ସଙ୍ଗୀତ ମାଗୁନାହିଁ କେବେ କାହାଠାରୁ କିଛି Swayamprava Parhi (Chief Editor) Published: December 30, 2019 Share 2 Min Read SHARE ମାଗୁନାହିଁ କେବେ କାହାଠାରୁ କିଛି ଦେବାପାଇଁ କୃପାବିନ୍ଦୁ ତଥାପି କାହିଁକି କାହା ଇସାରାରେ ହେଲୁ ଆମେ ଆଜି ଶତ୍ରୁ । ସ୍ୱରାଜ୍ୟ ସୁରୁଜ ଆକାଶରେ ଦେଖି ଆସିଥିଲା ମନେ ସ୍ୱପ୍ନ ନୂଆ ସମାଜର ନିରିମାଣ ହେବ ସଭିଏଁ ହେବେ ସମାନ ଦୁଃଖ ବେଦନା ଯନ୍ତ୍ରଣାଯାତନା ଏବେବି ହେ ସହଚର ଅଳିକରି ଅବା ଧରି ଭିକ୍ଷାଥାଳି ସେସବୁ ହେବକି ଦୂର ଛାତିର ନିଅାଁକୁ ଭୁଲିନାହିଁ କେବେ ଦେଖି ଆମ ଲୁହ ବିନ୍ଦୁ । ସହର ବଢ଼ୁଛି ବଢ଼ୁଛି ସଡ଼କ ବଢ଼ୁଛି ଗାଡ଼ିମୋଟର ବଜାର ବଢ଼ୁଛି ବଢ଼ୁଛି ବେପାର ବଢ଼ୁଛି ଧନୀଙ୍କ ଭିଡ଼ ଗାଁର ବାସିନ୍ଦା ଗାଁ ଛାଡ଼ିଲେଣି ବୁଡ଼ିଲାଣି ଚାଷବାସ ଗାଁ କାରୀଗର ଦାଣ୍ଡର ଭିକାରୀ ମୂଲିଆ ଯାଏ ସହର କିଏ ଚଳାଉଛି ଜାତିକୁ ଆମର କିଏ ଏଠି ଜଗବନ୍ଧୁ । ଆମ ପାଶେ ଅଛି ଯେତେକେ ସମ୍ବଳ ଜଳ, ଜମି ବା ଜଙ୍ଗଲ ଜୀବନ ଦେଇଛି ଜୀବୀକା ଦେଇଛି ସାଥି ସେ ଯୁଗ ଯୁଗର ଆମେ ଚାହୁଁ ଚାହୁଁ ଆମ ହାତୁ ଯିବ ସବୁ ସମ୍ପଦ ଆମର ଆମ ଭିଟାମାଟି ହେବ କାହା ମଠ ଆମେ ହେବୁ କାହା ଦାସ ସହିକି ପାରିବ ଜଗାର ଜାଗାରେ ଶତ୍ରୁ ହେଲେ ଜଗବନ୍ଧୁ । ଶିକ୍ଷାର ଦୋକାନ ଖୋଲେ ପ୍ରତିଦିନ ଧରି ନୂଆ ନୂଆ ନାମ ପଥର ଖୋଳିବା ବେପାରୀ ମାନେ ବି ଜପିଲେଣି ଶିକ୍ଷା ନାମ ପିଲାଏ ଆମର ପାଠ ଛାଡ଼ିଲେଣି ଶିକ୍ଷା ତାଙ୍କ ପାଇଁ ସ୍ୱପ୍ନ ସାରା ପରିବାର ସାରାଦିନ ଖଟି ମିଳେନି ପେଟକୁ ଅନ୍ନ କାହାକୁ କାହିଁକି ଡାକିବୁ ହେ କୁହ ବୋଲି ଗରିବର ବନ୍ଧୁ… ରାଇଜ ସାରାତ କ୍ଷମତାର ପାଲା ନେତାଏ ଭରନ୍ତି ପଲା ଅମଲା ସାଜନ୍ତି ତାଙ୍କ ସହଯୋଗୀ କିଏ ବା କରିବ ହାଲ୍ଲା ସେବା ନାମେ ଏଠି ଶାଗୁଣା ବୁଲନ୍ତି ଚାଲିଛି ଯେତେ ଠକେଇ ଖବର କାଗଜ ବିଜ୍ଞାପନ ଜାଲେ ବେପାର ଚାଲିଛି ଭାରି ନୀରପେକ୍ଷ ବୋଲି କାହାକୁ କହିବ ସଭିଏଁ ଧନୀଙ୍କ ବନ୍ଧୁ । ନୂଆ ମହନ୍ତଙ୍କ ସୁଖଶୀରି ପାଇଁ ଶାସନର ସଜବାଜ ଚଉଦିଗ ସାରା ନଜର ପଡ଼ିଲେ ଯେମିତି ଦିଶିବ ସଜ ଗାଁକୁ ଛାଡ଼ିଲୁ ସହର ଗଢ଼ିଲୁ ଦେଇ ଦେହର ରକତ ବସ୍ତି ବାସିନ୍ଧାର ପରିଚୟ ନେଇ ନର୍ଦ୍ଦମାରେ କଲୁ ବାସ ବସ୍ତି ଉଜୁଡ଼ିଲେ ଡାକ ଶୁଭେନାହିଁ କିଏ ଏଠି ଆମ ବନ୍ଧୁ । ବିଦେଶୀ ଶାଗୁଣା ଉଡ଼ି ବୁଲୁଛନ୍ତି ଖଣି ଖାଦାନରେ ମନ ସାଗର ବନ୍ଦର ଆମ ହାତୁ ଯିବ ନେତା ଥାଳିଆରେ ଧନ ଦାରୁ ଦେବତାର ଯାତରା ହେବନି କାଠଖଣ୍ଡେ ହେବ ସ୍ୱପ୍ନ ଶରଧା ବାଲିରୁ, ଶ୍ରଦ୍ଧା ଯିବ, ଭକତେ ଯିବେ ଇସ୍କନ ଦେଶୀ ଭକ୍ତ ଯିବେ ବିଦେଶୀ ଆସିବେ ପାର ହୋଇ ସାତ ସିନ୍ଧୁ । ହେ ଜଗା ଭକତେ ଶୁଣ ଆସି ଏବେ ଆମର ଘୋଷଣା ନାମା ସହିବାର ଦିନ ସରିତ ଗଲାଣି ହେବୁନି ଆଉ ନିକମା ରକତ ଆମର ତାତିଛି ଆଜିରେ ଛାତିରେ ଜଳୁଛି ନିଅାଁ ଜଗା ଅଛି ଲୁଚି ଆମରି ଭିତରେ ଦେଖିବ ସାରା ଦୁନିଅାଁ ହାତେ ଦେଇ ହାତ ପାଦେ ଦେଇ ପାଦ ଖୋଜିବା ଅସଲ ବନ୍ଧୁ … Share This Article Facebook Whatsapp Whatsapp Copy Link Share BySwayamprava Parhi (Chief Editor)Follow: Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha. Previous Article ଭାରତୀୟ ଯୋଗୀ ପରମ୍ପରାର ଦୁଇ କୃତୀ ସାଧକ: ବୁଦ୍ଧ ଓ ଗାନ୍ଧୀ Next Article ୨୦୨୦ନବବର୍ଷକୁ ସ୍ୱାଗତ : କାହାକୁ କହିବା ପରଦେଶୀ ସାଥି