ନବ ବର୍ଷାନୁଭୂତି ବୈକୁଣ୍ଠନାଥ ପଟ୍ଟନାୟକ

Swayamprava Parhi (Chief Editor)
1 Min Read

ନବୀନ ବରଷାରେ ତୁମରି ଅନୁଭବ ମଧୁର,

ମଧୁର ପୁଣି ସ୍ୱର ସୋହାଗୀ ଏ ଚାତକ ବଧୂର ।

ମଧୁର ମନ ମତେ,

ଏ ବାତାୟନ-ପଥେ-

Samadhwani Support us

ଚାହିଁବା ଦୂରପଥ ବିଧୁର,

ତୁମରି ଅନୁଭବ ମଧୁର ।

ବରଷା ଝର ଝର ଘନ ତିମିର ନଭୁଁ ଝରଇ,

କେତେ ବାସନା ଜାଗି ତରୁଣ ମରମରେ ମରଇ ।

ସମୀର ଅବିରଳ,

ଖସଇ ଖଳ ଖଳ,

ନବୀନ ପ୍ରୀତିସମ ଥରଇ,

ବାସନା ମରମରେ ମରଇ ।

ପୀରତି-ବେନି-ପ୍ରାଣ ବରଷା କାଳେ ଏକ କରି ଗୋ,

କୁଟୀରେ ବସି ବସି ବେନି ନୟନେ ନୀର ଭରି ଗୋ,

ବରଷା ଅନୁଭବ,

କବିତା ନବ ନବ,

ବିରଚି ଗଲେ ସହଚରି ଗୋ,

ଭାଳେ ସାଜନ୍ତି ଯତ୍ନ କରି ଗୋ ।

ସେନେହ-ସିକ୍ତ ନେତ୍ରେ ଦେଖନ୍ତୁ ଚପଳାର ଚଳଣି,

ଅନ୍ଧାର ମେଘ କୋଳେ ଯୁଗଳ ପ୍ରାଣ ଏକ ସଜନି,

ଭୁଲି ସଂସାର ମାୟା,

ବେଦନା ଦୁଃଖ ଛାୟା,

ତରୁଣ-ପୀରତିର-ବରଣ-ସୁଖ-ଭୋଗ, ସଜନୀ ।

ବରଇ ସମୀରଣେ ଯେସନ ସ୍ୱପ୍ନାବେଶେ ରଜନୀ ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.