ଗାଁ ଇତିହାସ (ଆମ ଗାଁ ଆମ ଜୀବନ)

ଗାଁ ଇତିହାସ / ଆମ ଗାଁ ଆମ ଜୀବନ / Our Village, Our Life

ଆମ ଗାଁ ଆମ ଜୀବନ ହେଉଛି ୧୯୯୪ ମସିହାରୁ ଆରମ୍ଭ ହୋଇଥିବା ଏକ ଜୀବନ୍ତ ଗାଁ ଇତିହାସ ସଂଗ୍ରହ ଅଭିଯାନ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଯୁବକ – ଯୁବତୀ ଓ  ଛାତ୍ରଛାତ୍ରୀମାନଙ୍କୁ ନିଜ ଗାଁ’ର ଇତିହାସ, ସଂସ୍କୃତି ଓ ଜୀବନଶୈଳୀ ନିଜ ଭାଷାରେ ଲେଖିବା ପାଇଁ ଅନୁପ୍ରାଣିତ କରାଯାଏ ।

ଆମ ଲକ୍ଷ୍ୟ: ଯୁବକ – ଯୁବତୀ ଓ  ଛାତ୍ରଛାତ୍ରୀମାନେ ନିଜ ନିଜ ଗାଁରେ ବୟସ୍କ ଲୋକଙ୍କ ପାଖରେ ବସି ସେମାନଙ୍କର ଅତୀତର ସ୍ମୃତି ଓ ଲୋପ ପାଇବାକୁ ବସିଥିବା ବା ହଜି ହଜି ଯାଉଥିବା ଖାଦ୍ୟ, ଫସଲ, ଓ ପ୍ରାକୃତିକ ଜ୍ଞାନ କୌଶଳକୁ ନିଜ ମାତୃ ଭାଷାରେ ଲିପିବଦ୍ଧ କରିବେ । ଏହା ଫଳରେ ମାତୃ ଭାଷା ଓ ନିଜ ମାଟି ମା’କୁ ସେମାନେ ଚିହ୍ନିପାରିବେ । ସେମାନେ ନିଜ ଗାଁର ଅତୀତ, ବର୍ତ୍ତମାନର ସମ୍ବଳ, ପ୍ରକୃତିକ ପରିବେଶକୁ ଭଲକରି ଜାଣିବେ ଓ ବୁଝିବେ । ଏହାକୁ ସେମାନେ କେମିତି ସୁରକ୍ଷିତ କରିବେ ବା ସଂରକ୍ଷଣ କରିବେ ଏକାଠି ହୋଇ ସେଥିପାଇଁ ବାଟ ବାହାର କରିବେ । ସେମାନଙ୍କୁ ଗବେଷଣାତ୍ମକ ଲେଖା, ଅଡିଓ,  ଭିଡ଼ିଓ, ଓ ଡ଼ିଜିଟାଲ ମାଧ୍ୟମରେ ପ୍ରଶିକ୍ଷିତ କରି ସ୍ଥାନୀୟ ଜ୍ଞାନ ଜୀବନ୍ତ ରଖିବାପାଇଁ ପ୍ରୋତ୍ସାହିତ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ।

ଯୁବକ – ଯୁବତୀ ଓ  ଛାତ୍ରଛାତ୍ରୀଙ୍କ ଦ୍ୱାରା ରଚିତ ଗାଁ ଜୀବନ ଉପରେ ପ୍ରବନ୍ଧ, ଗଳ୍ପ, ବିରଳ ଶସ୍ୟ ଓ ଦେଶୀ ଖାଦ୍ୟର ବ୍ୟଞ୍ଜନ, ଗାଁର ପ୍ରକୃତିକ ପରିବେଶ, ସଂସ୍କୃତି, ଉତ୍ସବ ଓ ଲୋକ ସଙ୍ଗୀତ ସବୁ କିଛି ସଂଗ୍ରହ କରିବାପାଇଁ ଆମର ପ୍ରୟାସ । କୋଭିଡ ଲକ୍‌ଡାଉନ ସମୟରେ, ଯେତେବେଳେ ପିଲାମାନେ ଗାଁରେ ଘରେ ରହୁଥିଲେ, ଏହି ଅଭିଯାନ ଶହ ଶହ ପିଲାଙ୍କୁ ନିଜ ନିଜ ଗାଁ ଉପରେ ଗବେଷଣା କରିବା ପାଇଁ ପ୍ରୋତ୍ସାହିତ କରିଥିଲା । ଶିଶୁ, ଅଭିଭାବକ, ଓ ବୟୋଜ୍ୟେଷ୍ଠ, ସମସ୍ତେ ଏକାଠି ବସି ଗାଁ ଇତିହାସ ଖୋଜିଲେ ଓ ଲେଖିଲେ।

“ଆମ ଗାଁ ଆମ ଜୀବନ” କେବଳ ଏକ ଡ଼କ୍ୟୁମେଣ୍ଟ ଅଭିଯାନ ନୁହେଁ ବରଂ ଏକ ଜୀବନ୍ତ ଇତିହାସ, ଯାହା ଆମକୁ ସ୍ମରଣ କରାଏ, ଯେତେବେଳେ ଯୁବପିଢି ନିଜ ମୂଳକୁ ଲିପିବଦ୍ଧ କରନ୍ତି, ସେତେବେଳେ ସେମାନେ ଏକ ସମ୍ପୂର୍ଣ୍ଣ ସଂସ୍କୃତିର ଭବିଷ୍ୟତକୁ ସୁରକ୍ଷିତ କରନ୍ତି।

Latest ଗାଁ ଇତିହାସ (ଆମ ଗାଁ ଆମ ଜୀବନ) News

କିଛି ଗାଁ’ କିଛି ଅନୁଭୂତି (୫): “ଯୋଗେନ୍ଦ୍ରନାଥପୁର”

ଆମେ ୨୮ ଜୁଲାଇ, ୨୦୨୩ ତାରିଖରେ ପାଇକମାଳ ବ୍ଲକର ଭୁବନେଶ୍ଵରପୁର ଉଚ୍ଚ ବିଦ୍ୟାଳୟକୁ ଯାଇଥାଉ ।…

ପାଇକମାଳର ଗୋଟିଏ ଗାଁ’ “କୁଢାରୀଫସା” ଗସ୍ତ

ପ୍ରତ୍ୟେକ ଗାଁଁର ନିଜର ପରିଚୟ ରହିଛି । ଗୋଟିଏ ଗାଁ ଆଉ ଗୋଟିଏ ଗାଁ ଠାରୁ…

ଚେରଙ୍ଗାଝାଞ୍ଜର ଇତିହାସ ଓ ଖାଦ୍ୟ ସଂସ୍କୃତି

ଆମ ଗାଁ'ର ନାମ ଚେରଙ୍ଗାଝାଞ୍ଜ । ଅତୀତରେ ଆମ ଗାଁ ନଦୀ ପାଖରେ ପ୍ରଚୁର ଚେରଙ୍ଗା…

ପିଲାମାନେ କ’ଣସବୁ ଖୋଜି ପାଇଲେ ! (ଆମ ଗାଁ ଆମ ଜୀବନ – ୩)

ଗାଁ'ର ଜୀବନୀ ସମ୍ପର୍କିତ ଲେଖା ଗୁଡିକୁ ସମଧ୍ଵନିର ଡିଜିଟାଲ ପତ୍ରିକା ଓ ପ୍ରିଣ୍ଟ ପତ୍ରିକାରେ ପଢିବା…

ଯୁବ ବିଜ୍ଞାନ ଉତ୍ସବରୁ ଆମ ଗାଁ ଆମ ଜୀବନ: (କିଛି ଗାଁ’ କିଛି ଅନୁଭୂତି – ୨)

ସୁଧୀର ଭାଇ ୧୯୯୪ ମସିହାର ଜନବିଜ୍ଞାନ ଆନ୍ଦୋଳନ ସମୟର ଯେଉଁ କଥା ସବୁବେଳେ ଆଲୋଚନା କରନ୍ତି…

କୁନି କୁନି ପିଲାଙ୍କର ଗାଁ’କୁ ନେଇ ଅନୁଚିନ୍ତା: (କିଛି ଗାଁ କିଛି ଅନୁଭୂତି- ୧)

ସେଦିନ ୨୦୨୩ ମସିହା ଜୁଲାଇ ମାସ ୨୬ ତାରିଖ । ରାତି ପାଖାପାଖି ୩ଟା ହେବ…

ଘୋଡ଼ାପଙ୍କା ଗାଁର ସାଂସ୍କୃତିକ ପରିଚୟ

(ନିଜ ଗାଁ'ର ସଂସ୍କୃତି ଓ ଜନ ଜୀବନକୁ ଲିପିବଦ୍ଧ କରିବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା…

ଆମ ଗାଁ ବାଲିପଦରର ଇତିହାସ ଓ ଜୀବନୀ

ନିଜ ଗାଁ'ର ସଂସ୍କୃତି ଓ ଜନ ଜୀବନକୁ ଲିପିବଦ୍ଧ କରିବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା…

‘ଡ଼େଙ୍ଗିଲି’ ଗାଁ’ର ସାଂସ୍କୃତିକ ଜୀବନୀ

(ନିଜ ଗାଁ’ର ସଂସ୍କୃତି ଓ ଜନ ଜୀବନକୁ ଲିପିବଦ୍ଧ କରିବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା…

ଆମ ଗାଁ ଅଡ଼ବାର ଇତିହାସ ଓ ସଂସ୍କୃତି

ନିଜ ଗାଁ'ର ସଂସ୍କୃତି ଓ ଜନ ଜୀବନକୁ ଲିପିବଦ୍ଧ କରିବାପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା…