Contents
ମୋତେ ହତିଆର କର ନାହିଁଯେଉଁ ଲେଖା ତୁମକୁ ନ ସୁହାଇଲାତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା,ଦେଶକୁ ପଚାରୁଛି କିଏ ଯେଲେଖକର ଲେଖାରେକେତେ ଦ୍ରୋହ ଥିଲା?ଦେଶ ତେଣୁ କ୍ଷୁବ୍ଧ-ସେ କରୁଛି ପ୍ରଶ୍ନ – ,“ତୁମେ ସତେ ମତେକେତେ ଦୁର୍ବଳ ନ ଭାବୁଛ ଯେ,କାହାର ଲେଖାରେ ମୁଁଖଣ୍ଡ ବିଖଣ୍ଡିତ ହେବି ଓସତ୍ତା ହରାଇବି?”“ମୋ ଉପରେ ତୁମର ବିଶ୍ୱାସ କୁ ପ୍ରଶ୍ନ କରୁଛି,ସେମାନଙ୍କର ଲେଖାକୁ ନୁହେଁ,ଯାହାଙ୍କୁ ଦେଶଦ୍ରୋହୀ କହି ମାମଲା ଠୁକୁଁଛଓ ମୋତେ ପ୍ରକାରାନ୍ତେ ଦୁର୍ବଳ କହୁଛ ।“ଅନୁରୋଧ, ମୋତେ ଅପମାନିତ କର ନାହିଁ ।ପୁଣି କହୁଛିମୁଁ ଏତେ ଭଂଗୁର ନୁହେଁ ଯେକାହାରି ଲେଖାରେ ଖଣ୍ଡ ବିଖଣ୍ଡିତ ହେବିଓ ସତ୍ତା ହରାଇବି ।
ମୋତେ ହତିଆର କର ନାହିଁ
ଯେଉଁ ଲେଖା ତୁମକୁ ନ ସୁହାଇଲା
ତା ବିରୁଦ୍ଧରେ ଲଗାଇଲ ଦେଶଦ୍ରୋହର ମାମଲା,
ଦେଶକୁ ପଚାରୁଛି କିଏ ଯେ
ଲେଖକର ଲେଖାରେ
କେତେ ଦ୍ରୋହ ଥିଲା?
ଦେଶ ତେଣୁ କ୍ଷୁବ୍ଧ-
ସେ କରୁଛି ପ୍ରଶ୍ନ – ,
“ତୁମେ ସତେ ମତେ
କେତେ ଦୁର୍ବଳ ନ ଭାବୁଛ ଯେ,
କାହାର ଲେଖାରେ ମୁଁ
ଖଣ୍ଡ ବିଖଣ୍ଡିତ ହେବି ଓ
ସତ୍ତା ହରାଇବି?”
“ମୋ ଉପରେ ତୁମର ବିଶ୍ୱାସ କୁ ପ୍ରଶ୍ନ କରୁଛି,
ସେମାନଙ୍କର ଲେଖାକୁ ନୁହେଁ,
ଯାହାଙ୍କୁ ଦେଶଦ୍ରୋହୀ କହି ମାମଲା ଠୁକୁଁଛ
ଓ ମୋତେ ପ୍ରକାରାନ୍ତେ ଦୁର୍ବଳ କହୁଛ ।
“ଅନୁରୋଧ, ମୋତେ ଅପମାନିତ କର ନାହିଁ ।
ପୁଣି କହୁଛି
ମୁଁ ଏତେ ଭଂଗୁର ନୁହେଁ ଯେ
କାହାରି ଲେଖାରେ ଖଣ୍ଡ ବିଖଣ୍ଡିତ ହେବି
ଓ ସତ୍ତା ହରାଇବି ।
Photo credit –
https://www.google.com/search?biw=1366&bih=625&tbm=isch&sa=1&ei=k90FXejKNsSe9QP9s4vACA&q=writers+protest+for+free+writing+symbolic+indian+art&oq=writers+protest+for+free+writing+symbolic+indian+art&gs_l=img.3…45526.56686..58595…0.0..0.492.3886.2-4j0j6……0….1..gws-wiz-img.U89T8WUhHMM#imgdii=I6KfHZ9dugiY6M:&imgrc=g7FeInNTUMP_AM: