ବିଶ୍ଵ ସଙ୍ଗୀତ ଏବଂ ଯୋଗ ଦିବସରେ ଉତ୍ସବ ମୁଖୁର ଭୁବନେଶ୍ଵର

ଡି ଏମ ଏଫ୍ ର ଧାରାବାହିକ ୭ମ ବାର୍ଷିକ କାର୍ଯ୍ୟକ୍ରମ ପ୍ରଥମ ଦିନରେ ପଦ୍ମଶ୍ରୀ ଗୁଣ୍ଡିଚା ବ୍ରୋଦର୍ସଙ୍କ ଧ୍ରୁପଦ ଗାୟନ

ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ସକଳ ଶକ୍ତିର ଆଧାର ବୋଲି କୁହାଯାଏ। ସଙ୍ଗୀତ କେବଳ ମନୋରଞ୍ଜନର ମାଧ୍ୟମ ନୁହଁ ବରଂ ମଣିଷର ସୃଜନି ଶକ୍ତିର ବିକାଶ ସହ ସମାଜରେ ଶାନ୍ତି ଓ ମୈତ୍ରୀ ଚେତନାର ପ୍ରସାର ଦିଗରେ ଅନେକ ଭାବରେ ସହଯୋଗ କରେ ।  ସେଥିପାଇଁ ଶାସ୍ତ୍ରରେ ସଙ୍ଗୀତକୁ ନାଦ୍ ବ୍ରହ୍ମ ବୋଲି ବର୍ଣ୍ଣିତ ଅଛି। ଶାସ୍ତ୍ରୀୟ ସଙ୍ଗୀତର ପୂରାତନ ପରମ୍ପରା ହେଉଛି ଧ୍ରୁପଦ୍ ଏହା ସାମ୍ ବେଦରୁ ନିଶୃତ ବୋଲି କୁହାଯାଏ। ଧ୍ରୁପଦ୍ ଗାୟନରେ ନାଦର ଗହନୀୟତା ରହିଛି ତେଣୁ ଏହି ସଙ୍ଗୀତକୁ ନାଦ ଯୋଗ ଉତ୍କୃଷ୍ଟ ମାଧ୍ୟମ ଭାବେ ଦର୍ଶାଯାଇଛି। ଏହି ସଙ୍ଗୀତ ମନୋରଞ୍ଜନ କୈନ୍ଦ୍ରିକ ହୋଇ ନ ଥିବାରୁ ଭାରତରେ ଓ ଓଡିଶାରେ ଖୁବ କମ୍ କଳାକାର ଧ୍ରୁପଦ୍ ସଙ୍ଗୀତର ପ୍ରଚାର ପ୍ରସାର ଦିଗରେ କାମ କରୁଛନ୍ତି । ସେମାନଙ୍କ ମଧ୍ୟରେ ଶ୍ରୀ ମୁକୁନ୍ଦ ଦେବ ସାହୁ ବିଶେଷ ଭାବରେ ସର୍ଭରତୀୟ ସ୍ତରରେ ଧ୍ରୁପଦ ମ୍ୟୁଜିକ ଫାଉଣ୍ଡେସନର ସ୍ଥାପନା କରି ଗତ କିଛି ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି।

ଆଜି ବିଶ୍ଵ ସଙ୍ଗୀତ ଦିବସ ଅବସରରେ ଭଞ୍ଜ କଳା ମଣ୍ଡପରେ ଧ୍ରୁପଦ୍ ମ୍ୟୁଜିକ୍ ଫାଉଣ୍ଡେସନର (ଡିଏମ୍ଏଫ୍) ଦ୍ବାରା ବିଶ୍ଵ ସଙ୍ଗୀତ ଏବଂ ଯୋଗ ଦିବସ ସିଜନ୍-୭ ର ଅୟୋଜନ ହୋଇ ଯାଇଥିଲା । ଭଞ୍ଜ କଳା ମଣ୍ଡପ ରେ ସଂଧ୍ୟା ୬ ଟାରେ ମୁଖ୍ୟ ଅତିଥି ଭାବେ ଆଇ ଆଇ ଟି ଭୁବନେଶ୍ୱର ଡାଇରେକ୍ଟର ପ୍ରଫେସର ଶ୍ରୀପଦ କର୍ମାଲକର ଓ ସମ୍ମାନିତ ଅତିଥି ରୂପେ ଭାରତିୟ ବିଦ୍ୟା ଭବନର ଚେୟାରମେନ ଜୟନ୍ତ କୁମାର ମହାନ୍ତି, ଡି ଏ ଭି ପବ୍ଲିକ ସ୍କୁଲ ର ଡାଇରେକ୍ଟର କେ ସି ଶତପଥୀ ଓ ବିଶିଷ୍ଟ ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଶ୍ରୀ ବିଜୟାନନ୍ଦ ନାୟକଙ୍କ ପ୍ରଦୀପ ପ୍ରଜ୍ଵଳନରେ କର୍ଯ୍ୟକମ୍ ପ୍ରାରମ୍ଭ ହୋଇଥିଲା।

କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଲିଟିଲ୍ ଧ୍ରୁପଦ୍ ସିଙ୍ଗର ରୁଦ୍ର ପ୍ରତାପ ସାହୁ ଓ ଶ୍ରିନିହିତା ମିଶ୍ର ପଦ୍ମଶ୍ରୀ ଗୁଣ୍ଡେଚା ବନ୍ଧୁଙ୍କ ଧ୍ରୁପଦ୍ ରଚନା ଗଣେଶ ବନ୍ଦନା “ଶଙ୍କର ସୂତ ଗଣେଶ” ଗାୟନରେ ହୋଇଥିଲା। ଦ୍ବିତୀୟ ସୋପାନରେ ଧ୍ରୁପଦ୍ ଦୈତ୍ୟ ଗାୟନ ରେ ରାଗ ରାଗେଶ୍ରୀ ଦେବ ବାଣୀ ଘରାନା ଶୈଳୀରେ ସଂସ୍ଥାର ବଶିଷ୍ଠ ବିଭାଗର ଛାତ୍ର ବାବୁନ କୁମାର ପରିଡ଼ା ଓ ଦୀପାଞ୍ଜଲୀ ଜେନା ଦ୍ବାରା ହୋଇଥିଲା। ସେମାନେ ଡାଗର ପରମ୍ପରାର ପୂରାତନ ରଚନା “ନିରଞ୍ଜନ ନିରାକାର ଗାୟନ କରିବା ସହ ଶ୍ରୀମତୀ ଦେଵିକା ତ୍ରିପାଠୀଙ୍କ ପଦ ରଚନା ଓ ଗୁରୁ ମୁକୁନ୍ଦ ଦେବଙ୍କ ସ୍ୱର ସଂଯୋଜନା କରିଥିବା “ଶ୍ରୀ ରାମ ଶ୍ରୀ ରାମ କୌଶଲ୍ୟା ତନୟ” ରଚନା ଗାୟନ କରିଥିଲେ। ତୃତୀୟ ସୋପାନରେ ଡିଏମ୍ଏଫ୍ ର ବରିଷ୍ଠ ବିଭାଗର ଶିଷ୍ୟ ସୁର୍ୟ ନାରାୟଣ ପାଣି, ମୋନାଲିପ୍ରୀୟା ଗିରି, ଚିନ୍ତନ ପ୍ରଜାପତି, ଦୁର୍ଗେଶ ଭାଜରେ, ଓ ଉଦିତ ନାରାୟଣ ସୁନାନି ରାଗ ଭିମ୍-ପଲାସି ରେ ଦେବ ବାଣୀ ଶୈଲି ରେ ଧ୍ରୁପଦ୍ ଯାହା ତାଲ ଚୌତାଲରେ “କୁଞ୍ଜନ୍ ମେଁ ରଚ୍ୟୋ ରାସ” ସନ୍ତ କବୀର୍ ଦାସ ଙ୍କ ପଦ ପଦ୍ମଶ୍ରୀ ଗୁଣ୍ଡିଚା ବନ୍ଧୁଙ୍କ ସ୍ୱର ସଂଯୋଜନା କରିଥିବା “ସଂତୋ ସହଜ ସମାଧି ଭଲି” ଗାୟନ କରି ସମ୍ପୂର୍ଣ ପ୍ରେକ୍ଷ୍ୟାଳୟକୁ ମନ୍ତ୍ର ମୁଗ୍ଧ କରାଇ ଥିଲେ।

କାର୍ଯ୍ୟକ୍ରମର ସମାପନ ପଦ୍ମଶ୍ରୀ ଉମାକାନ୍ତ ଓ ଅନନ୍ତ ରମାକାନ୍ତ ଗୁଣ୍ଡିଚାଙ୍କ ଧ୍ରୁପଦ୍ ଡାଗର୍ ଶୈଳୀରେ ଗାୟନ କରିଥିଲେ ଓ ତାଙ୍କ ସହ ପଣ୍ଡିତ ଅଖିଳେଶ ଗୁଣ୍ଡିଚାଙ୍କ ପଖାୱାଜ୍ ସଙ୍ଗତି ଦ୍ବାରା ହୋଇଥିଲା। ତାଙ୍କ ପ୍ରସ୍ତୁତି କରଣରେ ପଣ୍ଡିତ ଜି ବହୁ ପ୍ରଚଳିତ ରାଗ ଚାରୁକେଶିରେ ଧମାର “ସକଲ ବ୍ରଜ ଧୁମ୍” ଯାହା ୧୨ମାତ୍ରା ବିଶିଷ୍ଟ ଧମାର୍ ତାଳରେ ନିବଦ୍ଧ ଏବଂ ତାଲ ସୁଲ୍ ଫାକ୍ତା ରେ ନିବଦ୍ଧ ସଂତ କବୀର୍ ଦାସ ଙ୍କ ପଦ ଏବଂ ନିଜସ୍ଵ ସ୍ୱର ସଂଯୋଜନା କରିଥିବା “ଝିନି ଝିନି ବିନି ଚଡରୀୟା” । ଏହାର ସ୍ୱର ସଂଯୋଜନା ସେ ଆମେରିକାରେ କରିଥିଲେ ଏବଂ ବହୁ ସଙ୍ଗୀତ ପ୍ରେମୀଙ୍କ ହୃଦୟରେ ପ୍ରେମର ପ୍ରସ୍ଫୁଟନ କରିଥିଲା।ଏହି ଭଳି କାର୍ଯ୍ୟକ୍ରମ ଭୁବନେଶ୍ୱରରେ ବିରଳ।

ଆସନ୍ତା କାଲି ୨୨ଜୁନ ର କାର୍ଯ୍ୟକ୍ରମରେ ଡିଏମ୍ଏଫ୍ “ଓଡ଼ିଶା ଧ୍ରୁପଦ୍ ରତ୍ନ ଜ୍ୟୋତି ଆୱାର୍ଡ଼ ୨୦୨୪” ପ୍ରଦାନ କରିବା ସହିତ ୫ ଜଣ କଳାକାରଙ୍କୁ ସମ୍ମାନୀତ କରାଯିବ ସହ ରୁଦ୍ର ବୀଣା ଵାଦନ ଓ ଦେବ ବାଣୀ ଶୈଳୀରେ ଧ୍ରୁପଦ୍ ଗାୟନ ହେବ ବୋଲି ଡିଏମ୍ଏଫ୍ ଫାଉଣ୍ଡର ମୁକୁନ୍ଦ ଦେବ ଦର୍ଶାଇଛନ୍ତି।

ସମଧ୍ୱନି ଡି ଏମ ଏଫ୍ ର ଶ୍ରୀ ମୁକୁନ୍ଦ ଦେବଙ୍କର ଏହି ଉଦ୍ୟମକୁ ପ୍ରସଂଶା କରିବା ସହିତ ତାଙ୍କ ସହଯୋଗରେ ଓଡିଶାର ଗ୍ରାମାଞ୍ଚଳର ଛାତ୍ରଛାତ୍ରୀ ଓ ଯୁବ ପିଢି କେମିତି ହିନ୍ଦୁସ୍ଥାନୀ ଶାସ୍ତ୍ରୀୟ ସଙ୍ଗୀତ ଓ ବିଶେଷ ଭାବରେ ଧ୍ରୁପଦ ଗାୟନ ଶୈଳୀରେ ଶିକ୍ଷାଲାଭ କରିବା ପାଇଁ ଆଗଭର ହେବେ ସେ ଦିଗରେ ପ୍ରୟାସ କରିବ । – ସମ୍ପାଦକ

Share This Article
Exit mobile version