ସମଧ୍ଵନି ୨୦୦୫ ରୁ ୨୦୨୫

Samadhwani Cultural Organization
1 Min Read

ସମଧ୍ଵନିର ପ୍ରିୟ ପାଠକ ବନ୍ଧୁ,

୨୦୦୫ରେ ଭୁବନେଶ୍ଵରରେ ଏକ ଛୋଟ ସାଂସ୍କୃତିକ ଗୋଷ୍ଠୀ ଭାବରେ ଆରମ୍ଭ ହୋଇଥିବା ସମଧ୍ଵନି, ଗତ ଦୁଇ ଦଶନ୍ଧି ଧରି ଓଡ଼ିଶାର କଳା ସଂସ୍କୃତିକୁ ସଂରକ୍ଷଣ କରିବା ପାଇଁ ଉଦ୍ୟମ କରିବା ସହିତ ପ୍ରାନ୍ତିୟ କଳାକାରଙ୍କ ସ୍ୱରକୁ ତୋଳିଧରିବା ପାଇଁ ନୀରବଛିନ୍ନ ପ୍ରୟାସ କରିଆସିଛି । ହଜିଯାଉଥିବା ଲୋକସଂସ୍କୃତି ଗୁଡ଼ିକୁ ଲିପିବଦ୍ଧ କରିବା, ନିଷ୍ପେସିତ କଳାକାରଙ୍କ ଅଧିକାର ପାଇଁ ଏବଂ ସେମାନଙ୍କ କଳା, ସଙ୍ଗୀତକୁ ସମ୍ମାନ ପ୍ରଦର୍ଶନ କରିବା ପାଇଁ ସମଧ୍ଵନି ଦୃଢପରିକର । ସମଧ୍ଵନିର ଏହି ଯାତ୍ରା ଗତ ୨୦ ବର୍ଷ ଧରି ଚାଲିଛି। ଆଜି ସମଧ୍ଵନି  କେବଳ ଏକ ସାଂସ୍କୃତିକ ସଂଗଠନ ନୁହେଁ, ଏହାର ପ୍ରିଣ୍ଟ, ଡିଜିଟାଲ୍ ପ୍ରୁଷ୍ଠା, ବୃତ୍ତଚିତ୍ର, ପୁସ୍ତକ, ଯୁବ ଛାତ୍ରଛାତ୍ରୀ ମାନଙ୍କର ଗାଁ ଇତିହାସ ଓ ସଂସ୍କୃତିକୁ ନେଇ ଧାରାବାହିକ ଲେଖା, ଅଡିଓ ପଡକାଷ୍ଟ ଯେଉଁଥିରେ; ସଙ୍ଗୀତ, ସାହିତ୍ୟ, ସଂସ୍କୃତିକ ଚର୍ଚ୍ଚା, ଆଲୋଚନା, ଗଳ୍ପ, କବିତା ସମଧ୍ଵନିକୁ ଅନେକ ନୂତନ ଶ୍ରୋତା ଓ ଦର୍ଶକ ମାନଙ୍କ ସହିତ ଯୋଡ଼ିପାରିଛି । ସମସ୍ତଙ୍କ ସହଯୋଗରେ ଏହି ଉଦ୍ୟମ ଏକ ସାମୁହିକ ଉଦ୍ୟମରେ ପରିଣତ ହୋଇଛି ।

ଆସନ୍ତା ମାର୍ଚ୍ଚ ୧୦, ୨୦୨୫ରେ ସମଧ୍ଵନି ୨୦ତମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ଏହି ଅବସରରେ ସମସ୍ତ ବନ୍ଧୁ, ଲେଖକ, ପାଠକ, ଆଲୋଚକ, ଶ୍ରୋତା, ପାଠକ, ଓଡ଼ିଶାର ଛାତ୍ରଛାତ୍ରୀ, ଗବେଷକ ଏବଂ ସଂସ୍କୃତି ପ୍ରେମୀମାନଙ୍କୁ ଆମ ସହିତ ଏକାଠି ହେବାପାଇଁ ଆମନ୍ତ୍ରଣ କରୁଛୁ । ଏହି ମହତ୍ତ୍ୱପୂର୍ଣ୍ଣ ଅବସରକୁ ଉତ୍ସବରେ ପରିଣତ କରିବାପାଇଁ ଆମେ ଆପଣଙ୍କ ଉପସ୍ଥିତି କାମନା କରୁଛୁ ।

Samadhwani Support us

କାର୍ଯ୍ୟକ୍ରମ ବିବରଣୀ:

ତାରିଖ: ୧୦ ମାର୍ଚ୍ଚ ୨୦୨୫

ସ୍ଥାନ: ଲୋହିଆ ଏକାଡେମୀ, ଭୁବନେଶ୍ୱର

ସମୟ: ସନ୍ଧ୍ୟା ୫ଟା

ଯୋଗାଯୋଗ: 9438189779 / editorsamadhwani@gmail.com

ୱେବସାଇଟ୍: www.samadhwani.com

ସ୍ଵୟଂପ୍ରଭା ପାଢ଼ୀ

ସମଧ୍ଵନି ସାଂସ୍କୃତିକ ସଂଗଠନ

Share This Article