Home / ସଙ୍ଗୀତ / ମନଟାତ ଏକ ରଙ୍ଗର ସରଗ

ମନଟାତ ଏକ ରଙ୍ଗର ସରଗ

ମନଟାତ ଏକ ରଙ୍ଗର ସରଗ,
ରଙ୍ଗବିନା ଜୀବନ ଜୀଇଁ ହୁଏନା
ଏକ ଏକ ମନେ ଥାଏ ଶତ ଶତ ରଙ୍ଗ,
ଆଖିର ଶ୍ରାବଣ ସବୁ ଧୋଇପାରେନା ।

ଦୂନିଆର ରଙ୍ଗ ଦେଖିତ ଭୂଲନା,
ଦୂନିଆଟା ସିନା ମନର ଆଇନା,
ଆଖିର ତୁଳିରେ ଆଙ୍କି ଚାଲିଥିଲେ,
ଖୁସିର ରଙ୍ଗୋଲି କେବେବି ସରେନା

ସାଥିଟିଏ ଆଣିଦିଏ ମନେ ଯେତେ ରଙ୍ଗ,
ତା ସୃତି ଦେଇଥାଏ ତାଠୁ ଅଧିକ,
କୁହଯଦି ଅଛିକାହିଁ ଏମିତିକା ମନଟିଏ,
ପାଇଛି କିଛି ସେ ସୃତି ରଙ୍ଗ ବିନା

ମନଟାତ ଏକ ରଙ୍ଗର ସରଗ,
ରଙ୍ଗବିନା ଜୀବନ ଜୀଇଁ ହୁଏନା..

Photo credit- Internet

About ସୁଧୀର ପଟ୍ଟନାୟକ

ସୁଧୀର ପଟ୍ଟନାୟକ
ଗୀତିକାର , ସମଦୃଷ୍ଟି ପାକ୍ଷିକ ପତ୍ରିକାର ସମ୍ପାଦକ, ମୁକ୍ତ ସାମ୍ବାଦିକ, ସମାଜବିଜ୍ଞାନୀ

Check Also

ନାଚୁଣୀ

ମୂଳଲେଖା – ଭାନୁ ଭାରତୀ ଅନୁସୃଜନ – ଅଞ୍ଜଳୀ ଆଚାର୍ଯ୍ୟ ନୃତ୍ୟାଭିନୟ – ଓଡିଶୀ ନୃତ୍ୟାଙ୍ଗନା ଭାଗିରଥି ସାହି ନାଚୁଣୀ …

Leave a Reply

Your email address will not be published. Required fields are marked *