Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / “ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

“ଯାତ୍ରା’ର ଯାତ୍ରା ଯଦି ସରିଯାଉଛି, ଯାଉ

୧୯୨୭ରୁ ରାସ ଅ।ରମ୍ଭ କରିଛି  । ୧୯୨୯ରେ ବ୍ୟବସାୟୀ ଭାବେ ସେ ପ୍ରଦର୍ଶନ କରି ଦଳ ଚଳାଇଛି ୧୯୩୮ ପର୍ଯ୍ୟନ୍ତ । ୧୯୪୯ରେ “ଓଡ଼ିଶା ଥିଏଟର୍ସ’ ଦଳ ଅ।ରମ୍ଭ  । ଜୀବନର ଝଡ଼ଝଞ୍ଜା ବହୁତ ସହିଅ।ସିଲି । ମାନ, ଅପମାନକୁ ପିଠି କରି ନାରୀମାନଙ୍କୁ ନେଇ ଓଡ଼ିଶା ଥିଏଟର୍ସ ଅ।ରମ୍ଭ ହୋଇ ଅ।ଗେଇ ଚାଲିଥିଲା । ସେହି ଓଡ଼ିଶା ଥିଏଟର୍ସ ଯେତେବେଳେ ୧୯୪୯ରେ ଭାଂଗି ତୁଟିଗଲା, ମୁଁ ଏକାବେଳେ ଚିନ୍ତାଗ୍ରସ୍ତ ହୋଇପଡିଲି । ବେଶୀ ଚିନ୍ତା ହେଲା କ’ଣ କରିବି ? ପାହାନ୍ତାରୁ ଉଠି ପ୍ରସ୍ତୁତ ହୁଏ । ସକାଳେ ରିହର୍ସାଲ୍ ଦିନ ୧୨ଟା ଯାଏ । ତା’ପରେ ନାଟକ ଲେଖା। ୫-୬ଟା ବେଳକୁ ପେଣ୍ଡାଲ୍କୁ ଯିବା ପ୍ରସ୍ତୁତି । ମଝିରେ ପୁଣି ଗୀତ, ନାଚ, ଅଭିନୟର ବିଶେଷ ଶିକ୍ଷା । ରାତି ବାର ଗୋଟାକ ପରେ ବିଛଣା ଧରିବାର ନିତିଦିନିଅାଁ ଅଭ୍ୟାସ । ଦୀର୍ଘ ୧୦-୨୫ ଯାହାର ଥିଲା ସେ କିପରି କିଛି କାମ ନ ଥାଇ ସେ ବସି ପାରିବ ? ଚିନ୍ତାରେ ସଢିଗଲି ମୁଁ  । ଏହାର ଫଳରେ ହେଲା ମୋର ହାଇବ୍ଲଡ଼ ପ୍ରେସର । ଅକର୍ମଣ୍ୟ ଜୀବନ କିପରି ବିତାଇବି ବୋଲି ଅ।ଉ ଅନ୍ନ ରୁଚିଲା ନାହିଁ । ଏକ କର୍ମମୟ ଜୀବନ ସତେ ଅବା ଏଇଠାରେ ଶେଷହେବା ବେଳ !

(କୁମ୍ଭାରଚକ, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ)

ଓଡ଼ିଶାରେ ପେଶାଦାର ରଙ୍ଗମଞ୍ଚ ଭାଙ୍ଗିଗଲା ବେଳର ଏ କୋହଭରା ଅନୁଭବ ବିଷୟରେ ଓଡ଼ିଶାର ସାଧାରଣ ଜନତା କେତେ ସଚେତନ, ତାହା ଅବଶ୍ୟ ଅ।ମକୁ ଜଣାନାହିଁ  । ସମୟକ୍ରମେ ଓଡ଼ିଶାରେ ଯେ ରାତି ରାତି ଧରି ଟିକେଟ କିଣି ଲୋକ ନାଟକ ଦେଖୁଥିଲେ, ଏକଥା ଲୋକେ ଭୁଲିଗଲେଣି  । ଅନ୍ନପୂର୍ଣ୍ଣା ଥିଏଟର, ଜନତା ଥିଏଟର, ଓଡ଼ିଶା ଥିଏଟର, ଏକାମ୍ର ଥିଏଟର ଭଳି ପେଶାଦାର ରଂଗମଞ୍ଚଗୁଡ଼ିକ ଅ।ଜି ଇତିହାସର ଅନ୍ଧାରରେ  । କ୍ରମଶଃ ଲୋକେ ଭୁଲିଗଲେଣି, କିଏ ଥିଲେ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଅବା ମଂଚର ମହାନାୟକ ସାମୁଏଲ୍ ସାହୁ  । ଭୁଲିଗଲେଣି ବି ପୁରୁଣାଦିନର ସେଇ ରୂପସୀ ନାୟିକାମାନଙ୍କୁ  । କେଜାଣି ଏବେ କେଉଁ ସ୍ୱର୍ଗରେ ଭାନୁମତୀ ଦେବୀ, ମଣିମାଳା ଓ ଅନ୍ୟମାନେ  । ଲକ୍ଷ୍ମୀପ୍ରିୟା ଦେବୀଙ୍କ ଭଳି ଯେଉଁ ଅଳ୍ପକିଛି ମହାନାୟିକା ଏବେବି ଅ।ମ ସହ ଅଛନ୍ତି, ସେମାନଙ୍କର ପରିଚୟ ଅଲୋଡ଼ା  । ତା’ରି ଭିତରେ ହଠାତ୍ ଅ।ଉ ଗୋଟେ ଖବର ଏବେ ଚାଂଚଲ୍ୟ ସୃଷ୍ଟି କରୁଛି  ।

ଏଇ ସପ୍ତାହରେ ଗୋଟେ ଖବର ସବୁଠି ଘୂରିବୁଲିଲା ଯେ, ଅ।ସନ୍ତା ବର୍ଷଠାରୁ “ଯାତ୍ରା’ ବନ୍ଦ ହୋଇଯିବ । ଯାତ୍ରା ପେଶାଦାର ରଙ୍ଗମଞ୍ଚର ନାଟକ ନୁହେଁ । ଏହା ନାଟକର ଏକ ବିକୃତ ବ୍ୟାବସାୟିକ ସଂସ୍କରଣ । ଯେଉଁମାନେ ଯାତ୍ରା ବନ୍ଦ ହୋଇଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ କାନ୍ଦିଲେ, ସେମାନେ କେହି କାଳୀଚରଣ ପଟ୍ଟନାୟକଙ୍କ ଭଳି ମଞ୍ଚ ରସିକ ମହାପୁରୁଷ ନୁହନ୍ତି  । ଦୂର ଦୂର ଯାଏ ସେମାନଙ୍କର ଯାତ୍ରା ବା ନାଟକ ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ । ସେମାନେ ବୃତ୍ତିରେ ବ୍ୟବସାୟୀ ଓ ପ୍ରବୃତ୍ତିରେ ତାଙ୍କର ଅନେକ ପରିଚୟ । କିଏ ମନ୍ତ୍ରୀ, କିଏ ଗଣମା୍ମମର ବଡ଼ ମାଲିକ,  ଅ।ଉ କିଏ ସୁପର୍କ୍ଲାସ୍ ଠିକାଦାର । ଅଥଚ ଏମାନେ ସମସ୍ତେ ଯାତ୍ରା ପାର୍ଟିର ମାଲିକ । ହଠାତ୍ ଯାତ୍ରା ବନ୍ଦ ହୋଇଯିବ ବୋଲି କହିବା ପଛରେ କ’ଣ କାରଣ ରହିଛି, ତାକୁ ନେଇ ବେଶ୍ କୌତୁକପ୍ରଦ କଥାସବୁ ଶୁଣିବାକୁ ମିଳୁଛି । ଗତ ତିନି ଦଶକ ଧରି ଯାତ୍ରା ଓଡ଼ିଶାର ବ୍ୟାବସାୟିକ ସଂସ୍କୃତିକୁ କବଳିତ କରି ରଖିଛି । ଯାତ୍ରାରେ ପଇସା ଭଲ ମିଳେ ବୋଲି ଓଡ଼ିଅ। ସିନେମା ଛାଡ଼ି କଳାକାରମାନେ ମୁହଁରେ ରଙ୍ଗ ବୋଳି ରାତି ଅନିଦ୍ରା ହୋଇ ନାଟକ କରନ୍ତି  । ରାତି ସାରା ଉଚ୍ଚ କଣ୍ଠରେ ସଂଳାପ ବୋଲନ୍ତି  । ଅଥଚ ଅ।ଜି ଯଦି ଯାତ୍ରା ବନ୍ଦ ହୋଇଯାଏ, ଛୋଟ ବଡ଼ ପ୍ରାୟ ୫୦,୦୦୦ କଳାକାର ନିଜର ବୃତ୍ତି ହରାଇବାର ସମ୍ଭାବନା ରହିଛି । ତେବେ ଯେତେବେଳେ ସୌଖୀନ ରଙ୍ଗମଞ୍ଚ ବନ୍ଦ ହେଲା, ସେତେବେଳେ ବି ପାଖାପାଖି ୫୦୦୦ କଳାକାର ନିଜର ବୃତ୍ତି ହରାଇଥିଲେ । ବହୁତ ପାଠପଢି, ଚାକିରି ନ କରି ଯେଉଁମାନେ ମଞ୍ଚ ମାୟାରେ ଜୀବନ ବିତାଇଥିଲେ, ସେମାନେ ଅସହାୟ ହୋଇପଡ଼ିଥିଲେ । ସାମୁଏଲ୍ ସାହୁ (ବାବି)ଙ୍କ ଭଳି ଅତି ଉଚ୍ଚକୋଟୀର କଳାକାର ମଞ୍ଚ ମାୟାରେ ନିଜ ଜୀବନକୁ ବାଜି ଲଗେଇ ଦେଇଥିଲେ । ବାବିବାବୁ ଇଂଜିନିୟରିଂ ପାଠ ପଢିଥିଲେ  । ଚାକିରି ନ କରି ନାଟକ କଲେ । ପରବର୍ତ୍ତୀ ସମୟରେ  ସିନେମାକୁ ଅ।ସିଲେ । ଅଥଚ ତାଙ୍କର ମୃତ୍ୟୁ ବେଳକୁ ତାଙ୍କ ପାଖରେ କିଛି ନଥିଲା । ତାଙ୍କୁ ଓଡ଼ିଅ। ଜାତି କିଛି ବି ଦେଇନାହିଁ । ଦୁର୍ଲ୍ଳଭ ଚନ୍ଦ୍ର ସିଂହ, କାଶୀନାଥ ସାହୁ, ମାଷ୍ଟର ମାଣିଅ।, ନଟବର ସେଣ, ପୀର ସ୍ୱାଇଁ, ଭାନୁମତୀ, ମଣିମାଳା, ଲକ୍ଷ୍ମୀପ୍ରିୟା, ସୁମତି ଦେବୀ, ଅଙ୍ଗୁରବାଳା ଦେବୀ ଓ ଅ।ହୁରି ଅନେକ ଶିଳ୍ପୀ କୁଅ।ଡ଼େ କୁଅ।ଡ଼େ ହଜିଗଲେ। ସେମାନଙ୍କ ଏ ଜାତି ଚିହ୍ନି ପାରିଲା ନାହିଁ  । ଅଥଚ ଓଡ଼ିଶା ନାଟକ ସଂସ୍କୃତି କହିଲେ ଏଇମାନେ ହିଁ ଅ।ମର ନକ୍ଷତ୍ରମଣ୍ଡଳ। ଏପରିକି ସିନେମାରେ ସୁପରଷ୍ଟାର୍ ଭାବରେ ବିବେଚିତ ହୋଇଥିବା ବହୁ କଳାକାର ଦାରିଦ୍ର୍ୟ ଜୀବନ ଭିତରେ ନିଜ ଜୀବନ ଅତିବାହିତ କରିଛନ୍ତି  । ଶରତ ପୂଜାରୀ ତା’ରି ଏକ ବଡ଼ ଉଦାହରଣ। ସରକାରୀ •କିରିରେ ଥାଇ ମ୍ମ ଭୁବନେଶ୍ୱରରେ ଶରତ ପୂଜାରୀ ସାରାଜୀବନ ଘର ଖଣ୍ଡେ କରିପାରିଲେ ନାହିଁ । ମରିବା ପୂର୍ବଦିନ ପର୍ଯ୍ୟନ୍ତ ଅଟୋରେ ବସି ସେ ରବୀନ୍ଦ୍ର ମଣ୍ଡପକୁ ନାଟକ ଦେଖିବାକୁ ଅ।ସୁଥିଲେ । ଠିକ୍ ଏହାର ବିପରୀତ ଦୃଶ୍ୟ ଅ।ପଣ ଯାତ୍ରାରେ ଦେଖିବାକୁ ପାଇବେ। ଯାତ୍ରା ମାଲିକମାନେ ସମସ୍ତେ କୋଟିପତି। ତାଙ୍କ ପାଇଁ ଯାତ୍ରା ଏକ ସୌଖୀନ ବିଳାସ  । କୋଟି କୋଟି ଟଙ୍କାର ନେଣଦେଣ ବ୍ୟାପାର । ତା’ରି ଭିତରେ ଯଦି ବ୍ୟବସାୟ ଚାଲୁନାହିଁ, ତା’ହେଲେ ସେଥିପାଇଁ ଅ।ମେ କ’ଣ କରିପାରିବା ? କାଳୀବାବୁ ଅସାଧାରଣ ନାଟୁଅ। ଥିଲେ। ତଥାପି ତାଙ୍କ ପାଇଁ ଏ ଜାତି ଠିଅ। ହୋଇପାରିଲା ନାହିଁ  । ଅ।ଜି କିନ୍ତୁ ରାଜନୈତିକ ନେତା ଓ ବ୍ୟବସାୟୀମାନେ ଯାତ୍ରା ମାଲିକର ମୁଖା ପିନ୍ଧି ସରକାରଙ୍କ ପ୍ରୋତ୍ସାହନ ପାଇଁ ଗୋଟେ ଚମକ୍ରାର ସୁଅ।ଙ୍ଗ ରଚନା କରିଛନ୍ତି । ଏ ସୁଅ।ଙ୍ଗକୁ କୌଣସି ପ୍ରକାରରେ ଜନତାର ସମର୍ଥନ ମିଳିବା ଉଚିତ୍ ନୁହେଁ।

ଯାତ୍ରା ସଂସ୍କୃତି ସହିତ ଓଡ଼ିଅ। ଜନଜୀବନର ସମ୍ପର୍କ କେବଳ ସାମାନ୍ୟ ଉତ୍ତେଜନା ଓ ଚିତ୍ତ ବିନୋଦନ ଛଡ଼ା ଅନ୍ୟ କିଛି ନୁହେଁ। ଏକ ନକାରାତ୍ମକ ଜୀବନବୋଧ ଓ ଜନଜୀବନ ସହ ଅ।ଦୌ ସମ୍ପର୍କ ନଥିବା ବି•ରଧାରାକୁ ନେଇ ଯାତ୍ରା ସଂସ୍କୃତି ଗତିଶୀଳ ହୋଇଛି। ଏଥିରେ ନାଟକ ଅପେକ୍ଷା ଉଗ୍ର ଅଶ୍ଲୀଳତା  ଓ କଳାକାର ଶୋଷଣର ଏକ ବିଚିତ୍ର କୋଲାଜ୍ ଅ।ମେ ଦେଖିଅ।ସିଛୁ  । ଛୋଟ ଛୋଟ ଝିଅଙ୍କୁ ରେକର୍ଡ ଡ୍ୟାନ୍ସର ଭାବରେ ବ୍ୟବହାର କରି ଯେଉଁପ୍ରକାର ଚରମ ଅଶ୍ଲୀଳତା  ଯାତ୍ରା ପାର୍ଟିଗୁଡ଼ିକ ପ୍ରଦର୍ଶନ କରି ଅସିଛନ୍ତି, ତା’ ବିରୋଧରେ ବର୍ଷ ବର୍ଷ ଧରି ଓଡ଼ିଶା ସରକାର ଚୁପ୍ ରହିଛନ୍ତି  । ତା’ର ଏକମାତ୍ର କାରଣ ହେଉଛି ଯାତ୍ରା ମାଲିକ ହେଉଛନ୍ତି ଏ ରାଜ୍ୟର ରାଜନୀତିରେ ସବୁଠୁ ପ୍ରଭାବଶାଳୀ ଲୋକମାନେ । ନିଜ ପ୍ରଭାବକୁ ବ୍ୟବହାର କରି ଯାତ୍ରା ମା୍ମମରେ ଯାବତୀୟ ଅଶ୍ଲୀଳତାର ପ୍ରୋତ୍ସାହନ ଚାଲିଛି  । ସାଧାରଣ ଜନତା ଏହାକୁ ଦେଖିଛି, ରାତିରେ ମଦ ପିଇ ଉତ୍ତେଜିତ ହୋଇଛି ଓ ସକାଳେ ଭୁଲିଯାଇଛି  । ସାଧାରଣ ଜନତା ମନରେ ଯାତ୍ରା ଏକ ବିଷକ୍ରିୟା ସୃଷ୍ଟି କରିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ  । ତେବେ ଅନେକ ସମୟରେ ଏହାର ଏକ ସକାରାତ୍ମକ ଦିଗ ମ୍ମ ରହିଛି  । ଗୋଟେ ସମୟରେ ଓଡ଼ିଶାର ଜନଜୀବନରେ ଘଟୁଥିବା ରାଜନୈତିକ ଘଟଣାବଳୀକୁ ନେଇ ବେଶ୍ ଚମକ୍ରାର ନାଟକ ସବୁ ଯାତ୍ରାରେ ଦେଖିବାକ ମିଳୁଥିଲା  । ସେ ଦିନ ଅ।ଜି ଅ।ଉ ନାହିଁ।

ଏବେ ହଠାତ୍ ଯାତ୍ରାରେ ବଲିଉଡ୍ର ଅବସରପ୍ରାପ୍ତ କଳାକାରମାନଙ୍କୁ ଦେଖିବାକୁ ମିଳୁଛି । ଲକ୍ଷ  ଲକ୍ଷ ଟଙ୍କାର ପାରିଶ୍ରମିକ ଦେଇ, ତାରକା ହୋଟେଲରେ ସେମାନଙ୍କୁ ରଖି  ଓଡ଼ିଅ। ଯାତ୍ରା ମାଲିକମାନେ ଲୋକଙ୍କୁ ଭୁଅାଁ ବୁଲାଇ ଅ।ସୁଛନ୍ତି  । ସୃଜନଶୀଳ ସାଂସ୍କୃତିକ ବାତାବରଣର ଏକ ଦୀର୍ଘସ୍ଥାୟୀ ପ୍ରଭାବ ରହିଥାଏ । ଯାତ୍ରାରେ ତାହା କେବେ ବି ନଥିଲା  । ବ୍ୟବସାୟକୁ ଅ।ଖି ଅ।ଗରେ ରଖି ଯାବତୀୟ ଭାଣ୍ଡାମୀ ଓ ଭଣ୍ଡାମିର ଦୃଶ୍ୟସବୁ ଯାତ୍ରାରେ ଚାଲିଥିଲା  । କେତେବେଳେ ଉକ୍ରଟ ଦେହ ପ୍ରଦର୍ଶନ ପୁଣି କେବେ ପାଗଳ ହିଂସାର ଛାତିଥରା ପ୍ରଦର୍ଶନ  । ଏସବୁକୁ ହୁଏତ ସାମୟିକ ଭାବରେ ଦର୍ଶକ ଗ୍ରହଣ କରୁଥିଲେ  ।  ତେବେ ନୂଅ।ପିଢିର ଦର୍ଶକ ଏବେ ଅ।ଉ ସେମିତି ଦୃଶ୍ୟ ଦେଖିବାକୁ ଅ।ଉ ପ୍ରସ୍ତୁତ ନୁହଁନ୍ତି। ଯାହା‘ଳରେ ହଠାତ୍ ଯାତ୍ରା ଦେଖିବାକୁ ଯେଉଁ ପୁରୁଣା ପାଗଳାମୀ ଥିଲା, ତାହା କମିବା ଅ।ରମ୍ଭ କରିଛି  । ନୂଅ। ପିଢିର ଦର୍ଶକଙ୍କୁ ଅ।କୃଷ୍ଟ କଲା ଭଳି ଖୋରାକ୍ ଯାତ୍ରାରେ ନାହିଁ  । ତେଣୁ ସ୍ୱାଭାବିକ ଭାବରେ ଯାତ୍ରା  ବନ୍ଦ ହୋଇଯିବା ଅବସ୍ଥାକୁ ଅ।ସିଛି  ।

ଯାତ୍ରା ବନ୍ଦ ହୋଇଯିବା ଏକ ସ୍ୱାଭାବିକ ବ୍ୟାବସାୟିକ ପ୍ରକ୍ରିୟା । ଏଥିରେ ସଂସ୍କୃତିର କୌଣସି ସମ୍ପର୍କ ନାହିଁ  । କାଳୀବାବୁ ଯେମିତି ଓଡ଼ିଶା ଥିଏଟର ବନ୍ଦ ହୋଇଗଲା ପରେ କ’ଣ କରିବେ ବୋଲି ଭାବି ଉଚ୍ଚ ରକ୍ତ•ପ ଭୋଗିଲେ, କୌଣସି ଯାତ୍ରା ମାଲିକ ତାହା ଭୋଗିବାର ସମ୍ଭାବନା ନାହିଁ । ସେମାନଙ୍କ ପାଇଁ ଅନେକ ବ୍ୟବସାୟର ମାର୍ଗ ଖୋଲା ଅଛି  । କେବଳ ଅସୁବିଧାରେ ପଡ଼ିବେ ଛୋଟ ଛୋଟ ଯାତ୍ରା କଳାକାରମାନେ । ଯାତ୍ରାରେ ତାରକାମାନେ ଲକ୍ଷ ଲକ୍ଷ ଟଙ୍କା ପା’ନ୍ତି । ସେମାନଙ୍କର ସଂଖ୍ୟା ହାତଗଣତି ଦୁଇ କି ତିନି ଡଜନ ହେବ  । ବାକି କଳାକାରମାନେ ଢୋକେ ପିଇ ଦଣ୍ଡେ ଜୀଇଁ ଅବସ୍ଥାରେ ଅଛନ୍ତି । ସେମାନେ ଯାତ୍ରା ବନ୍ଦ ହୋଇଗଲେ ଯେ, ଭୋକରେ ମରିଯିବେ, ତା’ର କୌଣସି ସମ୍ଭାବନା ନାହିଁ । ବରଂ ଯାତ୍ରା ବନ୍ଦ ହୋଇଗଲେ, ଅପସଂସ୍କୃତିର ଏକ ବଡ଼ ଦୁର୍ଗ ଭାଙ୍ଗିଯିବ। ସେ ଦୁର୍ଗ ଭାଙ୍ଗିଯିବା ଉଚିତ୍। ଯାତ୍ରାରେ ନାୟକର ଦାମ୍ ଅପେକ୍ଷା ଖଳନାୟକର ଦାମ ଅଧିକ। ଏହାହିଁ ଯାତ୍ରା ସଂସ୍କୃତିର ବଡ଼ ସୂଚକାଙ୍କ। ଖଳନାୟକ ସଂସ୍କୃତିକୁ ପ୍ରତିଷ୍ଠିତ କରୁଥିବା ଏକ ଜୀବନବୋଧକୁ ନେଇ ଜାତୀୟତାର ନିର୍ମାଣ ସମ୍ଭବ ନୁହେଁ ।  ବରଂ ଏପ୍ରକାର ଜୀବନବୋଧ ଜାତୀୟତାବୋଧର ସବୁଠୁ ବଡ଼ ଶତ୍ରୁ। ଯାତ୍ରା ଯଦି ବନ୍ଦ ହେଉଛି ହେଉ, ସେଥିରେ ଯଦି ନେତା ଓ ବ୍ୟବସାୟୀଙ୍କର କ୍ଷତି ହେଉଛି ହେଉ, ଏହାକୁ ନେଇ ସାଧାରଣ କରଦାତାର ଟଙ୍କାଟିଏ ମ୍ମ ଯଦି ଖର୍ଚ୍ଚ କରାଯାଏ, ତା’ହେଲେ ତାହା ଓଡ଼ିଶା ସଂସ୍କୃତି ପ୍ରତି ସବୁଠୁ ବଡ଼ ଅପମାନ ହେବ। ଏକଥା ଓଡ଼ିଶା ସରକାର ଭଲଭାବରେ ମନେ ରଖିବା ଉଚିତ୍।

About କେଦାର ମିଶ୍ର

କେଦାର ମିଶ୍ର
କବି, ସାମ୍ବାଦିକ, ସଙ୍ଗୀତ ସମାଲୋଚକ

Check Also

ନାରୀ ସ୍ୱାଧୀନତା ନିନ୍ଦନୀୟ ନଥିଲା ମହାଭାରତରେ (ଭାଗବତ ପ୍ରସାଦଙ୍କ ଲେଖନୀରୁ)

ବୁଦ୍ଧ, ମହାବୀରଙ୍କଠୁ ଏକପାଦ ଆଗରେ ଥିଲା ମହାଭାରତ କାରଣ ମହାଭାରତ ପିତୃଶାସିତ ସମାଜର ମୂଲ୍ୟବୋଧ ବଦଳରେ ମାତୃକୈନ୍ଦ୍ରିକ ନାରୀପୁରୁଷ ସମାନ …

Leave a Reply

Your email address will not be published. Required fields are marked *