ଇରାକ ଜିଣିବା

1 Min Read

(୧)

Support Samadhwani

ସୁନ୍ଦରୀ ନାରୀକୁ

ତା ସ୍ୱାମୀ କବଳରୁ ମୁକ୍ତ କରି

ନିଜର କରି ନେବା,

Support Samadhwani

ଇରାକ ଜିଣିବା ।

(୨)

ରାବଣକୁ

ପଛରେ ପକାଇ ଦେବା,

ଇରାକ ଜିଣିବା ।

(୩)

ସଭ୍ୟତାର ପରସ୍ତ ପରସ୍ତ ଖୋଲି

ତାକୁ ବିବସ୍ତ୍ର କରିବା,

ତା ଉପରେ ଲମ୍ଫ ଦେଇ

ପୁଳା ପୁଳା ମାଂସ କାଢି ନେବା,

ଇରାକ ଜିଣିବା ।

(୪)

ବର୍ବରତାର ଧୂଳି ଝଡେ

ମଣିଷକୁ ଅଂଧ କରିଦେବା,

ଇରାକ ଜିଣିବା ।

(୫)

କୋମଳ ଶିଶୁର

ଅସହାୟ ଆଖିରୁ ଅଶ୍ରୁ ଝରାଇବା,

ଇରାକ ଜିଣିବା ।

(୬)

ନିରସ୍ତ୍ର ମଣିଷର

ଶେଷ ଅସ୍ତ୍ର ହାତକୁ ହାଣିବା,

ଇରାକ ଜିଣିବା ।

(୭)

ମିଥ୍ୟାକୁ ବାରମ୍ବାର ଦୋହରାଇ

ସଭ୍ୟତାର ପରିଭାଷା ବଦଳାଇବା,

ଇରାକ ଜିଣିବା ।

                (୮)

‘ଜୋର ଯାର ମୂଲକ ତାର’

ସଭ୍ୟତାକୁ ପୁଣି ଫେରିବା,

ଇରାକ ଜିଣିବା ।

(ରଚନା ୩୧/୫/୨୦୦୩)

 ଇରାକ ଉପରେ ଆମେରିକାର ସାମରିକ ଆକ୍ରମଣର (୨୦ମାର୍ଚ୍ଚ ୨୦୦୩ରୁ ୧ମଇ ୨୦୦୩) ପ୍ରତିକ୍ରିୟାରେ ଲିଖିତ

Photo credit -https://www.google.co.in/search?tbm=isch&q=iraq+war+art&chips=q:iraq+war+art,g_1:painting&usg=AI4_-kRNgfn-0bpG7P8c_0bl5VH-Ryndjw&sa=X&ved=0ahUKEwiw8Z3G043eAhXCyaQKHdx3BRIQ4lYIKygE&biw=1366&bih=608&dpr=1#imgrc=ME4dE0awAllotM:

 

https://www.google.co.in/search?tbm=isch&q=iraq+war+art&chips=q:iraq+war+art,g_1:painting&usg=AI4_-kRNgfn-0bpG7P8c_0bl5VH-Ryndjw&sa=X&ved=0ahUKEwiw8Z3G043eAhXCyaQKHdx3BRIQ4lYIKygE&biw=1366&bih=608&dpr=1#imgrc=VAdclIE6GvaSXM:

Share this Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ