Home / ସମୀକ୍ଷା / ସାଂସ୍କୃତିକ ସମୀକ୍ଷା / ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି -୫

ମହାଭାରତ: ଏକ ସତ୍ୟାନ୍ୱେଷୀ ଦୃଷ୍ଟି -୫

 

“ଉପନିଷଦର ଚିନ୍ତନକୁ ବିରୋଧକରି ବୁଦ୍ଧ ତାଙ୍କ ଅଷ୍ଟାଙ୍ଗ ଆର୍ଯ୍ୟମାର୍ଗର ପ୍ରଚାର କରିଥିଲେ । ବୁଦ୍ଧବାଣୀ ଧର୍ମପଦରେ ଲେଖାଅଛି ଯେ ଆର୍ଯ୍ୟଙ୍କର ମୁଖ୍ୟ ଧର୍ମହେଉଛି ‘ଅହିଂସା’ । ମହାବୀର (ଜୈନଧର୍ମ) ଓ ଆଜୀବକମାନେ ‘ଅହିଂସା’ ମୂଲ୍ୟବୋଧ ଓ ଯଜ୍ଞବିହୀନ ଅବେଦୀୟ ଦର୍ଶନମାନ ପ୍ରଚାର କରିଥିଲେ । ଉପନିଷଦ ମାଧ୍ୟମରେ ଗୀତା ଓ ‘ଜୟ’ର ପ୍ରଭାବକୁ ପ୍ରତିହତ କରିବା ସମ୍ପୂର୍ଣ୍ଣ ସମ୍ଭବ ନହେବାରୁ ବେଦଭକ୍ତ ପଣ୍ଡିତମାନେ ‘ଅହିଂସା’ ପ୍ରଚାର କରୁଥିବା ଜନପ୍ରିୟ ‘ଜୟ’ଗ୍ରନ୍ଥକୁ ପ୍ରାୟ ବାରଗୁଣ ବଢ଼ାଇ (ଏକଲକ୍ଷ ଶ୍ଳୋକ ହିଂସାର ବାର୍ତ୍ତା ଦେଲାଭଳି ବହୁତ ପ୍ରଭାବଶାଳୀ) ଅଧ୍ୟାୟ ଓ ଶ୍ଳୋକ ସେଥିରେ ଯୋଗ କରିଦେଇଥିଲେ ।” ପ୍ରଫେସର ଭଗବତ ପ୍ରସାଦ ଉକ୍ତ ଲେଖାରେ ଭାରତୀୟ ଦର୍ଶନର ଏକ ତାତ୍ତ୍ୱିକ ଅନୁଶୀଳନ ଏଠାରେ ଉପସ୍ଥାପନ କରିବାପାଇଁ ଚେଷ୍ଟା କରିଛନ୍ତି। – ସମ୍ପାଦକ

ଆର୍ଯ୍ୟମାନେ ଭାରତରେ ଅନେକ ମାତ୍ରାରେ ସଂଯତ ହେବାକୁ ବାଧ୍ୟ ହୋଇଗଲେ । ଅନ୍ୟସ୍ଥାନର ଆର୍ଯ୍ୟଙ୍କ ଭଳି ସେମାନେ ଶତ୍ରୁଗୋଷ୍ଠୀର ପୁରୁଷମାନଙ୍କୁ ‘ଦାସ’ କରିବା ସମ୍ଭବ ହୋଇନଥିଲା । ‘ଅର୍ଥାତ ଏକଟା ବ୍ୟାପାର ପରିଷ୍କାର ଜୟେ ମାୟ ଯେ ପୁରୁଷ ଦାସ ଋଗ୍ବେଦୀୟ ପର୍ବେ ପ୍ରାୟ ଛିଲଇ ନା’ ପ୍ରାଚୀନ ଭାରତେ ଶୁଦ୍ର: ରାମଶରଣ ଶର୍ମା, ସକ୍ରେଟିସ୍, ପ୍ଲାଟୋ, ଆରିଷ୍ଟୋଟଲ୍ଙ୍କ କର୍ମଭୂମି ଏଥେନ୍ସର କଳଙ୍କିତ ଅଧ୍ୟାୟ ଏଠାରେ ଉଲ୍ଲେଖ କରିବା ଉଚିତ ମନେ କରୁଛି ।

ପେରିକ୍ଲସ୍ଙ୍କ ଏଥେନ୍ସ ଥିଲା ଦର୍ଶନ, ବିଜ୍ଞାନ, କଳା- ସବୁଥିରେ ସମୃଦ୍ଧ । ଗ୍ରୀସ୍ ସଭ୍ୟତାର ମଧ୍ୟମଣି ଥିଲା ଏଥେନ୍ସ ନଗରରାଷ୍ଟ୍ର । ଏଥେନ୍ସର ଅତୀତ ଇତିହାସ କହୁଥିବା ବହିଟିର ନାମ ‘history of the Peleponnarian War’ö । ଲେଖକ ହେଉଛନ୍ତି ଥୁସିଡାଇଡସ୍ (Thusydydes) ଏ ବହିରେ ଉଲ୍ଲେଖ ରହିଛି ନିମ୍ନ ଆଲୋଚନାଟି ଏଥେନ୍ସର ପ୍ରତିନିଧି ଓ ମେଲୋଶ୍ ଦ୍ୱୀପର ମୁଖ୍ୟ ନେତାଙ୍କ ମଧ୍ୟରେ ।

ଏଥେନ୍ସର ପ୍ରତିନିଧି:-ଏଥେନିଅନ୍ ସାମ୍ରାଜ୍ୟ ମଧ୍ୟରେ ଆମେ ଗରକ୍ଷକ୍ଟଗ୍ଦ ନଗର ଦ୍ୱୀପକୁ ଦେଖିବାକୁ ଚାହୁଁ । ମେଲୋଶ୍ ଏ କଥାରେ ରାଜି ନହେଲେ ଆମେ ମେଲୋଶକୁ ଧ୍ୱଂସ କରିଦବୁ । ତେଣୁ ନିଜ ସ୍ୱାର୍ଥରକ୍ଷା ପାଇଁ ଆପଣମାନେ ମୋ କଥାରେ ରାଜି ହୋଇ ମେଲୋଶର ନେତା ହୋଇଯାଆନ୍ତୁ । ଆପଣମାନେ ହେବେ ଏ ଦ୍ୱୀପର ମାଲିକ ଏବଂ ଆମେ ହୋଇଯିବୁ ଆପଣଙ୍କର ଦାସ । ଏହା କ’ଣ କୌଣସି ସ୍ୱାଧୀନ ଜାତିପାଇଁ କ୍ଷତିକାରକ ଓ ଗୌରବହୀନତା ନୁହେଁ? ଆମେ ଆପଣଙ୍କର ବନ୍ଧୁ ରୂପେ ରହିବାକୁ ଚାହୁଁ, ଦାସରୂପେ ନୁହେଁ ।

ଏଥେନ୍ସ ପ୍ରତିନିଧି:-ଆମେ ଆପଣଙ୍କ ସହ ବନ୍ଧୁତା ସ୍ଥାପନ କଲେ ଆମଲୋକେ ଆମକୁ ‘ଦୁର୍ବଳ’ ବୋଲି କହି ଥଟ୍ଟା କରିବେ । ଆପଣମାନେ ଆମକୁ ଘୃଣା କଲେ ତାହାହିଁ ହବ ଆମର ଶକ୍ତିର ପ୍ରକୃତ ନିଦର୍ଶନ । ମେଲୋଶ୍ ଅଧୀନତା ସ୍ୱୀକାର ନକରିବାରୁ ଏଥେନଶ୍ ଯୁଦ୍ଧ ଘୋଷଣା କଲା। ଯୁଦ୍ଧରେ ମେଲୋଶ୍ ହାରିଲା ଓ ବଶ୍ୟତା ସ୍ୱୀକାର କଲା । ମେଲୋଶରେ ଯୁଦ୍ଧକ୍ଷମ ସବୁ ପୁରୁଷଙ୍କୁ ହତ୍ୟା କରାଗଲା । ନାରୀ ଓ ଶିଶୁମାନଙ୍କୁ ଦାସରୂପେ ବିକ୍ରି କରିଦେଲେ ଏଥେନ୍ସର ଶାସକମାନେ । ଏଥେନ୍ସର ସ୍ୱର୍ଣ୍ଣଯୁଗ ପ୍ରବର୍ତ୍ତକ ପେରିକ୍ଲିସ୍ ଥିଲେ ଏଭଳି ଯୁଦ୍ଧମାନଙ୍କର ଆଗ୍ରହୀ ସମର୍ଥକ ଓ ପ୍ରରୋଚକ ।

ଆର୍ଯ୍ୟ ଓ ସେମିଟିକ୍ ଦୁଇଟି ଗୋଷ୍ଠୀ ବହୁ ଦେଶ ଜୟକରି ସେ ଦେଶର ପୁରୁଷଙ୍କୁ ହତ୍ୟା କରିଛନ୍ତି, ନାରୀମାନଙ୍କୁ ଯୌନଦାସୀ କରିଛନ୍ତି ଓ ଶିଶୁମାନଙ୍କୁ ଦାସରୂପେ ବିକ୍ରି କରିଦେଇଛନ୍ତି । ଗ୍ରୀସ୍ ଭଳି ରୋମ୍ ମଧ୍ୟ ଏ କ୍ଷେତ୍ରରେ ଅଗ୍ରଣୀରାଷ୍ଟ୍ର । ଇହୁଦୀମାନେ ଅତୀତରେ ବିଭିନ୍ନ ମାନବଗୋଷ୍ଠୀଙ୍କୁ ହତ୍ୟା କରି ପାଲେଷ୍ଟାଇନ୍ରେ ନିଜ ରାଜ୍ୟ ସ୍ଥାପନ କରିଥିଲେ । ଏ ନୃଶଂସ ହତ୍ୟାର ବିବରଣୀ ବାଇବେଲ୍ରେ ରହିଛି । ଏ ସମସ୍ତ ହତ୍ୟା ଯୋଦ୍ଧାମାନେ ସେମାନେ ନିଜ ନିଜ ମୁଖ୍ୟ ଦେବତାଙ୍କ ନିର୍ଦ୍ଦେଶରେ କରିଛନ୍ତି ବୋଲି ଘୋଷଣା କରିଛନ୍ତି । ଅତୀତଭାରତରେ ଏଭଳି ଗଣହତ୍ୟାର ଘଟଣା ବହୁତ କମ୍ ।

ଉପନିଷଦର ଚିନ୍ତନକୁ ବିରୋଧକରି ବୁଦ୍ଧ ତାଙ୍କ ଅଷ୍ଟାଙ୍ଗ ଆର୍ଯ୍ୟମାର୍ଗର ପ୍ରଚାର କରିଥିଲେ । ବୁଦ୍ଧବାଣୀ ଧର୍ମପଦରେ ଲେଖାଅଛି ଯେ ଆର୍ଯ୍ୟଙ୍କର ମୁଖ୍ୟ ଧର୍ମହେଉଛି ‘ଅହିଂସା’ । ମହାବୀର (ଜୈନଧର୍ମ) ଓ ଆଜୀବକମାନେ ‘ଅହିଂସା’ ମୂଲ୍ୟବୋଧ ଓ ଯଜ୍ଞବିହୀନ ଅବେଦୀୟ ଦର୍ଶନମାନ ପ୍ରଚାର କରିଥିଲେ ।

ଉପନିଷଦ ମାଧ୍ୟମରେ ଗୀତା ଓ ‘ଜୟ’ର ପ୍ରଭାବକୁ ପ୍ରତିହତ କରିବା ସମ୍ପୂର୍ଣ୍ଣ ସମ୍ଭବ ନହେବାରୁ ବେଦଭକ୍ତ ପଣ୍ଡିତମାନେ ‘ଅହିଂସା’ ପ୍ରଚାର କରୁଥିବା ଜନପ୍ରିୟ ‘ଜୟ’ଗ୍ରନ୍ଥକୁ ପ୍ରାୟ ବାରଗୁଣ ବଢ଼ାଇ (ଏକଲକ୍ଷ ଶ୍ଳୋକ ହିଂସାର ବାର୍ତ୍ତା ଦେଲାଭଳି ବହୁତ ପ୍ରଭାବଶାଳୀ) ଅଧ୍ୟାୟ ଓ ଶ୍ଳୋକ ସେଥିରେ ଯୋଗ କରିଦେଇଥିଲେ । ଏଥିପାଇଁ ସେମାନେ କୃଷ୍ଣଙ୍କୁ ଭଗବାନ ସ୍ଥାନରେ ରଖିଲେ ଓ ବ୍ରାହ୍ମଣତ୍ୱର ମହିମା ବଖାଣୁଥିବା ଅସଂଖ୍ୟ ଶ୍ଳୋକ ଓ ଆଖ୍ୟାନ ମହାଭାରତରେ ପୂରାଇଦେଲେ । ଭୃଗୁବଂଶୀୟ ବ୍ରାହ୍ମଣମାନେ ପାଣ୍ଡବମାନଙ୍କୁ ନ୍ୟାୟବାଦୀ ପ୍ରତିପାଦନ କରିବା ପାଇଁ ଓ ନିଜବଂଶର ମହିମା ବଢ଼ାଇବା ପାଇଁ ବହୁ ଶ୍ଳୋକ ଓ ଆଖ୍ୟାନ ରଚନା କରିଥିଲେ ।

ମହାଭାରତରୁ ଆମେ ଜାଣିବାକୁ ପାଉ ଯେ, ‘ଶୌଚ’ନାମକ ଏକ ଘୃଣ୍ୟ ମୂଲ୍ୟବୋଧକୁ ଧର୍ମର ଅଙ୍ଗୀଭୂତ କରାଇ ଓ ଭାରତର ଆଟବିକ ଯୋଦ୍ଧା ଜନଗୋଷ୍ଠୀମାନଙ୍କୁ ଜନ୍ମରୁ ‘ଅଶୁଚି’ ଘୋଷଣା କରି ସମାଜର ଏକତାକୁ ଧ୍ୱଂସ କରିଦିଆଗଲା । ‘ଶୌଚ’ ମୂଲ୍ୟବୋଧ ଇରାନୀୟ ଆର୍ଯ୍ୟ ସମାଜରେ ମଧ୍ୟ ଥିଲା । ଜାତିବିଭାଗ ଓ ଅସ୍ପୃଶ୍ୟତା ଭାରତରେ ଚେରଧରିଲା କାରଣ ଭାରତୀୟ ସମାଜରେ ଯେଉଁ ବର୍ଗ-ପ୍ରାଧାନ୍ୟ ଥିଲା, ତା’ର ମୂଳରେ ଥିବା ମୈତ୍ରୀପ୍ରଧାନ ଐକ୍ୟଧର୍ମୀ ମୂଲ୍ୟବୋଧ ଗୁଡ଼ିକରେ ଚତୁରଭାବେ ବିଭାଜନ ଶୋଷଣଧର୍ମୀ ‘ଶୌଚ’କୁ ମିଶାଇ ଦିଆଗଲା । ଅହିଂସା, ସତ୍ୟ, ଅସ୍ତେୟ ଓ ଅପରିଗ୍ରହ ତତ୍ତ୍ୱ ଓ ମୂଲ୍ୟବୋଧଭିତ୍ତିକ ଆଚରଣ ସମନ୍ୱିତ ଅନ୍ୱୀକ୍ଷିକୀ ସମାଜର ସବୁବର୍ଗଙ୍କ ପାଇଁ ହିତକର ଥିଲା । ଅନ୍ୱୀକ୍ଷିକୀ ଗୋଷ୍ଠୀରେ ସବୁବର୍ଗର ଲୋକେ ଯୋଗ ଦେଇ ପାରୁଥିଲେ । (ଶାନ୍ତିପର୍ବ) ।

‘ବ୍ରାହ୍ମଣ’, ‘ଧର୍ମ’ ପ୍ରଭୃତି ଅମୂର୍ତ୍ତ  ଶବ୍ଦଗୁଡ଼ିକ ପ୍ରଚଳନ କରି ଏବଂ ବଳପ୍ରୟୋଗ ଦ୍ୱାରା ଅତୀତର ଯୋଗୀଗୋଷ୍ଠୀଙ୍କୁ (ଇନ୍ଦ୍ର ୮୮,୦୦୦ ବ୍ରାହ୍ମଣଙ୍କୁ ହତ୍ୟା କରିଥିଲେ । ସେମାନେ ସମ୍ଭବତଃ ଯଜ୍ଞବାଦୀ ନଥିଲେ । (୩୩ଅଧ୍ୟାୟ ଶାନ୍ତିପର୍ବ) ଯଜ୍ଞବାଦୀ ‘ବ୍ରାହ୍ମଣ’ ସମାଜରେ ଯୋଗଦବାକୁ ବାଧ୍ୟ କରାଗଲା ଏବଂ ‘ଶୌଚ’ନାମକ ଏକ ଦୂଷିତ ମୂଲ୍ୟବୋଧକୁ ବ୍ରାହ୍ମଣ ସମାଜର ପ୍ରଧାନ ମୂଲ୍ୟବୋଧ ସ୍ଥାନରେ ଅଭିଷିକ୍ତ କରାଇ ଜାତିବିଭାଗ ଓ ଅସ୍ପୃଶ୍ୟତାକୁ ସମାଜ-ସମ୍ମତ କରିଦିଆଗଲା । ପୃଥିବୀର ବହୁଦେଶରେ ଯୋଦ୍ଧାମାନେ ତରବାରୀ ବଳରେ ନିଜର ପ୍ରାଧାନ୍ୟ ଜାହିର କରିଥିଲେ କିନ୍ତୁ ଭାରତରେ ସଂସ୍କୃତିକୁ ଦୋଷମୁକ୍ତ କରି ଆର୍ଯ୍ୟମାନେ ଦେଶରେ ଜନ୍ମରୁ ଅଶୁଚି ‘ଶୁଦ୍ର’ ଓ ‘ଅସ୍ପୃଶ୍ୟ’ ଶ୍ରେଣୀକୁ ସୃଷ୍ଟିକରି ଧର୍ମ(ସଂସ୍କୃତି) ମାଧ୍ୟମରେ ଶୋଷଣକୁ ଶକ୍ତିଶାଳୀ କରିଥିଲେ । ସମାଜର ସବୁଶ୍ରେଣୀର (ଲୋକଙ୍କର ଯୋଗୀୟ ସମାଜଧର୍ମୀ) ମୂଲ୍ୟବୋଧମାନଙ୍କ ପ୍ରତି କଠୋର ଆନୁଗତ୍ୟ ଯୋଗୁଁ ‘ଶୌଚ’ଭଳି ଛଦ୍ମବେଶୀ ଦୁଷ୍ଟ ମୂଲ୍ୟବୋଧର ନିକୃଷ୍ଟତ୍ୱ-ପ୍ରତି ଲୋକମାନେ ସଚେତନ ହୋଇପାରିଲେନି ।

ଅନ୍ୟ ମୂଲ୍ୟବୋଧଗୁଡ଼ିକ ପାଳନ କଷ୍ଟସାଧ୍ୟ ଥିଲାବେଳେ ‘ଶୌଚ’ ମୂଲ୍ୟବୋଧ ପାଳନ ସହଜ ଥିଲା । ବିଶେଷତଃ କର୍ମବାଦୀ ଜନ୍ମାନ୍ତରବାଦ ‘ଅଶୁଚି’ଜାତି ସୃଷ୍ଟିକୁ ଧର୍ମସମ୍ମତ ଓ ଯୁକ୍ତିସମ୍ମତ କରିଦେଲା ଏବଂ ଶୋଷିତ ନିମ୍ନଜାତିର ଲୋକେ ମଧ୍ୟ ବ୍ୟବସ୍ଥାର ଅନ୍ୟାୟତ୍ୱ ପ୍ରତି ସଚେତନ ହୋଇପାରିଲେନି । ତେଣୁ ଭାରତରେ ନିମ୍ନଶ୍ରେଣୀର ବିଦ୍ରୋହ ଘଟିବା ସମ୍ଭବ ହୋଇନଥିଲା ।

ମେଗାସ୍ଥିନିସ୍ଙ୍କ ଆଗମନ ବେଳୁ ଭାରତର ଇନ୍ଦ୍ର-ନିର୍ଯାତିତ ଯୋଗୀଶ୍ରେଣୀ ‘ଯଜ୍ଞ’କୁ (ଯାହାକୁ ଗୀତାରେ ଯୋଗପାଇଁ ଅନୁପଯୁକ୍ତ କାର୍ଯ୍ୟ ବୋଲି କୁହାଯାଇଛି: ବ୍ୟବସାୟାତ୍ମିକା ବୁଦ୍ଧି ସମାଧୌ ନ ବିଧୀୟତେ) ନିଜର କାର୍ଯ୍ୟ କର୍ମ ମଧ୍ୟରେ ସାମିଲ କରିସାରିଥିଲେ । (ସେଥିପାଇଁ ବେଦୀୟ ଆର୍ଯ୍ୟଗୋଷ୍ଠୀଙ୍କୁ ସାଲିସ କରିବାକୁ ପଡ଼ିଥିଲା ‘ଯଜ୍ଞରେ ପଶୁବଳି ନିଷିଦ୍ଧ’ ରୂପକ ଘୋଷଣା ମାଧ୍ୟମରେ) ।

ମେଗାସ୍ଥିନିସ୍ ସାତୋଟିଗୋଷ୍ଠୀରେ ବିଭକ୍ତ କରିଛନ୍ତି ଭାରତୀୟମାନଙ୍କୁ । ସେମାନଙ୍କ ମଧ୍ୟରେ ସର୍ବୋଚ୍ଚ ସ୍ଥାନରେ ଅଛନ୍ତି ଏଚ୍ଚଜ୍ଞଦ୍ଭକ୍ଟ…ଝକ୍ଟକ୍ଟ୍ରଷସଗ୍ଦଗ୍ଧ ବା ଯୋଗୀମାନେ । Arrian (ଗ୍ରୀକ୍ ବିଦ୍ୱାନ) ଲେଖିଛନ୍ତି The sophists… who are not so numerous as others, but hold the supreme place of dignity or honour… The sages go naked, living during the winter in the open air to enjoy the sunshine.

…They live upon the fruits which each season produces, and in the banks of trees…’

ଭାରତର ସୋଫିସ୍ତ୍ସ୍ ‘ଉଞ୍ଚବୃତ୍ତିର ବ୍ରାହ୍ମଣମାନେ’ ପ୍ରକୃତିଦତ୍ତ ଫଳ ଓ ମନୁଷ୍ୟ ପରିତ୍ୟକ୍ତ ବିଲର ଶସ୍ୟକୁ ଖାଦ୍ୟରୂପେ ବ୍ୟବହାର କରୁଥିଲେ । ମହାଭାରତ ମତରେ ସେମାନେ ଥିଲେ ସବୁଠୁ ଉକ୍ରୃଷ୍ଟ ବ୍ରାହ୍ମଣ(ଶାନ୍ତିପର୍ବ) । ଅତୀତରେ ଯେ କୌଣସି ଜାତିର ଲୋକ ଯୋଗୀ ହୋଇପାରୁଥିଲେ (ଶାନ୍ତିପର୍ବ) । ପ୍ରାକ୍ ଆର୍ଯ୍ୟସମାଜର ଯଦି ବା ଯୋଗୀମାନେ ଯଜ୍ଞ କରୁଥିଲେ କିନ୍ତୁ ଆର୍ଯ୍ୟ ବ୍ରାହ୍ମଣଙ୍କ ଭଳି ଦାନ ଗ୍ରହଣ କରୁନଥିଲେ । (ଶାନ୍ତିପର୍ବ-୧୯୯ ଅଧ୍ୟାୟ-ଦୁଇଶ୍ରେଣୀର ବ୍ରାହ୍ମଣ ଥିଲେ:ପ୍ରବୃତ୍ତିମାର୍ଗୀ ଓ ନିବୃତ୍ତିମାର୍ଗୀ)

ବୌଦ୍ଧ, ଜୈନ ଏବଂ ଆଜୀବକମାନେ ଜାତିପ୍ରଥାକୁ ବିଶେଷ ଆଘାତ କରିପାରିନଥିଲେ । ବୁଦ୍ଧ ‘ଶୌଚ’ମୂଲ୍ୟବୋଧ ବିରୁଦ୍ଧରେ ବିଶେଷ କିଛି କହିନଥିଲେ ଯଦିଓ ‘ପାଣି ମଣିଷକୁ ପବିତ୍ର କରେ’ କଥାକୁ ସେ ବିଦୃତା କରିଥିଲେ । କର୍ମବାଦକୁ ବୌଦ୍ଧ ଓ ଜୈନମାନେ ବିରୋଧ ନକରିବା ଫଳରେ ପୁନର୍ଜନ୍ମବାଦକୁ ଧକ୍କା ଲାଗିନଥିଲା । ବୁଦ୍ଧ ବ୍ରାହ୍ମଣମାନଙ୍କର କୂଳ, ଶୀଳ ଓ ମନ୍ତ୍ରମଧ୍ୟରେ ‘ଶୀଳା’କୁ ସର୍ବୋଚ୍ଚ ଗୁରୁତ୍ୱ ଦେଇଥିଲେ । ବୁଦ୍ଧଙ୍କ ସମୟରେ ମହାଶାଳ ବ୍ରାହ୍ମଣମାନେ ଧନୀ ଓ ପ୍ରଭାବଶାଳୀ ଥିଲେ । ବୁଦ୍ଧ ‘ଶୀଳହୀନ’ ବ୍ରାହ୍ମଣଙ୍କୁ କ୍ଷତ୍ରିୟଙ୍କଠୁ ନିକୃଷ୍ଟ ବୋଲି ଘୋଷଣା କରିଥିଲେ ।

ମହାଭାରତର ସଠିକ୍ ଅନୁଶୀଳନରେ ସବୁଠୁ ବଡ଼କଥାକୁ ପରୋକ୍ଷରେ ଦର୍ଶାଇଛନ୍ତି ବିଖ୍ୟାତ ଐତିହାସିକ ରବୀନ୍ଦ୍ର କୁମାର । ଥରେ ସେ ଯାଇଥିଲେ କାନାଡ଼ାର ରାଷ୍ଟ୍ରୀୟ ଆର୍ଟ ଗ୍ୟାଲେରୀକୁ । କାନାଡ଼ାର ପ୍ରକୃତିକୁ ଚିତ୍ର ମାଧ୍ୟମରେ ପ୍ରକାଶ କରିଥିବା ଅଷ୍ଟାଦଶ ଶତାବ୍ଦୀର କଳାକାରମାନଙ୍କ ସମ୍ପର୍କରେ ତାଙ୍କ ମନ୍ତବ୍ୟ ଥିଲା, ‘What they percieved and painted on the canvas was a Europian rather than a Canadian landscape.

It took Canadian artists about two generations to record faithfully the characteristics of the landsacpe… History came to the Third world as part of the cultural baggage of imperialism.’ The social scientist 221-22. ଅହିଂସା ତଥା ନାରୀ-ପୁରୁଷ ଯୌନସମତା ପ୍ରକାଶ କରୁଥିବା ମୂଳ ମହାଭାରତକୁ ଆମ ବିଜ୍ଞମାନେ ‘ପୁରୁଷପ୍ରାଧାନ୍ୟ’ ରଙ୍ଗରେ ରଙ୍ଗାୟିତ କରିଛନ୍ତି ଓ ଆଲୋଚନା କରିଛନ୍ତି । ମାନବପ୍ରଜାତିରେ ଶିକାରୀଗୋଷ୍ଠୀର ପ୍ରାଧାନ୍ୟ କେବଳ ଗତ ୪୦ ବା ୫୦ହଜାର ବର୍ଷର ସୃଷ୍ଟି । ଆଜିର ସମସ୍ତ ଜ୍ଞାନ ରାଶିର ସ୍ରଷ୍ଟା ମୁଖ୍ୟତଃ ଶିକାରୀ ଭାବାପନ୍ନ ପୁରୁଷମାନେ । ସଂଗ୍ରାହକ ସମାଜରେ ନିୟୁତ ନିୟୁତବର୍ଷ ଧରି ମଣିଷ ବାସ କରିଥିଲା କିନ୍ତୁ ‘ଜୟ’ ବ୍ୟତୀତ ଆଉ କୌଣସି ପୁସ୍ତକ ସଂଗ୍ରାହକ ସମାଜଠୁ ଆମକୁ ମିଳିନି । ଏ ସମାଜ ସମ୍ପର୍କରେ ବିଖ୍ୟାତ ନୈରାଜ୍ୟବାଦୀ (Anarchist) John Zerzan ଲେଖିଛନ୍ତି, … …Pre-agricultural band societies recieved about 80% of their sustenance from gathering… anthropologists like Leavock, Drafer and Canlfield have described a generally equal relationship between men and women… women procure 80% of the sustenance.’ମହେଞ୍ଜୋଦାରୋ-ହରପ୍ପା ସଭ୍ୟତାରେ ନିଃସନ୍ଦେହରେ ସର୍ବୋଚ୍ଚ ସ୍ଥାନରେ ଥିଲେ ସଂଗ୍ରାହକ ଅନ୍ୱୀକ୍ଷିକୀ(ଯୋଗ, ସାଂଖ୍ୟ ଓ ଲୋକାୟତ) ଗୋଷ୍ଠୀ । ମେଗାସ୍ଥିନିସ୍ଙ୍କ ସମୟ ପର୍ଯ୍ୟନ୍ତ ଏଇ ଗୋଷ୍ଠୀ ହିଁ ଭାରତରେ ସର୍ବୋଚ୍ଚ ଗୌରବର ଅଧିକାରୀ ଥିଲେ ।

ମହାଭାରତରେ ଖାଦ୍ୟ ଆହରଣକାରୀ ଯୋଗୀଗୋଷ୍ଠୀକୁ ସର୍ବୋଚ୍ଚ ସ୍ଥାନ ଦିଆଯାଇଛି । (ପଢ଼ନ୍ତୁ ସ୍ୱର୍ଣ୍ଣନେଉଳ ଉପାଖ୍ୟାନ-ସଭାପର୍ବ) ଭାରତବର୍ଷରେ ସଂଗ୍ରାହକ ସମାଜ ବହୁ ସହସ୍ରାବ୍ଦୀ ଧରି ନିଜ ଅସ୍ତିତ୍ୱ ରକ୍ଷା କରିଥିଲା । ପର ପ୍ରସ୍ତର ଯୁଗରେ ଅର୍ଥାତ ୪୦ ବା ୫୦ ହଜାର ବର୍ଷ ତଳେ ସାରା ପୃଥିବୀରେ କେବଳ ଭାରତବର୍ଷରେ ହିଁ ଶିକାରୀ ସମାଜର ଉପଯୋଗୀ ଶକ୍ତିଶାଳୀ ଅସ୍ତ୍ରଶସ୍ତ୍ରର ଆବିଷ୍କାର ହୋଇପାରିନି । ପ୍ରତ୍ନତତ୍ତ୍ୱର ଏଇ ଚମକପ୍ରଦ ତଥ୍ୟକୁ ଉଜାଗର କରିଛନ୍ତି ଜୀବବିଜ୍ଞାନୀ Spencer wells, Journey of Man ପୁସ୍ତକରେ । ମହେଞ୍ଜୋଦାରୋ-ହରପ୍ପା ସଭ୍ୟତାରେ ଐତିହାସିକ ମାନେ ଯୁଦ୍ଧାସ୍ତ୍ର, ମନ୍ଦିର କିମ୍ବା ସମ୍ରାଟଙ୍କ ପ୍ରାସାଦ ଆବିଷ୍କାର କରିପାରି ନାହାନ୍ତି । ମନେହେଉଛି ଭାରତକୁ ଆର୍ଯ୍ୟ ଆଗମନ ପର୍ଯ୍ୟନ୍ତ ସଂଗ୍ରାହକସମାଜ ହିଁ ପ୍ରଚଳିତ ଥିଲା । ସଂଗ୍ରାହକ ସମାଜରେ ନାରୀ ପୁରୁଷ ମର୍ଯ୍ୟାଦା ଯେ ସମାନ ଏବଂ ନାରୀର ଯୌନ ସ୍ୱାଧୀନତା ଯେ ସୁରକ୍ଷିତ; ଏକଥା ନୃତତ୍ତ୍ୱ କହେ । ଏପରିକି ସିମ୍ପାଞ୍ଜିଙ୍କ ଗୋଷ୍ଠୀରେ ମଧ୍ୟ ସଂଗ୍ରାହକ ସମାଜ ହିଂସା ଓ ଲୋଭମୁକ୍ତ (The Egalitarians by Margaret Power) ଥିଲା । ମନେହେଉଛି ମହେଞ୍ଜୋଦାରୋ-ହରପ୍ପା ସମାଜରେ ‘ଅପରିଗ୍ରହ’ ଏବଂ ‘ଅସ୍ତେୟ’ ଦୁଇଟି ଲୋଭବିରୋଧୀ ମୂଲ୍ୟବୋଧ ଏବଂ ମହାଭାରତରେ ପ୍ରଚଳିତ ଥିଲା । ସ୍ପଷ୍ଟଭାବରେ ମହାଭାରତରେ ‘ସମ୍ମାନ’କୁ ପ୍ରତ୍ୟାଖ୍ୟାନ କରାଯାଇ ‘ଅସମ୍ମାନ’କୁ ଉଚ୍ଚସ୍ଥାନ ଦବାକୁ ପ୍ରାଜ୍ଞମାନଙ୍କୁ ଆହ୍ୱାନ ଦିଆଯାଇଛି(ଶାନ୍ତିପର୍ବ) । ନୃତତ୍ତ୍ୱକହେ ବିଶ୍ୱର ସଂଗ୍ରାହକ ସମାଜ ମୋଟାମୋଟି ଭାବରେ ଥିଲା କୌଣସି ପ୍ରକାର ଘର-ପ୍ରାଧାନ୍ୟ ବିରୋଧୀ (Against any type of domination)। ଦେବୀପ୍ରସାଦ ଚଟ୍ଟୋପାଧ୍ୟାୟ ତାଙ୍କର ‘‘Some problems of early Buddhism ପ୍ରବନ୍ଧରେ ଦର୍ଶାଇଛନ୍ତି, ‘The Mahabharata mentions seven yanas which went by the name of -uchhaba – sanketa.’ ପ୍ରାଚୀନ ଟୀକାକାର ନୀଳକଣ୍ଠଙ୍କ ଉଦ୍ଧୃତି ଦେଇ ଚଟ୍ଟୋପାଧ୍ୟାୟ ଲେଖିଛନ୍ତି ‘…marriage system doesn’t exist among them; their sexual life is indiscriminate…’।

ବିଶ୍ୱସ୍ତରର ନାରୀବାଦୀମାନେ ପ୍ରାକ୍-ବେଦୀୟ ମହେଞ୍ଜୋଦାରୋ-ହରପ୍ପା ସମାଜ ଓ ମହାଭାରତ: ଏ ଦୁଇଟିର ଅଧ୍ୟୟନ ଓ ଗବେଷଣା ପ୍ରତି ସମ୍ୟକ୍ ଦୃଷ୍ଟି ଦେଲେ ବିଶ୍ୱ ଇତିହାସର ସଂଗ୍ରାହକ ଗୋଷ୍ଠୀର ସହସ୍ରାବ୍ଦୀ ବ୍ୟାପୀ ସବୁଠୁ ଉଜ୍ଜ୍ୱଳ ଅଧ୍ୟାୟଟି ଉନ୍ମୋଚିତ ହୋଇପାରନ୍ତା । ଆଜିର ଲୋଭୀ ଭୋଗବାଦୀ ଓ ହିଂସାବାଦୀ ଯୋଦ୍ଧାସମାଜ ଯେ ମାନବପ୍ରଜାତିର ଗତିପଥର (ଏକ ଛକରେ ପହଂଚି ) ଆତ୍ମଧ୍ୱଂସୀ ଭୁଲ୍ ରାସ୍ତାଟିକୁ ବାଛିନେଇଛି, ତାହା ପରିଷ୍କାର ହୋଇଗଲାଣି । ମାନେ ପ୍ରଜାତିର ଗତିପଥର ଛକରେ ମହେଞ୍ଜୋଦାରୋ -ହରପ୍ପା ସଭ୍ୟତା ଭଳି ଠିକ୍ ରାସ୍ତାଟି ମଧ୍ୟ ଆମପାଇଁ ଖୋଲାଥିଲା । ପୃଥିବୀର ଜ୍ଞାନରାଜ୍ୟରେ କି ପ୍ରଚଣ୍ଡ ଝଟକା ସଂଗ୍ରାହକ ସମାଜ (ନାରୀସମାଜ)ର ତଥ୍ୟ ସମ୍ବଳିତ ଗବେଷଣା ସଙ୍ଗଠିତ କରାଇବ, ତା’ର ଆଭାସ ଆମେ ପାଉ Key concepts in social and cultural Anthropology ପୁସ୍ତକର (rapport & overing) Gender ଅଧ୍ୟାୟରେ’ The question of women’ did then play large part in upsetting established ways of thinking and practice in human sciences. Those systems and institutions once viewed as just, egalitarian and, and progresive came to be understood as unjust, unequal and regressive… the most potent strategy of western establishment ways of seeing, whether for political or academic intent, was not to see all those who had been categorized as not just like self, that is the white, middle-class propertied male (Benhabib, 1992).

…The local nature of our constructions of truth, reason and humanity needed to be deconstructed.’

ଭାରତୀୟ ପ୍ରଚଳିତ ସଂସ୍କୃତିର ବିନିର୍ମାଣ (deconstruct) ଦରକାର କାରଣ ଆମ ଦାର୍ଶନିକ ଓ ଐତିହାସିକମାନେ ସଂଗ୍ରାହକ ସମାଜର ଏକମାତ୍ର ଦର୍ଶନ ‘ଲୋକାୟତ’ର କୌଟିଲ୍ୟଙ୍କ ଦ୍ୱାରା ଉଚ୍ଛ୍ୱସିତ ପ୍ରଶଂସାକୁ ହଜମ କରିପାରିନାହାନ୍ତି ଯଦିଓ ମହାଭାରତ ଯୁଗରେ ବହୁସଂଖ୍ୟକ ଲୋକ ‘ଲୋକାୟତ’ ବିଦ୍ୟାକୁ ସମର୍ଥନ କରୁଥିଲେ । (ଶାନ୍ତିପର୍ବ-୨୬୯ ଅଧ୍ୟାୟ) । ଶାନ୍ତିପର୍ବର ୩୦୦ଅଧ୍ୟାୟରେ ଲେଖାଅଛି ଯେ ଭୀଷ୍ମ କହିଛନ୍ତି ସାଂଖ୍ୟ ଏବଂ ଲୋକାୟତ ଉଭୟ ମତକୁ ସେ ତାତ୍ତ୍ୱିକ ଦୃଷ୍ଟିରୁ ସମାନ ଗୁରୁତ୍ୱ ଦିଅନ୍ତି ।

ଗୀତାରେ ରହିଛି ସାଂଖ୍ୟ ଓ ଯୋଗ ଏକାସ୍ତରର ବିଦ୍ୟା । ସାଂଖ୍ୟ, ଯୋଗ ଓ ଲୋକାୟତକୁ ପରସ୍ପରଠାରୁ ବିଚ୍ଛିନ୍ନ କରିବା ଏକ ବୌଦ୍ଧିକ ଭ୍ରାନ୍ତି, ନିବୃତ୍ତିମାର୍ଗୀ (ସାଂଖ୍ୟ, ଯୋଗ ଓ ଲୋକାୟତ) ବ୍ରାହ୍ମଣଙ୍କର ମୁଖପାତ୍ର ‘ଚାର୍ବାକ୍’ଙ୍କୁ ‘ରାକ୍ଷସ’ଡାକି ଗାଳି ଦେଇଥିଲେ ପ୍ରବୃତ୍ତିମାର୍ଗୀ ବେଦୀୟ ଆର୍ଯ୍ୟଗୋଷ୍ଠୀର ବ୍ରାହ୍ମଣମାନେ ଓ ସେମାନେ ତାଙ୍କୁ ହତ୍ୟା କରିଥିଲେ । ଯୁଧିଷ୍ଠିର ସେମାନଙ୍କୁ (ଆର୍ଯ୍ୟ ଗୋଷ୍ଠୀର ବ୍ରାହ୍ମଣଙ୍କୁ) ବହୁ ଧନ ଦାନ କରିଥିଲେ । ନିବୃତ୍ତିମାର୍ଗୀ ବ୍ରାହ୍ମଣମାନେ ଦାନ ଗ୍ରହଣ କରୁନଥିଲେ (ମହାଭାରତ) । ଯୋଗ ଚାର୍ବାକ୍ଙ୍କ ସମ୍ପର୍କରେ ବେଦାନ୍ତବାଦୀ ମାଧବାଚାର୍ଯ୍ୟଙ୍କ ମିଥ୍ୟା ଉକ୍ତିକୁ (ଋଣଂ କୃତ୍ୱା ଘୃତଂ ପିବେତ୍) ପାଥେୟ କରି ଆମ ଦାର୍ଶନିକ ମାନେ ଚାର୍ବାକ୍ଙ୍କ ପ୍ରତି ଯେଉଁ ଅନ୍ୟାୟ କରିଛନ୍ତି ତା’ର ନିରାକରଣ ପାଇଁ ଆମକୁ ବର୍ତ୍ତମାନର ଶିକାରୀ ସମାଜର ଅବଚେତନ ପ୍ରଭାବିତ ଭାରତୀୟ ଓ ପାଶ୍ଚାତ୍ୟ ବିଦ୍ୱାନମାନଙ୍କର ଜ୍ଞାନ ସମଷ୍ଟିକୁ ବିନିର୍ମିତ କରିବାକୁ ହେବ ।

ଶିକାରୀସମାଜର ନୈତିକ ମୂଲ୍ୟବୋଧ ଲକ୍ଷ୍ୟବର୍ଜିତ ହେତୁବାଦର ପ୍ରବକ୍ତାମାନଙ୍କ ବିନିର୍ମାଣର ସମ୍ମୁଖୀନ କଲେ ଭାରତୀୟ ସଂଗ୍ରାହକ ସମାଜୀୟ ହେତୁବାଦର ଅମୃତ ଫଳ ଯୋଗ, ସାଂଖ୍ୟ ଓ ମୁଖ୍ୟତଃ ଲୋକାୟତର (ଯାହାକୁ ସେମାନେ Hedonist ବା ଇନ୍ଦ୍ରିୟସେବା ଭାବନ୍ତି) ଅମରବାଣୀ ଆମପାଇଁ ଅବୁଝା ରହିଯିବ । ବର୍ଟାଣ୍ଡ୍ ରସେଲ୍ ପରିଷ୍କାର ଲେଖିଛନ୍ତି ହେତୁବାଦ କେବଳ ଏକ ସାଧନ । ରେଲୱେ ଟାଇମ୍ ଟେବୁଲ୍ ଭଳି ଏହା କେବଳ ଆମକୁ ଗନ୍ତବ୍ୟପଥ ଜାଣିବା ପାଇଁ ସାହାଯ୍ୟ କରିପାରେ କିନ୍ତୁ କୋଉ ଷ୍ଟେସନରେ ଓହ୍ଲାଇବ, ତାହା ଟାଇମ୍ଟେବୁଲ୍ ଆମକୁ ଜଣାଇ ପାରିବନି । ରାଜନୀତିଜ୍ଞ, ମିଡ଼ିଆବାଲା, ବ୍ୟୁରୋକ୍ରାଟ୍, ବ୍ୟବସାୟୀ ଏବଂ ଓକିଲମାନେ ହେତୁବାଦକୁ କିଭଳି ମାନବତ୍ୱ ବିରୋଧୀ ଅସ୍ତ୍ର ଭାବେ ବ୍ୟବହାର କରନ୍ତି,ଏ ସମ୍ପର୍କରେ ସମାଜତତ୍ତ୍ୱବିତ୍ Zygmunt Banman ବହୁ ଶକ୍ତିଶାଳୀ ପ୍ରବନ୍ଧ ଲେଖିଛନ୍ତି ।

ଜନସାଧାରଣ ତଥା ବ୍ୟବସ୍ଥାକୁ ଓ ଜନତାକୁ ନିୟନ୍ତ୍ରିତ କରୁଥିବା ସମ୍ଭ୍ରାନ୍ତଗୋଷ୍ଠୀ ଉଭୟଙ୍କୁ ସର୍ବଜୀବ ମୈତ୍ରୀ ମୂଲ୍ୟବୋଧଗୁଡ଼ିକ ପ୍ରତି ଆକର୍ଷିତ କରାଇବା ଲକ୍ଷ୍ୟ ନେଇ ଲେଖାଯାଇଥିଲା ‘ଜୟ’ । ସେ ଲକ୍ଷ୍ୟକୁ ଭୁଲିଗଲେ ଆମେ ମହାଭାରତର ସଠିକ୍ ମୂଲ୍ୟାୟନ କରିବା ଅଧିକ ସମ୍ଭବ ହବନି ।

Photo credit- Internet

About ପ୍ରଫେସର ଭଗବତ ପ୍ରସାଦ

ପ୍ରଫେସର ଭଗବତ ପ୍ରସାଦ
ସର୍ବୋଦୟ କର୍ମୀ, ସମାଜ ବିଜ୍ଞାନୀ

Check Also

ଓଡ଼ିଶାର ସମତାଭିତ୍ତିକ ସଂସ୍କୃତି ଓ ଜଗନ୍ନାଥ ସଂସ୍କୃତି

ଭଗବତ ପ୍ରସାଦ ହେଉଛନ୍ତି ଇଂରାଜୀ ଭାଷାର ଅବସରପ୍ରାପ୍ତ ଅଧ୍ୟାପକ । ଜଣେ ପ୍ରଗତିଶୀଳ ବୁଦ୍ଧିଜୀବୀ ଭାବରେ ଅନେକ ପତ୍ରପତ୍ରିକାରେ ତାଙ୍କର …

Leave a Reply

Your email address will not be published. Required fields are marked *