ଖଣ୍ଡୁଆଲମାଳି ପାହାଡର ସ୍ୱର

1 Min Read

ଖଣ୍ଡୁଆଲମାଳି ପାହାଡର ଏହି ସ୍ୱର । ଏହି ସ୍ୱର ପ୍ରକାଶ କରୁଛି ଖଣ୍ଡୁଆଲମାଳିର ଆଦିବାସୀ ମାନଙ୍କର ପାହାଡ ଓ ପ୍ରାକୃତିକ ପରିଵେଶ ସହିତ ରହିଆସିଥିବା ସମ୍ପର୍କକୁ ।    

କଳାହାଣ୍ଡି ପ୍ରାକୃତିକ ପରିବେଶର ଗନ୍ତାଘର। ସୁଉଚ୍ଚ ପାହାଡ଼, ସବୁଜ ବନ ଆଉ ମାଳ ମାଳ ଝରଣା। ଜୈବ ବିବିଧତା ରେ ଭରପୁର ଖଣ୍ଡୁଆଲମାଳି ଅଞ୍ଚଳଟି କାର୍ଲାପାଟ ଅଭୟାରଣ୍ୟ ର ଏକ ଅଂଶ। ଏହି ମାଳି ସହିତ ଯୋଡ଼ିହୋଇଛି ଆଦିବାସୀ ମାନଙ୍କର ଜୀବନଜୀବିକା। ଚାର, କେନ୍ଦୁ, ମହୁଲ, ପଣସ, ଆମ୍ବ ବିଭିନ୍ନ ଚେର ମୂଳ ହାତ ପାଆନ୍ତାରେ। ଖରା ହେଉକି ଶୀତ ଝରଣା ଗୁଡିକ କେବେବି ସୁଖେନି। ବାଡି ବଗିଚାରେ ବର୍ଷ ସାରା ପରିବା ଚାଷ କରନ୍ତି ଲୋକମାନେ। ଗାଆଁ ର କୃଷିକ୍ଷେତ୍ର, ଜଙ୍ଗଲ, ପାହାଡ ଝରଣା କୁ ନେଇ ତାଙ୍କର ସାମୁହିକ ଜୀବନ। ନିଜସ୍ଵ ସଂସ୍କୃତି ପରମ୍ପରା ଜଙ୍ଗଲ ପାହାଡ ସହିତ ଜଡିତ। ଜଙ୍ଗଲକୁ ଛାଡ଼ି ସେମାନେ ବଞ୍ଚିପାରିବେ ନାହିଁ ବୋଲି ଗୋଟିଏ ସ୍ୱରରେ କହୁଛନ୍ତି ସେମାନେ।

Samadhwani Support us

Share This Article