[box type=”shadow” align=”” class=”” width=””]ଗଁଡାବାଜାରେ ମହୁରିଆ ଭରିଥାଏ ସ୍ୱର I ଏହି ସ୍ୱରକୁ ଅନୁସରଣ କରନ୍ତି ବାଦ୍ୟକାରମାନେ I ଆଜିକାଲି କିନ୍ତୁ ମହୁରି ବାଦକ ଧିରେ ଧିରେ ଲୋପ ପାଇବାକୁ ବସିଲେଣି I ଏହାର ମୂଳ କାରଣ ଗୁଡିକ ଆର୍ଥିକ ଓ ସାମାଜିକ ବୋଲି ଅନୁଧ୍ୟାନରୁ ଜଣାଯାଏ I ମହୁରିଆ ନୀଳ କୁମ୍ଭାରଙ୍କ ନିଜ ମୁହଁରୁ ଏହି ସମସ୍ୟା ଗୁଡିକୁ ଶୁଣିବା ପାଇଁ ବରଗଡ଼ ଜିଲ୍ଲା, ପଦ୍ମପୁର ଅଞ୍ଚଳର ଜଣେ ସାମାଜିକ କର୍ମୀ ଗୋପବନ୍ଧୁ ଶିକା ଓ ତାଙ୍କର ସାଥି ଅଞ୍ଜନ ପ୍ରଧାନ ତାଙ୍କ ନିକଟରେ ପହଞ୍ଚି ଥିଲେ I ଗୋପବନ୍ଧୁ ଶିକା ନିଜ ଅଞ୍ଚଳରେ ସାଧାରଣ ମଣିଷ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାରକୁ ସାମ୍ନାକୁ ଆଣିବା ପାଇଁ ଏମିତି ପ୍ରୟାସ ଆରମ୍ଭ କରିଛନ୍ତି ଓ ଭିଡିଓ ସାକ୍ଷାତକାର ମାଧ୍ୟମରେ ସେ ଏହିସବୁ ସାମାଜିକ ସମସ୍ୟାକୁ ଲୋକଲୋଚନକୁ ଆଣିବାପାଇଁ ଚେଷ୍ଟା କରୁଛନ୍ତି I ତାଙ୍କର ଏହି ପ୍ରୟାସ ପାଇଁ ଗୋପବନ୍ଧୁ ଶିକାଙ୍କୁ ସମଧ୍ୱନି ଅଭିନନ୍ଦନ ଜଣାଉଛି I – ସମ୍ପାଦକ[/box]
ବୁଢ଼ାମାନେ କହନ ତ ବାବୁ ଏଇଟା ବୀର ବାଦ୍ୟ।
ଆମର ପୁରଖା ବଜାଉଥିଲେ, ସେତେବେଳେ ଟିକେ ଟିକେ କରି ଏନ୍ତା ଏନ୍ତା ତଲକେ ତଲକେ ବଲି ଆମେ ମାନେ ଫେର ସେ ବାନା କେ ବଜଉଛୁଁ ।
ମହୁରିଥିଁ ଗୁଟେ ପିତଲର ଫେରଟେ ଲାଗିଛେ, ଇଥିଁ ପିତଲର ଶୁଶିଟେ ଫେର (ଆଉ ଗୋଟିଏ) ଲାଗିଛେ । ଇଥିଁ ବହୁତ ବିଭିନ୍ନ ଜିନିଷ, କଳ, ଚୁକଟଇଟେ ବଲସନ ସେଟା ଲାଗୁଛି ।
ଗୁଟେ ଗୁଟେ ଜାଗାନୁ ଖାଇବାର ଲାଗି ନାଇଁ ମିଲେ, ଗୁଟେ ଗୁଟେ ଜାଗାନୁ ଶୁଇବାର ଲାଗି ଜାଗାନାଇଁ ମିଲେ, ପୁରା ବିରକ୍ତ ଲାଗିଯାଏସି, କିନ୍ତୁଫେର ବି କଳାର ଗୁଟେ ମହତ୍ୱ ବଚେଁଇ କରି ଆଜତକ ବି ସେ ନାମକେ ଧରିଛୁଁ ।
ପ୍ରଶ୍ନ: ବାପା ବି ବଜାଉଥିଲେଁ ମହୁରି?
ଉତ୍ତର: ହଁ ମୋର ବାପା ବି ବଜଉଥିଲେଁ ମହୁରି?
ପ୍ରଶ୍ନ : ତରମ ପୋ, ଝି, ବଜଉଛନ?
ଉତ୍ତର: ନାଇଁ ମୋର ପୋ, ଝି ନାଇଁ ବଜାବାର ।
ପ୍ରଶ୍ନ : କେ ହେଲା ଜେ?
ଉତ୍ତର: ସେମାନେ ନି ବଏଲେ, ଘୃଣା କଲେ ଆଉ ନି ବଜାଲେ । ଆଏଜ କାଏଲ ଏନ୍ତା କରୁଛନ୍ ସେନ୍ତା କରୁଛନ୍, ମାନ ସମ୍ମାନ ନାଇ କି, ଖାନାପିନା ବି ଭଲ କରି ନାଇଁ ବଲି କରି ଆମର ପିଲାମାନେ ବଜାଇ ଜିବାରଲାଗି ନାଇଁ ଚାହେଁବାର୍ ନ ।
ପ୍ରଶ୍ନ: ବବା ବଛରକ କେତେଟା ପ୍ରୋଗ୍ରାମ କରୁଛ?
ଉତ୍ତର: ବଛରକ ଯଦି ଯେନ ବଛରେ ବିହା ପଡଲେ ହେଲେ ବାବୁ ଆମେ ପଚିଶଟା ତିରିଶଟା ପ୍ରୋଗ୍ରାମ କରସୁ।
ପ୍ରଶ୍ନ: ଏଥିର ପଇସାଥୁ କୁଟୁମବାଟୁମ ଚଳିଯାଉଛନ? କି ଆଉ କିଛି କରସନ୍?
ଉତ୍ତର: ହଁ ହେନ୍ତଇ ଚଳୁଛୁନ । ନାଇଁ ହେତୁ ନ ବାବୁ? କାଣା ହେସି ବଜାଗଜା ପଇସା ଟା ପାନଁସ ଭାଗ ପାଇଥିଲେ ଘରକେ ଆନଲା ବେଳେ ଚାରଶ ଆଏନ ମଦପାଏନ ଏଇଟା ମଦୁଆ ଜିନିଷ ଆଏ, ଜାନଲ କି ନି, କଳା ଜିନିଷ ଟା ।
ହଜାରେ ଭାଗ ପାଇ ଥିଲେ ବି ହଜାରେ ଘରକେ ନାଇଁ ଆସେ ଇଆଡୁ ସେ ଆଡ଼ୁ ଖାଇ ପିଇ ବରି ଯେନ୍ତା କଲେ ବି ଶହେ ଦେଢ଼ଶ କମି କରି ଘରକେ ଆଏସି ।
ଆଗରୁ ସବିଧା ଅସୁବିଧା କେତନି କେତେ ଥିଲା ବାବୁ, ଚାଲି ଚାଲି ଛଅ କୋଶ ବାଟ ବଜା ଢ଼ୋଲ ବୁହି କରି ଯାଉଥିଲୁଁ । ଯେନକେ ଗଲେ ବି ବଲତ ଖଲି ଥିଁ ବି ବାସି ଦେଇଛନ୍, ଏଇଡେ ଥିର ନିଝିରି ଯାଉଥେ, ହେଟା ବି ଖାଇଛୁଁ ।
କେହେନି ନୁଁ ସମ୍ମାନ ନାଇଁ ମିଲୁଁ ଥାଇଁ ହେଟା ବି ସହି କରି ଆମେ ରହିଛୁଁ । ଏଇ ମହୁରି ଟିକେ ବଜଉଛେଁ ବଲି ସବୁ ଏରିଆ ଲୋକ ଚିନହିଛନ୍, ଯେନ୍ କେ ଗଲେ ବି ସେ ଅମକା ଆଏ ବଲି କହୁଛନ୍ ।
ଏଇ ମହୁରି ହେଉଛେ ମୋର ଜାନ ବାବୁ । ଏଇ ମହୁରି ଧର୍ମେ ମୁଇଁ ବହୁତ ଦୂର ଯାଇଛେ, ବହୁତ ଠାନେ ଲୋକର ସାମ୍ନାକୁ ଠିଆ ହୋଇପାରିଛେ । ଏଥି ମୋର ପୋ, ଝି କେ ପାଠ ପଢ଼େଇ କରି ଭୁକେ ଦୁଖେ ଚଳିକରି ମନୁୁଷ କରିଛେ । ଆଉ ଏଇ ମୋର ଗୁଟେ ଜୀବନ ଆଏ । ଏଇଟା ମୋର ଜୀବ ଡାଙ୍ଗ ଆଏ ।
ପ୍ରଶ୍ନ : ଏହା ଦେ ନୂଆଁ ନୂଆଁ ବଜା ବହୁତ ବାହାରଲା ନ, ଡଇଜେ ବାହାରଲା ନ, ଏହା ଦେ ଇ ପୁରଖା ବଜା, ଗଣା ବଜାଟା ଲୁକି ନାଇଁ ଜାଏତ?
ଉତ୍ତର: ଲୁକି କାଏଁ ଜିବା ବାବୁ, ସବୁ ବଜା ଯେତେ ବଜା ହେଲେ ବି ଆମର ଗଣା ବଜାର ତଲେ । ଯେନ ଠାନେ ମହୁରି ବାଜୁଥିବା ସେଠାନେ ଢୋଲ ବାଜୁଥିବା, ଯେନ୍ ଠାନେ ଠୁକଡ଼ ହେଉଥିବା ସେଠାନେ ମହୁରି ଛଛାନ ପିଟୁଥିବା, ଇଥିଁ ବହୁତ ହଁତା ଅଛେ।
ବୁହାସେନ ପାର୍ ଯେନ୍ତା ବାଜ ସି ସବୁ ଦିନ ହେନ୍ତା ବାଜୁ ଥିବା, ବିହା ପାର୍ କେନ୍ତା ହେସି ଯେ ଇ ବଜା ଥିଁ ହିଁ ହେସି ଅଲଗା ବଜାଥୁ ନାଇଁ ହୁଏ ।
ଜାଇ ଫୁଲ ପାର୍ କେନ୍ତା ହେସି ଇ ବଜା ଥିଁ ହେସି । ଅଲଗା ଲୋକ ହେନ୍ତା କଲର କରି କରି ବଜାଇ ବି ନାଇଁ ପାର ।
ଗଣାବଜାରେ ଯେତ୍ କି ମିଠା ଅଛେ ଅଲଗା ବଜାରେ ହେନ୍ତା ମିଠା ନାଇଁ ନ ।