ସମଧ୍ଵନି ତରଫରୁ ଓଡ଼ିଆ ଭାଷା ଦିବସ ୨୦୨୬ରେ ଘୋଷଣା କରାଯାଉଛି
ଆମ ଗାଁ ଆମ ଜୀବନ(ଗାଁ ଇତିହାସ) ଲିପିବଦ୍ଧ କାର୍ଯ୍ୟକ୍ରମ: ୨୦୨୬
ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ସମସ୍ତ ସ୍କୁଲର (ଷଷ୍ଠ ଶ୍ରେଣୀ ଠାରୁ ଦ୍ଵାଦଶ ଶ୍ରେଣୀ ପାଠ ପଢୁଥିବା) ଛାତ୍ରଛାତ୍ରୀମାନେ ଭାଗ ନେଇପାରିବେ । ଏହି କାର୍ଯ୍ୟକ୍ରମ ଏପ୍ରିଲ ୧, ତାରିଖ ଓଡ଼ିଆ ଭାଷା ଦିବସରୁ ଆରମ୍ଭ ହୋଇ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ । ସଂପୂର୍ଣ୍ଣ ଡିଜିଟାଲ ମାଧ୍ୟମ, ଟେଲିଫୋନ ଓ ଅନଲାଇନ ମାଧ୍ୟମରେ ଯୋଗାଯୋଗ କରି କାର୍ଯ୍ୟକ୍ରମ ଆୟୋଜନ ହେବ ।
- ଏହି ପ୍ରତିଯୋଗିତା ଏପ୍ରିଲ ୧, ୨୦୨୬ରୁ ୩୦ ସେପ୍ଟେମ୍ବର ୨୦୨୬ ମଧ୍ୟରେ ଅନୁଷ୍ଠିତ ହେବ।
- ପ୍ରତିଯୋଗିତାର ଶେଷ ତାରିଖ: ୩୦ ସେପ୍ଟେମ୍ବର ୨୦୨୬ ସୁଦ୍ଧା ଛାତ୍ରଛାତ୍ରୀମାନେ ନିଜ ଗାଁ’ର ଜୀବନୀ ଖାତା ପିଡିଏଫ ଆକାରରେ, ଏହା ସହିତ ନିଜ ଗାଁ’ର ଫଟୋ ଓ ଭିଡିଓ ଆମ ନିକଟକୁ ପଠାଇବେ ।
ସରକାରୀ ଓ ବେସରକାରୀ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ଏଥିରେ ସମାନ ସୁଯୋଗ ମିଳିବ । ଏହି କାର୍ଯ୍ୟକ୍ରମରେ ଭାଗ ନେଉଥିବା ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ଓଡ଼ିଆ ଭାଷାରେ ଲେଖିବା ପାଇଁ ହେବ । ଓଡ଼ିଆ ଭାଷା ଓ ସଂସ୍କୃତିକୁ ସମୃଦ୍ଧ କରିବା ପାଇଁ ସ୍କୁଲ ସ୍ତରରୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ସହିତ ଛାତ୍ରଛାତ୍ରୀମାନେ ନିଜ ଗାଁ ମାଟିକୁ ଭଲ କରି ଜାଣିବା ଓ ନିଜ ଗାଁ ସହିତ ଯୋଡ଼ିହୋଇ ରହିବା ଆମ ଗାଁ ଆମ ଜୀବନ” କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ସମଧ୍ଵନିର ସମ୍ପାଦକ, ସ୍ଵୟଂପ୍ରଭା ପାଢୀ ପ୍ରକାଶ କରିଛନ୍ତି ।
ଗତବର୍ଷ ୨୦୨୫ ମସିହାରେ ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଶତାଧିକ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଓ ନିଜ ନିଜ ଗାଁ ଉପରେ ଗବେଷଣା କରିଥିଲେ ।
ଆଗ୍ରହୀ ସ୍କୁଲ ଛାତ୍ରଛାତ୍ରୀମାନେ ନିଜ ନାମ ପଞ୍ଜୀକରଣ କରିବା ପାଇଁ ନିମ୍ନଲିଖିତ ଗୁଗୁଲ ଫର୍ମ ପୂରଣ କରି ଆମ ନିକଟକୁ ପଠେଇବେ କିମ୍ବା ନିମ୍ନଲିଖିତ ମୋବାଇଲ ନମ୍ବର ଓ ଇମେଲରେ ନିଜର ସମସ୍ତ ବିବରଣୀ ସହିତ ମେସେଜ ମାଧ୍ୟମରେ ଯୋଗାଯୋଗ କରିବେ ।
ଆମେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଗୁଗୁଲ ଫର୍ମ ମାଧ୍ୟମରେ ଦିଆଯାଇଥିବା ପ୍ରଶ୍ନ କିମ୍ବା ପିଡିଏଫ ପ୍ରଶ୍ନ ଯୋଗାଇଦେବୁ ।
ଯୋଗାଯୋଗ ଠିକଣା:
ସ୍ଵୟଂପ୍ରଭା ପାଢୀ
(ସମ୍ପାଦକ ସମଧ୍ଵନି www.samadhwani.com)
ମୋବାଇଲ ନମ୍ବର – 9438189779
Email: swayamprava2025@gmail.com
Google form link: Click here
https://docs.google.com/forms/d/e/1FAIpQLSdXJcL-QukDnwCW2_37qk6Z91juphvCsIwtLSRzAhiVfsbTYw/viewform?usp=sharing&ouid=101564077574514504537
(ଯେଉଁମାନେ PDFରେ ପ୍ରଶ୍ନ ଚହୁଁଛନ୍ତି ସେମାନେ ଫୋନ (9438189779) କିମ୍ବା ଇମେଲରେ (swayamprava2025@gmail.com ) ଯୋଗାଯୋଗ କରିବାପାଇଁ ଅନୁରୋଧ)
ଶୁଭେଛା ସହିତ
