କୋଦାଳରେ କୋଡିଲା କେ ସରଗର କିଆରୀ (ଓଡ଼ିଆ ଲୋକଗୀତ)

Chief Editor
Chief Editor 111 Views
2 Min Read

କୋଦାଳରେ କୋଡିଲା କେ ସରଗର କିଆରୀ…, ଗାୟକ ହୀରାଲାଲ ପାଢ଼ୀ (ଅବସରପ୍ରାପ୍ତ ସରକାରୀ କର୍ମଚାରୀ ) ଙ୍କ ସ୍ୱରରେ ପରିବେଷଣ ହୋଇଥିବା ଓଡ଼ିଶାର ଏକ ପୁରାତନ ଲୋକଗୀତ । ଗାୟକ ହୀରାଲାଲ ପାଢ଼ୀ ଜୀବନ ସାରା ଓଡ଼ିଆ ଲୋକଗୀତ ଗାଇ ଭଦ୍ରକ ଓ ବାଲେଶ୍ୱର ଜିଲ୍ଲାର ଗାଁ ଗାଁରେ ନିଜର କଳାକାରୀତା ଓ ଓଡ଼ିଆ ଲୋକ ଗୀତର ମାଧୁର୍ଯ୍ୟତା ପ୍ରକାଶ କରି ଆସିଛନ୍ତି ।ଏଠାରେ ପ୍ରସ୍ତୁତ କରାଯାଇଥିବା ଭିଡ଼ିଓ ରେ ତାଙ୍କରି ସ୍ୱର ଶୁଣିବାକୁ ମିଳିଛି ଯାହା ନିଜ ଘରେ ବସିଥିବାବେଳେ ବିନା କିଛି ପ୍ରସ୍ତୁତିରେ ଖିଆଲୀ ମନର ଏକ ପରିବେଷଣ ଅଟେ । ଲୋକକଳାର ଜଣେ ଗୁଣି କଳାକାର ଓ ଜଣେ ଭଲ ଚାଷୀ ସେ, ସେଥିପାଇଁ ତାଙ୍କ ସ୍ୱରରେ ଚାଷୀ ପ୍ରତି ଯେଉଁ ଦରଦ ଭରିରହିଛି ତାହା ଅତ୍ୟନ୍ତ ନିଆରା ।

Support Samadhwani

ଭିଡ଼ିଓରେ ଯେଉଁ ଚାଷକାମର ପ୍ରଦର୍ଶନ କରାଯାଇଛି ତାହା ଶ୍ରୀଯୁକ୍ତ ନଟବର ଷଡଙ୍ଗୀଙ୍କ ଉଦ୍ୟମରେ ଚାଲିଥିବା ଦେଶୀ ଚାଷର ଏକ ନମୁନା । ଶ୍ରୀଯୁକ୍ତ ନଟବର ଷଡଙ୍ଗୀ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ନରିଶୋ ଗାଁର ଜଣେ ଅବସର ପ୍ରାପ୍ତ ଶିକ୍ଷକ । ବୟସ ଏବେ ପାଖାପାଖି ୮୬ ହେବ । ଚାଷ କରିବାର ନିଶା ମରିନାହିଁ ବରଂ ଦିନକୁ ଦିନ ଏହି ନିଶା ବଳବତ୍ତର ହେଉଛି । ନିଜର ପାଖାପାଖି ଦଶ ଏକର ଜମିରେ ଜାରି ରଖିଛନ୍ତି ଦେଶୀ ଚାଷ ବା ଓଡ଼ିଶାର ପାରମ୍ପରିକ ଚାଷ । ଦେଶୀ ଧାନ ବିହନକୁ ବହୁଦେଶୀୟ କମ୍ପାନୀମାନେ କବଜା କରିଥିବାବେଳେ ଓଡିଶାବାସୀଙ୍କର ଭବିଷ୍ୟତର ଖାଦ୍ୟ ସୁରକ୍ଷା ବିପର୍ଣ୍ଣ ହେବ ଆଶଙ୍କା କରି ନିଜ ଜମିରେ ସେ ନିଜ ଉଦ୍ୟମରେ ବଞ୍ଚାଇ ରଖିଛନ୍ତି ୬୫୦ ପ୍ରକାରର ଦେଶୀ ଧାନ ବିହନ । ସବୁଜ ବିପ୍ଳବ ପରେ ଆଜି ଚାଷୀ ପାରମ୍ପରିକ ଚାଷକୁ ପୁରାପୁରି ଭୁଲିଯାଇଥିବା ବେଳେ ତାଙ୍କର ଏହି ଅସାମାନ୍ୟ ଉଦ୍ୟମ ପୁଣିଥରେ ନୂଆ ଆଶାର ସଂଚାର କରୁଛି ଓ ପୁଣିଥରେ ଗାଁ ଗୁଡିକର ସେହି ସୁନ୍ଦର ଦିନ ଫେରାଇ ଆଣିବାର ପ୍ରେରଣା ମିଳୁଛି । ସେହି ବୃହତ୍ତର ଉଦ୍ଦେଶ୍ୟକୁ ସମ୍ମାନ ଜଣାଇ ଏହି ଲୋକଗୀତଟିକୁ “ସମଧ୍ୱନି” ଏଠାରେ ଉପସ୍ଥାପନ କରିଛି – ସମ୍ପାଦକ

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଜଣେ ଗାୟିକା, ସଂସ୍କୃତି ଗବେଷିକା. Swayamprava Parhi is a Vocal Artist, Writer, Cultural Researcher and Samadhwani Cultural Magazine (Print and Digital) Editor. She is committed to expanding cultural consciousness as widely as possible by bringing together forms, practices, views, analysis, and research on the cultural life of common people. She founded "The Samadhwani Cultural Organization" and "The Samadhwani Centre for Cultural Research" with the help of some like-minded culture loving people.