ଗାଁକୁ ଅଧିକ ଭାବରେ ସୈର୍ନ୍ଦଯ୍ୟ କରିଥାଏ ତାଷ ଜମିପାଖରେ ଥିବା ତାଳ ଗଛ ଗୁଡାକ ସେସବୁ ତାଳ ଗଛ ଜିବନ୍ତ ହୋଇ ଉଠନ୍ତି ସବୁଜ ଧାନ କ୍ଷେତ ମଧ୍ୟରେ । ଗାଁ ସହିତ ତାଳ ଗଛର ସମ୍ପର୍କ ମଧ୍ୟ ଭାରି ନିବିଡ । ଆଗ ଅପେକ୍ଷା ଏବେ ଗାଁରେ ତାଳ ଗଛ କମ୍ ଜାଗାରେ ଦେଖିବାକୁ ମିଳେ ଏବେ ବର୍ଷକୁ ବର୍ଷ ଲୋକେ କାଟିଦିଅନ୍ତି କେହି ପୋଖରି ଖୋଳିଲେ କି କେହି ସେ ଜାଗା ଉପରେ ଘର କଲେ । ଆଗରୁ ଯେତେବେଳେ ବଳଦରେ ଗାଁ ରେ ହଳହୁଏ ଏହି ତାଳ ଗଛରେ ପାଚିଲା ତାଳକୁ ଧୋଇ ବଳଦ କୁ ଦିଆଯାଏ, ତାଳ ଧୁଆ ପାଣି ଦେଲେ କାଳେ ବଳଦ ହଳ ଭଲ ଟାଣେ । ତାଳର ଆଖି ଅଛି ବୋଲି ବାପାଙ୍କ ପାଖରୁ ଶୁଣିଛି, ଏହା ତାଙ୍କୁ ବୁଢାପା ବାପାଙ୍କୁ କହିଥିଲେ ବିଲରେ ଯେତେବେଳେ ବିହନ ରୁଆ ଉପଡା ହୁଏ ହିଡ ପାଖରେ ହୋଇଥିବା ତାଳ ଗଛରୁ ପାଚିଲା ତାଳ ଧୁମ ଧାମ ହୋଇ ପାଣିରେ ପଡୁଥିଲେ ବି ମଣିଷ ଉପରେ ତାହା ପଡେନାହିଁ । ପାଚିଲା ତାଳକୁ ଧୋଇ ସାରିଲା ପରେ ତାକୁ ବାଉଁସ ଭାଡି ଉପରେ ରଖା ଯାଏ ତାଳ ମଂଜକୁ ମାଟି ଉପରେ ରଖିଲେ ତାହା ମାଟିରେ ଗଜା ଧରି ନିଏ ଘର ଘଚ ବାଡିରେ ଗଛ ଉଠିପଡେ ଗାଁରେ ଏଭଳି ବିଶ୍ୱାସ ଥାଏ କି ଛୋଟ ତାଳଗଛକୁ କାଟିଲେ କାଳେ ପାପ ହୁଏ ।
ସଜତାଳକୁ କାଟିବା ପାଇଁ ସରୁ ବାଉଂଶ ଅଗରେ ଦାଆ ବାନ୍ଧି ତାଳ କାନ୍ଦି କଟାଯାଏ ଏମିତି କାଟୁ କାଟୁ କେବେ କେବେ ଦାଆ ମଧ୍ୟ ତାଳ ଗଛରେ ରହିଯାଉଥିଲା । ସାହିରେ ଶୁଖିଲା ତାଳ ବରଡା ପାଇଁ ମଧ୍ୟ ଝଗଡା ହୁଏ । ଆଗରୁ ଗାଁରେ ଥିବା ଚାଳ ଛପର ର ଗଢାଣ ପାଇଁ ଓ ବାଢ ଘେରିବା ପାଇଁ ଏହି ତାଳ ର ଉପର ଛାଲି ରେ ବନ୍ଧାହେଉଥିଲା କିନ୍ତୁ ଏବେ ଆଉ ଚାଳ ଘର କାହାରି ନାହିଁ ସେଥିପାଇଁ ଏବେ ଆଉ କିଛି କାମରେ ଲାଗୁନାହିଁ । ବିଲରେ କାମ କରୁଥିବା ବେଳେ ବର୍ଷା ଦିନରେ ମୁଁ ଅନେକ ସମୟରେ ଦେଖିଛି ବିଲ ମଝିରେ ଥିବା ତାଳ ଗଛକୁ ଭୟଙ୍କର ଭାବେ ବିଜୁଳି ମାରିବା ଏହାକୁ ଆମ ଗାଁରେ ଚଡକ ମାରିବା ବୋଲି କୁହନ୍ତି ବିଲ ପାଖରେ ଥିବା ଅନେକ ତାଳ ଗଛ ବିଜୁଳି ମାରିବା ପରେ ତାହା ମରିଯାଏ ତାପରେ ସେଠି ପେଚା, ତାଳ ଟିଆ ଙ୍କର ବାସସ୍ଥାନ ହୋଇଯାଏ ।
ବାଡି ଢିଅ ଉପରେ ଥିବା ସରୁତାଳ ଗଛ ବିଷୟରେ ବାପାଙ୍କ ପାଖରୁ ଅନେକ କଥା ସୁଣିଛି ତାଙ୍କ ପିଲା ବେଳେ ଚମାର ଗଛ ଛଡାଇବାପରେ ଗଛ ତଳକୁ ଆସି ଭୟଭିତ ଅବସ୍ଥାରେ କହିଲା ଗଛ ଉପରୁ ବଙ୍ଗୋପସାଗର କାଳେ ଦିଶୁଛି । ଏହି ତାଳ ଗଛ ବିଷୟରେ ଅନ୍ୟ ଏକ କଥା ବାପା କୁହନ୍ତି ବାପାଙ୍କର ମାମୁ ଘର ପାଖକୁ କାଳେ ଏହି ତାଳ ଗଛ ଦେଖାଯାଏ ଯଦିଓ ଗାଁ ପାଖରୁ ବାପାଙ୍କର ମାମୁଘର ଦଶରୁ ପନ୍ଦର କିଲୋମିଟର ଏବେ ସେଠି ଆଉ ସେ ତାଳ ଗଛ ନାହିଁ କେବେ ଠାରୁ ତାହା ମରିସାରିଛି ।
ବିଲରେ ଯେତେବେଳେ ବିହନ ରୁଆ ଉପଡା ହୁଏ ହିଡ ପାଖରେ ହୋଇଥିବା ତାଳ ଗଛରୁ ପାଚିଲା ତାଳ ଧୁମ ଧାମ ହୋଇ ପାଣିରେ ପଡୁଥିଲେ ବି ମଣିଷ ଉପରେ ତାହା କେବେ ପଡେନାହିଁ…
ଏମିତି ଅନେକ ବିଶ୍ବାସ ଗାଁ ଜୀବନ ରେ ଭରି ରହିଥାଏ…
ତାଳରୁ ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ ହୁଏ ଯେମିତି କି ତାଳ ପିଠା, କାକରା, ତାଳଗୁଡ….
ତାଳ ପତ୍ରକୁ ପୋଥି ପାଇଁ ପୂର୍ବରୁ ବ୍ୟବହାର ହେଉଥିଲା, କାଗଜ ଆସିବାପରେ ଏହା ଅଦରକାରୀ ହୋଇଗଲା।…
ଚାଷୀଭାଇ ବର୍ଷା ସମୟରେ ଚାଷକାମ କରିବା ବେଳେ ପଖା ବ୍ୟବହାର କରେ ଯାହା ତାଳପତ୍ର ବା ବରଡାର ରୁ ତିଆରି ହୋଇଥାଏ….
ପାଚିଲା ତାଳକୁ ଧୋଇ ସାରିଲା ପରେ ତାକୁ ବାଉଁସ ଭାଡି ଉପରେ ରଖା ଯାଏ ତାଳ ମଂଜକୁ ମାଟି ଉପରେ ରଖିଲେ ତାହା ମାଟିରେ ଗଜା ଧରି ନିଏ …
ଗାଁରେ ବିଶ୍ୱାସ ଥାଏ କି ଛୋଟ ତାଳଗଛକୁ କାଟିଲେ କାଳେ ପାପ ହୁଏ… ସଜତାଳକୁ କାଟିବା ପାଇଁ ସରୁ ବାଉଂଶ ଅଗରେ ଦାଆ ବାନ୍ଧି ତାଳ କାନ୍ଦି କଟାଯାଏ ଏମିତି କାଟୁ କାଟୁ କେବେ କେବେ ଦାଆ ମଧ୍ୟ ତାଳ ଗଛରେ ରହିଯାଏ…
ସାହିରେ ଶୁଖିଲା ତାଳ ବରଡା ପାଇଁ ମଧ୍ୟ ଝଗଡା ହୁଏ ଯାହା ଚୁଲିରେ ନିଆଁ ଧରାଇବାପାଇଁ ସହଯୋଗ କରେ।
ଆଗରୁ ଗାଁରେ ଥିବା ଚାଳ ଛପର ର ଗଢାଣ ପାଇଁ ଓ ବାଢ ଘେରିବା ପାଇଁ ଏହି ତାଳ ର ଉପର ଛାଲି ରେ ବନ୍ଧାହେଉଥିଲା କିନ୍ତୁ ଏବେ ଆଉ ଚାଳ ଘର କାହାରି ନାହିଁ ସେଥିପାଇଁ ଏବେ ଆଉ କିଛି କାମରେ ଲାଗୁନାହିଁ…
ବିଲରେ କାମ କରୁଥିବା ବେଳେ ବର୍ଷା ଦିନରେ ମୁଁ ଅନେକ ସମୟରେ ଦେଖିଛି ବିଲ ମଝିରେ ଥିବା ତାଳ ଗଛକୁ ଭୟଙ୍କର ଭାବେ ବିଜୁଳି ମାରିବା ଏହାକୁ ଆମ ଗାଁରେ ଚଡକ ମାରିବା ବୋଲି କୁହନ୍ତି ବିଲ ପାଖରେ ଥିବା ଅନେକ ତାଳ ଗଛ ବିଜୁଳି ମାରିବା ପରେ ତାହା ମରିଯାଏ ତାପରେ ସେଠି ପେଚା, ତାଳ ଟିଆ ଙ୍କର ବାସସ୍ଥାନ ହୋଇଯାଏ ।
ବାଡି ଢିଅ ଉପରେ ଥିବା ସରୁତାଳ ଗଛ ବିଷୟରେ ବାପାଙ୍କ ପାଖରୁ ଅନେକ କଥା ଶୁଣିଛି, ତାଙ୍କ ପିଲା ବେଳେ ଚମାର ଗଛ ଛଡାଇବା ପରେ ଗଛ ତଳକୁ ଆସି ଭୟଭିତ ଅବସ୍ଥାରେ କହିଲା ଗଛ ଉପରୁ ବଙ୍ଗୋପସାଗର କାଳେ ଦିଶୁଛି ।
ତାଳ ଗଛର ଏତେ ମୁଲ୍ୟ ଥାଇ ମଧ୍ୟ ତାହା ଆଉ କାହା କାମରେ ଲାଗୁନାହିଁ, ତାଳଗଛ ଏବେ ମୁଲ୍ୟହୀନ ହୋଇପଡିଛି ।