଙ୍କ ଲେଖନୀରୁ)

‘ଜୟ’ ଥିଲା ହିଂସା-ବିରୋଧୀ (ଭାଗବତ ପ୍ରସାଦଙ୍କ ଲେଖନୀରୁ)

Share Samadhwani

ପରିସ୍ଥିତି ଯାହା ହେଉନା କାହିଁକି, ପ୍ରତ୍ୟେକ ଯୁଦ୍ଧ ହିଁ ଅଧର୍ମ’ ଏହା ଥିଲା ମୂଳ ମହାଭାରତର ପ୍ରତିପାଦ୍ୟ ବିଷୟ । ମୂଳ ମହାଭାରତକୁ ‘ଜୟ’ କରାଯାଇଥିଲା କାରଣ ଏକ ସ୍ୱାଦ୍ୟ ଆଖ୍ୟାୟିକା ମାଧ୍ୟମରେ ଜନସାଧାରଣଙ୍କୁ ‘ହିଂସା-ବିରୋଧୀ କରି ଧର୍ମସ୍ଥାପନର ବାର୍ତ୍ତା ଦେବାପାଇଁ ମହାଭାରତ ଲେଖା ହୋଇଥିଲା । (ସ୍ୱର୍ଗାରୋହଣ ପର୍ବ: ଶେଷ ଅଧ୍ୟାୟ) । ସେ ଯୁଗରେ ‘ଜୟ’ର ଏକମାତ୍ର ଅର୍ଥ ଥିଲା ‘ଆତ୍ମଜୟ (ଦମ): ଦମମେବ ମହାରାଜ ଧର୍ମମାହୁଃ ପୁରାତନଂ’ ଶାନ୍ତିପର୍ବ, ୬୦ଅଧ୍ୟାୟ। ବେଦୀୟ ଆର୍ଯ୍ୟଗୋଷ୍ଠୀର ହିଂସା କାର୍ଯ୍ୟ ପଶୁବଧ ଓ ଯୁଦ୍ଧ ଯେ ଧର୍ମବିରୋଧୀ, ତାହା ଜନସମକ୍ଷରେ ପ୍ରତିପାଦିତ କରିବା ଥିଲା ମୂଳ ମହାଭାରତର ଲକ୍ଷ୍ୟ ।

‘ଏକଲବ୍ୟ କାହାଣୀ’ରେ ରହିଛି ବ୍ରାହ୍ମଣ ଗୁରୁଙ୍କ ଅବିଚାରଯୁକ୍ତ ଅଧର୍ମ କାର୍ଯ୍ୟ । ‘ଉପରିଚର ବସ୍ତୁ’ ଆଖ୍ୟାନରେ ଅନ୍ୟାୟରେ ଦେବତାମାନେ ଓ ଜଣେ ପ୍ରଖ୍ୟାତ ରାଜାଙ୍କର ଯଜ୍ଞ ହିଂସାକୁ ସମର୍ଥନ, ଜତୁଗୃହ ଦାହରେ କୌରବପକ୍ଷର ଅନ୍ୟାୟ ଓ ବାରଣାବତରେ ପାଣ୍ଡବମାନଙ୍କର ବନବାସୀ ଶବରମାନଙ୍କୁ ବଳି ପକାଇବା ଭଳି ଅମାନବୀୟ କାର୍ଯ୍ୟ, ଖାଣ୍ଡବ ବନ ଦହନରେ ନାଗ ଓ ପକ୍ଷୀ ଟୋଟେମ୍ଧାରୀ ଆଦିମ ଜାତିମାନଙ୍କ ପ୍ରତି କୃଷ୍ଣ ଓ ଅର୍ଜୁନଙ୍କର ଧର୍ମବିରୋଧୀ ନିଷ୍ଠୁରତା ଓ ଚରମ ବର୍ବରତା, ଜନ୍ମେଜୟଙ୍କ ସର୍ପଯଜ୍ଞରେ ନାଗଙ୍କର ନିର୍ମମ ଗଣହତ୍ୟା: ପ୍ରତ୍ୟେକ ଭୟଙ୍କର ନିଷ୍ଠୁର ଘଟଣାର ସତ୍ୟ ରୂପାୟନ ସୂଚନା ଦିଏ ଯେ, ମହାଭାରତ ଥିଲା ଯୁଦ୍ଧ ଓ ହିଂସା-ଯଜ୍ଞବାଦୀ ବେଦୀୟ ଆର୍ଯ୍ୟଙ୍କଠୁ ଭିନ୍ନ ଯୋଗବାଦୀ ଚିନ୍ତକଙ୍କର ଲେଖା ।

ଗୀତାରେ (ଦ୍ୱିତୀୟ ଅଧ୍ୟାୟ) ବେଦ ନିନ୍ଦା ସୁସ୍ପଷ୍ଟ । ସେପରି ଦେବପୂଜକ, ପୁରୋହିତ ଓ ଜ୍ୟୋତିଷମାନଙ୍କୁ କଠୋର ସମାଲୋଚନା କରି ମହାଭାରତ (ଶାନ୍ତିପର୍ବ ଓ ଅନୁଶାସନ) ଦେଇଥିଲା ବେଦୀୟ ସଂସ୍କୃତି ଓ ବିଚାରକୁ ଏକ ସଶକ୍ତ ଆହ୍ୱାନ ।

ସ୍ୱର୍ଗାରୋହଣ ପର୍ବର ଶେଷସର୍ଗରେ ଲେଖାଅଛି ମହାଭାରତ ବ୍ୟାସଙ୍କ ସିଂହନାଦ (ଜୟଧ୍ୱନି) ଅଟେ । ସେହି ସ୍ୱର୍ଗାରୋହଣ ପର୍ବର ଶେଷ ସର୍ଗରେ ରହିଛି ଯେ ଏକା ମହାଭାରତ ବେଦ, ବେଦାଙ୍ଗ ଓ ଅଷ୍ଟାଦଶ ମହାପୁରୁଷର ସମଷ୍ଟି ସହ ସମାନ । ଏ ଶ୍ଳୋକରେ ପ୍ରମାଣିତ ବେଦଗ୍ରନ୍ଥ ମହାଭାରତର ସମକକ୍ଷ ନୁହେଁ ।

ଖ୍ରୀଷ୍ଟପୂର୍ବ ପ୍ରଥମ ସହସ୍ରାବ୍ଦରେ ଇନ୍ଦ୍ର-ଆଶ୍ରିତ ଆର୍ଯ୍ୟ ଅସି ବଳରେ ଭାରତ ବିଜୟର ଚେଷ୍ଟାକୁ ଶକ୍ତ ଧକ୍କା ଲାଗିଥିଲା । ବୌଦ୍ଧ, ଜୈନ, ଆଜୀବକ ଓ ଅନ୍ୟାନ୍ୟ (ଅହିଂସ, ଅନୀଶ୍ୱର) ଦାର୍ଶନିକଙ୍କର ମତବାଦଗୁଡ଼ିକ ମାଧ୍ୟମରେ, ବେଦରେ ନିନ୍ଦିତ ଚତୁର୍ଥ ବର୍ଣ୍ଣର ଲୋକେ ଭାରତରେ ଶାସନ ଗାଦୀ ଦଖଲ କରିଯାଇଥିଲେ । ସେ ଯୁଗର ଅମୃତଭରା ଜୀବନଦୃଷ୍ଟିର ରୂପାୟନ ଘଟିଥିଲା ‘ମହାଭାରତରେ’ ।

“‘ପରିସ୍ଥିତି ଯାହା ହେଉନା କାହିଁକି, ପ୍ରତ୍ୟେକ ଯୁଦ୍ଧ ହିଁ ଅଧର୍ମ’ ଏହା ଥିଲା ମୂଳ ମହାଭାରତର ପ୍ରତିପାଦ୍ୟ ବିଷୟ । ମୂଳ ମହାଭାରତକୁ ‘ଜୟ’ କରାଯାଇଥିଲା କାରଣ ଏକ ସ୍ୱାଦ୍ୟ ଆଖ୍ୟାୟିକା ମାଧ୍ୟମରେ ଜନସାଧାରଣଙ୍କୁ ‘ହିଂସା-ବିରୋଧୀ କରି ଧର୍ମସ୍ଥାପନର ବାର୍ତ୍ତା ଦେବାପାଇଁ ମହାଭାରତ ଲେଖା ହୋଇଥିଲା । (ସ୍ୱର୍ଗାରୋହଣ ପର୍ବ: ଶେଷ ଅଧ୍ୟାୟ) । ସେ ଯୁଗରେ ‘ଜୟ’ର ଏକମାତ୍ର ଅର୍ଥ ଥିଲା ‘ଆତ୍ମଜୟ (ଦମ): ଦମମେବ ମହାରାଜ ଧର୍ମମାହୁଃ ପୁରାତନଂ’ ଶାନ୍ତିପର୍ବ, ୬୦ଅଧ୍ୟାୟ। ବେଦୀୟ ଆର୍ଯ୍ୟଗୋଷ୍ଠୀର ହିଂସା କାର୍ଯ୍ୟ ପଶୁବଧ ଓ ଯୁଦ୍ଧ ଯେ ଧର୍ମବିରୋଧୀ, ତାହା ଜନସମକ୍ଷରେ ପ୍ରତିପାଦିତ କରିବା ଥିଲା ମୂଳ ମହାଭାରତର ଲକ୍ଷ୍ୟ।” ପ୍ରଫେସର ଭଗବତ ପ୍ରସାଦଙ୍କ ମହାଭାରତ ଏକ ସତ୍ୟନ୍ୱେଷୀ ଦୃଷ୍ଟିରୁ ଉକ୍ତ ବିଷୟଟି ସଂଗ୍ରହ କରାଯାଇଛି।” – ସମ୍ପାଦକ

Share Samadhwani
Support Samadhwani

About ପ୍ରଫେସର ଭଗବତ ପ୍ରସାଦ

ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

‘ପାଳିଆ’ର ଭାଇଚାରା ସଂସ୍କୃତି

Share Samadhwaniଭଦ୍ରକ ସହର ପାଖରୁ ଭଦ୍ରକ ଚାନ୍ଦବାଲି ରାସ୍ତାରେ ଗଲେ ପ୍ରାୟ ୧୨ କି.ମି ଦୂରରେ ପଡ଼େ ଅଲ୍ଲିନଗର ଛକ …