ଗାୟିକା – ସ୍ଵୟଂପ୍ରଭା ପାଢ଼ୀ
ଗୀତିକାର – ସୁଧୀର ପଟ୍ଟନାୟକ
ସଙ୍ଗୀତ କାମ୍ପୋଜର – ତ୍ରିଲୋଚନ ନାୟକ
ପରିଚାଳନା :
ତରୁଣ ମିଶ୍ର
ଜିତେନ୍ଦ୍ର କୁମାର ସାହୁ
ଜ୍ୟୋତିପ୍ରକାଶ ସାହୁ
ସ୍ଵୟଂପ୍ରଭା ପାଢ଼ୀ
କୁହ ହେ ସମାଜ କାହାର ଛାୟାରେ
କାୟା ହଜାଇଛି ନାରୀ
କାହା ପରିଚୟ ସଜାଡ଼ି ସଜାଡ଼ି
ନିଜେ ସେ ଯାଇଛି ହଜି ।
ହେଉବା ପୂରାଣ ଅବା ଇତିହାସ
ଅବା ଆମ ଯୁଗ କଥାଗୀତି
ଯେତେ ଯନ୍ତ୍ରଣା ଯେତେ ଯାତନା
ଲାଞ୍ଛନା ପ୍ରତାରଣା
ବିଷକୁ ପିୟୁଷ ମଣି
ଦିନ ତାର ଯାଏ ବିତି
କୁହ ହେ ସମାଜ …
ନାୟିକା ସାଜିଲା ଯେଉଁ ନାରୀ ଦିନେ
ରାମାୟଣ ଯୁଗ ପୃଷ୍ଠାରେ
ନିର୍ବାସିତା ହେଲା ତା ନାୟକ ହାତେ
ଦୁନିଆ ଯାହାକୁ ପୂଜା କରେ
ହେଉ ସେ ଦ୍ରୌପଦୀ ଅବା ସେ ପାର୍ବତୀ
ପୂଜା ପାଉ ଏଠି ଦେବୀ ନାମେ
ଯେତେ ଯନ୍ତ୍ରଣା ଯେତେ ଯାତନା
ଲାଞ୍ଛନା ପ୍ରତାରଣା
ବିଷକୁ ପିୟୁଷ ମଣି
ଦିନ ତାର ଯାଏ ବିତି
କୁହହେ ସମାଜ…
କାହାର ଛାୟାରେ …
ଇତିହାସେ ଭରା ଯେତିକି ଘଟଣା
କୁହ କାରେ ଅଛି ଅଜଣା
ପୁରୁଷ ପୌରୁଷ ପରିଚୟ ପାଇଁ
ସାଜିଛି କେତେ ସେ ଖେଳନା
ହେଉ ବାରଙ୍ଗନା ଅବା ବୀରଙ୍ଗନା
ମଥାରେ ଥାଉ ତା କିରଟୀ
ଯେତେ ଯନ୍ତ୍ରଣା ଯେତେ ଯାତନା
ଲାଞ୍ଛନା ପ୍ରତାରଣା
ବିଷକୁ ପିୟୁଷ ମଣି
ଦିନ ତାର ଯାଏ ବିତି
କୁହହେ ସମାଜ କାହାର ଛାୟାରେ
କାୟା ହଜାଇଛି ନାରୀ…
ଗଣତନ୍ତ୍ରର ଛଳନାରେ ଭରା
ଏଇ ସମାଜରେ ଆଜି
ସମତା କେବେ ସେ ସପନ ଦେଖୁନି
କଷଣ ସହି ଚାଲିଛି
ନାହିଁ ଆଜି ଭାଷା ଓଠରେ ତାହାର
ଜଳି ପୋଡ଼େି ମରେ ନିତି
ଯେତେ ଯନ୍ତ୍ରଣା ଯେତେ ଯାତନା
ଲାଞ୍ଛନା ପ୍ରତାରଣା
ବିଷକୁ ପିୟୁଷ ମଣି
ଦିନ ତାର ଯାଏ ବିତି…
କୁହହେ ସମାଜ କାହାର ଛାୟାରେ
କାୟା ହଜାଇଛି ନାରୀ…
ଆଗାମୀ କାଲିତା ଦିଶୁନାହିଁ ଭଲ
ତା ମାଂସ ରକତେ ସଭିଙ୍କ ନଜର
ହେଉ ସେ ମଡ଼େଲ ଅବା ନାରୀ ନେତ୍ରୀ
ମୁକ୍ତି ପାଇଁ ପଛେ ଗାଉ କେତେ ଗୀତି
ଯେତେ ତା ଯନ୍ତ୍ରଣା ଜୀବନେ ଆସିବ
ସହି କି ପାରିବ ନିତି
ବିଷକୁ ପିୟୁଷ ମଣି
ଦିନ ତାର ଯାଏ ବିତି …
ଶୋଇବା ସମୟ ଯାଇଛିତ ଚାଲି
ଉଠିବୁ ଶୃଙ୍ଖଳ ଖୋଲି
କୋଟିଏ ହାତରେ ଧରିବୁ ମଶାଲ
ଚେଇଁ ଉଠିବ ଏ ମଣିଷ ଜାତି
ଆସୁ ଯେତେ ଲାଠି ଅବା ଗୁଳିମାଡ଼
କାହାରେ ଯିବୁନି ଡ଼ରି
ଯେତେ ଯନ୍ତ୍ରଣା ଯେତେ ଯାତନା
ଲାଞ୍ଛନା ପ୍ରତାରଣା
ଜବାବ୍ ଦେବୁରେ ଏକ ସ୍ୱରେ ଆମେ
ସହିବୁନି ମଥା ପାତି ।….
A departure from the stereotypes. Keep it up. Every woman should listen to this song.
ମତାମତ ଦେଇଥିବାରୁ ବହୁତ ବହୁତ ଧନ୍ୟବାଦ।
Excellent lyrics and perfect voice. Every one should listen this.
ନମସ୍କାର
ବହୁତ ସୁନ୍ଦର ମେମ, ସୁଧିର ସାର ଆଉ ଆପଣଙ୍କୁ ଧନ୍ୟବାଦ
ନମସ୍କାର
ବହୁତ ସୁନ୍ଦର ମେମ, ସୁଧିର ସାର ଆଉ ଆପଣଙ୍କୁ ଧନ୍ୟବାଦ
Big thank u for your blessing apaa
Thank u for your comment, advice, your……
Big thank u for your blessing apaa
Thank u for your comment, advice, your……