ଶିଶୁମାନଙ୍କର ସୃଜନଶକ୍ତି ଓ ଚିତ୍ରକଳା-2

Chief Editor
Chief Editor 206 Views
12 Min Read

[box type=”shadow” align=”aligncenter” class=”” width=””]ବିଶିଷ୍ଟ ଚିତ୍ରକର ତଥା ଚିତ୍ରକଳାର ଶିକ୍ଷକ ଶ୍ରୀ ଅଶୋକ କୁମାର ମହାନ୍ତି ‘ସମଧ୍ୱନି’ ପୃଷ୍ଠାରେ ଧାରାବାହିକ ଭାବରେ କଳା ସଂସ୍କୃତି ବିଶେଷକରି କୁନି ପିଲାମାନେ ଚିତ୍ରକଳା ପ୍ରତି କେମିତି ଆକର୍ଷିତ ହେବେ ସେ ବିଷୟଟିକୁ ଗୁରୁତ୍ତ୍ୱ ଦେଇ ଲେଖିଆସିଛନ୍ତି । ସମଗ୍ର ଜୀବନ କଳା ଶିକ୍ଷକତା ଏବଂ ଚିତ୍ରକର ଭାବରେ କଟିଚାଲିଛି । ଏବେବି ସେ ପିଲାମାନଙ୍କୁ ଶିକ୍ଷାଦାନ କରିବାରୁ ବିରତି ନେଇନାହାଁନ୍ତି। ତାଙ୍କର ଏହି ଅବଦାନ ଭଦ୍ରକ ଅଞ୍ଚଳରେ ଏବଂ ବାଲେଶ୍ୱର ସହରରେ ଚିତ୍ରକଳାର ବିଶେଷ ଉନ୍ନତିସାଧନ କରିପାରିଛି । ଉକ୍ତ ଲେଖାଟିରେ କଳାଶିକ୍ଷକଙ୍କର ଭୂମିକା ଏବଂ ଶିଶୁ ଭିତରେ ଥିବା ସୃଜନଶକ୍ତିକୁ କଳା ମାଧ୍ୟମରେ ଚିହ୍ନିବା ବିଷୟ ଉପରେ ବିଶେଷ ଗୁରୁତ୍ତ୍ୱ ଦିଆଯାଇଛି । -ସମ୍ପାଦକ[/box]

Support Samadhwani

ଏତିକିବେଳେ ତାଙ୍କ କାର୍ଯ୍ୟକାଳ ପୂରିଯିବାରୁ ତାଙ୍କ ପରକୁ ଶ୍ରୀ ଚନ୍ଦ୍ରମଣି ବିଶ୍ୱାଳ ଏକାଡ଼େମୀର ସମ୍ପାଦକ ଥିବାବେଳେ ଡ଼ଃ ଦୀନନାଥ ପାଢ଼ୀ ସଭାପତି ଥିଲେ ଏବଂ ଶେଷଥର ପାଇଁ ଅସିତ୍ ମୁଖାର୍ଜୀ ସଭାପତି ଥିବାବେଳେ ଶ୍ରୀଯୁକ୍ତ ବିଶ୍ୱାଳ ଏକ ନୂତନ ପଦକ୍ଷେପ ନେଇ ସରକାରଙ୍କୁ ଏକାଡ଼େମୀ ପାଇଁ ଆର୍ଥୀକ ସ୍ୱଚ୍ଛଳତା ଆଣିବା ଆଳରେ ସମସ୍ତ ରବିବାସରୀୟ ଚିତ୍ରକଳା ବିଦ୍ୟାଳୟକୁ ନିର୍ଦ୍ଦିଷ୍ଟ ଅର୍ଥ ବିନିମୟରେ ସ୍ୱୀକୃତି ପ୍ରଦାନ କରିବାର ବିଜ୍ଞପ୍ତି ପ୍ରକାଶ କରିଥିଲେ ।

ଏହା ଦ୍ୱାରା ସରକାରୀ ରେଜେଷ୍ଟ୍ରୀଭୁକ୍ତ ଆର୍ଟ ସ୍କୁଲକୁ ଏକାଡ଼େମୀ ସ୍ୱୀକୃତି ପ୍ରଦାନ କଲା ଏବଂ ତା’ର ଏକ ସିଲାବସ ୧୯୯୯ ମସିହାରୁ ପ୍ରସ୍ତୁତ କରି ପରୀକ୍ଷା ପରିଚାଳନା ଦିଗରେ କାର୍ଯ୍ୟକାରୀ କରାଗଲା । ଏ ଦିଗରେ ବିଶେଷ ରୂପେ ସହାୟତା କଲେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା କମିଶନର ଶ୍ରୀଯୁକ୍ତ ଗୋପିନାଥ ମହାନ୍ତି । ଶରତ ରଥଙ୍କ ବେଳେ ଏକାଡ଼େମୀ ସ୍ୱୀକୃତି ପାଇଥିବା ରବିବାସରୀୟ କଳା ବିଦ୍ୟାଳୟ ସହ ସମସ୍ତ କଳା ବିଦ୍ୟାଳୟ ପାଇଁ ଗୋଟିଏ ଆଦେଶ ବଳରେ ସରକାରୀ ସ୍ତରରେ ସ୍ୱୀକୃତି ପ୍ରଦାନ କରାଇଥିଲେ । ସେତେବେଳେ ସଂସ୍କୃତି ମନ୍ତ୍ରୀ ଶ୍ରୀଯୁକ୍ତ ସୂର୍ଯ୍ୟନାରାୟଣ ପାତ୍ର । ସେ ମଧ୍ୟ ଏହାକୁ ଅନୁମୋଦନ କରିଥିଲେ – ସେହି ୨୦୦୭ ମସିହାରେ ଏକାଡ଼େମୀ ତା’ର ସ୍ୱୀକୃତି ପ୍ରାପ୍ତ ୮୭ଟି ଅନୁଷ୍ଠାନ ସମ୍ପର୍କରେ ଏକ ପୁସ୍ତିକା ପ୍ରକାଶ ସହିତ ଯେଉଁ ପିଲାମାନେ ଶେଷ ବର୍ଷ ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀ ପିଲାଙ୍କର ତାଲିକା ମଧ୍ୟ ସେଥିରେ ପ୍ରକାଶ ପାଇଲା । ସିଲାବସ ର ଲକ୍ଷ୍ୟ ଗୁଡ଼ିକ ହେଲା-

1)      To Observe and appreciate beautiful things.

Support Samadhwani

2)    To develop creativity within the children.

3)    To develop interest towards drawing painting modelling and other creative activities.

4)    To create awareness and understanding arround them.

5)    To develop imagination and interaction on visual objects.

6)    To develop emotion and feelings on visual/imaginary beauty and anxiety and expose feelings through line, colour and modelling or any other constructive media.

7)    To develop self-appreciation and satisfaction.

8)    To develop competitive spirit.

9)    To develop self-confidence on creativity.

10)  To develop learning attitude.

11)  To develop attitude of display and proper presentation.

12)  To develop understanding and identification of different art forms.

13)  To make them interest in collection of master pieces and preserve them for future reference.

14)  To help the children to explore simple, basic and locally available are materials, media and instruments for his/her own way of expression.

                ପିଲାମାନଙ୍କୁ ଉପରୋକ୍ତ ଉଦ୍ଦେଶ୍ୟ ନେଇ ଚିତ୍ର ଶିକ୍ଷା ଦେବା ସହ ଆଗାମୀରେ ଚିତ୍ରକଳା ବିଦ୍ୟାଳୟ ପାଇଁ ଛାତ୍ର ସୃଷ୍ଟି କରିବା ଓ ତହିଁରୁ ଚିତ୍ରଶିଳ୍ପୀ କରି ଗଢ଼ିବା ହିଁ ଏହାର ମୁଖ୍ୟ ଉଦ୍ଦେଶ୍ୟ । ନିଜ ଭିତରେ ଆତ୍ମ ପ୍ରତ୍ୟୟ ସୃଷ୍ଟି କରିବା ଦିଗରେ ଏହା ସହାୟକ ହୋଇଥାଏ । ଏହା ଶିକ୍ଷା କରିବା ପାଇଁ ବୟସର ସୀମା-୮ବର୍ଷ ପର୍ଯ୍ୟନ୍ତ ଶିଶୁ । ଏମାନଙ୍କୁ ଚକ୍ସରକ୍ଟ୍ରବକ୍ସବଗ୍ଧକ୍ଟକ୍ସଚ୍ଚ ଉକ୍ଟଙ୍କକ୍ସଗ୍ଦର ପଢ଼ା ଯାଇଥାଏ । ଏମାନେ ଚାରିପାଖରେ ଯାହା ଦେଖନ୍ତି ମନଇଚ୍ଛା ଅନୁଯାୟୀ ଏମାନେ ଆଙ୍କି ଥାଆନ୍ତି । ଏମାନଙ୍କୁ ସ୍ୱାଧୀନ ଭାବରେ ଛାଡ଼ି ଦିଆଯାଏ । ଫୁଲ, ଫଳ, ଗଛ, ଲତା, ପାହାଡ଼, ସୂର୍ଯ୍ୟ, ଜାତୀୟ ପତାକା ପ୍ରଭୃତି । ଏଥିରେ ପିଲାମାନଙ୍କୁ ମଧ୍ୟ ରଂଗ ମଡ଼ାଇବାର ସ୍ୱାଧୀନତା ଦିଆଯାଏ । ଜାତୀୟ ପତାକା, ସୂର୍ଯ୍ୟ, ଗଛ ପତ୍ରର ରଂଗ ନିର୍ଦ୍ଦେଶ କରିବା ଛଡ଼ା ଅନ୍ୟ ସବୁ ପିଲାଟିକୁ ସ୍ୱାଧୀନ ଭାବରେ କରିବାର କ୍ଷମତା ଦିଆଯାଇଛି ।

ଏହାପରେ ୯ବର୍ଷରୁ ୧୨ବର୍ଷ ପିଲାଙ୍କ ପାଇଁ ଦୁଇ ବର୍ଷିଆ ସାର୍ଟିଫିକେଟ୍ କୋର୍ସ (Junior Certificate Course) ଓ ତାପର ୧୩ ବର୍ଷରୁ ୧୬ ବର୍ଷ ପିଲାଙ୍କ ପାଇଁ ସିନିଅର ସାର୍ଟିଫିକେଟ୍ କୋର୍ସ (Senior Certificate Course) ଲାଗୁ କରାଯାଇଛି ।

ଦୁଇବର୍ଷିଆ ଜୁନିଅର ପିଲାଙ୍କୁ ପ୍ରାଥମିକ ରଂଗ ବିଷୟରେ ତୁଳୀ ଚଳାଇବା, ସ୍କେଚ୍ କରିବା, ଡ୍ରଇଂ କରିବା, କୋଲେଜ ଆର୍ଟ କରିବା, କୌଣସି ଜିନିଷକୁ ଖୋଜି ତା’ର ପ୍ରିଣ୍ଟିଂ ବାହାର କରିବା, ନଷ୍ଟ ହୋଇ ଯାଉଥିବା ଜିନିଷକୁ ନେଇ ଖେଳନା ପ୍ରସ୍ତୁତ କରିବା, ଲମ୍ବ, ପ୍ରସ୍ଥ, ଉଚ୍ଚତା ପ୍ରଭୃତି ବିଷୟରେ ଜ୍ୟାମିତିକ ଧାରଣା ଆଣିବା, ସାଜସଜ୍ଜା କିପରି କରାଯାଏ ତା’ର ପ୍ରାରମ୍ଭିକ ପ୍ରସ୍ତୁତି ପ୍ରଭୃତି ଶିକ୍ଷା କରିଥାଆନ୍ତି ।

ପ୍ରଥମ ବର୍ଷ ସେମାନଙ୍କୁ ଫୁଲ, ଫଳ, ପନିପରିବା, ବୃକ୍ଷ, ପଶୁପକ୍ଷୀ, ମାଛ ପ୍ରଭୃତି ଜଳଚର ପ୍ରାଣୀ, ଏପରିକି ମଣିଷର ପେନ୍ସିଲ ଡ୍ରଇଂ ଶିକ୍ଷା ଦିଆଯାଇଥାଏ । ପିଲାମାନଙ୍କୁ ରଂଗ ପେନ୍ସିଲ, ପେଷ୍ଟାଲ, ଚାରକୋଲ, ପାଉଡର ରଂଗ ସହ ପରିଚିତ କରାଯିବା, ଷ୍ଟେନସିଲ କାଟିବା, ତାକୁ ସ୍ପ୍ରେ ରଂଗ ଦ୍ୱାରା ଭରିବା, ଷ୍ଟେନସିଲ କାଟିବା ଆଗରୁ ଡ୍ରଇଂ ହୋଇଥିବା କାଗଜ ଉପରେ ମହମ ବୋଳିବା ଓ ଷ୍ଟେନ୍ସିଲ କାଟିବାର ଧାରା ସହ ଆଳୁ, ଲିନୋ, କାଠକୁ ଖୋଳି ପ୍ରିଣ୍ଟ ବାହାର କରିବା ଏବଂ କାଗଜକୁ କାଟି ଡ୍ରଇଂ ବାହାର କରିବା, ଫୁଲ, ପତ୍ର ପକାଇ ତା’ ଚାରିପଟ ସ୍ପ୍ରେ କରି ଆକୃତି ବାହାର କରିବା, ସୂତାରେ ରଂଗ ବୁଡ଼ାଇ କାଗଜ ମଝିରେ ରଖି ଚାପ ସୃଷ୍ଟି କରି ଟାଣି ଚିତ୍ର ଅଙ୍କନ କରିବା ସହ ମାଟିରେ ଫଳ, ପନିପରିବା, ମାଛ, ଚଢ଼େଇ, ପଶୁ ମୂର୍ତ୍ତି, ମଣିଷର ମୂର୍ତ୍ତି ମଧ୍ୟ ଛୋଟ ଆକାରରେ କରି ଶିଖିବା ସହ ଅଦରକାରୀ ଜିନିଷ ଯଥା- ଚକ୍ଲେଟ୍ ଜରି, ଦିଆସିଲ ଖୋଳ, ଫୋପଡ଼ା ଯାଉଥିବା ବିଭିନ୍ନ ଜିନିଷ ସହ ଆସୁଥିବା ଥର୍ମୋକଲ, ଦିଆସିଲ କାଠି, ବିଭିନ୍ନ ଅଣ୍ଡା ଖୋଳପା, ବିଭିନ୍ନ ପ୍ରକାର ଶୁଖିଲା ପତ୍ର, ଡାଳ, ଚେର, ଧାନ, ଚାଉଳ, ବରଡ଼ାପତ୍ର, କୁଟା, ବାଉଁଶ, କଂକଡ଼ା ଖୋଳ ପ୍ରଭୃତିକୁ ନେଇ ଚିତ୍ର ଓ ଗୃହର ସଜ୍ଜିକରଣ ସରଞ୍ଜାମ ତିଆରି କରିବା ଶିକ୍ଷା ଦେବା ପାଇଁ ସିଲାବସରେ ନିର୍ଦ୍ଦେଶ ରହିଛି। ଏଥିସହ ବିଶେଷତଃ ଝିଅ ପିଲାମାନଙ୍କ ପାଇଁ ରଙ୍ଗୋଲି, ମେହେନ୍ଦି, ଚିତା ଅଙ୍କନ ପ୍ରଭୃତି ମଧ୍ୟ ଶିକ୍ଷା ଦେବା ପାଇଁ ନିର୍ଦ୍ଦେଶ ରହିଛି । ଏସବୁ ସହ ବିଭିନ୍ନ ପ୍ରଦର୍ଶନୀ ଦେଖିବା, ମନ୍ଦିର, ଗୁମ୍ଫାମାନଙ୍କର ଚିତ୍ରକଳାକୁ ଲକ୍ଷ୍ୟ କରିବା ଇତ୍ୟାଦି ମଧ୍ୟ ସେଥିରେ ଉଲ୍ଲେଖ ଅଛି ।

ଦ୍ୱିତୀୟ ବର୍ଷରେ ଛାତ୍ରଛାତ୍ରୀମାନଙ୍କୁ ଦ୍ୱିମାତ୍ରିକ ଡ୍ରଇଂ, ସ୍କେଚ୍ ଇତ୍ୟାଦି ଶିକ୍ଷା ଦେବା ସହ ବିଗତ ବର୍ଷରେ ଥିବା ସମସ୍ତ କାର୍ଯ୍ୟଶୈଳୀକୁ ଅନୁସରଣ କରିବା, ତ୍ରୈମାତ୍ରିକ ଶିଳ୍ପ ପ୍ରସ୍ତୁତ କରିବା, କଣ୍ଢେଇ ପ୍ରସ୍ତୁତି, ଗୃହପୋକରଣ ପ୍ରସ୍ତୁତି, ଦଳଗତ ପ୍ରଦର୍ଶନୀ,  ନିଜ ଚିତ୍ରର ଆଲବମ୍ ପ୍ରସ୍ତୁତି ପ୍ରଭୃତି କାର୍ଯ୍ୟ କରାଯିବାର ନିର୍ଦ୍ଦେଶ ରହିଛି । ପ୍ରତି ଛାତ୍ରର ଅଗ୍ରଗତି ସମ୍ପର୍କରେ ଶିକ୍ଷକର ମତାମତକୁ ମଧ୍ୟ ଅଗ୍ରାଧିକାର ଦିଆଯାଇଛି । ପର ଦୁଇବର୍ଷ ପାଇଁ ୧୩ ବର୍ଷରୁ ୧୬ ବର୍ଷ ମଧ୍ୟରେ ପିଲାମାନଙ୍କ ପାଇଁ ସିନିଅର ସାର୍ଟିଫିକେଟ୍ କୋର୍ସ (ଝରଦ୍ଭସକ୍ଟକ୍ସ ଉରକ୍ସଗ୍ଧସଲସମବଗ୍ଧର ଉକ୍ଟଙ୍କକ୍ସଗ୍ଦର) ପାଇଁ ନିମ୍ନଲିଖିତ ପାଠ୍ୟକ୍ରମ ସେଥିରେ ସାମିଲ କରାଯାଇଛି ।

ପ୍ରଥମ ବର୍ଷରେ ଦ୍ୱିମାତ୍ରିକ (ଲମ୍ବ ଗୁଣନ ପ୍ରସ୍ଥ) ଫ୍ରି ହେଣ୍ଡ ଡ୍ରଇଂ, ଚାର୍କୋଲ, କ୍ରେୟନ ପେଷ୍ଟାଲ ରଂଗରେ କାଗଜ ଉପରେ, ହାଡ଼ବୋର୍ଡ଼ ଉପରେ କାଗଜ ରଖି ତୁଳୀକୁ ଶୁଖିଲା ଭାବେ ଚଳାଇ ଶିଖିବା, ରଂଗର ମିଶ୍ରଣ ପ୍ରକ୍ରିୟା ଦ୍ୱାରା ନୂତନ ରଂଗ ସୃଷ୍ଟି ଓ ପ୍ରଥମେ ଫିକା ରଂଗରୁ ଗାଢ଼ ଆଢ଼କୁ ଗତି କରିବାର ଶିକ୍ଷା, ବାସନ କୁସନ, ଫୁଲଦାନୀ, ପରିବା ପାଛିଆ ପ୍ରଭୃତି ରଖି ତା’ର ଛବି ଅଙ୍କନ କରିବା, ‘ଷ୍ଟିଲ ଲାଇଫ୍ ଓ ତାହା ପେନ୍ସିଲ, ଲାଇନ୍ ଆର୍ଟ ଓ ରଂଗୀନ କରି ତିଆରି କରି, ମନରୁ ଛୋଟ ଛୋଟ ଚିତ୍ର ପ୍ରସ୍ତୁତ କରିବା ଯଥା ଗାଁ ହାଟ, ଷ୍ଟେଡ଼ିୟମ୍, ବସ୍ଷ୍ଟାଣ୍ଡ, ତୁମ ବିଦ୍ୟାଳୟ, ଗାଁ, ସହର, ଖେଳ ପଡ଼ିଆ ପ୍ରଭୃତି ଆଙ୍କି ଶିଖିବା ସହ ଚିତା ଅଙ୍କନ କାଚ ଉପରେ ତଳ ଛବିକୁ ଦେଖି ଅଙ୍କନ ପଦ୍ଧତି ପ୍ରଭୃତି ଶିକ୍ଷା ଦିଆଯିବା ପାଇଁ ପାଠ୍ୟକ୍ରମରେ ନିର୍ଦ୍ଦେଶ ରହିଛି । ଏଥିସହ ତ୍ରିମାତ୍ରିକ ମାଟି ମୂର୍ତ୍ତି, ଇଟାକୁ ଖୋଳି ମୂର୍ତ୍ତି, ଛୋଟ ନରମ ପଥର କାଟି ମୂର୍ତ୍ତି ପ୍ରସ୍ତୁତି, ସ୍ଥାନୀୟ ଲୋକକଳା ପ୍ରଭୃତିକୁ ଅଗ୍ରାଧିକାର ଭିତ୍ତିରେ ତିଆରି କରିବା ପାଇଁ ନିର୍ଦ୍ଦେଶ ରହିଛି ।

ଏହାର ଦ୍ୱିତୀୟ ବର୍ଷରେ ଦ୍ୱିମାତ୍ରିକ ଭୂମି ଉପରେ କାଗଜ ପକାଇ ସେଥିରେ ରଂଗୀନ ଚିତ୍ର ପ୍ରସ୍ତୁତି କରିବା, ରଂଗର ଟୋନ୍ ଶିକ୍ଷା କରିବା, ମନରୁ କମ୍ପୋଜିସନ୍, ଅଙ୍କନ କରିବା ଷ୍ଟିଲ ଲାଇଫ୍ ଷ୍ଟଡି ସହ ଲେ ଆଉଟ୍ (layout) ପ୍ରସ୍ତୁତିକରଣ ଶିକ୍ଷା କରିବା ସହ ତ୍ରିମାତ୍ରିକ (ଲମ୍ବ ଗୁଣନ ପ୍ରସ୍ଥ ଗୁଣନ ଉଚ୍ଚତା) ମାଟିରେ ପଶୁପକ୍ଷୀ ପ୍ରଭୃତି ପୂର୍ବଧାରାକୁ ଅନୁସରଣ ସହ ମୁଖା ତିଆରି କାଗଜ ମଣ୍ଡରେ କଣ୍ଢେଇ ପ୍ରସ୍ତୁତି ଶିକ୍ଷା ଦେବା ସହ ନିଜ ଚିତ୍ରର ଆଲବମ୍ ପ୍ରସ୍ତୁତି ପ୍ରଦର୍ଶନୀ ମିଳିତ ଭାବେ ଓ ଏକକ ଭାବେ କରିବା ପାଇଁ ଚେଷ୍ଟା କରିବା ଉଚିତ୍ ।

ଉପରୋକ୍ତ ପାଠ୍ୟ ଖସଡ଼ା ଅନୁଯାୟୀ ଶିକ୍ଷା ଦିଆଗଲେ ସେମାନଙ୍କ ଭିତରୁ ଭଲ ଭଲ ପିଲାମାନଙ୍କୁ କଳା ମହାବିଦ୍ୟାଳୟ ପାଇଁ ଉତ୍ସାହିତ କରାଯାଇପାରିବ । ସେମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିପାରିଲେ ଭବିଷ୍ୟତରେ ଭଲ ଭଲ ଶିଳ୍ପୀ ଗଢ଼ିବାରେ ଆମ ରାଜ୍ୟ କ୍ଷମ ହୋଇପାରିବ ଏଥିରେ ସନ୍ଦେହ ନାହିଁ । ୨୦୦୭ ମସିହାରେ ଯେଉଁ ଅନୁଷ୍ଠାନଗୁଡ଼ିକ ଅଧିକ ସଂଖ୍ୟାରେ ପ୍ରଥମ ଶ୍ରେଣୀର ଛାତ୍ର ସୃଷ୍ଟି କରିବା ଦିଗରେ ସଫଳ ହୋଇଛନ୍ତି, ସେ ଅନୁଷ୍ଠାନ ଗୁଡ଼ିକ ହେଲେ- କ୍ରିଏଟିଭ ସ୍କୁଲ, ବାରିପଦା, ଜେ.ଏମ୍. ପବ୍ଲିକ୍ ସ୍କୁଲ, କଟକ; ସ୍କୁଲ ଅର୍ଫ ଆର୍ଟ ଏଣ୍ଡ କ୍ରାଫଟ, ବାରିପଦା; ଫକୀର ମୋହନ ଆର୍ଟ ଏଣ୍ଡ କ୍ରାଫଟ ସ୍କୁଲ ଶାନ୍ତିକାନନ, ବାଲେଶ୍ୱର; ଚିତ୍ରକଳା ବିକାଶ କେନ୍ଦ୍ର, ବାଲେଶ୍ୱର; କଳାୟତନ ସ୍କୁଲ ଅଫ୍ ଆର୍ଟ, ସୁନ୍ଦରଗଡ଼; ବାଲେଶ୍ୱର ଆର୍ଟ ସ୍କୁଲ, ବାଲେଶ୍ୱର; କଳାଭୂମି ବରପାଲି; କଳା ନିକେତନ, ବରଗଡ଼; ମୟୁରଭଞ୍ଜ କଳା ଏକାଡ଼େମୀ, ବାରିପଦା; କଳାକଳ୍ପନା, ବରଗଡ଼; କେନ୍ଦୁଝର ଆର୍ଟ ସ୍କୁଲ, ଆଞ୍ଚଳିକ ଶିଶୁ ଚିତ୍ରକଳା କେନ୍ଦ୍ର, ଭଦ୍ରକ; ଶ୍ରୀ ଅରବିନ୍ଦ କଳାଭବନ, ସୁନାବେଢ଼ା ।

ଏସବୁ ଅନୁଷ୍ଠାନ ସହ ଚଣ୍ଡିଗଡ଼ କଳାକେନ୍ଦ୍ର ଦ୍ୱାରା ପରିଚାଳିତ ସଂଗୀତ ବିଦ୍ୟାଳୟରେ ଚିତ୍ରକଳା ଶିକ୍ଷା ଦିଆଯାଇ ମଧ୍ୟ ପରୀକ୍ଷା କରାଯାଉଛି । ଖଇରାଗଡ଼ ୟୁନିଭରସିଟି ଦ୍ୱାରା ସହବନ୍ଧିତ ସଂଗୀତ ବିଦ୍ୟାଳୟରେ କଳାଶିକ୍ଷା ପ୍ରଦାନ କରାଯାଉଛି । ରୋଟାରୀ କ୍ଲବ, ଲାୟନ୍ସ କ୍ଲବ ମାଧ୍ୟମରେ ମଧ୍ୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତି ଶିଳ୍ପୀମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇ ସେମାନଙ୍କ ମଧ୍ୟରେ ଥିବା ଚିତ୍ରକଳା ଗୁଣର ବିକାଶ ଲାଭ କରାଯାଇପାରୁଛି । ଶ୍ରୀଯୁକ୍ତ ଶରତ ରଥ ସମ୍ପାଦକ ଥିବାବେଳେ ‘ପୋଷ୍ଟାଲ ପେଣ୍ଟିଂ କମ୍ପିଟିସେନ୍’ ଅର୍ଥାତ୍ ପିଲାଟିଏ ନିଜେ ଚିତ୍ର ପ୍ରସ୍ତୁତ କରି ପୋଷ୍ଟାଲ ସାହାଯ୍ୟରେ ଆବଶ୍ୟକୀୟ ଏଣ୍ଟ୍ରି ଫିସ୍ ଦେଇ ଚିତ୍ର ପଠାଉଥିଲା ଏବଂ ତାହା ଶେଷରେ ମୂଲ୍ୟାୟନ କରାଯାଇ ତହିଁରୁ ଶ୍ରେଷ୍ଠ ଚିତ୍ରଗୁଡ଼ିକ ବାଛି ପୁରସ୍କୃତ କରାଯାଉଥିଲା ।

ଏହାଦ୍ୱାରା ପିଲାଟି ସେହି ଚିତ୍ର ଅଙ୍କନ କରିଛି କି ନାହିଁ ତାହା ଜାଣି ହେଉ ନଥିଲା । କିନ୍ତୁ ପ୍ରୋତ୍ସାହନ ଜାରି ରହିଥିଲା । ଏହାକୁ ଅନୁସରଣ କରି ଭୁବନେଶ୍ୱରର ‘ହେଣ୍ଡିକ୍ରାଫଟ ଡେଭଲେପମେଣ୍ଟ ସେଣ୍ଟର’ ପକ୍ଷରୁ ରାଜ୍ୟ ସ୍ତରୀୟ ପୋଷ୍ଟାଲ ଡ୍ରଇଂ କମ୍ପିଟିସନ୍ ୨୦୦୬ରୁ ଆରମ୍ଭ କରାଯାଇଛି । ଏସବୁର ବହୁ ପୂର୍ବରୁ ୧୯୬୫ ରେ ଚାଚା ଶିଶୁ କିଶୋର ଅନୁଷ୍ଠାନ, କଟକ, ଯୁବ କଳାକାର ସଂଘ, ଭୁବନେଶ୍ୱର, ଗଞ୍ଜାମ ଜିଲ୍ଲା କଳା ଶିକ୍ଷକ ସଂଘ, ବ୍ରହ୍ମପୁର ପ୍ରଭୃତି ରାଜ୍ୟସ୍ତରୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ମାନ କରାଇ ଚିତ୍ରକଳା ପ୍ରତି ପିଲାମାନଙ୍କ ଭିତରେ ଆଗ୍ରହ ସୃଷ୍ଟି କରାଉଥିଲେ । ଗଞ୍ଜାମ ଜିଲ୍ଲା କଳା ଶିକ୍ଷକ ସଂଘ ଶିଶୁ ଚିତ୍ରକଳା ପ୍ରତିଯୋଗିତା ପଛକୁ ସର୍ବଭାରତୀୟ ଚିତ୍ର ପ୍ରଦର୍ଶନୀ କରାଉଥିଲେ । ସବୁଗୁଡ଼ିକ ପୋଷ୍ଟାଲ ଦ୍ୱାରା ହିଁ ଯାଉଥିଲା । ଏହାର ପ୍ରଚ୍ଛଦ ପଟରେ ଯେଉଁ ଶିଳ୍ପୀଙ୍କର ପ୍ରବଳ ପ୍ରଚେଷ୍ଟା କାର୍ଯ୍ୟ କରୁଥିଲା, ସେ ହେଲେ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ମହାରଣା ।

କେଶବ ମହାରଣାଙ୍କ ପରଲୋକ ଘଟିବା ପରେ ଗଞ୍ଜାମ ଜିଲ୍ଲା ଡ୍ରଇଂ ମାଷ୍ଟର ଆସୋସିଏସନ୍ ପ୍ରାୟ ବନ୍ଦ ହୋଇଛି । ତାଙ୍କ ଘର ଥିଲା ତାଙ୍କ କାର୍ଯ୍ୟାଳୟ । ତାଙ୍କୁ ସମସ୍ତେ ଭକ୍ତି ଓ ଶ୍ରଦ୍ଧା କରୁଥିଲେ । ସେ ପିଲାମାନଙ୍କ ସୃଜନ ଶକ୍ତିର ବିକାଶ ପାଇଁ ଆପ୍ରାଣ ଉଦ୍ୟମ ଜାରୀ ରଖିଥିଲେ । ସେ ଆଜି ନାହାନ୍ତି ସତ ମାତ୍ର ତାଙ୍କ ଆଦର୍ଶରେ ଅନୁପ୍ରାଣୀତ ଶହ ଶହ ଶିଳ୍ପୀ ପ୍ରାଣରେ ସେ ଅଲିଭା ଛବିଟିଏ ହୋଇ ଲାଖି ରହିଛନ୍ତି । ତାଙ୍କ ପରେ ଡକ୍ଟର ଦୀନନାଥ ପାଠୀ ତାଙ୍କ ସ୍ୱର୍ଗତା କନ୍ୟାଙ୍କ ସ୍ମୃତିରେ ଏକ ସର୍ବଭାରତୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଆୟୋଜନ କରିଥିଲେ । ଗୋଟାଏ ବର୍ଷ ପରେ ତାହା ବନ୍ଦ ହୋଇଗଲା ।

ମାତ୍ର ଦୀର୍ଘ ବର୍ଷ ଧରି ବାରିପଦାର ଶ୍ୟାମ ପ୍ରସାଦ ପଟ୍ଟନାୟକଙ୍କ ପ୍ରତିଷ୍ଠିତ ସ୍କୁଲ ଅଫ୍ ଆର୍ଟ ଏଣ୍ଡ କ୍ରାଫ୍ଟ ପକ୍ଷରୁ ତାଙ୍କ ସ୍କୁଲରେ ପଢ଼ୁଥିବା ପିଲାଙ୍କ ମଧ୍ୟରେ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା ଓ ପ୍ରଦର୍ଶନୀ ବଡ଼ ଆକାରରେ କରାଯାଇଥାଏ। ଏଥିସହ ବରଗଡ଼ର ଶିଳ୍ପୀ ଅଶୋକ କୁମାର ଦାସଙ୍କ ଦ୍ୱାରା ପ୍ରତିଷ୍ଠିତ ଅନୁଷ୍ଠାନ କଳା ଓ କଳ୍ପନା ମାଧ୍ୟମରେ ରାଜ୍ୟସ୍ତରୀୟ ଓ ଜାତୀୟସ୍ତରୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀର ଆୟୋଜନ କରାଯାଉଥିବାବେଳେ ବାଲେଶ୍ୱରର କଳାକ୍ଷେତ୍ର, ରୋଟାରୀ ଆର୍ଟ ସ୍କୁଲ, ଚିତ୍ରକଳା ବିକାଶ କେନ୍ଦ୍ର ଓ ଫକୀରମୋହନ କଳା ବିଦ୍ୟାଳୟ ପକ୍ଷରୁ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ପ୍ରତିଯୋଗିତ ଅନୁଷ୍ଠିତ ହୋଇଥାଏ ।

ଭଦ୍ରକରେ ବହୁ ଆଗରୁ ପିଲାମାନଙ୍କ ଚିତ୍ରକୁ ନେଇ ଶିଳ୍ପୀ ସୁଶାନ୍ତ ନାୟକଙ୍କ ଉଦ୍ୟମରେ ପ୍ରଦର୍ଶନୀ ଓ ପ୍ରତିଯୋଗିତା ହେଉଥିବାବେଳେ ଅଧୁନା ସ୍ୱାମୀ ବିବେକାନନ୍ଦ ଲୋକ ସଂସଦ ଦ୍ୱାରା ମଞ୍ଜୁରୀ ରୋଡ଼, ଭଦ୍ରକ ଠାରେ ଉକ୍ରଳ କଳା ସଂସ୍କୃତି ପ୍ରତିଷ୍ଠାନ ପକ୍ଷରୁ ନିୟମିତ ଭାବେ ରାଜ୍ୟ ସ୍ତରୀୟ ଶିଶୁ ଚିତ୍ରକଳା ପ୍ରତିଯୋଗିତା ଓ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି।

ଚଳିତ ବର୍ଷ ଶିଳ୍ପୀ ରାଜବଲ୍ଲଭ ସାହୁଙ୍କ ଉଦ୍ୟମରେ ‘କଳାଘର’ ପକ୍ଷରୁ ପିଲାମାନଙ୍କର ରାଜ୍ୟସ୍ତରୀୟ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି । ସବୁଠାରୁ ଖୁସିର କଥା ଶିଳ୍ପୀ ଦିବସ-୨୦୧୬ ମସିହାରେ ମଡର୍ଣ୍ଣ ଆର୍ଟ ଗ୍ରାଲେରୀ ପକ୍ଷରୁ ସର୍ବଭାରତୀୟ ଶିଶୁ ଚିତ୍ରକଳା ପ୍ରଦର୍ଶନୀ ଓ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜନ କରିପାରିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିଯୋଗିତା ଓ ପ୍ରଦର୍ଶନୀ ପଛରେ ରବିବାସରୀୟ ଚିତ୍ରକଳା ବିଦ୍ୟାଳୟରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏଣୁ ଏହି ବିଦ୍ୟାଳୟର ପାଠ୍ୟକ୍ରମକୁ ସଠିକ୍ ଭାବରେ ପିଲାଙ୍କ ପାଖରେ ପହଞ୍ଚାଇ ପାରିଲେ ପିଲାମାନେ ବଡ଼ ଶିଳ୍ପୀଭାବେ ନିଜକୁ ପ୍ରତିପାଳିତ କରିବା ସହ ଜାତୀୟ ଓ ଆନ୍ତର୍ଜାତୀୟ ଶିଳ୍ପୀମାନ ଜୀବନୀ ସହ ପରିଚିତ ହୋଇପାରିବେ ଏଥିରେ ସନ୍ଦେହ ନାହିଁ ।

Photo credit- Ashok Kumar Mohanty

Share this Article
Follow:
ସ୍ଵୟଂପ୍ରଭା ପାଢ଼ୀ, ସମଧ୍ୱନି ପତ୍ରିକାର (ପ୍ରିଣ୍ଟ ଓ ଡିଜିଟାଲ) ସମ୍ପାଦକ, ଗାୟିକା, ଲୋକ ସଂସ୍କୃତି ଗବେଷିକା. Ms Swayamprava Parhi is a vocal Artist, cultural journalist and folk cultural researcher. She is based out of Bhubaneswar and edits her cultural magazine, Samadhwani. The magazine is available both in print and digital formats. Swayamprava has been involved in the Village Biography Writing Initiatives with school students since 2005. During Covid-19, she initiated a new approach to work with school students. She shifted her village biography work online while tying up with different schools in Odisha. She edited a book comprising the writings of village biographies of school students written during Covid-19. The name of the book is “Chota Ama Gaan Ti”. She has extensively documented issues like the Food culture of Odisha, Syncretism in India, and Music of the Marginalized Artists. Now, she is focusing on the role of Women in the Performing Folk Art forms of Odisha. She also happens to be a Documentary Filmmaker. She produced her documentary “Ganda Baja” in 2022. She has been working closely with noted organic farmer Sri Natabar Sarangi since 2008 in the Narisho/Niali areas and documenting his childhood memories, life experiences and food history of coastal Odisha particularly of Puri and Cuttack district, both in written and video formats.