ଆତ୍ମସମ୍ମାନ

ଶର୍ମିଷ୍ଠା ନାଥ 225 Views
2 Min Read

ତୁମେ କହୁଥିଲ !

ସେ ବିକିହେଇଛି

ମଦ, ମା°ସରେ;

ମାତିଛି ପଇସାର ନିଶାରେ!

ନା, ସେ ଵିକି ହେଇନି,

ସେ ଵିକି ହେଇପାରେନି,

ତା ଦେହର ଚମଡା ତଳେ

ଏକ ହୃଦୟ, ଏକ ମନ

ତା ଭିତରେ ତାର ଆତ୍ମସମ୍ମାନ

ସେ ତାର ରକ୍ଷଣ କରିପାରେ।

ଏତେ ଦିନ ଧରି ତ

କରି ଆସିଛି !

କିଭଳି ଢାଲ ହୋଇ

ସାଇତିଛି !

ଦେଖନା କେମିତି ।

କୋଇଲାର ଖଣିରେ,

ଡ୍ରେନର ମଳମୂତ୍ରରେ,

ଜମିର ମାଟି କାଦୁଅରେ

ଇଟାର ଭାଟିରେ

ସହରର କୁଢ଼ କୁଢ଼

ଅଳିଆ ଆବର୍ଜନାରେ

ଫ୍ୟାକ୍ଟ୍ରୀର ଧୂଆଁରେ,

ରାସ୍ତାର ତରଳ ପିଚୁରେ,

ବଡ଼ ବଡ଼ ଅଟ୍ଟାଳିକା

ତିଆରି ଵେଳେ,

ସିମେଣ୍ଟ ଵାଲି, ଇଟାରେ।

ତୁମ ଅଟ୍ଟାଳିକା ଓ

ପ୍ରାସାଦରେ ପହରା

ଦେବାରେ,

ଦେଶର ସୀମାନ୍ତ ରେ।

ତୁମେ ତା ମାଟିରେ

ଗଣ୍ଡେ ଖାଇଵାକୁ

ଦିଅନି ଵୋଲି

ନିରଵରେ ଚାଲିଯାଏ

ଦାଦନ ଖଟିଵାରେ।

କେତେ ଯତ୍ନରେ

ସାଇତିଛି

ତାର ଆତ୍ମସମ୍ମାନକୁ,

ଖୁଵ୍ ନୀରଵରେ।

ତୁମେ କେତେ

ଆଘାତ ଦେଇଛ

ତା  ହୃଦୟକୁ,

ଦୁଇ ଟଙ୍କିଆ

ଚାଉଳରେ,

ମାଳମାଳ ଯୋଜନାର

ଆଢୁଆଳେ।

ତୁମେ କେତେ

ଆଘାତ ଦେଇଛ,

ଭୋଟ ଵେଳେ

ମଦ, ମାଂସ,

ମୁଣ୍ଡ ପିଛା କିଛି କିଛି

ଟଙ୍କା ଯାଚିବାରେ।

ଡ଼ରାଇଛ ଆଇନର

ଫନ୍ଦିରେ

ଜେଲର ଚାରିକାନ୍ଥରେ,

ବନ୍ଧୁକର ମୁନରେ,

ଜାତି ଧର୍ମକୁ

ଆଳ କରି

ଦଂଗା ଭିଆଣରେ।

ସେ ସୂଚେଇଛି ନୀରଵରେ

ତୁମେ ଵିକ୍ରି ହେଇଛ

ଶାସକର ଜାଲରେ,

ପଡିଯାଇଛ

ତୋଷାମଦିଆର ପାଲରେ,

ହରେଇଛ ଆତ୍ମସମ୍ମାନ,

 ଭାଗିଂଛ ଗାଁକୁ,

ଵିକିଛ ମାଟିକୁ,

ଜଳ, ଜମି

ଜଙ୍ଗଲକୁ।

ସେ ଵୁଝେ !

ବୁଝିଛି ବୋଲି ତ

ଅନେକ ଇତିହାସ ରଚିଛି

ତମେ ଦେଇଥିବା

ଅସମ୍ମାନ, ଲୁଣ୍ଠନ;

ପରାଧିନତାର

ଜବାବରେ,

ଦେଇଛି ଖୁଵ୍ ଶକ୍ତ ଚାପୁଡ଼ା

 ତାର ଉତ୍ତରରେ ।

ପୁଣି ବୋଧେ

ରାତି ପାହି ପାହି ଆସୁଛି

ଯାତ୍ରୀ ଚାଲିଲେଣି,

କ୍ରାନ୍ତିର ମସାଲ ଧରି

ଚାଷୀ ଆନ୍ଦୋଳନରେ,

ଢିଙ୍କିଆର ମାଟିରେ

 ଜଳ,ଜମି, ଜଂଗଲ

ଵଞ୍ଚେଇବା ପାଇଁ

ନୀରଵରେ

ଭୋଟ ଵାକ୍ସରେ।

ଝଡ଼ ଆସୁଛି !

କିନ୍ତୁ, ଏ ଝଡ଼

ଛାରଖାର କରିବନି,

ସଜାଡ଼ି ଦଵ

ଯେତେ ସଵୁ

ଅସଜଡା ଅସଜଡା:

ତୁମେ ରଚେଇଥିବା କାଣ୍ଡରେ।

ସେ ଵିକିହେଇନି !

ଵଜାୟ ରଖିଛି

 ଆତ୍ମସମ୍ମାନ

ଧୂଳି ଧୂସରରେ

ତୁମେ ଵାର ଵାର

ଭାଂଗୁଥିବା

ଦେଶକୁ ଗଢିଵାରେ ।

Photo credit- https://bit.ly/3tUI4Me

Share This Article
Exit mobile version