‘ସମଧ୍ୱନି’ ଇ – ପତ୍ରିକା (www.samadhwani.com) ର ଉନ୍ମୋଚନ ଉତ୍ସବ

Swayamprava Parhi (Chief Editor)
2 Min Read

www.samadhwani.com

 

Samadhwani Support us

ସଂସ୍କୃତି ଓ ସଙ୍ଗୀତ କ୍ଷେତ୍ରରେ ଓଡିଶାର ପ୍ରଥମ ଇ- ପତ୍ରିକା ‘ସମଧ୍ୱନି’ ଆପଣମାନଙ୍କ ନିକଟରେ ଆତ୍ମପ୍ରକାଶିତ ହୋଇସାରିଛି । ଗତ ମାର୍ଚ୍ଚ ୧୦ ତାରିଖ ଦିନ ଏହାକୁ ଉନ୍ମୋଚିତ କରିଥିଲେ ବିଶିଷ୍ଟ ଗଣିତଶାସ୍ତ୍ର ବିଶେଷଜ୍ଞ, ସମାଜ ବିଜ୍ଞାନୀ, ସଂସ୍କୃତି ସମୀକ୍ଷକ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ ।

 

ଜ୍ଞାନବିଜ୍ଞାନ ଆନ୍ଦୋଳନର ବିଶିଷ୍ଟ ସାଂସ୍କୃତିକ କର୍ମୀ ତଥା ଗୀତିକାର, ନିର୍ଦ୍ଦେଶକ ଓ ଗାୟକ ଶ୍ରୀ ‘ନଳିନୀକାନ୍ତ ମହାପାତ୍ର’ଙ୍କୁ ଗଣସଙ୍ଗୀତ କ୍ଷେତ୍ରରେ ଅବଦାନପାଇଁ ଏହି ଅବସରରେ ସମ୍ମାନୀତ କରାଯାଇଥିଲା । ରାଜ୍ୟର ବିଭିନ୍ନ ଘଟଣାକୁ ଭିନ୍ନ ଦୃଷ୍ଟିଭଙ୍ଗୀ ନେଇ ସମାଲୋଚନା କରିଆସିଥିବା ଗଣୀତଜ୍ଞ, ସମାଜ ବିଜ୍ଞାନୀ, ରାଜନୈତିକ ଓ ସାଂସ୍କୃତିକ ସମାଲୋଚକ ପ୍ରଫେସର ବିରେନ୍ଦ୍ର ନାୟକ ‘ନଳିନୀକାନ୍ତ ମହାପାତ୍ର’/ ନିଲୁ ଦାଙ୍କୁ ସମ୍ମାନୀତ କରିଥିଲେ ।

ପ୍ରଫେସର ବିରେନ୍ଦ୍ର ନାୟକ ଏବଂ ପ୍ରଫେସର ସ୍ୱାଧୀନାନନ୍ଦ ପଟ୍ଟନାୟକ ଯିଏକି ଓଡ଼ିଶାର ଦୁଇଜଣ ଅଦ୍ୱିତୀୟ ସମାଜ ବିଜ୍ଞାନୀ ‘ସମଧ୍ୱନି ଇ- ପତ୍ରିକା’ ସମ୍ପର୍କରେ ଯେଉଁ ଆଲୋଚନା କରିଥିଲେ ସେଥିରେ ଭବିଷ୍ୟତ ପାଇଁ ଅନେକ ଆଶା, ଅନେକ ସମ୍ଭାବନା ଭରି ରହିଥିଲା ଓ ଅନେକ ଅନିଶ୍ଚିତ ଘଟଣା ଓ ପଥ ହୁଡ଼ିବାର ଭୟ ମଧ୍ୟ ପ୍ରକାଶ ପାଇଥିଲା । ସମଗ୍ର ଦୁନିଆରେ ବଜାର ଓ ବେପାରୀମାନେ ଯେଉଁଭଳି କାୟା ବିସ୍ତାର କରିଛନ୍ତି ସମଧ୍ୱନି ପରି ସଂସ୍କୃତିପାଇଁ କାମକରୁଥିବା ଏକ ଇ-ପତ୍ରିକା ସେମାନଙ୍କ ଦ୍ୱାରା ପ୍ରଭାବିତ ନହୋଇ କେତେଦିନ ରହିବା ସମ୍ଭବ ସେ ସମ୍ପର୍କରେ ସୂଚେଇ ଦେଇଥିଲେ ପ୍ରଫେସର ବିରେନ୍ଦ୍ର ନାୟକ ।

ଏହି ଅବସରରେ ନିଲୁ ଦା କେତୋଟି ଗୁରୁତ୍ୱପୂର୍ଣ୍ଣ ଗଣସଙ୍ଗୀତ ପରିବେଷଣ କରିଥିଲେ ଯେଉଁଥିରେ ପୁସ୍ତକର ଇତିହାସକୁ ସଙ୍ଗୀତର ସ୍ୱରରେ ସଂଯୋଜନା କରାଯାଇଥିଲା ଏବଂ ସମଧ୍ୱନିର ନାଁ ଏବଂ କାର୍ଯ୍ୟକୁ ଧ୍ୱନି ପ୍ରତିଧ୍ୱନିର ଏକ ସମାହାର ବୋଲି ବର୍ଣ୍ଣନା କରି ସେ ନିଜେ ଯେଉଁ ସଙ୍ଗୀତ ରଚନା କରିଥିଲେ ତାହା ପରିବେଷଣ କରିଥିଲେ ।

ଇ-ପତ୍ରିକା ଉନ୍ମୋଚନ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସମଧ୍ୱନି ସାଂସ୍କୃତିକ ସଙ୍ଗଠନର କଳାକାର ଅଜିତଙ୍କ ଦ୍ୱାରା ଜନମ ମାଟିର ଚଉଦିଗେ ଆଜି… ଗୀତରୁ ଏହି ସଙ୍ଗୀତ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା ।

ଜ୍ୱୋତି ପ୍ରକାଶ(ବେହେଲା), ଜିତେନ୍ଦ୍ର(ତବଲା) ମିଳିତ ଭାବେ ଏକ ସଂଯୋଜନା ପ୍ରଦର୍ଶନ କରିଥିବା ବେଳେ ସେମାନଙ୍କୁ ଅଶେଷ ଓ ମୃତ୍ୟୁଞ୍ଜୟ ଗୀଟାର ବଜାଇ ସହଯୋଗ କରିଥିଲେ ।

ଗୁରୁଶ୍ରୀ ନିମାକାନ୍ତ ରାଉତରାୟ ନାରୀ ସମସ୍ୟା ଉପରେ ଏକ ସାରଗର୍ଭକ ଗୀତ ‘କୁହହେ ସମାଜ କାହାର ଛାୟାରେ କାୟା ହଜାଇଛି ନାରୀ’… ଓ ସମଧ୍ୱନି ଇ-ପତ୍ରିକାର ସମ୍ପାଦକ ସ୍ୱୟଂପ୍ରଭା ପାଢ଼ୀ ‘ଆଇନା କାହା ଚେହେରାକୁ ଆଉ ଦେଖେନା’ ଗଣମାଧ୍ୟମକୁ ସମାଲୋଚନା କରୁଥିବା ଏକ ଗୀତ ପରିବେଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମଧ୍ୱନି ପରିବାରର ଶିବାଶିଷ, ଲଖମିଧର, ସ୍ବାତୀ, ଦିଲିପ

ସମଗ୍ର ଓଏବ୍ ସାଇଟ୍ ର କାର୍ଯ୍ୟକୁ କଳାତ୍ମକ ରୂପ ପ୍ରଦାନ କରିଥିଲେ ବିନ୍ଦୁ କ୍ରିଏଟିଭ୍ ର ଶିବ ପ୍ରସାଦ ପାତ୍ର ଓ ରାକେଶ ରନଜନ

Share This Article
Editor-in-Chief, Samadhwani | Cultural Journalist || Vocal Artist | Leading the Student-Led “Village Biography/ Village History Documentation" Initiative in Odisha.