ଶ୍ରଦ୍ଧାଞ୍ଜଳି ପ୍ରଫେସର ଭାଗବତ ପ୍ରସାଦ

Swayamprava Parhi (Chief Editor)
1 Min Read

ସମଧ୍ୱନି ଆଜି ତାର ଜଣେ ଅନ୍ୟତମ ଦିଗଦ୍ରଷ୍ଟାଙ୍କୁ ହରାଇଛି। ପ୍ରଫେସର ଭାଗବତ ପ୍ରସାଦ ଯିଏକି ଦୀର୍ଘଦିନ ଧରି ବୟସାଧିକ୍ୟ ରୋଗରେ ଶଯ୍ୟାଶାୟୀ ଥିଲେ ଆଜି ତାଙ୍କର ରାୟଗଡା ସ୍ଥିତ ବାସଭବନରେ ବିୟୋଗ ଘଟିଛି। ଏହିଭଳି ଏକ ସମୟରେ ସମଧ୍ୱନି ସମଗ୍ର ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି। ଓଡ଼ିଶା ଆଜି ଜଣେ ବିଜ୍ଞ, ଗୁଣୀ, ସମାଜ ବିଜ୍ଞାନୀ ଓ ଜଣେ ପ୍ରକୃତ ମଣିଷକୁ ହରାଇଛି। ସେହିପରି ଜଣେ ବିଜ୍ଞ ମଣିଷ ନିଶ୍ଚୟ ଓଡ଼ିଶାରେ ବିରଳ ଏଥିରେ ସନ୍ଦେହ ନାହିଁ। ତାଙ୍କରି ସ୍ମୁତିରେ ସମଧ୍ୱନି ଯେଉଁ କଥାସବୁ ଅତି ଗୁରୁତ୍ୱପୂର୍ଣ ବୋଲି ସେ ବାରମ୍ବାର କହୁଥିଲେ ତାହା ଧାରାବାହିକ ଭାବେ ପ୍ରକାଶ କରିବ । ପ୍ରଫେସର ଭାଗବତ ପ୍ରସାଦଙ୍କର ୮୬ତମ ଜନ୍ମଦିବସରେ ଲୋହିଆ ଏକାଡେମୀ ତାଙ୍କୁ ରବି ରାୟ ସମ୍ମାନରେ ସମ୍ମାନିତ କରିବା ଅବସରରେ ସେ ଯେଉଁ ବକ୍ତୃତା ଦେଇଥିଲେ ତାହା ଏଠାରେ ବୃତ୍ତଚିତ୍ର ନିର୍ମାତା ଉମେଶ ଚନ୍ଦ୍ର ବିଶ୍ୱାଳଙ୍କ ଦ୍ୱାରା ଉପସ୍ଥାପନ କରାଯାଇଛି। ପ୍ରଫେସର ଭାଗବତ ପ୍ରସାଦଙ୍କୁ କିଂଚିତ ଜାଣିବା ଓ ବୁଝିବାରେ ଆପଣମାନଙ୍କୁ ଏହି ଭିଡ଼ିଓ ସହଯୋଗ କରିବ ବୋଲି ଆଶା – ସମ୍ପାଦକ

ତାଙ୍କର ଅନେକ ଲେଖା ସମଧ୍ୱନି ଇ – ପତ୍ରିକାରେ ଆପଣମାନେ ଦେଖିବାକୁ ପାଇବେ ଯେଉଁଥିରେ ତାଙ୍କର ଭାରତୀୟ ସଂସ୍କୃତି କୁ ନେଇ ଦୃଷ୍ଟିଭଙ୍ଗୀ ସ୍ପଷ୍ଟ ପ୍ରକାଶ ପାଇଛି। ପରବର୍ତ୍ତୀ ପର୍ଯାୟରେ ଏହି ବିଷୟରେ ଅଧିକ ଚର୍ଚ୍ଚା କରାଯିବ।

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.