ସମଧ୍ୱନିର ପରିସର ଆହୁରି ବ୍ୟାପକ ଆହୁରି ପ୍ରଭାବଶାଳୀ ହେଉ

ଜୟଶ୍ରୀ ସାହୁ
ଜୟଶ୍ରୀ ସାହୁ 28 Views
1 Min Read

ସମଧ୍ୱନିର ଦୃଷ୍ଟିକୋଣ ଖୁବ ପରିଚ୍ଛନ୍ନ । ନିଜ ନାଁ ଅନୁଯାୟୀ ଏ ପତ୍ରିକା ସମାଜରେ ସମତାପୂର୍ଣ ବାତାବରଣ ତିଆରି ପାଇଁ ଯେପରିକି ସଂକଳ୍ପବଦ୍ଧ ।ଏକପାଖିଆ ମୌଳବାଦୀ ଚିନ୍ତାଧାରାରୁ ଦୂରରେ ରହି ଭାରତୀୟ ଜନଜୀବନର ବିବିଧତାକୁ ପାଠକ ସାମ୍ନାକୁ ଆଣିବା ସମଧ୍ବନିର ବୈଶିଷ୍ଟ୍ୟ । ଏହି କ୍ରମରେ ଭାରତୀୟ ଶାସ୍ତ୍ରୀୟ ସଂଗୀତ ଜଗତକୁ ମୁସଲମାନ କଳାକାରଙ୍କ ଅବଦାନ , ମୂଳନିବାସୀ ଆଦିବାସୀଙ୍କ ସମୃଦ୍ଧ ଲୋକନୃତ୍ୟ ଓ ସଂଗୀତ ପରଂପରା . ପାରଂପରିକ ରୋଷେଇ ଆଦି ବିଷୟକୁ ନେଇ ଅନେକ ଗବେଷଣାତ୍ମକ ନିବନ୍ଧ ଏଥିରେ ସ୍ଥାନ ପାଇଛନ୍ତି । ଏହାର ପରିସର ଆହୁରି ବ୍ୟାପକ ଆହୁରି ପ୍ରଭାବଶାଳୀ ହେଉ ଏତିକି କାମନା ।

Support Samadhwani

ଜୟଶ୍ରୀ ସାହୁ, ପ୍ରାଧ୍ୟାପିକା, ସୋହେଲା କଲେଜ

Share This Article
ଇଂରାଜୀ ଭାଷାରେ ଅଧ୍ୟାପିକା, ବରଗଡ଼