ବିରୂପା କୋଳରେ କବିତା

1 Min Read
ବିରୁପା କୋଳରେ କବିତା

ବେପରୁଆ ଶୋଇବାର ସୁଯୋଗ

ଆଉ ବେଶୀ ଦିନ ନୁହେଁ ।

ବେଶୀ ଦିନ ନୁହେଁ

ତା ପଠାରେ ବସି

ଜମାଇବା କବିତା ଆସର ।

ବେଶୀ ଦିନ ନୁହେଁ

ତା ପାଣିରେ ବୁଡାଇ ଗୋଡକୁ

ନିରୋଳାରେ ଗୁଣୁ ଗୁଣୁ ହେବା

ବେଶୀ ଦିନ ନୁହେଁ

ତା ବାଲିରେ ବାଗୁଡି ଖେଳିବା

ଅବା ଗୁଡି ଉଡାଇବା ।

ବେଶୀ ଦିନ ନୁହେଁ

ମନପୂରା ପହଁରିବା

କୂଳରୁ ଦଉଡି ଯାଇ

ଗାଁରେ ପଶିବା

ଗାଁରୁ ଦଉଡି ଆସି

ତା ବାଲିରେ ନିର୍ଧୁମ ଗଡିବା

ଆଉ ବେଶୀ ଦିନ ନୁହେଁ ।

ବେଶୀ ଦିନ ନୁହେଁ

ନିଛାଟିଆ ଖରାବେଳେ

ତା ବାଲିରେ

ପ୍ରେୟସୀକୁ ଅପେକ୍ଷା କରିବା

ସନ୍ଧ୍ୟା ହେଲେ

ନଇ କୂଳେ ଠିଆ ହୋଇ

ସୂର୍ଯ୍ୟାସ୍ତ ଦେଖିବା

ଆଉ ବେଶୀ ଦିନ ନୁହେଁ ।

କାହିଁକି ବେଶୀ ଦିନ ନୁହେଁ ?

ମୁଁ ଦେଖୁଛି ଆଖିରେ ଆଖିଏ ପ୍ରଶ୍ନ

ଏଠି ଶ୍ରୋତାଙ୍କର

ତାର ଉତ୍ତର-

ଆମର ଏ’ ବିରୂପା

ତା ପ୍ରବାହର କୁଳୁ କୁଳୁ ନାଦ

ତା ପଠା ତାର ଶୀତଳ ଜଲ

ବିକ୍ରି ହେବ

ଆସିଲାଣି ବେଳ ।

ଆପଣାର ବିରୂପା

ପର ହୋଇଯିବ

ଆଉ କାହା ମାଲିକାନା

ତା ଉପରେ ଜମାଇ ବସିବ

ଆସିଲାଣି ବେଳ

ତୁଠ କରିବାକୁ ଗଲେ

ପଇସା ପଡିବ

ଗୋରୁ ପାଣିରେ ମାରିଲେ ମୁଁହ

କାଂଜିଆହୁଦାରେ ପଶିବ ।

ଆସିଲାଣି ବେଳ

ମୋର ସ୍ୱାଧୀନ ଗୋଡରେ

ପଡିବ ଶୃଂଖଳ

ଆସିଲାଣି ବେଳ ।

ହେ, ମୋର ପ୍ରିୟ ଶ୍ରୋତା ବନ୍ଧୁ

ବିରୂପା ନଇର ବିମୁଗ୍ଧ ଦର୍ଶକ

ଯଦି ତୁମେ ଚାହଁ

Share This Article
ଗଣିତ ବିଭାଗର ପ୍ରଫେସର, ଲେଖକ, ସମାଲୋଚକ, ସମାଜବିଜ୍ଞାନୀ
Exit mobile version