ମୃତ୍ୟୁ( ସ୍ଥାପତ୍ୟର ବର୍ଣ୍ଣନା)

ଜ୍ୟୋତି ନନ୍ଦ
ଜ୍ୟୋତି ନନ୍ଦ 139 Views
1 Min Read

ମୃତ୍ୟୁ

ସ୍ଥାପତ୍ୟର ଶୀର୍ଷକ : ମୃତ୍ୟୁ ।

ମୃତ୍ୟୁ କ’ଣ ସତରେ ଏମିତି ଗୋଟିଏ ଆକ୍ରମଣକାରୀ ଯେଉଁଠି ସେ ନିଜେ ଆଉ ତାହାର ଅଶ୍ୱ ଉଭୟେ ହାଡ ସରସର ଶିରାଳ ଅଥଚ ଗତିରେ ତଥାପି ଦୂରନ୍ତ ?

ମୃତ୍ୟୁର ମଥାରେ କ’ଣ ସତରେ ଏଇଭଳି ପୃଥିବୀର ସବୁଠାରୁ ଅସୁନ୍ଦର ରାଜମୁକୁଟ ଟିଏ ଶୋଭା ପାଉଥାଏ ?

କିଏ ଜାଣେ ?

ଆମେ ତ ତଥାପି ରହିଅଛୁ । ଏହି ଦୃଶ୍ୟଟିକୁ ପରୀକ୍ଷା କରିବାର ବେଳ ହେଲେ ଆମର ଅନୁପସ୍ଥିତିରେ ଏହାର ସତ୍ୟାସତ୍ୟ ବିଚାର କରିପାରିବା ।

ବିଚାର ?

ସେଇଟା ପରା ହେଉଛି ଓମେଗା ପଏଣ୍ଟ ,ଯେଉଁଠି ଆଉ ସବୁ କିଛି ଥାଇପାରେ ମାତ୍ର ଆମର ସ୍ମୃତିଟି ଆଉ ନଥିବ । ଆମେ କେହି କାହାକୁ ଆଉ ତାହାପରେ ଚିହ୍ନି ପାରିବା ନାହିଁ।

ତେଣୁ ଲିଭିବା ଯାଏଁ ସ୍ମୃତିରେ ଏଇ କଥାଟି ଥାଉ।

ସପ୍ତଦଶ ଶତାବ୍ଦୀର ମଧ୍ୟଭାଗର ସ୍ଥାପତ୍ୟ
ଇଏ । ନିୟୁର୍କ ସହରସ୍ଥିତ ମେଟ୍ରୋପୋଲିଟାନ ମ୍ୟୁଜିଅମ ଅଫ୍ ମଡର୍ଣ୍ଣ ଆର୍ଟରେ ଏହା ଅବସ୍ଥିତ।

Share This Article