ଦାୟୀ ନୁହେଁ କେହି ତାହାଲେ କଣ ଏହା ଦୈବୀ ଦୁର୍ବିପାକ ଥିଲା, ବଜ୍ର ପଡିଥିଲା, ଯେ ବାରଟି ନିରୀହ ଲୋକ ଟଳି ପଡିଲେ, ଓ ସମୁଦାୟ ଦେଶଟାକୁ ସାମୟିକ ସ୍ତବ୍ଧ କରିଦେଲେ ? କଣ ମିଥ୍ୟା ଥିଲା ପୁଲିସ ବାହିନୀର ଘେରି, ମିଥ୍ୟା ଥିଲା ଗୁଳି, ମିଥ୍ୟା ଥିଲା କଟା ପାପୁଲି ? ଯାହା ଜାଣିବାକୁ ଏଗାର ବର୍ଷ ଅପେକ୍ଷା କରିବାକୁ ହେଲା? ତାହା କ’ଣ ବଜ୍ରାଘାତ ଥିଲା? କଣ ବା କରିପାରିଥାନ୍ତେ ସେମାନେ ବା ତାଙ୍କ ପାଇଁ କହୁଥିବା ମୁଷ୍ଟିମେୟ କିଛି ? ଟଳି ପଡିଥିବା ମଣିଷଙ୍କୁ ଯଦି ଆମେ ଦାୟୀ କରିଥାନ୍ତେ ଓ ପଚାରିଥାନ୍ତେ, “କାହିଁକି ସ୍ଫିତ କରି ଛାତି ଲଢୁଥିଲ ଭିଟା ମାଟି ପାଇଁ ? ଲଢୁଥିଲ, ପ୍ରାଣ ଦେଲ ତା ପରେ ଆଉ କଣ? ହେଲ ନାହିଁ କି ତୁମେ ଦାୟୀ ତୁମ ମୃତ୍ୟୁ ପାଇଁ ?” ସାହସ ହୋଇ ନି ଆମର, ଏତିକି କହିବା ପାଇଁ ବାଡି ଭାଂଗି ନାହିଁ , ସାପ ମରି ନାହିଁ ଏଗାର ବର୍ଷ ବିତିଛି ଏହି ସତ୍ୟ ଜାଣିବା ପାଇଁ! Photo credit - The Samadrusti