Home / ଦୃଶ୍ୟ ଓ ଶ୍ରାବ୍ୟ / ପ୍ରବେଶ ଦ୍ୱାରରେ ପ୍ରାର୍ଥନା(ସାରାଂଶ): ଅଜି ବିସମିଲ୍ଲା ଖାଁଙ୍କ ଜନ୍ମଦିନ ଅବସରରେ ବିଶେଷ ଭାବରେ ପ୍ରକାଶିତ

ପ୍ରବେଶ ଦ୍ୱାରରେ ପ୍ରାର୍ଥନା(ସାରାଂଶ): ଅଜି ବିସମିଲ୍ଲା ଖାଁଙ୍କ ଜନ୍ମଦିନ ଅବସରରେ ବିଶେଷ ଭାବରେ ପ୍ରକାଶିତ

ପ୍ରସିଦ୍ଧ ସେହେନାଈ ବାଦକ ‘ଉସ୍ତାଦ ବିସମିଲ୍ଲା ଖାଁ’ଙ୍କ ଉପରେ ଆଧାରିତ ‘ପ୍ରବେଶଦ୍ୱାରରେ ପ୍ରାର୍ଥନା’ ଲେଖାଟିରେ ହିନ୍ଦୁ ଓ ମୁସଲମାନ ସମ୍ପ୍ରଦାୟର ସାଂସ୍କୃତିକ ସଦ୍ଭାବର ପରିପ୍ରକାଶ ଘଟିଛି । ବିସମିଲ୍ଲା ଖାଁଙ୍କ ଭଳି ଜଣେ ମହାନ କଳାକାର କାଶୀକୁ ଭାରତୀୟ କଳା, ସଂସ୍କୃତିର ପାଠଶାଳା ଭାବରେ ଗ୍ରହଣ କରିଥିଲେ । ଉସ୍ତାଦ୍ ନିଜର ୮୦ବର୍ଷ ବୟସରେ ମଧ୍ୟ ସଙ୍ଗୀତ ସାଧନା ଜାରୀ ରଖିଥିଲେ ଏବଂ ସ୍ୱରକୁ ଏହି ବୟସରେବି ସେ ଖୋଜୁଥିଲେ । ଏହି ଲେଖାରେ ବିସମିଲ୍ଲା ଖାଁଙ୍କର ଏକ କ୍ଷୁଦ୍ର ପରିଚୟ ଦିଆଯାଇଛି ଏହାବ୍ୟତୀତ ତାଙ୍କର ଆତ୍ମ ଅନୁଭବ, ସଙ୍ଗୀତ ସାଧନା ଓ ସଙ୍ଗୀତ ପ୍ରତି ତାଙ୍କର ଅଗାଢ଼ ପ୍ରେମର ପରିଚୟ ଦିଆଯାଇଛି। ୟତୀନ୍ଦ୍ର ମିଶ୍ରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଲେଖାଟିକୁ ଭାଷାନ୍ତର କରିବାର ଆବଶ୍ୟକତା ଅନୁଭବ କରି ଏଠାରେ ପ୍ରକାଶ କରାଯାଉଛି ।           – ସମ୍ପାଦକ

https://www.youtube.com/watch?v=vNcAmFkSy0M

ପାଖାପାଖି ୧୯୧୬ ରୁ ୧୯୨୨ ମସିହାର କାଶୀ, ପଞ୍ଚଗଙ୍ଗା ଘାଟରେ ସ୍ଥିତ ବାଲାଜୀ ମନ୍ଦିରର ମୁଖଶାଳା, ମୁଖଶାଳାରେ ଥିବା ନୌବତଖାନା (ପ୍ରବେଶ ସ୍ଥାନ)ଓ ନୌବତଖାନାରୁ ବାହାରି ଆସୁଥିବା ସେହି ମଙ୍ଗଳ ଧ୍ୱନି ।

ଅମିରୁଦ୍ଦିନ ଏବେ ୬ବର୍ଷର ଏବଂ ତାଙ୍କର ବଡ଼ଭାଇ ଶମ୍ସୁଦ୍ଦିନ ୯ବର୍ଷର । ଅମିରୁଦ୍ଦିନଙ୍କୁ ଜଣାନାହିଁ ରାଗ କେଉଁ ଚଢ଼େଇକୁ କୁହାଯାଏ କିନ୍ତୁ ଏହି ପିଲାମାନେ କଥା କଥାରେ ଭୀମପଲାଶ୍ରୀ ଓ ମୂଲତାନୀ ଭଳି ରାଗର ନାଁ  ନେଇଥାନ୍ତି । ଏହି ଶବ୍ଦମାନଙ୍କର ପ୍ରକୃତ ଅର୍ଥଟି ସେ ଖୋଜୁଥାନ୍ତି, ସେହି ତୁଳନାରେ ତାଙ୍କର ବୟସ ଆସିନଥାଏ ଏଭଳି ଗମ୍ଭୀର ଶବ୍ଦର ଅର୍ଥ ବୁଝିବାକୁ । କିନ୍ତୁ ଏଇଟା ଜଣାଥିଲା ଯେ ଅମିରୁଦ୍ଦିନ ଓ ସମସୁଦ୍ଦିନଙ୍କର ଦୁଇମାମୁଁ ସାଜିକ୍ ହୁସେନ ଏବଂ ଅଲ୍ଲିବକ୍ସି ଦେଶର ଦୁଇଜଣ ବିଖ୍ୟାତ ସେହେନାଇ ବାଦକ ଥିଲେ । ସେମାନେ ବିଭିନ୍ନ ରାଜ ଦରବାରରେ ବଜାଇବା ପାଇଁ ଯାଉଥିଲେ । ସବୁ ଭିତରେ ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା ବାଲାଜୀଙ୍କ ମନ୍ଦିରରେ ସେହେନାଈ ବାଦନ କରିବା । ପ୍ରତ୍ୟେକଟି ଦିନର ଶୁଭାରମ୍ଭ ମନ୍ଦିରର ମୁଖଶାଳାରେ ବସି ସେହେନାଇ ବାଦନରୁ ଆରମ୍ଭ ହେଉଥିଲା । ମନ୍ଦିରର ଦେବତାଙ୍କୁ କେତେଦୂର ସଙ୍ଗୀତ ସମ୍ପର୍କରେ ଜ୍ଞାନ ଥିଲା ଜଣାନାହିଁ, କିନ୍ତୁ ସେମାନେ ପ୍ରତ୍ୟେକ ଦିନ ସକାଳେ କଲ୍ୟାଣ, ମୁଲତାନୀ, ଲଲିତ ଏବଂ ଭୈରବ ରାଗ ଅଦଳବଦଳ କରି ଶୁଣିବାକୁ ପାଉଥିଲେ । ଏହାଥିଲା ଅଲିବକ୍ସ ସାହେବଙ୍କର ବଂଶ ପରମ୍ପରାଗତ କାର୍ଯ୍ୟ । ତାଙ୍କ ବାପା ମଧ୍ୟ ମନ୍ଦିରର ମୁଖଶାଳାରେ ସେହେନାଇ ବାଦନ କରୁଥିଲେ ।

ଅମିରୁଦ୍ଦିନଙ୍କର ଜନ୍ମ ବିହାରର ଡୁମୁରାଁଓ ଗାଁର ଏକ ସଙ୍ଗୀତ ପ୍ରେମୀ ପରିବାରରେ ହୋଇଥିଲା । ୫ରୁ ୬ବର୍ଷ ପର୍ଯ୍ୟନ୍ତ ଡୁମୁରାଁଓ ଗାଁରେ ରହିବା ପରେ ସେ କାଶୀ ସ୍ଥିତ ନିଜ ଅଜାଙ୍କ ଘରେ ଆସି ରହିଲେ । ଡୁମୁରାଁଓ ସମ୍ପର୍କରେ ଇତିହାସରେ କୌଣସି ପ୍ରକାରର ଚର୍ଚ୍ଚା ନଥିଲେ ବି ସେହେନାଇ ଏବଂ ଡୁମୁରାଁଓର ଏକ ନିବିଡ଼ ସମ୍ପର୍କ ରହିଥିଲା । ସେହେନାଇ ବଜାଇବା ପାଇଁ ରିଡ଼ର ଜରୁରୀ ଆବଶ୍ୟକତା ଥାଏ । ରିଡ଼ ଭିତରୁ ଫମ୍ପା ଥାଏ ଯାହା ସହାୟତାରେ ସେହେନାଇ ବାଦନ କରାଯାଏ । ରିଡ଼’, ନରକଟ ନାମକ ଘାସରୁ ତିଆରି ହୁଏ ଯାହା ଡୁମୁରାଁଓର ସୋନ ନଦୀ ତଟବର୍ତ୍ତୀ ଅଞ୍ଚଳରେ କେବଳ ଉପଲବ୍ଧ ହୋଇଥାଏ । ଡୁମୁରାଁଓର ଏହି ମହତ୍ୱପୂର୍ଣ୍ଣ ଯୋଗଦାନ ଯୋଗୁଁ ସେହେନାଇ ଭଳି ବାଦ୍ୟ ବାଜିଥାଏ । ଆଉ ଜାଣିଛନ୍ତି ଅମିରୁଦ୍ଦିନ ଯିଏ ଆମ ସମସ୍ତଙ୍କର ପ୍ରିୟ ସେ ଆଉ କେହିନୁହନ୍ତି ସେହି ବିଖ୍ୟାତ ସେହେନାଈ ବାଦକ ଉସ୍ତାଦ୍ ବିସମିଲ୍ଲା ଖାଁ ସାହେବ । ତାଙ୍କର ଅଣଜେଜେ ଉସ୍ତାଦ ସଲାର୍ ହୁସେନ ଖାଁ ଡୁମାରାଁଓ ଗାଁର ନିବାସୀ ଥିଲେ । ବିସମିଲ୍ଲା ଖାଁ ହେଉଛନ୍ତି ଉସ୍ତାଦ ପେଗମ୍ବରବକ୍ସ ଖାଁ ଓ ମିଠନ୍ଙ୍କର ସାନପୁଅ ।

ଅମିରୁଦ୍ଦିନ ଏବେ ୧୪ବର୍ଷର, ମାନେ ବିସ୍ମିଲ୍ଲା ଖାଁଙ୍କର ବୟସ ଏବେ ୧୪ବର୍ଷ । ସେହି ପୁରୁଣା ବାଲାଜୀ ମନ୍ଦିର ଯେଉଁଠିକୁ ବିସମିଲ୍ଲା ଖାଁ ଅଭ୍ୟାସ ପାଇଁ ପ୍ରତ୍ୟେକ ଦିନ ଯାଉଥିଲେ । କିନ୍ତୁ ବାଲାଜୀ ମନ୍ଦିରକୁ ଯିବା ପାଇଁ ଗୋଟିଏ ମାତ୍ର ରାସ୍ତା ଥିଲା । ସେହି ରାସ୍ତାଟି ରସୁଲନବାଈ ଓ ବତୁଲନବାଈଙ୍କ ଘର ଦେଇ ଯାଉଥିଲା । ସେହି ରାସ୍ତାରେ ଅମିରୁଦ୍ଦିନ (ବିସମିଲ୍ଲା ଖାଁ)ଙ୍କୁ ଯିବାପାଇଁ ଭଲ ଲାଗେ । ଏହି ରାସ୍ତାରେ ଯିବାବେଳେ ତାଙ୍କୁ କେତେ ପ୍ରକାରର ଗାୟନଶୈଳୀ ଶୁଣିବାକୁ ମିଳେ, ଯେମିତିକି ଠୁମୁରୀ, ଟପ୍ପେ, ଆଉ କେତେବେଳେ ଦାଦରା । ଯେତେବେଳେ ରସୁଲନ୍ ବାଇ ଓ ବତୁଲନ୍ ବାଇ ଗାଆନ୍ତି ସେତେବେଳେ ଅମିରୁଦ୍ଦିନଙ୍କୁ ଭାରି ଖୁସିଲାଗେ । ନିଜର ବିଭିନ୍ନ ସାକ୍ଷାତକାରରେ ବିସମିଲ୍ଲା ଖାଁ ସାହେବ ସ୍ୱୀକାର କରିଛନ୍ତି ଯେ ତାଙ୍କ ଜୀବନର ପ୍ରାରମ୍ଭିକ ଦିନଗୁଡ଼ିକରେ ସଙ୍ଗୀତ ପ୍ରତି ଆଶକ୍ତି ଏହି ଦୁଇ ଗାୟିକା ଭଉଣୀଙ୍କୁ ଶୁଣି ଶୁଣି ମିଳିଥିଲା । ଗୋଟିଏ ପ୍ରକାରରେ କହିଲେ ତାଙ୍କ ଅପରିଣତ ବୟସର ଅନୁଭବର ସିଲଟରେ ସଙ୍ଗୀତ ପ୍ରେରଣାର ବର୍ଣ୍ଣନାମାଳାରେ ରସୁଲନବାଈ ଓ ବତୁଲନବାଈ ଆସକ୍ତି ସୃଷ୍ଟି କରିଥିଲେ ।

ବୈଦିକ ଇତିହାସରେ ସେହେନାଈ ସମ୍ପର୍କରେ କୌଣସି ଉଲ୍ଲେଖ ଦେଖିବାକୁ ମିଳେନାହିଁ । ଏହାକୁ ସଙ୍ଗୀତଶାସ୍ତ୍ରମାନଙ୍କ ମଧ୍ୟରେ ସୁଷିର ବାଦ୍ୟଅନ୍ତର୍ଭୁକ୍ତ କରାଯାଏ । ଆରବ ଦେଶରେ ଫୁଙ୍କିକରି ବଜାଯାଉଥିବା ବାଦ୍ୟ ଯେଉଁଥିରେ ନାଡ଼ି ବ୍ୟବହାର ହୁଏ ସେଭଳି ବାଦ୍ୟଯନ୍ତ୍ରକୁ ନୟକୁହାଯାଏ । ସେହେନାଈକୁ ସାହେନୟଅର୍ଥାତ ସୁଷିର ବାଦ୍ୟମାନଙ୍କ ମଧ୍ୟରେ ସାହି ବା ସର୍ବୋଚ୍ଚ ଉପାଧିରେ ଗଣ୍ୟ କରାଯାଏ ।ଷୋଡ଼ଶ ଶତାବ୍ଦୀର ଉତ୍ତରାର୍ଦ୍ଧରେ ତାନସେନ୍ ଏକ ବନ୍ଦିଶ ଲେଖିଥିଲେ ଯେଉଁଥିରେ ସଙ୍ଗୀତର ଗୋଟିଏ ରାଗ  କଳ୍ପଦୃମପ୍ରାପ୍ତ ହୋଇଥିଲା, ସେହି ରାଗ ମଧ୍ୟରେ ସେ ସେହେନାଈ, ମୁରଲୀ, ବଂଶୀ, ଶ୍ରୀଙ୍ଗୀ ଏବଂ ମୁରଛଙ୍ଗ ଆଦି ସୁଷିର ବାଦ୍ୟର ବର୍ଣ୍ଣନା କରିଥିଲେ ।

ଅବଧିଭାଷାର ପାରମ୍ପରିକ ଲୋକଗୀତମାନଙ୍କରେ ଏବଂ ଚଇତିରେ ସେହେନାଈର ଉଲ୍ଲେଖ ବାରମ୍ବାର ମିଳିଥାଏ । ମଙ୍ଗଳପୂର୍ଣ୍ଣ ପରିବେଶ ପ୍ରତିଷ୍ଠା କରୁଥିବା ଏହି ବାଦ୍ୟ ମାଙ୍ଗଳିକ କାର୍ଯ୍ୟମାନଙ୍କରେ ବାଦନ କରାଯାଇଥାଏ । ଦକ୍ଷିଣ ଭାରତର ମଙ୍ଗଳବାଦ୍ୟ ନାଗସ୍ୱରମଭଳି ସେହେନାଈପ୍ରଭାତ ସମୟର ମଙ୍ଗଳଧ୍ୱନିର ପରିପୂରକ ଭାବରେ ଗ୍ରହଣ କରାଯାଏ ।

ସେହେନାଈର ଏହି ମଙ୍ଗଳଧ୍ୱନିର ନାୟକ ବିସମିଲ୍ଲା ଖାଁ ସାହେବ ଅଶୀବର୍ଷ ହେଲା ଇଶ୍ୱରଙ୍କୁ ସଠିକ୍ ସ୍ୱର ପାଇବା ପାଇଁ ବରଦାନ ମାଗି ଆସିଛନ୍ତି । ୮୦ବର୍ଷ ହେଲା ୫ଥର ପଡ଼ୁଥିବା ଦୈନିକ ନମାଜ ଏହି ସ୍ୱରକୁ ପାଇବାର ପ୍ରାର୍ଥନାରେ ଖର୍ଚ୍ଚ ହୋଇଯାଇଛି । ସେ ନମାଜ ପରେ ମୁଣ୍ଡଟେକି ଧିର ସ୍ୱରରେ କୁହନ୍ତି- ମେରେ ମାଲିକ ଏକ ସୁର୍ ବକ୍ଶଦେ । ସୁର ମେଁ ଓହଃ ତାସୀର ପେଦାକର କି ଆଖୋଁସେ ସଚ୍ଚେ ମୋତିକି ତରହ ଅନଗଢ଼ ଆସୁଁ ନିକଲ ଆଏ ।ତାଙ୍କର ବିଶ୍ୱାସ ଅଛି କେବେ ନା କେବେ ଭଗବାନ ତାଙ୍କ ଉପରେ ପ୍ରୀତ ହୋଇ ସ୍ୱରର ବରଦାନ ଢାଳିଦେବେ, ତାପରେ ଭଗବାନ କହିବେ, ‘ନେଇଯାଅ ଅମିରୁଦ୍ଦିନ ଏଇ ସ୍ୱରରୂପି ଫଳ ଖାଇ ନିଜ ସମସ୍ତ କାମନା ପୂରଣ କରିଦିଅ ।

ନିଜର ଅନିଶ୍ଚିତତାକୁ ଦୂର କରିବା ପାଇଁ ଆମେ କୌଣସି ଏକ ଶରଣ ପାଇବାର ସ୍ଥାନ କିମ୍ବା କୌଣସି ଗୁମ୍ଫାକୁ ଖୋଜୁ ଯେଉଁଠି ଆମର ଦୁଶ୍ଚିନ୍ତା ଏବଂ ଦୁର୍ବଳତା ଗୁଡ଼ିକୁ ଛାଡ଼ିଆସୁ ଏବଂ ସେଠାରୁ ନିଜ ପାଇଁ ଗୋଟିଏ ନୂଆ ଜୀବନ ଦର୍ଶନର ଅନ୍ୱେଷଣ କରିଥାଉ । ହରିଣ ଯେମିତି ନିଜ ନାଭିର ମହକରେ ପାଗଳ ଭଳି ସମଗ୍ର ଜଙ୍ଗଲରେ ଘୁରିବୁଲେ ଏବଂ ସେହି ବାସ୍ନାକୁ ଖୋଜେ ଯାହା ତାର ନିଜ ନାଭିରେ ଲୁଚି ରହିଥାଏ, ୮୦ବର୍ଷ ହେଲା ସାତ ସ୍ୱରକୁ ଘସିମାଜି ସାଧନ କରିଆସୁଥିଲେ ବି ବିସ୍ମିଲ୍ଲା ଖାଁ ସାହେବ ଚିନ୍ତା କରୁଛନ୍ତି, କାହିଁକି ଆଜିଯାଏଁ ସେହି ସ୍ୱରର ସଠିକ ରୂପ ସେ ପାଇପାରି ନାହାନ୍ତି ।

ବିସ୍ମିଲ୍ଲା ଖାଁ ଓ ସେହେନାଈ ସହିତ ଯେଉଁ ମୁସଲ୍ମାନ ପର୍ବଟିର ନାମ ଯୋଡ଼ି ହୋଇ ରହିଛି ତାହାହେଲା ମହରମ୍ମହରମ୍ ସେହି ମାସକୁ କୁହାଯାଏ ଯେତେବେଳେ ସିଆ ମୁସଲ୍ମାନ୍ ହଜରତ୍ ଇମାମ୍ ହୁସେନ୍ ଏବଂ ତାଙ୍କର କେତେଜଣ ବଂଶର ଲୋକମାନଙ୍କର ଶୋକସଭା ୧୦ଦିନ ଧରି ପାଳନ କରାଯାଏ । ବିସ୍ମିଲ୍ଲା ଖାଁ କୁହନ୍ତି, ମହରମ୍ର ଦିନଗୁଡ଼ିକରେ ତାଙ୍କର ପରିବାର ଭିତରେ କୌଣସି ଲୋକ ସେହେନାଇ ବାଦନ କରନ୍ତି ନାହିଁ ଏବଂ କୌଣସି ସଙ୍ଗୀତର କାର୍ଯ୍ୟକ୍ରମରେ ଯୋଗଦାନ ଦିଅନ୍ତି ନାହିଁ । ୮ତାରିଖ ତାଙ୍କ ପାଇଁ ବହୁତ ମହତ୍ୱ ରଖିଥାଏ । ଏହି ଦିନ ଖାଁ ସାହେବ ଛିଡ଼ାହୋଇ ସେହେନାଈ ବଜାନ୍ତି ଏବଂ ଫାତ୍ମା ନିକଟରେ ଥିବା ଡାଲି ମଣ୍ଡିରୁ ୮କି.ମି. ଯାଏ ଖାଲିପାଦରେ କାନ୍ଦି କାନ୍ଦି, ନୌହା ବଜାଇ ବଜାଇ ଯାଆନ୍ତି । ଏହି ଦିନରେ କୌଣସି ରାଗର ବାଦନ କରାଯାଏ ନାହିଁ । ରାଗରାଗିଣୀମାନଙ୍କୁ ବଜାଇବା ସେହିଦିନଗୁଡ଼ିକରେ ନିଷିଦ୍ଧ ।

ତାଙ୍କର ଆଖି ଇମାମ୍ ହୁସେନ ଏବଂ ତାଙ୍କର ପରିବାରର ଲୋକମାନଙ୍କ ପ୍ରତି ବଳିଦାନର ଭାବନାରେ ଭରି ରହିଥାଏ । ସମସ୍ତଙ୍କ ଆଖି ସେଦିନ ଅଶ୍ରୁରେ ଭରି ହୋଇଥାଏ, ହଜାରେ ବର୍ଷର ପରମ୍ପରା ଆଜି ବି ପୁର୍ନଜୀବିତ । ଏମିତିରେ ମହରମ୍ଶେଷ ହୁଏ । ଏତେବଡ଼ ଜଣେ କଳାକାରଙ୍କର ଅତି ସାଧାରଣ ମାନବୀୟ ରୂପ ଏହି ଅବସରରେ ସମ୍ପୁର୍ଣ୍ଣ ପରିପ୍ରକାଶ ହୋଇଥାଏ ।

ମହରମ୍ ର ଦୁଃଖ ଭରା ପରିବେଶ ମଧ୍ୟରୁ ବାହାରି ସେ କେବେ କେବେ ତାଙ୍କ ଜୀବନର ଶାନ୍ତିର ମୁହୂର୍ତ୍ତରେ ନିଜ ଯୌବନର ଦିନଗୁଡ଼ିକୁ ମନେ ପକାଇଥାନ୍ତି । ସେ ସେତେବେଳେ ରିୟାଜ୍ କରୁଥିବା କଥା କମ ଓ ବିଗତ ଦିନ ଗୁଡ଼ିକରେ କିଛି କରି ଦେଖାଇବାର ଉତ୍ସାହଗୁଡ଼ିକୁ ଅଧିକ ମନେପକାଇଥାନ୍ତି । ନିଜର ବାପା ଓ ଗୁରୁଙ୍କୁ କମ୍ କିନ୍ତୁ ପକ୍କା କୋଠା ଗୁଡ଼ିକରେ ଥିବା କୁଲ୍ସୁନ୍ ରୋସେଇବାଲିର କଚୋଡ଼ି ଦୋକାନ ଏବଂ ଗୀତାବାଲି ଓ ସୁଲୋଚନାକୁ ଅଧିକ ମନେପକାନ୍ତି । କେମିତି ସୁଲୋଚନା ତାଙ୍କର ମନ ପସନ୍ଦର ହିରୋଇନ୍ ଥିଲେ ଏବଂ ତାଙ୍କୁ ମନେପକାଇବା ବେଳେ ଅତି ରହସ୍ୟମୟ ଢଙ୍ଗରେ ତାଙ୍କ ମୁହଁରେ ହସର ପ୍ରବାହ ସହିତ ମୁହଁଟି ଚମକି ଉଠୁଥିଲା । ଖାଁ ସାହେବଙ୍କର ଅନୁଭବି ଆଖି ଓ ହଠାତ୍ କୌଣସି କଥାରେ ହସି ଉଠିବାର ମାଧୁର୍ଯ୍ୟତା ଆଜିବି ଲୋକଙ୍କ ମନଭିତରେ ବସିରହିଛି ।

ଏଭଳି ପିଲାଳିଆ ହସ ଭିତରେ ଅନେକ ସ୍ମୃତି ଲୁଚି ରହିଛି । ସେ ଯେତେବେଳେ ସେହିସବୁ କଥା କୁହନ୍ତି ସେତେବେଳେ ଏକ ନୈସର୍ଗିକ ଆନନ୍ଦ ତାଙ୍କ ଆଖିରେ ଚମକି ଉଠେ । ଅମିରୁଦ୍ଦିନ ସେତେବେଳେ ୪ ବର୍ଷର ହୋଇଥିବେ । ଲୁଚିଲୁଚି ଅଜା ବଜାଉଥିବା ସେହେନାଈ ଶୁୁଣୁଥିଲେ, ରିୟାଜପରେ ଯେତେବେଳେ ଅଜା ଉଠି ଚାଲିଯାଉଥିଲେ  ସେ ଛୋଟବଡ଼ ସେହେନାଈର ଗଦା ଭିତରୁ ଅଜାଙ୍କର ସେହେନାଇ ଖୋଜୁଥିଲେ ଏବଂ ଗୋଟିଗୋଟି କରି ଅନ୍ୟସବୁ ସେହେନାଈକୁ ପକାଇଦେଉଥିଲେ, ତାପରେ ଚିନ୍ତାକରୁଥିଲେ- ଲଗତାହେ ମିଠିବାଲି ସେହେନାଇ ଦାଦା କହି େଔର ରଖତେହେଁ ।ଯେତେବେଳେ ମାମୁଁ ଅଲିବକ୍ଶ ଖାଁ ସେହେନାଈ ବଜାଇ ସମକୁ ଆସୁଥିଲେ, ଅମିରୁଦ୍ଦିନ ସେତେବେଳେ ହଠାତ ଗୋଟିଏ ପଥର ମାଟି ଉପରେ ପକାଉଥିଲେ । ଏହିଭଳି ସମ୍କୁ ଚିହ୍ନିବାର କଳା ତାଙ୍କୁ ପିଲାଦିନରୁ ମିଳିଥିଲା, କିନ୍ତୁ ପିଲାଟିକୁ ଏକଥା ଜଣା ନଥିଲା ଯେ ସମକୁ ପଥର ପକାଇ ନୁହେଁ ବରଂ ମୁଣ୍ଡ ହଲାଇ କିମ୍ବା ବାଃ ଉଚ୍ଚାରଣ କରି ପରିପ୍ରକାଶ କରାଯାଏ । ଆଉ ପିଲାଦିନେ ଚଳଚ୍ଚିତ୍ର ଦେଖିବାର ସେ ନିଶା ବିଷୟରେ କଣ ପଚାରିବେ? ସେହି ସମୟରେ ତୃତୀୟ ଶ୍ରେଣୀର ଟିକେଟ୍ ପାଇବାପାଇଁ ଛଅ ପଇସାର ଆବଶ୍ୟକତା ପଡ଼େ । ଅମିରୁଦ୍ଦିନ ସେଥିପାଇଁ ଦୁଇପଇସା ମାମୁଁଙ୍କ ଠାରୁ, ଦୁଇ ପଇସା ମାଉସିଙ୍କ ଠାରୁ ଏବଂ ଦୁଇ ପଇସା ଆଈଙ୍କ ଠାରୁ ନେଇ ଘଣ୍ଟା ଘଣ୍ଟା ଲାଇନ୍ରେ ଛିଡ଼ା ହୋଇ ଟିକେଟ୍ଟିଏ ପାଉଥିଲେ ।

ଏପଟେ ସୁଲୋଚନାଙ୍କର ନୂଆ ଚଳଚ୍ଚିତ୍ରଟିଏ ହଲରେ ପଡ଼ିବାବେଳେ ଅମିରୁଦ୍ଦିନ ଅନ୍ୟପଟେ ବାଲାଜୀ ମନ୍ଦିରରେ ସେହେନାଈ ବାଦନକରି ରୋଜଗାର କରିଥିବା ପଇସାକୁ ଚଳଚ୍ଚିତ୍ର ହେଖିବାରେ ଖର୍ଚ୍ଚକରୁଥିଲେ । ସେହେନାଈ ବଜାଇ ସେ ଆଠଣୀଟିଏ ପାରିଶ୍ରମିକ ପାଉଥିଲେ । ସୁଲୋଚନାଙ୍କର ଗୋଟିଏ ବି ନୂଆ ଚଳଚ୍ଚିତ୍ର ଛାଡ଼ିବାକୁ ଦେବେନି ଏବଂ କୁଲସୁମଙ୍କର ସେହି ଦେଶୀ ଘିଅରେ ତିଆରି ସଙ୍ଗୀତମୟ କଚୋଡ଼ିର ଦୋକାନ, ଦୁଇଟିଯାକ ତାଙ୍କର ଜବରଦସ୍ତ ସୌକ ଥିଲା । ସଙ୍ଗୀତମୟ କଚୋଡ଼ି ଏଥିପାଇଁ କାରଣ କୁଲସୁମ ଯେତେବେଳେ ଗରମ ଘିଅରେ କଚୋଡ଼ି ପକାନ୍ତି ସେହି ସମୟରେ ଛଣ୍ ଭଳି ଉଠୁଥିବା ସ୍ୱରଟି ତାଙ୍କୁ ସଙ୍ଗୀତର ଆରୋହ ଅବରୋହକୁ ଦେଖାଇଦେଉଥିଲା । ଭଗବାନ ଜାଣନ୍ତି କେତେ ଲୋକ ସେଠାରୁ କଚୋଡ଼ି ଖାଉଥିଲେ । କିନ୍ତୁ ଏହା ନିଶ୍ଚୟ ଯେ ଅମିରୁଦ୍ଦିନ ରିୟାଜୀ ଓ ସ୍ୱାଦି ଥିଲେ ଏବଂ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଜେଜେଙ୍କର ସେହି ମିଠା ସ୍ୱରର ସେହେନାଈ ତାଙ୍କ ହାତରେ ଲାଗିସାରିଥିଲା ।

କାଶୀରେ ସଙ୍ଗୀତ ଆୟୋଜନର ଏକ ପ୍ରାଚୀନ ଏବଂ ଅଦ୍ଭୁତ ପରମ୍ପରା ଅଛି । ଏହି ଆୟୋଜନ ଅନେକବର୍ଷ ହେଲା ସଙ୍କଟମୋଚନ ମନ୍ଦିରରେ ହୋଇଆସୁଛି । ଏହି ମନ୍ଦିରଟି ସହରର ଦକ୍ଷିଣ ଭାଗରେ ଥିବା ଲଙ୍କାଠାରେ ଅବସ୍ଥିତ ଯେଉଁଠି ହନୁମାନ ଜୟନ୍ତି ଅବସରରେ ପାଞ୍ଚଦିନ ପର୍ଯ୍ୟନ୍ତ ଶାସ୍ତ୍ରୀୟ ଏବଂ ଉପଶାସ୍ତ୍ରୀୟ ଗାୟନ, ବାଦନର  ଉକ୍ରୃଷ୍ଟ ଆୟୋଜନ ହୋଇଥାଏ । ଏଠାରେ ବିସମିଲ୍ଲା ଖାଁ ନିଶ୍ଚିତ ଭାବରେ ଉପସ୍ଥିତ ରୁହନ୍ତି । ନିଜ ଧର୍ମପ୍ରତି ଅତ୍ୟଧିକ ସମର୍ପିତ ଉସ୍ତାଦ୍ ବିସମିଲ୍ଲା ଖାଁଙ୍କର କାଶୀ ବିଶ୍ୱନାଥଙ୍କ ପ୍ରତି ମଧ୍ୟ ସମାନ ଭାବରେ ଅପାର ଶ୍ରଦ୍ଧା ପରିପ୍ରକାଶ ହୋଇଥାଏ । ସେ ଯେତେବେଳେ କାଶୀରୁ ବାହାରକୁ ଯାଉଥିଲେ ସେତେବେଳେ ସେ ତାଙ୍କର ସେହେନାଈକୁ ବିଶ୍ୱନାଥ ଓ ବାଲାଜୀଙ୍କ ମନ୍ଦିରର ଦିଗ ଆଡ଼କୁ ମୁହଁକରି ନିଜ ଭିତରର ଭକ୍ତିଭାବକୁ ରିଡ଼ ମାଧ୍ୟମରେ ପ୍ରକାଶ କରୁଥିଲେ । ଖାଁ ସାହେବଙ୍କର ଗୋଟିଏ ରିଡ଼ ପନ୍ଦରରୁ କୋଡ଼ିଏ ମିନିଟ ଭିତରେ ଓଦା ହୋଇଯାଉଥିଲା ଏବଂ ସେତେବେଳେ ସେ ଆଉ ଏକ ରିଡ଼ ବ୍ୟବହାର କରୁଥିଲେ । ସେ ବେଳେବେଳେ କହୁଥିଲେ- କ୍ୟା କରେଁ ମିୟାଁ, ଇ କାଶୀ ଛୋଡ଼କର କାହା ଯାଏଁ, ଗଙ୍ଗା ମଇୟା ୟାହାଁ, ବାବା ବିଶ୍ୱନାଥ ୟାହାଁ, ବାଲାଜୀକା ମନ୍ଦିର ୟାହାଁ, ୟାହାଁ ହମାରେ ଖାନଦାନକି କଇ ପୁଶ୍ତୌଂ ନେ ସହନାଈ ବଜାଇ ହେ, ହାମାରେ ନାନା ତୋ ଓହିଁ ବାଲାଜୀ ମନ୍ଦିର ମେଁ ବଡ଼େ ପ୍ରତିଷ୍ଠିତ ସହନାଈ ୱାଜ୍ ରହ ଚୁକେ ହେଁ । ଅବ ହମ କ୍ୟା କରେଂ, ମରତେ ଦମ ତକ ନ ୟହ ସହନାଈ ଛୁଟେଗି ନ କାଶୀ । ଜିସ ଜମିନନେ ହାମେ ତାଲିମ ଦି, ଜହାଁ ସେ ଅଦବ ପାଇ, ୱ କହାଁ ଔର ମିଲେଗି? ସହନାଈ ଔର କାଶି ସେ ବଢ଼କର କୋଇ ଜନ୍ନତ ନହିଂ ଇସ ଧରତି ପର ହମାରେ ଲିଏ ।

କାଶୀ ହେଉଛି ସଂସ୍କୃତିର ପାଠଶାଳା । ଶାସ୍ତ୍ରମାନଙ୍କ ମଧ୍ୟରେ ଏହା ଆନନ୍ଦକାନନ ନାମରେ ପ୍ରତିଷ୍ଠିତ । କାଶୀରେ କଳାଧର ହନୁମାନ ଓ ନୃତ୍ୟ-ବିଶ୍ୱନାଥ ଅଛନ୍ତି । କାଶୀରେ ବିସମିଲ୍ଲା ଖାଁ ଅଛନ୍ତି । କାଶୀର ହଜାରେ ବର୍ଷର ଇତିହାସ ଅଛି ଯେଉଁଥିରେ ପଣ୍ଡିତ କଣ୍ଠେ ମହାରାଜ, ବିଦ୍ୟାଧାରୀ, ବଡ଼େ ରାମଦାସଜୀ, ମୌଜୁଦ୍ଦିନ ଖାଁ ଅଛନ୍ତି ଏବଂ ଏହି ରସିକମାନଙ୍କ ଠାରୁ ଉପକୃତ ହେଉଥିବା ଅପାର ଜନସମୁହ ଅଛନ୍ତି । ଏହା ଏକ ଅଲଗା ପ୍ରକାର କାଶୀ ଯାହାର ରୀତିନୀତି ଓ ପରମ୍ପରା ବି ଅଲଗା, ତାର ନିଜର କଥିତ ଭାଷା ଅଛି ଓ ନିଜର କିଛି ବିଶିଷ୍ଟ ଲୋକ ଅଛନ୍ତି । ଏଠାକାର ନିଜର ଉତ୍ସବ ଅଛି ଓ ନିଜର ଦୁଃଖ ବି ଅଛି, ନିଜର ସେହେରା-ବନ୍ନା ଓ ନିଜର ନୌହା । ଆପଣ ଏଠି ସଙ୍ଗୀତକୁ ଭକ୍ତିରେ, ଭକ୍ତିକୁ କୌଣସି ଧର୍ମର କଳାକାର ସହିତ, କଜରିକୁ ଚେଇତି ସହିତ, ବିଶ୍ୱନାଥଙ୍କୁ ବିଶାଲାକ୍ଷ୍ମୀ ସହିତ, ବିସମିଲ୍ଳା ଖାଁଙ୍କୁ ଗଙ୍ଗାଦ୍ୱାର ସହିତ ଅଲଗା କରି ଦେଖିପାରିବେ ନାହିଁ ।

ଅନେକ ସମାରୋହ ଏବଂ ଉତ୍ସବରେ ଦୁନିଆ କୁହେ ଯେ ଇଏ ବିସମିଲ୍ଲା ଖାଁ । ବିସମିଲ୍ା ଖାଁର ଅର୍ଥ ବିସମିଲ୍ଲା ଖାଁଙ୍କର ସେହେନାଈ । ସେହେନାଈର ତାତ୍ପର୍ଯ୍ୟ ହେଉଛି ବିସମିଲ୍ଳା ଖାଁଙ୍କର ହାତ । ହାତର ଅର୍ଥ ହେଲା ବିସମିଲ୍ଲା ଖାଁ ଫୁଙ୍କୁଥିବା ସେହି ସେହେନାଈର ଜାଦୁଗରୀ ସ୍ୱରର ପ୍ରଭାବ ଯାହା ଆମ ମସ୍ତିସ୍କକୁ କବଳିତ କରିରଖେ । ସେହେନାଈ ଭିତରେ ସରଗମ ଭରି ହୋଇଥାଏ । ଖାଁ ସାହେବଙ୍କୁ ତାଳ ଜଣା ଓ ରାଗ ଜଣା । ଏମିତି ନୁହେଁ କି ଯେ ସେ ବେତାଳିଆ ଯିବେ । ସେହେନାଈର ସାତ ସ୍ୱରକୁ ନେଇ ସେ ବାହାରି ପଡ଼ିଲେ । ସେହେନାଈର ମଙ୍ଗଳଧ୍ୱନି, ଗଙ୍ଗା ମା ଏବଂ ଉସ୍ତାଦର ଛାଣ୍ଟ ନେଇ ପରିବେଷଣ କରିବାକୁ ବସିପଡ଼ିଲେ । ଦୁନିଆ କୁହେ- ସୁବହାନ ଅଲ୍ଲାହ’, ମଞ୍ଚ ଉପରେ ଥାଇ ବିସମିଲ୍ଲା ଖାଁ କୁହନ୍ତି- ଅଲହମଦୁଲୀଲ୍ଲାହଛୋଟ ଛୋଟ ସ୍ୱର ଭିତରୁ ଏକ ବଡ଼ ସ୍ୱର ତିଆରି ହୁଏ । ସେହେନାଈର ବାଦନ ଆରମ୍ଭ ହେବାକୁ ଲାଗେ । ବିସମିଲ୍ଲା ଖାଁଙ୍କ ସଂସାର ସ୍ୱରରେ ଭରିଉଠେ । ଫୁଙ୍କ ଭିତରେ ଅନେକ ସ୍ୱର ଉତ୍ପର୍ଣ୍ଣ ହୁଏ । ଦେଖୁ ଦେଖୁ ସେହେନାଈ ଦେଢ଼ ଶତକର ବାଦ୍ୟଯନ୍ତ୍ରରୁ ଦୁଇ ଶତକର ବାଦ୍ୟଯନ୍ତ୍ର ହୋଇଗଲା, ବାଦ୍ୟଯନ୍ତ୍ରମାନଙ୍କ ଭିତରେ ରାଜା ହୋଇଗଲା । ଅମିରୁଦ୍ଦିନଙ୍କର ସେହେନାଈ ଗୁଞ୍ଜରଣ ସୃଷ୍ଟିକଲା । ଜଣେ ଫକିରଙ୍କର ଆଶିର୍ବାଦ ଫଳିଲା ଯିଏ ଦିନେ ଅମିରୁଦ୍ଦିନଙ୍କୁ କହିଥିଲେ – ବଜା, ବଜା ।

ଗୋଟିଏ ଦିନ ଜଣେ ଶିଷ୍ୟା ଖାଁ ସାହେବଙ୍କୁ ଡ଼ରି ଡ଼ରି ପଚାରିଲା, “ବାବା! ଆପ ୟହ କ୍ୟା କରତେ ହେଁ, ଇତନି ପ୍ରତିଷ୍ଠା  ହେ ଆପକି । ଅବ ତୋ ଆପକୋ ଭାରତରତ୍ନ ଭି ମିଲଚୁକା ହେ, ୟହ ଫଟି ତହମଦ ନ ପହନା କରେଂ । ଅଚ୍ଛା ନହିଁ ଲଗତା, ଜବ ଭି କୋଇ ଆତା ହେ ଆପ ଇସି ଫଟି ତହମଦ ମେଁ ସବସେ ମିଲତେ ହେଁ ।ଖାଁ ସାହେବ ହସିଲେ । ଅତି ଶ୍ରଦ୍ଧାର ସହିତ କହିଲେ, “ଧତ୍! ପଗଲି ଇ ଭାରତରତ୍ନ ହମକୋ ସହନଈୟା ପେ ମିଲା ହେ, ଲୁଙ୍ଗୀୟା ପେ ନହିଁ । ତୁମ ଲୋଗୋଁ କି ତରହ ବନାଓ ସିଙ୍ଗାର ଦେଖତେ ରହତେ, ତୋ ଉମର ହି ବିତ ଜାତି, ହୋ ଚୁକତି ସହନାଈତବ କ୍ୟା ଖାକ ରିଆଜ ହୋ ପାତା । ଠିକ ହେ ବିଟିଆ, ଆଗେସେ ନହିଁ ପହନେଙ୍ଗେ, ମଗର ଇତନା ବତାଏ ଦେତେ ହେଁ କି ମାଲିକ ସେ ୟହି ଦୁଆ ହେ, ଫଟା ସୁର ନ ବକ୍ଶେଂ । ଲୁଙ୍ଗୀୟାକା କ୍ୟା ହେ, ଆଜ ଫଟି ହେ, ତୋ କଲ ସି ଯାଏଗି ।

ପାଖାପାଖି ୨୦୦୦ ମସିହାର କଥା । କାଶୀ ବିଶ୍ୱନାଥକୁ ଲାଗିଥିବା ଯାଗାଗୁଡ଼ିକରୁ ମଲାଇ ବରଫ ବିକ୍ରି କରୁଥିବା ଲୋକଟି ପଳାଇ ଗଲାଣି । ଖାଁ ସାହେବଙ୍କୁ ତାଙ୍କର ଅଭାବ ଅନୁଭବ ହେଉଛି । ଏବେ ଆଉ ଦେଶୀ ଘିଅର ସେ କଥା ନାହିଁ ଏହାଛଡ଼ା ସେ କଚୋଡ଼ି ଆଉ ଜିଲାପି ବି ନାହିଁ । ଖାଁ ସାହେବଙ୍କୁ ଏସବୁର ଅଭାବ ବହୁତ କଷ୍ଟ ଦେଉଥାଏ । ଏବେ ସଙ୍ଗତ କରୁଥିବା ଲୋକମାନଙ୍କ ପାଇଁ ଗାୟକମାନଙ୍କ ଭିତରେ କୌଣସି ଆଦର ନାହିଁ । ଖାଁ ସାହେବ ଅତି ଦୁଃଖରେ ଏହି କଥାଟି ପ୍ରକାଶ କରିଛନ୍ତି । ଏବେ ଘଣ୍ଟା ଘଣ୍ଟା ରିୟାଜର ମୂଲ୍ୟ କିଏ ପଚାରେ? ଆଚମ୍ବିତ ହୁଅନ୍ତି ବିସମିଲ୍ଳା ଖାଁ । କୁଆଡ଼େ ଗଲା ସେ କଜଲି, ଚଇତିର ଯୁଗ?

ସତରେ ଆଚମ୍ବିତ କରିଦିଏ କାଶୀ- ପକ୍କା ମହଲମାନଙ୍କ ଭିତରୁ ମଲାଇ ବରଫ, ସଙ୍ଗୀତ ଆଉ ସାହିତ୍ୟ ଏମତି ଅନେକ ପରମ୍ପରା ଲୋପପାଇ ଗଲାଣି । ବିସମିଲ୍ଲା ଖାଁଙ୍କ ଭଳି ଜଣେ ନିଷ୍ଠାପର ସ୍ୱର ସାଧକ ଓ ସମାଜପ୍ରେମୀ ବ୍ୟକ୍ତିତ୍ୱଙ୍କୁ ଏହିସବୁର ଅଭାବ ବିଶେଷ ଭାବରେ କଷ୍ଟ ଦେଉଛି । କାଶୀରେ ଯେମିତି ବାବା ବିଶ୍ୱନାଥ ଓ ବିସମିଲ୍ଲା ଖାଁ ଦୁହେଁ ଦୁଇଜଣଙ୍କର ପରିପୂରକ, ସେହିପରି ମହରମ-ତାଜିଆ ଏବଂ ହୋଲି-ଅଭିର ଗଙ୍ଗା ଜମୁନାର ସଂସ୍କୃତି ମଧ୍ୟ ପରସ୍ପର ପରିପୂରକ ହୋଇ ରହିଛନ୍ତି । ଆଜିକାଲି ଅନେକ କଥା ଖୁବଶିଘ୍ର କିମ୍ବଦନ୍ତିରେ ପରିଣତ ହେବାରେ ଲାଗିଛି । ଆଗକୁ ଏମିତି ଅନେକ କଥା କିମ୍ବଦନ୍ତି ହୋଇ ରହିଯିବ କିନ୍ତୁ ଯଦି କିଛି ବଞ୍ôଚ ରହିଯାଏ ତେବେ ତାହା କେବଳ କାଶୀରେ ହିଁ ରହିଯିବ । ଆଜିବି କାଶୀ ସଙ୍ଗୀତର ସ୍ୱରରେ ପ୍ରାଣବନ୍ତ ହୋଇରହିଛି ଓ ତାହାର ମୂର୍ଚ୍ଛନାରେ ଶୋଇରହିଛି । କାଶୀରେ ମୃତ୍ୟୁକୁ ପ୍ରାପ୍ତି ହେବାବି ମଙ୍ଗଳ ଭାବରେ ଗ୍ରହଣ କରାଯାଏ । କାଶୀ ହେଉଛି ଆନନ୍ଦର ଉପବନ । ସବୁଠାରୁ ବଡ଼କଥା ହେଲା କାଶୀ ନିକଟରେ ଉସ୍ତଦ୍ ବିସମିଲ୍ଲା ଖାଁଙ୍କ ଭଳି ଲୟ ଓ ସ୍ୱରର ସାଧକ ଅଛନ୍ତି ଯିଏକି ସବୁବେଳେ ଦୁଇଟି ଧର୍ମର ଲୋକଙ୍କୁ ଏକାଠି କରି ରଖିବାରେ ଏବଂ ପରସ୍ପର ଭାଇଚାରା ରକ୍ଷା କରିବାପାଇଁ ପ୍ରେରଣା ଦେଇଆସିଛନ୍ତି ।

ଭାରତରତ୍ନ ଠାରୁ ଆରମ୍ଭ କରି ଏ ଦେଶର ଅନେକ ବିଶ୍ୱ ବିଦ୍ୟାଳୟ ଦ୍ୱାରା ସମ୍ମାନୀତ ହେବା, ସଙ୍ଗୀତନାଟକ ଏକାଡ଼େମୀ ପୁରସ୍କାର ଏବଂ ପଦ୍ମବିଭୂଷଣ ଭଳିି ସମ୍ମାନ ଗୁଡ଼ିକ ପାଇଁ ନୁହେଁ କିନ୍ତୁ ନିଜର ଅଜୟ ସଙ୍ଗୀତ ଯାତ୍ରା ପାଇଁ ବିସମିଲ୍ଲା ଖାଁ ସାହେବ ଚୀରଦିନ ପାଇଁ ସଙ୍ଗୀତର ନାୟକ ହୋଇ ରହିବେ । ନବେ ବର୍ଷ ବୟସରେ ୨୧ ଅଗଷ୍ଟ ୨୦୦୬ରେ ସଙ୍ଗୀତ ରସିକମାନଙ୍କର ହାର୍ଦ୍ଧିକ ସଭାରୁ ବିଦାୟ ନେଇଥିବା ଖାଁ ସାହେବଙ୍କର ଆମ ଉପରେ ଆଜି ସବୁଠାରୁ ବଡ଼ ଆଶୀର୍ବାଦ ହେଲା, ପୁରା ଅଶି ବର୍ଷ ଧରି ସେ ସଙ୍ଗୀତକୁ ସମ୍ପୁର୍ଣ୍ଣ ଭାବରେ ଏବଂ ଏକାଗ୍ର ଚିତ୍ତରେ ଶିଖିବା ପାଇଁ ଜିଜ୍ଞାସା ତାଙ୍କ ଭିତରେ ଶେଷ ପର୍ଯ୍ୟନ୍ତ ବଞ୍ôଚ ରହିଥିଲା

ମୂଳ ଲେଖା- ୟତୀନ୍ଦ୍ର ମିଶ୍ର                            ଅନୁବାଦ- ସମ୍ଭବ କୁମାର

Photo – Internet

About ସମ୍ଭବ କୁମାର

ସମ୍ଭବ କୁମାର
ଛାତ୍ର

Check Also

Featured Video Play Icon

ମନଟା ତ ଏକ ରଙ୍ଗର ସରଗ …

Leave a Reply

Your email address will not be published. Required fields are marked *