ନବଯୁଗ ସାହିତ୍ୟ ସଂସଦର ଆଦ୍ୟ ଉତ୍ସବରେ ଗୀତ (ଗୀତିକାର: ଅନନ୍ତ ପଟ୍ଟନାୟକ)

Swayamprava Parhi (Chief Editor)
2 Min Read

ଓଡ଼ିଶା ରେ ପ୍ରଗତିଶୀଳ ସାହିତ୍ୟ ଆନ୍ଦୋଳନ ରୁ ବାମପନ୍ଥି ଆନ୍ଦୋଳନ ଜନ୍ମ ନେଇଥିଲା। ପ୍ରେରଣା ମିଳିଥିଲା ୧୯୧୭ ର ଅକ୍ଟୋବର ବିପ୍ଲବ ଏବଂ ୧୯୨୦ ରେ ସୋଭିଏତ ସଂଘ ର ଗଠନ ପ୍ରକ୍ରିୟାରୁ। ଯେଉଁମାନେ ନବଯୁଗ ସାହିତ୍ୟ ସଂସଦ ଗଠନ କରି ଓଡ଼ିଶାରେ ପ୍ରଗତିଶୀଳ ସାହିତ୍ୟର ଯୁଗ ଆରମ୍ଭ କରିଥିଲେ, ସେମାନଙ୍କ ଭିତରେ ଅନନ୍ତ ପଟ୍ଟନାୟକ ଥିଲେ ଅନ୍ୟତମ, ଭଗବତୀ ଚରଣ ପାଣିଗ୍ରାହୀ ଓ ଗୁରୁଚରଣ ପଟ୍ଟନାୟକଙ୍କ ସମେତ। ଆଜି ଯେତେବେଳେ, ସେହି ପ୍ରଗତିଶୀଳ ଯୁଗର ବିରୋଧରେ ଯାଉଥିବା ଲୋକ ଦେଶ ଶାସନ ଦାୟିତ୍ୱରେ ରହି ଇତିହାସକୁ ବଦଳେଇ ଦେବାର ଦୁଃସାହସ କରୁଛନ୍ତି, ନୂତନ ପିଢ଼ିକୁ ଆମେ ସେତେବେଳେ ସେହି ମହାନ୍ ମଣିଷ ମାନଙ୍କ ସମ୍ପର୍କରେ ଟିକିଏ ଚେତାଇ ଦେବା ପାଇଁ ବିନମ୍ର ପ୍ରୟାସଟିଏ କରିଛୁ। ନବଭାରତ, ଓଡ଼ିଆ ବିଭବ ଡଟ୍ଇନ୍ ଏବଂ କବି କେଦାର ମିଶ୍ରଙ୍କୁ ଆମେ କୃତଜ୍ଞତା ଜଣାଉଛୁ ଏଥିରେ ସହଯୋଗ ପାଇଁ। ଅନନ୍ତ ପଟ୍ଟାୟକଙ୍କ ସ୍ମୃତି ପ୍ରତି ଆମେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।

ନବଯୁଗ ସାହିତ୍ୟ ସଂସଦର ଆଦ୍ୟ ଉତ୍ସବରେ ଗୀତ (ଗୀତିକାର: ଅନନ୍ତ ପଟ୍ଟନାୟକ)

ରାଗ – ମିଶ୍ର ହମିର

ନବୀନ ଯୁଗର ତରୁଣ ଜାଗରେ ଜାଗ ବନ୍ଧନ ହରା
ବକ୍ଷ ଶୋଣିତେ ଲକ୍ଷ ଜୀବନେ ଖେଳାଅ ଆଲୋକ ଧାରା….

Samadhwani Support us

ଛୀର୍ଣ୍ଣ କରରେ ବନ୍ଧନ ରାଜି କ୍ରନ୍ଦନ ହେଉ ଶେଷ
ଲୁପ୍ତ ହେଊରେ ଜାତି ଉପଜାତି ଖଣ୍ଡିତ ସତ ଦେଶ
ମହାମାନବର ଶଙ୍ଖ ସବଦେ ଶମୁରେ ଦୁଃଖ ଜ୍ୱାଳା…
ଜାଗ ବନ୍ଧନ ହରା…

ମରଣ ଦୁଆରେ ଚରଣ ଅରପି ଗାଅରେ ଆମର ଗାନ
ପୋଛିଦିଅ ଆଜି ମାନବ ଶିରରୁ ସଂଚିତ ଅପମାନ
ଲଂଘି ବନାନୀ ଶୈଳ ସାଗର ଚୁରରେ ତିମିର କାରା..
ଜାଗ ବନ୍ଧନ ହରା… .

ମରୁ ପଥେ ପଥେ ନିର୍ଝର ସୁଜି ଯାତ୍ରା କରହେ କର
ସ୍ପନ୍ଦନ ବହି ଅନ୍ତରେ କୋଟି ପ୍ରଦୀପ ଉଚେ ଧର
ଶଙ୍କିତ ହେଉ କମ୍ପିତ ପ୍ରାଣେ ଚନ୍ଦ୍ର ତପନ ତାରା…
ଜାଗ ବନ୍ଧନ ହରା…

ସନ୍ଧାନୀ ତବ ସନ୍ଧାନ ପଥେ କଣ୍ଟକ ଟେକେ ଶିର
ସମ୍ମୁଖେ ତବ କୁହେଳି ରଚଇ ମୋହ ମମତାର ନୀର
ଭିନ୍ନ କରି ସେ ତନ୍ଦ୍ରା ପରସ ହସାଅ ଭୁବନ ସାରା…
ଜାଗ ବନ୍ଧନ ହରା…

ଚିର ଅତୀତର ଜୀର୍ଣ୍ଣ ଜୀବନ ଜାଗ ଆହେ ଭବିଷ୍ୟତ
ଚୁର୍ଣ୍ଣ କରୁରେ ସ୍ପନ୍ଦନ ତବ ପୀଡ଼ନର ପରବତ
ଭାଜି ପଡୁ ଆଜି ଅର୍ଗଳ ରାଜି ଘେନ ବିଜୟର ମାଳା
ଜାଗ ବନ୍ଧନ ହରା…

ସୌଜନ୍ୟ – ନବଭାରତ

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.