Home / ସମୀକ୍ଷା / ଜଗନ୍ନାଥ ସଂସ୍କୃତିର ଭିନ୍ନ ଭିନ୍ନ ଦିଗନ୍ତ

ଜଗନ୍ନାଥ ସଂସ୍କୃତିର ଭିନ୍ନ ଭିନ୍ନ ଦିଗନ୍ତ

ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର ନିବନ୍ଧ ପ୍ରକାଶିତ ହୋଇଛି । ଏଭଳି ଜଣେ ଗାନ୍ଧିବାଦୀ ବ୍ୟକ୍ତିତ୍ୱଙ୍କ ସହିତ ‘ସମଦୃଷ୍ଟି’ର ସମ୍ପାଦକ ତଥା ବିଶିଷ୍ଟ ସମାଜବିଜ୍ଞାନୀ ସୁଧୀର ପଟ୍ଟନାୟକ ଯେଉଁ ଆଲୋଚନା କରିଛନ୍ତି ତାହା ଏଠାରେ ଉପସ୍ଥାପିତ କରାଯାଇଛି । ଜଗନ୍ନାଥ ସଂସ୍କୃତି ଏବଂ ବର୍ତ୍ତମାନ ସମୟରେ ଏହାସହିତ ଯୋଡ଼ି ହୋଇଥିବା ବିଭିନ୍ନ ପ୍ରସଙ୍ଗ ଏହି ଆଲୋଚନାର ମୁଖ୍ୟ ବିଷୟ ।             – ସମ୍ପାଦକ

ଆପଣ ‘ସମଧ୍ୱନି’କୁ ଦେଇଥିବା ଗତ ସାକ୍ଷାତକାରରେ ‘ଜଗନ୍ନାଥ ସଂସ୍କୃତିର ଦୁଇଟି ଦିଗ’ ସମ୍ପର୍କରେ କହିଥିଲେ, ସେ ସମ୍ପର୍କରେ ଆଉ କିଛି କହିବେ କି?

ଭଗବତ ପ୍ରସାଦ – ଜଗନ୍ନାଥ ସଂସ୍କୃତିର ଅନ୍ଧାରି ଦିଗଟା ଏବେ ସ୍ପଷ୍ଟ ହୋଇଯାଇଛି । ଜଗନ୍ନାଥଙ୍କୁ ସେବାୟତମାନେ ନିଜର ସମ୍ପତ୍ତି ଭଳି ଭାବୁଛନ୍ତି ଏବଂ ଜଗନ୍ନାଥଙ୍କୁ ନେଇ ଗୋଟେ ବ୍ୟବସାୟିକ ସଂସ୍କୃତି ଗଢ଼ିଉଠିଛି । କେବଳ ଜଗନ୍ନାଥଙ୍କ ନିକଟରେ ନୁହେଁ ଯେଉଁଠି ଯେଉଁଠି ମନ୍ଦିର ରହିଛି କିମ୍ବା ବିଭିନ୍ନ ଧର୍ମପୀଠ ରହିଛି ଏଇଟା ଗୋଟିଏ ପ୍ରବୃତ୍ତି ହୋଇଯାଇଛି । ପ୍ରତ୍ୟେକ ଜାଗାରେ ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ପ୍ରତ୍ୟେକ ଧର୍ମକୁ କେନ୍ଦ୍ର କରି ଗଢ଼ିଉଠିଛନ୍ତି । ୟୁରୋପରେ ବି ମଧ୍ୟଯୁଗରେ ଚର୍ଚ୍ଚମାନଙ୍କର ଭୂମିକା ସେଇଆ ଥିଲା ଯେଉଁଠିକି ସ୍ୱର୍ଗକୁ ଯିବାପାଇଁ ପୁଣ୍ୟତା-ବିକ୍ରି ହେଉଥିଲା । ତେଣୁ ଧର୍ମଟା ବ୍ୟବସାୟ ସଂସ୍କୃତିରେ ପରିଣତ ହେବା ପ୍ରାୟ ଗୋଟେରକମ୍ ଅଭ୍ୟାସ ହୋଇଯାଇଛି । ପୃଥିବୀର ବିଭିନ୍ନ ଯାଗାରେ, ଯେଉଁଠି ଯେଉଁ ଧର୍ମସବୁ ଉନ୍ନତିଲାଭ କରିଛି ଲୋକଙ୍କର ଧର୍ମୀୟ ବିଶ୍ୱାସକୁ ନେଇ ଯେଉଁମାନେ ଦେବ ମନ୍ଦିରରେ ବିଶେଷତଃ ଭଗବାନଙ୍କ ପାଖ ଲୋକ ବୋଲି ନିଜକୁ କହୁଛନ୍ତି  ସେମାନେ ବ୍ୟବସାୟ କରୁଛନ୍ତି ।

photo credit – https://bit.ly/3doYljd

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ଭିନ୍ନ ଜଣେ ସାଲବେଗ

ଏସିଆ ମହାଦେଶର ପ୍ରସିଦ୍ଧ କବି ଉଜିର୍ ଅଲ୍ଲୀଙ୍କ ସୁପୁତ୍ର ମୌଲବୀ ସୈୟଦ୍ ଉମର୍ ଅଲ୍ଲୀ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଯଦୁପୁର …

Leave a Reply

Your email address will not be published. Required fields are marked *