ରସ (ନାଟ୍ୟ ଶାସ୍ତ୍ର)

ଷଷ୍ଠ ଅଧ୍ୟାୟ

34 Min Read

ପୂର୍ବ ଅଧ୍ୟାୟରେ ବର୍ଣ୍ଣିତ ପୂର୍ବରଙ୍ଗର ସମସ୍ତ ବିଧି ଶୁଣିସାରିବାପରେ ଦ୍ୱିଜଶ୍ରେଷ୍ଠ ଶିଷ୍ୟମାନେ ଭରତଙ୍କୁ ସେମାନଙ୍କର ସନ୍ଦେହମୋଚନ ନିମନ୍ତେ ପାଞ୍ଚଗୋଟି ପ୍ରଶ୍ନ ପଚାରୁଛନ୍ତି । ସେହି ପାଞ୍ଚଗୋଟି ପ୍ରଶ୍ନକୁ ନିମ୍ନରେ ପ୍ରଦାନ କରାଯାଇଛି ।

Support Samadhwani

“ଯେ ରସା ଇତି ପଠ୍ୟନ୍ତେ ନାଟ୍ୟେ ବିଚକ୍ଷଣୌ

ରସତ୍ୱଂ କେନ ବୈ ତେଷାମେତଦାଖ୍ୟାତୁମର୍ହସି ।ା୨।।

ଭାବାଶ୍ଚୈବ କଥଂ ପ୍ରୋକ୍ତାଃ କିଂ ବା ତେ ଭାବୟନ୍ତ୍ୟପି

Support Samadhwani

ସଂଗ୍ରହଂ କାରିକାଂ ଚୌବ ନିରୁକ୍ତଂ ଚୈ଼ବ ତତ୍ୱତଃ ।ା୩।।”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ପୃ – ୧୩୦, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

୧. ନାଟ୍ୟବିଚକ୍ଷଣ ବା ବିଷାରଦ ମାନେ କାହାକୁ ଏବଂ କାହିିଁକି ରସ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ରସର ଉପାଦାନ ଗୁଡି଼କ କ’ଣ ?

୨. ଭାବ କାହାକୁ କୁହାଯାଏ ଏବଂ କି କି ପ୍ରକାରେ ଭାବ ସୃଷ୍ଟି ହୋଇଥାଏ ?

୩. ସଂଗ୍ରହ କ’ଣ ?

୪. କାରିକା କ’ଣ ?

୫. ନିରୁକ୍ତ କ’ଣ ?

ଶିଷ୍ୟମାନଙ୍କ ଠାରୁ ଉପରବର୍ଣ୍ଣିତ ପୂର୍ବରଙ୍ଗର ସମସ୍ତ ପ୍ରଶ୍ନ ଶୁଣିସାରିବା ପରେ ନାଟ୍ୟକୋବିଦ ଭରତ ମୁନି ରସ, ଭାବ, ସଂଗ୍ରହ, କାରିକା ଏବଂ ନିରୁକ୍ତ ସମ୍ବନ୍ଧରେ କହିବା ଆରମ୍ଭ କରିଛନ୍ତି । ଭରତ ଏହା ମଧ୍ୟ କହିଛନ୍ତି ଯେ ନାଟକ ସମ୍ବନ୍ଧରେ ସମ୍ପୁର୍ଣ୍ଣ ଜ୍ଞାନ ଅର୍ଜନ କରିବା ଅସମ୍ଭବ ଅଟେ । କାରଣ ନାଟକର ରସ ଏବଂ ଭାବ ଗୋଟିଏ ଗୋଟିଏ ଅସରନ୍ତି ବିଷୟ ଅଟେ । କେବଳ ସେତିକି ନୁହେଁ ନାଟକର ସମସ୍ତ କଥା ବର୍ଣ୍ଣନା କରିବା ମଧ୍ୟ ଏକ ଅସମ୍ଭବ ବ୍ୟାପାର ଅଟେ କାରଣ ଏହା ମଧ୍ୟରେ ବହୁବିଧ ଭାବ ଏବଂ ଶିଳ୍ପ ବା କୌଶଳର ସମନ୍ୱୟ ଘଟିଛି । ତେଣୁ ସେ ତାଙ୍କର ଶିଷ୍ୟ ମାନଙ୍କୁ ସମ୍ୟକ୍ ଭାବରେ ରସ, ଭାବ ଏବଂ ସଂଗ୍ରହ ସମ୍ବନ୍ଧରେ ଜ୍ଞାନ ପ୍ରଦାନ କରିଛନ୍ତି ।

ଏହି ପରିପ୍ରେକ୍ଷିରେ ସେ ସର୍ବପ୍ରଥମେ ସଂଗ୍ରହ ସମ୍ବନ୍ଧରେ ତାଙ୍କର ଶିଷ୍ୟ ମାନଙ୍କୁ କହୁଛନ୍ତି ଯେ ସୂତ୍ର ଏବଂ ଭାଷ୍ୟରେ ଯେଉଁ ଅର୍ଥ ଗୁଡି଼କର ଉପଦେଶ ବିସ୍ତାରିତ ରୂପରେ ବର୍ଣ୍ଣିତ ହୋଇଥାଏ ସେମାନଙ୍କୁ ମିଳିତ ତଥା ସଂକ୍ଷିପ୍ତ କରିବାକୁ ସଂଗ୍ରହ କୁହାଯାଏ । ଅତି ସରଳ ଭାଷାରେ କହିବାକୁ ଗଲେ ରସ, ଭାବ, ଅଭିନୟ, ଧର୍ମି, ବୃତ୍ତି, ପ୍ରବୃତ୍ତି, ସିଦ୍ଧି, ସ୍ୱର, ଅତୋଦ୍ୟ, ଗାନ ଓ ରଙ୍ଗର ସମାହାରକୁ ସଂଗ୍ରହ କୁହାଯାଏ ।

ବିସ୍ତରେଣୋପଦିଷ୍ଟାନାମାର୍ଥାନାଂ ସୂତ୍ରଭାଷ୍ୟେୟୋଃ

ନିବନ୍ଧୋ ଯଃ ସମାସେନ ସଂଗ୍ରହଂ ତଂ ବିଦୁର୍ବିଧାଃ ।ା୯।।

ରସା ଭାବାହ୍ୟଭିନୟା ଧର୍ମ ବୃତ୍ତି ପ୍ରବୃତ୍ତୟଃ

ସିଦ୍ଧି ସ୍ୱରାସ୍ତଥାତୋଦ୍ୟଂ ଗାନଂ ରଙ୍ଗମ୍ ଚ ସଂଗ୍ରହଃ ।ା୧୦।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୧,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ତତ୍ ସହିତ ଭରତ ମୁନି କାରିକା ଓ ନିରୁକ୍ତ ସମ୍ବନ୍ଧରେ ମତ ପ୍ରକାଶ କରିବାକୁ ଯାଇ କହିଛନ୍ତି ଯେ ଯେଉଁଠାରେ ସୂତ୍ର ଶୈଳୀରେ ସ୍ୱଳ୍ପ ଅଭିଧାନଗତ ଶବ୍ଦର ପ୍ରୟୋଗରେ ବିଷୟବସ୍ତୁକୁ ପରିବେଷଣ କରାଯାଇପାରେ ତାକୁ କାରିକା କୁହାଯାଏ ଏବଂ ଯେଉଁଠି ବିଭିନ୍ନ ପ୍ରକାର ଅଭିଧାନଗତ ଶବ୍ଦ ତଥା ସେମାନଙ୍କର ଧାତୁ, ଅର୍ଥ, ପ୍ରତ୍ୟୟ ଆଦିର ସଂଯୋଗ ସହିତ ନାଟକୀୟ ବିଷୟବସ୍ତୁର ବିସ୍ତାରିତ ବର୍ଣ୍ଣନାକୁ ନିରୁକ୍ତ କୁହାଯାଏ ।

ଏହାପରେ ଭରତ ମୁନି ରସ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାକୁ ଯାଇ କହିଛନ୍ତି ଯେ ଶୃଙ୍ଗାର, ହାସ୍ୟ, କରୁଣା, ରୌଦ୍ର, ବୀର, ଭୟାନକ, ବୀଭତ୍ସ ଓ ଅଦ୍ଭୁତ ଆଦି ଆଠଟି ରସ ନାଟକରେ ଦେଖାଯାଇଥାଏ ।

“ଶୃଙ୍ଗାର ହାସ୍ୟ କରୁଣା ରୌଦ୍ର ବୀର ଭୟାନକଃ

ବୀଭତ୍ସାଦ୍ଭୁତସଜେ୍ଞø ଚେତ୍ୟଷ୍ଟୌ ନାଟ୍ୟେ ରସାସ୍ମ୍ମୃତାଃ ।ା”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ -ଷଷ୍ଠ, ପୃ – ୧୩୨,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଏହାପରେ ସେ ଭାବ ସମ୍ବନ୍ଧରେ ସୂଚନା ପ୍ରଦାନ କରିବାକୁ ଯାଇ ଭାବକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେଗୁଡି଼କ ହେଲା ଯଥା :- ୧. ସ୍ଥାୟୀ ଭାବ ୨. ସଞ୍ଚାରି ଭାବ ୩. ସାତ୍ତ୍ୱିକ ଭାବ ।

ସ୍ଥାୟୀ ଭାବ :-

ପ୍ରଥମେ ଉପରବର୍ଣ୍ଣିତ ପ୍ରତ୍ୟେକ ରସ ସେମାନଙ୍କର ଗୋଟିଏ ଗୋଟିଏ ସ୍ଥାୟୀ ଭାବ ସୃଷ୍ଟି କରିଛନ୍ତି । ସରଳ ଭାଷାରେ କହିବାକୁ ଗଲେ ପ୍ରତ୍ୟେକ ରସର ମୂଳ ଭାବାବେଗକୁ ସ୍ଥାୟୀ ଭାବ କୁହାଯାଏ । ରତିକୁ ଶୃଙ୍ଗାର, ହାସ୍ୟକୁ ହସ, ଶୋକକୁ କରୁଣ, କ୍ରୋଧକୁ ରୌଦ୍ର, ଉତ୍ସାହକୁ ବୀର, ଭୟକୁ ଭୟାନକ, ଯୁଗୁପ୍ସାକୁ ବିଭତ୍ସ ଏବଂ ବିସ୍ମୟକୁ ଅଦ୍ଭୁତ ରସର ସ୍ଥାୟୀ ଭାବ ଭାବରେ ବର୍ଣ୍ଣନା କରିଛନ୍ତି ।

“ରତିର୍ହାସଶ୍ଚ ଶୋକଶ୍ଚ କ୍ରୋଧୋତ୍ସହୌ ଭୟଂ ତଥା

ଜୁଗୁପ୍ସା ବିସ୍ମୟଶ୍ଚେତି ସ୍ଥାୟୀ ଭାବ ପ୍ରକିର୍ତ୍ତିତାଃ ।ା୧୭।। ”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୨, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ସଞ୍ଚାରି ବା ବ୍ୟଭିଚାରି ଭାବ :

ଏଠାରେ ଭରତ ମୁନି ମନୁଷ୍ୟର ତେତିଶି ପ୍ରକାର ମାନସିକ ତଥା ଶାରୀରିକ ଅବସ୍ଥାକୁ ସଞ୍ଚାରି ବା ବ୍ୟଭିଚାରି ଭାବ ଭାବରେ ଗ୍ରହଣ କରିଛନ୍ତି । ସେଗୁଡ଼ିକ ହେଲା ଯଥା :- ନିର୍ବେଦ, ଗ୍ଳାନି, ଶଙ୍କା, ଅସୂୟା, ମଦ, ଶ୍ରମ, ଆଳସ୍ୟ, ଦୈନ୍ୟ, ଚି଼ନ୍ତା, ମୋହ, ସ୍ମ୍ମୃତି, ଧ୍ର୍ରୁତି, ବ୍ରୀଡ଼ା, ଚପଳତା, ହର୍ଷ, ଆବେଗ, ଜଡ଼ତା, ଗର୍ବ, ବିଷାଦ, ଓøତ୍ସୁକ୍ୟ, ନିଦ୍ରା, ଅପସ୍ମାର, ସୁପ୍ତି, ପ୍ରବୋଧ, ଅମର୍ଷ, ଅବହିତ୍ଥ, ଉଗ୍ରତା, ମତି, ବ୍ୟାଧି, ଉନ୍ମାଦ, ମରଣ, ତ୍ରାସ ଓ ବିତର୍କ ।

“ନିର୍ବେଦ ଗ୍ଲାନି ଶଙ୍କାଖ୍ୟାସ୍ତଥାଽସୂୟାମଦାଶ୍ରମାଃ

ଆଳସ୍ୟଂ ଚୈବ ଦୈନ୍ୟଂ ଚ ଚି଼ନ୍ତା ମୋହଃ ସ୍ମ୍ମୃତିଧୃତିଃ ।ା୧୮।।

ବ୍ରୀଡ଼ା – ଚପଳତା – ହର୍ଷ ଆବେଗୋ ଜ଼ଡତା ତଥା

ଗର୍ବୋ ବିଷାଦ ଓøତ୍ସୁକ୍ୟଂ ନିଦ୍ରାପସ୍ମାର ଏବ ଚ ।ା୧୯।।

ସୁପ୍ତଂ ପ୍ରବୋଧୋଽମର୍ଷଶ୍ଚାପ୍ୟବହିତ୍ଥମଥୋଗ୍ରତା

ମତିର୍ବ୍ୟାଧି ସ୍ତଥୋନ୍ମାଦସ୍ତଥା ମରଣମେବଚ ।ା୨୦ା

ତ୍ରାସଶ୍ଚୈବ ବିତର୍କଶ୍ଚ ବିଜେ୍ଞୟୋ ବ୍ୟଭିଚାରିଣଃ

ତ୍ରୟସ୍ତ୍ରିଂଶଦମୀ ଭାବାଃ ସମାଖ୍ୟତାସ୍ତୁ ନାମତଃ ।ା୨୧।।”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୨, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ସାତ୍ତ୍ୱିକ ଭାବ:-

ସ୍ଥାୟୀ ଭାବ ଏବଂ ସଞ୍ଚାରି ଭାବ ଭଳି ଭରତ ମୁନି ନାଟ୍ୟଶାସ୍ତ୍ରରେ ଆଠ ପ୍ରକାରର ସାତ୍ତ୍ୱିକ ଭାବ କଥା ବର୍ଣ୍ଣନା କରିଛନ୍ତି । ସେଗୁଡିକ ହେଲା ଯଥା:- ସ୍ତମ୍ବ, ସ୍ୱେଦ, ରୋମାଞ୍ଚ, ସ୍ୱରଭଙ୍ଗ, ବେପଥୁ, ବୈବର୍ଣ୍ଣ୍ୟ, ଅଶ୍ର୍ରୁ ଏବଂ ପ୍ରଳୟ ।

“ସ୍ତମ୍ବଃ ସ୍ୱେଦୋଽଥ ରୋମାଞ୍ଚ ସ୍ୱରଭଙ୍ଗୋଽଥ ବେପଥୁଃ

ବୈବର୍ଣ୍ଣ୍ୟମଶ୍ର୍ରୁପ୍ରଳୟ ଇତ୍ୟଷ୍ଟୌ ସାତ୍ୱିକାଃ ସ୍ମ୍ମୃତାଃ ।ା୨୨।। ”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୩,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଅଭିନୟ :-

ଭରତ ମୁନି ଏଠାରେ ଚାରି ପ୍ରକାର ଅଭିନୟ କଥା ବର୍ଣ୍ଣନା କରିଛନ୍ତି । ସେଗୁଡି଼କ ହେଲା ଯଥା:- ୧. ଆଙ୍ଗିକ ୨. ବାଚି଼କ ୩. ଆହାର୍ଯ୍ୟ ୪. ସାତ୍ତ୍ୱିକ ।

“ଆଙ୍ଗିକୋ ବାଚି଼କଶ୍ଚୈବ ଆହାର୍ଯ୍ୟଃ ସାତ୍ତ୍ୱିକସ୍ତଥା

ଚତ୍ୱାରୋଽଭିନୟା ହ୍ୟେତେ ବିଜେ୍ଞୟୋ ନାଟ୍ୟସଂଶ୍ରୟାଃ ।ା”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୩, ୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଧର୍ମୀ :-

ନାଟ୍ୟଶାସ୍ତ୍ରରେ ସାଧାରଣତଃ ଦୁଇ ପ୍ରକାର ଧର୍ମୀ କଥା ବର୍ଣ୍ଣନା କରାଯାଇଛି । ସେଗୁଡି଼କ ହେଲା ଯଥା :- ୧. ଲୋକ ଧର୍ମୀ ୨. ବିଦଗ୍ଧ ଧର୍ମୀ ।

“ଲୋକ ଧର୍ମୀ ନାଟ୍ୟ ଧର୍ମୀ ଧର୍ମୀ ତୁ ଦ୍ୱିବିଧଃ ସ୍ମ୍ମୃତଃ ।ା”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୩, ୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ବୃତ୍ତି:-

ଭରତ ମୁନି ନାଟକରେ ଭାରତୀ, ସାତ୍ତ୍ୱତୀ, କୈଶିକି ଏବଂ ଆରଭଟ୍ଟି ଆଦି ଚାରି ପ୍ରକାର ବୃତ୍ତି କଥା ବର୍ଣ୍ଣନା କରିଛନ୍ତି ।

“ଭାରତୀ ସାତ୍ତ୍ୱତୀ ଚୈବ କୈଶିକ୍ୟାରଭଟ୍ଟୀ ତଥା

ଚତସ୍ରୋ ବୃତ୍ତୟୋ ହ୍ୟେତା ଯାସୁ ନାଟ୍ୟଂ ପ୍ରତିଷ୍ଠିତମ୍ ।ା”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ପ୍ରବୃତ୍ତି:-

ନାଟ୍ୟଶାସ୍ତ୍ର୍ରରେ ନାଟ୍ୟକୋବିଦ ଭରତ ମୁନି ପ୍ରବୃତ୍ତିକୁ ପାଞ୍ଚ ଭାଗରେ ବିଭକ୍ତ କରିଛନ୍ତି । ସେଗୁଡି଼କ ହେଲା ଯଥା:- ୧. ଆବନ୍ତୀ ୨. ଦାକ୍ଷିଣାତ୍ୟା ୩. ଓøଡ୍ରମାଗଧି ୪. ପାଞ୍ଚାଳୀ ୫. ମଧ୍ୟମା ।

“ଆବନ୍ତୀ ଦାକ୍ଷିଣାତ୍ୟା ଚ ତଥା ଚୈ଼ବୋଡ୍ରମାଗଧି

ପାଞ୍ଚାଳୀ ମଧ୍ୟମା ଚେତି ବିଜେ୍ଞୟାସ୍ତୁ ପ୍ରବୃତ୍ତୟଃ ।ା”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ସିଦ୍ଧି:-

ସାଧାରଣତଃ ସିଦ୍ଧି କହିଲେ ଆମେ ସଫଳତାକୁ ବୁଝିଥାଉ । ଏଠାରେ ସେ ଦୁଇ ପ୍ରକାର ସିଦ୍ଧି କଥା ବର୍ଣ୍ଣନା କରିଛନ୍ତି । ସେଗୁଡ଼ିକ ହେଲା ଯଥା :- ୧. ଦୈବିକୀ ୨. ମାନୁଷୀ ।

“ଦୈବିକୀ ମାନୁଷୀ ଚୈ଼ବ ସିଦ୍ଧିଃ ସ୍ୟାଦ୍‌ଦ୍ୱିବିଧୌଚ ।ା”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ସ୍ୱର :-

ଏଠାରେ ଭରତ ମୁନି ଷଢ଼ଜ ଆଦି ସାତଗୋଟି ସ୍ୱରକୁ ସାଧାରଣତଃ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ସେଗୁଡିକ ହେଲା ଯଥା :- ୧. ଶରୀରା ୨. ବୈଣବ ।

ଶରୀରା:- ଯେଉଁ ସ୍ୱର ଗୁଡିକ ସାଧାରଣତଃ ଶରୀରରୁ ଜାତ ହୋଇଥାଏ ତାକୁ ଶରୀରା ସ୍ୱର କୁହାଯାଏ ।

ବୈଣବ :- ଯେଉଁ ସ୍ୱର ଗୁଡିକ ବେଣୁ ସମ୍ବନ୍ଧିୟ ସ୍ୱର ଯନ୍ତ୍ର ମାନଙ୍କରୁ ଜାତ ହୋଇଥାଏ ତାକୁ ବୈଣବ ସ୍ୱର କୁହାଯାଏ ।

“ଶାରୀରା ବୈଣବାଶ୍ଚୈବ ସପ୍ତ ଷଢ଼ଜାଦୟଃ ସ୍ୱରାଃ ।ା”

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଅତୋଦ୍ୟ :-

ନାଟକରେ ବ୍ୟବହୃତ ବାଦ୍ୟଯନ୍ତ୍ର ମାନଙ୍କୁ ସାଧାରଣତଃ ଅତୋଦ୍ୟ କୁହାଯାଏ । ଗଠନ ଦୃଷ୍ଟିରୁ ଅତୋଦ୍ୟକୁ ଭରତ ମୁନି ଚାରି ଭାଗରେ ବିଭକ୍ତ କରିଛନ୍ତି । ସେଗୁଡି଼କ ଯଥା :- ୧. ତତ୍ ୨. ଅବନଦ୍ଧ ୩. ଘନ ୪. ସୁଷିର ।

ତତ୍ – ନାଟକର ସଂଗୀତରେ ବ୍ୟବହୃତ ଯେଉଁ ବାଦ୍ୟଯନ୍ତ୍ର ଗୁଡିକ ତାର ଦ୍ୱାରା ନିର୍ମିତ   ହୋଇଥାଏ ତାକୁ ତତ୍ ଜାତୀୟ ବାଦ୍ୟ କୁହାଯାଏ ।

ଅବନଦ୍ଧ – ପୌଷ୍କର ବା ପୁଖେର ଅଥବା ପଖାଉଜ ଜାତିୟ ଚମଡ଼ା ନିର୍ମିତ             ବାଦ୍ୟଯମାନଙ୍କୁ ଅବନଦ୍ଧ ବାଦ୍ୟ କୁହାଯାଏ ।

ଘନ – ଧାତବ ଜାତିୟ ବାଦ୍ୟଯନ୍ତ୍ର ଯଥା ଗିନି, ଝାଞ୍ଜ, କରତାଳି, ଆଦି ବାଦ୍ୟଯନ୍ତ୍ରମାନଙ୍କୁ ଘନ ବାଦ୍ୟ କୁହାଯାଏ ।

ସୁଷିର – ବାଉଁଶ ନିର୍ମିତ ବା ପବନ ଦ୍ୱାରା ଚାଳିତ ବାଦ୍ୟଯନ୍ତ୍ର ଗୁଡିକୁ ସୁଷିର ବାଦ୍ୟ କୁହାଯାଏ ।

ଗାନ – ନାଟକରେ ପ୍ରୟୋଗ କରାଯାଉଥିବା କଣ୍ଠ ସଂଗୀତକୁ ସାଧାରଣତଃ ଗାନ କୁହାଯାଏ । ପ୍ରୟୋଗର ଭିନ୍ନତା ଦୃଷ୍ଟିରୁ ଏହାକୁ ପାଞ୍ଚ ଭାଗରେ ବିଭକ୍ତ କରାଯାଇଛି । ସେଗୁଡ଼ିକ ହେଲା ଯଥା – ୧. ପ୍ରବେଶ ୨. ଆକ୍ଷେପ ୩. ନିଷ୍କ୍ରାମ ୪. ପ୍ରାସାଦିକ ୫. ଅନ୍ତର ।

ପ୍ରବେଶାକ୍ଷେପ ନିଷ୍କ୍ରାମ ପ୍ରାସାଦିକମଥାନ୍ତରମ୍

ଗାନଂ ପଞ୍ଚବିଧଂ ଜେ୍ଞୟଂ ଧ୍ର୍ରୁବାଯୋଗ ସମନ୍ୱିତମ୍ ।ା

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ରଙ୍ଗ –

ରଙ୍ଗ ଅର୍ଥାତ୍ ମଞ୍ଚ । ନାଟ୍ୟଶାସ୍ତ୍ରରେ ସଂଗ୍ରହ ପର୍ଯ୍ୟାୟରେ ସବାଶେଷରେ ରଙ୍ଗ ବା ମଞ୍ଚକୁ ଚତୁରସ୍ର, ବିକୃଷ୍ଟ ଓ ତ୍ର‌୍ୟସ୍ର ଭେଦରେ ତିନି ଭାଗରେ ବିଭକ୍ତ କରାଯାଇଛି ।

ଚତୁରସ୍ରୋ ବିକୃଷ୍ଟଶ୍ଚ ରଙ୍ଗସ୍ତ୍ର୍ରସ୍ୟଶ୍ଚ କିର୍ତ୍ତିତଃ ।ା

ଏହି ପରି ଭାବରେ ଭରତ ମୁନି ସଂଗ୍ରହ ସମ୍ବନ୍ଧରେ ସୂଚନା ପ୍ରଦାନ କରିସାରିବା ପରେ ସମ୍ପୂର୍ଣ୍ଣ ଭାବରେ ସବିଶେଷ ବର୍ଣ୍ଣନା କରିବା ପାଇଁ କହୁଛନ୍ତି । ଏହି ପର୍ଯ୍ୟାୟରେ ସେ ପ୍ରଥମେ ରସ ବିଷୟରୁ ଆରମ୍ଭ କରିଛନ୍ତି ।

“ ବିଭାବାନୁଭାବବ୍ୟଭିଚାରି ସଂଯୋଗାଦ୍ରସନିଷ୍ପତିଃ । କୋ ଦୃଷ୍ଟାନ୍ତଃ ? ଅତ୍ର୍ରାହ – ଯଥା ହି ନାନାବ୍ୟଞ୍ଜନୌଷଧି ଦ୍ରବ୍ୟ ସଂଯୋଗାଦ୍ରସନିଷ୍ପତ୍ତିର୍ଭବତି । ତଥା ନାନାଭାବୋ ପଗାଦ୍ରଶନିଷ୍ପତ୍ତିଃ । ଯଥା ଗୁଡ଼ାଦିଭିର୍ଦ୍ରବ୍ୟଞ୍ଜନୈରୋଷଧିଭିଶ୍ଚ ଷଡ୍ରସା ନିବର୍ତ୍ତ୍ୟନ୍ତେ ଏବଂ ନାନା ଭାବୋପହିତା ଅପି ସ୍ଥାୟିନୋ ଭାବା ରସତ୍ୱମାପ୍ନୁରନ୍ତି । ”

ଅର୍ଥାତ୍ ବିଭାବ, ଅନୁଭାବ ଏବଂ ବ୍ୟଭିଚାରି ଆଦି ଭାବ ମାନଙ୍କର ସଂଯୋଗ ବା ସମ୍ମିଶ୍ରଣ ଫଳରେ ରସ ସୃଷ୍ଟି ହୋଇଥାଏ । ଉଦାହରଣ ସ୍ୱରୁପ ଯେମିତି ଔଷଧୀୟ ଗୁଣ ସମ୍ପନ୍ନ ନାନା ବ୍ୟଞ୍ଜନ ବା ମସଲାର ସମାହାରରେ ରସ ସୃଷ୍ଟି ହୋଇଥାଏ । ଆହୁରି ପ୍ରାଞ୍ଜଳ ଭାବରେ କହିବାକୁ ଗଲେ ଗୁଡ଼, ବ୍ୟଞ୍ଜନ, ଔଷଧୀୟ ଗୁଣଯୁକ୍ତ ଖାଦ୍ୟର ସମାଗମରେ ଯେମିତି ଷଢ଼ରସ ସୃଷ୍ଟି ହୋଇଥାଏ । ଠିକ୍ ସେହିପରି ଭାବ ସହିତ ବିଭିନ୍ନ ଭାବ ମାନଙ୍କ ମିଶ୍ରଣରୁ ସ୍ଥାୟୀ ଭାବ ଏବଂ ତହିଁରୁ ରସ ସୃଷ୍ଟି ହୋଇଥାଏ । ଏହା ଶୁଣି ୠଷି ମାନେ ପୁଣି ରସ କ’ଣ ବୋଲି ପ୍ରଶ୍ନ କରିଛନ୍ତି ? ରସ କେଉଁ ପଦାର୍ଥ ଅଟେ ଏବଂ ଏଭଳି ପଦାର୍ଥକୁ ରସ ବୋଲି କାହିିଁକି କୁହାଯାଏ ? ପ୍ରତ୍‌ୁ୍ୟତ୍ତରରେ ଭରତ ମୁନି କହିଛନ୍ତି ଯେ ଯେହେତୁ ଏହାକୁ ଆସ୍ୱାଦନ କରାଯାଏ ତେଣୁ ଏହାକୁ ରସ କୁହାଯାଏ । ଯେପରି ବିଭିନ୍ନ ଜାତିୟ ଅନ୍ନ ଭୋଜନ କରିବା ଦ୍ୱାରା ଲୋକମାନେ ରସକୁ ଆସ୍ୱାଦନ କରିବା ସହ ଆନନ୍ଦ ପାଇଥାନ୍ତି ଠିକ୍ ସେହିପରି ନାନା ଭାବ, ଅଭିନୟ ଦ୍ୱାରା ଜ୍ଞାନୀ ବା ଗୁଣୀମାନେ ଯେଉଁ ସ୍ଥାୟୀ ଭାବକୁ ଅନୁଭବ କରି ଆନନ୍ଦ ପାଇଥାନ୍ତି ତହିଁରୁ ରସ ସୃଷ୍ଟି ହୋଇଥାଏ ।

ଏହାପରେ ଆଚାର୍ଯ୍ୟ ଭରତ ଅହୁରି ପ୍ରାଞ୍ଜଳ ତଥା ତଥା ସରଳ ଭାବରେ ରସ ସୃଷ୍ଟିକୁ ବା ରସ ନିଷ୍ପତ୍ତିକୁ ବର୍ଣ୍ଣନା କରିଛନ୍ତି ।

ଯଥା ବହୁଦ୍ରବ୍ୟଯୁତୈର୍ବ୍ୟଞ୍ଜନୈର୍ବହୁଭିର୍ଯୁତମ୍‌

ଆସ୍ୱାଦୟନ୍ତି ଭୁଞ୍ଜାନା ଭକ୍ତଂ ଭକ୍ତବିଦୋଜନାଃ ।ା୩୨।।

ଭାବାଭିନୟ ସଂବଦ୍ଧାନ୍ ସ୍ଥାୟିଭାବାଂସ୍ତଥା ବୁଧାଃ

ଆସ୍ୱାଦୟନ୍ତି ମନସା ତସ୍ମାନ୍ନାଟ୍ୟେ ରସାଃସ୍ମ୍ମୃତାଃ ।ା୩୩।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୫,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଅର୍ଥାତ୍ ବିଦ୍ୱାନ୍ ମାନେ ଯେଉଁଭଳି ବହୁ ଦ୍ରବ୍ୟ ଏବଂ ବ୍ୟଞ୍ଜନ ଯୋଗରେ ପ୍ରସ୍ତୁତ ଖାଦ୍ୟ ଭକ୍ଷଣ କରି ଜିହ୍ୱା ସାହାଯ୍ୟରେ ସ୍ୱାଦର ଆନନ୍ଦ ଅନୁଭବ କରିଥାନ୍ତି ଠିକ୍ ସେହିପରି ଭାବ, ଅନୁଭାବ ଏବଂ ସ୍ଥାୟି ଭାବର ମିଶ୍ରଣରେ ପ୍ରସ୍ତୁତ କଳାକୃତିକୁ ମନ ଦ୍ୱାରା ଗ୍ରହଣ କରି ବିଦ୍ୱାନ୍ ମାନେ ଆନନ୍ଦ ଅନୁଭବ କରିଥାନ୍ତି । ତେଣୁ ଏହାକୁ ନାଟ୍ୟରସ ନାମରେ ନାମିତ କରାଯାଇଛି ।

ନାଟ୍ୟାଚାର୍ଯ୍ୟଙ୍କଠାରୁ ରସ ସମ୍ବନ୍ଧରେ ଏଭଳି ବର୍ଣ୍ଣନା ଶୁଣିବାପରେ ଶିଷ୍ୟମାନଙ୍କ ମନରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ସୃଷ୍ଟି ହୋଇଛି । ସେହି ପ୍ରଶ୍ନଟି ହେଲା ରସ ମାନଙ୍କ ଠାରୁ ଭାବ ମାନଙ୍କର ସୃଷ୍ଟି ନା ଭାବ ମାନଙ୍କଠାରୁ ରସମାନଙ୍କର ସୃଷ୍ଟି । ଶିଷ୍ୟ ମାନଙ୍କର ଏହି ସନ୍ଦେହକୁ ମୋଚନ କରିବାକୁ ଯାଇ ଭରତ କହିଛନ୍ତି ଯେ “ସାଧାରଣତଃ ରସରୁ ଭାବ ଏବଂ ଭାବରୁ ରସ ସୃଷ୍ଟି ହୋଇଥାଏ । ଅର୍ଥାତ୍ ରସ ସୃଷ୍ଟିରେ ରସ ଏବଂ ଭାବ ପରସ୍ପର ପରିପୂରକ ଅଟନ୍ତି । କାରଣ ନାଟ୍ୟ ପରିବେଷଣରେ ଭାବ ମାନଙ୍କଠାରୁ ରସ ମାନଙ୍କର ଉତ୍ପନ୍ନ ହେବାର ଦେଖାଯାଏ । କିନ୍ତୁ ରସ ମାନଙ୍କଠାରୁ ଭାବ ମାନଙ୍କର ଉତ୍ପତ୍ତି ଘଟିବାର ଦେଖାଯାଏନି । ନାନା ଅଭିନୟ ସମ୍ବନ୍ଧିୟ ରସମାନଙ୍କୁ ଏହା ଭାବିତ ବା ସୃଷ୍ଟି କରୁଥିବାରୁ ନାଟ୍ୟପ୍ରାଣ ବ୍ୟକ୍ତିମାନେ ଏହାକୁ ଭାବ ବୋଲି କହିଥାନ୍ତି । ଯେପରିକି ନାନା ଦ୍ରବ୍ୟର (ଖାଦ୍ୟ ପଦାର୍ଥ) ସମାହାରରେ ବହୁବିଧ ବ୍ୟଞ୍ଜନ ସୃଷ୍ଟି ହୋଇଥାଏ ଠିକ୍ ସେହିପରି ଭାବ ମାନଙ୍କ ସହ ବିଭିନ୍ନ ଅଭିନୟର ସମାହାରରେ ରସ ସୃଷ୍ଟି ହୋଇଥାଏ । ” ଯେଉଁଠାରେ ରସ ନାହିିଁ ସେଠାରେ ଭାବ ନାହିିଁ ଏବଂ ଯେଉଁଠାରେ ଭାବ ନାହିିଁ ସେଠାରେ ମଧ୍ୟ ରସ ନାହିଁ । ଅଭିନୟ ଦ୍ୱାରା ଏମାନେ ପରସ୍ପରର ନିର୍ଭରଶୀଳ ହୋଇ ସିଦ୍ଧି ଲାଭ କରିଥାନ୍ତି । ଯେପରି ସ୍ୱାଦ ସୃଷ୍ଟିରେ ଖାଦ୍ୟ ପଦାର୍ଥ ଏବଂ ବ୍ୟଞ୍ଜନ ପରସ୍ପର ସମ୍ବନ୍ଧଶୀଳ ଠିକ୍ ସେହିପରି ନାଟ୍ୟ ପରିବେଷଣରେ ଆନନ୍ଦ ସୃଷ୍ଟି କରିବାରେ ଭାବ ଏବଂ ରସ ପରସ୍ପର ନିର୍ଭରଶୀଳ । ଅର୍ଥାତ୍ ବୀଜ ବା ମଞ୍ଜିରୁ ଯେପରି ବୃକ୍ଷ ଏବଂ ବୃକ୍ଷରୁ ଫୁଲ ଫଳ ସୃଷ୍ଟି ହୁଏ ଠିକ୍ ସେହିପରି ରସର ମୂଳରୁ ବିଭିନ୍ନ ସ୍ଥାୟୀ ଭାବ ମାନ ସୃଷ୍ଟି ହୋଇଥାନ୍ତି ।

ନାନାଭିନୟ ସମ୍ବନ୍ଧାନ୍ ଭାବୟନ୍ତି ରସାନିମାନ୍ ।

ଯସ୍ମାତ୍ତସ୍ମାଦମୀ ଭାବାବିଜେ୍ଞୟୋ ନାଟ୍ୟୋୟଯାକ୍ତୃଭିଃ ।ା୩୪।।

ନାନାଦ୍ରବ୍ୟୈ ର୍ବହୁବିଧୈର୍ବ୍ୟଞ୍ଜନଂ ଭାବ୍ୟତେ ଯଥା

ଏବଂ ଭାବା ଭାବୟନ୍ତି ରସାଭିନୟୈଃ ସହ ।ା୩୫।।

ନ ଭାବହୀନୋଽସ୍ତି ରସୋ ନ ଭାବୋ ରସବର୍ଜିତଃ

ପରସ୍ପରକୃତା ସିଦ୍ଧିସ୍ତୟୋରଭିନୟୋ ଭବେତ୍ ।ା୩୬।।

ବ୍ୟଞ୍ଜନୌଷଧି ସଂଯୋଗୋ ଯଥାନ୍ନଂ ସ୍ୱାଦୁତାଂ ନୟେତ୍

ଏବଂ ଭାବା ରସାଶ୍ଚୈବ ଭାବୟନ୍ତି ପରସ୍ପରମ୍ ।ା୩୭।।

ଯଥା ବୀଜାଭବେତ୍ ବୃକ୍ଷୋ ବୃକ୍ଷାତ୍ ପୁଷ୍ପଂ ଫଳଂ ଯଥା

ତଥା ମୂଳଂ ରସାଃ ସର୍ବେ ତେଭ୍ୟୋ ଭାବାଃ ବ୍ୟବସ୍ଥିତାଃ ।ା୩୮।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୭, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଋସ ସମ୍ବନ୍ଧରେ ଏତିକି ସୂଚନା ଦେଇସାରିବା ପରେ ନାଟ୍ୟାଚାର୍ଯ୍ୟ ଭରତ ନିଜର ଶିଷ୍ୟ ମାନଙ୍କୁ ପୁଣି ରସର ଉତ୍ପତ୍ତି, ବର୍ଣ୍ଣ ତଥା ରସ ମାନଙ୍କ ସହ ସମ୍ଫର୍କିତ ଦେବତା ମାନଙ୍କ କଥା କହୁଛନ୍ତି । ରସର ଉତ୍ପତ୍ତି ସମ୍ବନ୍ଧରେ ବ୍ୟାଖ୍ୟା କରିବାକୁ ଯାଇ ମୌଳିକ ରସ ଏବଂ ଅଙ୍ଗୀ ରସ ନାମରେ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ଯେଉଁ ମୂଳ ବା ପ୍ରଧାନ ରସମାନଙ୍କଠାରୁ ଅଙ୍ଗୀ ରସ ମାନଙ୍କର ଉତ୍ପତ୍ତି ଘଟିଥାଏ ସେମାନଙ୍କୁ ମୌଳିକ ରସ କୁହାଯାଏ । ବିଶେଷ କରି ଶୃଙ୍ଗାର, ବୀର, ରୌଦ୍ର ଏବଂ ବିଭତ୍ସକୁ ନାଟ୍ୟାଚାର୍ଯ୍ୟ ଭରତ ମୌଳିକ ରସ ଭାବରେ ଗ୍ରହଣ କରିଛନ୍ତି । ସେହିପରି ମୌଳିକ ରସ ମାନଙ୍କର ପ୍ରଭାବରେ ସୃଷ୍ଟି ହୋଇଥିବା ଅନୁଗାମୀ ରସ ମାନଙ୍କୁ ଅଙ୍ଗୀରସ କୁହାଯାଏ । ହାସ୍ୟ, କରୁଣ, ଅଦ୍ଭୁତ ଏବଂ ଭୟାନକ ଆଦି ଚାରିଗୋଟି ରସକୁ ସେ ଅଙ୍ଗୀରସର ପର୍ଯ୍ୟାୟଭୁକ୍ତ କରିଛନ୍ତି । ତତ୍ ସହିତ ହାସ୍ୟ ଶୃଙ୍ଗାରଠାରୁ, କରୁଣ ରୌଦ୍ର ଠାରୁ, ଅଦ୍ଭୁତ ବୀରଠାରୁ ଏବଂ ଭୟାନକ ବିଭତ୍ସଠାରୁ ଉତ୍ପନ୍ନ ହୋଇଥିବା କଥା କହିଛନ୍ତି ।

ମୌଳିକ ରସ ଅଙ୍ଗୀରସ

ଶୃଙ୍ଗାର ହାସ୍ୟ

ରୌଦ୍ର କରୁଣ

ବୀର ଅଦ୍ଭୁତ

ବିଭତ୍ସ ଭୟାନକ

ଅତି ସରଳ ଭାବରେ କହିବାକୁ ଗଲେ ଯେତେବେଳେ ଶୃଙ୍ଗାର ରସ ସୃଷ୍ଟି ହୁଏ ସେତେବେଳେ ଆପେ ଆପେ ଆମ ଭିତରେ ହାସ୍ୟ ରସର ଭାବନା ଉଦ୍ରେକ ହୋଇଥାଏ । ଠିକ୍ ସେହିପରି ଆମେ ଯଦି ରୌଦ୍ର କଥା ଚି଼ନ୍ତା କରିବା ତାର ପରବର୍ତ୍ତି ପରିଣାମ ହିିଁ କରୁଣ ଅଟେ । ବୀର ରସର ପରବର୍ତ୍ତି ପରିଣାମ ମଧ୍ୟ ଅଦ୍ଭୁତ ଅଟେ । କାରଣ ଯେଉଁଁଠି ବୀରତ୍ୱ ପ୍ରତିପାଦିତ ହୁଏ ସେଠି ଅଦ୍ଭୁତ ବା ବିସ୍ମୟ ପ୍ରତିପାଦିତ ହୁଏ । ବିଭତ୍ସର ପରିଣାମ ମଧ୍ୟ ଭୟାନକ ଅଟେ । କାରଣ ବିଭତ୍ସ ବା କୁତ୍ସିତ ଘଟଣା ସଦାସର୍ବଦା ଭୟାନକ ପରିବେଶ ସୃଷ୍ଟି କରିଥାଏ ।

ଶୃଙ୍ଗାରତ୍ତୁ ଭବେଦ୍ଧାସ୍ୟୋ ରୌଦ୍ରାତ୍ତୁ କରୁଣୋ ରସଃ

ବୀରାଚ୍ଚୈବାଦ୍ଭୁତୋତ୍ପତ୍ତିର୍ବୀଭତ୍ସାଚ୍ଚ ଭୟାନକାଃ ।ା୩୯।।

ଶୃଙ୍ଗାରାନୁକୃତିର୍ଯ୍ୟା ତୁ ସହାସସ୍ତୁ ପ୍ରକୀର୍ତ୍ତିତଃ

ରୌଦ୍ରସୌଚ୍ଚ ଚ ଯତ୍କର୍ମ ସଜେ୍ଞୟଃ କରୁଣୋ ରସଃ ।ା୪୦।।

ବୀରସ୍ୟାପି ଚ ଯତ୍କର୍ମ ସୋଽଦ୍ଭୁତଃ ପରିକୀର୍ତ୍ତିତଃ

ବୀଭତ୍ସଦର୍ଶନଂ ଯତ୍ର ଜେ୍ଞୟଃ ସ ତୁ ଭୟାନକଃ ।ା ୪୧।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୭, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଯେମିତି ଭାବ ସହିତ ରସର ଏକ କ୍ରିୟାତ୍ମକ ସମ୍ପର୍କ ଜଡ଼ିତ ହୋଇ ରହିଛି ଠିକ୍ ସେହିପରି ରସ ସହିତ ରଙ୍ଗ ବା ବର୍ଣ୍ଣର ମଧ୍ୟ ଏକ ପ୍ରତିକ୍ରିୟାତ୍ମକ ସମ୍ପର୍କ ରହିଛି । ଏହା ସହିତ ଆମର ରସ ଏବଂ ରଙ୍ଗ ଆମ ପ୍ରାଚ୍ୟ ସନାତନ ଧର୍ମର ଆଦର୍ଶ ସହ ନିବିଡ଼ ଭାବରେ ସମ୍ପର୍କିତ ଅଟେ ।

ଶ୍ୟାମୋ ର୍ଭବତି ଶୃଙ୍ଗାରଃ ସିତୋ ହାସ୍ୟ ପ୍ରକିର୍ତ୍ତିତଃ

କପୋତଃ କରୁଣଶ୍ଚୈବ ରକ୍ତୋ ରୌଦ୍ରଃ ପ୍ରକିର୍ତ୍ତିତଃ ।ା୪୨।।

ଗୌରୋ ବୀରସ୍ତୁ ବିଜେ୍ଞୟଃ କୃଷ୍ଣଶ୍ଚୈବ ଭୟାନକଃ

ନୀଳବର୍ଣ୍ଣସ୍ତୁ ବୀଭତ୍ସଃ ପୀତଶ୍ଚେବାଦ୍ଭୁତଃ ସ୍ମ୍ମୃତଃ ।ା୪୩।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୮, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଭରତଙ୍କ ରଚି଼ତ ଉପରବର୍ଣ୍ଣିତ ଶ୍ଲୋକାନୂସାରେ ଶ୍ୟାମକୁ ଶୃଙ୍ଗାର, ଧଳାକୁ ହାସ୍ୟ, ରକ୍ତ ବା ଲାଲ୍‌କୁ ରୌଦ୍ର, କକେପାତକୁ କରୁଣ, ଗୌରକୁ ବୀର, ପୀତ ବା ହଳଦିଆକୁ ଅଦ୍ଭୁତ, ନୀଳକୁ ବିଭତ୍ସ ଏବଂ କୃଷ୍ଣ ବର୍ଣ୍ଣକୁ ଭୟାନକ ସାଥିରେ ପ୍ରତୀକାତ୍ମକ ଭାବରେ ସମ୍ବନ୍ଧିତ କରିଛନ୍ତି ।

ରସ ବର୍ଣ୍ଣ

ଶୃଙ୍ଗାର ଶ୍ୟ୍ୟାମ

ହାସ୍ୟ ଧଳା

ରୌଦ୍ର ଲାଲ୍‌

କରୁଣ କପୋତ

ବୀର ଗୌର

ଅଦ୍ଭୁତ ହଳଦିଆ

ବିଭତ୍ସ ନୀଳ

ଭୟାନକ ଘନନୀଳ

ଦର୍ଶନେନ୍ଦ୍ରିୟର ପ୍ରତିକ୍ରିୟାକୁ ଆଖି ଆଗରେ ରଖି ଭରତ ଯେମିତି ରସ ସହିତ ରଙ୍ଗର ବା ବର୍ଣ୍ଣର ସମ୍ପର୍କକୁ ବର୍ଣ୍ଣନା କରିଛନ୍ତି ଠିକ୍ ସେହିଭଳି ସେ ଚରିତ୍ରଗତ ଆଦର୍ଶ ଦୃଷ୍ଟିରୁ ରସକୁ ଆମ ପ୍ରଚ୍ୟ ଭାରତୀୟ ସନାତନ ଧର୍ମର ପୂରାଣ ବଣ୍ଣିତ ଦେବତା ମାନଙ୍କ ସହିତ ମଧ୍ୟ ସେ ସମ୍ବନ୍ଧିତ କରିଛନ୍ତି ।

ଶୃଙ୍ଗାରୋ ବିଷ୍ଣୁ ଦୈବତ୍ୟୋ ହାସ୍ୟଃ ପ୍ରମଥ ଦୈବତଃ

ରୌଦ୍ରୋ ରୁଦ୍ରାଧି ଦେବତଃ କରୁଣ ଯମ ଦୈବତଃ ।ା୪୪।।

ବୀଭତ୍ସସ୍ୟ ମହାକାଳଃ କାଳଦେବୋ ଭୟାନକଃ

ବୀରୋ ମହେନ୍ଦ୍ର ଦେବଃ ସ୍ୟାଦ୍‌ଦ୍ଭୁତୋ ବ୍ରହ୍ମ ଦୈବତଃ ।ା୪୫।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୩୮,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଉପରବର୍ଣ୍ଣିତ ଶ୍ଲୋକ ହିସାବରେ ବିଷ୍ଣୁଙ୍କୁ ଶୃଙ୍ଗାର, ପ୍ରମଥଙ୍କୁ ହାସ୍ୟ, ରୁଦ୍ରଙ୍କୁ ରୌଦ୍ର, ଯମଙ୍କୁ କରୁଣ, ମହାକାଳଙ୍କୁ ବୀଭତ୍ସ, କାଳଙ୍କୁ ଭୟାନକ, ମହେନ୍ଦ୍ରଙ୍କୁ ବୀର ଏବଂ ବ୍ରହ୍ମାଙ୍କୁ ଅଦ୍ଭୁତ ରସର ଅଧିଷ୍ଠାତା ଦେବତା ରୂପରେ ବର୍ଣ୍ଣନା କରାଯାଇଛି ।

ରସ ଦେବତା

ଶୃଙ୍ଗାର ବିଷ୍ଣୁ

ହାସ୍ୟ ପ୍ରମଥ

ରୌଦ୍ର ରୁଦ୍ର

କରୁଣ ଯମ

ବୀର ମହେନ୍ଦ୍ର

ଅଦ୍ଭୁତ ବ୍ରହ୍ମା

ବୀଭତ୍ସ ମହାକାଳ

ଭୟାନକ କାଳ

 

ରସ ଦେବତା ବର୍ଣ୍ଣ

ଶୃଙ୍ଗାର ବିଷ୍ଣୁ ଶ୍ୟାମ

ହାସ୍ୟ ପ୍ରମଥ ଧଳା

ରୌଦ୍ର ରୁଦ୍ର ଲାଲ୍‌

କରୁଣ ଯମ କପୋତ

ବୀର ମହେନ୍ଦ୍ର ଗୌର

ଅଦ୍ଭୁତ ବ୍ରହ୍ମା ହଳଦିଆ

ବୀଭତ୍ସ ମହାକାଳ ନୀଳ

ଭୟାନକ କାଳ ଘନନୀଳ

ଏହିପରି ଭାବରେ ନାଟ୍ୟାଚାର୍ଯ୍ୟ ଭରତ ନାଟକର ରସ, ସେମାନଙ୍କର ବର୍ଣ୍ଣ ତଥା ରସ ମାନଙ୍କର ଅଧିଷ୍ଟାତା ଦେବତା ମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିସାରିବା ପରେ ବିଭିନ୍ନ ଦୃଷ୍ଟାନ୍ତ ସହ ଭାବ, ବିଭାବ, ଅନୁଭାବ, ବ୍ୟଭିଚାରି ଭାବ ଏବଂ ସେମାନଙ୍କ ସହିତ ସଂଯୁକ୍ତ ଲକ୍ଷଣ ମାନ ବର୍ଣ୍ଣନା କରିଛନ୍ତି । ଏହାସହ ରସ ମାନଙ୍କର ସ୍ଥାୟୀ ଭାବ ଗୁଡି଼କର ସବିଶେଷ ବର୍ଣ୍ଣନା ମଧ୍ୟ ପ୍ରଦାନ କରିଛନ୍ତି ।

ଶୃଙ୍ଗାର

ରତି ନାମକ ସ୍ଥାୟୀ ଭାବରୁ ଶୃଙ୍ଗାର ରସର ସୃଷ୍ଟି । ଉଜ୍ଜ୍ୱଳ ବେଶ ପୋଷାକ ଦ୍ୱାରା ଏହା ପରିବେଷିତ ହୋଇଥାଏ । ଯାହା ଶୁଚି଼ ବା ପବିତ୍ର, ଉଜ୍ଜ୍ୱଳ ତଥା ଦର୍ଶନିୟ ତାକୁ ଶୃଙ୍ଗାର ଭାବରେ ଗ୍ରହଣ କରାଯାଇଥାଏ । ତେଣୁ ସେ ଉଜ୍ଜ୍ୱଳ ବେଶ ଧାରଣ କରିଥିବା ଲୋକଙ୍କୁ ଶୃଙ୍ଗାରବାନ ବୋଲି କହିଛନ୍ତି । ନାଟକରେ ବ୍ୟବହୃତ ରସ ଓ ଭାବ ମାନଙ୍କର ଅର୍ଥକୁ ବିଜ୍ଞ ଲୋକେ ଏପରି ନିର୍ଦ୍ଧିଷ୍ଟ କରିଛନ୍ତି ଯେପରି ଆମ ମାନଙ୍କର ଗୋତ୍ର, କୂଳ, କୂଳାଚାର ବା କୌଳିକ କର୍ମ ଆମର ପୂର୍ବ ଆତ୍ମିୟ ମାନଙ୍କ ଦ୍ୱାରା ସ୍ଥିରିକୃତ ହୋଇସାରିଛି । ଏହି ଶୃଙ୍ଗାର ଉଭୟ ପୁରୁଷ ଓ ନାରୀ ବିଶେଷ କରି ଯୁବକ ଓ ଯୁବତୀ ମାନଙ୍କଠାରୁ ଏହା ସୃଷ୍ଟି ହୋଇଥାଏ । ପ୍ରୟୋଗର ଭିନ୍ନତାକୁ ଆଧାର କରି ଏହାକୁ ଦୁଇ ଭାଗରେ ବିଭକ୍ତ କରା ଯାଇଛି ଯଥା – ୧. ସଂମ୍ଭୋଗ ୨. ବିପ୍ରଲମ୍ବ ।

ସଂମ୍ଭୋଗ

ଏହି ସମ୍ଭୋଗ ନାମକ ଶୃଙ୍ଗାର ୠତୁ, ମାଲ୍ୟ, ଅନୁଲେପନ, ଅଳଙ୍କାର, ପ୍ରିୟଜନଙ୍କୁ ଦର୍ଶନ ବା ଶ୍ରବଣ, ଉପବନ ଭ୍ରମଣ ଅନୁଭବ, କ୍ରୀଡ଼ା ବା ଲୀଳା ଆଦି ବିଭାବ ମାନଙ୍କଠାରୁ ସୃଷ୍ଟି ହୋଇଥାଏ । ତତ୍ ସହିତ ନୟନ ଚାତୁରୀ ବା ଚକ୍ଷୁ ଚାଳନା, ଭ୍ର୍ରୁକ୍ଷେପ, କଟାକ୍ଷ, ଲଳିତ ଅଙ୍ଗହାର ଏବଂ ମଧୁର ବାକ୍ୟ ପରିବେଷଣ ଭଳି ଅନୁଭାବ ମାନଙ୍କ ଦ୍ୱାରା ଏହା ପରିବେଷିତ ହୋଇଥାଏ । ଏଠାରେ ତ୍ରାସ, ଆଳସ୍ୟ ଏବଂ ଜୁଗୁପ୍ସା ବ୍ୟତିତ ଅନ୍ୟ ସମସ୍ତ ବ୍ୟଭିଚାରି ଭାବର ବ୍ୟବହାର କରାଯାଇଥାଏ । ଅପରପକ୍ଷରେ ବିପ୍ରଲମ୍ବ ଶୃଙ୍ଗାରରେ ନିର୍ବେଦ, ଗ୍ଲାନି, ଶଙ୍କା, ଅସୂୟା, ଶ୍ରମ, ଚି଼ନ୍ତା, େଓøତ୍ସୁକ୍ୟ, ନିଦ୍ରା, ସୁପ୍ତ, ସ୍ୱପ୍ନ, ବିବୋକ, ବ୍ୟାଧି, ଉନ୍ମାଦ, ଅପସ୍ମାର, ଜାଡ଼୍ୟ, ମରଣ ଆଦି ଅଭିନୟ ପରିବେଷିତ ହୋଇଥାଏ ।

ଏଠାରେ ପ୍ରଶ୍ନ ଉଠେ ଶୃ୍‌ଙ୍ଗାର ରସ ଯଦି ରତି ନାମକ ସ୍ଥାୟୀ ଭାବରୁ ଉତ୍ପନ୍ନ ହୁଏ ତେବେ କରୁଣ ରସ ସମ୍ବନ୍ଧିୟ ଭାବ ମାନେ କିଭଳି ଶୃଙ୍ଗାର ରସ ସୃଷ୍ଟିରେ ସହାୟକ ହୁଅନ୍ତି ? ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭରତ ମୁନି କହିଛନ୍ତି ଯେ ଏଥି ନିମନ୍ତେ ଶୃଙ୍ଗାର ରସକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି ଯଥା – ୧. ସମ୍ଭୋଗ ୨. ବିପ୍ରଲମ୍ବ । ବିଶେଷତଃ ଶାପ, କ୍ଲେଶ, ବିନିପାତ (ପତନ), ବିପ୍ରଯୋଗ (ବିରହ), ଧନହାନି, ହତ୍ୟା, ବନ୍ଧନ ଆଦି ନିରପେକ୍ଷ ଭାବ ମାନଙ୍କ ଠାରୁ କରୁଣ ରସ ସୃଷ୍ଟି ହେଲାବେଳେ େଓøତ୍ସୁକ୍ୟ ଓ ଚିନ୍ତା ସାପେକ୍ଷ ଭାବ ମାନଙ୍କଠାରୁ ବିପ୍ରଲମ୍ବ ଶୃଙ୍ଗାର ସୃଷ୍ଟି ହୋଇଥାଏ । ଏହାହିିଁ କରୁଣ ଏବଂ ବିପ୍ରଲମ୍ବ ଶୃଙ୍ଗାର ମଧ୍ୟରେ ପାର୍ଥକ୍ୟ ଅଟେ । ତେଣୁ ଶୃଙ୍ଗାର ରସକୁ ସମସ୍ତ ରସର ସମନ୍ୱୟ ବୋଲି କୁହାଯାଏ । ଯେଉଁଠାରେ ପୁରୁଷ ସମସ୍ତ ପ୍ରାଚୁ୍‌ର୍ଯ୍ୟ, ସୁଖ, ଇପ୍ସିତ ଦ୍ରବ୍ୟର ପ୍ରାପ୍ତି, ୠତୁ ଅନୂଯାୟୀ ଆନନ୍ଦ, ମାଲ୍ୟାଦିର ଉପଭୋକ୍ତା ଏବଂ ପ୍ରମଦାପ୍ରିୟ ହୋଇଥାଏ ସେଠାରେ ଶୃଙ୍ଗାର ରସ ସୃଷ୍ଟି ହୋଇଥାଏ । ବିଭିନ୍ନ ୠତୁରେ ପ୍ରଷ୍ଫୁଟିତ ପୁଷ୍ପ, ମାଲ୍ୟ, ଅଳଙ୍କାର, ଇପ୍ସିତ ବ୍ୟକ୍ତି ସହ ମିଳନ, କାବ୍ୟ ତଥା ସଙ୍ଗୀତ ଚର୍ଚ୍ଚା ଉପବନ ଆଦି ଭ୍ରମଣ ଜନିତ କାର୍ଯ୍ୟ ଶୃଙ୍ଗାର ରସ ସୃଷ୍ଟିରେ ସହାୟକ ହୋଇଥାଏ । ନେତ୍ର କଟାକ୍ଷ, ମଧୁର ବାଣୀ, ସ୍ମିତହାସ୍ୟ ଏବଂ ମୁଗ୍ଧକର ଅଙ୍ଗଚାଳନା ଦ୍ୱାରା ଏହା ଅଭିନୀତ ହୋଇଥାଏ । ଏହା ସହିତ ଭରତ ମୁନି ଏଠାରେ ପ୍ରୟୋଗର ଭିନ୍ନତା ଆଧାରରେ ଶୃଙ୍ଗାର ରସକୁ ତିନି ଭାଗରେ ବିଭକ୍ତ କରିଛନ୍ତି । ସେଗୁଡି଼କ ହେଲା ଯଥା – ୧. ବାକ୍ ଶୃଙ୍ଗାର ୨. ନେପଥ୍ୟ ଶୃଙ୍ଗାର ୩. କ୍ରିୟା ଶୃଙ୍ଗାର ।

ହାସ୍ୟ ରସ

ହାସ୍ୟ ରସର ସ୍ଥାୟୀ ଭାବ ହାସ ଅଟେ । ସାଧାରଣତଃ ବିକୃତ ବେଶ ତଥା ଅଳଙ୍କାର ଧାରଣ, ଧୃଷ୍ଟତା, ଲୋଳତା, କଳହ, ଅସତ୍ ବା ଅପାଳାପ, ବ୍ୟଙ୍ଗ ପ୍ରଦର୍ଶନ, ଅବାନ୍ତର ବାର୍ତ୍ତାଳାପ ପ୍ରଭୃତି ବିଭାବ ଦ୍ୱାରା ହାସ୍ୟ ରସ ସୃଷ୍ଟି ହୁଏ । ଓଷ୍ଠ ଦଂଶନ ବା ଓଷ୍ଠକୁ କାମୁଡ଼ିବା, ନାସା ଏବଂ କପାଳକୁ କୁଞ୍ଚିତ କରିବା, ସ୍ୱେଦ ନିର୍ଗମନ, ପାଶ୍ୱର୍ ଗ୍ରହଣ ଅନୁଭାବ ମାନଙ୍କ ଦ୍ୱାରା ଏହାର ଅଭିନୟ କରାଯାଇଥାଏ । ଅବହିତ୍ଥ ବା ମନର ଭାବକୁ ଗୋପନ ରଖିବା, ଆଳସ୍ୟ, ତନ୍ଦ୍ରା, ନିଦ୍ରା, ସ୍ୱପ୍ନ, ପ୍ରବୋଧ, ଅସୂୟା ଭଳି ବ୍ୟଭିଚାରୀ ଭାବ ମାନଙ୍କ ଦ୍ୱାରା ଏହା ପରିବେଷିତ ହୋଇଥାଏ । ହାସ୍ୟ ରସକୁ ମଧ୍ୟ ଭରତ ଦୁଇ ଭାଗରେ ବିଭକ୍ତ କରିଛନ୍ତି ଯଥା – ୧. ଆତ୍ମସ୍ଥ ୨. ପରସ୍ଥ ।

ଆତ୍ମସ୍ଥ – ଯେଉଁଠାରେ ଅଭିନେତା ନିଜର ଅଭିନୟ ସମୟରେ ନିଜେ ହସିଥାଏ ତାକୁ ଆତ୍ମସ୍ଥ ହାସ୍ୟ କୁହାଯାଏ ।

ପରସ୍ଥ – ଯେଉଁଠାରେ ଅଭିନେତା ନିଜର ଅଭିନୟ ମାଧ୍ୟମରେ ଅନ୍ୟକୁ ବା ଦର୍ଶକ ମାନଙ୍କୁ ହସାଇଥାଏ ତାକୁ ପରସ୍ଥ ହାସ୍ୟ କୁହାଯାଏ ।

ବିପରିତ ବେଶ ବିନ୍ୟାସ, ବିକୃତ ଆଚାର ବ୍ୟବହାର ଓ ବଚନ ତଥା ବିକୃତ ଅଙ୍ଗବିକାର ପ୍ରଦର୍ଶନ ମାଧ୍ୟମରେ ଅଭିନେତା ମାନେ ଦର୍ଶକ ମାନଙ୍କୁ ହସାଉଥିବାରୁ ଏହାକୁ ହାସ୍ୟରସ କୁହାଯାଏ । ବିଶେଷକରି ନୀଚ ସ୍ୱଭାବର ନାୟୀକା ମାନଙ୍କଠାରେ ଏହା ପ୍ରଚୁ଼ର ମାତ୍ରାରେ ଦେଖାଯାଏ । ପ୍ରୟୋଗ ଦୃଷ୍ଟିରୁ ଏହି ହାସ୍ୟ ଅଭିନୟକୁ ଭରତ ମୁନି ଛ ଭାଗରେ ବିଭକ୍ତ କରିଛନ୍ତି । ତାହା ନିମ୍ନରେ ପ୍ରଦାନ କରାଗଲା ।

୧. ସ୍ମିତ

୨. ହସିତ

୩. ବିହସିତ

୪. ଉପହସିତ

୫. ଅପହସିତ

୬. ଅତିହସିତ

ଏହି ଉପରବର୍ଣ୍ଣିତ ଛ ପ୍ରକାର ହାସ୍ୟକୁ ପୁଣି ଉତ୍ତମ, ମଧ୍ୟମ ଓ ଅଧମ ଭେଦରେ ତିନି ଭାଗରେ ବିଭକ୍ତ କରିଛନ୍ତି । ତାହାର ବିଭକ୍ତିକରଣ ମଧ୍ୟ ନିମ୍ନରେ ପ୍ରଦାନ କରାଯାଇଛି ।

୧. ଉତ୍ତମ

ସ୍ମିତ

ହସିତ

୨. ମଧ୍ୟମ

ବିହସିତ

ଉପହସିତ

୩. ଅଧମ

ଅପହସିତ

ଅତିହସିତ

ଅର୍ଥାତ୍ ସ୍ମିତ ଓ ହସିତକୁ ଉତ୍ତମ, ବିହସିତ ଓ ଉପହସିତକୁ ମଧ୍ୟମ ଏବଂ ଅପହସିତ ଓ ଅତିହସିତକୁ ଅଧମ ଭାବରେ ବର୍ଣ୍ଣନା କରିଛନ୍ତି ।

ସ୍ମିତ

ଇଷଦ୍ ବିକଶିତୈର୍ଗଣ୍ଡୈଃ କଟାକ୍ଷୌଃ ସୌଷ୍ଠବାନ୍ୱିତୈଃ

ଅଲକ୍ଷିତ ଦ୍ୱିଜଂ ଧିରମୁତ୍ତମାନାଂ ସ୍ମିତଂ ଭବେତ୍ ।ା୫୪।।

ସାମାନ୍ୟ ବିକଶିତ ଗଣ୍ଡଦେଶ, କଟାକ୍ଷ, ଦାନ୍ତ ନଦିଶିବା ଏବଂ ଶବ୍ଦ ନଶୁଭିବା ଭଳି ସାମାନ୍ୟ ହସକୁ ସ୍ମିତ କୁହାଯାଏ ।

ହସିତ

ଉତ୍‌ଫୁଲ୍ଲାନନଂ ନେତ୍ରଂ ତୁ ଗଣ୍ଡୈର୍ବିହସିତୈରଥ

କିଞ୍ଚିଲ୍ଲକ୍ଷିତଦନ୍ତଂ ଚ ହସିତଂ ତଦ୍‌ବିଧିୟତେ ।ା୫୫।।

ପ୍ରଫୁଲ୍ଲ ମୁଖ, ଉତ୍‌ଫୁଲ୍ଲିତ ଗଣ୍ଡ ଓ ନୟନ, ଅଳ୍ପ ଦେଖାଯାଉଥିବା ଦାନ୍ତ ଦ୍ୱାରା ପରିବେଷିତ ହାସ୍ୟକୁ ହସିତ କୁହାଯାଏ ।

ବିହସିତ

ଆକୁଞ୍ଚିତାକ୍ଷି ଗଣ୍ଡଂ ଯତ୍ ସସ୍ୱନଂ ମଧୁରଂ ତଥା

କାଳାଗତଂ ସାସ୍ୟରାଗଂ ତଦ୍‌ବୈ ବିହସିତଂ ଭବେତ୍ ।ା୫୬।।

କୁଞ୍ଚିତ ନେତ୍ର ଏବଂ ଗଣ୍ଡ, ସାମାନ୍ୟ ଉଚ୍ଚ ତଥା ମଧୁର ହାସ୍ୟ ସ୍ୱର, ତତ୍ ସହିତ ସାମାନ୍ୟ ରକ୍ତିମ ହାସ ପରିହାସକୁ ବିହସିତ କୁହାଯାଏ ।

ଉପହସିତ

ଉତ୍‌ଫୁଲ୍ଲ ନାସିକାଂ ଯତ୍ତୁ ଜିହ୍ମଦୃଷ୍ଟିନୀରିକ୍ଷିତମ୍‌

ନିକୁଞ୍ଚିତାଂସକଶିରସ୍ତଚ୍ଚୋପହସିତଂ ଭବେତ୍ ।ା୫୭।।

ଯେଉଁ ହସରେ ନାସିକା ଉତ୍‌ଫୁଲ୍ଲିତ ହେବା ସହିତ ଚାହାଣୀ ବକ୍ର ହୁଏ, ସ୍କନ୍ଧ ବା କାନ୍ଧ ନିକୁଞ୍ଚିତ ହୋଇ ମସ୍ତକ ଉଚ୍ଚଗାମି ହୁଏ ତାକୁ ଉପହସିତ କୁହାଯାଏ ।

ଅପହସିତ

ଅସ୍ଥାନ ହସିତଂ ଯତ୍ତୁ ସାଶ୍ର୍ରୁନେତ୍ରଂ ତଥୈବଚ

ଉତ୍କମ୍ପିତାଂସକଶିରସ୍ତଚ୍ଚାପହସିତଂ ଭବେତ୍ ।ା

ସ୍ଥାନର ଗୁରୁତ୍ୱ ବିଚାର ନକରି ଆଖିରୁ ଅଶ୍ର୍ରୁ ବା ଲୋତକ ନିଗାଡ଼ି କାନ୍ଧ ଓ ମଥାକୁ କମ୍ପିତ କଲାଭଳି ଜୋର୍‌ରେ ହସିବାକୁ ଅପହସିତ କୁହାଯାଏ ।

ଅତିହସିତ

ସଂରବ୍‌ଧସାଶ୍ର୍ରୁନେତ୍ରଂ ଚ ବିକୃଷ୍ଟସ୍ୱରମୁଦ୍ଧତ୍ତମ୍

କରୋପଗୁଢ଼ପାଶ୍ୱର୍ଂ ଚ ତଚ୍ଚାତିହସିତଂ ଭବେତ୍ ।ା୫୯।।

ଅତି ଉଚ୍ଚ ଏବଂ ଉଦ୍ଧତ ତଥା ବିକୃତ ସ୍ୱର ସହ ଆଖିରୁ ଅଶ୍ର୍ରୁ ନିଗାଡି଼ ଦୁଇ ହସ୍ତକୁ ଉର୍ଦ୍ଧ୍ୱକୁ ଟେକି ଯେଉଁ ମାତ୍ରାଧିକ ହସ ପରିବେଷିତ ହୋଇଥାଏ ତାହାକୁ ଅତିହସିତ କୁହାଯାଏ ।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୪୩-୧୪୪,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଏହିପରି ସରଳ ଭାବରେ କହିବାକୁ ଗଲେ ଭରତ ମୁନି ହାସ୍ୟ ରସକୁ ପ୍ରଥମେ ଆତ୍ମସ୍ଥ ଓ ପରସ୍ଥ ନାମରେ ଦୁଇ ଭାଗରେ ବିଭକ୍ତ କରିଛନ୍ତି । ପରିବେଷଣର ଭିନ୍ନତାକୁ ଦୃଷ୍ଟିରେ

ରଖି ହାସ୍ୟ ରସକୁ ସର୍ବମୋଟ ଛ ଭାଗରେ ବିଭକ୍ତ କରିଛନ୍ତି । ସେଗୁଡିକ ହେଲା ଯଥା – ୧. ସ୍ମିତ ୨. ହସିତ ୩. ବିହସିତ ୪. ଉପହସିତ ୫. ଅପହସିତ ୬. ଅତିହସିତ । ଏହି ସମୁଦାୟ ଛ ପ୍ରକାର ହାସ୍ୟାଭିନୟକୁ ପୁନଶ୍ଚ ପ୍ରୟୋଗର ଭିନ୍ନତାକୁ ଆଧାର କରି ଉତ୍ତମ, ମଧ୍ୟମ ଓ ଅଧମ ଭେଦରେ ତିନି ଭାଗରେ ବିଭକ୍ତ କରାଯାଇଛି ।

ହାସ୍ୟ

୧. ଆତ୍ମସ୍ଥ

୨. ପରସ୍ଥ

ହାସ୍ୟ

ଉତ୍ତମ – ୧. ସ୍ମିତ ୨. ହସିତ

ମଧ୍ୟମ – ୧. ବିହସିତ ୨. ଉପହସିତ

ଅଧମ – ୧. ଅପହସିତ ୨. ଅତିହସିତ

ରୌଦ୍ର ରସ

ଯୁଦ୍ଧପ୍ରହାରଘାତନବିକୃତଛେଦନ ବିଦାରଣୈଶ୍ଚୈବ

ସଂଗ୍ରାମସମ୍ଭ୍ରମୋଥୈଃ ସଞ୍ଜାୟତେ ରୌଦ୍ରଃ ।ା୬୪।।

ନାନା ପ୍ରହରଣସଂକୁଳଶିରଃ କବନ୍ଧଭୁଜକର୍ତ୍ତନୈଶ୍ଚବ

ଏଭିଶ୍ଚାର୍ଥବିଶେଷୈରସ୍ୟାଭିନୟଃ ପ୍ରୟୋକ୍ତବ୍ୟଃ ।ା୬୫।।

ଇତି ରୌଦ୍ରରସୋ ଦୃଷ୍ଟୋ ରୌଦ୍ରବାଗଙ୍ଗଚେଷ୍ଟିତଃ

ଶସ୍ତ୍ରପ୍ରହାରଭୂୟିଷ୍ଠଃ ଉଗ୍ରକର୍ମକ୍ରିୟାତ୍ମକଃ ।ା୬୬।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୪୭,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ରୌଦ୍ର ରସର ସ୍ଥାୟୀ ଭାବ କ୍ରୋଧ ଅଟେ । ସାଧାରଣତଃ ଯକ୍ଷ, ଦାନବ ଏବଂ ଉଦ୍ଧତ ପ୍ରକୃତିର ମନୁଷ୍ୟ ମାନଙ୍କ ମଧ୍ୟରେ ଘଟୁଥିବା ସଂଗ୍ରାମରୁ ରୌଦ୍ର ରସ ସୃଷ୍ଟି ହୋଇଥାଏ । କ୍ରୋଧ, ଧର୍ଷଣ, ଅଧିକ୍ଷେପ, ଅବମାନନା, କର୍କଷ ବଚନ, ଯୁକ୍ତିତର୍କ, ଦ୍ରୋହ, ମାତ୍ସର୍ଯ୍ୟ ଆଦି ବିଭାବ ମାନଙ୍କଠାରୁ ରୌଦ୍ର ରସ ଜାତ ହୋଇଥାଏ । ମାରଣ, ତାଡ଼ନ, ପାଟନ, ପୀଡ଼ନ, ଛେଦନ, ଭେଦନ, ପ୍ରତାରଣା, ଅପହରଣ, ଅସ୍ତ୍ରପ୍ରୟୋଗ, ପ୍ରହାର, ରକ୍ତପାତ ଭଳି କ୍ରିୟାକଳାପ ମାଧ୍ୟମରେ ରୌଦ୍ର ରସ ପରିବେଷିତ ହୋଇଥାଏ । ରକ୍ତବର୍ଣ୍ଣ ଚକ୍ଷୁ, ସ୍ୱେଦ ନିର୍ଗତ ଭ୍ର୍ରୁକୁଟ (ଝାଳ ବହିଯାଉଥିବା କପାଳ), ହାତ ପାପୁଲି ଘର୍ଷଣ, ଦାନ୍ତ ଓଷ୍ଠକୁ କାମୁଡିବା, ଗଣ୍ଡଦେଶକୁ କମ୍ପିତ କରିବା ଆଦି ଅନୁଭାବ ମାଧ୍ୟମରେ ଏହାର ଅଭିନୟ ସଂଘଠିତ ହୋଇଥାଏ । ତତ୍ ସହିତ ସମ୍ମୋହ, ଉତ୍ସାହ, ଆବେଗ, ଅମର୍ଷ, ଚପଳତା, େଓøଗ୍ରତା, ବିକୃତ, ସ୍ୱେଦ, ବେପଥୁ, ରୋମାଞ୍ଚ ଏବଂ ଗଦ୍‌ଗଦ ଏହିସବୁ ରୌଦ୍ର ରସର ବ୍ୟଭିଚାରୀ ଭାବ ଅଟନ୍ତି । ଏଠାରେ ମନରେ ପଶ୍ନ ଉଠେ ଯେ ଏହା କେବଳ ଯକ୍ଷ ଓ ଦାନବ ମାନଙ୍କ ଦ୍ୱାରା ସୃଷ୍ଟି ହାଇଥାଏ ନା ଅନ୍ୟମାନଙ୍କ ଦ୍ୱାରା ମଧ୍ୟ ସୃଷ୍ଟି ହୋଇଥାଏ ? ଏହା ଯକ୍ଷ ରାକ୍ଷସ ତଥା ସେହି ପ୍ରକୃତିର ଅନ୍ୟ ମାନଙ୍କ ଦ୍ୱାରା ମଧ୍ୟ ସୃଷ୍ଟି ହୋଇଥାଏ । ବିଶେଷକରି ଏକାଧିକ ବାହୁ ଓ ମୁଖ ବିଶିଷ୍ଟ, ଅସଂଯତ ଓ ଅଯତ୍ନ ବର୍ଦ୍ଧିତ ପିଙ୍ଗଳ ବର୍ଣ୍ଣ କେଶ, ରକ୍ତ ବର୍ଣ୍ଣର ବଡ଼ବଡ଼ ଲାଲ୍ ଚକ୍ଷୁ, ଭୟଙ୍କର ତଥା କଦାକାର ସ୍ୱଭାବର ପ୍ରାଣୀ ମାନଙ୍କର ଆଚରଣ ଓ ଉଚ୍ଚାରଣ ମଧ୍ୟ ଏହି ରୌଦ୍ର ରସ ଅନ୍ତର୍ଗତ ଅଟେ । ଏପରିକି ସେମାନଙ୍କର ତଥା ସେମାନଙ୍କର ଅନୁଗାମି ମାନଙ୍କର ଶୃଙ୍ଗାର, ଯୁଦ୍ଧ ଓ ବିଗ୍ରହ ଆଦି ସମସ୍ତ ଘଟଣା ରୌଦ୍ର ରସ ସୃଷ୍ଟି କରିଥାଏ । ମୁଖ୍ୟତଃ ଯୁଦ୍ଧ, ପ୍ରହାର, ଘାତ, ପ୍ରତ୍ୟାଘାତ, ଛେଦନ, ବିଦାରଣ, ସଂଗ୍ରାମ ଆଦି ଫଳରେ ରୌଦ୍ର ରସ ସୃ୍‌ଷ୍ଟି ହୋଥାଏ । ବିଭିନ୍ନ ପ୍ରକାର ଅସ୍ତ୍ରପ୍ରୟୋଗ କରି ଶିର ବା ମସ୍ତକ, କବନ୍ଧ, ହସ୍ତଛେଦନ ଆଦି କ୍ରିୟା ମାଧ୍ୟମରେ ଏହାକୁ ଅଭିନୀତ କରାଯାଏ । ଏଠାରେ ଜଣାଯାଏଯେ ରୌଦ୍ର ରସରେ ବାର୍ତ୍ତିାଳାପ ତଥା ଅଙ୍ଗଚାଳନା ରୌଦ୍ର ଅଟେ ଓ ବିଭିନ୍ନ ଅସ୍ତ୍ର୍ରଶସ୍ତ୍ର ପ୍ରୟୋଗପୂର୍ବକ ନାନା ଉଗ୍ରକ୍ରିୟା କଳାପ ଦ୍ୱାରା ଏହାର ପରିବେଷଣ କରାଯାଇଥାଏ ।

କରୁଣ ରସ

ଇଷ୍ଟବଧ ଦର୍ଶନାଦ୍ ବା ବିପ୍ରିୟବଚନସ୍ୟ ସଂଶ୍ରବାଦ୍‌ବାପି

ଏଭିର୍ଭାବବିଶେଷୈଃ କରୁଣରସୋନାମ ସମ୍ଭବତି ।ା୬୨।।

ଶ୍ୱସନରୁଦିତୈର୍ମୋହାଗମୈଶ୍ଚ ପରିଦେବିତୈର୍ବିଳପିତୈଶ୍ଚ

ଅଭିନେୟଃ କରୁଣରସୋ ଦେହାୟାସାଭିଘାତୈଶ୍ଚ

ଇତି କରୁଣ ରସ ପ୍ରକରଣଂ ।ା ୬୩।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୪୫,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଶୋକ କରୁଣ ରସର ସ୍ଥାୟୀଭାବ ଅଟେ । ଶାପ, କ୍ଲେଶ, ବିନିପାତ, ପ୍ରିୟ ଜନର ବିରହ, ଧନହାନି, ହତ୍ୟା, ବନ୍ଧନ, ଉପଦ୍ରବ, ଆଘାତ, ଆଦି ବିଭାବ ମାନଙ୍କଠାରୁ ଏହି କରୁଣ ରସ ସୃଷ୍ଟି ହୋଇଥାଏ । ଅଶ୍ର୍ରୁପାତ, ବିବର୍ଣ୍ଣତା, କମ୍ପିତ ଅଧର, ଅଙ୍ଗଶିଥିଳତା, ସ୍ମୃତି ଭ୍ରଂଶ ଆଦି ଅନୁଭାବ ମାନଙ୍କ ଦ୍ୱାରା ଏହି କରୁଣ ରସର ପରିବେଷଣ କରାଯାଇଥାଏ । ନିର୍ବେଦ, ଗ୍ଲାନି, ଚି଼ନ୍ତା, େଓøତ୍ସୁକ୍ୟ, ଆବେଗ, ଭ୍ରମ, ମୋହ, ଶ୍ରମ, ଭୟ, ବିଷାଦ, ଦୈନ୍ୟ, ବ୍ୟାଧି, ଜଡ଼, ଉନ୍ମାଦ, ଅପସ୍ମାର, ତ୍ରାସ, ଆଳସ୍ୟ, ମରଣ, ସ୍ତମ୍ବ, ବେପଥୁ, ବୈବର୍ଣ୍ଣ୍ୟ, ଅଶ୍ର୍ରୁ, ସ୍ୱରଭଙ୍ଗ ଆଦି ବ୍ୟଭିଚାରି ବା ସଞ୍ଚାରି ଭାବ ମାନଙ୍କ ଦ୍ୱାରା କରୁଣ ରସ ଉତ୍ପତ୍ତି ଲାଭ କରିଥାଏ । ଏଠରେ ପୁଣି କରୁଣ ରସକୁ କାରଣ ଦୃଷ୍ଟିରୁ ତିନି ଭାଗରେ ବିଭକ୍ତ କରାଯାଇଛି । ସେଗୁଡି଼କ ହୋଲା ଯଥା – ୧. ଧର୍ମୋପଘାତଜନିତ କରୁଣ ୨. ଅର୍ଥୋପଚୟଜନିତ କରୁଣ ୩. ଶୋକଜନିତ କରୁଣ ।

ବୀର ରସ

ଉତ୍ସହାଧ୍ୟବସାୟାଦବିଷାଦିତ୍ୱାଦବିସ୍ମୟାନ୍ମୋହାତ୍‌

ବିବିଧାଦର୍ଥବିଶେଷାବ୍ଦୀରରସୋ ନାମ ସମ୍ଭବତି ।ା୬୭।।

ସ୍ମ୍ମୃତିଧୈର୍ଯ୍ୟବୀର୍ଯ୍ୟଶୌର୍ଯ୍ୟୋତ୍ସାହପରାକ୍ରମପ୍ରଭାବୈଶ୍ଚ

ବାକ୍ୟୈଶ୍ଚାକ୍ଷେପକୃତୈର୍ବୀରରସଃ ସମ୍ୟଗଭିନେୟଃ ।ା୬୮।।

ଇତି ବୀର ରସ ପ୍ରକରଣଂ ।ା

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୪୮,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ମୁଖ୍ୟତଃ ଉତ୍ସାହୀ, ଅଧ୍ୟବସାୟୀ, ବଳବାନ୍‌, ବିନୟୀ, ପରାକ୍ରମୀ, ଶକ୍ତିମାନ୍ ଭଳି ବ୍ୟକ୍ତିମାନଙ୍କର ଉତ୍ସାହରୁ ବୀର ରସ ସୃଷ୍ଟି ହୋଇଥାଏ । ତେଣୁ ଏହିସବୁ ପୂର୍ବବର୍ଣ୍ଣିତ ଗୁଣାବଳିକୁ ବୀର ରସର ବିଭାବ ଭାବରେ ଗ୍ରହଣ କରାଯାଇଥାଏ । ସ୍ଥୈର୍ଯ୍ୟ ବା ସ୍ଥିରତା, ଶୌର୍ଯ୍ୟ, ଧୌର୍ଯ୍ୟ, ତ୍ୟାଗ ଆଦିକୁ ବର ରସର ଅନୁଭାବ ଭାବରେ ଗ୍ରହଣ କରାଯାଇଥାଏ । ଧୃତି, ମତି, ଗର୍ବ, ଆବେଗ, େଓøଗ୍ର, ଅମର୍ଷ, ସ୍ମ୍ମୃତି ଆଦି ଭାବକୁ ବୀର ରସର ବ୍ୟଭିଚାରୀ ଭାବ ହିସାବରେ ଗ୍ରହଣ କରାଯାଏ । ତେଣୁ ଏହି ସବୁ ଭାବାଭିନୟ ସହାୟତାରେ ଏହି ରସ ପରିବେଷିତ ହୋଇଥାଏ । ଭରତ ମୁନି ବୀର ରସକୁ ମଧ୍ୟ ଏଠାରେ ତିନି ଭାଗରେ ବିଭକ୍ତ କରିଛନ୍ତି ସେଗୁଡିକ ଯଥା – ୧. ଦାନବୀର ୨. ଧର୍ମବୀର ୩. ଯୁଦ୍ଧବୀର ।

ଅଦ୍ଭୁତ ରସ

ଅଥାଦ୍ଭୁତୋ ନାମ ବିସ୍ମୟ ସ୍ଥାୟୀଭାବାତ୍ମକଃ । ସ ଚ ଦିବ୍ୟଜନଦର୍ଶନେନପ୍‌ସିତ ମନୋରଥାବାପ୍ତ୍ୟୁ ପବନଦେବକୁଳାଦିଗମନ ସଭାବିମାନମାୟେନ୍ଦ୍ରଜାଲ ସମ୍ଭାବନାଦିଭିର୍ବିଭାବୈରୁତ୍ପଦ୍ୟତେ । ତସ୍ୟ ନୟନବିସ୍ତାରାନିମେଷ ପ୍ରେକ୍ଷଣ ରୋମାଞ୍ଚାଶ୍ର୍ରୁ ସ୍ୱେଦ ହର୍ଷ ସାଧୁବାଦ ଦାନପ୍ରବନ୍ଧ ହାହାକାର ବାହୁ ବଦନଚେଲାଙ୍ଗୁଳି ଭ୍ରମଣାଦିଭିରନୁଭାବୈରଭିନୟଃ ପ୍ରୟୋକ୍ତବ୍ୟଃ । ବ୍ୟଭିଚାରିଣଶ୍ଚାସ୍ୟ-ସ୍ତମ୍ଭାଶ୍ର୍ରୁ ସ୍ୱେଦଗଦ୍‌ଗଦ ରୋମାଞ୍ଚାବେଗସମ୍ଭ୍ରମ ପ୍ରଦର୍ଶନ ଜଡ଼ତୋନ୍ମାଦଧୃତିଜଡ଼ତାପ୍ରଳୟାଦୟଃ ।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୪୯-୧୫୦,୨୦୦୩ ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଅଦ୍ଭୁତ ରସର ସ୍ଥାୟୀ ବିସ୍ମୟ ଅଟେ । ସ୍ୱର୍ଗିୟ ଲୋକମାନଙ୍କର ଦର୍ଶନ, ଅଭିଳଷିତ ଦ୍ର୍ରବ୍ୟପ୍ରାପ୍ତି, ସୁନ୍ଦର ଉପବନ ତଥା ଦେବାଳୟ ପରିଭ୍ରମଣ, ସଭା, ବିମାନ, ଯାଦୁବିଦ୍ୟା ବା ଇନ୍ଦ୍ରଜାଲ ଦର୍ଶନ ଆଦି ବିଭାବ ମାନଙ୍କ ଦ୍ୱାରା ଅଦ୍ଭୁତ ରସ ସୃଷ୍ଟି ହୋଇଥାଏ । ବିସ୍ତାରିତ ନେତ୍ର, ଅପଲକ ଚାହାଣୀ, ରୋମାଞ୍ଚ, ଅଶ୍ର୍ରୁ, ସ୍ୱେଦ, ହର୍ଷ, ସାଧୁବାଦ, ଜୟ ଜୟକାର, ବାହୁ, ମୁଖ ତଥା ଅଙ୍ଗୁଳି ଚାଳନା ଆଦି ଅଦ୍ଭୁତ ରସର ଅନୁଭାବ ଅଟେ । ସ୍ତମ୍ଭ, ଅଶ୍ର୍ରୁ, ସ୍ୱେଦ, ଗଦ୍ ଗଦ, ରୋମାଞ୍ଚ, ଆବେଗ, ସମ୍ଭ୍ରମ, ଜଡ଼ତା, ଉନ୍ମାଦ, ଧ୍ରୁତି, ପ୍ରଳୟ ଆଦି ବ୍ୟଭିଚାରୀ ବା ସଞ୍ଚାରୀ ଭାବ ଦ୍ୱାରା ଏହି ଅଦ୍ଭୁତ ରସ ସୃଷ୍ଟି କରାଯାଇଥାଏ ।

ଅଦ୍ଭୁତ ରସକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଯଥା – ୧. ଦିବ୍ୟଜ ୨. ଆନନ୍ଦଜ ।

ଅଲୌକିକ ବା ଦିବ୍ୟବସ୍ତୁ ଦର୍ଶନରେ ଯେଉଁ ଅଦ୍ଭୁତ ରସ ସୃଷ୍ଟି ହୁଏ ତାକୁ ଦିବ୍ୟଜ ଅଦ୍ଭୁତ କୁହାଯାଏ । ଠିକ୍ ସେହିପରି ଆନନ୍ଦ, ହର୍ଷ ବା ଉଲ୍ଲାସରୁ ଯେଉଁ ଅଦ୍ଭୁତ ରସ ସୃଷ୍ଟି ହୋଇଥାଏ ତାକୁ ଆନନ୍ଦଜ ଅଦ୍ଭୁତ କୁହାଯାଏ ।

ବିଭତ୍ସ ରସ

ଯୁଗୁପ୍ସା ନାମକ ସ୍ଥାୟୀ ଭାବରୁ ବିଭତ୍ସ ରସ ସୃଷ୍ଟି ହୋଇଥାଏ । ଅସୁନ୍ଦର, ଅପ୍ରିୟ ତଥା ଅବାଞ୍ଛିତ ବସ୍ତୁର ଦର୍ଶନ, ଶ୍ରବଣ, କିର୍ତ୍ତନ ଭଳି ବିଭାବ ମାନଙ୍କଠାରୁ ଏହି ରସ ସୃଷ୍ଟି ହୋଇଥାଏ । ଛେପ ପକାଇବା, ଅଙ୍ଗ ଛିଞ୍ଚାଡ଼ିବା ଆଦି କ୍ରିୟା କଲାପ ବା ବିଭାବରୁ ବିଭତ୍ସ ଉତ୍ପତ୍ତି ଲାଭ କରିଥାଏ । ଏହି ବିଭତ୍ସ ରସର ବ୍ୟଭିଚାରି ଭାବ ହିସାବରେ ଅପସ୍ମାର, ଆବେଗ, ମୋହ, ବ୍ୟାଧି ତଥା ମରଣକୁ ଗ୍ରହଣ କରାଯାଏ ।

ଅନଭିମତଦର୍ଶନେନ ଚ ଗନ୍ଧରସସ୍ପର୍ଶ ଶବ୍ଦଦୋଷୈଶ୍ଚ

ଉଦ୍‌ବେଜନୈଶ୍ଚ ବହୁଭିର୍ବିଭତ୍ସରସଃ ସମୁଦ୍ଭବତି ।ା୭୩।।

ମୁଖ୍ୟନେତ୍ର ବିଭୁର୍ଣ୍ଣନୟା ନାସାପ୍ରଚ୍ଛାଦନାବନତାସ୍ୟୈଃ

ଅବ୍ୟକ୍ତପାଦପତନୈର୍ବୀଭତ୍ସଃ ସମ୍ୟଗଭିନେୟଃ ।ା୭୪।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୫୦,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଅର୍ଥାତ୍ ସରଳ ଭାଷାରେ କହିବାକୁ ଗଲେ ଅନଭିମତ ବା ଅବାଞ୍ଛିତ ବସ୍ତୁର ଦର୍ଶନ, ଗନ୍ଧ, ରସ, ସ୍ପର୍ଶ, ଶବ୍ଦ ଏବଂ ଦୋଷ ପ୍ରଭୁତିରୁ ବିଭତ୍ସ ରସ ସୃଷ୍ଟି ହୋଇଥାଏ । ବିଘୁଣ୍ଣିତ ମୁଖ ଓ ନେତ୍ର, ନାସା ଓ ଚକ୍ଷୁର ଆଛାଦନ, ଅବନତ ମୁଖ, ଧିର ପଦ ଚାଳନା ଦ୍ୱାରା ଏହାର ଅଭିନୟ ହୋଇଥାଏ । ବିଭତ୍ସ ରସକୁ ମଧ୍ୟ ତିନି ଭାଗରେ ବିଭକ୍ତ କରାଯାଇଛି ଯଥା – ୧. କ୍ଷୋଭଜ ୨. ଶୁଦ୍ଧ ୩. ଉଦ୍‌ବେଗ ।

ଭୟାନକ ରସ

ବିକୃତରବସତ୍ୱ ଦର୍ଶନ ସଂଗ୍ରାମାରଣ୍ୟଶୂନ୍ୟ ଗୃହଗମନାତ୍‌

ଗୁରୁନୃପୟୋରପରାଧାତ୍ କୃତକଶ୍ଚ ଭୟାନକୋ ଜେ୍ଞୟଃ ।ା୬୯।।

ପାତ୍ରମୁଖ ଦୃଷ୍ଟିଭେଦୈରୂରୁ ସ୍ତମ୍ଭାଭିବୀକ୍ଷଣୋଦ୍‌ବେଶୈଃ

ସନ୍ନମୁଖଶୋଷ ହୃଦୟ ସ୍ପନ୍ଦନ ରୋମାଦ୍‌ଗମୈଶ୍ଚ ଭୟମ୍ ।ା୭୦।।

ଏତଦ୍ ସ୍ୱଭାବଜଂ ସ୍ୟାତ୍‌ତ୍ସ୍ୱତ୍ୱ ସମୁତ୍‌ଥଂ ତଥୈବ କର୍ତ୍ତବ୍ୟଂ

ପୁନରେଭିରେବ ଭାବୈ କୃତକଂ ମୃଦୁଚେଷ୍ଟିତୈଶ୍ୱ କାର୍ଯ୍ୟମ୍ ।ା୭୧।।

କର ଚରଣ ବେପଥୁ ସ୍ତମ୍ଭଗାତ୍ରସଙ୍କୋଚ ହୃଦୟକମ୍ପାନି

ଶୁଷ୍କୌଷ୍ଠତାଳୁ କଣ୍ଡୈର୍ଭୟାନକୋ ନିତ୍ୟମଭିନୟଃ ।ା୭୨।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୪୯, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ଭୟାନକ ରସର ସ୍ଥାୟୀ ଭାବ ଭୟ ଅଟେ । ବିକୃତ ବା ବିକଟାଳ ଶବ୍ଦ ସୃଷ୍ଟି କରୁଥିବା ପ୍ରାଣୀ, ବିଲୁଆ, ପେଚା, ଉଦ୍‌ବେଗ, ଜନଶୁନ୍ୟ ଅରଣ୍ୟ କିମ୍ବା ଗୃହ, ଆତ୍ମପରିଜନଙ୍କ ହତ୍ୟା, ବନ୍ଧନ ଆଦି ଦର୍ଶନ ଏବଂ ଶ୍ରବଣ ଭଳି ବିଭାବ ଦ୍ୱାରା ଏହାର ଅଭିନୟ କରାଯାଇଥାଏ । କରଚରଣ ବା ହସ୍ତପାଦକୁ କମ୍ପିତ କରିବା, ଚକ୍ଷୁକୁ ଚଞ୍ଚଳ ଚାଳନା କରିବା, ବିବର୍ଣ୍ଣ ମୁଖ, ସ୍ୱର ଭଙ୍ଗ ଆଦି ଅନୁଭାବ ଦ୍ୱାରା ଏହା ଅଭିନୀତ ହୋଇଥାଏ । ସ୍ତମ୍ଭ, ସ୍ୱେଦ, ଗଦ୍ ଗଦ, ରୋମାଞ୍ଚ, ବେପଥୁ, ସ୍ୱରଭଙ୍ଗ, ବୈବର୍ଣ୍ଣ୍ୟ, ଶଙ୍କା, ମୋହ, ଦୈନ୍ୟ, ଆବେଗ, ଚପଳ, ତ୍ରାସ, ଅପସ୍ମାର, ମରଣ ଆଦିକୁ ଏହି ରସର ବ୍ୟଭିଚାରୀ ଭାବ ରୂପରେ ଗ୍ରହଣ କରାଯାଏ ।

ରସ ସୃଷ୍ଟିକୁ ଆଖି ଆଗରେ ରଖି ଭୟାନକ ରସକୁ ମଧ୍ୟ ତିନି ଭାଗରେ ବିଭକ୍ତ କରିଛନ୍ତି ଯଥା – ୧. ବ୍ୟାଜ ବା ଛଳନା ଜନିତ ୨. ଅପରାଧ ଜନିତ ୩. ତ୍ରାସ ଜନିତ ।

ଶାନ୍ତ ରସ

ମୋକ୍ଷାଧ୍ୟାତ୍ମ ସମୁତ୍‌ଥ ସ୍ତତ୍ୱ ଜ୍ଞାନାର୍ଥହେତୁସଂଯୁକ୍ତଃ

ନିଃଶ୍ରେୟସୋଦିଷ୍ଟଃ ଶାନ୍ତରସୋ ନାମ ସମ୍ଭବତି ।ା୮୩।।

ବୁଦ୍ଧୀନ୍ଦ୍ରିୟ କର୍ମେନ୍ଦ୍ରିୟ ସଂରୋଧାଧ୍ୟାତ୍ମ ସଂସ୍ଥିତୋପେତଃ

ସର୍ବପ୍ରାଣୀ ସୁଖ ହିତଃ ଶାନ୍ତରସୋ ନାମ ବିଜେ୍ଞୟଃ ।ା୮୪।।

ନ ଯତ୍ର ଦୁଃଖଂ ନ ସୁଖଂ ନ ଦ୍ୱେଷୋ ନାପି ମତ୍ସରଃ

ଓମଃ ସର୍ବେଷୁ ଭୁତେଷୁ ଓ ଶାନ୍ତଃ ପ୍ରଥିତୋ ରସଃ।।୮୫।।

ଭାବା ବିକାରା ରତ୍ୟାଦ୍ୟାଃ ଶାନ୍ତସ୍ତୁ ପ୍ରକୃତିର୍ମତଃ

ବିକାରଃ ପ୍ରକୃତେ ର୍ଜାତଃ ପୁନସ୍ତତ୍ରୈବ ଲୀୟତେ ।ା୮୬

ସ୍ୱଂ ସ୍ୱଂ ନିମିତ୍ତ ମାସାଦ୍ୟ ଶାନ୍ତାଦ୍ ଭାବଃ ପ୍ରବର୍ତ୍ତତେ

ପୁନର୍ନିମିତ୍ତାପାୟେ ଚ ଶାନ୍ତ ଏବୋପଲୀୟତେ ।ା୮୭।।

( ମୁନି ଭରତ, ଅନୁବାଦ – ଆଚାର୍ଯ୍ୟ ବାନାମ୍ବର, ନାଟ୍ୟଶାସ୍ତ୍ର, ଅଧ୍ୟାୟ – ଷଷ୍ଠ, ପୃ – ୧୫୩,୨୦୦୩, ଓଡି଼ଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର)

ସର୍ବଶେଷରେ ସେ ଶାନ୍ତ ରସ ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ଏହା ଶମ ନାମକ ସ୍ଥାୟୀ ଭାବରୁ ସୃଷ୍ଟି ହୋଇଥାଏ । ଏହି ରସକୁ ସେ ମୋକ୍ଷପ୍ରବର୍ତ୍ତକ ରସ ଭାବରେ ବର୍ଣ୍ଣନା କରିଛନ୍ତି । ଏହା ତତ୍ୱ ଜ୍ଞାନ, ବୈରାଗ୍ୟ ତଥା ଶୁଦ୍ଧ ଚିତ୍ତ ଭଳି ବିଭାବ ମାନଙ୍କଠାରୁ ସୃଷ୍ଟି ହୋଇଥାଏ । ଏହା ସଂଯମତା, ଆଧ୍ୟାତ୍ମିକତା, ଧ୍ୟାନ, ଧାରଣା, ଉପାସନା, ସମସ୍ତ ପ୍ରାଣୀଙ୍କ ପ୍ରତି ଦୟା ଆଦି ଅନୁଭାବ ଜନିତ ଅଭିନୟ ଦ୍ୱାରା ଏହାର ପରିବେଷଣ କରାଯାଇଥାଏ । ନିର୍ବେଦ, ସ୍ମ୍ମୃତି, ଧୃତି, ସର୍ବାଶ୍ରମ, ଶୌଚ, ରୋମାଞ୍ଚ ଆଦି ଭାବ ଗୁଡିକ ଏହାର ବ୍ୟଭିଚାରୀ ଭାବ ଅଟେ । ସରଳ ଭାଷାରେ କହିବାକୁ ଗଲେ ମୋକ୍ଷ, ଆଧ୍ୟାମିôକତତ୍ୱଜ୍ଞାନ ଯୁକ୍ତ ଉପଦେଶ ମାନଙ୍କଠାରୁ ଶାନ୍ତରସ ସୃଷ୍ଟି ହୋଇଥାଏ । ଏହି ରସର ଅନୁଭୁତି ସମୟରେ ଆତ୍ମା ସ୍ଥିତପ୍ରଜ୍ଞା ସ୍ତରକୁ ଚାଲିଯାଇଥାଏ ଏବଂ ଆମର ଜ୍ଞାନେନ୍ଦ୍ରିୟ ଓ କର୍ମେନ୍ଦ୍ରିୟ ଉଭୟ ସ୍ଥିର ରହିଥାନ୍ତି । ଏହି ରସ ଗ୍ରହଣ ସମୟରେ ସଂସାରର ସମସ୍ତ ସୁଖ ତଥା ହିତକଥା ମନକୁ ଆସିଥାଏ ଏବଂ ଆମ ମନରେ ଦୁଃଖ, ସୁଖ, ଦ୍ୱେଷ, ମାତ୍ସର୍ଯ୍ୟ କିମ୍ବା କୌଣସି ବଦ୍‌ଗୁଣ ସୃଷ୍ଟି ହୋଇନଥାଏ । ଏହାକୁ ଶାନ୍ତ ରସ କୁହାଯାଏ ।

ଏହି ଭଳି ଭାବରେ ଭରତ ମୁନି ନାଟକର ନବରସ କଥା ବର୍ଣ୍ଣନା କରିଛନ୍ତି ।

ସମାପ୍ତ

Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ