ଗୁରୁ ଶ୍ରୀ ରାମଚନ୍ଦ୍ର ମହାନ୍ତିଙ୍କ ସହ ସାକ୍ଷାତକାର

ଜ୍ୟୋତିପ୍ରକାଶ ସାହୁ
ଜ୍ୟୋତିପ୍ରକାଶ ସାହୁ 146 Views
1 Min Read

ଗୁରୁ ଶ୍ରୀ ରାମଚନ୍ଦ୍ର ମହାନ୍ତି ଓଡ଼ିଶାର ଜଣେ ଲବ୍ଧ ପ୍ରତିଷ୍ଠିତ ବେହେଲା ବାଦକ ଓ ଗୁରୁ I ନାମଟି ଯେପରି ବ୍ୟକ୍ତିତ୍ୱ ମଧ୍ୟ ସେହିପରି ଉଚ୍ଚ କୋଟିର I ଦେଶ ବିଦେଶ ରେ ଅନେକ ମଞ୍ଚ ରେ ସେ ଓଡିଶୀ ନୃତ୍ୟ ସହିତ ଓ ଏକକ ବାଦକ ହିସାପରେ ବେହେଲା ବାଦନ କରି ଓଡିଶାର ସଂଗୀତ କୁ ଲୋକପରିଚିତ କରାଇପାରିଛନ୍ତି I 2005 ମସିହାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ବେହେଲା ବିଭାଗରେ ମୁଁ ଆଡମିଶନ ନେଲି ଓ କିଛି ମାସ ପରେ ରାମଚନ୍ଦ୍ର ସାର ଓଡିଶା ର ଜଣେ ପ୍ରତିଷ୍ଠିତ ବେହେଲା ଗୁରୁ ଓ ଅନେକ ସଂଗୀତ ଅନୁଷ୍ଠାନ ରେ ରେ ବେହେଲା ଶିକ୍ଷା ଦେଉଛନ୍ତି ବୋଲି ଜାଣିବାକୁ ପାଇଥିଲି I  କିନ୍ତୁ ତାଙ୍କ ସହିତ ସିଧାସଳଖ ଭେଟିବାର ସୁଯୋଗ ମୁଁ କେବେ ପାଇ ନ ଥିଲି I ତାଙ୍କର ଦୁଇ ଜଣ ପ୍ରମୁଖ ଛାତ୍ର ତଥା ବେହେଲା ବାଦକ ଶ୍ରୀ ପ୍ରସନ୍ନ କୁମାର ଜେନା ଓ ଶ୍ରୀ ଦିଲୀପ କୁମାର ତ୍ରିପାଠୀ ଙ୍କ ସହିତ ମୁଁ ପରିଚିତ ଥିଲି ଏବଂ ରାମଚନ୍ଦ୍ର ସାର ଙ୍କୁ କିପରି ଓ କେଉଁଠି ଭେଟିବି ବୋଲି ଅନୁରୋଧ କରିଥିଲି ଓ ସେମାନେ ମୋତେ ଭୁବନେଶ୍ୱର ସ୍ତିତ ରାଜଧାନୀ କଲା ସଂସଦ ଠାରେ ସାରଙ୍କ ସହିତ ପରିଚିତ କରାଇଦେଇଥିଲେ I ଆଜି ଆପଣମାନଙ୍କ ସହିତ ଗୁରୁ ରାମଚନ୍ଦ୍ର ମହାନ୍ତି ଙ୍କୁ ପରିଚିତ କରାଇବା ପାଇଁ ଏହି ପ୍ରୟାସ।

 

Share This Article
ଯୁବ କଳାକାର ତଥା ଭାୟୋଲିନ ବାଦକ( ଆକାଶବାଣୀ)