ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସରେ “ଓଡ଼ିଶା ଧ୍ରୁପଦ୍ ରତ୍ନ ଜ୍ୟୋତି ଆୱାର୍ଡ଼ -୨୦୨୫”

ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସରେ “ଓଡ଼ିଶା ଧ୍ରୁପଦ୍ ରତ୍ନ ଜ୍ୟୋତି ଆୱାର୍ଡ଼ -୨୦୨୫” ରେ ସମ୍ମାନିତ ହେଲେ ଉସ୍ତାଦ ଫୟାଜ୍ ୱାସିଫୁଦ୍ଦିନ୍ ଡାଗର

Mukund Dev Sahoo
6 Views
3 Min Read

ଧ୍ରୁପଦ୍ ମ୍ୟୁଜିକ ଫାଉଣ୍ଡେସନ (ଡି ଏମ ଏଫ୍) ପକ୍ଷରୁ ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସ-୨୦୨୫ (ସିଜନ୍ – ୮) ର ଅୟୋଜନ ଭଞ୍ଜ କଳା ମଣ୍ଡପ ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଫେସର୍ ଡ. ଵିଧୁ କଲ୍ୟାଣ ମହାନ୍ତି ଏବଂ ବରେଣ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟମାମନି ଦେବୀ, ସ୍ବାମୀ ସଦାନନ୍ଦ ସରସ୍ଵତୀ, ଗୁରୁ ବିଜୟାନନ୍ଦ ନାୟକ ଓ ମନ ବୈଜ୍ଞାନିକ ଡ. ଶ୍ରେୟା ପହୱାଙ୍କ ଦ୍ଵାରା ପ୍ରଦୀପ ପ୍ରଜ୍ବଳନ ସହିତ ଧ୍ରୁପଦ୍ ବୃନ୍ଦ ଗାୟନରେ ସନ୍ଧ୍ୟା ସ୍ତୁତି ଦ୍ଵାରା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥଲେ।

Support Samadhwani

ମୁଖ୍ୟ ଏବଂ ବରେଣ୍ୟ ଅତିଥି ଧ୍ରୁପଦ୍ ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ପରମ୍ପରାର ମୂଳ ପଦ୍ଧତି ଅନ୍ୟ ସମସ୍ତ ସଙ୍ଗୀତ ପଦ୍ଧତି ଏହାର ଶାଖା ପ୍ରଶାଖା ବୋଲି ବ୍ୟକ୍ତ କରିବା ସହ ଧ୍ରୁପଦ୍ ମ୍ୟୁଜିକ ଫାଉଣ୍ଡେସନର ମାଗାଜିନ୍ “ଦେବ ବାଣୀ ଧ୍ରୁପଦ୍ ଓଁ ତ୍ବମ୍ ଦ ଇଟରନାଲ ଯୌଗିକ ସାଉଣ୍ଡ ଅଫ ଇଣ୍ଡିଆ” କୁ ଉନ୍ମଚୋନ କରିଥିଲେ। ଡିଏମ୍ଏଫ୍ ର ଚେୟାରମେନ ପଣ୍ତିତ ମୁକୁନ୍ଦ ଦେବ ମାଗାଜିନ୍ ବିଷୟରେ କହିଥିଲେ ଯେ ଏହା

ଡିଏମ୍ଏଫ୍ ର ପ୍ରଥମ ଏଡିସନ ଯାଉଥିରେ ଦେଶ ଓ ବିଦେଶର ଖ୍ୟାତିମାନ୍ କଳାକାର ଓ ବୁଦ୍ଧି ଯିବିଙ୍କର ଧ୍ରୁପଦ ଅର୍ଟିକଲ ସ୍ଥାନ ପାଇବା ସହ “ଦେବ ବାଣୀ ଧ୍ରୁପଦ୍” ସାର ମର୍ମ ଏହି ପୁସ୍ତକରେ ସ୍ଥାନ ପଇଛି ବୋଲି ଜଣାଇ ଥିଲେ।

ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତିରେ “ଧ୍ରୁପଦ୍ ଧାରଣା” ଭଳି ଏକ ବିରଳ ପରିବେଷଣ ପ୍ରସ୍ତୁତି ହୋଇଥିଲା ଯଉଥିରେ ବିଶିଷ୍ଟ ଯୋଗ ଶିକ୍ଷିକା ମହାରାଷ୍ଟ୍ରର କଙ୍କନ ରୁ ଶ୍ରୀମତୀ ଅଞ୍ଜୁ ଟାପରିଆଙ୍କ ଧ୍ୟାନ ଧାରଣା, ଗୁରୁ ମୁକୁନ୍ଦ ଦେବଙ୍କ ସହ ପଞ୍ଜାବ ରୁ ଆସିଥିବା ତାଙ୍କ ଶିଷ୍ୟ ଶ୍ରେୟାନ୍ସି ପହ୍ୱା ଧ୍ରୁପଦ୍ ଗାୟନ ସହ କଲିକତାରୁ ମିଥୁନ ଚକ୍ରବୋର୍ତି ଙ୍କ ପଖଵଜ ବାଦନରେ ଥିଲେ। ବର୍ଷା ଋତୁର ବହୁ ପ୍ରଚଳିତ ରାଗ ମେଘ୍ ରେ ଦେବ ବାଣୀ ଶୈଳୀରେ ଧ୍ରୁପଦ୍ ଆଳାପ ସହ ଗୁରୁ ମୁକୁନ୍ଦ ଦେବ ଙ୍କ ରଚନା “ବୁନ୍ଦ୍ ବୁନ୍ଦ୍ ବରଷ ମେଘ୍” ରଚନା ପରିବେଷଣରେ ଶ୍ରୋତା ମାନେ ଆତ୍ମବିଭୋର ହୋଈଥିଲେ। ସନ୍ଧ୍ୟାର ଦ୍ୱିତୀୟ ଓ ଶେଷ ପ୍ରସ୍ତୁତି ଉସ୍ତାଦ ଫୟାଜ୍ ୱାସିଫୁଦ୍ଦିନ୍ ଡାଗର (ପଦ୍ମଶ୍ରୀ) ୟମନ୍ ରାଗରେ ସୁନ୍ଦର ଆଳାପ ବିସ୍ତାର ଓ ଭାବପୂର୍ଣ୍ଣ ଶିବ ସ୍ତୁତି ଦ୍ୱାରା ଶିଳ୍ପୀ ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଲେ। ଓଡ଼ିଶା ମାଟିରେ ଧ୍ରୁପଦ୍ ର ପ୍ରଚାର ପ୍ରସାର ର ଏକ ଐତିହାସିକ ଯାତ୍ରା ବୋଲି ପଦ୍ମଶ୍ରୀ ଉସ୍ତାଦ ଡାଗର କହିଥିଲେ।

Support Samadhwani

ଆୱାର୍ଡ଼ ସେରେମୋନୀ ରେ “ଓଡ଼ିଶା କ୍ଲାସିକାଲ ମ୍ୟୁଜିକ ଟାଲେଣ୍ଟ ସର୍ଚ୍ଚ – ୨୦୨୫ ର ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ଦେବା ସହ ଲିଟ୍ଟଲ୍ ଓଡ଼ିଶି ସିଙ୍ଗର ଆୱାର୍ଡ଼ -୨୦୨୫,  ଲିଟ୍ଟଲ୍ ଖୟାଲ ସିଙ୍ଗର ଆୱାର୍ଡ଼ -୨୦୨୫, ଲିଟ୍ଟଲ୍ ଧ୍ରୁପଦ୍ ସିଙ୍ଗର ଆୱାର୍ଡ଼ -୨୦୨୫ ଲଗ୍ନ ସୁଶ୍ରୀ ପୃଷ୍ଟି, ତପନ କୁମାର ଏବଂ ମଣିଷ ପଣ୍ଡା ଙ୍କୁ ମିଳିଥିଲା। ଶ୍ରେୟାନଶୀ ପାହ୍ୱା “ଦେବ ବାଣୀ ଧ୍ରୁପଦ୍ ଆରଧନା ଆୱାର୍ଡ଼ ୨୦୨୫ ଓ ପରିଶେଷରେ ଉସ୍ତାଦ ୱାସିଫୁଦ୍ଦିନ୍ ଡାଗର ଯାହାଙ୍କର ପରିବାର ୨୦ ପିଢ଼ି ଧରି ଧ୍ରୁପଦ୍ ପରମ୍ପରା କୁ ବଞ୍ଜାଇ ରଖିଛନ୍ତି ତାଙ୍କୁ “ଓଡ଼ିଶା ଧ୍ରୁପଦ୍ ରତ୍ନ ଜ୍ୟୋତି ଆୱାର୍ଡ଼ -୨୦୨୫” ପ୍ରଦାନ କରାଯାଇଥିଲା।

ଧ୍ରୁପଦ୍ ମ୍ୟୁଜିକ ଫାଉଣ୍ଡେସନ (ଡି ଏମ ଏଫ୍)ର ପ୍ରତି ବର୍ଷ ବିଶ୍ୱ ସଙ୍ଗୀତ ଓ ଯୋଗ ଦିବସର ସେଲେବ୍ରେସନ ଓଡ଼ିଶା ସଙ୍ଗୀତ ଇତିହାସରେ ଏକ ନୂତନ ଜାଗରଣ ସୃଷ୍ଟି କରିଛି। ଗୁରୁ ମୁକୁନ୍ଦ ଦେବ ଧ୍ରୁପଦ୍ ସଙ୍ଗୀତର ଓଡ଼ିଶାରେ ବୀଜ ରୋପଣ କରି ଏବେ ବିଦେଶ ଯାତ୍ରା ପାଇଁ ପ୍ରସ୍ୁତି ଆରମ୍ଭ କରିଛନ୍ତି।

 

 

Share This Article
Mukund Dev Sahu is a Dhrupad singer and Guru who has established the Dhrupad Music Foundation in Odisha, India. This organization likely aims to promote and preserve the ancient classical music tradition of Dhrupad in the eastern state of Odisha.