ତାଲାବନ୍ଦ
ସେମାନଙ୍କୁ ବନ୍ଦୀ କରୁଥିଲ
ସେମାନେ ପଚାରୁଥିଲେ
କି ଅପରାଧ ଆମର?
କ୍ଷମତାରେ ମତ୍ତ ତୁମେ
କାହିଁକି ଦିଅନ୍ତ ଉତ୍ତର?
ତୁମ ହାତେ ପରା ଦାରୋଗା, ଦଫାଦାର
ତୁମ ନିୟନ୍ତ୍ରଣରେ ବିଚାର ।
ସେମାନଙ୍କୁ ବନ୍ଦ କଲ
କ୍ଷମତାର ତିକ୍ତ ଅନୁଭବ ଦେଲ ।
ଆମେ ବି ପ୍ରଶ୍ନ କଲୁ ନାହିଁ
କାହିଁକି ଏପରି?
କ୍ଷମତାକୁ କହିଲୁ ନାହିଁ
କରନି ଏପରି।
ଆଜି ଆମେ ସମସ୍ତେ ବନ୍ଦୀ
କ୍ଷମତା ମତ୍ତଙ୍କ ସହ
ଭୂତାଣୁ ଭୟରେ।
ଏ କଣ ପ୍ରକୃତିର ପ୍ରତିଶୋଧ
ଅନ୍ୟାୟ ବିରୋଧରେ?
ନା, ଏକ ଚେତାବନୀ
କ୍ଷମତାମତ୍ତଙ୍କୁ
ନମ୍ର ହୁଅ, ଜ୍ଞାନକୁ ସମ୍ମାନ ଦିଅ
ସତ୍ୟାଶ୍ରୟୀ ହୁଅ।
ତା ନହେଲେ, ସେ ବାରମ୍ବାର ଫେରିବ
ଯେତେବେଳେ ଅନ୍ୟାୟ ବଢିବ?
(୧୦/୪/୨୦୨୦)
Photo credit- https://bit.ly/3eCWWWi
Contents
ତାଲାବନ୍ଦସେମାନଙ୍କୁ ବନ୍ଦୀ କରୁଥିଲ
ସେମାନେ ପଚାରୁଥିଲେ
କି ଅପରାଧ ଆମର?କ୍ଷମତାରେ ମତ୍ତ ତୁମେ
କାହିଁକି ଦିଅନ୍ତ ଉତ୍ତର?ତୁମ ହାତେ ପରା ଦାରୋଗା, ଦଫାଦାର
ତୁମ ନିୟନ୍ତ୍ରଣରେ ବିଚାର ।ସେମାନଙ୍କୁ ବନ୍ଦ କଲ
କ୍ଷମତାର ତିକ୍ତ ଅନୁଭବ ଦେଲ ।
ଆମେ ବି ପ୍ରଶ୍ନ କଲୁ ନାହିଁ
କାହିଁକି ଏପରି?
କ୍ଷମତାକୁ କହିଲୁ ନାହିଁ
କରନି ଏପରି।ଆଜି ଆମେ ସମସ୍ତେ ବନ୍ଦୀ
କ୍ଷମତା ମତ୍ତଙ୍କ ସହ
ଭୂତାଣୁ ଭୟରେ।ଏ କଣ ପ୍ରକୃତିର ପ୍ରତିଶୋଧ
ଅନ୍ୟାୟ ବିରୋଧରେ?
ନା, ଏକ ଚେତାବନୀ
କ୍ଷମତାମତ୍ତଙ୍କୁ
ନମ୍ର ହୁଅ, ଜ୍ଞାନକୁ ସମ୍ମାନ ଦିଅ
ସତ୍ୟାଶ୍ରୟୀ ହୁଅ।
ତା ନହେଲେ, ସେ ବାରମ୍ବାର ଫେରିବ
ଯେତେବେଳେ ଅନ୍ୟାୟ ବଢିବ?
(୧୦/୪/୨୦୨୦)