ତାଣ୍ଡବ ନୃତ୍ୟ (ନାଟ୍ୟଶାସ୍ତ୍ର – ଚତୁର୍ଥ ଅଧ୍ୟାୟ)

62 Min Read

ପୂର୍ବବର୍ଣ୍ଣିତ ରୀତିନୀତି ଅନୂସାରେ ପୂଜାକାର୍ଯ୍ୟ ସମାପନ କଲାପରେ ନାଟ୍ୟକୋବିଦ ଭରତ ମୁନି ବ୍ରହ୍ମାଙ୍କୁ କହିଲେ “ ହେ ପ୍ରଭୂ, କେଉଁ ନାଟ୍ୟ ପରିବେଷଣ କରାଯିବ ମୋତେ ଆଜ୍ଞା ପ୍ରଦାନ କରନ୍ତୁ ।” ଏହାଶୁଣି ବ୍ରହ୍ମା କହିଲେ “ ଅମୃତମନ୍ଥନ ନାଟକର ଅଭିନୟ କରାଅ କାରଣ ଏହା ଆମୋଦଦାୟକ ହେବା ସହ ଦେବତା ମାନଙ୍କୁ ମଧ୍ୟ ଆପ୍ୟାୟିତ କରିବ । ଯାହା ମୁଁ ସମବକାର ରୂପରେ ସୃଷ୍ଟି କରିଛି ଏବଂ ଧର୍ମ, ଅର୍ଥ ତଥା କାମ ଆଦି ତ୍ରିବର୍ଗର ହିତ ସାଧନ କରିବ । ତେଣୁ ତୁମେ ତାହାକୁ ଏବେ ପରିବେଷଣ କର । ତଦନୂସାରେ ଯେତେବେଳେ ସମବକାର ପରିବେଷିତ ହେଲା ତାହାର ଅଭିନୟ ଏବଂ ଭାବ ଉଭୟ ଦେବତା ଓ ଦାନବ ମାନଙ୍କୁ ସନ୍ତୁଷ୍ଟି ପ୍ରଦାନ କଲା । ” ଏହି ସମବକାର ପରିବେଷଣର କିଛି ସମୟ ପରେ ବ୍ରହ୍ମା ପୁଣି ଶିବଙ୍କ ସମ୍ମୁଖରେ ନାଟ୍ୟ ପରିବେଷଣ କରିବା ନିମନ୍ତେ ପ୍ରସ୍ତାବ ଦେଲେ ଏବଂ ସେ ନିଜେ ସମସ୍ତ ଦେବତାଙ୍କୁ ସାଙ୍ଗରେ ଧରି ଦେବ ଦେବ ମହାଦେବ ଶିବଙ୍କ ନିକଟରେ ଉପସ୍ଥିତ ହୋଇ ପ୍ରାର୍ଥନା ପୂର୍ବକ ଅଭିନୟ କରି କହିଲେ ଯେ “ମୁଁ ଯେଉଁ ସମବକାରଟି ରଚନା କରିଛି ଆପଣ ତାଙ୍କୁ ଶ୍ରବଣ ଓ ଦର୍ଶନ ପୂର୍ବକ ଉପଭୋଗ କରି ମୋତେ ଅନୂଗୃହିତ କରନ୍ତୁ ।” ଏହାପରେ ଶିବ ବ୍ରହ୍ମାଙ୍କ ଅନୁରୋଧ ରକ୍ଷାକରି ତାଙ୍କୁ ନାଟ୍ୟ ପ୍ରସ୍ତୁତି ନିମନ୍ତେ ସୂଚନା ଦେଲେ ।
ଗିରିଶ୍ରେଷ୍ଠ ହିମାଳୟର ପାଦଦେଶରେ, ନିର୍ଝର ଶୋଭିତ ପାର୍ବତ୍ୟ ଉପତ୍ୟକା ଅଞ୍ଚଳରେ ଯାହା ବହୁବିଧ ଫଳ, ପୁଷ୍ପ ପୂର୍ଣ୍ଣର୍ ବୃକ୍ଷଲତା ଦ୍ୱାରା ଆଚ୍ଛାଦିତ, ସେହି ସୁରମ୍ୟ ପରିବେଶରେ ଶିବଙ୍କ ସମ୍ମୁଖରେ ସର୍ବପ୍ରଥମେ ପୂର୍ବରଙ୍ଗ ପରିବେଷଣ କରି ନାଟ୍ୟକୋବିଦ ଭରତ ମୁନି “ତ୍ରିପୁରାଦାହ” ନାମକ ଡିମ ପରିବେଷଣ କଲେ । ତ୍ରିପୁରାଦାହର ଅଭିନୟ ଏବଂ ଭାବ ଦ୍ୱାରା ସେଠାରେ ଉପସି୍ଥତ ଥିବା ସମସ୍ତ ଦେବତା ଏବଂ ଭୂତମାନେ ଅତ୍ୟନ୍ତ ଆନନ୍ଦିତ ହେଲେ । ଦେବ ଦେବ ମହାଦେବ ମଧ୍ୟ ଆନନ୍ଦରେ ବ୍ରହ୍ମାଙ୍କୁ କହିଲେ ଯେ “ ହେ ବିଦ୍ୱାନ୍‌, ଆପଣ ଅତ୍ୟନ୍ତ ସୁନ୍ଦର ଭାବରେ ଏହି ନାଟ୍ୟକଳାକୁ ସୃଷ୍ଟି କରିଛନ୍ତି । ଏହି ନାଟ୍ୟକଳା ଦିନେ ସମାଜରେ ଯଶ, ଶୁଭ, ପୂଣ୍ୟ ତଥା ବୁଦ୍ଧି ବିବର୍ଦ୍ଧନର ପ୍ରମୂଖ ମାଧ୍ୟମ ଭାବେ କାର୍ଯ୍ୟ ସମ୍ପାଦନ କରିବ । ମୁଁ ସନ୍ଧ୍ୟା ସମୟରେ ନୃତ୍ୟ କଲାବେଳେ ବିଭିନ୍ନ ପ୍ରକାର ଅଙ୍ଗହାର ଏବଂ କରଣ ଦ୍ୱାରା ଭୂଷିତ ଏହି ନୃତ୍ତକୁ ସ୍ମରଣ କରିଥାଏ । ପୂର୍ବରଙ୍ଗ ସମ୍ପାଦନ ସମୟରେ ମଧ୍ୟ ଆପଣ ଏହି ନୃତ୍ତକୁ ବ୍ୟବହାର କରିପାରିବେ । ତତ୍ ସହିତ ତୁମେ ବର୍ଦ୍ଧମାନଙ୍କ ସାହାଯ୍ୟରେ ନାଟ୍ୟକର୍ମ ସମୟରେ ବିଭିନ୍ନ ଅସାରିତ ଏବଂ ମହାଗୀତ ମାନଙ୍କୁ ଶରୀରର ବିଭିନ୍ନ ଅଙ୍ଗ ଓ ଉପାଙ୍ଗ ଦ୍ୱାରା ତାତ୍ପର୍ଯ୍ୟପୂର୍ଣ୍ଣ ପରିବେଷଣ କରିପାରିବେ । ତୁମେ ଅତୀତରେ ଯେଉଁ ପୂର୍ବରଙ୍ଗ ପରିବେଷଣ କଲ ତାହା ଶୁଦ୍ଧ ଥିଲା । କିନ୍ତୁ ତୁମେ ଯେବେ ବିଭିନ୍ନ କରଣ ଏବଂ ଅଙ୍ଗହାରକୁ ବ୍ୟବହାର କରିବ ତାହା ଚିତ୍ର ଭାବରେ ପରିଗଣିତ ହେବ । ”

Support Samadhwani

ଏହି ସମୟରେ ବ୍ରହ୍ମା ଅଙ୍ଗହାର ମାନଙ୍କ ସମ୍ବନ୍ଧରେ ସୂଚନା ପ୍ରଦାନ କରିବା ନିମନ୍ତେ ମହାଦେବ ଶିବଙ୍କୁ ଅନୂରୋଧ କଲେ ଫଳରେ ଶିବ ତତ୍‌କ୍ଷଣାତ୍ ତଣ୍ଡୁଙ୍କୁ ଡାକି ନାଟ୍ୟକୋବିଦ ଭରତ ମୁନିଙ୍କୁ ଅଙ୍ଗହାର ସମ୍ବନ୍ଧରେ ବିସ୍ତ୍ରୁତ ସୂଚନା ପ୍ରଦାନ କରିବାକୁ ଆଦେଶ ଦେଲେ । ଏଠାରେ ନାଟ୍ୟଶାସ୍ତ୍ରରେ ନାଟ୍ୟବିତ୍ ଭରତ ବତିଶି ପ୍ରକାର ଅଙ୍ଗହାର ସମ୍ବନ୍ଧରେ ସୂଚନା ପ୍ରଦାନ କରିଛନ୍ତି । ସେଗୁଡିକ ହେଲା ଯଥା :-୧. ସ୍ଥିରହସ୍ତ ୨. ପର୍ଯ୍ୟସ୍ତକ ୩. ସୂଚୀବିଦ୍ଧ ୪. ଅପବିଦ୍ଧ ୫. ଆକ୍ଷିପ୍ତକ ୬. ଉଦ୍ଘଟିତ ୭. ବିସ୍କମ୍ଭ ୮. ଅପରାଜିତ ୯. ବିଷ୍କମ୍ଭାପସୃତ ୧୦. ମତ୍ତକ୍ରୀଡ଼ ୧୧. ସ୍ୱସ୍ତିକରେଚିତ ୧୨. ପାଶ୍ୱର୍ସ୍ୱସ୍ତିକ ୧୩. ବୃଶ୍ଚିକ ୧୪. ଭ୍ରମର ୧୫. ମତ୍ତସ୍ଖଳିତକ ୧୬. ମଦବିଳସିତ ୧୭. ଗତିମଣ୍ଡଳ ୧୮. ପରିଚ୍ଛିନ୍ନ ୧୯. ପରିବୃତ୍ତରେଚିତ ୨୦. ବୈଶାଖରେଚିତ ୨୧. ପରାବୃତ୍ତ ୨୨. ଆସ୍ୟଲାତକ ୨୩. ପାଶ୍ୱର୍ଚ୍ଛେଦ ୨୪. ବିଦ୍ୟୁଦ୍ଭ୍ରାନ୍ତ ୨୫. ଉଦ୍‌ଦୃତ୍ତ ୨୬. ଆଳୀତ ୨୭. ରେଚିତ ୨୮. ଛୁରିତ ୨୯. ଆକ୍ଷିପ୍ତରେଚିତ ୩୦. ସମ୍ଭ୍ରାନ୍ତ ୩୧. ଅସର୍ପିତ ୩୨. ଅର୍ଦ୍ଧନିକୁଟ୍ଟକ ।

ତତ୍‌ପରେ ଭରତ “କରଣ” ର ସଜ୍ଞା ପ୍ରଦାନ କରିବାକୁ ଯାଇ ନାଟ୍ୟବିତ୍ ଭରତ ମୁନି କହୁଛନ୍ତିଯେ :-
ଏଷାଂ ଚୈବ ପ୍ରବକ୍ଷାମି ପ୍ରୟୋଗଂ କରଣାଶିତ୍ରଂ
ହସ୍ତପାଦ ପ୍ରଚାରଶ୍ଚ ଯଥାଯୋଜ୍ୟଃ ପ୍ରୟୋକ୍ତୃଭିଃ ।ା୨୮।।

ଅର୍ଥାତ୍ ସମସ୍ତ ପ୍ରକାର ଅଙ୍ଗହାର କରଣ ମାନଙ୍କ ସଂଯୋଗରେ ନିଷ୍ପାଦିତ ହୋଇଥାଏ । କରଣ କହିଲେ ହାତ ଓ ପାଦ ଚାଳନାର ସଂଯୋଗକୁ ବୁଝାଏ । ସାଧାରଣତଃ ହସ୍ତ ଓ ପାଦ ସହାୟତାରେ ସୃଷ୍ଟି ହେଉଥିବା ବିଭିନ୍ନ ଅଙ୍ଗଭଙ୍ଗିର ସମାହାର ନୃତ୍ୟରେ କରଣ ସୃଷ୍ଟି କରିଥାଏ । ଦୁଇଟି କରଣର ସଂଯୋଗରେ ଗୋଟିଏ ମାତୃକା ସୃଷ୍ଟି କରାଯାଏ ଏବଂ ଦୁଇ, ତିନି କିମ୍ବା ଅତିବେଶିରେ ଚାରୋଟି ମାତୃକା ସଂଯୋଗରେ ଗୋଟିଏ ଅଙ୍ଗହାର ସୃଷ୍ଟି କରିଥାନ୍ତି । ଠିକ୍ ସେହିପରି ତିନୋଟି କରଣ ଗୋଟିଏ କଳାପକ, ଚାରିଗୋଟି କରଣରେ ମଣ୍ଡଳ ଏବଂ ପାଞ୍ଚଗୋଟି କରଣର ସମାହାରରେ ଏକ ସଂଘାତକ ସୃଷ୍ଟି ହୋଇଥାଏ । ପରିଶେଷରେ ଯେଉଁ ଅଙ୍ଗହାର ଗୁଡିକ ଛ, ସାତ, ଆଠ କିମ୍ବା ନ ଗୋଟି କରଣର ସମାହାରରେ ସୃଷ୍ଟି ସେଗୁଡିକର କାର୍ଯ୍ୟ, ଲକ୍ଷଣ ତଥା ହସ୍ତ ଓ ପାଦର ଚାଳନା ସମ୍ବନ୍ଧରେ ଭରତ କହୁଛନ୍ତି ।

Support Samadhwani

ସାଧାରଣତଃ ନାଟ୍ୟକ୍ରିୟାରେ ୧୦୮ ପ୍ରକାର କରଣର ପ୍ରୟୋଗ କରାଯାଇଥାଏ । କରଣରେ ପାଦର ପ୍ରୟୋଗ ସହ ସେମାନଙ୍କର ସ୍ଥାନ, କାରୀ ତଥା ଯୁଦ୍ଧ, ନୃତ୍ୟ ଏବଂ ବହୁବିଧ ଗତିବିଧିରେ ସେମାନଙ୍କର ପ୍ରୟୋଗ ସମ୍ବନ୍ଧରେ ପରବର୍ତ୍ତି ପର୍ଯ୍ୟାୟରେ ବିସ୍ତ୍ରୁତ ବିବରଣୀ ପ୍ରଦାନ କରିଛନ୍ତି । ବିଶେଷକରି ନୃତ୍ୟରେ କାରୀ ପାଦର ସି୍ଥତି ଏବଂ ତା ସହ ହସ୍ତର ମୁଦ୍ରାର ପ୍ରୟୋଗକୁ ମାତୃକା କୁହାଯାଏ । ଏହି ମାତୃକା କରଣର ଭିତ୍ତିଭୂମି ଅଟେ । ଉଦାହରଣ ସ୍ୱରୂପ ଯେତେବେଳେ ଆମେ ଗତି ବା ଚାଲିବାର କଥା କହିଥାଉ ସେତେବେଳେ ଜଣେ ନାଟ୍ୟାଚାର୍ଯ୍ୟ ହିସାବରେ ନର୍ତ୍ତକର ଉଭୟ ପାଦ ଓ ହସ୍ତର ଅବସ୍ଥିତି ତଥା ଚାଳନା ସମ୍ବନ୍ଧରେ କହିବାକୁ ପଡିବ । ଯେପରିକି ଯୁଦ୍ଧଜନିତ ନାଟ୍ୟାଭିନୟ ସମୟରେ ଅଭିନେତାର କରଣ କହିଲେ ତାହାର ବାମ ହାତଟି ଛାତି ସମ୍ମୁଖରେ ଥାଏ ଏବଂ ଡାହାଣ ପାଦଟି ଶରୀର ସମ୍ମୁଖକୁ ଅଗ୍ରଗାମି ହୋଇଥାଏ । ତତ୍‌ସହିତ କରଣର ଅଭିନୟ ସମୟରେ ନୃତ୍ୟ ହସ୍ତ ଓ ପାଦର ଅଭିନୟ ସହ ଦୁଇ ପିଚା, ଜଙ୍ଘ, ଛାତି, ମଥା, ଅଣ୍ଟା ଆଦି ଅବୟବର ପ୍ରୟୋଗ ସମ୍ବନ୍ଧରେ ମଧ୍ୟ ସବିଶେଷ ସୂଚନା ପ୍ରଦାନ କରିଛନ୍ତି ।

ପୂର୍ବବର୍ଣ୍ଣନାନୂସାରେ ଆମେଜାଣୁ ନାଟ୍ୟକ୍ରିୟାରେ ସାଧାରଣତଃ ୧୦୮ ପ୍ରକାରର କରଣ ବ୍ୟବହାର କରାଯାଏ ଏବଂ ସେଗୁଡିକ ହେଲା ଯଥା :- ୧. ତଳପୁଷ୍ପପଟ ୨. ବର୍ତ୍ତିତ ୩. ବଳିତୋରୁ ୪. ଅପବିଦ୍ଧ ୫. ସମନଖ ୬. ଲୀନ ୭. ସ୍ୱସ୍ତିକରେଚିତ ୮. ମଣ୍ଡଳସ୍ୱସ୍ତିକ ୯. ନିକୁଟ୍ଟକ ୧୦. ଅର୍ଦ୍ଧନିକୁଟ୍ଟକ ୧୧. କଟିଛିନ୍ନ ୧୨. ଅର୍ଦ୍ଧରେଚିତ ୧୩. ବକ୍ଷଃସ୍ୱସ୍ତିକ ୧୪. ଉନ୍ନତ୍ତ ୧୫. ସ୍ୱସ୍ତିକ ୧୬. ପୃଷ୍ଠସ୍ୱସ୍ତିକ ୧୭. ଦୃକ୍‌ସ୍ୱସ୍ତିକ ୧୮. ଅଲାତ ୧୯. କଟୀସମ ୨୦. ଅକ୍ଷିପ୍ତରେଚିତ ୨୧. ବିକ୍ଷିପ୍ତାକ୍ଷିପ୍ତକ ୨୨. ଅର୍ଦ୍ଧସ୍ୱସ୍ତିକ ୨୩. ଅଞ୍ôଚତ ୨୪. ଭୂଜଙ୍ଗତ୍ରାସିତ ୨୫. ଉର୍ଦ୍ଧ୍ୱଜାନୁ ୨୬. ନିକୁଞ୍ôଚତ ୨୭. ମତଲ୍ଲି ୨୮. ଅର୍ଦ୍ଧମତଲ୍ଲି ୨୯. ରେଚିତନିକୁଟ୍ଟ ୩୦. ପାଦାପବିଦ୍ଧକ ୩୧. ଘୂର୍ଣ୍ଣିତ ୩୨. ବଳିତ ୩୩. ଲଳିତ ୩୪. ଦଣ୍ଡପକ୍ଷ ୩୫. ଭୂଜଙ୍ଗତ୍ରାସିତ ୩୬. ନୂପୁର ୩୭. ବୈଶାଖରେଚିତ ୩୮. ଭ୍ରମରକ ୩୯. ଚତୁର ୪୦. ଭୂଜଙ୍ଗାଞ୍ଚିତକ ୪୧. ଦଣ୍ଡକରେଚିତ ୪୨. ବୃଶ୍ଚିକକୁଟ୍ଟିତ ୪୩. କଟିଭ୍ରାନ୍ତ ୪୪. ଲତାବୃଶ୍ଚିକ ୪୫. ଛିନ୍ନ ୪୬. ବୃଶ୍ଚିକରେଚିତ ୪୭. ବୃଶ୍ଚିକ ୪୮. ବ୍ୟଂସିତ ୪୯. ପାଶ୍ୱର୍ନିକୁଟ୍ଟିତ ୫୦. ଲଲାଟତିଳକ ୫୧. କ୍ରାନ୍ତକ ୫୨. କୁଞ୍ଚିତ ୫୩. ଚକ୍ରମଣ୍ଡଳ ୫୪. ଉରୋମଣ୍ଡଳ ୫୫. ଆକ୍ଷିପ୍ତ ୫୬. ତଳବିଳାସିତ ୫୭. ଅର୍ଗଳ ୫୮. ବିକ୍ଷିପ୍ତ ୫୯. ଆବୃତ୍ତ ୬୦. ଦୋଳାପାଦ ୬୧. ବିବୃତ୍ତ ୬୨. ବିନିବୃତ୍ତ ୬୩. ପାଶ୍ୱର୍କ୍ରାନ୍ତ ୬୪. ନିଶୁମ୍ଭିତ ୬୫. ବିଦ୍ୟୁଦ୍ଭ୍ରାନ୍ତ ୬୬. ଅତିକ୍ରାନ୍ତ ୬୭. ବିବର୍ତ୍ତିତକ ୬୮. ଗଜକ୍ରୀଡି଼ତକ ୬୯. ତଳସଂସ୍ଫୋଟିତ ୭୦. ଗରୁଡପ୍ଳୁତକ ୭୧. ଗଣ୍ଡସୂଚୀ ୭୨. ପରିବୃତ୍ତ ୭୩. ପାଶ୍ୱର୍ଜାନୁ ୭୪. ଗୃଧ୍ରାବଳୀନକ ୭୫. ସନ୍ନତ ୭୬. ସୂଚୀ ୭୭. ଅର୍ଦ୍ଧସୂଚୀ ୭୮. ସୂଚୀବିଦ୍ଧ ୭୯. ଅପକ୍ରାନ୍ତ ୮୦. ମୟୁରଲଳିତ ୮୧. ସର୍ପିତ ୮୨. ଦଣ୍ଡପାଦ ୮୩. ହରିଣପ୍ଳୁତ ୮୪. ପ୍ରେଙ୍ଖୋଳିତ ୮୫. ନିତମ୍ବ ୮୬. ସ୍ଖଳିତ ୮୭. କରିହସ୍ତକ ୮୮. ପ୍ରସର୍ପିତ ୮୯. ସିଂହବିକ୍ରିଡ଼ୀତ ୯୦. ସିଂହବର୍ଷିତ ୯୧. ଉଦ୍‌ଦୃତ୍ତ ୯୨. ଉପସୃତକ ୯୩. ତଳସଂଘଟିତ ୯୪. ଜନିତ ୯୫. ଅବହିତ୍ଥକ ୯୬. ନିବେଶ ୯୭. ମୌଳିକକ୍ରୀଡ଼ା ୯୮. ଉରୁଦ୍‌ଦୃତ୍ତ ୯୯. ମଦସ୍ଖଳିତକ ୧୦୦. ବିଷ୍ଣୁକ୍ରାନ୍ତ ୧୦୧. ସଂଭ୍ରାନ୍ତ ୧୦୨. ବିଷ୍କମ୍ଭ ୧୦୩. ଉଦ୍‌ଘାଟ୍ଟିତ ୧୦୪. ବୃଷଭକ୍ରୀଡି଼ତ ୧୦୫. ଲୋଳିତ ୧୦୬. ନାଗାପସର୍ପିତ ୧୦୭. ଶକଟାସ୍ୟ ୧୦୮. ଗଙ୍ଗାବତରଣ ।

ଏତେଷାମିହବକ୍ଷାମି ହସ୍ତପାଦବିକଳ୍ପନମ୍
ତଳପୁଷ୍ପପୁଟଂ ପୂର୍ବଂ ବର୍ତ୍ତିତଂ ବଳିତୋରୁଚ ।ା ୩୪।।
ଅପବିଦ୍ଧଂ ସମନଖଂ ଲୀନଂ ସ୍ୱସ୍ତିକରେଚିତମ୍‌
ମଣ୍ଡଳଂ ସ୍ୱସ୍ତିକଂ ଚୈବ ନିକୁଟ୍ଟକମଥାପି ଚ ।ା୩୫।।
ତଥୈବାର୍ଦ୍ଧ ନିକୁଟ୍ଟଂ ଚ କଟିଛିନ୍ନଂ ତଥୈବ ଚ
ଅର୍ଦ୍ଧରେଚିତକମ୍ ଚୈବ ବକ୍ଷଃସ୍ୱସ୍ତିମେବଚ ।ା୩୬।।
ଉନ୍ମତ୍ତଂ ସ୍ୱସ୍ତିକଂ ଚୈବ ପୃଷ୍ଠସ୍ୱସ୍ତିକମେବଚ
ଦିକ୍‌ସ୍ୱସ୍ତିକମଳାତଂ ଚ ତଥା ଚୈବ କଟୀସମମ୍ ।ା ୩୭।।
ଅକ୍ଷିପ୍ତରେଚିତଂ ଚୈବ ବିକ୍ଷିପ୍ତାକ୍ଷିପ୍ତକଂ ତଥା
ଅର୍ଦ୍ଧସ୍ୱସ୍ତିକମୁଦ୍ଧିଷ୍ଟମଞ୍ଚିତମ୍ ଚ ତଥାପରମ୍ ।ା୩୮।।
ଭୂଜଙ୍ଗତ୍ରାସିତ ପ୍ରୋକ୍ତମୂର୍ଦ୍ଧ୍ୱଜାନୁ ତଥେବଚ
ନିକୁଞ୍ଚିତଂ ଚ ମତ୍ତଲ୍ଲିତ୍ୱର୍ଦ୍ଧମତ୍ତଲ୍ଲି ଚୈବ ହି ।ା୩୯।।
ସ୍ୟାଦ୍ରେଚିତନିକୁଟ୍ଟଂ ଚ ତଥା ପାଦାପବିଦ୍ଧକମ୍
ଘୂର୍ଣ୍ଣିତଂ ଚୈବ ବଳିତଂ ଲଳିତଂ ଚ ତଥାପରମ୍ ।ା୪୦।।
ଦଣ୍ଡପକ୍ଷଂ ତଥା ଚୈବ ଭୂଜଙ୍ଗତ୍ରସ୍ତରେଚିତମ୍
ନୂପୁରଂ ଚୈବ ସଂପ୍ରୋକ୍ତଂ ତଥା ବୈଶାଖରେଚିତମ୍ ।ା୪୧।।
ଭ୍ରମରଂ ଚତୁରଂ ଚୈବ ଭୂଜଙ୍ଗାଞ୍ଚିତମେବଚ
ଦଣ୍ଡରେଚିତକଂ ଚୈବ ତଥା ବୃଶ୍ଚିକକୁଟ୍ଟିତମ୍ ।ା୪୨।।
କଟିଭ୍ର୍ରାନ୍ତଂ ତଥା ଚୈବ ଲତାବୃଶ୍ଚିକମେବଚ
ଛିନ୍ନଂ ଚ କରଣଂ ପ୍ରୋକ୍ତଂ ତଥା ବୃଶ୍ଚିକରେଚିତମ୍ ।ା୪୩।।
ବୃଶ୍ଚିକମ୍ ବ୍ୟସିତଂ ଚୈବ ତଥା ପାଦନିକୁଟ୍ଟନମ୍
ଲଲାଟତିଳକମ୍ କ୍ରାନ୍ତଂ କୁଞ୍ଚିତମ୍ ଚକ୍ରମଣ୍ଡଳମ୍ ।ା୪୪।।
ଉରୋମଣ୍ଡଳମାକ୍ଷିପ୍ତଂ ତଥା ତଳବିଳାସିତଂ
ଅର୍ଗଳଂ ଚାଥ ବିକ୍ଷିପ୍ତମାବୃତ୍ତଂ ଦୋଳପାଦୁକମ୍ ।ା୪୫।।
ବିବୃତ୍ତଂ ବିନିବୃତ୍ତଂ ଚ ପାଶ୍ୱର୍କ୍ରାନ୍ତଂ ନିଶୁମ୍ଭିତମ୍
ବିଦ୍ୟୁଦ୍ଭ୍ରାନ୍ତମତିକ୍ରାନ୍ତମ୍ ବିକର୍ତ୍ତିତମେବଚ ।ା୪୬।।
ଗଜକ୍ରୀଡି଼ତକଂ ଚୈବ ତଳସଂସ୍ଫୋଟିତଂ ତଥା
ଗରୁଡପ୍ଳୂତକଂ ଚୈବ ଗଣ୍ଡସୂଚୀ ତଥାପରମ୍ ।ା୪୭।।
ପରିବୃତ୍ତଂ ସମୂଦ୍ଧିଷ୍ଟମ୍ ପାର୍ଶ୍ୱଜାନୁ ତଥୈବ ଚ
ଗୃଦ୍ଧ୍ରାବଳୀନକଂ ଚୈବ ସନ୍ନତଂ ସୂଚ୍ୟଥାପି ଚ ।ା୪୮।।
ଅର୍ଦ୍ଧସୂଚୀତ କରଣଂ ସୂଚୀବିଦ୍ଧଂ ତଥୈବ ଚ
ଅପକ୍ରାନ୍ତଂ ଚ ସଂପ୍ରୋକ୍ତଂ ମୟୁରଲଳିତଂ ତଥା ।ା ୪୯।।
ସର୍ପିତଂ ଦଣ୍ଡପାଦଂ ଚ ହରିଣପ୍ଳୁତମେବ ଚ
ପ୍ରେଙ୍ଖୋଳିତଂ ନିତମ୍ବଂ ଚ ସ୍ଖଳିତଂ କରିହସ୍ତକମ୍ ।ା୫୦।।
ପ୍ରସର୍ପିତକମୁଦ୍ଧିଷ୍ଟଂ ସିଂହବିକ୍ରୀଡିତଂ ତଥା
ସିଂହାକଷିତମୁଦ୍‌ଦୃତ୍ତଂ ତଥୋପସୃତମେବଚ ।ା୫୧।।
ତଳସଂଘଟିତମ୍ ଚୈବ ଜନିତଂ ଚାବହିତ୍‌ଥକମ୍
ନିବେଶମୌଳିକକ୍ରୀଡ଼ାମୂରୁଦ୍‌ଦୃତ୍ତଂ ତଥେବଚ ।ା୫୨।।
ମଦସ୍ଖଳିତକଂ ଚୈବ ବିଷ୍ଣୁକ୍ରାନ୍ତମଥାପି ଚ
ସମ୍ଭ୍ରାନ୍ତମଥ ବିଷ୍କମ୍ଭମୁଦ୍‌ଘାଟ୍ଟିତମଥାପି ଚ ।ା୫୩।।
ବୃଷଭକ୍ରୀଡି଼ତଂ ଚୈବ ଲୋଳିତଂ ଚ ତଥାପରମ୍
ନାଗାପସର୍ପିତଂ ଚୈବ ଶକଟାସ୍ୟଂ ତଥେବଚ ।ା୫୪।।
ଗଙ୍ଗାବତରଣଂ ଚୈବେତ୍ୟୁକ୍ତମଷ୍ଟାଧିକଂ ଶତମ୍‌
ଅଷ୍ଟୋତ୍ତରଶତଂ ହ୍ୟୋତତ୍ କରଣାନାଂ ମୟୋଦିତମ୍ ।ା୫୫।।
୧. ତଳପୁଷ୍ପପୁଟ୍ଟ
ବାମେ ପୁଷ୍ପପୁଟ୍ଟ ପାଶ୍ୱେର୍ ପାଦୋଽଗ୍ରତଳ ସଞ୍ଚଃ
ତଥା ଚ ସନ୍ନତଂ ପାଶ୍ୱର୍ଂ ତଳପୁଷ୍ପପୁଟ୍ଟଂ ଭବେତ୍ ।ା
ବାମ ପାଶ୍ୱର୍ରେ ପୁଷ୍ପପୁଟ ଭଙ୍ଗିରେ (ସାପ ଫଣା ଭଳି) ପାଶ୍ୱର୍କୁ ଅବନତ କରି ପାଦର ଅଗ୍ରଭାଗରେ ସଞ୍ଚାର କଲେ ତାହାକୁ ତଳପୁଷ୍ପପୁଟ୍ଟ କୁହାଯାଏ ।
୨. ବର୍ତ୍ତିତ
କୁଞ୍ଚିତୌ ମଣିବନ୍ଧେ ତୁ ବ୍ୟାବୃତ୍ତ ପରିବର୍ତ୍ତିତୌ
ହସ୍ତୌ ନିପତିତୌ ଚୋର୍ବୋ ବର୍ତ୍ତିତଂ କରଣଂ ତୁ ତତ୍ ।ା
ମଣିବନ୍ଧ ଦେଶରେ ବା କଚଟିରେ ଦୁଇ ହସ୍ତକୁ କୁଞ୍ଚିତ କରି ଗୋଟିଏ ହସ୍ତକୁ ବ୍ୟାବୃତ୍ତ କରି ଅନ୍ୟଟିକୁ ପରିବର୍ତ୍ତିତ କରି ଜଙ୍ଘ ଉପରେ ସ୍ଥାପନ କଲେ ତାକୁ ବର୍ତ୍ତିତ କୁହାଯାଏ ।
୩. ବଳିତୋରୁ
ଶୁକତୁଣ୍ଡୌ ଯଦା ହସ୍ତୌ ବ୍ୟାବୃତ୍ତପରିବର୍ତ୍ତିର୍ତୌ
ଉରୂଚ ବଳିତୌ ଯସି୍ମନ୍ ବଳିତୋରୁକମୁଚ୍ୟତେ ।ା
ହସ୍ତକୁ ଶୁକତୁଣ୍ଡ ଭଙ୍ଗିରେ ବ୍ୟାବୃତ୍ତ ଓ ପରିବର୍ତ୍ତିତ କରି ଉରୂକୁ ବଳିତ କଲେ ତାକୁ ବଳିତୋରୂ କୁହାଯାଏ ।
୪. ଅପବିଦ୍ଧ
ଆବର୍ତ୍ତ୍ୟ ଶୁକତୁଣ୍ଡାଖ୍ୟମୂରୁପୃଷ୍ଠେ ନିପାତୟେତ୍
ବାମହସ୍ତଶ୍ଚ ବକ୍ଷଃସ୍ଥୋହ୍ୟପବିଦ୍ଧଂ ତୁ ତଦ୍ଭବେତ୍ ।ା
ବାମହସ୍ତକୁ ବକ୍ଷଦେଶରେ ସ୍ଥାପନ କରି ଶୁକତୁଣ୍ଡାକୃତିରେ ଦକ୍ଷିଣ ହସ୍ତକୁ ଘୁରାଇଲେ ତାହାକୁ ଅପବିଦ୍ଧ କୁହାଯାଏ ।
୫. ସମନଖ
ଶ୍ଳୀଷ୍ଟୌ ସମନଖୌ ପାଦୌ କରୌ ଚାପି ପ୍ରଳମ୍ବିତୌ
ଦେହଃ ସ୍ୱଭାବିକ ଯତ୍ରୋ ଭବେତ୍ ସମନଖଂ ତୁବତ୍ ।ା
ଦୁଇ ପାଦର ନଖକୁ ସମରେଖାରେ ଯୋଡିରଖି ହାତ ଦୁଇଟିକୁ ଓହଳାଇ ଶରୀରକୁ ସ୍ୱାଭାବିକ ଅବସ୍ଥାରେ ରଖିଲେ ତାକୁ ସମନଖ କୁହାଯାଏ ।
୬. ଲୀନ
ପତାକାଞ୍ଜଳି ବକ୍ଷଃସ୍ତଂ ପ୍ରସାରିତଶିରୋଧରମ୍
ନିକୁଞ୍ଚିତାଂସକୂଟଂଚ ତଲ୍ଲୀନଂ କରଣଂ ସ୍ମ୍ମୃତମ୍ ।ା

ଦୁଇ ହସ୍ତ ଦ୍ୱାରା ପତାକା ଆକାରର ଅଞ୍ଜଳି ରଚନା କରି ବକ୍ଷ ଦେଶରେ ସ୍ଥାପନା କରିବା ଏବଂ ଗ୍ରୀବାକୁ (ବେକ) ପ୍ରସାରିତ କରି କାନ୍ଧ ଦୁଇଟିକୁ ସଙ୍କୁଚିତ କରିବା ଫଳରେ ସୃଷ୍ଟି ହେଉଥିବା କରଣକୁ ଲୀନ କୁହାଯାଏ ।
୭. ସ୍ୱସ୍ତିକରେଚିତ
ସ୍ୱସ୍ତିକୌ ରେଚିତାବିଦ୍ଧୌ ବିଶ୍ଲିଷ୍ଟୌ କଟିସଂସ୍ଥିତୌ
ଯତ୍ର ତତ୍ କରଣଂ ଜେ୍ଞୟଂ ବୁଧୈଃସ୍ୱସ୍ତିକରେଚିତମ୍ ।ା
ରେଚିତ ଓ ଆବଦ୍ଧ ହସ୍ତ ଦ୍ୱୟରେ ସ୍ୱସ୍ତିକ ରଚନା କରି ପୁଣି ଦୁହିଁଙ୍କୁ ଅଲଗା କରି କଟିଦେଶରେ ସ୍ଥାପନ କଲେ ତାକୁ ସ୍ୱସ୍ତିକରେଚିତ କୁହାଯାଏ ।
୮. ମଣ୍ଡଳସ୍ୱସ୍ତିକ
ସ୍ୱସ୍ତିକୌ ତୁ କରୌ କୃତ୍ୱା ପ୍ରାଙ୍‌ମୁଖୋର୍ଦ୍ଧ୍ୱତଳୌ
ତଥା ଚ ମଣ୍ଡଳଂ ସ୍ଥାନଂ ମଣ୍ଡଳସ୍ୱସ୍ତିକଂ ଚ ତତ୍ ।ା
ଦୁଇ ହସ୍ତରେ ସ୍ୱସ୍ତିକ ରଚନା କରି ଦୁଇ ପାପୁଲିକୁ ସମାନ ଭାବରେ ଚିତ୍ କରି ରଖି ମଣ୍ଡଳ ସୃଷ୍ଟି କଲେ ତାକୁ ମଣ୍ଡଳସ୍ୱସ୍ତିକ କୁହାଯାଏ ।
୯. ନିକୁଟ୍ଟକ
ନିକୁଞ୍ଚିତୌ ଯଦାହସ୍ତୌ ସ୍ୱବାହୁଶିରସୋଽନ୍ତରେ
ପାଦୌ ନିକୁଟ୍ଟିତୌ ଚୈବ ଜେ୍ଞୟଂ ତତ୍ତୁ ନିକୁଟ୍ଟକମ୍ ।
ନିଜ ମସ୍ତକ ଓ ବାହୁର ମଧ୍ୟଭାଗରେ ହସ୍ତ ଦ୍ୱୟ ନିକୁଟ୍ଟିତ ହେଲେ ଏବଂ ପାଦ ଦ୍ୱୟ ମଧ୍ୟ ସେହିପରି ଚାଳିତ ହେଲେ ତାହାକୁ ନିକୁଟ୍ଟକ କହନ୍ତି ।
୧୦. ଅର୍ଦ୍ଧନିକୁଟ୍ଟକ
ଅଞ୍ଚିତୌ ବାହୁଶିରସୀ ହସ୍ତସ୍ତ୍ୱଭିମୁଖାଙ୍ଗୁଳିଃ
ନିକୁଞ୍ଚିତାର୍ଦ୍ଧଯୋଗେନ ଜେ୍ଞୟମର୍ଦ୍ଧନିକୁଟ୍ଟକମ୍ ।ା
ହସ୍ତର ଅଙ୍ଗୁଳି ଗୁଡିକ ନିଜ ଆଡକୁ କରି ବାହୁ ଓ ମସ୍ତକକୁ ଅଞ୍ଚିତ କରିବା ସଙ୍ଗେ ସଙ୍ଗେ ପାଦଦ୍ୱୟକୁ ନିକୁଟ୍ଟିତ କରିବା ଦ୍ୱାରା ସୃଷ୍ଟି ହେଉଥିବା କରଣକୁ ଅର୍ଦ୍ଧନିକୁଟ୍ଟକ କୁହାଯାଏ ।
୧୧. କଟିଚ୍ଛିନ୍ନ
ପର୍ଯ୍ୟାୟଶଃ କଟିଚ୍ଛିନ୍ନା ବାହୁଶିରସୀ ପଲ୍ଲବୌ
ପୁନଃ ପୁନଶ୍ଚ କରଣଂ କଟିଚ୍ଛିନ୍ନଂ ତୁ ତଦ୍ଭବେତ୍ ।ା
ପର୍ଯ୍ୟାୟକ୍ରମେ କଟୀଦେଶକୁ ଛିନ୍ନ ରୀତିରେ ଚାଳିତ କରି ପଲ୍ଲବ ହସ୍ତ ଦ୍ୱୟ ମସ୍ତକରେ ବାରମ୍ବାର ସ୍ଥାପନ କରିବାକୁ କଟିଚ୍ଛିନ୍ନ କୁହାଯାଏ ।

୧୨. ଅର୍ଦ୍ଧରେଚିତ
ଅପବିଦ୍ଧଃ କରସୂଚ୍ୟା ପାଦଶ୍ଚୈବ ନିକୁଟ୍ଟିତଃ
ସନ୍ନତଂ ଯତ୍ର ପାଶ୍ୱର୍ଂ ତୁ ତଦ୍ଭବେଦର୍ଦ୍ଧରେଚିତମ୍ ।ା
ପାଶ୍ୱର୍ଦେଶକୁ ନତାକାର କରି ହସ୍ତରେ ଅପବିଦ୍ଧ ଭଙ୍ଗି ଅବଲମ୍ବନ କରି ସୂଚୀ ପାଦକୁ ନିକୁଟ୍ଟିତ କରିବାକୁ ଅର୍ଦ୍ଧରେଚିତ କୁହାଯାଏ ।
୧୩. ବକ୍ଷଃସ୍ୱସ୍ତିକ
ସ୍ୱସ୍ତିକୌ ଚରଣୌ ଯତ୍ର କରୌ ବକ୍ଷସି ରେଚିତୌ
ନିକୁଞ୍ଚିତଂ ତଥା ବକ୍ଷୋ ବକ୍ଷଃସ୍ୱସ୍ତିକମେବଚ ।ା
ପାଦଦ୍ୱୟ ଯେଉଁଠାରେ ସ୍ୱସ୍ତିକ ଭଙ୍ଗୀରେ ରହିଥାନ୍ତି, ହସ୍ତଦ୍ୱୟ ରେଚିତ ହୋଇ ବକ୍ଷଦେଶରେ ସ୍ଥାପିତ ହୋଇଥାନ୍ତି ଏବଂ ବକ୍ଷ ନିକୁଞ୍ଚିତ ହୋଇଥାଏ ତାକୁ ବକ୍ଷଃସ୍ୱସ୍ତିକ କୁହାଯାଏ ।
୧୪. ଉନ୍ନତ୍ତ
ଅଞ୍ଚିତେନ ତୁ ପାଦେନ ରେଚିତୌ ତୁ କରୌ ଯଦା
ଉନ୍ମତ୍ତଂ କରଣଂ ତତ୍ତୁ ବିଜେ୍ଞୟଂ ନୃତ୍ୟକୋବିଦୈଃ ।ା
ପାଦକୁ ଅଞ୍ଚିତ କରିବା ସଙ୍ଗେ ସଙ୍ଗେ ହସ୍ତକୁ ରେଚିତ କରି ଯେଉଁ ଅଙ୍ଗହାର ସୃଷ୍ଟି କରାଯାଏ ତାହାକୁ ଉନ୍ନତ୍ତ କୁହାଯାଏ ।
୧୫. ସ୍ୱସ୍ତିକ
ହସ୍ତାଭ୍ୟାମଥ ପାଦାଭ୍ୟାଂ ଭବତଃ ସ୍ୱସ୍ତିକୌ ଯଦା
ତତ୍ ସ୍ୱସ୍ତିକମିତିପ୍ରୋକ୍ତଂ କରଣଂ କରଣାର୍ଥିଭିଃ ।ା
ହସ୍ତ ଓ ପାଦ ଯୁଗଳ ଦ୍ୱାରା ସ୍ୱସ୍ତିକ କରାଗଲେ ତାହାକୁ ସ୍ୱସ୍ତିକ କୁହାଯାଏ ।
୧୬. ପୃଷ୍ଠସ୍ୱସ୍ତିକ
ବିକ୍ଷିପ୍ତାକ୍ଷିପ୍ତ ବାହୁଭ୍ୟାଂ ସ୍ୱସ୍ତିକୌ ଚରଣୌ ଯଦା
ଅପକ୍ରାନ୍ତାର୍ଦ୍ଧସୂଚିଭ୍ୟାଂ ତତ୍ ପୃଷ୍ଠସ୍ୱସ୍ତିକଂ ଭବେତ୍ ।ା
ବାହୁଦ୍ୱୟକୁ ବିକ୍ଷିପ୍ତ ଓ ଆକ୍ଷିପ୍ତ କରି (ଉର୍ଦ୍ଧ୍ୱ ଓ ଅଧଃ କ୍ରମରେ ବିକ୍ଷିପ୍ତ) କରି ପାଦ ଦ୍ୱୟରେ ସ୍ୱସ୍ତିକ ଧାରଣ ପୂର୍ବକ ଅପକ୍ରାନ୍ତ ଓ ଅର୍ଦ୍ଧସୂଚୀ ଚାରୀ ଅବଲମ୍ବନ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ପୃଷ୍ଠସ୍ୱସ୍ତିକ କୁହାଯାଇଥାଏ ।
୧୭. ଦିକ୍‌ସ୍ୱସ୍ତିକ
ପାଦୟୋରଗ୍ରତଶ୍ଚୈବ ଯତ୍ର ଶ୍ଲିଷ୍ଟଃ କୃତୋ ଭବେତ୍
ସ୍ୱସ୍ତିକଂ ହସ୍ତପାଦାଭ୍ୟାଂ ତଦ୍ଦିକ୍‌ସ୍ୱସ୍ତିକମୁଚ୍ୟତେ ।ା

ହସ୍ତ ଓ ପାଦଦ୍ୱୟରେ ସ୍ୱସ୍ତିକ ମୁଦ୍ରା ଧାରଣ କରିବା ଦ୍ୱାରା ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ଦିକ୍‌ସ୍ୱସ୍ତିକ କୁହାଯାଏ ।
୧୮. ଅଲାତ
ଅଲାତଂ ଚରଣଂ କୃତ୍ୱା ବ୍ୟଂସୟେଦ୍ଦକ୍ଷିଣଂ କରମ୍
ଉର୍ଦ୍ଧ୍ୱଜାନୁକ୍ରମଂ କୁର୍ଯ୍ୟାଦଲାତକମିତି ସ୍ମୃତମ୍ ।ା
ପାଦରେ ଅଲାତଚାରୀ ଅବଲମ୍ବନ କରି ଡାହାଣ ହସ୍ତକୁ ଅଧଃକ୍ଷିପ୍ତ କରି ଉର୍ଦ୍ଧ୍ୱଜାନୁକ୍ରମଚାରୀ ଅବଲମ୍ବନ କରିବା ଫଳରେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ଅଲାତ କୁହାଯାଏ ।
୧୯. କଟୀସମ
ସ୍ୱସ୍ତିକାପସୃତଃ ପାଦଃ କରୌ ନାଭି କଟିସ୍ଥିତୌ
ପାଶ୍ୱର୍ମୁଦ୍‌ବାହିତଂ ଚୈବ କରଣଂ ତତ୍‌କଟୀସମମ୍ ।ା
ସ୍ୱସ୍ତିକ କଲାପରେ ପାଦକୁ ଅପସାରିତ କରି ଗୋଟିଏ ହାତକୁ ନାଭି ଉପରେ ଓ ଅପରଟିକୁ କଟିଦେଶରେ ସ୍ଥାପନ କରି ପାର୍ଶ୍ୱକୁ ଉଦ୍‌ବାହିତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ କଟୀସମ କୁହାଯାଇଥାଏ ।
୨୦. ଆକ୍ଷିପ୍ତରେଚିତ
ହସ୍ତୋହୃଦି ଭବେଦ୍‌ବାମଃ ସବ୍ୟଶ୍ଚାକ୍ଷିପ୍ତରେଚିତଃ
ରେଚିତଶ୍ଚାପବିଦ୍ଧଶ୍ଚ ତତ୍‌ସ୍ୟାଦାକ୍ଷିପ୍ତରେଚିତମ୍ ।ା
ବାମହାତକୁ ଡାହାଣ ଛାତିରେ ରଖି ଡାହାଣ ହାତକୁ ରେଚିତ ମୁଦ୍ରାରେ ଉର୍ଦ୍ଧ୍ୱକୁ ଉତ୍ତୋଳିତ ଏବଂ ପାଶ୍ୱର୍କୁ ପ୍ରସାରିତ କରି ଅପବିଦ୍ଧ ରୀତିରେ ରେଚିତ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ଆକ୍ଷିପ୍ତରେଚିତ କୁହାଯାଏ ।
୨୧. ବିକ୍ଷିପ୍ତାକ୍ଷିପ୍ତକ
ବିକ୍ଷିପ୍ତଂ ହସ୍ତପାଦଂ ତୁ ତସ୍ୟୈବାକ୍ଷେପଣଂ ପୁନଃ
ଯତ୍ର ତତ୍କରଣଂ ଜେ୍ଞୟଂ ବିକ୍ଷିପ୍ତାକ୍ଷିପ୍ତକଂ ଦ୍ୱିଜାଃ ।ା
ହାତ ଓ ପାଦକୁ ବିକ୍ଷିପ୍ତ ଓ ଆକ୍ଷିପ୍ତ ଅର୍ଥାତ୍ ଉତ୍ତୋଳିତ ଓ ଅଧଃପତିତ କଲେ ତାକୁ ବିକ୍ଷିପ୍ତାକ୍ଷିପ୍ତକ କୁହାଯାଏ ।
୨୨. ଅର୍ଦ୍ଧସ୍ୱସ୍ତିକ
ସ୍ୱସ୍ତିକୌ ଚରଣୌ କୃତ୍ୱା କରୀହସ୍ତଂ ଚ ଦକ୍ଷିଣମ୍
ବକ୍ଷଃ ସ୍ଥାନେ ତଥା ବାମମର୍ଦ୍ଧସ୍ୱସ୍ତିକମାଦିଶେତ୍ ।ା
ପାଦଦ୍ୱୟରେ ସ୍ୱସ୍ତିକ କରିବା ସହ ଦକ୍ଷିଣ ହସ୍ତରେ କରିହସ୍ତ ମୁଦ୍ରା ଏବଂ ବାମ ହସ୍ତକୁ ବକ୍ଷରେ ସ୍ଥାପନ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ଅର୍ଦ୍ଧସ୍ୱସ୍ତିକ କୁହାଯାଏ ।

୨୩. ଅଞ୍ଚିତ
ବ୍ୟାବୃତ୍ତପରିବୃତ୍ତସ୍ତୁ ସ ଏବ ତୁ କରୋ ଯଦା
ଅଞ୍ଚିତୋ ନାସିକାଗ୍ରେ ତୁ ତଦଞ୍ଚିତସୁଦାହୃତମ୍ ।ା
କରିହସ୍ତ ବ୍ୟାବର୍ତ୍ତିତ ଓ ପରିବର୍ତ୍ତିତ ରୀତିରେ ଚାଳିତ ହୋଇ ନାସିକାର ଅଗ୍ରଭାଗରେ ମିଳିତ ହେଲେ ସୃଷ୍ଟି ହେଉଥିବା କରଣକୁ ଅଞ୍ଚିତ କୁହାଯାଏ ।
୨୪. ଭୂଜଙ୍ଗତ୍ରାସିତ
କୁଞ୍ଚିତମ୍ ପାଦମୁତ୍‌କ୍ଷିପ୍ୟ ତ୍ର‌୍ୟସ୍ରମୁରୁ ବ୍ୟବର୍ତ୍ତୟେତ୍‌
କଟିଜାନୂ ବିବୃତ୍ତୌ ଚ ଭୂଜଙ୍ଗତ୍ରାସିତଂ ଭବେତ୍ ।ା
କୁଞ୍ଚିତ ପାଦକୁ ଉପରକୁ ଟେକି, ତ୍ରସ୍ରାକାର ଉୠ ଦେଶକୁ ବିବର୍ତ୍ତିତ କରି କଟୀ ଓ ଜାନୁକୁ ବିବର୍ତ୍ତିତ କଲେ ଯେଉଁ କରଣ ସୃଷ୍ଟିହୁଏ ତାହାକୁ ଭୁଜଙ୍ଗତ୍ରାସିତ କୁହାଯାଏ ।
୨୫. ଉର୍ଦ୍ଧ୍ୱଜାନୁ
କୁଞ୍ଚିତମ୍ ପାଦମୁତ୍‌କ୍ଷିପ୍ୟ ଜାନୁସ୍ତନସମମ୍ ନ୍ୟସେତ୍
ପ୍ରୟୋଗବଶଗୌ ହସ୍ତାତ୍ୱର୍ଦ୍ଧ୍ୱଜାନୁ ପ୍ରକୀର୍ତ୍ତିତମ୍ ।ା
କୁଞ୍ଚିତ ପାଦକୁ ଉପରକୁ ଟେକି ଜାନୁକୁ ଛାତି ସିଧାରେ ରଖି ପ୍ରସାରିତ କରିବା ସହ ହସ୍ତଦ୍ୱୟକୁ ମଧ୍ୟ ସେହିଭଳି ଚାଳିତ କରିବା ଦ୍ୱାରା ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ଉର୍ଦ୍ଧ୍ୱଜାନୁ କୁହାଯାଏ ।
୨୬. ନିକୁଞ୍ôଚତ
ବୃଶ୍ଚିକଂ ଚରଣଂ କୃତ୍ୱା କରଂ ପାଶ୍ୱେର୍ ନିକୁଞ୍ଚୟେତ୍
ନାସାଗ୍ରେ ଦକ୍ଷିଣଂ ଚୈବ ଜେ୍ଞୟଂ ତତ୍ତୁ ନିକୁଞ୍ଚିତମ୍ ।ା
ପାଦରେ ବୃଶ୍ଚିକ କରଣ କରିବା ସହ ବାମ ହସ୍ତକୁ ପାଶ୍ୱର୍କୁ ବକ୍ର କରି ଦକ୍ଷିଣ ହସ୍ତକୁ ନାସାଗ୍ର ପର୍ଯ୍ୟନ୍ତ ଉଠାଇଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ନିକୁଞ୍ଚିତ କୁହାଯାଏ ।
୨୭. ମତଲ୍ଲି
ବାମ ଦକ୍ଷିଣହସ୍ତାଭ୍ୟାଂ ଘୂର୍ଣ୍ଣିମାନୋପସର୍ପଣୈଃ
ଉଦ୍‌ବର୍ତ୍ତିତାପବିଦ୍ଧୈଶ୍ଚ ହସ୍ତୈର୍ମତଲ୍ୟୁଦାହୃତମ୍ ।ା
ବାମ ଓ ଦକ୍ଷିଣ ପାଦ ଦ୍ୱାରା ଅପସର୍ପଣ ଗତି କରି ବା ପଛକୁ ପାଦ ପକାଇ ଚକ୍ରାକାରରେ ଘୂର୍ଣ୍ଣନ କଲେ ଏବଂ ହସ୍ତଦ୍ୱୟକୁ ଉଦ୍‌ବେଷ୍ଟିତ କରିବା ସହ ଅପବିଦ୍ଧ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ମତଲ୍ଲି କୁହାଯାଏ ।
୨୮. ଅର୍ଦ୍ଧମତ୍ତଲ୍ଲି
ସ୍ଖଳିତାପସୃତୌ ପାଦୌ ବାମହସ୍ତଶ୍ଚ ରେଚିତଃ
ସବ୍ୟହସ୍ତଃ କଟୀସ୍ଥଃ ସ୍ୟାଦର୍ଦ୍ଧମତଲ୍ଲି ତତ୍ ସ୍ମ୍ମୃତମ୍ ।ା
ପାଦଦ୍ୱୟକୁ ସ୍ଖଳିତ ରୀତିରେ ଅପସାରିତ କରି ବାମହସ୍ତରେ ରେଚିତ କରିବା ସହ କଟି ଉପରେ ସ୍ଥାପନା କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ଅର୍ଦ୍ଧମତ୍ତଲ୍ଲି କୁହାଯାଏ ।
୨୯. ରେଚିତନିକୁଟ୍ଟିତ
ରେଚିତୋ ଦକ୍ଷିଣହସ୍ତଃ ପାଦଃ ସବ୍ୟୋନିକୁଟ୍ଟିତଃ
ଦୋଳା ଚୈବ ଭଭେଦ୍‌ବାମସ୍ତସ୍ତେଦ୍ରଚିତନିକୁଟ୍ଟିତ ।ା
ବାମ ପାଦକୁ ନିକୁଟ୍ଟିତ କରି ଦକ୍ଷିଣ ହସ୍ତକୁ ରେଚିତ ଓ ବାମ ହସ୍ତକୁ ଦୋଳା ଭଙ୍ଗୀରେ ଚାଳିତ କଲେ ସୃଷ୍ଟି ହେଉଥିବା କରଣକୁ ରେଚିତନିକୁଟ୍ଟିତ କୁହାଯାଏ ।
୩୦. ପାଦାପବିଦ୍ଧକ
କାର୍ଯୌ ନାଭିତଟେ ହସ୍ତୌ ପ୍ରାଙ୍‌ମୁଖୌ ଖଟକାମୁଖୌ
ସୂଚୀବିଦ୍ଧାବପକ୍ରାନ୍ତୌ ପାଦୌପାଦାପବିଦ୍ଧକ ।ା
ହସ୍ତ ଦ୍ୱୟକୁ ଖଟକାମୁଖ ଭଙ୍ଗୀରେ ପାପୁଲି ମୁହଁ ବାହାରପଟକୁ ଦେଖାଇ ନାଭି ଦେଶରେ ରଖିବା ସହ ସୂଚୀ ଓ ଅପକ୍ରାନ୍ତ ଚାରୀ ଅବଲମ୍ବନ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ପାଦାପବିଦ୍ଧକ କୁହାଯାଏ ।
୩୧. ବଳିତଂ
ଅପବିଦ୍ଧୋ ଭବେଦ୍ଧସ୍ତଃ ସୂଚୀପାଦସ୍ତଥେବ ଚ
ତଥା ତ୍ରିକଂ ବିବୃତ୍ତଂ ଚ ବଳିତଂ ନାମ ତଦ୍ଭବେତ୍ ।ା
ହସ୍ତ ଦ୍ୱୟକୁ ଅପବିଦ୍ଧ ଏବଂ ପାଦଦ୍ୱୟକୁ ସୂଚୀ ଭଙ୍ଗୀରେ ରଖି ତ୍ରିକଦେଶକୁ ଅର୍ଥାତ୍ ଅଣ୍ଟା, ଛାତି ଓ ମଥାକୁ ବିବୃତ୍ତ କଲେ ତାହାକୁ ବଳିତ କୁହାଯାଏ ।
୩୨. ଘୂର୍ଣ୍ଣିତ
ବର୍ତ୍ତିତୋ ଘୂର୍ଣ୍ଣିତଃ ସବ୍ୟୋହସ୍ତୋ ବାମଶ୍ଚ ଦୋଳିତଃ
ସ୍ୱସ୍ତିକାପସୃତଃ ପାଦଃ କରଣଂ ଘୂର୍ଣ୍ଣିତଂ ତୁ ତତ୍ ।ା
ଦକ୍ଷିଣ ହସ୍ତ ବର୍ତ୍ତିତ ଓ ଘୂର୍ଣ୍ଣିତ ହେବା ସହ ବାମ ହସ୍ତ ଦୋଳିତ ହେବା ସହ ପାଦ ଦ୍ୱୟ ପରସ୍ପରଠାରୁ ପୃଥକ ହେବା ଦ୍ୱାରା ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ଘୂର୍ଣ୍ଣିତ କୁହାଯାଏ ।
୩୩. ଲଳିତ
କରିହସ୍ତୋ ଭବେଦ୍‌ବାମୋ ଦକ୍ଷିଣଶ୍ଚାପବର୍ତ୍ତିତଃ
ବହୁଶଃ କୁଟ୍ଟିତଃ ପାଦୋ ଜେ୍ଞୟଂ ତଲ୍ଲଳିତଂ ବୁଧୈଃ ।ା

ବାମ ହସ୍ତକୁ କରିହସ୍ତ ଏବଂ ଦକ୍ଷିଣ ହସ୍ତକୁ ବିବର୍ତ୍ତିତ କରି ପାଦକୁ ବହୁବାର ଭୂମିରେ କୁଟ୍ଟିତ କରିବା ଦ୍ୱାରା ଯେଉଁ କରଣ ସୃଷ୍ଟି ହୋଇଥାଏତାକୁ ଲଳିତ କୁହାଯାଏ ।
୩୪. ଦଣ୍ଡପକ୍ଷ
ଉର୍ଦ୍ଧ୍ୱଜାନୁ ବିଧାୟତସ୍ତସ୍ୟୋପରି ଲତାଂ ନ୍ୟସେତ୍
ଦଣ୍ଡପକ୍ଷଂ ତୁ ତତ୍‌ପ୍ରୋକ୍ତଂ କରଣଂ ନୃତ୍ୟବେଦିଭିଃ ।ା
ଉର୍ଦ୍ଧ୍ୱଜାନୁ ଚାରୀ ଅବଲମ୍ବନ କରି ଜାନୁ ଉପରେ ଲତାହସ୍ତ ସ୍ଥାପନ କରିବା ଦ୍ୱାରା ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ଦଣ୍ଡପକ୍ଷ କୁହାଯାଏ ।
୩୫. ଭୁଜଙ୍ଗତ୍ରସ୍ତରେଚିତ
ଭୁଜଙ୍ଗ ତ୍ରାସିତଂ କୃତ୍ୱା ଯତ୍ରୋଭାବପି ରେଚିତୌ
ବାମପାଶ୍ୱର୍ସ୍ଥିତୌ ହସ୍ତୌ ଭୁଜଙ୍ଗତ୍ରସ୍ତରେଚିତମ୍ ।ା
ଭୁଜଙ୍ଗତ୍ରାସିତ କରି ଉଭୟ ହସ୍ତକୁ ରେଚିତ ଭଙ୍ଗୀରେ ବାମପାଶ୍ୱର୍ରେ ଅବସ୍ଥାପିତ କରିବା ଦ୍ୱାରା ଯେଉଁ କର ସୃଷ୍ଟି ହୋଇଥାଏ ତାକୁ ଭୁଜଙ୍ଗତ୍ରସ୍ତରେଚିତ କୁହାଯାଏ ।
୩୬. ନୂପୁର
ତ୍ରିକଂ ସୁବଳିତଂ କୃତ୍ୱା ଲତାରେଚିତକୌ କରୌ
ନୂପୁରଂ ଚ ତଥା ପାଦଂ କରଣେ ନୂପୁରେ ନ୍ୟସେତ୍ ।ା
ତ୍ରିକ କୁ ସୁନ୍ଦର ଭାବରେ ଆନ୍ଦୋଳିତ ବା ବଳିତ କରି ହସ୍ତଦ୍ୱୟ ମାଧ୍ୟମରେ ରେଚିତ ଓ ଲତା କରିବା ସହ ନୂପୁର ଚାରୀରେ ପାଦଚାଳନା କରିବା ଦ୍ୱାରା ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ନୂପୁର କୁହାଯାଏ ।
୩୭. ବୈଶାଖରେଚିତ
ରେଚିତୌ ହସ୍ତପାଦୌ ଚ କଟୀ ଗ୍ରୀବା ଚ ରେଚିତା
ବୈଶାଖସ୍ଥାନକେନୈତଦ୍ଭବେଦ୍ ବୈଶାଖରେଚିତମ୍ ।ା
ବୈଶାଖ ଭଙ୍ଗୀରେ ଅବସ୍ଥାନ କରି ହସ୍ତ, ପାଦ, କଟୀ ଓ ଗ୍ରୀବା ଦେଶକୁ ରେଚିତ କରିବାକୁ ବୈଶାଖରେଚିତ କୁହାଯାଏ ।
୩୮. ଭ୍ରମରକ
ଆକ୍ଷିପ୍ତଃ ସ୍ୱସ୍ତିକ ପାଦଃ କରୌ ଚୋଦ୍‌ବେଷ୍ଟିତୋ ତଥା
ତ୍ରିକସ୍ୟ ବଳନାଚ୍ଚୈବ ଜେ୍ଞୟଂ ଭ୍ରମରକଂ ଚ ତତ୍ ।ା
ସ୍ୱସ୍ତିକ ପାଦକୁ ଆକ୍ଷିପ୍ତ ଚାରୀରେ ରଖି ହସ୍ତକୁ ଉଦ୍‌ବେଷ୍ଟିତ କରିବା ସହ ତ୍ରିକ ଦେଶକୁ ବଳିତ କଲେ ବା ବୁଲାଇଲେ ସୃଷ୍ଟି ହେଉଥିବା କରଣକୁ ଭ୍ରମରକ କୁହାଯାଏ ।
୩୯. ଚତୁର
ଅଞ୍ଚିତଃ ସ୍ୟାତ୍କରୋ ବାମଃ ସବ୍ୟଶ୍ଚତୁର ଏବ ଚ
ଦକ୍ଷିଣଃ କୁଟ୍ଟିତଃ ପାଦଶ୍ଚତୁରଂ ତତ୍ ପ୍ରକୀର୍ତ୍ତିତମ୍ ।ା
ବାମ ହସ୍ତକୁ ଅଞ୍ôଚତ ମୁଦ୍ରାରେ ରଖି ଦକ୍ଷିଣ ହସ୍ତକୁ ଚତୁର ଭଙ୍ଗୀରେ ପରିଚାଳିତ କରିବା ସହ ଦକ୍ଷିଣ ପାଦୁ କୁଟ୍ଟିତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ଚତୁର କୁହାଯାଏ ।
୪୦. ଭୁଜଙ୍ଗାଞ୍ଚିତକ
ଭୁଜଙ୍ଗତ୍ରାସିତଃ ପାଦୋ ରେଚିତୋ ଦକ୍ଷିଣଃ କରଃ
ଲତାଖ୍ୟଶ୍ଚ କରୋ ବାମୋ ଭୁଜଙ୍ଗାଞ୍ଚିତକଂ ଭବେତ୍ ।ା
ପାଦ ଦ୍ୱାରା ଭୁଜଙ୍ଗତ୍ରାସିତ କରି ଦକ୍ଷିଣ ହସ୍ତରେ ରେଚିତ ଏବଂ ବାମ ହସ୍ତରେ ଲତା ଭଙ୍ଗୀ ସୃଷ୍ଟି କରିବା ଦ୍ୱାରା ଯେଉଁ କରଣ ସୃଷ୍ଟି ହୋଇାଥାଏ ତାକୁ ଭୁଜଙ୍ଗାଞ୍ଚିତକ କୁହାଯାଏ ।
୪୧. ଦଣ୍ଡକରେଚିତ
ବିକ୍ଷିପ୍ତଂ ହସ୍ତପାଦଂ ତୁ ସମନ୍ତାଦ୍‌ଯନ୍ତ୍ରଦଣ୍ଡବତ୍‌
ରେଚ୍ୟତେ ତଦ୍ଧି କରଣଂ ଜେ୍ଞୟଂ ଦଣ୍ଡକରେଚିତମ୍ ।ା
ହସ୍ତ ଓ ପାଦକୁ ରେଚିତ ଭଙ୍ଗୀରେ ଦଣ୍ଡ ବା ବାଡି ଭଳି ଚତୁର୍ଦିଗକୁ ବିକ୍ଷିପ୍ତ କରି ବାରମ୍ବାର ରେଚିତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ଦଣ୍ଡକରେଚିତ କୁହାଯାଏ ।
୪୨. ବୃଶ୍ଚିକକୁଟ୍ଟିତ
ବୃଶ୍ଚିକଂ ଚରଣଂ କୃତ୍ୱା ଦ୍ୱାବପ୍ୟଥ ନିକୁଟ୍ଟିତୌ
ବିଧାତବ୍ୟୌ କରୋ ତତ୍ତୁ ଜେ୍ଞୟଂ ବୃଶ୍ଚିକକୁଟ୍ଟିତମ୍ ।ା
ପ୍ରଥମରେ ହସ୍ତଦ୍ୱୟ ସହାୟତାରେ ବୃଶ୍ଚିକ କରଣ କରିସାରି ସେହି ହସ୍ତ ମାଧ୍ୟମରେ ତଳକୁ ବାମ୍ବାର ନିକୁଟ୍ଟିତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ବୃଶ୍ଚିକକୁଟ୍ଟିତ କୁହାଯାଏ ।
୪୩. କଟିଭ୍ରାନ୍ତ
ସୂଚୀଂ ତତ୍ୱାଽପବିଦ୍ଧଂ ଚ ଦକ୍ଷିଣଂ ଚରଣଂ ନ୍ୟସେତ୍
ରେଚିତା ଚ କଟିର୍ଯତ୍ର କଟିଭ୍ରାନ୍ତଂ ତଦୁଚ୍ୟତେ ।ା
ସୂଚୀ ମୁଦ୍ରା ଅବଲମ୍ବନ ପୂର୍ବକ ଅପବିଦ୍ଧ ଚାରୀରେ ଦକ୍ଷିଣ ପାଦକୁ ପକାଇ କଟୀକୁ ରେଚିତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ କଟିଭ୍ରାନ୍ତ କୁହାଯାଏ ।
୪୪. ଲତାବୃଶ୍ଚିକ
ଅଞ୍ଚିତଃ ପୃଷ୍ଠତଃ ପାଦଃ କୁଞ୍ଚିତୋର୍ଦ୍ଧ୍ୱ ତଳାଙ୍ଗୁଳିଃ
ଲତାଖ୍ୟଶ୍ଚ କରୋ ବାମସ୍ତଲ୍‌୍ଲତାବୃଶ୍ଚିକଂ ଭବେତ୍ ।ା

ପାଦକୁ କୁଞ୍ଚିତ ଓ ଉର୍ଦ୍ଧ୍ୱତଳ କରି ପୃଷ୍ଠଦେଶ ବା ପିଠି ଆଡକୁ ଅଞ୍ଚିତ ବା ବକ୍ର କରିବା ସହ ବାମ ହସ୍ତକୁ ଲତା ଭଙ୍ଗୀରେ ଅବସ୍ଥାପିତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ଲତାବୃଶ୍ଚିକ କୁହାଯାଏ ।
୪୫. ଛିନ୍ନ
ଅଳପଦ୍ମଃ କଟୀଦେଶେ ଛିନ୍ନାଃ ପର୍ଯ୍ୟାୟାଶଃ କଟୀଃ
ବୈଶାଖସ୍ଥାନ କେନେହେ ତଚ୍ଛିନ୍ନଂ କରଣଂ ଭବେତ୍ ।ା
ଅଳପଦ୍ମ ହସ୍ତକୁ କଟୀ ଦେଶରେ ସ୍ଥାପନ କରି ପର୍ଯ୍ୟାୟକ୍ରମେ ଭାଙ୍ଗିବା ସହ ବୈଶାଖସ୍ଥାନ ମୁଦ୍ରା ସୃଷ୍ଟି କଲେ ଯେଉଁ କରଣ ଉତ୍ପତ୍ତି ଲାଭ କରିଥାଏ ତାକୁ ଚ୍ଛିନ୍ନ୍ନ କୁହାଯାଏ ।
୪୬. ବୃଶ୍ଚିକରେଚିତ
ବୃଶ୍ଚିକଂ ଚରଣଂ କୃତ୍ୱା ଦ୍ୱାବପ୍ୟଥ ନିକୁଟ୍ଟିତୌ
ବିଧାତବ୍ୟୌ କରୌ ତତ୍ତୁ ଜେ୍ଞୟଂ ବୃଶ୍ଚିକରେଚିତମ୍ ।ା
ପାଦକୁ ବୃଶ୍ଚିକ ଏବଂ ହସ୍ତକୁ ସ୍ୱସ୍ତିକ ଭଙ୍ଗୀରେ ରଖି ପ୍ରଥମେ ରେଚିତ ଓ ତତ୍ପରେ ଅପସୃତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ବୃଶ୍ଚିକରେଚିତ କୁହାଯାଏ ।
୪୭. ବୃଶ୍ଚିକ
ବାହୁଶୀର୍ଷାଞ୍ଚିତୌ ହସ୍ତୌ ପାଦଃ ପୃଷ୍ଠାଞ୍ôଚତସ୍ତଥା
ଦୂରସନ୍ନତପୃଷ୍ଠଂ ଚ ବୃଶ୍ଚିକଂ ତତ୍ ପ୍ରକିର୍ତ୍ତିତମ୍ ।ଓଓଓଓଓଓଓଓଓଓଓଓଓଓଓଓଓଓଓଫଫଫଫଫଫଫଫଫଫଫଫଫଫଫ
ବାହୁ ଦ୍ୱୟକୁ ଶୀର୍ଷ ବା ମସ୍ତକରେ ସ୍ଥାପିତ କରି ପାଦକୁ ପୃଷ୍ଠ ବା ପିଠି ଆଡକୁ ବକ୍ର କରିବା ସହ ପୃଷ୍ଠଦେଶକୁ ପଛଆଡକୁ ଭାଙ୍ଗିଲେ ବୃଶ୍ଚିକ ସୃଷ୍ଟି ହୋଇଥାଏ ।

୪୮. ବ୍ୟଂସିତ
ଆଲିଢଂ ସ୍ଥାନକଂ ଯତ୍ର କରୌ ବକ୍ଷସି ରେଚିତୌ
ଉର୍ଦ୍ଧ୍ୱାଧୋ ବିପ୍ରକୀର୍ଣ୍ଣୈା ଚ ବ୍ୟଂସିତଂ କରଣଂ ତୁ ତତ୍ ।ା

ଆଲୀଢ ମୁଦ୍ରାରେ ଦୁଇ ହସ୍ତକୁ ରେଚିତ ଭଙ୍ଗୀରେ ବକ୍ଷ ବା ଛାତି ଉପରେ ରଖି ତଳକୁ ଓ ଉପରକୁ ଚାଳିତ କରିବାକୁ ବ୍ୟଂସିତ କରଣ କୁହାଯାଏ ।

୪୯. ପାଶ୍ୱର୍ନିକୁଟ୍ଟିତ
ହସ୍ତୌ ଚ ସ୍ୱସ୍ତିକୌ ପାଶ୍ୱେର୍ ତଥା ପାଦୋ ନିକୁଟ୍ଟିତଃ
ଯତ୍ର ତତ୍ କରଣଂ ଜେ୍ଞୟଂ ବୁଧେଃ ପାଶ୍ୱର୍ନିକୁଟ୍ଟିତମ୍ ।ା

ହସ୍ତ ଦ୍ୱୟରେ ଗୋଟିଏ ପଟକୁ ସ୍ୱସ୍ତିକ ଭଙ୍ଗୀକରି ଗୋଟିଏ ପାଦକୁ ନିକୁଟ୍ଟିତ କଲେ ତାହାକୁ ପାଶ୍ୱର୍ନିକୁଟ୍ଟିତ କରଣ କୁହାଯାଏ ।

୫୦. ଲଲାଟତିଳକ
ବୃଶ୍ଚିକଂ ଚରଣଂ କୃତ୍ୱା ପାଦାସ୍ୟାଙ୍ଗୁଷ୍ଠକେନ ତୁ
ଲଲାଟେତିଳକଂ କୁର୍ଯ୍ୟାଲ୍ଲଲାଟତିଳକଂ ତୁ ତତ୍ ।ା

ବୃଶ୍ଚିକ କରଣ କରି ପାଦର ଅଙ୍ଗୁଷ୍ଠି ମାଧ୍ୟମରେ ଲଲାଟରେ ତିିଳକ କଲେ ସେହି କରଣକୁ ଲଲାଟତିଳକ କୁହାଯାଏ ।

୫୧. କ୍ରାନ୍ତକ
ପୃଷ୍ଠତଃ କୁଞ୍ଚିତଂ କୃତ୍ୱା ବ୍ୟତିକ୍ରାନ୍ତକ୍ରମଂ ତତଃ
ଆକ୍ଷିପ୍ତୌ ଚ କରୌ କାର୍ଯୌକ୍ରାନ୍ତକେ କରଣେଦ୍ୱିଜାଃ ।ା

କୁଞ୍ଚିତ ପାଦକୁ ପିଠି ଆଡକୁ ବକ୍ରକରି ଅତିକ୍ରାନ୍ତ ଚାରୀ ଅବଲମ୍ବନ କରି ସାରିବା ପରେ ହସ୍ତଦ୍ୱୟକୁ ଆକ୍ଷିପ୍ତ-ତଳକୁ ନିକ୍ଷିପ୍ତ କରିବାକୁ କ୍ରାନ୍ତକ କୁହାଯାଏ ।

୫୨. କୁଞ୍ଚିତ
ଆଦ୍ୟଃ ପାଦୋ ନତଃ କାର୍ଯ୍ୟଃ ସବ୍ୟହସ୍ତଶ୍ଚ କୁଞ୍ଚିତଃ
ଉତ୍ତାନୋ ବାମପାଶ୍ୱର୍ସ୍ଥସ୍ତକୁଞ୍ଚିତ ମୁଦ୍ରାହୃତମ୍ ।ା

ଏହାର ଆରମ୍ଭରେ ପାଦକୁ ନତ କରି ଏବଂ ବାମ ହସ୍ତକୁ କୁଞ୍ଚିତ କରି ଗୋଇଠିକୁ ବାମପାଶ୍ୱର୍ରେ ସ୍ଥାପିତ କଲେ ତାହାକୁ କୁଞ୍ଚିତ କୁହାଯାଏ ।

୫୩. ଚକ୍ରମଣ୍ଡଳ
ପ୍ରଲମ୍ବିତାଭ୍ୟାଂ ବାହୁଭ୍ୟାଂ ଯତ୍‌ଗାତ୍ରେଣାନ ତେନ ଚ
ଅଭ୍ୟନ୍ତରାପବିଦ୍ଧଂ ସ୍ୟାତ୍ତଜ୍‌ଜେ୍ଞୟଂ ଚକ୍ରମଣ୍ଡଳମ୍ ।ା

ବାହୁଦ୍ୱୟକୁ ପ୍ରଲମ୍ବିତ କରି ଶରୀରକୁ ଅବନତ କରି ବା ଭାଙ୍ଗି ଦୁଇ ଗୋଡ ମଝିରେ ହସ୍ତରେ ଅପବିଦ୍ଧ ଚାରୀ କରିବା ଦ୍ୱାରା ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ଚକ୍ରମଣ୍ଡଳ କୁହାଯାଏ ।

୫୪. ଉରୋମଣ୍ଡଳ
ସ୍ୱସ୍ତିକାପସୃତୌ ପାଦାପବିଦ୍ଧକ୍ରମୌ ଯଦା
ଉରୋମଣ୍ଡଳକୋ ହସ୍ତ ଉରୋମଣ୍ଡଳକଂ ତୁ ତତ୍ ।ା

ଯେଉଁ କରଣରେ ପାଦରେ ସ୍ୱସ୍ତିକ ଭଙ୍ଗୀ କରିବା ପରେ ପାଦକୁ ଅପସାରିତ କରିବା ସହ ଅପବିଦ୍ଧ ଚାରୀ ଅବଲମ୍ବନ କରି ହସ୍ତଦ୍ୱୟକୁ ବକ୍ଷଦେଶରେ ସ୍ଥାପନ କରାଯିବ ତାହାକୁ ଉରୋମଣ୍ଡଳ କୁହାଯାଏ ।

୫୫. ଆକ୍ଷିପ୍ତ
ଆକ୍ଷିପ୍ତଂ ହସ୍ତପାଦଂ ଚ କ୍ରିୟତେ ଯତ୍ର ବେଗତଃ
ଆକ୍ଷିପ୍ତଂ ନାମ କରଣଂ ବିଜେ୍ଞୟଂ ତଦ୍ଦ୍ୱିଜୋତ୍ତମାଃ ।ା

ଯେଉଁ କରଣରେ ହସ୍ତ ଓ ପାଦ ଦ୍ୱୟ ଦ୍ର୍ରୁତ ବେଗରେ ବିକ୍ଷିପ୍ତ ହୁଏ ତାହାକୁ ଆକ୍ଷିପ୍ତ କୁହାଯାଏ ।

୫୬. ତଳବିଳାସିତ
ଉର୍ଦ୍ଧ୍ୱଙ୍ଗୁଳିତଳଃ ପାଦଃ ପାଶ୍ୱେର୍ନୋର୍ଦ୍ଧ୍ୱଂ ପ୍ରସାରିତଃ
ପ୍ରକୁର୍ଯ୍ୟାଦଞ୍ଚିତଳୌ ହସ୍ତୌ ତଳବିଳାସିତେ ।ା

ଯେଉଁ କରଣରେ ପାଦ ଓ ଅଙ୍ଗୁଷ୍ଠି ଚିତ୍ ହୋଇ ରହିବା ସହ ପାଶ୍ୱର୍ଭାଗରୁ ଉପରକୁ ଉଠିବ ତାହାକୁ ତଳବିଳାସିତ କୁହାଯାଏ ।

୫୭. ଅର୍ଗଳ
ପୃଷ୍ଠତଃ ପ୍ରସୂତଃ ପାଦୋ ଦୌ ତାଳାମର୍ଦ୍ଧମେବଚ
ତସ୍ୟ ଚୈବାନୁ ଗୋହସ୍ତଃ ପୁରତସ୍ତ୍ୱର୍ଗଳଂ ତୁ ତତ୍ ।ା

ଗୋଟିଏ ପାଦକୁ ପଛଆଡକୁ ଅଢାଇ ତାଳ ପର୍ଯ୍ୟନ୍ତ ପ୍ରସାରିତ କରି ହସ୍ତ ପାଦର ଗତି ଅନୂସାରେ ଚାଳନା କରିବାକୁ ଅର୍ଗଳ କୁହାଯାଏ ।

୫୮. ବିକ୍ଷିପ୍ତ
ବିକ୍ଷିପ୍ତଂ ହସ୍ତପାଦଂ ଚ ପୁରତଃ ପାଶ୍ୱର୍ତୋଽଥବା
ଏକମାର୍ଗଗତଂ ଯତ୍ର ତଦ୍‌ଦ୍ୱିକ୍ଷିପ୍ତମୁଦାହୃତମ୍ ।ା

ପାଦ ଓ ହସ୍ତ ଦ୍ୱୟକୁ ଏକାଠି ପାଶ୍ୱର୍ ବା ପୃଷ୍ଠ ଆଡକୁ ବିକ୍ଷିପ୍ତ ବା ପ୍ରସାରିତ କଲେ ତାହାକୁ ବିକ୍ଷିପ୍ତ କରଣ କୁହାଯାଏ ।

୫୯. ଆବର୍ତ୍ତ
ପ୍ରସାର୍ଯ୍ୟ କୁଞ୍ଚିତଂ ପାଦଂ ପୁନରାବର୍ତ୍ତୟେଦ୍ଦ୍ରୁତମ୍‌
ପ୍ରୟୋଗବଶଗୌ ହସ୍ତୌ ତଦାବର୍ତ୍ତମୁଦାହୃତମ୍ ।ା

ପାଦକୁ କୁଞ୍ଚିତ କରି ଅର୍ଥାତ୍ ଭାଙ୍ଗି ପ୍ରସାରିତ କରିବା ସହ ଘୂର୍ଣ୍ଣନ କଲେ ଏବଂ ତଦନୂସାରେ ହସ୍ତଦ୍ୱୟକୁ ପରିଚାଳିତ କଲେ ତାହାକୁ ଆବର୍ତ୍ତ କରଣ କୁହାଯାଏ ।

୬୦. ଦୋଳାପାଦ
କୁଞ୍ଚିତଂ ପାଦମୁତ୍‌କ୍ଷିପ୍ୟ ପାଶ୍ୱର୍ାତ୍ ପାଶ୍ୱର୍ଂତୁ ଦୋଳୟେତ୍
ପ୍ରୟୋଗବଶଗୋ ହସ୍ତୌ ଦୋଳପାଦଂ ତଦୁଚ୍ୟତେ ।ା

ଆଣ୍ଠୁଠାରୁ ଗୋଡକୁ ଭାଙ୍ଗି ଗୋଟିଏ ପାଶ୍ୱର୍ରୁ ଆର ପାଶ୍ୱର୍କୁ ଆନ୍ଦୋଳିତ କରିବା ସହ ତଦନୂସାରେ ହସ୍ତକୁ ପରିଚାଳିତ କଲେ ତାହାକୁ ଦୋଳାପାଦ କରଣ କୁହାଯାଏ ।

୬୧. ବିବୃତ୍ତ
ଅକ୍ଷିପ୍ତଂ ହସ୍ତପାଦଂ ଚ ତ୍ରିକଂ ଚୈବ ବିବର୍ତ୍ତୟେତ୍
ରେଚିତୌ ଚ ତଥା ହସ୍ତୌ ବିବୃତ୍ତେ କରଣ ଦ୍ୱିଜାଃ ।ା

ହାତ ଓ ପାଦକୁ ଆକ୍ଷିପ୍ତ କରି ତ୍ରିକ ଦେଶକୁ ଅର୍ଥାତ୍ ଅଣ୍ଟାକୁ ଘୁରେଇବା ସହିତ କରଦ୍ୱୟକୁ ରେଚିତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ବିବୃତ୍ତ କୁହାଯାଏ ।

୬୨. ବିନିବୃତ୍ତ
ସୂଚୀବିଦ୍ଧଂ ବିଧାୟାଥ ତ୍ରିକଂ ତୁ ବିନିବର୍ତ୍ତୟେତ୍
କରୌ ଚ ରେଚିତୌ କାର୍ଯୌ ବିନିବୃତ୍ତେ ଦ୍ୱିଜୋତ୍ତମା ।ା

ସୂଚୀବିଦ୍ଧ ଚାରୀ ଅବଲମ୍ବନ ପୂର୍ବକ ତ୍ରିକଦେଶ ଅର୍ଥାତ୍ ଅଣ୍ଟାକୁ ଘୁରେଇବା ସହ କରଦ୍ୱୟକୁ ରେଚିତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ବିନିବୃତ୍ତ କରଣ କୁହାଯାଏ ।

୬୩. ପାଶ୍ୱର୍କ୍ରାନ୍ତ
ପାଶ୍ୱର୍କ୍ରାନ୍ତକ୍ରମଂ କୃତ୍ୱା ପୁରସ୍ତାଦଥ ପାତୟେତ୍
ପ୍ରୟୋଗବଶଗୋ ହସ୍ତୌ ପାଶ୍ୱର୍କ୍ରାନ୍ତଂ ତଦୁଚ୍ୟତେ ।ା

ପାଦରେ ପାଶ୍ୱର୍କ୍ରାନ୍ତ ଚାରୀ ଅବଲମ୍ବନ ପୂର୍ବକ ହସ୍ତକୁ ସମ୍ମୁଖ ଭାଗକୁ ଉତ୍ତେଳିତ କରି ନାଟକିୟ ଶୈଳିରେ ଚାଳିତ କଲେ ତାହାକୁ ପାଶ୍ୱର୍କ୍ରାନ୍ତ କରଣ କୁହାଯାଏ ।

୬୪. ନିଶୁମ୍ଭିତ
ପୃଷ୍ଠତଃ କୁଞ୍ଚିତଃ ପାଦୋ ବକ୍ଷଶ୍ଚୈବ ସମୁନ୍ନତମ୍‌
ତିଳକେ ଚ କରଃ ସ୍ଥାପ୍ୟସ୍ନନ୍ନିଶୁମ୍ଭିତମୁଚ୍ୟତେ ।ା

ପାଦକୁ ପୃ୍‌ଷ୍ଠ ଆଡକୁ କୁଞ୍ଚିତ କରି ବକ୍ଷକୁ ଉନ୍ନତ ଏବଂ ତିଳକ ଭଙ୍ଗୀରେ ହସ୍ତକୁ ସ୍ଥାପିତ କଲେ ହେଉଥିବା କରଣକୁ ନିଶୁମ୍ଭିତ କୁହାଯାଏ ।

୬୫. ବିଦ୍ୱୁଦ୍ଭ୍ରାନ୍ତ
ପୃଷ୍ଠତୋ ବଳିତଂ ପାଦଂ ଶିରୋଘୃଷ୍ଟଂ ପ୍ରସାରୟେତ୍
ହସ୍ତୌ ଚ ମଙ୍ଗଳାବିଦ୍ଧୌ ବିଦ୍ୱୁଦ୍ଭ୍ରାନ୍ତଂ ତଦୁଚ୍ୟତେ ।ା

ପାଦକୁ ଭାଙ୍ଗି ପଛ ଆଡକୁ ବକ୍ରାକାରରେ ଶିରକୁ ସ୍ପର୍ଶ କରିବା ସହ ହସ୍ତଦ୍ୱୟରେ ମଙ୍ଗଳାବିଦ୍ଧ କରିବାକୁ ବିଦ୍ୱୁଦ୍ଭ୍ରାନ୍ତ କୁହାଯାଏ ।

୬୬. ଅତିକ୍ରାନ୍ତ
ଅତିକ୍ରାନ୍ତଂ କ୍ରମଂ କୃତ୍ୱା ପୁରସ୍ତାତ୍ ସଂପ୍ରସାରୟେତ୍‌
ପ୍ରୟୋଗବଶଗୌ ହସ୍ତାବତିକ୍ରାନ୍ତେ ପ୍ରକୀର୍ତ୍ତିତୌ ।ା

ଅତିକ୍ରାନ୍ତ ଚାରୀ ଅବଲମ୍ବନ କରି ହସ୍ତଦ୍ୱୟକୁ ନତ୍ୟୋଚିତ ଭଙ୍ଗୀରେ ସମ୍ମୁଖ ଆଡକୁ ପ୍ରସାରିତ କଲେ ସୃଷ୍ଟି ହେଉଥିବା କରଣକୁ ଅତିକ୍ରାନ୍ତ କୁହାଯାଏ ।

୬୭. ବିବର୍ତ୍ତିତକ
ଆକ୍ଷିପ୍ତଂ ହସ୍ତପାଦଂ ଚ ତ୍ରିକଂ ଚୈବ ବିବର୍ତ୍ତିତମ୍
ପୁନଶ୍ଚ ରେଚୟେଦ୍ଧସ୍ତଂ ବିବର୍ତ୍ତିତକମେବଚ ।ା

ହସ୍ତଦ୍ୱୟ ଓ ପାଦଦ୍ୱୟକୁ ବିକ୍ଷିପ୍ତ କରି ତ୍ରିକକୁ ମଣ୍ଡଳାକାରରେ ବୁଲାଇଲେ ଏବଂ ହସ୍ତକୁ ପୁନଃ ରେଚିତ କଲେ ଯେଉଁ କରଣ ଉତ୍ପନ୍ନ ହୁଏ ତାକୁ ବିବର୍ତ୍ତିତକ କୁହାଯାଏ ।

୬୮. ଗଜକ୍ରୀଡତକ
କର୍ଣ୍ଣେଽଞ୍ଚିତଃ କରୋ ବାମୋ ଲତାହସ୍ତଶ୍ଚ ଦକ୍ଷିଣଃ
ଦୋଳାପାଦସ୍ତଥାଚୈବ ଗଜକ୍ରୀଡତକ ଭବେତ୍ ।

କର୍ଣ୍ଣ ନିକଟରେ ବାମ ହସ୍ତକୁ ଅଞ୍ଚିତ କରି (ବକ୍ର କରି) ଦକ୍ଷିଣ ହସ୍ତରେ ଲତାହସ୍ତ ଭଙ୍ଗୀକୁ ଧାରଣ କଲେ ଏବଂ ତତ୍‌ସହିତ ଦୋଳାପାଦ ଚାରୀ ଅବଲମ୍ବନ କଲେ ଯେଉଁ କରଣ ଉତ୍ପନ୍ନ ହୁଏ ତାକୁ ଗଜକ୍ରୀଡତକ କୁହାଯାଏ ।

୬୯. ତଳସଂସ୍ଫୋଟିତ
ଦ୍ର୍ରୁତମୁତ୍‌କ୍ଷିପ୍ୟ ଚରଣଂ ପୁରସ୍ତାଦଥ ପାଦୟେତ୍‌
ତଳସଂସ୍ଫୋଟିତୌ ହସ୍ତୌ ତଳସଂସ୍ଫୋଟିତେ ସ୍ମ୍ମୃତୌ ।ା

ପାଦକୁ କ୍ଷିପ୍ର ଗତିରେ ଉପରକୁ ଟେକି ସମ୍ମୁଖ ଆଡକୁ ସ୍ଥାପିତ କଲେ ଏବଂ ହସ୍ତଦ୍ୱୟରେ ତଳସଂସ୍ଫୋଟିତ ଭଙ୍ଗୀ ପ୍ରଦର୍ଶନ କଲେଯେଉଁ କରଣ ଉତ୍ପନ୍ନ ହୁଏ ତାକୁ ତଳସଂସ୍ଫୋଟିତ କୁହାଯାଏ ।

୭୦. ଗରୁଡପ୍ଲୁତକ
ପୃଷ୍ଠ ପ୍ରସାରିତ ପାଦଃ ଲତାରେଚିତକୌ କରୌ
ସମୁନ୍ନତ ମରୁଶ୍ଚୈବ ଗରୁଡପ୍ଲୁତକ ଭବେତ୍ ।ା

ଗୋଟିଏ ପାଦକୁ ପଛଆଡକୁ ପ୍ରସାରିତ କରି ହସ୍ତଦ୍ୱୟକୁ ଲତାରେଚିତ ଏବଂ ବକ୍ଷକୁ ଉନ୍ନତ କଲେ ଯେଉଁ କରଣ ସୃଷ୍ଟି ହୁଏ ତାକୁ ଗରୁଡପ୍ଲୁତକ କୁହାଯାଏ ।

୭୧. ଗଣ୍ଡସୂଚୀ
ସୂଚୀପାଦୋନ୍ନତଂ ପାଶ୍ୱର୍ମେକୋ ବକ୍ଷଃସ୍ଥିତଃ କରଃ
ଦ୍ୱିତିୟଶ୍ଚାଞ୍ଚିତୋ ଗଣ୍ଡେ ଗଣ୍ଡସୂଚୀ ତଦୁଚ୍ୟତେ ।ା

ପାଦରେ ସୂଚୀ ଚାରୀ ଅବଲମ୍ବନ ପୁର୍ବକ ଗୋଟିଏ ପାଶ୍ୱର୍କୁ ଉପରକୁ ଉଠାଇ ଏବଂ ଗୋଟିଏ ହସ୍ତକୁ ବକ୍ଷରେ ସ୍ଥାପନ କରି ଅପର ହସ୍ତକୁ ବକ୍ର କରି ବକ୍ଷ ଉପରେ ସ୍ଥାପନ କରିବାକୁ ଗଣ୍ଡସୂଚୀ କୁହାଯାଏ ।

୭୨. ପରିବୃତ୍ତ
ଉର୍ଦ୍ଧ୍ୱାପବେଷ୍ଟିତୌ ହସ୍ତୌ ସୂଚୀପାଦୋ ବିବର୍ତ୍ତିତଃ
ପରିବୃତ୍ତତ୍ରିକେଞ୍ଚୈବ ପରିବୃତ୍ତଂ ତଦୁଚ୍ୟତେ ।ା

ଅପପେବଷ୍ଟିତ ଭଙ୍ଗୀରେ ହସ୍ତଦ୍ୱୟକୁ ଉପରକୁ ଉଠାଇ ପାଦଦ୍ୱୟ ସୂଚୀ ଭଙ୍ଗୀ ଅବଲମ୍ବନ କରି ତ୍ରିକକୁ ମଣ୍ଡଳାକାରରେ ବୁଲାଇଲେ ଯେଉଁ କରଣ ଉତ୍ପନ୍ନ ହୁଏ ତାକୁ ପରିବୃତ୍ତ କୁହାଯାଏ ।

୭୩. ପାଶ୍ୱର୍ଜାନୁ
ଏକଃ ସମସ୍ଥିତଃ ପାଦ ଊୠପୃଷ୍ଠେ ସ୍ଥିତୋପରଃ
ମୁଷ୍ଟିହସ୍ତଶ୍ଚ ବକ୍ଷଃସ୍ଥଃ ପାଶ୍ୱର୍ଜାନୁ ତଦୁଚ୍ୟତେ ।ା

ଗୋଟିଏ ପାଦକୁ ଉପରକୁ ଉଠାଇ ଅପରକୁ ଊୠ ପାଶ୍ୱର୍ରେ ସ୍ଥାପନ କରିବା ସହ ମୁଷ୍ଟି ହସ୍ତକୁ ବକ୍ଷରେ ସ୍ଥାପନ କରିବାକୁ ପାଶ୍ୱର୍ଜାନୁ କୁହାଯାଏ ।

୭୪. ଗୃଧ୍ରାବଳୀନକ
ପୃଷ୍ଠପ୍ରସାରିତଃ ପାଦଃ କିଞ୍ଚିତଞ୍ଚିତଜାନୁକଃ
ଯତ୍ର ପ୍ରସାରିତୌ ବାହୁ ତତ୍‌ସ୍ୟାଦ୍ ଗୃଧ୍ରାବଳୀନକମ୍ ।ା

ପିଠି ଆଡକୁ ପାଦ ପ୍ରସାରିତ କରି ଜାନୁକୁ ଅଳ୍ପ ବକ୍ର କରିବା ସହ ବାହୁଦ୍ୱୟକୁ ପ୍ରସାରିତ କଲେ ଗୃଧ୍ରାବଳୀନକ କରଣ ସୃଷ୍ଟି ହୁଏ ।

୭୫. ସନ୍ନତ
ଉତ୍‌ପ୍ଳୁତ୍ୟ ଚରଣୌ କାର୍ଯ୍ୟବଗ୍ରତଃ ସ୍ୱସ୍ତିକସ୍ଥିତୌ
ସନ୍ନତୌ ଚ ତଥା ହସ୍ତୌ ସନ୍ନତଂ ତଦୁଦାହୃତମ୍ ।ା

ଯେଉଁ କରଣରେ ଡିଆଁମାରି ପାଦଦ୍ୱୟକୁ ସ୍ୱସ୍ତିକ ଭଙ୍ଗୀରେ ଅଗ୍ରବର୍ତ୍ତି କରାଇ ହସ୍ତଦ୍ୱୟକୁ ସନ୍ନତ ବା ଅବନତ କରି ରଖିଲେ ଯେଉଁ କରଣ ଜାତ ହୁଏ ତାକୁ ସନ୍ନତ କୁହାଯାଏ ।

୭୬. ସୂଚୀ
କୁଞ୍ଚିତଂ ପାଦମୁତ୍‌କ୍ଷିପ୍ୟ କୁର୍ଯ୍ୟାଦଗ୍ରସ୍ଥିତଂ ଭୂବି
ପ୍ରୟୋଗବଶଗୌ ହସ୍ତୌ ତତ୍ ସୂଚୀ ପରିକିର୍ତ୍ତିତମ୍ ।ା

କୁଞ୍ଚିତ ପାଦକୁ ଉପରକୁ ଟେକି ଆଗରେ ଭୂମି ଉପରେ ସ୍ଥାପନ କରିବା ସହ ନୃତ୍ୟୋପଯୋଗୀ ଭଙ୍ଗୀରେ ହସ୍ତଚାଳିତ କଲେ ଯେଉଁ କରଣ ଜାତ ହୁଏ ତାକୁ ସୂଚୀ କୁହାଯାଏ ।

୭୭. ଅର୍ଦ୍ଧସୂଚୀ
ଅଳପଦ୍ମଃ ସ୍ଥିରୋହସ୍ତଃ ସୂଚୀପାଦଶ୍ଚ ଦକ୍ଷିଣଃ
ଯତ୍ରତତ୍ କରଣଂ ଜେ୍ଞୟମର୍ଦ୍ଧସୂଚୀତି ନାମତଃ ।ା

ଗୋଟିଏ ପାଦର ଅଗ୍ରଭାଗରେ ଛିଡାହୋଇ ଶିରୋଦେଶରେ ବା ମଥା ଉପରେ ବାମ ପାଦକୁ ସ୍ଥାପନ କରିବା ସହ ଦକ୍ଷିଣ ପାଦରେ ସୂଚୀ ଚାରୀ ଅବଲମ୍ବନ କଲେ ଯେଉଁ କରଣ ଉତ୍ପନ୍ନ ହୋଇଥାଏ ତାହାକୁ ଅର୍ଦ୍ଧସୂଚୀ କୁହାଯାଏ ।

୭୮. ସୂଚୀବିଦ୍ଧ
ପାଦସୂଚ୍ୟା ଯଦା ପାଦୋ ଦ୍ୱିତିୟସ୍ତୁ ପ୍ରବିଧ୍ୟତେ
କଟିବକ୍ଷଃସ୍ଥିତୌ ହସ୍ତୌ ସୂଚୀବିଦ୍ଧଂ ତଦୁଚ୍ୟତେ ।ା

ଗୋଟିଏ ପାଦରେ ସୂଚୀ ଭଙ୍ଗୀ ଧାରଣ କରି ତଦ୍ଦ୍ୱାରା ଅନ୍ୟ ପାଦକୁ ଯଦି ବିଦ୍ଧ କରାଯାଏ ଏବଂ ଗୋଟିଏ ହସ୍ତକୁ କଟୀ ଦେଶରେ ଓ ଅନ୍ୟଟିକୁ ବକ୍ଷ ଦେଶରେ ସ୍ଥାପନ କରାଯାଏ ତେବେ ତାକୁ ସୂଚୀବିଦ୍ଧ କରଣ କୁହାଯାଏ ।

୭୯. ଅପକ୍ରାନ୍ତ
କୃତ୍ୟୋରୁବଳିତଂ ପାଦମପକ୍ରାନ୍ତକ୍ରମଂ ନ୍ୟସେତ୍‌
ପ୍ରୟୋଗବଶଗୌ ହସ୍ତାବପକ୍ରାନ୍ତଂ ତଦୁଚ୍ୟତେ ।ା

ଊରୁ ବା ଜଙ୍ଘ ସହାୟତାରେ ବଳିତ ଏବଂ ପାଦ ଦ୍ୱାରା ଅପକ୍ରାନ୍ତ ଚାରୀ ଅବଲମ୍ବନ ପୂର୍ବକ ତଦନୂସାରେ ହସ୍ତଦ୍ୱୟକୁ ପରିଚାଳିତ କଲେ ତାହାକୁ ଅପକ୍ରାନ୍ତ କରଣ କୁହାଯାଏ ।

୮୦. ମୟୁରଲଳିତଂ
ବୃଶ୍ଚିକଂ ଚରଣଂ କୃତ୍ୱା ରେଚିତୌ ଚ ତଥା କରୌ
ତଥା ତ୍ରିକଂ ବିବୃତ୍ତଂ ଚ ମୟୁରଲଳିତଂ ଭବେତ୍ ।ା

ବୃଶ୍ଚିକ କରଣ ଅବଲମ୍ବନ ପୂର୍ବକ ହସ୍ତଦ୍ୱୟକୁ ରେଚିତ କରି ଏବଂ ତ୍ରିକକୁ ମଣ୍ଡଳାକାରରେ ଘୁରାଇଲେ ତାକୁ ମୟୁରଲଳିତ କୁହାଯାଏ ।

୮୧. ସର୍ପିତ
ଅଞ୍ଚିତାପସୃତୌ ଶିରଶ୍ଚ ପରିବାହିତମ୍
ରେଚିତୌ ଚ ତଥା ହସ୍ତୌ ତତ୍‌ସର୍ପିତମୁହାହୃତମ୍ ।ା

ପାଦଦ୍ୱୟକୁ ଅଞ୍ଚିତ ସ୍ଥାନରୁ ସଞ୍ଚାଳିତ କରି ମସ୍ତକରେ ପରିବାହିତ ଭଙ୍ଗୀ ଧାରଣ କରି ହସ୍ତଦ୍ୱୟକୁ ରେଚିତ କଲେ ଜାତ ହେଉଥିବା କରଣକୁ ସର୍ପିତ କୁହାଯାଏ ।

୮୨. ଦଣ୍ଡପାଦ
ନୂୂପୁରଂ ଚରଣଂ କୃତ୍ୱା ଦଣ୍ଡପାଦଂ ପ୍ରସାରୟେତ୍‌
କ୍ଷିପ୍ତବିଦ୍ଧକରଂ ଚୈବ ଦଣ୍ଡପାଦଂ ତଦୁଚ୍ୟତେ ।ା

ନୂପୁର ଓ ଦଣ୍ଡପାଦ ଚାରୀ ଅବଲମ୍ବନ କରିସାରି କ୍ଷିପ୍ରଭାବରେ ହସ୍ତରେ ଆବିଦ୍ଧ ଭଙ୍ଗୀ ପ୍ରଦର୍ଶନ କଲେ ସେହି କରଣକୁ ଦଣ୍ଡପାଦ କୁହାଯାଏ ।

୮୩. ହରିଣପ୍ଳୁତ
ଅତିକ୍ରାନ୍ତଂ କ୍ରମଂ କୃତ୍ୱା ସମୁତ୍‌ପ୍ଳୁତ୍ୟ ନିପାତୟେତ୍
ଜଙ୍ଘାଞ୍ଚିତୋପରି କ୍ଷିପ୍ତା ତଦ୍‌ବିଦ୍ୟାଦ୍ଧରିଣପ୍ଳୁତମ୍ ।ା

ଅତିକ୍ରାନ୍ତ ଚାରୀ ଅବଲମ୍ବନ କରିବା ପରେ କୁଦାମାରି ଉପରକୁ ଡେଇଁ ତତ୍‌ପରେ ସ୍ଥିର ହୋଇ ଗୋଟିଏ ଜଙ୍ଘକୁ ବକ୍ର କରି କ୍ଷିପ୍ତ କଲେ ତାହାକୁ ହରିଣପ୍ଳୁତ କରଣ କୁହାଯାଏ ।

୮୪. ପ୍ରଙ୍ଖୋଳିତ
ଦୋଳାପାଦ କ୍ରମଂ କୃତ୍ୱା ସମୁତ୍‌ପ୍ଳୁତ୍ୟ ନିପାତୟେତ
ପରିବୃତ୍ତଂ ତ୍ରିକଂ ଚୈତତ୍ ପ୍ରଙ୍ଖୋଳିତକମୁଚ୍ୟତେ ।ା

ଦୋଳାପାଦ ଚାରୀ ପ୍ରଦର୍ଶନ କରି ଡିଆଁ ମାରି ପୁଣି ତ୍ରିକଦେଶକୁ ମଣ୍ଡଳାକାରରେ ବୁଲାଇଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ପ୍ରଙ୍ଖୋଳିତ କରଣ କୁହାଯାଏ ।

୮୫. ନିତମ୍ବ
ଭୂଜବୂର୍ଦ୍ଧ୍ୱ ବିନିଷ୍କ୍ରାନ୍ତୌ ହସ୍ତୌ ଚାଭିମୁଖାଙ୍ଗୁଳିଃ
ବଦ୍ଧାଚାରୀ ତଥା ଚୈବ ନିତମ୍ବେ କରଣେ ଭବେତ୍ ।ା

ବାହୁଦ୍ୱୟକୁ ଉତ୍‌କ୍ଷିପ୍ତ କରି ଅଙ୍ଗୁଷ୍ଠିମାନଙ୍କୁ ଶରୀରଭିମୁଖି କରି ବଦ୍ଧାଚାରୀ ଗତି କରାଇଲେ ତାହାକୁ ନିତମ୍ବ କୁହାଯାଏ ।

୮୬. ସ୍ଖଳିତ
ଦୋଳାପାଦ କ୍ରମଂ କୃତ୍ୱା ହସ୍ତୌ ତଦନୂଗାବୁଭୌ
ରେଚିତୌ ଘୁର୍ଣ୍ଣିତୌ ବାପି ସ୍ଖଳିତଂ କରଣଂ ନ୍ୟସେତ୍ ।ା

ଦୋଳାପାଦ ଚାରୀ ଅବଲମ୍ବନ କରି ହସ୍ତଦ୍ୱୟକୁ ରେଚିତ କରି କିମ୍ବା ଘୁର୍ଣ୍ଣନ କରି ପରସ୍ପରର ଗତି ସହିତ ସାମଞ୍ଜସ୍ୟ ରକ୍ଷାକଲେ ତାକୁ ସ୍ଖଳିତ କରଣ କୁହାଯାଏ ।
୮୭. କରୀହସ୍ତକ
ବାମୋ ବକ୍ଷଃସ୍ଥିତୋ ହସ୍ତଃ ପ୍ରୋଦ୍‌ବେଷ୍ଟିତତଳୋଽପରଃ
ଅଞ୍ଚିତଶ୍ଚରଶ୍ଚୈବ ପ୍ରୟୋଜ୍ୟଃ କରୀହସ୍ତକଃ ।ା

ବାମ ହସ୍ତକୁ ବକ୍ଷଦେଶରେ ସ୍ଥାପିତ କରି ଦକ୍ଷିଣ ହସ୍ତର ପାପୁଲିରେ ପ୍ରୋଦ୍‌ବେଷ୍ଟିତ ଏବଂ ପାଦ ଦ୍ୱୟରେ ଅଞ୍ଚିତ ଭଙ୍ଗୀ ଅବଲମ୍ବନ କଲେ ଯେଉଁ କରଣ ସୃଷ୍ଟି ହେବ ତାହାକୁ କରୀହସ୍ତକ କୁହାଯିବ ।

୮୮. ପ୍ରସର୍ପିତକ
ଏକସ୍ତୁ ରେଚିତୋ ହସ୍ତୋ ଲତାଖ୍ୟସ୍ତୁ ତଥାଽପରଃ
ପ୍ରସର୍ପିତ ତଳୌ ପାଦୌ ପ୍ରସର୍ପିତକମେବ ତତ୍ ।ା

ଗୋଟିଏ ହସ୍ତକୁ ରେଚିତ ଓ ଅନ୍ୟ ହସ୍ତକୁ ଲତା ଭଙ୍ଗୀରେ ରଖି ତଳିପାକୁ ଭୂମିରେ ପ୍ରସର୍ପିତ କଲେ ତାହାକୁ ପ୍ରସର୍ପିତକ କୁହାଯାଏ ।

୮୯. ସିଂହବିକ୍ରୀଡିତ
ଅଲାତଂ ଚ କରଂ କୃତ୍ୱା ଦ୍ୱିତିୟଂ ଚ ଦ୍ର୍ରୁତକ୍ରମମ୍‌
ହସ୍ତୌ ପାଦାନୁଗୌ ଚାପି ସିଂହବିକ୍ରୀଡିତେ ସ୍ମ୍ମୃତୌ ।ା

ପ୍ରଥମେ ଅଲାତ ଚାରୀ ଏବଂ ତାପରେ ଦ୍ର୍ରୁତଚାରୀ ଅବଲମ୍ବନ କରି ହସ୍ତଦ୍ୱୟକୁ ପାଦର ଗତି ଅନୂସାରେ ପରିଚାଳିତ କଲେ ତାହାକୁ ସିଂହବିକ୍ରୀଡିତ କରଣ କୁହାଯାଏ ।

୯୦. ସିଂହକର୍ଷିତ
ପୃଷ୍ଠପ୍ରସାରିତଃ ପାଦସ୍ତଥା ହସ୍ତୌ ନିକୁଞ୍ଚିତୌ
ପୁନସ୍ତଥୈବ କର୍ତ୍ତବୌ ସିଂହକର୍ଷିତେ ଦ୍ୱିଜାଃ ।ା

ଗୋଟିଏ ପାଦ ପୃଷ୍ଠ ବା ପିଠି ଆଡକୁ ପ୍ରସାରିତ କରି ହସ୍ତକୁ କୁଞ୍ଚିତ ଓ ବାରମ୍ବାର ଆବର୍ତ୍ତିତ କଲେ ତାହାକୁ ସିଂହକର୍ଷିତ କରଣ କୁହାଯାଏ ।

୯୧. ଉଦ୍‌ବୃତ୍ତ
ଆକ୍ଷିପ୍ତହସ୍ତମାକ୍ଷିପ୍ତ ପାଦମାକ୍ଷିପ୍ତ-ଦେହକମ୍
ଉଦ୍‌ବୃତ୍ତମାତ୍ରମିତ୍ୟେତ ଦୁତ୍‌ତ୍ୱୃତ୍ତଂ କରଣଂ ସ୍ମ୍ମୃତମ୍ ।ା

ହସ୍ତ ଓ ପାଦ ଦେହକୁ ଛିଞ୍ଚାଡିଲା ପରି କରି ଗତି କଲେ ତାକୁ ଉଦ୍‌ଦ୍ୱୃତ୍ତ କରଣ କୁହାଯାଏ ।

୯୨. ଉପସୃତକ
ଆକ୍ଷିପ୍ତଚରଣଶ୍ଚୈକା ହସ୍ତସ୍ୟୈବ ବଶାନୁଗଃ
ଆନତଂ ଚ ତଥା ଗାତ୍ରଂ ତଥୋପସୃତକଂ ଭବେତ୍ ।ା

ପାଦକୁ ଆକ୍ଷପ୍ତ କରି ଚାରୀ ଗତି ଅନୂସାରେ ହସ୍ତକୁ ଚାଳିତ କରିବା ସହ ଶରୀରକୁ ଅଳ୍ପ ନତ କରିବା ଦ୍ୱାରା ଯେଉଁ କରଣ ସୃଷ୍ଟି ହୁଏ ତାକୁ ଉପସୃତକ କୁହାଯାଏ ।

୯୩. ତଳସଂଘଟ୍ଟିତ
ଦୋଳାପାଦକ୍ରମଂ କୃତ୍ୱା ତଳସଂଘଟ୍ଟିତୌ କରୌ
ରେଚୟେଚ୍ଚ କରଂ ବାମଂ ତଳସଂଘଟ୍ଟିତେ ସଦା ।ା

ଦୋଳପାଦ ଚାରୀ ଅବଲମ୍ବନ ପୂର୍ବକ କରତଳରେ ତାଳିମାରି ବାମ ହସ୍ତକୁ ରେଚିତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାକୁ ତଳସଂଘଟ୍ଟିତ କୁହାଯାଏ ।

୯୪. ଜନିତ
ଏକୋ ବକ୍ଷଃସ୍ଥିତୋ ହସ୍ତୋ ଦ୍ୱିତିୟଶ୍ଚ ପ୍ରଳମ୍ବିତଃ
ତଳାଗ୍ରସଂସ୍ଥିତଃ ପାଦୋ ଜନିତେ କରଣେ ଭବେତ୍ ।ା

ଗୋଟିଏ ହସ୍ତକୁ ବକ୍ଷଦେଶରେ ସ୍ଥାପନ କରି ଅପର ହସ୍ତଟିକୁ ଲମ୍ବିତ କରି ଗୋଟିଏ ପାଦକୁ ଲତାଗ୍ର ଭଙ୍ଗୀରେ ରଖିଲେ ତାହାକୁ ଜନିତ କରଣ କୁହାଯାଏ ।

୯୫. ଅବହିତ୍ଥକ
ଜନିତଂ କରଣଂ କୃତ୍ୱା ହସ୍ତୌ ଚାଭିମୁଖାଙ୍ଗୁଳିଃ
ଶନୈର୍ନିପତିତୌ ଚୈବ ଜେ୍ଞୟଂ ତଦ୍‌ବହିତ୍ଥକମ୍ ।ା
ଜନିତ କରଣ କରିସାରି ଅଙ୍ଗୁଳି ପ୍ରସାରଣ ପୂର୍ବକ ହସ୍ତକୁ ଟେକି ପୁଣି ଧିରେ ଧିରେ ଅବନତ କଲେ ସେହି କରଣକୁ ଅବହିତ୍ଥକ କୁହାଯାଏ ।

୯୬. ନିବେଶ
କର ବକ୍ଷଃସ୍ଥିତୌ କାର୍ଯ୍ୟାବୁରୋ ନିର୍ଭୁଗ୍ନମେବ ଚ
ମଣ୍ଡଳଂ ସ୍ଥାନକଂ ଚୈବ ନିବେଶ କରଣଂ ତୁ ତତ୍ ।ା

ହସ୍ତଦ୍ୱୟକୁ ବକ୍ଷଦେଶରେ ସ୍ଥାପନ କରି ନିର୍ଭୁଗ୍ନ କରି ବା ମୋଡ଼ି ମଣ୍ଡଳ ସ୍ଥାନକରେ ଅବସ୍ଥିତ ହେଲେ ଯେଉଁ କରଣ ସୃଷ୍ଟି ହୁଏ ତାକୁ ନିବେଶ କୁହାଯାଏ ।

୯୭. ଏଳକାକ୍ରୀଡ଼ିତ
ତଳସଞ୍ଚରପାଦାଭ୍ୟାମୁତ୍‌ପ୍ଳୁତ୍ୟ ପତନଂ ତୁ ଯତ୍‌
ସନ୍ନତଂ ବଳିତଂଗାତ୍ରମେଳକାକ୍ରୀଡ଼ିତଂ ତୁ ତତ୍ ।ା

ପାଦଦ୍ୱୟ ସହାୟତାରେ ତଳସଂଚାର ଗତିକରି ଉପରକୁ ଡେଇଁ ଶରୀରକୁ ସନ୍ନତ ଓ ବଳିତ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ଏଳକାକ୍ରୀଡ଼ିତ କରଣ କୁହାଯାଏ ।

୯୮. ଉୠଦ୍‌ବୃତ୍ତ
କରୌମାବୃତ୍ତକରଣମୂରୁପୃଷ୍ଠେଽଞ୍ଚିତଂ ନ୍ୟସେତ୍
ଜଙ୍ଘାଞ୍ଚିତା ତଥୋଦ୍‌ବୃତ୍ତା ତଦୁରୁବୃତ୍ତମୁଚ୍ୟତେ ।ା

ହସ୍ତଦ୍ୱୟକୁ ଆବୃତ୍ତ କରି ବକ୍ରାକାରରେ ଊରୁ ଉପରେ ନ୍ୟସ୍ତ କରିବା ସହ ଜଙ୍ଘକୁ ବକ୍ର ଓ ଉଦ୍‌ଦ୍ୱର୍ତ୍ତିତ କଲେ ଯେଉଁ କରଣ ସୃଷ୍ଟି ହୁଏ ତାକୁ ଉୠଦ୍‌ବୃତ୍ତ କୁହାଯାଏ ।

୯୯. ମଦସ୍ଖଳିତକ
କରୌ ପ୍ରଲମ୍ବିତୌ କାର୍ଯୌ ଶିରଶ୍ଚ ପରିବାହିତମ୍‌
ପାଦୌ ଚ ବଳିତାବିଦ୍ଧୌ ମଦସ୍ଖଳିତକେ ଦ୍ୱିଜାଃ ।ା

ହସ୍ତଦ୍ୱୟକୁ ଲମ୍ବିତ କରି ଶିରକୁ ପରିବାହିତ କରିବା ସହ ପାଦଦ୍ୱୟରେ ବଳିତ ଓ ଆବିଦ୍ଧ ଚାରୀ ଅବଲମ୍ବନ କଲେ ତାହାକୁ ମଦସ୍ଖଳିତକ କୁହାଯାଏ ।

୧୦୦. ବିଷ୍ଣୁକ୍ରାନ୍ତ
ପୁରଃ ପ୍ରସାରିତଃ ପାଦଃ କୁଞ୍ଚିତୋ ଗମନୋନୁ୍ମଖଃ
କରୌ ଚ ରେଚିତୌ ଯତ୍ର ବିଷ୍ଣୁକ୍ରାନ୍ତଂ ତଦୁଚ୍ୟତେ ।ା

ଗୋଟିଏ ପାଦକୁ ସମ୍ମୁଖ ଆଡ଼କୁ ପ୍ରସାରିତ କରି ଗମନୋନ୍ମୁଖ ଭଙ୍ଗୀରେ ସ୍ଥିତ ହୋଇ ଉୠ ଉପରେ ସ୍ଥାପିତ ହେଲେ ତାହାକୁ ବିଷ୍ଣୁକ୍ରାନ୍ତ କରଣ କୁହାଯାଏ ।

୧୦୧. ସମ୍ଭ୍ରାନ୍ତ
କରମାବର୍ତ୍ତିତଂ କୃତ୍ୱା ହ୍ୟୁରପୃଷ୍ଠେ ନିକୁଞ୍ଚୟେତ୍‌
ଉୠଶ୍ଚୈବ ତଥା ବିଦ୍ଧଃ ସମ୍ଭ୍ରାନ୍ତଂ କରଣଂ ତୁ ତତ୍ ।ା

ଆବର୍ତ୍ତିତ ହସ୍ତକୁ ଉୠ ବା ଜଙ୍ଘର ପଛପଟରେ ସ୍ଥାପିତ କରି ଜଙ୍ଘରେ ଆବିଦ୍ଧ ଚାରୀ ଅବଲମ୍ବନ କଲେ ତାହାକୁ ସମ୍ଭ୍ରାନ୍ତ କୁହାଯାଏ ।

୧୦୨. ବିଷ୍କମ୍ଭ
ଅପବିଦ୍ଧଃ କରଃ ସୂଚ୍ୟା ପାଦଶ୍ଚୈବ ନିକୁଟ୍ଟିତଃ
ବକ୍ଷଃସ୍ଥଶ୍ଚ କରୋ ବାମୋ ବିଷ୍କମ୍ଭେ କରଣେ ଭବେତ୍ ।ା

ଦକ୍ଷିଣ ହସ୍ତରେ ଅପବିଦ୍ଧ ଭଙ୍ଗୀ ଧାରଣ କରି ସୂଚୀ ଭଙ୍ଗୀ ଧାରଣ କରିଥିବା ପାଦରେ ଭୂମିକୁ ବାରମ୍ବାର ପ୍ରହାର କରି ବକ୍ଷଦେଶରେ ବାମହସ୍ତକୁ ସ୍ଥାପନ କଲେ ତାହାକୁ ବିଷ୍କମ୍ଭ କୁହାଯାଏ ।

୧୦୩. ଉଦ୍‌ଘଟ୍ଟିତ
ପାଦାବୁଦ୍‌ଘଟ୍ଟିତୌ କାର୍ଯୌ ତଳସଂଘଟ୍ଟିତୌ କରୌ
ନିତମ୍ବପାଶ୍ୱେର୍ କର୍ତ୍ତବ୍ୟୌ ବୁଧୈରୁଦ୍‌ଘଟ୍ଟିତୌ ସଦା ।ା

ପାଦଦ୍ୱୟରେ ଉଦ୍‌ଘଟ୍ଟିତ ଚାରୀ ଅବଲମ୍ବନ କରିବା ସହ ହସ୍ତ ଦ୍ୱୟକୁ ତଳସଂଘଟ୍ଟିତ ଭଙ୍ଗୀରେ ଦୁଇ ପାଶ୍ୱର୍ରେ ସ୍ଥାପନ କଲେ ତାକୁ ଉଦ୍‌ଘଟ୍ଟିତ କୁହାଯାଏ ।

୧୦୪. ବୃଷଭକ୍ରୀଡ଼ିତ
ପ୍ରଯୁଜ୍ୟାଲ୍ଲାତକଂ ପୂର୍ବଂ ହସ୍ତୌ ଦ୍ୱାବପି ରେଚିତୌ
କୁଞ୍ଚିତାବଞ୍ଚିତୌ ଚୈବ ବୃଷଭକ୍ରୀଡ଼ିତେ ସଦା ।ା

ଅଲାତ ଚାରୀ ଅବଲମ୍ବନ ପୁର୍ବକ ହସ୍ତ ଦ୍ୱୟକୁ ରେଚିତ କରିବା ପରେ ସେ ଦୁହିିଁଁଙ୍କୁ କୁଞ୍ଚିତ ଓ ଅଞ୍ଚିତ କରିବାକୁବୃଷଭକ୍ରୀଡ଼ିତ କୁହାଯାଏ ।

୧୦୫. ଲୋଳିତ
ରେଚିତାବଞ୍ଚିତୌ ହସ୍ତୌ ଲୋଳିତଂ ବର୍ତ୍ତିତଂ ଶିରଃ
ଉଭୟୋଃ ପାଶ୍ୱର‌୍ୟୋର୍ଯତ୍ର ତଲ୍ଲୋଳିତମୁଦାହୃତମ୍ ।ା

ହସ୍ତ ଦ୍ୱୟକୁ ଦୁଇ ପାଶ୍ୱର୍ରେ ରେଚିତ ଓ ଅଞ୍ଚିତ କରି ମସ୍ତକକୁ ଲୋଳିତ ଓ ବର୍ତ୍ତିତ ଭଙ୍ଗୀରେ ଚାଳିତ କଲେ ତାହାକୁ ଲୋଳିତ କୁହାଯାଏ ।

୧୦୬. ନାଗାପସର୍ପିତ
ସ୍ୱସ୍ତିକାପସୃତୌ ପାଦୌ ଶିରଶ୍ଚ ପରିବାହିତମ୍‌
ରେଚିତୌ ଚ ତଥା ହସ୍ତୌ ସ୍ୟାତାଂ ନାଗାପସର୍ପିତେ ।ା

ସ୍ୱସ୍ତିକ ଭଙ୍ଗୀରେ ପାଦଦ୍ୱୟକୁ ଅପସାରିତ କରି ହସ୍ତ ଦ୍ୱୟକୁ ରେଚିତ କରି ଶିରକୁ ପରିବାହିତ କଲେ ତାକୁ ନାଗାପସର୍ପିତ କୁହାଯାଏ ।

୧୦୭. ଶକଟାସ୍ୟ
ନିଷର୍ଣ୍ଣାଙ୍ଗସ୍ତୁ ଚରଣଂ ପ୍ରସାର୍ଯ୍ୟ ତଳସଞ୍ଚରଣମ୍
ଉଦ୍‌ବାହିତମୁରଃ କୃତ୍‌୍ୱା ଶକଟାସ୍ୟଂ ପ୍ରୟୋଜୟେତ୍ ।ା

ନିଷର୍ଣ୍ଣାଙ୍ଗ ହୋଇ ବା ବସିପଡ଼ି ତଳସଞ୍ଚାର ଭଙ୍ଗୀରେ ଅଗ୍ରସର ହୋଇ ବକ୍ଷକୁ ଉଦ୍‌ବାହିତ କଲେ ତାକୁ ଶକଟାସ୍ୟ କରଣ କୁହାଯାଏ ।

୧୦୮. ଗଙ୍ଗାବତରଣ
ଉର୍ଦ୍ଧ୍ୱାଙ୍ଗୁଳିତଳଃ ପାଦସ୍ତ୍ରିପତାକାବଧୋମୁଖୌ
ହସ୍ତୌ ଶିରଃ ସନ୍ନତଂ ଚ ଗଙ୍ଗାବତରଣଂ ଚ ତତ୍ ।

ଅଙ୍ଗୁଷ୍ଠି ସହିତ ଗୋଟିଏ ପାଦ ତଳକୁ ଉର୍ଦ୍ଧ୍ୱମୁଖ କରି ତ୍ରିପତାକ ହସ୍ତକୁ ତଳମୁହାଁ କରି ମସ୍ତକକୁ ସନ୍ନତ କଲେ ତାହାକୁ ଗଙ୍ଗାବତରଣ କୁହାଯାଏ ।

(ନାଟ୍ୟଶାସ୍ତ୍ର, ମୂ.ର. ଭରତ ମୁନି, ଭାଷାନ୍ତର – ଆଚାର୍ଯ୍ୟ ବାନାମ୍ବର, ଓଡ଼ିଶା ସାହିତ୍ୟ ଏକାଡେମି, ଭୂବନେଶ୍ୱର, ଓଡ଼ିଶା )

ଏହିଭଳି ଭାବରେ ନାଟ୍ୟକୋବିଦ ଭରତ ମୁନି ତାଙ୍କର ପୁତ୍ରମାନଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶହେ ଆଠ କରଣ ସମ୍ବନ୍ଧରେ ସୂଚନା ଦେଇସାରିବା ପରେ ପୁଣି ସମସ୍ତ ଅଙ୍ଗହାର ବିଷୟରେ କହିବା ଆରମ୍ଭ କଲେ ।

୧. ସ୍ଥିରହସ୍ତ
ପ୍ରସାର୍ଯ୍ୟୋତ୍‌କ୍ଷିପ୍ୟଚ କରୌ ସମପାଦଂ ପ୍ରୟୋଜୟେତ୍‌
ବ୍ୟଂସିତାପସୃତଂ ସବ୍ୟମୁର୍ଦ୍ଧଂ ହସ୍ତଂ ପ୍ରସାରୟେତ୍ ।ା
ପ୍ରତ୍ୟାଳିତଂ ତତଃ କୃତ୍ୱା ତଥୈବଚ ନକୁଟ୍ଟକମ୍‌
ଉୠଦ୍‌ଦ୍ୱୃତ୍ତଂ ତତଃ କୁର୍ଯ୍ୟାଦାକ୍ଷିପ୍ତଂ ସ୍ୱସ୍ତିକଂ ତତଃ ।ା
ସ୍ଥିରହସ୍ତୋ ଭବଦେଷ ତ୍ୱଙ୍ଗହାରୋ ହରିପ୍ରିୟଃ ।

ବାହୁଦ୍ୱୟକୁ ପ୍ରସାରିତ କରି ଉର୍ଦ୍ଧ୍ୱକୁ କ୍ଷିପ୍ତ କରିବ । ସମପାଦ ସ୍ଥାନ ଅବଲମ୍ବନ ପୂର୍ବକ ବାମହସ୍ତକୁ କାନ୍ଧ ସଳଖରେ ପ୍ରସାରିତ କରିବ । ତତ୍ପରେ ନିକୁଟ୍ଟିତ, ଉରୁବୃତ୍ତ, ଆକ୍ଷିପ୍ତ, ସ୍ୱସ୍ତିକ, ନିତମ୍ବ, କରିହସ୍ତ, କଟିଛିନ୍ନ ଭଳି କରଣ ମାନଙ୍କୁ ପ୍ରୟୋଗ କରିବା ଦ୍ୱାରା ଯେଉଁ ଅ୍‌ଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ସ୍ଥିରହସ୍ତ କୁହାଯାଏ ।

୨.
ତଳପୁଷ୍ପାପବିଦ୍ଧେ ଦ୍ୱେ ବର୍ତ୍ତିତଂ ସନ୍ନିକୁଟମ୍‌
ପ୍ରତ୍ୟାଳୀତଂ ତତଃ କୃତ୍ୱା ତଥୈବଚ ନିକୁଟ୍ଟକମ୍‌
ଉରୁଦ୍‌ବୃତ୍ତଂ ତଥାକ୍ଷିପ୍ତମୁରୋମଣ୍ଡଳକଂ ତଥା
ନିତମ୍ବଂ କରିହସ୍ତଂ ଚ କଟିଛିନ୍ନଂ ତଥୈବ ଚ
ଏଷ ପର୍ଯ୍ୟସ୍ତକୋ ନାମ ହ୍ୟଙ୍ଗହାରୋ ହରୋଦ୍ଭବଃ ।ା

ତଳପୁଷ୍ପପୁଟ, ଅପବିଦ୍ଧ, ବର୍ତ୍ତିତ ଭଳି କରଣ ମାନଙ୍କୁ ଅବଲମ୍ବନ କରି ପ୍ରତ୍ୟାଳିତ ସ୍ଥାନରେ ଅବସ୍ଥିତ ରହି ନିକୁଟ୍ଟନି,ଉରୁ୍‌ଦ୍‌ବୃତ୍ତ, ଆକ୍ଷିପ୍ତ, ଉରୋମଣ୍ଡଳ, ନିତମ୍ବ, କରିହସ୍ତ ଏବଂ କଟିଛିନ୍ନ ଭଳି କରଣ ମାନ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ପର୍ଯ୍ୟସ୍ତକ କୁହାଯାଏ ।

୩. ସୂଚୀବିଦ୍ଧ
ଅଳପଲ୍ଲବ ସୂଚୀଂ ଚ କୃତ୍ୱା ବିକ୍ଷିପ୍ତମେବ ଚ
ଆବର୍ତ୍ତିତଂ ତତଃ କୁର୍ଯ୍ୟାତ୍ତଥୈବଚ ନିକୁଟ୍ଟକମ୍ ।ା
ଉରୁଦ୍‌ବୃତ୍ତଂ ତଥାକ୍ଷିପ୍ତମୁରୋମଣ୍ଡଳକଂ ତଥା
କରିହସ୍ତଂ କଟିଛିନ୍ନଂ ସୂଚୀବିଦ୍ଧ ଭବୋଦୟମ୍ ।ା

ଅଳପଲ୍ଲବ ପ୍ରଦର୍ଶନ କରିସାରି ସୂଚୀମୁଖ, ବିକ୍ଷିପ୍ତ, ଆବର୍ତ୍ତିତ, ନିକୁଟ୍ଟିତ, ଉରୁଦ୍‌ବୃତ୍ତ, ଆକ୍ଷିପ୍ତ, ଉରୋମଣ୍ଡଳ, କରିହସ୍ତ ଏବଂ କଟିଛିନ୍ନ ଭଳି କରଣ ମାନଙ୍କୁ କ୍ରମାନ୍ୱୟରେ ପ୍ରଦର୍ଶନ କଲେ ଯେଉଁ କରଣ ସୃଷ୍ଟି ହୋଇଥାଏ ତାହାକୁ ସୂଚୀବିଦ୍ଧ କୁହାଯାଏ ।

୪. ଅପବିଦ୍ଧ
ଅପବିଦ୍ଧଂ ଚ କରଣଂ ସୂଚୀବିଦ୍ଧଂ ତଥୈବ ଚ
ଉଦ୍‌ଦ୍ୱେଷ୍ଟିତେନ ହସ୍ତେନ ତ୍ରିକଂ ତୁ ପରିବର୍ତ୍ତୟେତ୍ ।ା
ଉରୋମଣ୍ଡଳକୌ ହସ୍ତୌ କଟୀଛିନ୍ନଂ ତଥେବଚ
ଅପବିଦ୍ଧୋଽଙ୍ଗହାରସ୍ତୁ ବିଜେ୍ଞୟସ୍ତତ୍‌ପ୍ରୟୋକ୍ତୃଭିଃ ।ା

ଅପବିଦ୍ଧ ଓ ସୂଚୀବିଦ୍ଧ କରଣ ଅବଲମ୍ବନ କରି ହସ୍ତକୁ ଉଦ୍‌ବେଷ୍ଟିତ ଭଙ୍ଗୀରେ ଏବଂ ତ୍ରିକକୁ ପରିବର୍ତ୍ତିତ କରି ଉରୋମଣ୍ଡଳ ହସ୍ତ ଧାରଣ କରି କଟୀଛିନ୍ନର ପ୍ରୟୋଗ କଲେ ଅପବିଦ୍ଧ ଅଙ୍ଗହାର ସୃଷ୍ଟି ହୁଏ ।

୫. ଆକ୍ଷିପ୍ତକ
କରଣଂ ନୁପୁରଂ କୃତ୍ୱା ବିକ୍ଷିପ୍ତାଲାତକେ ପୁନଃ
ପୁନରାକ୍ଷିପ୍ତକଂ କୁର୍ଯ୍ୟାଦୁରୋମଣ୍ଡଳକଂ ତଥା ।ା
ନିତମ୍ବଃ କରିହସ୍ତଶ୍ଚ କଟିଛିନ୍ନଂ ତଥୈବ ଚ
ଆକ୍ଷିପ୍ତକଃ ସ ବିଜେ୍ଞୟୋହ୍ୟଙ୍ଗହାରଃ ପ୍ରୟୋକ୍ତୃଭିଃ ।ା

ନୂପୁର କରଣ କରିସାରିବା ପରେ ବିକ୍ଷିପ୍ତ ଏବଂ ଅଳାତକ କରିବା ସହ ପୁଣି ଆକ୍ଷିପ୍ତକ, ଉରୋମଣ୍ଡଳ, ନିତମ୍ବ, କରିହସ୍ତ, କଟିଛିନ୍ନ ଭଳି କରଣମାନ ପରିବେଷଣ କରି ସୃଷ୍ଟି କରାଯାଉଥିବା ଅଙ୍ଗହାରକୁ ଆକ୍ଷିପ୍ତକ କୁହାଯାଏ ।

୬. ଉଦ୍‌ଘଟ୍ଟିତ
ଉଦ୍‌ବେଷ୍ଟିତାପବିଦ୍ଧସ୍ତୁ କରଃ ପାଦ ନିକୁଟ୍ଟିତଃ
ପୁନସ୍ତେନୈବ ଯୋଗେନ ବାମପାଶ୍ୱେର୍ ଭବେଦଥ ।ା
ଉରୋମଣ୍ଡଳକୌ ହସ୍ତୌ ନିତମ୍ବଂ କରିହସ୍ତମ୍
କର୍ତ୍ତବ୍ୟଃ ସ କଟିଛେଦୋ ନୃତ୍ତେ ତୁଦ୍‌ଘଟ୍ଟିତେ ବୁଧୈଃ ।ା

ଗୋଟିଏ ପଟରେ ହସ୍ତକୁ ଉଦ୍‌ବେଷ୍ଟିତ ଓ ଅପବିଦ୍ଧ ଭଙ୍ଗୀରେ ଚାଳିତ କରି ସେହି ପଟର ପାଦଦ୍ୱାରା ନିକୁଟ୍ଟିତ ଭଙ୍ଗୀ ପ୍ରଦର୍ଶନ କରିସାରି ତାପରେ ସେହିପରି ଭଙ୍ଗୀରେ ଅପରପାଶ୍ୱର୍ରେ ଅପରହସ୍ତ ଓ ପାଦର ଚାଳନା କରିବା ଏବଂ ଏହାପରେ ହସ୍ତଦ୍ୱୟରେ ଉରୋମଣ୍ଡଳ ଭଙ୍ଗୀ ଅବଲମ୍ବନ କରି ନିତମ୍ବ, କରିହସ୍ତ ଏବଂ କଟିଛେଦ କରଣ ମାନ ପ୍ରଦର୍ଶନ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ଜ୍ଞାନୀମାନେ ଉଦ୍‌ଟ୍ଟିତ କୁହାଯାଏ ।

୭. ବିଷ୍କମ୍ଭ
ପର୍ଯ୍ୟାୟୋଦ୍‌ବେଷ୍ଟିତୌ ହସ୍ତୌ ପାଦୌ ଚୈବ ନିକୁଟ୍ଟିତୌ
ପୁଞ୍ଚିତାବଞ୍ଚିତୌ ଚୈ଼ବ ହ୍ୟୁରୁଦ୍‌ଦ୍ୱୃତ୍ତଂ ତଥୈବ ଚ ।ା
ଚତୁରସ୍ରଂ କରଂ କୃତ୍ୱା ପାଦେନ ଚ ନିକୁଟ୍ଟକମ୍
ଭୁଜଙ୍ଗତ୍ରାସିତଂ ଚୈବ କରଂ ଚୋଦ୍‌ବେଷ୍ଟିତଂ ପୁନଃ ।ା
ପରିଛିନ୍ନଂ ଚ କର୍ତ୍ତବ୍ୟଂ ତ୍ରିକଂ ଭ୍ରମରକେତା ତୁ
କରିହସ୍ତଂ କଟିଛିନ୍ନଂ ବିଷ୍କମ୍ଭଃ ପରିକିର୍ତ୍ତତଃ ।ା

ପର୍ଯ୍ୟାୟକ୍ରମେ ହସ୍ତଦ୍ୱୟରେ ଉଦ୍‌ବେଷ୍ଟିତ ଭଙ୍ଗୀ ଏବଂ ପାଦଦ୍ୱୟରେ ନିକୁଟ୍ଟିତ, କୁଞ୍ଚିତ ଓ ଅଞ୍ଚିତ ଭଙ୍ଗୀ ଅବଲମ୍ବନ କରି ଉରୁଦ୍‌ବୃତ୍ତ ଭଙ୍ଗୀ ପ୍ରଦର୍ଶନ କରିବା ପରେ କରକୁ ଚତୁରସ୍ର କରି ପାଦରେ ନିକୁଟ୍ଟନ କରି ଭୁଜଙ୍ଗତ୍ରାସିତ କରଣ କରାଯାଏ । ତାପରେ ପୁଣି ହସ୍ତକୁ ଉଦ୍‌ବେଷ୍ଟିତ କରି ତ୍ରିକରେ ଭ୍ରମରକ ଭଙ୍ଗୀ ଧାରଣ କରିବା ସହ କରିହସ୍ତ ଓ କଟିଛିନ୍ନ ଭଳି କରଣ ମାନ ପ୍ରଦର୍ଶନ କରି ଯେଉଁ ଅଙ୍ଗହାର ପରିବେଷଣ କରାଯାଏ ତାକୁ ବିଷ୍କମ୍ଭ କୁହାଯାଏ ।

୮. ଅପରାଜିତ
ଦଣ୍ଡପାଦଂ କରଂ ଚୈବ ବିକ୍ଷିପ୍ୟାକ୍ଷିପ୍ୟ ଚୈବ ହି
ବ୍ୟସିତଂ ଚ ବାମହସ୍ତଂ ଚ ସହପାଦେନ ସର୍ପୟେତ୍ ।ା
ଚତୁରସ୍ରଂ କରଂ କୃତ୍ୱା ପାଦେନଚ ନିକୁଟ୍ଟକମ୍‌
ଭୁଜଙ୍ଗତ୍ରାସିତଂ ଚୈବ କରଂ ଚୋଦ୍‌ବେଷ୍ଟିତଂ ପୁନଃ ।ା
ନିକୁଟ୍ଟକଦ୍ୱୟଂ କାର୍ଯ୍ୟମାକ୍ଷିପ୍ତଂ ମଣ୍ଡଳୋରସି
କରିହସ୍ତଃ କଟିଛେଦଃ କର୍ତ୍ତବ୍ୟସ୍ତ୍ୱପରାଜିତେ ।ା

ଦଣ୍ଡପାଦ କରିସାରିବା ପରେ ହସ୍ତଦ୍ୱୟକୁ ବିକ୍ଷିପ୍ତ ଓ ଆକ୍ଷିପ୍ତ ଭଙ୍ଗୀରେ ଚାଳନା କରି ବ୍ୟସିତ କରଣ ଅବଲମ୍ବନ କରିବ । ଏହାପରେ ବାମ ହସ୍ତକୁ ବାମପାଦ ସହିତ ସମଭାବରେ ଚାଳନା କରି ଦୁଇଟି ନିକୁଟ୍ଟକ ପ୍ରୟୋଗ କରିବ । ତାପରେ ଉରୋମଣ୍ଡଳ, କରିହସ୍ତ, କଟିଛେଦ ଭଳି କରଣ ମାନ ପରିବେଷଣ କଲେ ଯେଉଁ ଅଙ୍ଗହାର ସୃଷ୍ଟି ହୁଏ ତାକୁ ଅପରାଜିତ କୁହାଯାଏ ।

୯. ବିଷ୍କମ୍ଭାସୃତ
କୁଟ୍ଟିତଂ କରଣଂ କୃତ୍ୱା ଭୁଜଙ୍ଗତ୍ରାସିତଂ ତଥା
ରେଚିତେନ ତୁ ହସ୍ତେନ ପତାକାଂ ହସ୍ତମାଦିଶେତ୍ ।ା
ଆକ୍ଷିପ୍ତକଂ ପ୍ରଯୁଞ୍ଜିତ ହ୍ୟୁରୋମଣ୍ଡଳକଂ ତଥା
ଲତାଖ୍ୟଂ ସକଟିଛିନ୍ନଂ ବିଷ୍କମ୍ଭାପସୃତେ ଭବେତ୍ ।ା

କୁଟ୍ଟିତ ଓ ଭୁଜଙ୍ଗ କରଣ ଅବଲମ୍ବନ ପୂର୍ବକ ରେଚିତ ହସ୍ତରେ ପତାକାହସ୍ତମୁଦ୍ରା ଧାରଣ କରିବା ସହିତ ଆକ୍ଷିପ୍ତକ, ଉରୋମଣ୍ଡଳ, ଲତା, କଟିଛିନ୍ନ କରଣ ପ୍ରୟୋଗ ଜନିତ ଯେଉଁ ଅଙ୍ଗହାର ସୃଷ୍ଟି ହୁଏ ତାକୁ ବିଷ୍କମ୍ଭାସୃତ କୁହାଯାଏ ।
୧୦. ମତ୍ତକ୍ରିଡ଼ା
ତ୍ରିକଂ ତୁ ବଳିତଂ କୃତ୍ୱାନୂପୁରଂ କରଣଂ ତଥା
ଭୂଜଙ୍ଗତ୍ରାସିତଂ ସବ୍ୟଂ ତଥା ବୈଶାଖ ରେଚିତମ୍ ।ା
ଆକ୍ଷିପ୍ତକଂ ତତଃ କୃତ୍ୱା ପରିଛିନ୍ନଂ ତଥୈବଚ
ବାହ୍ୟଭ୍ରମରକଂ କୁର୍ଯ୍ୟାଦୁରୋମଣ୍ଡଳମେବ ଚ ।ା
ନିତମ୍ବଂ କରିହସ୍ତଂ ଚ କଟିଛେଦଂ ତଥୈବଚ
ମତ୍ତକ୍ରିଡ଼ା ଭବଦେଶ ହ୍ୟଙ୍ଗହାରୋ ହରପ୍ରିୟଃ ।ା

ତ୍ରିକ ସହାୟତାରେ ନୂପୁର କରଣ କରିସାରି ଭୁଜଙ୍ଗତ୍ରାସିତ କରଣ କରିବା ସହ ଦକ୍ଷିଣ ପାଦକୁ ରେଚିତ କରିବ । ତତ୍‌ପରେ ଆକ୍ଷିପ୍ତକ, ପରିଛିନ୍ନ, ବାହ୍ୟଭ୍ରମରକ ଓ ଉରୋମଣ୍ଡଳକ କରଣ ମାନ ପ୍ରୟୋଗ ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାହାକୁ ମତ୍ତକ୍ରିଡ଼ା କୁହାଯାଏ ।

୧୧. ସ୍ୱସ୍ତିକରେଚିତ
ରେଚିତଂ ହସ୍ତପାଦଂ ତୁ କୃତ୍ୱା ବୃଶ୍ଚିକମେବଚ
ପୁନସ୍ତେନୈବ ଯୋଗେନ ବୃଶ୍ଚିକଂ ସଂପ୍ରୟୋଜୟେତ୍ ।ା
ନିକୁଟ୍ଟକଂ ତଥା ଚୈବ ସବ୍ୟାସବ୍ୟକୃତୈ କ୍ରମୈ
ଲତାଖ୍ୟଂ ସକଟିଛେଦଂ ଭବେତ୍ ସ୍ୱସ୍ତିକରେଚିତ ।ା

ହସ୍ତ ଓ ପାଦଦ୍ୱୟକୁ ରେଚିତ କରି ବୃଶ୍ଚିକ କରଣ ଅବଲମ୍ବନ କରିବା ତତ୍ପରେ ଏହି ରୀତିରେ ପୁନର୍ବାର ବୃଶ୍ଚିକ କରଣ ପରିବେଷଣ କରିବା ସହିତ ବାମପାଦରେ କ୍ରମାନ୍ୱୟରେ ନିକୁଟ୍ଟକ, ଲତା ଓ କଟିଛେଦ କରଣ ପ୍ରଦର୍ଶନ କଲେ ତାହାକୁ ସ୍ୱସ୍ତିକରେଚିତ କୁହାଯାଏ ।

୧୨. ପାଶ୍ୱର୍ସ୍ୱସ୍ତିକ
ପାଶ୍ୱେର୍ ତୁ ସ୍ୱସ୍ତିକଂ ବୁଦ୍ଧ୍ୱା କାର୍ଯ୍ୟଂ ତତ୍ର ନିକୁଟ୍ଟକମ୍‌
ଦ୍ୱିତିୟଞ୍ଚୈବ ପାଶ୍ୱର୍ସ୍ୟ ବିଧିଃ ସ୍ୟାଦୟମେବ ହି ।ା
ତତଶ୍ଚ କରମାବର୍ତ୍ତ୍ୟ ହ୍ୟୁରୁପୃଷ୍ଠେ ନିପାତୟେତ୍
ଉରୁଦ୍‌ଦ୍ୱୃତ୍ତଂ ତତଃ କୂର୍ଯ୍ୟାଦକ୍ଷିପ୍ତଂ ପୁନରେବ ହି ।ା
ନିତମ୍ବଂ କରିହସ୍ତଂ ଚ କଟିଛିନ୍ନଂ ତଥୈବ ଚ
ପାଶ୍ୱର୍ସ୍ୱସ୍ତିକ ଇତ୍ୟେଷ ହ୍ୟଙ୍ଗହାର ପ୍ରକୀର୍ତ୍ତିତଃ ।ା

ଉଭୟ ପାଶ୍ୱର୍ରେ ସ୍ୱସ୍ତିକ ଅବଲମ୍ବନ ପୂର୍ବକ ନିକୁଟ୍ଟକ କରି ତାପରେ ହସ୍ତକୁ ଆବର୍ତ୍ତିତ କରି ଉୠ ଉପରେ ସ୍ଥାପନା କରିବା ପରେ ଉୠଦବୃତ୍ତ, ଆକ୍ଷିପ୍ତକ, ନିତମ୍ବ, କରିହସ୍ତ ଓ କଟିଛିନ୍ନ କରଣ ପ୍ରୟୋଗ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାହାକୁ ପାଶ୍ୱର୍ସ୍ୱସ୍ତିକ କୁହାଯାଏ ।

୧୩. ବୃଶ୍ଚିକାପସୃତ
ବୃଶ୍ଚିକଂ କରଣଂ କୃତ୍ୱା ଲତାଖ୍ୟଂ ହସ୍ତମେବ ଚ
ତମେବ ଚ କରଂ ଭୂୟୋ ନାସାଗ୍ରେ ସନ୍ନିବେଶୟେତ୍ ।ା
ତମେବୋଦ୍‌ବେଷ୍ଟିତଂ କୃତ୍ୱା ନିତମ୍ବଂ ପରିବର୍ତ୍ତୟେତ୍
କରିହସ୍ତଂ କଟିଛିନ୍ନଂ ବୃଶ୍ଚିକାପସୃତେ ଭବେତ୍ ।ା

ବୃଶ୍ଚିକ କରଣ ପ୍ରୟୋଗ କରିସାରି ଗୋଟିଏ ହସ୍ତରେ ଲତାଭଙ୍ଗୀ ଅବଲମ୍ବନ କରିବ ତାପରେ ସେହି ହସ୍ତକୁ ନାସାଗ୍ରକୁ ଛୁଆଇଁବ ପୁଣି ସେହି ହସ୍ତକୁ ବୁଲାଇ ଉଦ୍‌ବେଷ୍ଟିତ ଭଙ୍ଗୀ ଧାରଣ କରି ନିତମ୍ବ, କରିହସ୍ତ, କଟିଛେଦ କରଣ ମାନ ପ୍ରୟୋଗ କରିବା ଫଳରେ ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ବୃଶ୍ଚିକାପସୃତ କୁହାଯାଏ ।

୧୪. ଭ୍ରମର
କୃତ୍ୱା ନୂପୁରପାଦଂ ତୁ ତଥାକ୍ଷିପ୍ତକମେବଚ
କଟିଛିନ୍ନଂ ଚ କର୍ତ୍ତବ୍ୟଂ ସୂଚୀବିଦ୍ଧଂ ତଥୈବଚ ।ା
ନିତମ୍ବ କରିହସ୍ତଂ ଚାପ୍ୟୁରୋମଣ୍ଡଳକଂ ତଥା
କଟିଛିନ୍ନଂ ତତଶ୍ଚୈବ ଭ୍ରମରଃ ସ ତୁ ସଜ୍ଞିତଃ ।ା

ନୂପୁର ପାଦ କରିସାରି ଆକ୍ଷିପ୍ତ, କଟିଛିନ୍ନ, ତତ୍ପରେ ସୂଚୀପାଦ, ନିତମ୍ବ, କରିହସ୍ତ, ଉରୋମଣ୍ଡଳକ ଓ କଟିଛିନ୍ନ କରଣ ପ୍ରୟୋଗ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ଭ୍ରମର କୁହାଯାଏ ।

୧୫. ମତ୍ତସ୍ଖଳିତକ
ମତ୍ତଲ୍ଲିକରଣଂ କୃତ୍ୱା କରମାବର୍ତ୍ତ୍ୟ ଦକ୍ଷିଣମ୍‌
କପୋଳସ୍ୟ ପ୍ରଦେଶେ ତୁ କାର୍ଯ୍ୟଂ ସମ୍ୟଙ୍‌ନିକୁଞ୍ଚିତମ୍ ।ା
ଅପବିଦ୍ଧଂ ଦ୍ର୍ରୁତଂ ଚୈ଼ବ ତାଳସଂସ୍ଫୋଟ ସଂଯୁତମ୍
କରିହସ୍ତଂ କଟିଛିନ୍ନଂ ମତ୍ତସ୍ଖଳିତକେ ଭବେତ୍ ।ା

ମତଲ୍ଲି ନାମକ କରଣ କରିସାରି ଦକ୍ଷିଣ ହସ୍ତକୁ ଆବର୍ତ୍ତିତ କରି ଗଣ୍ଡଦେଶରେ ନିକୁଞ୍ଚିତ କରିବ ତତ୍ପରେ ଅପବିଦ୍ଧ, ତଳସଂସ୍ଫୋଟିତ, କରିହସ୍ତ, କଟିଛିନ୍ନ କରଣ ମାନ ପ୍ରୟୋଗ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାହାକୁ ମତ୍ତସ୍ଖଳିତକ କୁହାଯାଏ ।

୧୬. ମଦବିଳସିତ
ଦୋଳୈଃ କରୈଃ ପ୍ରଚଳିତୈଃ ସ୍ୱସ୍ତିକାପସୃତୈଃ ପଦୈଃ
ଅଞ୍ଚତୈର୍ବଳି ର୍ଦେର୍ହସ୍ତୈସ୍ତଳ ସଂସ୍ଫୋଟିତୈସ୍ତଥା ।ା
ନିକୁଟ୍ଟିତଂ ଚ କର୍ତ୍ତବ୍ୟମୁରୁଦ୍‌ବୃତ୍ତଂ ତଥୈବ ଚ
କରିହସ୍ତଂ କଟିଛିନ୍ନଂ ମଦୋଦ୍‌ବିଳସିତେ ଭବେତ୍ ।ା

ଦୋଳାଭଙ୍ଗୀରେ ହସ୍ତଦ୍ୱୟକୁ ଚାଳିତ କରି ପାଦରେ ସ୍ୱସ୍ତିକାପସୃତ ରୀତି ଧାରଣ କରି ଅଞ୍ଚିତ ଓ ବଳିତ ହସ୍ତଦ୍ୱାରା ତଳସଂସ୍ଫେଟିତ ଓ ନିକୁଟ୍ଟିତ କରିବା ସହ ଉରୁଦ୍‌ବୃତ୍ତ, କରିହସ୍ତ, କଟିଛିନ୍ନ କରଣ ମାନ ପ୍ରୟୋଗ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟିହୋଇଥାଏ ତାକୁ ମଦବିଳସିତ କୁହାଯାଏ ।

୧୭. ଗତିମଣ୍ଡଳ
ମଣ୍ଡଳ ସ୍ଥାନକଂ କୃତ୍ୱା ତଥା ହସ୍ତୌ ଚ ରେଚିତୌ
ଉଦ୍‌ଘଟ୍ଟିତେନ ପାଦେନ ମତଲ୍ଲିକରଣଂ ।ା
ଆକ୍ଷିପ୍ତଂ କରଣଂ ଚୈ଼ବ ହ୍ୟୁରୋମଣ୍ଡଳକଂ ତଥା
କଟିଛିନ୍ନ ତଥା ଚୈବ ଦ୍ଭବେତ୍ତୁ ଗତିମଣ୍ଡଳେ ।ା

ମଣ୍ଡଳ ସ୍ଥାନକରେ ଅବସ୍ଥିତ ହୋଇ ହସ୍ତଦ୍ୱୟକୁ ରେଚିତ ଏବଂ ପାଦଦ୍ୱୟକୁ ଉଦ୍‌ଘଟ୍ଟିତ କରି ମତଲ୍ଲି, ଆକ୍ଷିପ୍ତ, ଉରୋମଣ୍ଡଳ ତଥା କଟିଛିନ୍ନ କରଣ ପ୍ରୟୋଗ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ଗତିମଣ୍ଡଳ କୁହାଯାଏ ।

୧୮. ପରିଛିନ୍ନ
ସମପାଦଂ ପ୍ରଯୁଜ୍ୟାଥ ପରିଛିନ୍ନଂ ମନନ୍ତରମ୍
ଆବିଦ୍ଧେନ ତୁ ପାଦେନ ବାହ୍ୟଭ୍ରମରକଂ ତଥା ।ା
ବାମସୂଚ୍ୟାତ୍ୱତିକ୍ରାନ୍ତଂ ଭୁଜଙ୍ଗତ୍ରାସିତଂ ତଥା
କରିହସ୍ତଂ କଟିଛିନ୍ନଂ ପରିଛିନ୍ନେ ବିଧିୟତେ ।ା

ସମପାଦ ସ୍ଥାନ ଅବଲମ୍ବନ କଲାପରେ ପରିଛିନ୍ନ କରଣ ପ୍ରଦର୍ଶନ କରି ପାଦରେ ଆବିଦ୍ଧ ଭଙ୍ଗୀ ଧାରଣ କରି ବାହ୍ୟଭ୍ରମରକ ପ୍ରୟୋଗ କରିବ ତତ୍‌ସହିତ ବାମ ପାଦରେ ସୂଚୀ କରଣ ପ୍ରଦର୍ଶନ କରି ଅତିକ୍ରାନ୍ତ, ଭୁଜଙ୍ଗତ୍ରାସିତ,କରିହସ୍ତ, କଟିଛିନ୍ନ କରଣ ମାନ ପ୍ରଦର୍ଶନ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ସେହି କରଣକୁ ପରିଛିନ୍ନ କୁହାଯାଏ ।

୧୯. ପରିବୃତ୍ତକରେଚିତ
ଶିରସସ୍ଥପରି ସ୍ଥାପୈ ସ୍ୱସ୍ତିକୌ ବିଚ୍ୟୁତୌ କରୌ
ତତଃ ସବ୍ୟଂ କରଂ ଚାପି ପାତ୍ରମନସ୍ୟ ରେଚୟେତ୍ ।ା
ପୁନରୁତ୍‌ଥାପୟେତ୍ତତ୍ର ଗାତ୍ରମୁନସ୍ୟ ରେଚିତମ୍
ଲତାଖ୍ୟୌ ଚ କରୌ କୃତ୍ୱା ବୃଶ୍ଚିକଂ ସଂପ୍ରୟୋଜୟେତ୍ ।ା
ରେଚିତଂ କରିହସ୍ତଂ ଚ ଭୁଜଙ୍ଗତ୍ରାସିତଂ ତଥା
ଆକ୍ଷିପ୍ତକଂ ପ୍ରଯୁଞ୍ଜିତ ସ୍ୱସ୍ତିକଂ ପାଦମେବଚ ।ା
ପରାଙ୍‌ମୁଖବିଧୁର୍ଭୁୟ ଏବମେବଂ ଭବେଦିହ
କରିହସ୍ତଂ କଟିଛିନ୍ନଂ ପରିବୃତ୍ତରେଚିତେ ।ା

ମସ୍ତକ ଉପରେ ସ୍ୱସ୍ତିକ ଭଙ୍ଗୀରେ ହସ୍ତଦ୍ୱୟ ସ୍ଥାପନ କରି ହସ୍ତକୁ ଅବନତ କରି ବାମ ହସ୍ତରେ ରେଚିତ କରିବ । ଏହାପରେ ଶରୀରକୁ ଉର୍ଦ୍ଧ୍ୱକୁ ଟେକି ହସ୍ତକୁ ପୁନର୍ବାର ମସ୍ତକ ଉପରେ ସ୍ଥାପନ କରିବ । ଏହାପରେ ହସ୍ତରେ ଲତାଭଙ୍ଗୀ ଧାରଣ କରିବା ସହ ବୃଶ୍ଚିକରେଚିତ, କରିହସ୍ତ, ଭୂଜଙ୍ଗତ୍ରାସିତ, ଆକ୍ଷିପ୍ତ କରଣ ମାନଙ୍କୁ ପ୍ରଦର୍ଶନ କରି ପାଦରେ ସ୍ୱସ୍ତିକଭଙ୍ଗୀ ଅବଲମ୍ବନ କରିବ । ତତ୍ପରେ ବିପରିତ ଆଡ଼କୁ ମୁଖ କରି ଏହି ସମସ୍ତ କରଣକୁ ଆଉଥରେ ପରିବେଷଣ କରିବା ସହ ଶେଷରେ କରିହସ୍ତ ପ୍ରଦର୍ଶନ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାହାକୁ ପରିବୃତ୍ତକ କୁହାଯାଏ ।

୨୦. ବୈଶାଖରେଚିତ
ରେଚିତୌ ସହ ଗାତ୍ରେଣ ହ୍ୟପବିଦ୍ଧ କରୌ ଯଦା
ପୁନସ୍ତେନୈବ ଦେଶେନ ଗାତ୍ରମୁନ୍ନମ୍ୟ ରେଚୟେତ୍ ।ା
କାର୍ଯ୍ୟଂ ନୂପୁରପାଦଂ ଚ ଭୁଜଙ୍ଗତ୍ର୍ରାସିତଂ ତଥା
ରେଚିତଂ ମଣ୍ଡଳଂ ଚୈବ ବାହୁଶୀର୍ଷଂ ନିକୁଞ୍ଚୟେତ୍ ।ା
ଉୠଦ୍‌ବୃତ୍ତଂ ତଥାକ୍ଷିପ୍ତମୁରୋମଣ୍ଡଳମେବଚ
କରିହସ୍ତଂ କଟିଛିନ୍ନଂ କୁର୍ଯ୍ୟାଦ୍‌ବୈଶାଖରେଚିତେ ।ା

ଶରୀରର ହସ୍ତଦ୍ୱୟକୁ ରେଚିତ କରିବା ପରେ ତାକୁ ଅପବିଦ୍ଧ କରି ଶରୀରରୁ ଉର୍ଦ୍ଧ୍ୱକୁ ଉଠାଇ ରେଚିତ କରାଯାଏ । ତାପରେ ନୂପୁରପାଦ, ଭୁଜଙ୍ଗତ୍ରାସିତ, ରେଚିତ, ମଣ୍ଡଳ କରିସାରି ବାହୁରେ ଅଗ୍ରଭାଗକୁ ନିକୁଞ୍ଚିତ କରାଯାଏ । ଏହାସହ ଉୠଦ୍‌ବୃତ୍ତ, ଭୁଜଙ୍ଗତ୍ରାସିତ, ଉରୋମଣ୍ଡଳ, କରିହସ୍ତ, କଟିଛେଦ ଭଳି କରଣ ମାନ ପ୍ରଦର୍ଶନ କରିବା ଦ୍ୱାରା ବୈଶାଖରେଚିତ ସୃଷ୍ଟି ହୋଇଥାଏ ।

୨୧. ପରାବୃତ୍ତ
ଆଦ୍ୟଂ ତୁ ଜନିତଂ କୃତ୍ୱା ପାଦମେକଂ ପ୍ରସାରୟେତ୍‌
ତଥୈବାଲାତକଂ କୁର୍ଯ୍ୟାତ୍ରିକଂ ତୁ ପରିବର୍ତ୍ତୟେତ୍ ।ା
କୁଞ୍ଚିତଂ ବାମହସ୍ତଂ ଚ ଗଣ୍ଡଦେଶେ ନିକୁଟ୍ଟୟେତ୍‌
କଟିଛିନ୍ନଂ ତଥାଚୈବ ପରାବୃତ୍ତେ ପ୍ରୟୋଜୟେତ୍ ।ା

ପ୍ରଥମେ ଜନିତ କରଣ କରିସାରି ଗୋଟିଏ ପାଦକୁ ଲମ୍ବାଇବା ସହ ଅଲାତକ କରଣ ଅବଲମ୍ବନ ପୁର୍ବକ ତ୍ରିକକୁ ପରିବର୍ତ୍ତିତ କରି ଅଞ୍ଚିତ ବାମହସ୍ତକୁ ଗଣ୍ଡଦେଶରେ ଧିରେ ନିକୁଟ୍ଟିତ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟିହୋଇଥାଏ ତାକୁ ପରାବୃତ୍ତ କୁହାଯାଏ ।

୨୨. ଅଲାତକ
ସ୍ୱସ୍ତିକଂ କରଣଂ କୃତ୍ୱା ବ୍ୟସିତଂ ଚ କରୌ ପୁନଃ
ଅଲାତକଂ ପ୍ରଯୁଞ୍ଜିତ ଉର୍ଦ୍ଧ୍ୱଜାନୁ ନିକୁଞ୍ଚିତମ୍ ।ା
ଅର୍ଦ୍ଧସୂଚୀ ଚ ବିକ୍ଷିପ୍ତମୁଦ୍‌ବୃତ୍ତାକ୍ଷିପ୍ତକେ ତଥା
କରିହସ୍ତଂ କଟିଛିନ୍ନମଙ୍ଗହାରେ ତ୍ୱଲାତକେ ।ା

ସ୍ୱସ୍ତିକ କରଣ କରି କରକୁୁ ବ୍ୟଂସିତ କରି ଅଲାତକ, ଊର୍ଦ୍ଧ୍ୱଜାନୁ, ନିକଞ୍ଚିତ, ଅର୍ଦ୍ଧସୂଚୀ, ବିକ୍ଷିପ୍ତ, ଉଦ୍‌ବୃତ୍ତ, ଆକ୍ଷିପ୍ତ, କରିହସ୍ତ, କଟିଛିନ୍ନ ଭଳି କରଣ ମାନଙ୍କର ପ୍ରୟୋଗରେ ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ଅଲାତକ କୁହାଯାଏ ।

୨୩. ପାଶ୍ୱର୍ଛେଦ
ନିକୁଟ୍ୟ ବକ୍ଷସି କରାବୁର୍ଦ୍ଧ୍ୱଜାନୁ ପ୍ରୟୋଜୟେତ୍‌
ଆକ୍ଷିପ୍ତଂ ସ୍ୱସ୍ତିକଂ କୃତ୍ୱା ତ୍ରିକଂ ତୁ ପରିବର୍ତ୍ତୟେତ୍ ।ା
ଉରୋମଣ୍ଡଳକୌ ହସ୍ତୌ ନିତମ୍ବଂ କରିହସ୍ତକମ୍‌
କଟିଛିନ୍ନଂ ତଥା ଚୈବ ପାଶ୍ୱର୍ଛେଦେ ବିଧିୟତେ ।ା

ବକ୍ଷଦେଶରେ ନିକୁଟ୍ଟିତ ହସ୍ତ ଧାରଣ କରି ଉର୍ଦ୍ଧ୍ୱଜାନୁ ଅଙ୍ଗହାର ପ୍ରୟୋଗ କରିବା ସହ ଆକ୍ଷିପ୍ତ ଏବଂ ସ୍ୱସ୍ତିକ କରିସାରି ତ୍ରିକକୁ ପରିବର୍ତ୍ତିତ କରିବ । ହସ୍ତ ଦ୍ୱୟରେ ଉରୋମଣ୍ଡଳ ଭଙ୍ଗୀ ଧାରଣ କରିବା ପରେ ନିତମ୍ବ, କରିହସ୍ତକ, କଟିଛେଦ ଭଳି କରଣ ମାନ ପ୍ରଦର୍ଶନ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାହାକୁ ପାଶ୍ୱର୍ଛେଦ କୁହାଯାଏ ।

୨୪. ବିଦ୍ୟୁଦ୍‌ଭ୍ରାନ୍ତ
ସୂଚୀଂ ବାମପାଦଂ ଦଦ୍ୟାଦ୍‌ବିଦ୍ୟୁଦ୍ଭ୍ରାନ୍ତଂ ଚ ଦକ୍ଷିଣମ୍
ଦକ୍ଷିଣେନ ପୁନଃ ସୂଚୀଂ ବିଦ୍ୟୁଭ୍ରାନ୍ତଂ ଚ ବାମକମ୍ ।ା
ପରିଛିନ୍ନଂ ତଥାଚୈବ ତ୍ରିକଂ ତୁ ପରିବର୍ତ୍ତୟେତ୍
ଲତାଖ୍ୟଂ ସକଟିଛିନ୍ନଂ ବିଦ୍ୟୁଭ୍ରାନ୍ତଶ୍ଚ ଓ ସ୍ମ୍ମୃତଃ ।ା

ବାମପାଦରେ ସୂଚୀ କରି ଦକ୍ଷିଣରେ ବିଦ୍ୟୁଭ୍ରାନ୍ତ କରିବ । ତାହାପରେ ଦକ୍ଷିଣରେ ସୂଚୀ କରି ବାମରେ ବିଦ୍ୟୁଭ୍ରାନ୍ତ କରିବ ଏବଂ ପରିଛିନ୍ନ କରଣ ଅବଲମ୍ବନ କରି ତ୍ରିକକୁ ପରିବର୍ତ୍ତିତ କାରିବା ସାଙ୍ଗକୁ ଲତା ପ୍ରଦର୍ଶନ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ବିଦ୍ୟୁଭ୍ରାନ୍ତ କୁହାଯାଏ ।

୨୫. ଉଦ୍‌ବୃତ୍ତକ
କୃତ୍ୱା ନୂପୁରପାଦଂ ତୁ ସବ୍ୟବାମୌ ପ୍ରଳମ୍ବିତୌ
କରୌ ପାଶ୍ୱେର୍ ତତସ୍ତାଭ୍ୟାଂ ବିକ୍ଷିପ୍ତଂ ସଂପ୍ରୟୋଜୟେତ୍ ।ା
ତାଭ୍ୟାଂ ସୂଚୀ ତଥା ଚୈବ ତ୍ରିକଂ ତୁପରିବର୍ତ୍ତୟେତ୍
ଲତାଖ୍ୟଂ ସକଟିଛିନ୍ନଂ କୁର୍ଯ୍ୟାଦୁଦ୍‌ବୃତ୍ତକେ ସଦା ।ା

ନୂପୁର ପାଦ କରି ଦକ୍ଷିଣ ଓ ବାମ ହସ୍ତକୁ ପାଶ୍ୱର୍ଦେଶରେ ଲମ୍ବିତ କରି ରଖିବ । ତତ୍ପରେ ସେହି ହସ୍ତ ଦ୍ୱୟରେ ବିକ୍ଷିପ୍ତ କରଣ ପ୍ରୟୋଗ କରି ସୂଚୀର ପ୍ରୟୋଗ କରିବା ସହ ତ୍ରିକକୁ ପରିବର୍ତ୍ତିତ କରିବ ଏବଂ ପରିଶେଷରେ ଲତା ଓ କଟିଛିନ୍ନ କରଣମାନ ପ୍ରଦର୍ଶନ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ଉଦ୍‌ବୃତ୍ତକ କୁହାଯାଏ ।

୨୬. ଆଲୀଢ଼
ଆଲୀଢ଼ବ୍ୟଂସିତୌ ହସ୍ତୌ ବାହୁଶୀର୍ଷେ ନିକୁଟ୍ଟୟେତ୍‌
ନୂପୁରଶ୍ଚରଣୋ ବାମସ୍ତଥା ଲତାଶ୍ଚ ଦକ୍ଷିଣଃ ।ା
ତେନୈବାକ୍ଷିପ୍ତକଂ କୁର୍ଯ୍ୟାଦୁରୋମଣ୍ଡଳକୌ କରୌ
କରିହସ୍ତଂ କଟିଛିନ୍ନମାଲୀଢ଼େ ସଂପ୍ରୟୋଜୟେତ୍ ।ା

ହସ୍ତ ଦ୍ୱୟକୁ ବ୍ୟଂସିତ କରି ବାହୁର ଅଗ୍ରକୁ ନିକୁଟ୍ଟିତ କରିବା ସହ ବାମ ପାଦରେ ନୂପୁର କରଣ ଅବଲମ୍ବନ କରିବା ସହ ଦକ୍ଷିଣ ପାଦରେ ଅଲାତ କରଣ ଓ ଆକ୍ଷିପ୍ତ ଅବଲମ୍ବନ କରିବ । ତତ୍ପରେ କରଦ୍ୱୟକୁ ଉରୋମଣ୍ଡଳ କରି କରିହସ୍ତ ଓ କଟିଛେଦ ଭଳି କରଣ ମାନ ପ୍ରଦର୍ଶନ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ଆଲୀଢ଼ କୁହାଯାଏ ।

୨୭. ରେଚିତ
ହସ୍ତଂ ତୁ ରେଚିତଂ କୃତ୍ୱା ପାଶ୍ୱର୍ମାନମ୍ୟ ରେଚୟେତ୍‌
ପୁନସ୍ତେନୈବ ଯୋଗେନ ଗାତ୍ରମାନମ୍ୟ ରେଚୟେତ୍ ।ା
କାର୍ଯ୍ୟଂ ନୂପୁରପାଦଂ ଚ ଭୂଜଙ୍ଗତ୍ରାସିତଂ ତଦା
ରେଚିତଂ କରଣଂ କାର୍ଯ୍ୟମୁରୋମଣ୍ଡଳମେବ ଚ ।ା
କଟିଛେଦସ୍ତୁ କର୍ତ୍ତବ୍ୟୋ ହ୍ୟଙ୍ଗହାରେ ତୁ ରେଚିତେ ।

ରେଚିତ ହସ୍ତ ପ୍ରଦର୍ଶନ ପୂର୍ବକ ଏକପାଶ୍ୱର୍ଦେଶରେ ଶରୀରକୁ ଆନତ କରି ପୁଣି ରେଚିତ କରିବ । ତତ୍ପରେ ନୂପୁରପାଦ, ଭୁଜଙ୍ଗତ୍ରାସିତ ଓ ରେଚିତ କରଣ ମାନ କରି ଉରୋମଣ୍ଡଳ ଓ କଟିଛିନ୍ନ କରଣ ପ୍ରୟୋଗ କଲେ ସୃଷ୍ଟି ହେଉଥିବା ଅଙ୍ଗହାରକୁ ରେଚିତ କୁହାଯାଏ ।

୨୮. ଆଛୁରିତ
ନୂପୁରଂ କରଣଂ କୃତ୍ୱା ତ୍ରିକଂ ତୁ ପରିବର୍ତ୍ତୟେତ୍‌
ବ୍ୟଂସିତେନ ତୁ ହସ୍ତେନ ତ୍ରିକମେବ ବିବର୍ତ୍ତୟେତ୍ ।ା
ବାମଂ ଚାଲାତକଂ କୃତ୍ୱା ସୂଚୀଂ ତତ୍ରୈବ ଯୋଜୟେତ୍
କରିହସ୍ତଂ କଟିଛିନ୍ନଂ କୁର୍ଯ୍ୟାଦାଛୁରିତେ ତଥା ।ା

ନୂପୁର କରଣ ଅବଲମ୍ବନ କରି ତ୍ରିକ ଦେଶକୁ ଘୁରାଇବା ସହ ହସ୍ତରେ ବ୍ୟଂସିତ ଭଙ୍ଗୀ ଅବଲମ୍ବନ କରି ତ୍ରିକଦେଶକୁ ବିବର୍ତ୍ତିତ କରିବା ପରେ ଅଲାତକ କରଣ ଅବଲମ୍ବନ କରି ସେହି ବାମ ପାଶ୍ୱର୍ରେ ସୂଚୀ ପ୍ରଦର୍ଶନ କରିବା ସାଥିରେ କରିହସ୍ତ ଓ କଟିଛିନ୍ନ କରଣ ପ୍ରୟୋଗ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ଆଛୁରିତ କୁହାଯାଏ ।
୨୯. ଆକ୍ଷିପ୍ତରେଚିତ
ରେଚିତୌ ସ୍ୱସ୍ତିକୌ ପାଦୌ ରେଚିତୌ ସ୍ୱସ୍ତିକୌ କରୌ
କୃତ୍ୱା ବିଶ୍ଲେଷୟେ ଦେବଂ ତେନୈବ ବିଧିନା ପୁନଃ ।ା
ପୁନରୁତ୍‌କ୍ଷେପଣଂ ଚୈବ ରେଚିତୌ ରେବ କାରୟେତ୍
ଉଦ୍‌ବୃତ୍ତାକ୍ଷିପ୍ତକଂ ଚୈବ ହ୍ୟୁରୋମଣ୍ଡଳମେବଚ ।ା
ନିତମ୍ବଂ କରିହସ୍ତଂ ଚ କଟିଛିନ୍ନଂ ତଥୈବ ଚ
ଆକ୍ଷିପ୍ତରେଚିତୋ ହ୍ୟେଷ କରଣାନାଂ ବଧିଃସ୍ମ୍ମୃତଃ ।ା

ସ୍ୱସ୍ତିକ ପାଦକୁ ରେଚିତ କରି କରଦ୍ୱୟରେ ସ୍ୱସ୍ତିକ ଭଙ୍ଗୀ ଅବଲମ୍ବନ କରିବ । ପୁଣି ସେହି ରୀତିରେ ହସ୍ତଦ୍ୱୟ ଓ ପାଦଦ୍ୱୟକୁ ପରସ୍ପରଠାରୁ ବିଯୁକ୍ତ କରିବ । ପୁଣି ସେହି ରେଚିତ ବିଧିରେ ହସ୍ତଦ୍ୱୟକୁ ଉପରକୁ ସବେଗରେ ଉଠାଇବ । ଏହା ସହିତ ଉଦ୍‌ବୃତ୍ତାକ୍ଷିପ୍ତକ, ଉରୋମଣ୍ଡଳ, ନିତମ୍ବ, କରିହସ୍ତ ଏବଂ କଟିଛିନ୍ନ କରଣ ପ୍ରୟୋଗ କଲେ ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ଆକ୍ଷିପ୍ତରେଚିତ କୁହାଯାଏ ।

୩୦. ସମ୍ଭ୍ରନ୍ତ
ବିକ୍ଷିପ୍ତଂ କରଣଂ କୃତ୍ୱା ହସ୍ତପାଦାମୁଖାନୁଗମ୍‌
ବାମସୂଚୀ ସହକୃତମ୍ ବିକ୍ଷିପେଦ୍‌ବାମକଂ କରମ୍ ।ା
ବକ୍ଷଃସ୍ଥଶ୍ଚ ଭବେତ୍ ସବ୍ୟେ ବଳିତଂ ତ୍ରିକମେବଚ
ନୂପୁରାକ୍ଷିପ୍ତକେ ଚୈ଼ବ ହ୍ୟର୍ଦ୍ଧସ୍ୱସ୍ତିକ ମେବଚ ।ା
ନିତମ୍ବଂ କରିହସ୍ତଂ ଚ ହ୍ୟୁରୋମଣ୍ଡଳକଂ ତଥା
କଟିଛିନ୍ନଂ ଚ କର୍ତ୍ତବ୍ୟଂ ସମ୍ଭ୍ରାନ୍ତେ ନୃତ୍ତଯୋକ୍ତୃଭିଃ ।ା

ବିକ୍ଷିପ୍ତ କରଣ ପ୍ରଦର୍ଶନ ପୂର୍ବକ ହସ୍ତ, ପାଦ ଓ ମୁଖକୁ ପରସ୍ପର ଅନୁଗାମି କରିବ । ବାମକରରେ ସୂଚୀଭଙ୍ଗୀ ଧାରଣ କରିବା ସହ ଦକ୍ଷିଣ ହସ୍ତକୁ ବକ୍ଷଦେଶରେ ସ୍ଥାପନ କରିବ । ତ୍ରିକକୁ ବଳିତ କରିବା ପରେ ନୂପୁର, ଆକ୍ଷିପ୍ତ, ଅର୍ଦ୍ଧସ୍ୱସ୍ତିକ, ନିତମ୍ବ, କରିହସ୍ତ, ଉରୋମଣ୍ଡଳ ଓ କଟିଛିନ୍ନ କରଣ ମାନ ପ୍ରୟୋଗ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ସମ୍ଭ୍ରାନ୍ତ କୁହାଯାଏ ।

୩୧. ଅପସର୍ପିତ
ଅପକ୍ରାନ୍ତକ୍ରମଂ କୃତ୍ୱା ବ୍ୟଂସିତଂ ହସ୍ତମେବଚ
କୁର୍ଯ୍ୟାଦୁଦ୍‌ବେଷ୍ଟିତଂ ଚୈ଼ବ ହ୍ୟର୍ଦ୍ଧସୂଚୀ ତଥୈବଚ ।ା
ବିକ୍ଷିପ୍ତଂ ସକଟିଛିନ୍ନମୁଦ୍‌ବୃତ୍ତାକ୍ଷିପ୍ତକେ ତଥା
କରିହସ୍ତଂ କଟିଛିନ୍ନଂ କର୍ତ୍ତବ୍ୟମପସର୍ପିତେ ।ା

ଅପକ୍ରାନ୍ତ ଚାରୀ ଅବଲମ୍ବନ କରି ହସ୍ତକୁ ବ୍ୟଂସିତ, ଉଦ୍‌ବେଷ୍ଟିତ ଓ ଅର୍ଦ୍ଧସୂଚୀ ଯୁକ୍ତ କରିବ । ତତ୍ପରେ ବିକ୍ଷିପ୍ତ, କଟିଛିନ୍ନ, ଉଦ୍‌ବୃତ୍ତକ, ଆକ୍ଷିପ୍ତ, କରିହସ୍ତ ଏବଂ କଟିଛିନ୍ନ ପ୍ରୟୋଗ କରିବା ଦ୍ୱାରା ଯେଉଁ ଅଙ୍ଗହାର ସୃଷ୍ଟି ହୋଇଥାଏ ତାକୁ ଅପସର୍ପିତ କୁହାଯାଏ ।

୩୨. ଅର୍ଦ୍ଧନିକୁଟ୍ଟକ
କୃତ୍ୱା ନୂପୁରପାଦଂ ଚ ଦ୍ର୍ରୁତମାକ୍ଷିପ୍ୟ ଚ କ୍ରମମ୍
ପାଦସ୍ୟ ଚାନୁଗୌ ହସ୍ତୌ ତ୍ରିକଂ ତୁ ପରିବର୍ତ୍ତୟେତ୍ ।ା
ନିକୁଟ୍ୟ କରପାଦଂ ଚାପ୍ୟୁରୋମଣ୍ଡଳକଂ ପୁନଃ
କରିହସ୍ତଂ କଟିଛିନ୍ନଂ କାର୍ଯ୍ୟମର୍ଦ୍ଧନିକୁଟ୍ଟକେ ।ା

ନୂପୁରପାଦ ଅବଲମ୍ବନ ପୂର୍ବକ ଦ୍ର୍ରୁତଭାବେ ପାଦନିକ୍ଷେପ କରି ପାଦଗତି ଅନୂସାରେ ହସ୍ତକୁ ଚାଳିତ କରି ତ୍ରିକକୁ ପରିବର୍ତ୍ତିତ କରିବ । ହସ୍ତ ଓ ପାଦରେ ନିକୁଟ୍ଟକ କରି ଉରୋମଣ୍ଡଳ, କରିହସ୍ତ, କଟିଛିନ୍ନ କରଣ ପ୍ରୟୋଗ କରିବା ଦ୍ୱାରା ଅର୍ଦ୍ଧନିକୁଟ୍ଟକ ଅଙ୍ଗହାର ସୃଷ୍ଟି ହୋଇଥାଏ ।

ଏହାର ପରବର୍ତ୍ତି ପର୍ଯ୍ୟାୟରେ ନାଟ୍ୟବିତ୍ ଭରତ ଶିଷ୍ୟ ମାନଙ୍କୁ ଚାରି ପ୍ରକାର ରେଚକ ସମ୍ବନ୍ଧରେ ସବିଶେଷ ବିସ୍ତାର କରି କହୁଛନ୍ତି ।

ଚତୁରୋ ରେଚକାଂଶ୍ଚାପି ଗଦତୋ ମେ ନିବୋଧତ
ପାଦରେଚକ ଏକଃ ସ୍ୟାବ୍‌ଦ୍ୱିତିୟ କଟିରେଚକଃ ।ା
କରରେକ୍ତୃତିୟସ୍ତୁ ଚତୁର୍ଥଃ କଣ୍ଠରେଚକ ।

ବ୍ୟବହାରର ଭିନ୍ନତାକୁ ଆଧାର କରି ନାଟ୍ୟକୋବିଦ ଭରତ ରେଚକକୁ ଚାରି ଭାଗରେ ବିଭକ୍ତ କରିଛନ୍ତି । ସେଗୁଡ଼ିକ ଯଥା :- ପାଦରେଚକ, କଟିରେଚକ, କରରେଚକ ଓ କଣ୍ଠରେଚକ । ତତ୍‌ସହିତ ରେଚକର ସଜ୍ଞା ପ୍ରଦାନ କରିବାକୁ ଯାଇ ଏହା ମଧ୍ୟ ବର୍ଣ୍ଣନା କରିଛନ୍ତି ଯେ :-
ରେଚିତାଖ୍ୟାଃ ପୃଥଗ୍‌ଭାବେ ଚଳନେ ଚାଭିଧିୟତେ
ଉଦ୍‌ବାହନାତ୍ ପୃଥଗ୍‌ଭାବାଚ୍ଚଳନାଚ୍ଚାପି ରେଚକଃ ।ା

ଅର୍ଥାତ୍ ଶରୀରର କୌଣସି ଏକ ଅଙ୍ଗର ପୃଥକ୍ ଭାବରେ ଚାଳନାକୁ ଅଥବା କୌଣସି ଅଙ୍ଗକୁ ଅପସାରିତ ବା ଉଦ୍‌କ୍ଷିପ୍ତ କରି ଚାଳନା କରିବାକୁ ରେଚକ କୁହାଯାଏ ।

୧. ପାଦରେଚକ
ପାଶ୍ୱାର୍ତ୍ ପାଶ୍ୱର୍ଂ ତୁ ଗମନଂ ସ୍ଖଳିତୈଃଶ୍ଚଳିତୈଃ ପଦୈଃ
ବିବିଧୈଶ୍ଚବ ପାଦସ୍ୟ ପାଦରେଚକ ଉଚ୍ୟତେ ।ା

ଗୋଟିଏ ପଟରୁ ଆରପଟକୁ ସ୍ଖଳିତ ଓ ବଳିତ ଗତିରେ ପାଦଚାଳନାକୁ ପାଦରେଚକ କୁହାଯାଏ ।

୨. କଟୀରେଚକ
ତ୍ରିକସ୍ୟାଦ୍‌ବର୍ତ୍ତନଂ ଚୈବ କଟୀଚଳନମେବଚ
ତଥାପସର୍ପଣଂ ଚୈ଼ବ କଟୀରେଚକ ଉଚ୍ୟତେ ।ା

ତ୍ରିକର ଉର୍ଦ୍ଧ୍ୱଚାଳନା କିମ୍ବା କଟୀର ଚାଳନା ଅଥବା କଟୀର ଅସର୍ପଣ (ପଶ୍ଚାତ୍ ଚାଳନାକୁ ) କଟୀରେଚକ କୁହାଯାଏ ।

୩. କରରେଚକ ବା ହସ୍ତରେଚକ
ଉଦ୍‌ବର୍ତ୍ତନଂ ପରିକ୍ଷେପୋ ବିକ୍ଷେପଃ ପରିବର୍ତ୍ତନମ୍‌
ବିସର୍ପଣ ଚ ହସ୍ତସ୍ୟ ହସ୍ତରେଚକ ଉଚ୍ୟତେ ।ା

ହସ୍ତକୁ ଉପରକୁ ଟେକିବା, ଚାରିାଡ଼କୁ ବିକ୍ଷିପ୍ତ କରିବା, ବିସର୍ପଣ କରିବା ଅର୍ଥାତ୍ ପଛଆଡ଼କୁ ଚାଳନା କରିବା ଭଳି ନାନବିଧ ଚାଳନକୁ କରରେଚକ ବା ହସ୍ତରେଚକ କୁହାଯାଏ ।

୪. କଣ୍ଠରେଚକ ବା ଗ୍ରୀବାରେଚକ
ଉଦ୍‌୍‌ବାହନଂ ସନ୍ନମନ୍ନଂ ତଥା ପାଶ୍ୱର୍ସ୍ୟ ସନ୍ନତିଃ
ଭ୍ରମଣଂ ଚାପି ବିଜେ୍ଞୟୋ ଗ୍ରୀବାୟା ରେଚକୋ ବୁଧୈଃ ।ା

ଗ୍ରୀବାକୁ ଉର୍ଦ୍ଧ୍ୱକୁ ଟେକିବା, ନତୋମୁଖ ହେବା, ଗୋଟିଏ ପଟକୁ ନତ କରିବା ତଥା ଚାରିଦିଗକୁ ବୁଲାଇବା ଭଳି ବିଭିନ୍ନ ଚାଳନାକୁ ଗ୍ରୀବାରେଚକ କୁହାଯାଏ ।

ଦିନେ ସନ୍ଧ୍ୟା ସମୟରେ ଦକ୍ଷଯଜ୍ଞ ନଷ୍ଟ ହେଲାପରେ ଦେବ ଦେବ ମହାଦେବ ମୃଦଙ୍ଗ, ତୁରି, ଭେରି ଆଦି ବହୁବିଧ ବାଦ୍ୟଯନ୍ତ୍ରର ତାଳ ଓ ଲୟରେ ଶିବ ଓ ପାର୍ବତୀ ନାନା ପ୍ରକାର ଅଙ୍ଗହାର ପ୍ରୟୋଗ କରି ନୃତ୍ୟ କରୁଥିଲେ । ନନ୍ଦୀ ଓ ଭଦ୍ରମୁଖ ଭଳି ଗଣମାନେ ତାକୁ ଦେଖି ସେହି ପିଣ୍ଡି ମାନଙ୍କର ଲକ୍ଷଣ ଓ ଉପଯୋଗ ସହିତ ତାକୁ ବିଭିନ୍ନ ଦେବାଦେବୀଙ୍କ ବାହାନ ସହିତ ଚିହ୍ନିତ କଲେ । ଯଥା :- ଶିବଙ୍କ ପାଇଁ ବୃଷପିଣ୍ଡି, ନନ୍ଦୀଙ୍କ ପାଇଁ ପଟ୍ଟିସୀ, ଚଣ୍ଡୀଙ୍କ ପାଇଁ ସିଂହବାହିନୀ ପିଣ୍ଡି, ବିଷ୍ଣୁଙ୍କ ପାଇଁ ତାର୍ଯ୍ୟ ପିଣ୍ଡି, ସ୍ୱୟମ୍ଭୁଙ୍କ ପାଇଁ ପଦ୍ମପିଣ୍ଡି, ଇନ୍ଦ୍ରଙ୍କ ପାଇଁ ଏ÷ରାବତ ପିଣ୍ଡି, ମନ୍ମଥଙ୍କ ପାଇଁ ମତ୍ସ୍ୟପିଣ୍ଡି, କାର୍ତ୍ତିକେୟଙ୍କ ପାଇଁ ମୟୁରପିଣ୍ଡି ଇତ୍ୟାଦି । ଏହାସହିତ ସେହି ପିଣ୍ଡିବନ୍ଧ ମାନଙ୍କର ନାମ ସେମାନଙ୍କର ଧ୍ୱଜ ଅନୂସାରେ ଚିହ୍ନିତ କଲେ ।
ଶିବ ସ୍ୱତଃ ନିଜେ ଏହି ସବୁ ପିଣ୍ଡିବନ୍ଧ, ଅଙ୍ଗହାର, ରେଚକ ତଣ୍ଡୁଙ୍କୁ ପ୍ରଦାନ କରିବା ଉଦ୍ଦେଶ୍ୟରେ ସୃଷ୍ଟିକଲେ । ତଣ୍ଡୁ ହେଉଛନ୍ତି ପ୍ରଥମ ଦେବତା ଯିଏକି ଏକାଧାରରେ କଣ୍ଠ ସଙ୍ଗୀତ, ଯନ୍ତ୍ର ସଙ୍ଗୀତ ଏବଂ ବହୁବିଧ ନୃତ୍ୟ ସୃଷ୍ଟି କରିଥିଲେ । ସେଥିପାଇଁ ତାଙ୍କ ନାମକୁ ଆଧାର କରି ତାଣ୍ଡବ ନୃତ୍ୟର ନାମକରଣ ଏପରି କରାଯାଇଛି ।

ଏହି ସମୟରେ ୠଷିମାନେ ଏକତ୍ର୍ରିତ ହୋଇ ଭରତ ମୁନିଙ୍କୁ ନିଜର ସନ୍ଦେହ ମୋଚନ ପାଇଁ ପ୍ରଶ୍ନ କଲେ ଯେ “ହେ ମୁନି, ନାଟ୍ୟବିଷାରଦମାନେ ଯଦି ଯୁକ୍ତିଯୁକ୍ତ ଅର୍ଥ ପ୍ରତିପାଦନ ପାଇଁ ଅଭିନୟକୁ ସୃଷ୍ଟି କରିଛନ୍ତି ତେବେ ନୃତ୍ୟ ସୃଷ୍ଟିର କାରଣ କ’ଣ ? ଏହାର ଆବଶ୍ୟକିୟ ଗୁଣାବଳି ଗୁଡ଼ିକ କ’ଣ ? ଯଦି ଗୀତର ଅର୍ଥ ସହିତ ଏହା ସଂପର୍କିତ ନୁହେଁ କିମ୍ବା ପ୍ରବନ୍ଧର ଅର୍ଥକୁ ପ୍ରତିପାଦିତ କରୁନାହିିଁ ତେବେ ଗୀତ ଏବଂ ଅସାରିତରେ ଏହାର ପ୍ରୟୋଗର ଆବଶ୍ୟକତା ତଥା ଗୁରୁତ୍ୱ କ’ଣ ?” ୠଷିମାନଙ୍କ ଏହିଭଳି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଭରତ ମୁନି କହୁଛନ୍ତିଯେ “ଏହା ସତ୍ୟ କିନ୍ତୁ ନୃତ୍ତ କୌଣସି ଅର୍ଥ ପ୍ରକାଶ କରେନାହିିଁଁ କିନ୍ତୁ ଏହା ପରିବେଷଣରେ ସୌନ୍ଦର୍ଯ୍ୟ ସୃଷ୍ଟି କରିବା ସହ ଦର୍ଶକମାନଙ୍କ ଚିତ୍ତ ଆକର୍ଷଣ କରିଥାଏ । ସାଧାରଣତଃ ଲୋକମାନେ ନୃତ୍ୟକୁ ପସନ୍ଦ କରିଥାନ୍ତି । ଏହା ମଙ୍ଗଳଦାୟକ ହୋଇଥିବା ଯୋଗୁଁ ଏହାକୁ ବିବାହ, ଜନ୍ମ, ପ୍ରମୋଦ ଭଳି ଉତ୍ସବ ମାନଙ୍କରେ ପରିବେଷଣ କରାଯାଇଥାଏ । ତେଣୁ ଭୂତଗଣ ଏଗୁଡ଼ିକୁ ପ୍ରଶଂସା କରିଥାନ୍ତି । କାରଣ ସେଥିରେ ସଂଗୀତର ବ୍ୟବହାର ସହ ନୃତ୍ୟର ବିଭାଜନ ମଧ୍ୟ ଦେଖିବାକୁ ମିଳିଥାଏ । କିନ୍ତୁ ପ୍ରଥମେ ଭଗବାନ ଶିବ ଗୀତର ଆବଶ୍ୟକତା ଅନୂସାରେ ନୃତ୍ୟକୁ ବ୍ୟବହାର କରିବା ନିମନ୍ତେ କହିବା ସହ ସେହି ତାଣ୍ଡବ ନୃତ୍ୟକୁ ଦେବତାଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବାକୁ ମଧ୍ୟ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହାପରେ ଭରତ ବର୍ଦ୍ଧମାନଙ୍କ ଠାରୁ ତାଣ୍ଡବର ସମସ୍ତ ପ୍ରକାର ବିଧି ଓ ଲକ୍ଷଣ କହିବାକୁ ଆରମ୍ଭ କଲେ ।”

କଳା ଏବଂ ଅକ୍ଷର ମାନଙ୍କର ବୃଦ୍ଧି ହେବା ସହ ନର୍ତ୍ତକୀ ମାନଙ୍କର ବର୍ଦ୍ଧନ ହେଉଥିବାରୁ ଏହାକୁ ବର୍ଦ୍ଧମାନକ କୁହାଯାଏ । ଯଥାସ୍ଥାନରେ ବାଦ୍ୟଯନ୍ତ୍ର ମାନଙ୍କୁ ରଖି ପ୍ରଯୋଜକ ନିଶ୍ଚିତ ଭାବରେ ଅସାରିତ ପରିବେଷଣ କରିବେ । ଏହାପରେ ବୀଣା ଏବଂ ମୃଦଙ୍ଗ ସଂଗୀତ ସହ ଉପୋହନ ପରିବେଷଣ କରି କରି ବାଦ୍ୟଯନ୍ତ୍ର ଧରି ନର୍ତ୍ତକୀ ପ୍ରବେଶ କରିବେ । ଏହି ସମୟରେ ପରିବେଷଣ ହୋବାକୁ ଥିବା କରଣ ଏବଂ ଜାତି ଶୁଦ୍ଧ ହେବା ବିଧେୟ । ତତ୍ପରେ ଯନ୍ତ୍ର୍ର ସଂଗୀତାନୂସାରେ କାରୀ ପରିବେଷିତ ହେବ । ପୁଷ୍ପାଞ୍ଜଳି ହସ୍ତରେ ନର୍ତ୍ତକୀ ମଞ୍ଚକୁ ପ୍ରବେଶ କରି ବୈଶାଖ ସ୍ଥାନ ଭଙ୍ଗୀରେ ସମସ୍ତ ପ୍ରକାର ରେଚକ ପରିବେଷଣ କରିସାରି ପୁଷ୍ପାଞ୍ଜଳୀ ପ୍ରଦାନ କରି ସଂପୂର୍ଣ୍ଣ ଭାବରେ ମଞ୍ଚକୁ ପ୍ରଦକ୍ଷିଣ କରି ଭଗବାନଙ୍କ ଉଦ୍ଦେଶ୍ୟରେ ନତମୁଖ ହେବା ବିଧେୟ । ଏହାପରେ ଅଭିନୟ କ୍ରିୟା ଆରମ୍ଭ ହେବା ବିଧେୟ । ଅଭିନୟ ସମୟରେ ଯେତେବେଳେ କୌଣସି ଗୀତ ନର୍ତ୍ତକ, ନର୍ତ୍ତକୀ କିମ୍ବା ଅଭିନେତା ଓ ଅଭିନେତ୍ରୀ ମାନଙ୍କ ଦ୍ୱାରା ଅଭିନୀତ ହେବାର ଥାଏ ସେତେବେଳେ ବାଦ୍ୟଯନ୍ତ୍ର୍ର ବ୍ୟବହାର କରିବା ଯୁକ୍ତିଯୁକ୍ତ ନୁହଁ କିନ୍ତୁ ଅଙ୍ଗହାର ପରିବେଷଣ ସମୟରେ ବାଦ୍ୟଯନ୍ତ୍ର୍ରର ପ୍ରୟୋଗ ହେବା ବିଧେୟ । ତାଣ୍ଡବ ନୃତ୍ୟରେ ବାଦକମାନେ ସମ, ରକ୍ତ, ବିଭକ୍ତ ଓ ସ୍ଫୁଟ ରୀତିରେ ଶୁଦ୍ଧ ସହକାରେ ବାଦନ କରିବା ଆବଶ୍ୟକ । ଏହି ବିଧିରେ ନୃତ୍ୟ ପରିବେଷଣ କାର୍ଯ୍ୟ ସମାପନ କରି ନର୍ତ୍ତକୀ ଜଣକ ବିଦାୟ ନେବା ଆବଶ୍ୟକ । ଅନ୍ୟାନ୍ୟ ନର୍ତ୍ତକୀ ମାନେ ମଧ୍ୟ ଏହି ପରମ୍ପରାକୁ ଅନୁସରଣ କରି ପିଣ୍ଡିବନ୍ଧ ପରିବେଷଣ ସମୟରେ ପର୍ଯସ୍ତକ ପରିବେଷିତ ହେବ । ପିଣ୍ଡି ପରିବେଷଣ ସମାପ୍ତ ପରେ ସେହି ନର୍ତ୍ତକୀ ମାନେ ମଞ୍ଚରୁ ବିଦାୟ ନେବେ । ପିଣ୍ଡିବନ୍ଧ ପରିବେଷଣ ସମୟରେ ବାଦ୍ୟ ପରିବେଷଣ କାର୍ଯ୍ୟ ହେବା ଆବଶ୍ୟକ ଯୋଉଥିରେ ଓଘ ଓ କରଣର ପ୍ରୟୋଗ ହେବା ସହ ପର୍ଯ୍ୟସ୍ତକ ରୀତି ଅନୂସରଣ କରାଯିବ । ନର୍ତ୍ତକୀ ମାନେ ମଧ୍ୟ ପୂର୍ବଭଳି ରଙ୍ଗପୀଠକୁ ପ୍ରବେଶ କରି ୨ୟ ଅସାରିତ ନିମନ୍ତେ ନୃତ୍ତକୁ ଉପଯୋଗ ଅଭିନୟ ପରିବେଷଣ କରିବ । ଅସାରିତ ସରିଗଲା ପରେ ସେ ମଞ୍ଚରୁ ବିଦାୟ ନେବେ । ଠିକ୍ ପୂର୍ବଭଳି ଅନ୍ୟ ଏକ ନର୍ତ୍ତକୀ ରଙ୍ଗପୀଠକୁ ପ୍ରବେଶ କରି ରଙ୍ଗ ପରିବେଷଣ କରିବେ ।

ଏହିଭଳି ଭାବରେ ପ୍ରତ୍ୟେକ ପର୍ଯ୍ୟାୟରେ ଗାୟନ ଏବଂ ବାଦନର ସମସ୍ତ ନୀତି ନିୟମ ପାଳନ କରାଯିବା ଉଚିତ । ଏହି ପିଣ୍ଡିବନ୍ଧର ପରିବେଷଣକୁ ସାଧାରଣତଃ ଚାରିଗୋଟି ଭାଗରେ ବିଭକ୍ତ କରାଯାଇଛି । ଯଥା :- ୧. ପିଣ୍ଡି ୨. ଶୃଙ୍ଖଳିକା ୩. ଲତାବନ୍ଧ ୪. ଭେଦ୍ୟକ । ପିଣ୍ଡିବନ୍ଧର ପ୍ରଥମ ପର୍ଯ୍ୟୟଟି ଜଣେ ନର୍ତ୍ତକୀ ଦ୍ୱିତିୟ ପର୍ଯ୍ୟାୟଟି ଦୁଇଜଣ ନର୍ତ୍ତକୀ ତୃତିୟଟି ତିନିଜଣ ନର୍ତ୍ତକୀ ଏବଂ ଚତୁର୍ଥଟି ବା ଶେଷ ପର୍ଯ୍ୟାୟଟି ଚାରିଜଣ ନର୍ତ୍ତକୀ ଦ୍ୱାରା ପରିବେଷିତ ହେବା ବିଧେୟ । ଏକ କାର୍ଯ୍ୟ ଓ କାରଣକୁ ଆଖି ଆଗରେ ରଖି ପିଣ୍ଡିବନ୍ଧର ପର୍ଯ୍ୟାୟ ମାନଙ୍କୁ ଏପରି ନାମକରଣ କରାଯାଇଛି । ପିଣ୍ଡିବନ୍ଧର ମୂଳଶବ୍ଦ ପିଣ୍ଡ ଅର୍ଥାତ୍ ଯାହା ଉତ୍ପତ୍ତିର କାରଣ ଅଟେ । ତେଣୁ ପ୍ରଥମ ପର୍ଯ୍ୟାୟକୁ ପିଣ୍ଡି କୁହାଯାଏ । ପିଣ୍ଡିବନ୍ଧର ଦ୍ୱିତିୟ ପର୍ଯ୍ୟାୟରେ ଆସେ ଶୃଙ୍ଖଳିକା । ଏହି ଶୃଙ୍ଖଳିକାର ମୂଳଶବ୍ଦ ଶୃଙ୍ଖଳ ଅଟେ । ସାଧାରଣତଃ ପିଣ୍ଡିବନ୍ଧ ପରିବେଷଣର ଆଦ୍ୟରୁ ପ୍ରାନ୍ତ ପର୍ଯ୍ୟନ୍ତ ଜଣେ ରୁ ଦୁଇଜଣ, ଦୁଇଜଣ ରୁ ତିନିଜଣ ଏବଂ ତିନିଜଣ ରୁ ଚାରିଜଣ ହୋଇ ବଢ଼ି ବଢି଼ ଯାଏ ଠିକ୍ ଶୃଙ୍ଖଳ ବା ଶିକୁଳି ଭଳି । ତେଣୁ ଏହି ପର୍ଯ୍ୟାୟକୁ ଶୃଙ୍ଖଳିକା ନାମରେ ନାମିତ କରାଯାଇଛି । ପିଣ୍ଡିବନ୍ଧର ତୃତିୟ ପର୍ଯ୍ୟାୟରେ ଆସେ ଲତାବନ୍ଧ ଏହି ତାଳଯୁକ୍ତ ପିଣ୍ଡିବନ୍ଧ ପରିବେଷଣ ସମୟରେ ଗୁଳ୍ମ ବା ଲତା ଭଳି ନର୍ତ୍ତକୀ ମାନେ ନୃତ୍ତ ପରିବେଷଣ କରୁଥାନ୍ତି ତେଣୁ ତାହାକୁ ଲତାବନ୍ଧ କୁହାଯାଏ । ପିଣ୍ଡିବନ୍ଧର ଶେଷ ପର୍ଯ୍ୟାୟରେ ଏହି ଉପର ବର୍ଣ୍ଣିତ ସମସ୍ତ ପରିବେଷଣ ଧାରାକୁ ଯତ୍ନ ସହକାରେ ଗ୍ରହଣ କରି ତାର ପ୍ରୟୋଗ କରାଯିବା ଉଚିତ ।

ଏହାପରେ ସେ ପୁନଃ ଗୀତ ଏବଂ ଛନ୍ଦର ବିଧି ଏବଂ ପ୍ରୟୋଗ ସମ୍ବନ୍ଧରେ ସୁଚନା ପ୍ରଦାନ କରିଛନ୍ତି । କ୍ଷେପ ଏବଂ ପ୍ରତିକ୍ଷେପ ମାଧ୍ୟମରେ ଯନ୍ତ୍ର୍ରସଙ୍ଗୀତର ତାଳେ ତାଳେ ନର୍ତ୍ତକୀ ରଙ୍ଗ ପ୍ରବେଶ କରିବ । ଏହାପରେ ଗୀତର ବସ୍ତୁ ବା ପ୍ରବନ୍ଧାନୂସାରେ ନର୍ତ୍ତକୀ ଅଭିନୟ କରିବା ସହ ନୃତ୍ୟ ପରିବେଷଣ କରିବ । ତତ୍‌ସହିତ ନୃତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ଅସାରିତ ସମସ୍ତ ପରିବେଷଣ ବିଧି ଏଠାରେ ପାଳନ ହେବା ବିଧେୟ । ଏହିଭଳି ଭାବରେ ବସ୍ତୁ ଆଧାରିତ ବା ପ୍ରବନ୍ଧ ଆଧାରିତ ଗୀତ ମାନଙ୍କର ପରିବେଷଣ ବିଧି କହିସାରି ସେ ଅଙ୍ଗନିବଦ୍ଧ ଗୀତ ମାନଙ୍କର ପରିବେଷଣ ବିଧି କହିଛନ୍ତି ।

ଗୀତର ସମସ୍ତ ନୀତି ନିୟମ ଯାହା ନୃତ୍ୟ ଏବଂ ଅଭିନୟ ସମୟରେ ପ୍ରୟୋଗ କରାଯାଏ ତାହା ଛନ୍ଦକରେ ମଧ୍ୟ ପ୍ରୟୋଗ କରାଯିବା ଉଚିତ । ମୁଖ ଏବଂ ଉପହନ ସମୟରେ ଗମ୍ଭୀର (ଗୁରୁ) ତଥା ଲଘୁ ବାଦ୍ୟ ବାଦନ କରାଯିବା ଉଚିତ । ତତ୍‌ସହିତ ଗୀତର ପୁନରାବୃତ୍ତି ସମୟରେ ଅନ୍ୟ ଅଙ୍ଗ କେତେବେଳେ ନୃତ୍ୟ ଦ୍ୱାରା ତ ପୁଣି କେତେବେଳେ ଅଭିନୟ ଦ୍ୱାରା ପରିବେଷିତ ହେବା ଉଚିତ । ଏହି ସମୟରେ ଯନ୍ତ୍ର ସଙ୍ଗୀତ ଅର୍ଥାତ୍ ଯେଉଁ ସଙ୍ଗୀତ ପରମ୍ପରା ବାଦ୍ୟଦ୍ୱାରା ସୃଷ୍ଟି ହୋଇଥାଏ ତାହା ତ୍ରିପାଣି ଲୟରେ ପରିବେଷିତ ହେବା ବିଧେୟ । ତାହା ପୁଣି ଉଭୟ ଲୟ ଏବଂ ବାଦ୍ୟ ଅଙ୍ଗର ଗତିକୁ ଅନୁକରଣ କରିବା ଉଚିତ । ତତ୍ୱ, ଅନୁଗତ ଏବଂ ଓଘ ଏସବୁ କରଣ ସହ ସଂଯୁକ୍ତ ହେବ । ତତ୍ୱ ଅନୁଗତ ଏବଂ ଓଘ ବିଲମ୍ବିତ, ମଧ୍ୟ ତଥା ଦ୍ର୍ରୁତ ଲୟରେ ପରିବେଷିତ ହେବ । ଏହା ଯନ୍ତ୍ର୍ର ସଂଗୀତ ସମ୍ବନ୍ଧିୟ ବିଧି ଅଟେ ।

ତତ୍ପରେ ନାଟ୍ୟକୋବିଦ ଭରତ ସୁକୁମାର ନୃତ୍ୟ ସମ୍ବନ୍ଧରେ ତାଙ୍କ ଶିଷ୍ୟମାନଙ୍କୁ ସବିଶେଷ କହିଛନ୍ତି । ସାଧାରଣତଃ ଜଣେ ନାରୀ ଏବଂ ପୁରୁଷ ମଧ୍ୟରେ କାମୋଦ୍ଦୀପକ ସଂଳାପର କଥୋପକଥନ ସହ ବିଭିନ୍ନ ଅଙ୍ଗଭଙ୍ଗୀ ଜନିତ ନୃତ୍ୟକୁ ସୁକୁମାର କୁହାଯାଏ । ଶୃଙ୍ଗାର ରସରୁ ଜାତ ଏହି ନୃତ୍ୟକୁ କେଉଁ କେଉଁ ଅବସ୍ଥାରେ ପରିବେଷଣ କରିବେ ତାହା ନାଟ୍ୟାଚାର୍ଯ୍ୟ ଭରତ ବର୍ଣ୍ଣନା କରିଛନ୍ତି ।

କୌଣସି ଗୀତର ବସ୍ତୁ ବା ତାହାର ମୁର୍ଚ୍ଛନା ଅଭିନୟର ନିବୃତ୍ତି ବା ଅଭ୍ୟୁଦୟ କାଳରେ ବ୍ୟବହାର କରାଯାଏ । ତତ୍‌ସହିତ ନାରୀ ପୁରୁଷ ମାନଙ୍କର କାମାବେଗ ଜଡି଼ତ ବିଷୟ ପରିବେଷଣ ସମୟରେ ମଧ୍ୟ ଏହି ସୁକୁମାର ନୃତ୍ୟ ପ୍ରୟୋଗ କରାଯିବା ଉଚିତ । ଯାଫଳରେ ଦର୍ଶକ ମାନଙ୍କର ମନ ଆନନ୍ଦିତ ହୋଇଥାଏ । ଯେଉଁଠାରେ ନାୟୀକା ବା କାନ୍ତା ନାୟକ ପାଖରେ ଅବସ୍ଥାନ କରିବା ସହ ବିଭିନ୍ନ ୠତୁ ବର୍ଣ୍ଣନାର ବିଷୟ ପରିବେଷିତ ହୋଇଥାଏ ସେହି ସମୟରେ ମଧ୍ୟ ଗୀତର ଅର୍ଥ ସହ ସମ୍ବନ୍ଧ ଥିବା ନୃତ୍ୟ ପରିବେଷଣ କରାଯାଏ । କିନ୍ତୁ ଯେଉଁଠାରେ ଖଣ୍ଡିତା, ବିପ୍ରଲବ୍ଧା କିମ୍ବା କଳହନ୍ତାରିତା ନାୟୀକା ମାନଙ୍କ ଘଟଣାର ବର୍ଣ୍ଣନା ଥାଏ ସେଠାରେ ନୃତ୍ୟର ପରିବେଷଣକୁ ବାରଣ କରାଯାଇଛି । ପ୍ରିୟ ନିକଟରେ ଥିବା ସହ ପ୍ରିୟା ସହିତ ସଂଳାପ କହୁଥିବା ସମୟରେ ମଧ୍ୟ ନୃତ୍ୟର ପ୍ରୟୋଗକୁ ନାଟ୍ୟ୍େୟକାବିଦ ବାରଣ କରିଛନ୍ତି । ଏତଦ୍‌ବ୍ୟତିତ ଦୂର ପ୍ରବାସଗାମୀ ପତିର ବିରହରେ ବସନ୍ତ ସମୟରେ ଦୁଃଖରେ କାଳ କାଟୁଥିବା ନାୟୀକା କ୍ଷେତ୍ରରେ ମଧ୍ୟ ନୃତ୍ୟର ପ୍ରୟୋଗ ବାରଣ କରାଯାଇଛି । କିନ୍ତୁ ଯେତେବେଳେ ନାୟୀକା ଇପ୍ସିତ ବସ୍ତୁ ପ୍ରାପ୍ତ ହୁଏ ସେଠାରେ ନୃତ୍ୟର ପ୍ରୟୋଗ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି । ଯେଉଁଠାରେ ଦେବତାଙ୍କ ସ୍ତ୍ରୁତି ବର୍ଣ୍ଣନା କରାଯାଏ ସେଠାରେ ଶିବଙ୍କ ଉଦ୍ଧତ ଅଙ୍ଗହାରର ପ୍ରୟୋଗ କରାଯିବା ବେଳେ ନାୟକ ଓ ନାୟିକାଙ୍କ ଶୃଙ୍ଗାର ସମ୍ବନ୍ଧିୟ ଗାନରେ ପାର୍ବତୀକୃତ ଲଳିତ ଅଙ୍ଗହାର ପ୍ରୟୋଗ ପୂର୍ବକ ନୃତ୍ୟ ପରିବେଷଣ କରାଯିବ ।

ଏହାପରେ ନାଟ୍ୟକୋବିଦ ଭରତ ମୁନି ନର୍କୁଟ, ଖଞ୍ଜକ, ପରିପ୍ରୀତକ ଭଳି ଚତୁଷ୍ପଦ ପରିବେଷଣରେ କିଭଳି ବାଦ୍ୟ, ସଂଗୀତ ପରିବେଷଣ କରାଯିବ ବର୍ଣ୍ଣନା କରିଛନ୍ତି । ଯେତେବେଳେ ଖଞ୍ଜକ ଓ ନର୍କୁଟକ ଜାତିୟ ଚତୁଷ୍ପଦ ଧ୍ର୍ରୁବ ଗାନ କରାଯାଏ ସେତେବେଳେ ବାଦ୍ୟ ସନ୍ନିପାତ ଗ୍ରହଠାରୁ ଆରମ୍ଭ ହୁଏ । କୌଣସି ଛନ୍ଦରେ ସମପାଦ ଓ ସମାକ୍ଷର ବିଶିଷ୍ଟ ଧ୍ର୍ରୁବର ଗାନବେଳେ ପାଦର ବ୍ୟବଧାନ ବା ଅନ୍ତରେ ତର୍ଜନୀର ଆଘାତ ଗ୍ରହଣ କରାଯିବ । ତତ୍‌ସହିତ ପ୍ରଚଳିତ ରୀତିର ବାଦ୍ୟ, ଗୀତ ଏବଂ ଅଭିନୟ ପରିବେଷଣ କରି ଶେଷ ପାଦର ଅନ୍ତରେ ବାଦ୍ୟ ବାଦନ କରାଯିବ । କୌଣସି ଅଙ୍ଗ, ବସ୍ତୁ, ବର୍ଣ୍ଣ କିମ୍ବା ଉପସ୍ଥାପନର ପ୍ରାରମ୍ଭରେ ବାଦ୍ୟଯନ୍ତ୍ରର ପ୍ରୟୋଗ କରଣିୟ ଅଟେ । ଏହି ବିଧିକୁ ଯିଏ ଅତ୍ୟନ୍ତ ଯତ୍ନ ସହକାରେ ସମ୍ପନ୍ନ କରିଥାଏ ସେ ପ୍ରଭୁ ଶିବଙ୍କ ସାନ୍ନିଧ୍ୟ ଲାଭ କରିଥାଏ । ଏହା ତାଣ୍ଡବ ନୃତ୍ୟ ଏବଂ ତାହାର ପ୍ରୟୋଗର ବିଧି ଥିଲା । ତତ୍‌ପରେ ଭରତ ତାଙ୍କର ପୁତ୍ରମାନଙ୍କୁ ନାଟକ ସମ୍ବନ୍ଧରେ ମନରେ ସୃଷ୍ଟି ହୋଇଥିବା ଅନ୍ୟ ସବୁ ପ୍ରଶ୍ନ ପଚାରିବାକୁ ନିର୍ଦ୍ଦେଶ କରିଛନ୍ତି ।

ଏହିପରି ଭାବରେ ଭରତଙ୍କ ରଚିତ ନାଟ୍ୟଶାସ୍ତ୍ରର ତାଣ୍ଡବ ନୃତ୍ୟ ନାମକ ଚତୁର୍ଥ ଅଧ୍ୟାୟର ସମାପ୍ତି ଘଟିଛି ।

ସମାପ୍ତ

Share This Article
ଲୋକନାଟ୍ୟ ଗବେଷକ ଓ ଓଡ଼ିଆ ଅଧ୍ୟାପକ