ଜଗନ୍ନାଥ ସଂସ୍କୃତିର ଭିନ୍ନ ଭିନ୍ନ ଦିଗନ୍ତ

ପ୍ରଫେସର ଭଗବତ ପ୍ରସାଦ
ପ୍ରଫେସର ଭଗବତ ପ୍ରସାଦ 174 Views
1 Min Read

ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର ନିବନ୍ଧ ପ୍ରକାଶିତ ହୋଇଛି । ଏଭଳି ଜଣେ ଗାନ୍ଧିବାଦୀ ବ୍ୟକ୍ତିତ୍ୱଙ୍କ ସହିତ ‘ସମଦୃଷ୍ଟି’ର ସମ୍ପାଦକ ତଥା ବିଶିଷ୍ଟ ସମାଜବିଜ୍ଞାନୀ ସୁଧୀର ପଟ୍ଟନାୟକ ଯେଉଁ ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପିତ କରାଯାଇଛି । ଜଗନ୍ନାଥ ସଂସ୍କୃତି ଏବଂ ବର୍ତ୍ତମାନ ସମୟରେ ଏହାସହିତ ଯୋଡ଼ି ହୋଇଥିବା ବିଭିନ୍ନ ପ୍ରସଙ୍ଗ ଏହି ଆଲୋଚନାର ମୁଖ୍ୟ ବିଷୟ ।             – ସମ୍ପାଦକ

Support Samadhwani

ଆପଣ ‘ସମଧ୍ୱନି’କୁ ଦେଇଥିବା ଗତ ସାକ୍ଷାତକାରରେ ‘ଜଗନ୍ନାଥ ସଂସ୍କୃତିର ଦୁଇଟି ଦିଗ’ ସମ୍ପର୍କରେ କହିଥିଲେ, ସେ ସମ୍ପର୍କରେ ଆଉ କିଛି କହିବେ କି?

ଭଗବତ ପ୍ରସାଦ – ଜଗନ୍ନାଥ ସଂସ୍କୃତିର ଅନ୍ଧାରି ଦିଗଟା ଏବେ ସ୍ପଷ୍ଟ ହୋଇଯାଇଛି । ଜଗନ୍ନାଥଙ୍କୁ ସେବାୟତମାନେ ନିଜର ସମ୍ପତ୍ତି ଭଳି ଭାବୁଛନ୍ତି ଏବଂ ଜଗନ୍ନାଥଙ୍କୁ ନେଇ ଗୋଟେ ବ୍ୟବସାୟିକ ସଂସ୍କୃତି ଗଢ଼ିଉଠିଛି । କେବଳ ଜଗନ୍ନାଥଙ୍କ ନିକଟରେ ନୁହେଁ ଯେଉଁଠି ଯେଉଁଠି ମନ୍ଦିର ରହିଛି କିମ୍ବା ବିଭିନ୍ନ ଧର୍ମପୀଠ ରହିଛି ଏଇଟା ଗୋଟିଏ ପ୍ରବୃତ୍ତି ହୋଇଯାଇଛି । ପ୍ରତ୍ୟେକ ଜାଗାରେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ପ୍ରତ୍ୟେକ ଧର୍ମକୁ କେନ୍ଦ୍ର କରି ଗଢ଼ିଉଠିଛନ୍ତି । ୟୁରୋପରେ ବି ମଧ୍ୟଯୁଗରେ ଚର୍ଚ୍ଚମାନଙ୍କର ଭୂମିକା ସେଇଆ ଥିଲା ଯେଉଁଠିକି ସ୍ୱର୍ଗକୁ ଯିବାପାଇଁ ପୁଣ୍ୟତା-ବିକ୍ରି ହେଉଥିଲା । ତେଣୁ ଧର୍ମଟା ବ୍ୟବସାୟ ସଂସ୍କୃତିରେ ପରିଣତ ହେବା ପ୍ରାୟ ଗୋଟେରକମ୍ ଅଭ୍ୟାସ ହୋଇଯାଇଛି । ପୃଥିବୀର ବିଭିନ୍ନ ଯାଗାରେ, ଯେଉଁଠି ଯେଉଁ ଧର୍ମସବୁ ଉନ୍ନତିଲାଭ କରିଛି ଲୋକଙ୍କର ଧର୍ମୀୟ ବିଶ୍ୱାସକୁ ନେଇ ଯେଉଁମାନେ ଦେବ ମନ୍ଦିରରେ ବିଶେଷତଃ ଭଗବାନଙ୍କ ପାଖ ଲୋକ ବୋଲି ନିଜକୁ କହୁଛନ୍ତି  ସେମାନେ ବ୍ୟବସାୟ କରୁଛନ୍ତି ।

photo credit – https://bit.ly/3doYljd

Support Samadhwani
Share this Article
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ