ମା ମୋର

ସୁଧୀର ପଟ୍ଟନାୟକ
ସୁଧୀର ପଟ୍ଟନାୟକ 322 Views
1 Min Read

 

Support Samadhwani

ମା ମୋର…

ମା ମୋର ମା ମୋର ବାପାଙ୍କୁ ପଚାରି

ଦିଅହେ ଉତ୍ତର ।

Support Samadhwani

ଦେଖିକି ପାରିବି ତୁମର ଶ୍ରୀମୁଖ

ଅବା ଲିଭିଯିବ ଦୀପ ମୋର…

 

ଜାଣେନି ମା ମୁଁ କେମିତି ଆସିଲି

ତୁମରି ଗରଭେ ସ୍ଥାନ ମୁଁ ପାଇଲି

ତୁମର ଖୁସିରେ ଖୁସିବି ମୁଁ ହେଲି

ଭାବିଲି ଦୁନିଆ ସୁନ୍ଦର

ମା ମୋର …

ଜାଣି ମୁଁ ନଥିଲି କେଉଁ ନାମ ନେବି

ତୁମ ଦୁନିଆରେ ପାଦ ଯେବେ ଦେବି

ସୁନ୍ଦର ଦୁନିଆ ସ୍ୱାଗତ କରିବ

ଖୁସିରେ ଫାଟିବ ମା ମୋର…

 

ଜନକ ଜନନୀ ଜନ୍ମିତ ଭିତରେ

କାହୁଁ ଆସିଲାଏ ଡାକ ତା’ର

ଜନ୍ମ ହେବା ଆଶା ଆଶାରେ ରହିଲା

ଆତଙ୍କ ମୁହଁରେ ତୁମର ।

ମା…

PHOTO CREDIT – https://www.google.co.in/search?q=girl+child+infanticide&hl=en&source=lnms&tbm=isch&sa=X&ved=0ahUKEwiT0u7D0KbeAhWBbFAKHbduAlIQ_AUIDigB&biw=1366&bih=657#imgrc=HHhKkYmyBX_bJM:

https://www.google.co.in/search?biw=1366&bih=657&tbm=isch&sa=1&ei=dFnUW52lCIfQwQLbyangDA&q=little+indian+dolls+lively+for+background&oq=little+indian+dolls+lively+for+background&gs_l=img.3…59128.62993.0.63416.7.7.0.0.0.0.421.2064.4-5.5.0….0…1c.1.64.img..2.0.0….0.TIsj63T4S78#imgrc=p06d_8YnyTM0pM:

 

Share This Article
ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ