ମାଟିର୍ ମହକ

ଉମେଶ ଚନ୍ଦ୍ର ବିଶ୍ୱାଳ 346 Views
4 Min Read

ମହାନଦୀ ନୁହେଁ ….

ଦେଶର ବିଭିନ୍ନ ଭାଷା ମଧ୍ୟରୁ ପଶ୍ଚିମ ଓଡ଼ିଶାରେ ପ୍ରଚିଳିତ ସମ୍ବଲପୁରୀ / କୋଶଳି ଭାଷାର ଏକ ସ୍ୱତନ୍ତ୍ର ମାଧୁର୍ଯ୍ୟ ରହିଛି। ଓଡ଼ିଶାର ପଶ୍ଚିମାଂଚଳର ୧୦ ଟି ଜିଲ୍ଳାର ପ୍ରାୟ ଦେଢ କୋଟି ଲୋକ ଏହି ଭାଷାରେ ଭାବବିନିମୟ କରିଥାନ୍ତି। ଦୀର୍ଘ ବର୍ଷ ହେବ ଏହି ଭାଷାକୁ ସାମ୍ବିଧାନିକ ସ୍ୱୀକୃତି ପ୍ରଦାନ ପାଇଁ ଲୋକେ ଲଢେଇ କରୁଛନ୍ତି। ସମ୍ବଲପୁରୀ / କେଶଳୀ ଭାଷାରେ ଅନେକ ଉଚ୍ଚକୋଟିର ସାହିତ୍ୟ ସୃଷ୍ଟି ହୋଇଛି। ଉଚ୍ଚାଙ୍ଗ ସାହିତ୍ୟ ସୃଷ୍ଟି କରି ଏହି ଅଂଚଳର ଜଣେ ବରେଣ୍ୟ କବି ହଳଧର ନାଗ ପଦ୍ମଶ୍ରୀ ଉପାଧି ପାଇଥିବା ବେଳେ ରଙ୍ଗବତି ପରି ଲୋକପ୍ରିୟ ଗୀତର ଗାୟକ ଜିତେନ୍ଦ୍ରିୟ ହରିପାଲ ମଧ୍ୟ ନିକଟରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହୋଇଛନ୍ତି। ଭାଷା ଆନ୍ଦୋଳନକୁ ଆଗକୁ ନେବା ପାଇଁ କବି, ଲେଖକ ଓ ସାହିତ୍ୟିକ ମାନଙ୍କ ବେଶ୍ ଭୂମିକା ରହିଛି। ଶହ ଶହ ସଂଖ୍ୟାରେ କବି ଓ ଲେଖକ ସାହିତ୍ୟ ସର୍ଜନା କରି ଚାଲିଛନ୍ତି।

           ଏହିଭଳି ଜଣେ ଯୁବ କବି ହେଉଛନ୍ତି ନିତିଶ ଆଚାର୍ଯ୍ୟ। ସମ୍ବଲପୁର, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ଆଦି ଅଂଚଳରେ କବି ନିତିଶ ଆଚାର୍ଯ୍ୟ ଘରେ ଘରେ ପରିଚିତ। ବୟସ ୪୭ ବର୍ଷ। ବରଗଡ଼ ଜିଲ୍ଳା ସୋହେଲା ଥାନା ଅନ୍ତର୍ଗତ ଗର୍ଭଣା ଗାଁରେ ତାଙ୍କର ଜନ୍ମ। ପେଷାରେ ସେ ଜଣେ ଓକିଲ। ନବେ ଦଶକରୁ କବିତା ଲେଖା ଆରମ୍ଭ କରନ୍ତି ନିତିଶ। ବାପା ଚିତ ରଂଜନ ଜଣେ ନାଟ୍ୟକାର ଏବଂ କାକା ହେମଚନ୍ଦ୍ର ଆଚାର୍ଯ୍ୟ ପଶ୍ଚିମ ଓଡ଼ିଶାର ଜଣେ ମହାନ କବି। ସେଇଥି ପାଇଁ ପିଲାଟି ଦିନରୁ ବାପା ଓ କାକାଙ୍କ ପ୍ରଭାବ ହୁଏତ ତାଙ୍କ ଉପରେ ପଡ଼ିଛି।

             ସାମାଜିକ କୁସଂସ୍କାର, ପ୍ରଚଳିତ ରାଜନୀତି ଏବଂ ସମସାମୟିକ ଘଟଣାବଳୀକୁ ନେଇ ରୋକଠୋକ ଭାବରେ ସରକାର ଏବଂ ପ୍ରଶାସନକୁ ତାଙ୍କ କବିତା ମାଧ୍ୟମରେ ସମାଲୋଚନା କରୁଥିବା ଏବଂ ଅତ୍ୟନ୍ତ ଚମତ୍କାର୍ର ଶୈଳୀରେ ପରିବେଷଣ କରିପାରୁଥିବାରୁ ସେ ବିପ୍ଳବୀ କବି ଭାବରେ ଅଂଚଳରେ ପରିଚିତ । ଏପର୍ଯ୍ୟନ୍ତ ଶହେରୁ ଅଧିକ ସମସ୍ୟା ଭିତ୍ତିକ କବିତା ଲେଖି ସାରିଛନ୍ତି । ସେଥିମଧ୍ୟରୁ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ “ବୁର୍ଲା’, ଚାଷୀ ମାନଙ୍କ ସମସ୍ୟାକୁ ନେଇ “ଜୟ ଜବାନ ଜୟ କିଷାନ୍’, ନିର୍ବାଚନ ରାଜନୀତିକୁ ନେଇ “ପଂଚେତ୍ ଭୋଟ୍’, ପିଆଜ ସଙ୍କଟ କୁ ନେଇ “ଉଏଲ୍’, ବିବାହ କୁସଂସ୍କାର କୁ ନେଇ ” ବଫେ’ ଆଦି ଅନ୍ୟତମ। ସଂପ୍ରତି ମହାନଦୀ ଜଳ ବିବାଦକୁ କେନ୍ଦ୍ର କରି ସେ ଲେଖିଥିବା କବିତା “ମହାନଦୀ’ ବେଶ୍ ଚର୍ଚ୍ଚିତ ହୋଇଛି । ଏହି କବିତା ଲେଖିବା ପାଇଁ ତାଙ୍କୁ ଛଅ ମାସ ସମୟ ଲାଗିଛି । ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ସେ ରାଜ୍ୟର ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଏବଂ କଂଗ୍ରେସକୁ ତୀବ୍ର କଟାକ୍ଷ କରିଛନ୍ତି । ଛତିଶଗଡ଼ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି କବିତା ପରିବେଷଣ କରି ନିତିଶ ଉଚ୍ଚ ପ୍ରଶଂସିତ ହୋଇଛନ୍ତି ।

ରାଜ୍ୟ ତଥା ରାଜ୍ୟ ବାହାରର ଅନେକ ସ୍ଥାନରେ ତାଙ୍କୁ କବିତା ପରିବେଷଣର ସୁଯୋଗ ମିଳିଛି। ବହୁ ଅନୁଷ୍ଠାନରୁ ସମ୍ମାନ ଓ ପ୍ରଶସ୍ତିପତ୍ର ମିଳିଛି। ତାଙ୍କ ମତରେ କବି ରାଜନୀତିରୁ ଉଦ୍ଧ୍ୱର୍ରେ ରହିବା ଉଚିତ। ଦୁଇହଜାର ମସିହାରେ ବରଗଡ଼ରେ ଧାନର ଅଭାବି ବିକ୍ରୀତ୍ତଉକ୍ରଟ ଆକାର ଧାରଣ କରିଥିବା ବେଳେ ଏହି ସମସ୍ୟାକୁ ନେଇ କୃଷକ ଆନ୍ଦୋଳନ ମୁଣ୍ଡ ଟେକିଥାଏ। ଏହି ସମସ୍ୟା ତାଙ୍କୁ ବେଶ୍ ଛୁଇଁଥିଲା ଏବଂ ସେ ଲେଖିଥିଲେ କବିତା “ଧାନ୍’। ଏହି କବିତାଟି ସେତେବେଳେ ଗାଁ ଗାଁରେ ବେଶ ଲୋକପ୍ରିୟ ହୋଇଥିଲା। ବରଗଡ଼ ଜର୍ଜ ହାଇସ୍କୁଲ ପଡ଼ିଆରେ କିଶନ ପଟ୍ଟନାୟକ, ମେଧା ପାଟେକର ପ୍ରମୁଖ ପରି ନେତାଙ୍କ ଉପସ୍ଥିତିରେ ହୋଇଥିବା ଏକ ଜନସଭାରେ ନିତିଶ ନିଜେ ଏହି କବିତା ପରିବେଷଣ କରି ହଜାର ହଜାର ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ । ପ୍ରଚଳିତ ରାଜନୀତିକୁ ନେଇ ତାଙ୍କ ମତ ମଧ୍ୟ ବେଶ ଶାଣୀତ । ବର୍ତମାନ ଅର୍ଥ ସର୍ବସ୍ୱ ଏବଂ ପ୍ରଚାର ସର୍ବସ୍ୱ ରାଜନୀତି ଚାଲିଛି । ତେବେ କିଶନ ପଟ୍ଟନାୟକ, ପ୍ରସନ୍ନ ପଣ୍ଡାଙ୍କ ପରି ଜନନେତା ସୃଷ୍ଟି ହେଲେ ଯାଇ ରାଜନୀତି ର ସୁଧାର ହୋଇ ପାରିବ ବୋଲି ସେ କହନ୍ତି ।

[box type=”shadow” align=”” class=”” width=””]ଲେଖକ ତଥା ଡକ୍ୟୁମେଣ୍ଟରୀ ଫିଲ୍ମ୍ ମେକର୍ ଉମେଶ ବିଶ୍ବାଲ୍ ନିଜେ ପଶିମ ଓଡିଶାର ଲୋକ ହୋଇଥିବାରୁ ନିଜ ଅଂଚଳର ଲୋକଂକର ଭାବନା ଓ କ୍ଷୋଭକୁ ଭଲଭାବେ ବୁଝି ଉପସ୍ଥାପନ କରିବାକୁ ଚେଷ୍ଟା କରିଛନ୍ତି ଲେଖାଟି ଭିତରେ. ବିଶେଷକରି ନିତିଶ ଆଚାର୍ଯ୍ୟଙ୍କ କବିତାରେ ନିଜ ଅଂଚଳର ସମସ୍ୟା ସ୍ପଷ୍ଟ ପ୍ରକାଶିତ ହୋଇଛି. କବିତା ଭିତରେ ମହାନଦୀର ଜଳକୁ ନେଇ ସୃଷ୍ଟିହୋଇଥିବା ସମସ୍ୟା ଓ ବିଦ୍ରୋହର ସ୍ବର ଭାରିହୋଇଛି – ସମ୍ପାଦକ [/box]

TAGGED:
Share This Article
ସାମ୍ବାଦିକ, ବୃତ୍ତଚିତ୍ର ନିର୍ମାତା
Exit mobile version