“ଜାଇଫୁଲ” – ଭେଙ୍ଗରାଜପୁର ଗାଁର ଗଁଡ଼ାବଜା କଳାକାରମାନଙ୍କର ଏକ ଉପସ୍ଥାପନ

Swayamprava Parhi (Chief Editor)
1 Min Read

[box type=”shadow” align=”” class=”” width=””]ଓଡ଼ିଶାର ପଶ୍ଚିମାଞ୍ଚଳର ଲୋକଗୀତ ମାନଙ୍କ ଭିତରେ “ଜାଇଫୁଲ” ଏକ ଅନ୍ୟତମ ବିଭାଗ। “ଜାଇଫୁଲ” ନିଜ ସାଥୀମାନଙ୍କ ସହ ଉପସ୍ଥାପନ କରିବାର ପରମ୍ପରା ରହିଛି। ଶାସ୍ତ୍ରୀୟ ସଂଗୀତ ପରି ଲୋକଗୀତ ଓ ନୃତ୍ୟ ମାନଙ୍କର ଉପସ୍ଥାପନା ଏକ ବା ଏକୁଟିଆ କରିବା ସମ୍ଭବ ନୁହଁ। ବୃନ୍ଦ ବା ମିଳିତ ଭାବରେ ଏହି ସଂଗୀତ ଓ ନୃତ୍ୟକୁ ପରିବେଷଣ କରିବାରେ ଯେଉଁ ଆନନ୍ଦ ଅନୁଭବ ହୁଏ ତାହାର ଏକ ଉଦାହରଣ ଏଠାରେ ଉପସ୍ଥାପନ କରିଛନ୍ତି ବରଗଡ଼ ଜିଲ୍ଲା, ପାଇକମାଳ ବ୍ଲକ, ଭେଙ୍ଗରାଜପୁର ଗାଁର ଗଁଡ଼ା ବଜାର କଳାକାରମାନେ। ଏହିଭଳି ଆନନ୍ଦ ଓ ଗୋଷ୍ଠୀ ଜୀବନ ଗଣ୍ଡା କଳାକାର ମାନଙ୍କୁ ହଜାର ହଜାର ବର୍ଷ ଧରି ଏହି ପୁରାତନ କଳାକୁ ସବୁ କଷ୍ଟ ଓ ବିପତ୍ତି ଭିତରେ ବଞ୍ଚିରଖିବାରେ ଅନ୍ୟତମ ଭୂମିକା ଗ୍ରହଣ କରିଛି ବୋଲି ମନେହୁଏ। ସେହି ଗୋଷ୍ଠୀ ଜୀବନର ଆନନ୍ଦର ଏକ ଅନୁଭବ ଯଦି ଓଡ଼ିଶାର ସବୁ ଜନଗଣଙ୍କ ଭିତରେ ଉଦୟ ହୁଏ ତେବେ ଓଡ଼ିଶାର ସାଂସ୍କୃତିକ ଜଗତରେ ଏକ ନୂତନ ଧାରାର ସୂତ୍ରପାତ ହୋଇପାରିବ ଓ ଏକୁଟିଆ ବଂଚିବା, ଚାରିପଟେ ଥିବା ମଣିଷ ମାନଙ୍କ ପ୍ରତି ଉଦାସୀନ ରହିବାର ପରମ୍ପରା ଭାଙ୍ଗି ଏକାଠି ରହିବା ଓ ସମସ୍ତେ ମିଳିମିଶି ବଂଚିବାର ପ୍ରକ୍ରିୟା ଆରମ୍ଭ ହୋଇପାରିବ।-ସମ୍ପାଦକ[/box]

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.